Live Now

Odisha News Live Updates: ବଢ଼ିଲା EPFO ସୁଧହାର ,ପଢିନିଅନ୍ତୁ ଆଜିର ଆଉ କିଛି ତାଜା ଖବର


Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ବଢ଼ିଲା EPFO ସୁଧହାର ,ପଢିନିଅନ୍ତୁ ଆଜିର ଆଉ କିଛି ତାଜା ଖବର
10 February 2024 11:00 PM (IST)

ଶଙ୍ଖ ଭବନରେ ସୁଜ୍ଞାନ କୁମାରୀ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ...

ଶଙ୍ଖ ଭବନରେ ସୁଜ୍ଞାନ କୁମାରୀ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀରକୁ ଏକ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି ପାର୍ଟି ଅଫିସ ଏବଂ ପରେ ଶଙ୍ଖ ଭବନକୁ ନିଆଯାଇଥିଲା । ଅନେକ ବରିଷ୍ଠ ନେତା ସୁଜ୍ଞାନ କୁମାରୀଙ୍କ ଶେଷ ଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପ ପ୍ରଦାନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆସନ୍ତାକାଲି ଖଲ୍ଲିକୋଟରେ ରାଜ ପରିବାର ଶ୍ମଶାନ ଘାଟରେ ରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଅଧିକ ପଢ଼ନ୍ତୁ...

10 February 2024 10:44 PM (IST)

ଘୋଡ଼ା ବେପାର ଭୟରେ ଫ୍ଲୋର ଟେଷ୍ଟ ପର୍ଯ୍ୟନ୍ତ ତେଜସ୍ୱିଙ୍କ ଘରେ ରହିବେ ବିଧାୟକ...

ଘୋଡ଼ା ବେପାର ଭୟରେ ଫ୍ଲୋର ଟେଷ୍ଟ ପର୍ଯ୍ୟନ୍ତ ତେଜସ୍ୱିଙ୍କ ଘରେ ରହିବେ ବିଧାୟକ
ବିହାରରେ ନୀତୀଶ କୁମାରଙ୍କ ମେଣ୍ଟ ଛାଡିବା ପରେ ଏନଡିଏରେ ଯୋଗ ଦେଇଛନ୍ତି। ଏହା ପରେ ସେ ବିଜେପି ସହିତ ବିହାରରେ ସରକାର ଗଠନ କରିଛନ୍ତି। ନୀତୀଶ କୁମାର ନବମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ବର୍ତ୍ତମାନ ୧୨ ଫେବୃଆରୀରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସେ ଏକ ବଡ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏହାପୂର୍ବରୁ ବିହାର ରାଜନୀତିରେ ମଧ୍ୟ ଉତ୍ତେଜନା ଦେଖାଦେଇଛି। RJD ଏହାର ବିଧାୟକମାନଙ୍କୁ ବିଚ୍ଛିନ୍ନରୁ ରକ୍ଷା କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛି।

10 February 2024 10:30 PM (IST)

ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ, ଘେରିବେ ଦିଲ୍ଲୀ...

ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ, ଘେରିବେ ଦିଲ୍ଲୀ
ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଚାଷୀମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି। ଏଥିପାଇଁ ରବିବାର ଠାରୁ ହରିଆଣାର ସାତୋଟି ଜିଲ୍ଲାରେ ତିନି ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ଜିଲ୍ଲା ପଞ୍ଜାବର ସୀମା ସହିତ ଲାଗି ରହିଛି। ରାଜ୍ୟ ଗୃହ ସଚିବ ଟିଭିଏସ୍ ପ୍ରସାଦ ଶନିବାର ସନ୍ଧ୍ୟାରେ ଜାରି କରାଯାଇଥିବା ନିର୍ଦ୍ଦେଶରେ କହିଛନ୍ତି ଯେ ଫେବୃଆରୀ ୧୧ ତାରିଖ ସକାଳ ୬ଟାରୁ ଅମ୍ବାଲା, କୁରୁକ୍ଷେତ୍ର, କୈଥଲ, ଜିନ୍ଦ, ହିସାର, ଫତେହାବାଦ ଏବଂ ସିର୍ସା ଜିଲ୍ଲାରେ ଦିଲ୍ଲୀ ଅଭିମୁଖେ ଚାଲିଥିବା କୃଷକ ପଦଯାତ୍ରାକୁ ଦୃଷ୍ଟିରେ ରଖି କହିଛନ୍ତି। ଫେବୃଆରୀ ୧୩ରୁ ଇଣ୍ଟରନେଟ୍ ସେବା ମଧ୍ୟରାତ୍ରି ପର୍ଯ୍ୟନ୍ତ ବନ୍ଦ ରହିବ।

 

10 February 2024 10:15 PM (IST)

ବଢିଲା ମଧୁବାବୁ ଭତ୍ତା ପରିମାଣ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର।ଲିଙ୍କରେ କ୍ଲିକ କରି...

