Jio True 5G:​ ଏକାସାଙ୍ଗରେ ୫୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ
Advertisement

Jio True 5G:​ ଏକାସାଙ୍ଗରେ ୫୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Jio True 5G:​ ମନେରଖନ୍ତୁ ଯେ, Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ ।

Jio True 5G:​ ଏକାସାଙ୍ଗରେ ୫୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Jio 5G Service: ରିଲାଏନ୍ସ ଜିଓ ସିମ୍ (Reliance Jio SIM) ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର ଅଛି । ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏହାର 5G ନେଟୱାର୍କକୁ ଦ୍ରୁତ ଗତିରେ ବିସ୍ତାର କରୁଛି । ଏହି ପର୍ଯ୍ୟାୟରେ ଆଜି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୨୪ରେ କମ୍ପାନୀ ଏକାସାଙ୍ଗରେ ୫୦ଟି ସହରରେ 5G ସେବା ଆରମ୍ଭ କରିଛି । ଏଥିରେ ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସାମିଲ ରହିଛି । ଏହା ସହିତ କମ୍ପାନୀ ସମୁଦାୟ ୧୮୪ଟି ସହରରେ Jio True 5G ସେବା ଯୋଗାଇ ଦେଇଛି ।

କମ୍ପାନୀ ଆଜି ଯେଉଁ ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜିଓ 5G ସେବା (Jio 5G Service) ଆରମ୍ଭ କରିଛି, ସେଥିରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଗୋଆ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସାମିଲ ରହିଛି ।  ତେବେ ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ...

ଏହି ୫୦ଟି ସହରରେ Jio True 5G ସେବା ଆରମ୍ଭ ହୋଇଛି ୧. ବାଲେଶ୍ୱର-ଓଡିଶା 
୨. ବାରିପଦା-ଓଡ଼ିଶା 
୩. ଭଦ୍ରକ-ଓଡ଼ିଶା
୪. ଝାରସୁଗୁଡା-ଓଡିଶା 
୫. ପୁରୀ-ଓଡିଶା 
୬. ସମ୍ବଲପୁର-ଓଡିଶା
୭. ଚିନ୍ତୁର-ଆନ୍ଧ୍ରପ୍ରଦେଶ 
୮. କଡପ୍ପା-ଆନ୍ଧ୍ରପ୍ରଦେଶ 
୯. ନରସାରାଓପେଟ-ଆନ୍ଧ୍ରପ୍ରଦେଶ 
୧୦. ଅଙ୍ଗୋଲ-ଆନ୍ଧ୍ରପ୍ରଦେଶ 
୧୧. ରାଜମହେନ୍ଦ୍ରଭ୍ରମ-ଆନ୍ଧ୍ରପ୍ରଦେଶ 
୧୨. ଶ୍ରୀକାକୁଲମ୍-ଆନ୍ଧ୍ରପ୍ରଦେଶ 
୧୩. ବିଜୟାନଗରମ-ଆନ୍ଧ୍ରପ୍ରଦେଶ 
୧୪. ନଗାଁଓ-ଆସାମ 
୧୫. ବିଲାସପୁର-ଛତିଶଗଡ
୧୬. କୋରବା-ଛତିଶଗଡ 
୧୭. ରଜନନ୍ଦଗାଓଁ-ଛତିଶଗଡ 
୧୮. ପାନଜୀ-ଗୋଆ 
୧୯. ଅମ୍ବାଲା-ହରିୟାଣା 
୨୦. ବାହାଦୂରଗଡ-ହରିୟାଣା 
୨୧. ହିସାର-ହରିୟାଣା 
୨୨. କର୍ଣ୍ଣଲ-ହରିୟାଣା 
୨୩. ପାନିପତ-ହରିୟାଣା 
୨୪. ରୋହତକ-ହରିୟାଣା 
୨୫. ସିରସା-ହରିୟାଣା 
୨୬. ସୋନିପତ-ହରିୟାଣା 
୨୭. ଧନବାଦ୍-ଝାଡଖଣ୍ଡ 
୨୮. ବାଗଲକୋଟ-କର୍ଣ୍ଣାଟକ 
୨୯. ଚିକ୍କାମାଲୁରୁ-କର୍ଣ୍ଣାଟକ 
୩୦. ହାସନ-କର୍ଣ୍ଣାଟକ 
୩୧. ମାଣ୍ଡିଆ-କର୍ଣ୍ଣାଟକ 
୩୨. ତୁମକୁର-କର୍ଣ୍ଣାଟକ
୩୩. ଆଲପୁଝା-କେରଳ 
୩୪. କୋଲହାପୁର-ମହାରାଷ୍ଟ୍ର 
୩୫. ନାନ୍ଦେଡ଼-ୱାଘାଲା, ମହାରାଷ୍ଟ୍ର 
୩୬. ସାଙ୍ଗଲି-ମହାରାଷ୍ଟ୍ର 
୩୭. ପୁଡୁଚେରୀ, ପୁଡୁଚେରୀ 
୩୮. ଅମୃତସରଡ-ପଞ୍ଜାବ 
୩୯. ବିକାନର୍-ରାଜସ୍ଥାନ 
୪୦. କୋଟା-ରାଜସ୍ଥାନ
୪୧. ଧର୍ମପୁରୀ-ତାମିଲନାଡୁ 
୪୨. ଏରୋଡ୍-ତାମିଲନାଡୁ
୪୩. ଥୋଥୁକୁଡି-ତାମିଲନାଡୁ 
୪୪. ନାଲଗୋଣ୍ଡା-ତେଲେଙ୍ଗାନା 
୪୫. ଝାନ୍ସୀ-ଉତ୍ତରପ୍ରଦେଶ 
୪୬. ଆଲିଗଡ-ଉତ୍ତରପ୍ରଦେଶ 
୪୭. ମୋରାଦାବାଦ-ଉତ୍ତରପ୍ରଦେଶ 
୪୮. ସହାରନପୁର-ଉତ୍ତରପ୍ରଦେଶ 
୪୯. ଆସାନସୋଲ-ପଶ୍ଚିମବଙ୍ଗ 
୫୦. ଦୁର୍ଗାପୁର-ପଶ୍ଚିମବଙ୍ଗ 

