Pamban Bridge: ଆଗାମୀ ରାମନବମୀ ଅବସରରେ ଏପ୍ରିଲ୍ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ, ରେଳ ସେତୁ ' ନୂତନ ପମ୍ବାନ ସେତୁ 'କୁ ଉଦଘାଟନ କରିବାକୁ ଯାଉଛନ୍ତି। ୨.୦୫ କିଲୋମଟିର ଲମ୍ବର ଏହି ଢାଞ୍ଜାର ପୁରୁଣା ପମ୍ବାନ ବ୍ରିଜ୍ ର ସ୍ଥାନ ନେବ। ଯାହା ୨୦୨୨ ମସିହାରେ କ୍ଷୟଜନିତ କାରଣରୁ ବନ୍ଦ ହୋଇଯାଇଥିଲା।
Trending Photos
)
Pamban Bridge: ଆଗାମୀ ରାମନବମୀ ଅବସରରେ ଏପ୍ରିଲ୍ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ, ରେଳ ସେତୁ ' ନୂତନ ପମ୍ବାନ ସେତୁ 'କୁ ଉଦଘାଟନ କରିବାକୁ ଯାଉଛନ୍ତି। ୨.୦୫ କିଲୋମଟିର ଲମ୍ବର ଏହି ଢାଞ୍ଜାର ପୁରୁଣା ପମ୍ବାନ ବ୍ରିଜ୍ ର ସ୍ଥାନ ନେବ। ଯାହା ୨୦୨୨ ମସିହାରେ କ୍ଷୟଜନିତ କାରଣରୁ ବନ୍ଦ ହୋଇଯାଇଥିଲା। ରେଳ ବିକାଶ ନିଗମ ଲିମିଟେଡ୍ (ଆରଭିଏନଏଲ) ଦ୍ବାରା ୨୭୯.୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁକୁ ଭାରତୀୟ ମୁଖ୍ୟଭୂମି ଓ ରାମେଶ୍ବରମ୍ ଦ୍ବୀପ ମଧ୍ୟରେ ରେଳ ଯୋଗାଯୋଗ ବୃଦ୍ଧି କରିବ। ତେବେ, ଏହା ଭାରତର ପ୍ରଥମ ଭଟିକାଲ୍ ଲିଫ୍ଟ ରେଲଓ୍ବେ ସି ବ୍ରିଜ୍ ( India's 1st vertical lift railway sea bridge) ବୋଲି କୁହାଯାଇଛି। ତେବେସ ଏହି ବ୍ରିଜ୍ ଟି ପାଖାପାଖି ୫୩୫ (₹535 crore) କୋଟି ଟଙ୍କାରେ ନିର୍ମାଣ ହୋଇଥିବା କୁହାଯାଉଛି।
India’s engineering marvel…
Pamban Bridge in Rameswaram pic.twitter.com/UJ4v8r3vWa
— Ashwini Vaishnaw (@AshwiniVaishnaw) March 27, 2025
ନୂତନ ପମ୍ବାନ ସେତୁରେ ଏକ ଅଭିନବ ଭୂଳମ୍ବ ଲିଫ୍ଚ ମେକାନିଜମ୍ ରହିଛି। ଯାହା ଏକ କେନ୍ଦ୍ରୀୟ ଅଂଶକୁ ୨୨ ମିଟର ଉଚ୍ଚତା ପର୍ଯ୍ୟନ୍ତ ଭୂଲମ୍ବ ଭାବରେ ଉଠିବାକୁ ଅନୁମତି ଦେଇଥାଏ। ଏହି ଡିଜାଇନ୍ ଦ୍ବାରା ସାମୁଦ୍ରିକ ଯାନବାହନ ପୋଲ ତଳ ଦେଇ ମୁକ୍ତ ଭାବରେ ଯାତାୟତ କରିପାରିବ। ଏବଂ ପାକ୍ ଷ୍ଟେଟ୍ ଦେଇ ଯାତାୟତ ସୁଗମ ହୋଇପାରିବ। ଭର୍ଟିକାଲ୍ ଲିଫ୍ଟ ସିଷ୍ଟମ୍ ଏକ ଇଲେକ୍ଟ୍ରୋ-ମେକାନିକାଲ୍ ମେକାନିଜିମ୍ ବ୍ୟବହାର କରି କାର୍ଯ୍ୟ କରେ। ଏହାମାତ୍ର ୫ ମିନିଟ୍ ରେ ଉଠିପାରିବ। ଏବଂ ଟ୍ରେନ୍ ସେବାରେ ପ୍ରାୟ ବାଧା ସୃଷ୍ଟି କରିବ ନାହିଁ। ଏହି ଡିଡାଇନ୍ ଦ୍ବାରା ନିରାପତ୍ତା ଓ ଦକ୍ଷତା ବଜାୟ ରଖିବା ସହିତ ଭାରୀ ଓଜନ ପରିବହନକୁ ଅନୁମତି ଦିଏ। ଆଧୁନିକ ରେଳ ମାନକୁ ପ୍ରତିଫଳନ କରି ଡବଲ୍ ଟ୍ରାକ୍ ଓ ହାଇସ୍ପିଡ୍ ଟ୍ରେନ୍ ଚଳାଚଳ ପାଇଁ ନୂତନ ପମ୍ବାନ୍ ବ୍ରିଜ୍ ଡିଜାଇନ୍ କରାଯାଇଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚାନ ଦେବାକୁ ଚାହିଁବୁ ଯେ, ୨୦୧୯ ରେ ମୋଦି ଏହାର ଶିଳାନ୍ୟାସ କରିଥିଲେ।