ବଢିଲା ମଧୁବାବୁ ଭତ୍ତା ପରିମାଣ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର।ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...

10 February 2024 10:00 PM (IST)

Keshav Maharaj: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ବିଦେଶୀ କ୍ରିକେଟର୍...

Keshav Maharaj: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ବିଦେଶୀ କ୍ରିକେଟର୍

Ayodhya ram mandir: ଦକ୍ଷିଣ ଆଫ୍ରିକାର ସ୍ପିନ୍ ବୋଲର କେଶବ ମହାରାଜ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଇଚ୍ଛା କରିଛନ୍ତି। ଅଧିକ ପଢ଼ନ୍ତୁ...

10 February 2024 09:45 PM (IST)

ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ...

ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓଡିଆ ପୁଅ ଡକ୍ଟର ପ୍ରମୋଦ କୁମାର ମିଶ୍ର। ଡକ୍ଟର ପି.କେ. ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଓଡିଶା ଇକୋନିମିକ୍ ଆସୋସିଏସନ ପକ୍ଷରୁ ଆୟୋଜିତ ୫୬ ତମ ବାର୍ଷିକ ସମ୍ମିଳନୀରେ ହୋଇଛନ୍ତି ମୁଖ୍ୟ ଅତିଥି। ସେ କହିଛନ୍ତି, ଜାତୀୟ ଅଭିବୃଦ୍ଧି ହାରରେ ଓଡିଶାର ଯୋଗଦାନ ରହିଛି। ପୂର୍ବ ଭାରତର ବି ଯୋଗଦାନ ଅଛି। ଦୁଇଦିନ ଧରି ଚାଲିବାକୁ ଥିବା ସମ୍ମିଳନୀରେ ପାଖପାଖି ୩୦୦ ପ୍ରତିନିଧି ସାମିଲ ହୋଇଛନ୍ତି। 

10 February 2024 09:36 PM (IST)

ଭୁବନେଶ୍ୱରରେ ରାଣୀଙ୍କ ପାର୍ଥିବ ଶରୀର...

ଭୁବନେଶ୍ୱରରେ ରାଣୀଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର ପହଞ୍ଚିସାରିଛି ୧୦ ଥରର ବିଧାୟିକା ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର। ଚେନ୍ନାଇରେ ଗତକାଲି ରାତିରେ ତାଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି ମରଶରୀରକୁ ଭୁବନେଶ୍ୱର ଅଣାଯାଇଛି। ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ ସୁଜ୍ଞାନଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରେ ସୁଜ୍ଞାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପରେ ବିଜେଡିର ବହୁନେତା ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। 

10 February 2024 09:15 PM (IST)

ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଗୁରୁତର...

ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଗୁରୁତର
ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା କାନୁଟ ଗାଁ ଉପରପଡ଼ାରେ ଅଦାବରିଆ ପରିବାରର ଘରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ସମସ୍ତଙ୍କ ଶରୀରର କିଛି କିଛି ଅଂଶ ପୋଡ଼ି ଯାଇଛି। କାହାର କେବଳ ଗୋଡ଼ ଦୁଇଟି ପୋଡ଼ିଛି ତ କାହାର ଗୋଡ଼ ପିଠି ପୋଡ଼ିଛି। ସେହିଭଳି କାହାର ହାତ ଓ ଗୋଡ଼ ପୋଡ଼ିଛି। ସେମାନଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

10 February 2024 09:00 PM (IST)

ହଠାତ୍ ବିମାନର Emergency Gate ଖୋଲିଦେଲେ ଯାତ୍ରୀ, ଆଉ ତାପରେ... ...

ହଠାତ୍ ବିମାନର Emergency Gate ଖୋଲିଦେଲେ ଯାତ୍ରୀ, ଆଉ ତାପରେ... 

