Kenyan Capital Fire: କେନିଆର ରାଜଧାନୀ ନୈରୋବି(Nairobi Fire)ରେ ଭୟଙ୍କର ଗ୍ୟାସ ବିସ୍ଫୋରଣ। ଏହି ବିସ୍ଫୋରଣରେ ଅତିକମରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟତଃ ୩୦୦ ଜଣ ଆହତ ହୋଇଛନ୍ତି। ଗୁରୁବାର ମଧ୍ୟରାତ୍ରି ପୂର୍ବରୁ (ସ୍ଥାନୀୟ କେନିଆ ସମୟ) ଏହି ଘଟଣା ଘଟିଛି ବୋଲି ଜଣେ ମୁଖପାତ୍ର ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ଜଣାଇଛନ୍ତି।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଏହି ବିସ୍ଫୋରଣର ମୁହୂର୍ତ୍ତ ଦେଖିବାକୁ ମିଳିଛି। ବିସ୍ଫୋରଣକୁ ନେଇ ଏହି ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ କହିଛି। ରାଜଧାନୀର ଦକ୍ଷିଣ-ପୂର୍ବର ଏମ୍ବାକାସୀ ପଡ଼ିଆରେ ଗୁରୁବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ସରକାରୀ ମୁଖପାତ୍ର ଆଇଜାକ୍ କହିଛନ୍ତି।