Khordha: ଯୁବକ ହତ୍ଯା ଘଟଣା; ଡିଜି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦାଖଲ ନିର୍ଦେଶ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
Advertisement

Khordha: ଯୁବକ ହତ୍ଯା ଘଟଣା; ଡିଜି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦାଖଲ ନିର୍ଦେଶ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

Khordha News: ଯୁବକଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣାରେ ମୃତକଙ୍କ ପରିବାରକୁ ଉପଯୁକ୍ତ ସୁରକ୍ଷା, ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

Khordha: ଯୁବକ ହତ୍ଯା ଘଟଣା; ଡିଜି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦାଖଲ ନିର୍ଦେଶ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

Khordha Youth Murder Case: ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ନିକଟରେ ହୋଇଥିଲ ଅଭିଯୋଗ। ଏନେଇ ଦାଖଲ ହୋଇଥିବା ଅଭିଯୋଗ ଉପରେ ଶୁଣାଣି କରି ଜାତୀୟ ମାନବାଧିକାର ଆୟୋଗ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆସନ୍ତା ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ କମିଶନ ନିକଟରେ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ କମିଶନ ଖୋର୍ଦ୍ଧା ଜିଲାପାଳ, ଏସ୍‌ପି ଏବଂ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ଯରେ ସବିଶେଷ ରିପୋର୍ଟ କମିଶନ ନିକଟରେ ଦାଖଲ କରିବାକୁ ମିଳିଛି ନିର୍ଦ୍ଦେଶ। ରିପୋର୍ଟ ପ୍ରଦାନରେ ବିଳମ୍ବ ହେଲେ ମାନବାଧିକାର ସୁରକ୍ଷା ଆଇନ ୧୯୯୩ ଅନୁସାରେ କମିଶନଙ୍କ ନିକଟରେ ବ୍ୟକ୍ତିଗତ ହାଜର ଲାଗି ନିର୍ଦ୍ଦେଶ ଦିଆଯିବ ବୋଲି ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ମୃତକଙ୍କ ପରିବାରକୁ ଉପଯୁକ୍ତ ସୁରକ୍ଷା, ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାଶ।

ଗତ ୨୦୨୦ ଅକ୍ଟୋବର ୧୩ ତାରିଖ ସନ୍ଧ୍ୟାରେ ବାଲୁଗାଁ ବନାଞ୍ଚଳ ଟାମଣା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ମଇଁଷିଗୋଠ ନିକଟରେ ନୟାଗଡ଼ ଜିଲା ଶରଣକୁଳ ଥାନା ଅଧୀନସ୍ଥ ଗୋଳ ଗ୍ରାମର ବଳଭଦ୍ର ବେହେରା ଓରଫ୍ ଟିକିଙ୍କ ସହ କେତେଜଣ ବ୍ୟକ୍ତି ଗଛ କାଟୁଥିଲେ। ଗଛ କାଟିବା ଘଟଣା ସମ୍ପର୍କରେ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଖବର ପାଇଥିଲେ। ଧୂଆନଳୀ ଫରେଷ୍ଟ ବିଟ୍ ହାଉସ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ। ବନ କର୍ମଚାରୀଙ୍କୁ ଦେଖିବା ପରେ ଅନ୍ଯମାନେ ସେଠାରୁ ଦୌଡ଼ ପଳାଇଥିଲେ। ମାତ୍ର ବଳଭଦ୍ର ଗଛ ଉପରେ ଚଢ଼ି ଗଛ କାଟୁଥ‌ିବା ବେଳେ ବନ କର୍ମଚାରୀ ତାଙ୍କୁ କାବୁ କରି ବନ ବିଭାଗ କାର୍ଯ୍ୟାଳୟକୁ ନେଇଥିଲେ। ବିଳମ୍ବିତ ରାତିରେ ବଳଭଦ୍ର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନିକଟ ନୀଳାଦ୍ରିପ୍ରସାଦ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। 

ହେଲେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଣପୁର ପୋଲିସ ସ୍ଥାନୀୟ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଥିଲା। ପରଦିନ ଅପରାହ୍ନରେ ମୃତକଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ଡାକ୍ତରଖାନାରେ ପହଞ୍ଚିଥିଲେ। ମୃତକ ବଳଭଦ୍ର ବେହେରାଙ୍କ ଶରୀରରେ କ୍ଷତ ଚିହ୍ନ ରହିଥ‌ିବାର ଦେଖି ବନ ବିଭାଗ କର୍ମଚାରୀ ତାଙ୍କୁ ମାଡ଼ମାରି ହତ୍ୟା କରିଥିବା ନେଇ ମୃତକଙ୍କ ପତ୍ନୀ ପ୍ରତିମା ବାଣପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣାର ନିରପେକ୍ଷ ତଦନ୍ତ ସହ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପ୍ରତିମାଙ୍କ ଅଭିଯୋଗ କ୍ରମେ ଦଫା ୩୦୨/୩୪ ଆଇପିସି ଧାରା ଅନୁସାରେ ଏକ ମାମଲା (ନଂ.୩୧୯/୨୦) ରୁଜୁ ହୋଇଥିଲା।

ଏନେଇ ମାନବାଧିକାର କର୍ମୀ ଜୟନ୍ତ ଦାଶ ଜାତୀୟ ମାନବାଧିକାର ଆୟୋଗ ନିକଟରେ ଅଭିଯୋଗ କରିଥିଲେ। ତଦନ୍ତ ଆଳରେ ଯୁବକଙ୍କୁ ବନ କାର୍ଯ୍ଯାଳୟ ପରିସରରେ ଅକଥନୀୟ ମାଡ ମାରିଥିଲେ। ଯାହା ଫଳରେ ତାଙ୍କ ମୃତ୍ଯ ଘଟିଛି। ଏହା ଏକ ହାଜତ ଜନିତ ମୃତ୍ଯୁ ବୋଲି ମାନବାଧିକାର କର୍ମୀ ଉଲ୍ଲେଖ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ବନ ବିଭାଗ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।