ନୂଆଦିଲ୍ଲୀ: ଅନେକ ସମୟରେ ବିମାନରେ ଯାତ୍ରା କରିବାବେଳେ କିଛି ଯାତ୍ରୀ ଏପରି କିଛି କାର୍ଯ୍ୟ କରିବସନ୍ତି ଯାହା ଜୀବନକୁ ବିପଦରେ ପକାଇଥାଏ । ବର୍ତ୍ତମାନ ଯେଉଁ ଖବର ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଥାଇଲାଣ୍ଡର । ଜଣେ ଯାତ୍ରୀ ଚିଆଙ୍ଗ ବିମାନବନ୍ଦରରେ ବିମାନ ଉଡାଣ ପୂର୍ବରୁ ଜରୁରୀକାଳୀନ ପ୍ରସ୍ଥାନ ଗେଟ୍ ଖୋଲି ଦେଇଥିଲେ । ବୁଧବାର ରାତିରେ ଏହି ଘଟଣା ଘଟିଥିଲା । ଅଧିକ ପଢ଼ନ୍ତୁ...

10 February 2024 08:45 PM (IST)

ସଡ଼କ ସୁରକ୍ଷା ପାଇଁ ସଚେତନତା ରାଲି...

ସଡ଼କ ସୁରକ୍ଷା ପାଇଁ ସଚେତନତା ରାଲି
ବନ୍ଦର ନଗରୀ ପାରାଦୀପ ରେ ସଡକ ସୁରକ୍ଷା ପାଇଁ ମିଳିତ ସଚେତନତା ରାଲି। ପାରାଦୀପ ରୋଟାରୀ କ୍ଲବ, ଇଣ୍ଡିଆନ ଅଏଲ, ପାରାଦୀପ ବନ୍ଦର ପ୍ରଶାସନ ଓ ପାରାଦୀପ କଲେଜ ଏନସିସି କ୍ୟାଡେଟମାନଙ୍କୁ ନେଇ ଏକ ସଚେତନତା ରାଲି ଆଜି ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ଦୋଛକି ଠାରୁ ଆରମ୍ଭ କରି ପାରାଦୀପ ଅଠରବାଙ୍କୀ ପର୍ଯ୍ୟନ୍ତ ଏହି ରାସ୍ତା ସବୁଠାରୁ ଜନଗହଳି ଓ ଦୁର୍ଘଟଣା ପ୍ରବଣ ରାସ୍ତା ହୋଇଥିବା ବେଳେ ଆଜି ଏହି ରାସ୍ତାର ଇଫ୍କୋ ଛକ ନିକଟରୁ ସଡକ ସୁରକ୍ଷା ଜୀବନ ରକ୍ଷା ଓ ମଦ୍ୟ ପାନ କରି ଗାଡି ଚଲାନ୍ତୁ ନାହିଁ ସ୍ଲୋଗାନ ସହ ହାତରେ ବ୍ୟାନର ଓ ପ୍ଲା କାର୍ଡ ଧରି ଆନ୍ତରିକତାର ସହିତ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଅଠରବାଙ୍କୀ ପର୍ଯ୍ୟନ୍ତ କରାଯିବା ସହ ପାରାଦୀପବାସୀ ତଥା ରାସ୍ତାରେ ଯାତାୟାତ କରୁଥିବା ଲୋକମାନଙ୍କୁ ସଚେତନ କରିଥିବା ପରିଲକ୍ଷିତ ହୋଇଥିଲା।

10 February 2024 08:29 PM (IST)

ଦୁବାଇରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ମୋଦୀ...

ଦୁବାଇରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ମୋଦୀ
ଅଯୋଧ୍ୟାରେ ରାମ ଲାଲାଙ୍କ ପବିତ୍ର ହେବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ମୁସଲମାନ ଦେଶରେ ଏକ ବିଶାଳ ମନ୍ଦିର ଉଦଘାଟନ କରିବାକୁ ଯାଉଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଖୋଲିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩ ଓ ୧୪ ତାରିଖରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ଦୁଇ ଦିନିଆ ଗସ୍ତ କରିବେ। ଏହି ସମୟରେ ସେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନଙ୍କ ସହ ବ୍ୟାପକ ଆଲୋଚନା କରିବେ ଏବଂ ଆବୁରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ। 

10 February 2024 08:15 PM (IST)

ଚେତାବନୀ ଦେଲେ ମତ୍ସ୍ୟଜୀବୀ...

