Live Now

Operation Sindoor: ଦ୍ୱିପାକ୍ଷିକ DGMO ସ୍ତରରେ ଆଲୋଚନା ବିଳମ୍ବ, ସନ୍ଧ୍ୟାରେ ହୋଇପାରେ କଥାବାର୍ତ୍ତା

Operation Sindoor: ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ତେବେ ଆମେରିକାର ହସ୍ତକ୍ଷେପ ପରେ ଯୁଦ୍ଧରେ ଅବସାନ ଘଟିଥିଲା। ତେବେ ଉଭୟ ଏକ ନ୍ୟୁଟ୍ରାଲ ସ୍ଥାନରେ ବସି ଉଭୟ ରାଷ୍ଟ୍ର ଏହା ସ୍ଥାୟୀ ସମାଧାନ କରିବାକୁ ଆମେରିକାର ଟ୍ରମ୍ପ କହିଥିଲେ। ଏଥିପାଇଁ ଆଜି ଅର୍ଥାତ ୧୨ ମଇକୁ ଧାର୍ଯ୍ୟ କରାଯାଇଥିଲା। ଉଭୟ ରାଷ୍ଟ୍ରର ଡିଜିଏମଓ ସ୍ତରରେ ଆଲୋଚନା ହେବାର ଥିଲା। ଆଜି ସନ୍ଧ୍ୟାରେ ଏହି ଆଲୋଚନା ହେବା ନେଇ ଜଣାପଡ଼ିଛି।

Operation Sindoor: ଦ୍ୱିପାକ୍ଷିକ DGMO ସ୍ତରରେ ଆଲୋଚନା ବିଳମ୍ବ, ସନ୍ଧ୍ୟାରେ ହୋଇପାରେ କଥାବାର୍ତ୍ତା
12 May 2025 08:23 PM (IST)

PM Modi Address to Nation: 'ଭାରତ ମାତା କି ଜୟ', 'ଭାରତ ମାତା କି ଜୟ', 'ଭାରତ ମାତା କି ଜୟ', କହି ନିଜର ଅଭିଭାଷଣ ଶେଷ କରିଛନ୍ତି ପ୍ରଧାନମନ୍ତ୍ରୀ ।

12 May 2025 08:21 PM (IST)

PM Modi Address to Nation: ମୁଁ ସମଗ୍ର ବିଶ୍ୱକୁ କହୁଛି ଯେ, ଯଦି ପାକିସ୍ତାନ ସହ କଥା ହେବୁ ତେବେ ଆତଙ୍କବାଦୀ ଏବଂ ପିଓକେ ଉପରେ ହିଁ କଥା ହେବୁ ।

12 May 2025 08:20 PM (IST)

PM Modi Address to Nation: ପାକିସ୍ତାନ ସୈନିକ ଏବଂ ସରକାର ଯେପରି ଆତଙ୍କବାଦୀଙ୍କୁ ପ୍ରସୟ ଦେଉଛନ୍ତି ତାହା ଗୋଟେଦିନ ପାକିସ୍ତାନକୁ ହିଁ ଶେଷ କରିଦେବ ।

12 May 2025 08:19 PM (IST)

PM Modi Address to Nation: ସବୁ ପ୍ରକାରର ଆତଙ୍କବାଦ ବିରୋଧରେ ଆମେ ସମସ୍ତେ ଏକଜୁଟ ରହିବା ତଥା ଏକତା ସବୁଠୁ ବଡ଼ ଶକ୍ତି ।

12 May 2025 08:17 PM (IST)

PM Modi Address to Nation: 'ଅପରେସନ ସିନ୍ଦୂର' ଜରିଆରେ ସମଗ୍ର ବିଶ୍ୱ ଭାରତର ଶକ୍ତି ଦେଖିଛି । ଆମେ ଆମ ନାଗରିକଙ୍କୁ ସବୁ କ୍ଷେତ୍ରରେ ବଞ୍ଚାଇବାକୁ ଲଗାତାର ଭାବେ ନିର୍ଣ୍ଣାୟକ ପଦକ୍ଷପ ଗ୍ରହଣ କରିବୁ ।

12 May 2025 08:16 PM (IST)

PM Modi Address to Nation: ଭାରତରେ ଆତଙ୍କବାଦ ହମଲା ହେଲେ ଏହାର ମୁହଁତୋଡ ଜବାବ ଦିଆଯିବ ଆମ ଶୈଳୀରେ ।

