Kolkata Hotel Fire: କୋଲକାତାରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ଓଡ଼ିଶାର ୪ ଜଣ ବ୍ୟକ୍ତ ପ୍ରାଣ ହରାଇଛନ୍ତି। ପୋଲିସ ସୂତ୍ରରୁ ବୁଧବାର ଦିନ ଜଣାପଡ଼ିଛି।
Trending Photos
Kolkata Hotel Fire: କୋଲକାତାରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ଓଡ଼ିଶାର ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ପୋଲିସ ସୂତ୍ରରୁ ବୁଧବାର ଦିନ ଜଣାପଡ଼ିଛି। ମଙ୍ଗଳବାର ଦିନ ରାତିରେ କେନ୍ଦ୍ରୀୟ କୋଲକାତାର ମେଚୁଆପଟ୍ଟି ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ପରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଭାବେ ପୋଡ଼ି ଆହତ ହୋଇଛନ୍ତି।
ଓଡ଼ିଶାର ମୃତକମାନେ ହେଲେ ଜଗତସିଂପୁର ଜିଲ୍ଲାର ଦୁଷ୍ମନ୍ତ କୁମାର ନାୟକ (୪୬), ଦୁଷ୍ମନ୍ତ କୁମାର ସ୍ୱାଇଁ (୪୬) ଓ ମନୋଜ କୁମାର ପାତ୍ର (୪୫)। ପୋଲିସ ସୂତ୍ରରୁ ସୂଚନା ମିଳିଛି ଯେ ଚତୁର୍ଥ ମୃତକ ଜଣକ କଟକ ସହରର ସିଡିଏର ଜଣାଶୁଣା ବ୍ୟବସାୟୀ ରାଜେଶ ସାନ୍ତୁକା ବୋଲି ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ଏହି ଚାରିଜଣ ଜଣ କାମ କରୁଥିଲେ। ସରକାରୀ କାମରେ କୋଲକାତା ଆସିଥିଲେ।
14 people are dead — including children — in the Burrabazar fire, and Mamata Banerjee couldn’t even pause her dance and music-filled PR event at a private Jagannath Mandir! Is this what leadership looks like? While people were burning alive due to zero fire safety, illegal… pic.twitter.com/Vi07qE4lSJ
— Agnimitra Paul BJP (@paulagnimitra1) April 30, 2025
ଅଗ୍ନିକାଣ୍ଡ ହୋଟେଲ ପରିସରରେ ଦ୍ରୁତ ଗତିରେ ବ୍ୟାପିବା ସହିତ ମୋଟ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ଅନୁଯାୟୀ ରାତି ପ୍ରାୟ ୮.୩୦ ସମୟରେ ଅଗ୍ନିକାଣ୍ଡ ପ୍ରଥମେ ଦେଖାଯାଇଥିଲା। ଯାହା ଫଳରେ ଜନଗହଳିପୂର୍ଣ୍ଣ ବୁର୍ରାବଜାରରେ ଆତଙ୍କ ଖେଳିଯାଇଥିଲା। ସମୟ ମଧ୍ୟରେ ବାହାରକୁ ନଆସିପାରିବାରୁ ଅନେକ ଅତିଥି ସେମାନଙ୍କ କୋଠରୀରେ ଫସି ରହିଥିଲେ। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା କିନ୍ତୁ ନିଆଁ ବ୍ୟାପି ଯିବାରୁ ଉଦ୍ଧାର କାର୍ଯ୍ୟ କଠିନ ହୋଇଥିଲା।
ମୃତକଙ୍କ ପରିବାରକୁ ସୂଚିତ କରାଯାଇଛି ଏବଂ ଶେଷକୃତ୍ୟ ପାଇଁ ମୃତଦେହଗୁଡ଼ିକୁ ଓଡ଼ିଶା ଆଣିବାର ବ୍ୟବସ୍ଥା କରାଯାଉଛି। କର୍ତ୍ତୃପକ୍ଷ ଅଗ୍ନିକାଣ୍ଡର କିପରି ଘଟିଲା ତାହାର ତଦନ୍ତ କରୁଛନ୍ତି।