ଚେତାବନୀ ଦେଲେ ମତ୍ସ୍ୟଜୀବୀ
୫ଦଫା ଦାବି ପୁରଣ ନହେଲେ ରାଜ୍ୟର ୧୨ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ପରିବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ ଓ ପାରମ୍ପରିକ ମତ୍ସ୍ୟ ଓ୍ବାର୍କର୍ସ ସଂଘ ପକ୍ଷରୁ ଚେତାବନୀ। ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ ପାରାଦୀପ ର ସଭାପତି ଶ୍ରୀକାନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟର ବିଭିନ୍ନ ମତ୍ସ୍ୟ ଉତ୍ପାଦକ ସଂଘର କର୍ମକର୍ତ୍ତାଙ୍କୁ ନେଇ ପାରାଦୀପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମତ୍ସଜୀବୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରା ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ଥ‌ିବା ନଦୀ ମୁହାଣଗୁଡ଼ିକୁ ଖନନ କରାଇବା, ମତ୍ସ୍ୟଜୀବୀଙ୍କୁ ଡିଜେଲ ସବସିଡ ପ୍ରଦାନ କରିବା,କଇଁଛ କଟକଣା ର ସମୟସୀମା ଓ ସୀମାକୁ କମ କରିବା ସହିତ ବଇଁଆ ବା ଚିହ୍ନଟ ଲଗାଇବା, ମତ୍ସ୍ୟଜୀବୀଙ୍କ ପାଇଁ ଏକ ସ୍ବତନ୍ତ୍ର ପାଣ୍ଠି ଗଠନ କରିବା,କଇଁଛ କଟକଣା ଆଳରେ ଫିସିଙ୍ଗ ଏରିଆରୁ ବୋଟଗୁଡ଼ିକୁ ବେଆଇନ ଭାବେ ଫରେଷ୍ଟ ବିଭାଗ ପକ୍ଷରୁ ଅଯଥା ହଇରାଣ କରାଇବା,ଉପକୂଳବର୍ତ୍ତୀ ଅଞ୍ଚଳରେ ଥ‌ିବା କମ୍ପାନୀଗୁଡିକର ବର୍ଜ୍ୟ ଜଳକୁ ସମୁଦ୍ର ଏବଂ ନଦୀରେ ନ ଛାଡ଼ିବା ପ୍ରଭୃତି ଦାବିକୁ ତୁରନ୍ତ ପୂରଣ କରିବାକୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି।

10 February 2024 08:00 PM (IST)

ଫେବୃଆରୀରୁ ମିଳିବ ବର୍ଦ୍ଧିତ ମଧୁବାବୁ ପେନସନ ଟଙ୍କା...

ଫେବୃଆରୀରୁ ମିଳିବ ବର୍ଦ୍ଧିତ ମଧୁବାବୁ ପେନସନ ଟଙ୍କା

ଭୁବନେଶ୍ୱର: ଯେଉଁମାନେ ମଧୁବାବୁ ପେନସନ ଯୋଜନାର ହିତାଧିକାରୀ ସେମାନଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର । ମଧୁବାବୁ ପେନସନ ଯୋଜନାରେ ୫୦୦ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ବର୍ତ୍ତମାନ ହିତାଧିକାରୀଙ୍କୁ ସର୍ବନିମ୍ନ ୧୦୦୦ ଟଙ୍କା ପେନସନ ମିଳିବ । ଚଳିତ ମାସରୁ ଏହି ବର୍ଦ୍ଧିତ ରାଶି ହିତାଧିକାରୀଙ୍କୁ ମିଳିବ । ଅଧିକ ପଢ଼ନ୍ତୁ...

10 February 2024 07:45 PM (IST)

ଝାମ୍ପିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର...

ଝାମ୍ପିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର
ଅତି ଚତୁରତାର ସହ ଅଳଙ୍କାର ବ୍ୟବସାୟୀଙ୍କୁ ଚକମା ଦେଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଛୁ ମାରିଲେ ଲୁଟେରା। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ରାଧାକୃଷ୍ଣ ଜୁଏଲର୍ସ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ ଜଣେ ଲୁଟେରା ଗ୍ରାହକ ସାଜି ଦୋକାନ ଭିତରକୁ ପ୍ରବେଶ କରିଥିଲେ। ପରେ ବିଭିନ୍ନ ପ୍ରକାର ଜିନିଷ କିଣିବା ପାଇଁ କହି ଦୋକାନୀଙ୍କୁ କହି ସୁନା ଅଳଙ୍କାର ଗୁଡିକୁ କାଚ ବାକ୍ସରୁ ବାହାରକୁ ବାହାର କରିଥଲେ। ଆଉ ସେହି ସମୟରେ ସମସ୍ତ ଜିନିଷକୁ ଧରି ଏକ ବାଇକରେ ଅପେକ୍ଷା କରିଥିବା ସାଥି ସହିତ ହଠାତ ଛୁ ମାରିଥିଲେ। ସେପଟେ ଦୋକାନୀ ବନ ବିହାରୀ କାମିଳା ଲୁଟେରାଙ୍କୁ ଧରିବା ପାଇଁ ଚେଷ୍ଟା କରିଥଲେ ମଧ୍ୟ୍ୟ ବିଫଳ ହୋଇଥିଲେ। ଏହାକୁ ନେଇ ବର୍ତ୍ତମାନ ଜଳେଶ୍ୱର SDPO ଦିଲ୍ଲୀପ କୁମାର ସାହୁଙ୍କ ସହ ତାଳସାରି ମେରାଇନ ପୋଲିସ ପହଂଚି CCTV ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

10 February 2024 07:30 PM (IST)

ପୋଖରୀ ହୁଡ଼ାରୁ ମହିଳାଙ୍କ ମୃତଦେହ ଉଦ୍ଧାର...