12 May 2025 08:14 PM (IST)

PM Modi Address to Nation: ଭାରତର ୩ସେନା ଯଥା ବାୟୁସେନା, ସ୍ଥଳସେନା, ଜଳସେନା ଆଲର୍ଟରେ ଅଛନ୍ତି । ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାରଷ୍ଟ୍ରାଇକ୍ ପରେ ଅପରେସନ ସିନ୍ଦୁର ଏବେ ଭାରତର ନୀତି

12 May 2025 08:12 PM (IST)

PM Modi Address to Nation: ଭାରତ ପ୍ରଥମ ୩ଦିନରେ ପାକିସ୍ତାନକୁ ଭୟାଳୁ କରିଦେଇଥିଲା । ପାକିସ୍ତାନ ସାରା ଦୁନିଆ ସାମ୍ନାରେ ଏହାକୁ ରୋକିବାକୁ ଗୁହାରି କରିଥିଲା ।

12 May 2025 08:11 PM (IST)

PM Modi Address to Nation: ଭାରତ ଆକ୍ରମଣ ପରେ ପାକିସ୍ତାନ ହତାସ ହୋଇଗଲା । ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ପାକିସ୍ତାନର ଡ୍ରୋନ, ମିସାଇଲ୍ ଭାରତ ଭିତରକୁ ଆସିବା ସମୟରେ ଆମ ଏୟାର ଡିଭେନ୍ସ ସିଷ୍ଟମ ହିଁ ସେଗୁଡିକୁ ଆକାଶମାର୍ଗରେ ନଷ୍ଟ କରିଥିଲା ।

12 May 2025 08:09 PM (IST)

PM Modi Address to Nation: ଆତଙ୍କବାଦୀ ଆମ ଭଉଣୀମାନଙ୍କ ସିନ୍ଦୁର ପୋଛିଥିଲେ ସେଥିପାଇଁ ଆମ ଯବାନ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଦେଲେ ।

12 May 2025 08:08 PM (IST)

PM Modi Address to Nation: ଯେତେବେଳେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ପକ୍ଷରୁ ଆକ୍ରମଣ କରାଗଲା ସେତେବେଳେ ଆତଙ୍କବାଦୀ ଭୟରେ ଥରିବାକୁ ଲାଗିଲେ ।

12 May 2025 08:06 PM (IST)

PM Modi Address to Nation: ୬ ମଇରେ ଭାରତୀୟ ସେନା ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଆତଙ୍କବାଦୀମାନେ ସ୍ୱପ୍ନରେ ବି ଭାବିନଥିବେ ଭାରତ ପକ୍ଷରୁ ଏପରି କରାଯିବ ବୋଲି ।

12 May 2025 08:05 PM (IST)

PM Modi Address to Nation: ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦେଶ ଦାବି କରିଥିଲା । ତେଣୁ ୩ ସେନାଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅପରେସନ ସିନ୍ଦୁର କେବଳ ଏକ ନାମ ନୁହେଁ । ଏହା ଦେଶର କୋଟି କୋଟି ଲୋକଙ୍କ ଭାବନାର ପ୍ରତିମ୍ୱିବ । ଅପରେସନ ସିନ୍ଦୁର ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା ।

12 May 2025 08:04 PM (IST)

PM Modi Address to Nation: ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଯେଉଁ କାଣ୍ଡ କରିଥିଲେ ତାହା ସମଗ୍ର ଦେଶକୁ ଦୋହଲାଇଦେଇଥିଲା । ପରିବାର ସାମ୍ନାରେ ନିଜ ପ୍ରିୟଜନଙ୍କୁ ବିଭିତ୍ସ ହତ୍ୟା କରିଥିଲେ ଆତଙ୍କବାଦୀ । ମୋ ପାଇଁ ବ୍ୟକ୍ତିଗତ ଭାବେ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା ।

12 May 2025 08:02 PM (IST)

PM Modi Address to Nation: ସର୍ବପ୍ରଥମେ ଭାରତର ପରାକ୍ରମୀ ସେନାଙ୍କୁ, ବୈଜ୍ଞାନିକଙ୍କୁ ସମଗ୍ର ଭାରତବାସୀଙ୍କ ତରଫରୁ ସାଲ୍ୟୁଟ୍ କରୁଛି - ପ୍ରଧାନମନ୍ତ୍ରୀ ମୋଦୀ