କାହାକୁ ମିଳିବ ସେବା

Jio 5G ସେବା ବ୍ୟବହାର ପାଇଁ ଗ୍ରାହକଙ୍କୁ Jio Welcome Offer ଦିଆଯାଉଛି । Jio Welcome Offer ହେଉଛି ଏକ ଇନଭାଇଟ୍-ଆଧାରିତ ଅଫର, ଯାହା କେବଳ କିଛି ୟୁଜର୍ସଙ୍କୁ ହିଁ ମିଳୁଛି । କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ 1Gbps ଜିବିପିଏସ ସ୍ପିଡରେ ଅସୀମିତ ଡାଟା ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଅର୍ଥାତ ଯଦି ଆପଣ Jio Welcome ପାଇଛନ୍ତି । ତେବେ ଆପଣ ମାଗଣାରେ 5G ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ । କମ୍ପାନୀ ନିଜର 5G ସେବାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରୁଛି ।

ଅଧିକ ପଢ଼ନ୍ତୁ:-ଶୁଭମାନ ଗିଲ ଶତକ ମାରି ଭାଙ୍ଗିଲେ ବିରାଟ କୋହଲିଙ୍କ ୧୧ ବର୍ଷ ପୁରୁଣା ରେକର୍ଡ, ଏହି କ୍ଷେତ୍ରରେ ବାବର ଆଜମଙ୍କ ହେଲେ ସମକକ୍ଷ

କିପରି ପାଇବେ  Jio Welcome Offer?

Jio Welcome Offer ପାଇଁ ୟୁଜର୍ସମାନଙ୍କୁ ଇନଭାଇଟ୍ ପଠାଇବାର ଅଛି ।  କିଛି ୟୁଜର୍ସଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନର ବିକଳ୍ପ ଦେଖାଯାଉଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ My Jio ଆପକୁ ଯିବାକୁ ପଡ଼ିବ । ଏଠାରେ ଆପଣ ନିଜେ ହୋମ ସ୍କ୍ରିନରେ Jio Welcome Offer ର ବିକଳ୍ପ ପାଇବେ । ଯଦି ଆପଣ Jio Welcome Offerର ବ୍ୟାନର ଦେଖୁଛନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଅନ୍ୟ ପଟେ, ଯଦି ବିକଳ୍ପ ଦେଖାଯାଉ ନାହିଁ, ତେବେ ପେଜକୁ ରିଫ୍ରେଶ କରନ୍ତୁ । Jio Welcome Offerର ପେଜରେ କ୍ଲିକ୍ କରିବା ମାତ୍ରେ ଆପଣ ଅନ୍ୟ ଏକ ପେଜରେ ପହଞ୍ଚିବେ, ଯେଉଁଥିରେ Jio True 5G ସମ୍ବନ୍ଧୀୟ ସୂଚନା ରହିବ ।

ଏହି ଉପାୟରେ ଆପଣ ଆପଣଙ୍କର ଆଗ୍ରହକୁ ପଞ୍ଜିକରଣ କରିପାରିବେ । ଏହା ପରେ ୟୁଜର୍ସମାନଙ୍କୁ Jio ରୁ କନ୍ଫର୍ମେଶନ ଆସିବାର ଅପେକ୍ଷା କରିବାକୁ ପଡିବ । ଏହି ଉପାୟରେ ଆପଣ Jio Welcome Offer ପାଇଁ ନିଜ ନମ୍ୱରକୁ ରେଜିଷ୍ଟ୍ରେସନ କରିପାରିବେ । ମନେରଖନ୍ତୁ ଯେ, Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ ।