Indian Railway Summer Special Train: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ରେକର୍ଡ ସଂଖ୍ୟକ ୯୧୧୧ ଟ୍ରିପ୍ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ।
Trending Photos
Indian Railway Summer Train: ଯାତ୍ରୀଙ୍କ ଯାତ୍ରା ସୁବିଧା ସୁନିଶ୍ଚିତ କରିବା ଏବଂ ଗ୍ରୀଷ୍ମ ସମୟରେ ଭ୍ରମଣ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ରେକର୍ଡ ସଂଖ୍ୟକ ୯୧୧୧ ଟ୍ରିପ୍ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷର ଗ୍ରୀଷ୍ମ ଋତୁ ତୁଳନାରେ ଏଥର ଏକ ମହତ୍ତ୍ୱପୂର୍ଣ୍ଣ ବୃଦ୍ଧି ହୋଇଥିବାର ଚିହ୍ନଟ ହୋଇଛି। ଯେଉଁଠାରେ ମୋଟ ୬୩୬୯ ଟ୍ରିପ୍ ଟ୍ରେନ ଚଳାଚଳ କରାଯାଇଥିଲା। ଯାତ୍ରୀଙ୍କ ଚାହିଦାକୁ ସଫଳତାର ସହ ପୂରଣ କରିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ଦର୍ଶାଇ ଏଥର ୨୭୪୨ ଟ୍ରିପ ଅଧିକ ଟ୍ରେନ ଚଳାଚଳ କରୁଛି।
ପ୍ରମୁଖ ରେଳ ମାର୍ଗରେ ନିରାପଦ ଯାତ୍ରା ସୁନିଶ୍ଚିତ କରି ଦେଶର ପ୍ରମୁଖ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ପାଇଁ ଅତିରିକ୍ତ ଟ୍ରେନ୍ ଯତ୍ନର ସହ ଚଳାଚଳ ପାଇଁ ଯୋଜନା କରାଯାଇଛି। ଦେଶର ସମସ୍ତ ଜୋନାଲ ରେଳପଥ ଦେଶସାରା ବ୍ୟାପିଛି। ଯେଉଁଥିରେ ପ୍ରତ୍ୟେକ ଜୋନାଲ ରେଳପଥ ଦେଶର ବିଭିନ୍ନ ପ୍ରାନ୍ତକୁ ଟ୍ରେନ ଚଳାଚଳ କରିବା ପାଇଁ ବ୍ୟାପକ ଭାବେ ଯୋଜନା କରୁଛନ୍ତି। ଯାତ୍ରୀ ଚାହିଦା ରହିଥିବା ରାଜ୍ୟ ଯଥା ତାମିଲନାଡୁ, ମହାରାଷ୍ଟ୍ର, ଗୁଜୁରାଟ, ଓଡିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀ ଭଳି ରାଜ୍ୟରୁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି।
ଅତିରିକ୍ତ ଟ୍ରେନ ଯୋଜନା ଏବଂ ଚଳାଚଳ ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଯେଉଁଥି ପାଇଁ ସମସ୍ତ ଯୋଗାଯୋଗ ମାଧ୍ୟମ, ମିଡିଆ ରିପୋର୍ଟ, ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ରେଲୱେ ଇଣ୍ଟିଗ୍ରେଟେଡ୍ ହେଲ୍ପଲାଇନ ନମ୍ବର ୧୩୯, PRS System ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ମାର୍ଗରେ ଟ୍ରେନ୍ ରେ ଯାତ୍ରୀଙ୍କ ପ୍ରତୀକ୍ଷା ତାଲିକା ଆଧାରରେ ଯୋଜନା କରାଯାଇଥାଏ। ଏହି ଆବଶ୍ୟକତା ଉପରେ ଆଧାର କରି ଟ୍ରେନ୍ ସଂଖ୍ୟା ଏବଂ ଟ୍ରିପ ସଂଖ୍ୟା ବୃଦ୍ଧି କରାଯାଇଛି। ଟ୍ରେନ୍ ସଂଖ୍ୟା କିମ୍ବା ଅତିରିକ୍ତ ଟ୍ରେନ୍ ଦ୍ୱାରା ପରିଚାଳିତ ଯାତ୍ରା ସଂଖ୍ୟା ସମଗ୍ର ଗ୍ରୀଷ୍ମ ଋତୁ ପାଇଁ ସ୍ଥିର ନଥାଏ।
ଗ୍ରୀଷ୍ମ ଋତୁରେ ରେଳ ଷ୍ଟେସନ ଠାରେ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରିବାକୁ ଜୋନାଲ ରେଳବାଇକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଠାରେ ବିସ୍ତୃତ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ଭିଡ଼କୁ ନିୟମିତ ବ୍ୟବଧାନରେ ନିୟନ୍ତ୍ରଣ କରିବା ପାଇଁ ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ବରିଷ୍ଠ ଅଧିକାରୀଗୁରୁତ୍ୱପୂର୍ଣ ଷ୍ଟେସନ ଉପରେ ବିଶେଷ ନଜର ରଖିଛନ୍ତି।
ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ ମଧ୍ୟରେ ପ୍ରବେଶ ପାଇଁ ଧାଡିରେ ଯିବାକୁ ସୁନିଶ୍ଚିତ କରିବା ପାଇଁ ଆରପିଏଫ୍ କର୍ମଚାରୀଙ୍କୁ ଟ୍ରେନ ଉତ୍ପତ୍ତି ଷ୍ଟେସନ ଠାରେ ନିୟୋଜିତ କରାଯାଇଛି। ଜନଗହଳି ପୂର୍ଣ୍ଣ ସ୍ଥାନ ଉପରେ ନଜର ରଖିବା ଏବଂ ଯାତ୍ରୀଙ୍କୁ ପ୍ରକୃତ ସମୟ ସହାୟତା କରିବା ପାଇଁ ଦକ୍ଷ ଆରପିଏଫ୍ କର୍ମଚାରୀ ସିସିଟିଭି କଣ୍ଟ୍ରୋଲ୍ ରୁମ ଠାରେ ନିୟୋଜିତ ହୋଇଛନ୍ତି।
ସରକାରୀ ରେଳ ପୋଲିସ୍ (GRP) ଏବଂ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀ ଫୁଟ ଓଭର ବ୍ରିଜରେ ନିୟୋଜିତ ହୋଇ ଭିଡ଼କୁ ସୁରୁଖୁରୁରେ ନିୟନ୍ତ୍ରଣ କରିବା ପାଇଁ କୁହାଯାଇଛି। ଭିଡ଼ ସମୟରେ ପରିସ୍ଥିତିକୁ ଧ୍ୟାନରେ ରଖି ଯାତ୍ରୀ ଭିଡ଼ ନିୟନ୍ତ୍ରଣ କରାଯିବାକୁ କୁହାଯାଇଛି। ସମସ୍ତ ଯାତ୍ରୀଙ୍କ ପାଇଁ ଏକ ସୁବିଧାଜନକ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ଭାରତୀୟ ରେଳ ପ୍ରତିବଦ୍ଧ। ଯାତ୍ରୀ ଏହି ଅତିରିକ୍ତ ଟ୍ରେନ୍ ରେ ରେଳ ଟିକେଟ୍ କାଉଣ୍ଟର କିମ୍ବା IRCTC ୱେବସାଇଟ୍/ଆପ୍ ମାଧ୍ୟମରେ ବୁକ୍ କରିପାରିବେ।
ପୂର୍ବତଟ ରେଳପଥ ଗ୍ରୀଷ୍ମ ସମୟରେ ୨୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ତଥା ୩୦୭ ଟ୍ରିପ ଚଳାଚଳ କରାଇବାକୁ ଯୋଜନା କରିଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ପୁରୀ, ଭୁବନେଶ୍ୱର, ବିଶାଖାପାଟନମ୍, ସମ୍ବଲପୁର, କଟକ ଏବଂ ବ୍ରହ୍ମପୁର ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଠାରୁ ଉତ୍ପନ୍ନ ହେବାର ଯୋଜନା ରହିଛି।
ପୂର୍ବତଟ ରେଳପଥ ଯାତ୍ରୀଙ୍କୁ ନିୟମିତ ଟ୍ରେନ୍ ରେ ଯାତ୍ରା ଭିଡକୁ ଏଡ଼ାଇବା ପାଇଁ ଏବଂ ବିନା ବାଧାରେ ସେମାନଙ୍କର ଯାତ୍ରା ସୁବିଧା ପାଇଁ ବିଭିନ୍ନ ଗ୍ରୀଷ୍ମକାଳୀନ ଟ୍ରେନ୍ ରେ ଟିକେଟ ବୁକ୍ କରିବାକୁ ଅନୁରୋଧ କରିଛି। ଏହା ବ୍ୟତୀତ, ଗ୍ରୀଷ୍ମ ସମୟରେ ପ୍ରବଳ ତାତିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଠାରେ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରିଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସମସ୍ତ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଠାରେ ଯାତ୍ରୀ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ ମଧ୍ୟରେ ମାତ୍ରାଧିକ ଭିଡ଼ ଏଡ଼ାଇବା ପାଇଁ ରେଳବାଇ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଧାଡି ମାଧ୍ୟମରେ ଟ୍ରେନ କୋଚ ମଧ୍ୟକୁ ଯାତ୍ରୀଙ୍କୁ ଯିବାକୁ ବ୍ୟବସ୍ଥା କରାଯାଇଛି। ଯାହାଦ୍ୱାରା ଯାତ୍ରୀ ଉପକୃତ ହେବ ସହିତ ସୁରକ୍ଷା ଏବଂ ନିରାପତ୍ତା ଦିଗ ପ୍ରତି ଧ୍ୟାନ ଦିଆଯାଇ ପାରିବ।