12 May 2025 07:59 PM (IST)

ମାତ୍ର କିଛି ସମୟ ମଧ୍ୟରେ ସମଗ୍ର ଦେଶକୁ ସମ୍ୱୋଧନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ

12 May 2025 04:14 PM (IST)

ପ୍ରଧାନମନ୍ତ୍ରୀ ମୋଦି ଆଜି ରାତି ପ୍ରାୟ ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ 

12 May 2025 02:52 PM (IST)

Operation Sindoor: ଆମର ସମସ୍ତ ପ୍ରକାରର ସିଷ୍ଟମ, ଯୁଦ୍ଧାସ୍ତ୍ର ଆଦି ସକ୍ରିୟ ରହିଛି। ଆମେ କୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛୁ। 

12 May 2025 02:50 PM (IST)

Operation Sindoor: ଆମର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରିବା ଶତ୍ରୁ ରାଷ୍ଟ୍ର ପକ୍ଷେ ଅସମ୍ଭବ ରହିଥିଲା। ଚିନି କ୍ଷେପଣାସ୍ତ୍ରକୁ ମଧ୍ୟ ମାରି ଖସାଇବାରେ ସଫଳ ହୋଇଛି। ଏହି ଯୁଦ୍ଧରେ ସୀମା ସୁରକ୍ଷା ବଳ ମଧ୍ୟ ବେଶ ସହଯୋଗ କରିଛନ୍ତି। 

12 May 2025 02:49 PM (IST)

Operation Sindoor: ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ପରେ ଆମକୁ ଜଣା ଥିଲା ଯେ ପାକିସ୍ତାନ ପାଲଟା ଆକ୍ରମଣ କରିବ। ଏଥିପାଇଁ ଆମେ ବାୟୁସେନାକୁ ମଧ୍ୟ ସକ୍ରିୟ ରଖିଥିଲୁ। ଆମର ସୁରକ୍ଷା ବ୍ୟବସ୍ଥାକୁ ତ୍ରିସ୍ତରୀୟ କରିଥିଲୁ। ଯାହା ଫଳରେ ଆମେ ଶତ୍ରୁ ରାଷ୍ଟ୍ରକୁ ମାତ ଦେବାରେ ସକ୍ଷମ ହୋଇଛି। 

12 May 2025 02:46 PM (IST)

Operation Sindoor: ୯ ଓ ୧୦ ତାରିଖରେ ଶତ୍ରୁ ରାଷ୍ଟ୍ର ପକ୍ଷରୁ ଆମ ଉପରେ ଘନ ଘନ ଆକ୍ରମଣ କରାଯାଇଥିଲା। ମାତ୍ର ଆମର ଏୟାର ଡିଫେନ୍ସ ସିଷ୍ଟମ ତାକୁ ବିଫଳ କରିବାରେ ସକ୍ଷମ ହୋଇଛି। 

12 May 2025 02:44 PM (IST)

Operation Sindoor: ତିନି ସେନାଙ୍କ ସହିତ ସହଯୋଗରେ ଆମେ ଏହି ଯୁଦ୍ଧକୁ ସଫଳତାର ସହିତ ଲଢିଥିଲୁ। ବିଗତ କିଛି ବର୍ଷ ମଧ୍ୟରେ ଆତଙ୍କୀ କାର୍ଯ୍ୟକଳାପରେ ପରିବର୍ତ୍ତନ ଆସିଥିଲା। ନୀରିହ ଲୋକଙ୍କୁ ଆତଙ୍କୀ ଟାର୍ଗେଟ କରୁଥିଲେ। ମନ୍ଦିରକୁ ଯାଉଥିବା ସମୟରେ ଶ୍ରଦ୍ଧାଳୁ ଓ ପାହଲଗାମର ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହତ୍ୟା କରିବା ଏହାର ଉଦାହରଣ।

