ଉତ୍ତେଜନାକୁ ଦୃଷ୍ଟିରେ ରଖି ସହରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯିବା ସହ ସୋସିଆଲ୍ ମିଡିଆ ଉପରେ କଟକଣା ଲଗାଯାଇଛି । ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।
Trending Photos
)
କଟକ: ଦୁର୍ଗାପୂଜା ପରେ ମେଢ ଭସାଣ ଗଣ୍ଡଗୋଳକୁ ନେଇ ଅଶାନ୍ତ ହୋଇପଡିଛି କଟକ ସହର । ଉତ୍ତେଜନାକୁ ଦୃଷ୍ଟିରେ ରଖି ସହରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯିବା ସହ ସୋସିଆଲ୍ ମିଡିଆ ଉପରେ କଟକଣା ଲଗାଯାଇଛି । ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।
CMC, CDA ସହ ବୟାଳିଶି ମୌଜା ଅଞ୍ଚଳରେ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟସ ଆପ୍, ଫେସବୁକ୍ , ଇନଷ୍ଟାଗ୍ରାମ୍ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ଇଣ୍ଟରନେଟ୍ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭସାଣ ଗଣ୍ଡଗୋଳ ପରେ କଟକରେ ବିଭିନ୍ନ ସଂଗଠନ ପକ୍ଷରୁ ବଜ୍ରକବାଟି ରୋଡ୍, ଦୋଳମୁଣ୍ଡାଇ ଛକ ଦେଇ ଦରଘାବଜାରରେ ଶୋଭାଯାତ୍ରା କରାଯାଇଥିଲା । ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଯେଉଁଥିରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
ଅନ୍ୟପଟେ, କଟକ ବିଶୃଙ୍ଖଳାକାରୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ତତ୍ପରତା ପ୍ରକାଶ କରିଛି । ପୋଲିସ କମିଶନର ୩ଟି ସ୍ପେଶାଲ୍ ଟିମ୍ ଗଠନ କରିବା ସହ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଟକରେ କ୍ୟାମ୍ପ୍ କରି ରହିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ତୀକ୍ଷ୍ଣ ନଜର ରଖିବା ନେଇ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କଟକରେ ଶାନ୍ତି ରକ୍ଷା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆଇନଶୃଙ୍ଖଳା ନେଇ ବିରୋଧୀଦଳ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ନବୀନ ।
Also Read- Diwali 2025 Rashifal: ଶନି-ବୃହସ୍ପତିଙ୍କ ପ୍ରଭାବ, ଦୀପାବଳିରୁ ଚମକିବ ତିନୋଟି ରାଶି ଭାଗ୍ୟ
Also Read- EPFO News: ଦୀପାବଳି ପୂର୍ବରୁ ଖୁସି ଖବର, ଅଢେଇ ଗୁଣ ବଢିବ ପେନସନ୍ ଟଙ୍କା !