Advertisement
Article Detail0/zeeodisha/odisha2739932
Zee OdishaOdisha Trendingଓଡ଼ିଶାରେ ୫ଜି ଫିକ୍ସଡ୍ ୱାୟାରଲେସ୍ ବଜାରରେ ଜିଓର ଦବଦବା, ୮୬ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ: ଟ୍ରାଇ ତଥ୍ୟ

ଓଡ଼ିଶାରେ ୫ଜି ଫିକ୍ସଡ୍ ୱାୟାରଲେସ୍ ବଜାରରେ ଜିଓର ଦବଦବା, ୮୬ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ: ଟ୍ରାଇ ତଥ୍ୟ

ଜିଓଏୟାରଫାଇବର ଓଡ଼ିଶାର ସମସ୍ତ ଜିଲ୍ଲା, ତହସିଲ ଏବଂ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫଲାଇନ ପାଲଟିଛି ଏବଂ ବିଶ୍ୱସ୍ତରୀୟ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ), ଅସୀମିତ ୱାଇଫାଇ ଏବଂ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ପ୍ରଦାନ କରୁଛି

ଓଡ଼ିଶାରେ ୫ଜି ଫିକ୍ସଡ୍ ୱାୟାରଲେସ୍ ବଜାରରେ ଜିଓର ଦବଦବା, ୮୬ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ସାରା ରାଜ୍ୟରେ ଏହାର ଦ୍ରୁତତମ ଏବଂ ସର୍ବବୃହତ ଟ୍ରୁ ୫ଜି ନେଟୱାର୍କ ବଳରେ ରିଲାଏନ୍ସ ଜିଓ ଓଡ଼ିଶାରେ ୫ଜି ଏଫଡବ୍ଲୁଏ (ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍) କ୍ଷେତ୍ରରେ ଏହାର ଆଧିପତ୍ୟକୁ ଆହୁରି ଅଧିକ ସୁଦୃଢ଼ ​​କରିଛି। ଜିଓ ଏୟାରଫାଇବର ରାଜ୍ୟରେ ୮୬ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଗ୍ରାହକ ବଜାର ଅଂଶ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓର ୫ଜି ଏଫଡ଼ବ୍ଲୁଏ ସେବା ଜିଓଏୟାରଫାଇବର ଫେବୃୟାରୀ ଶେଷ ସୁଦ୍ଧା ରାଜ୍ୟରେ ୧.୪୨ ଲକ୍ଷରୁ ଅଧିକ ଉପଭୋକ୍ତା ସହିତ ଏକ ବିରାଟ ବ୍ୟବଧାନରେ ଆଗରେ ରହିଛି। ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ, ମାତ୍ର ୨୨ ହଜାର ଉପଭୋକ୍ତା ସହିତ ବେଶ ପଛରେ ରହିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀ ମାସରେ ଜିଓ ସର୍ବାଧିକ ୧୧ ହଜାରରୁ ଉର୍ଦ୍ଧ୍ଵ ନୂଆ ଜିଓଏୟାରଫାଇବର ଗ୍ରାହକ ଯୋଡି଼ବା ସହିତ ଓଡ଼ିଶାରେ ମୋଟ ୫ଜି ଏଫଡ଼ବ୍ଲୁଏ ଗ୍ରାହକ ସଂଖ୍ୟା ୧.୬୫ ଲକ୍ଷ ଅତିକ୍ରମ କରିଛି।

ଟ୍ରାଇ ପ୍ରକାଶିତ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ମଧ୍ୟ ରାଜ୍ୟରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ନିଜର ଜୟଯାତ୍ରା ଜାରି ରଖି ଫେବୃୟାରୀ ମାସରେ ସର୍ବାଧିକ ୧.୧୪ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡ଼ିଛି। ଏହା ସହିତ ରାଜ୍ୟରେ ଜିଓର ୪ଜି / ୫ଜି ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୧.୫୮ କୋଟି ଅତିକ୍ରମ କରିବା ସହ ଜିଓ ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ ​​କରିଛି।