12 May 2025 02:40 PM (IST)

Operation Sindoor: ଏହି ଯୁଦ୍ଧରେ ଭାରତୀୟ ସେନା ଶତ୍ରୁ ରାଷ୍ଟ୍ରର ସମସ୍ତ ଆକ୍ରମଣକୁ ସଫଳତାର ସହ କଡ଼ା ଜବାବ ଦେଇଛି। ଆମେ ଶତୃରାଷ୍ଟ୍ର ନୁରଖାନ ଏୟାରବେସକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାରେ ସକ୍ଷମ ହୋଇଛି। 

12 May 2025 02:38 PM (IST)

Operation Sindoor: ଏହି ଯୁଦ୍ଧରେ ଆମେ ସର୍ବନିମ୍ନ କ୍ଷତିକୁ ଧ୍ୟାନରେ ରଖି ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଥିଲୁ। ଶୁଣନ୍ତୁ କଣ କହୁଛନ୍ତି ସେନାଅଧିକାରୀ

 

12 May 2025 02:37 PM (IST)

Operation Sindoor: ଆମର ଲଢେଇ ଆତଙ୍କବାଦୀକୁ ବିରୋଧରେ ରହିଥିଲା। ଗତ ୭ ତାରିଖରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ରହିଥିଲା। କିନ୍ତୁ ଦୁଃଖର କଥା ପାକିସ୍ତାନ ଆତଙ୍କବାଦୀଙ୍କ ସମର୍ଥନରେ ଆସିଥିଲା। ଫଳରେ ପାକିସ୍ତାନର କ୍ଷତି ପାଇଁ ସେ ନିଜେ ଦାୟୀ। 

12 May 2025 02:35 PM (IST)

Operation Sindoor: ଅପରେସନ ସିନ୍ଦୂର ଉପରେ ସୂଚନା ଦେଉଛନ୍ତି ସେନା ଅଧିକାରୀ। ଉପସ୍ଥିତ ଅଛନ୍ତି ଏୟାର ମାର୍ଶାଲ ଏକ ଭାରତୀ, ସ୍ଥଳସେନା ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଓ ନୌସେନା ଅଧିକାରୀ ଏଏନ ପ୍ରମୋଦ ଉପସ୍ଥିତ ରହିଛନ୍ତି। ସୂଚନା ଦେଉଛନ୍ତି ଏୟାର ଅପରେସନ ଡିଜି ଏୟର ମାର୍ସଲ ଏକେ ଭାରତୀ

12 May 2025 02:34 PM (IST)

Operation Sindoor: ଆରମ୍ଭ ହେଲା ତିନି ସେନାଙ୍କର ସାମ୍ବାଦିକ ସମ୍ମିଳନୀ। ଦ୍ୱିପାକ୍ଷିକ ଡିଜିଏମଓ ସ୍ତରୀୟ  ଆଲୋଚନା ପୂର୍ବରୁ ସୂଚନା ଦେଉଛନ୍ତି ତିନି ସେନାର ଅଧିକାରୀ। 

12 May 2025 02:28 PM (IST)

Operation Sindoor: ଆଉ କିଛି ସମୟ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ କରିବେ ତିନି ସେନା ଅଧିକାରୀ

12 May 2025 02:27 PM (IST)

Operation Sindoor: ଅପରେସନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ଚିତ୍ର ପ୍ରକାଶ ପାଇନାହିଁ। ଉଭୟ ଦେଶର ଡିଜିଏମଓଙ୍କ ମଧ୍ୟରେ ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ଏହି ଆଲୋଚନା ଦିନ ୧୨.୩୦ ରେ ହେବାର ଥିଲା, କିନ୍ତୁ ପରେ ଏହାର ସମୟ ପରିବର୍ତ୍ତନ କରାଯାଇଥିଲା। ଏବେ ଏହି ବୈଠକ ସନ୍ଧ୍ୟାରେ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ, ଉଭୟ ଦେଶର ଡିଜିଏମଓ ହଟଲାଇନ୍‌ରେ କଥା ହେବେ। ଏହି ଆଲୋଚନା ଭାରତର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ପାକିସ୍ତାନର ଡିଜିଏମଓ ମେଜର ଜେନେରାଲ କାସିମ ଅବଦୁଲ୍ଲାଙ୍କ ମଧ୍ୟରେ ହେବ। ପ୍ରତ୍ୟେକ ଅପଡେଟ୍ ଜାଣନ୍ତୁ...

 

Add Zee News as a Preferred Source

About the Author