ଜିଓର ୫୦ ଦିନର ମାଗଣା ଜିଓଫାଇବର / ଜିଓଏୟାରଫାଇବର ଟ୍ରାଏଲ୍ ସଂଯୋଗ ଅଫରର ବଢୁଥିବା ଲୋକପ୍ରିୟତା:

Add Zee News as a Preferred Source

କ୍ରିକେଟ୍ ସିଜିନ୍ ପାଇଁ ଜିଓ ଆରମ୍ଭ କରିଥିବା ଅସୀମିତ ଅଫର ସହିତ ୫୦ ଦିନର ମାଗଣା ଜିଓଫାଇବର / ଜିଓଏୟାରଫାଇବର ଟ୍ରାଏଲ୍ ସଂଯୋଗ ପ୍ରଦାନ କରୁଛି, ଯାହା ସାରା ଓଡ଼ିଶାରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଏହି ଅଫର ସହିତ ଗ୍ରାହକମାନେ ୮୦୦ରୁ ଅଧିକ ଟିଭି ଚ୍ୟାନେଲ୍, ୧୧ ରୁ ଅଧିକ ଓଟିଟି ଆପ୍, ଅସୀମିତ ୱାଇଫାଇ, ନିରବଛିନ୍ନ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଆହୁରି ଅନେକ ସୁବିଧା ଉପଭୋଗ କରୁଛନ୍ତି। କେବଳ ଏକ ଜିଓ ସିମ ଏବଂ ୧୫ ମଇ ୨୦୨୫ ପୂର୍ବରୁ ୨୯୯ ଟଙ୍କା କିମ୍ବା ତା'ଠାରୁ ଅଧିକ ମୂଲ୍ୟର ରିଚାର୍ଜ ସହିତ, ଗ୍ରାହକମାନେ ଉଚ୍ଚ ମାନର ମନୋରଞ୍ଜନ କଣ୍ଟେଣ୍ଟ ସାଙ୍ଗକୁ ପ୍ରତ୍ୟେକ ମ୍ୟାଚର ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ନିର୍ବିଘ୍ନ, ଉଚ୍ଚ-ଗୁଣବତ୍ତା ଷ୍ଟ୍ରିମିଂର ମଜା ନେଇପାରିବେ।

ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ତଥା ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତାକୁ ଦୂର କରିଛି, ଯେଉଁଠାରେ ପୂର୍ବରୁ ଏହା ଏକରକମ ଅସମ୍ଭବ ସ୍ଵପ୍ନ ଭଳି ରହିଥିଲା। ଏହା ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଓ ଗୁଣାତ୍ମକ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ସହିତ ସଂଯୁକ୍ତ କରିଛି, ଯେଉଁମାନଙ୍କର ପରିସରରେ ପୂର୍ବରୁ ଅପ୍ଟିକାଲ୍-ଫାଇବର ବିସ୍ତାର କରିବାରେ ଜଟିଳତା ରହିଥିଲା। ଜିଓ ଟ୍ରୁ ୫ଜି ନେଟୱାର୍କ ବାସ୍ତବରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ଜରିଆରେ ଛାତ୍ରଛାତ୍ରୀ, ବୃତ୍ତିଗତ ପେଶାଦାର, ଉଦ୍ୟୋଗୀ ଏବଂ ସାଧାରଣ ପରିବାର ସମେତ ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରିଛି। ହାଇସ୍ପିଡ୍ ୫ଜି ସେବା ପ୍ରଦାନ କରୁଥିବା ଜିଓଏୟାରଫାଇବରର ଦ୍ରୁତ ଆଦୃତି ଓଡ଼ିଶାର ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ କରିଛି, ଯାହା ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି ଏବଂ ମନୋରଞ୍ଜନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତିରେ ସହାୟକ ହୋଇଛି।

About the Author