ପୋଖରୀ ହୁଡ଼ାରୁ ମହିଳାଙ୍କ ମୃତଦେହ ଉଦ୍ଧାର
ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅର୍ନ୍ତଗତ ୬୦ ନମ୍ବର ଜାତୀୟ ରାଜପଥ ଜମାଳପୁର ବାଇପାସ୍ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀ ହୂଡାରୁ ଅଖାରେ ଭର୍ତ୍ତି ହୋଇଥିବା ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସ୍ଥାନୀୟ କିଛି ଲୋକ ଚାଷକାର୍ଯ୍ୟ ପାଇଁ ବିଲକୁ ଯାଉଥିବା ବେଳେ ଦୁର୍ଗନ୍ଧ ହେଉଥିବା ଜାଣି ପୋଖରୀ ପାଖକୁ ଯାଇ ଏକ ଅଖା ବସ୍ତାରେ ମୃତଦେହ ଭର୍ତ୍ତି ଥିବା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜଳେଶ୍ବର ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଅଖା ବସ୍ତାରୁ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଥିଲା। କେହି ଦୁର୍ବୃତ୍ତ ଦୁଇ ତିନିଦିନ ପୂର୍ବରୁ ହତ୍ୟା କରି ଅଖା ବସ୍ତାରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଶବଟି ସମ୍ପୂର୍ଣ୍ଣ ଭାବରେ ପଚି ଯାଇଥିବାରୁ ଚିହ୍ନଟ କରାଯାଇ ପାରିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

10 February 2024 07:15 PM (IST)

ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା ଉଦଘାଟିତ...

ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା ଉଦଘାଟିତ
ଶନିବାର ଦିନ ନୂଆଦିଲ୍ଲୀରେ ବିଶ୍ୱ ପୁସ୍ତକ ମେଳା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଯୋଗଦେଇ ପୁସ୍ତକ ସହିତ ମାନବ ଜାତିର ସବୁବେଳେ ଅନାବିଳ ସୁସମ୍ପର୍କ ରହି ଆସିଛି। ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁସ୍ତକ ଗୁଡ଼ିକ କେବେ ବି ନିଜର ଚମକ ହରାଇନାହିଁ ବୋଲି ସେ କହିଥିଲେ। 

 

10 February 2024 07:00 PM (IST)

ମହାନଦୀ ବ୍ରିଜରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା...

ମହାନଦୀ ବ୍ରିଜରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
ସମ୍ବଲପୁର ଦ୍ଵିତୀୟ ମହାନଦୀ ସେତୁରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ଗତକାଲି ସନ୍ଧ୍ୟାରେ ଚନ୍ଦନ ଅଗ୍ରୱାଲ ନାମକ ଜଣେ ଯୁବକ ମହାନଦୀ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ। ତୁରନ୍ତ ଅଗ୍ନିଶମ ବିଭାଗ ତରଫରୁ ଉଦ୍ଧାର କରାଯାଇ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ଥିତି ଗୁରୁତର ହେବାରୁ ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ ଚନ୍ଦନଙ୍କର ବାପା ମାଙ୍କର ମୃତ୍ୟ ହୋଇଯାଇଛି। ସେଥିପାଇଁ ସେ ମାନସିକ ଭାରସାମ୍ୟ ହରାଇ ନିଶା ସେବନ ଆରମ୍ଭ କରିଦେଇଥିଲେ। ନିଶା ସେବନ ପାଇଁ ସାଙ୍ଗମାନେ ମଧ୍ୟ ତାଙ୍କ ଠାରୁ ଦୁରେଇ ଯାଇଥିବା କହିଥିଲେ ତାଙ୍କ ଭାଇ। ଚନ୍ଦନ ଗୋଟିଏ ପେଟ୍ରୋଲ ପମ୍ପ ରେ ମଧ୍ୟ କାର୍ଯ୍ୟରତ ଥିଲେ।

10 February 2024 06:45 PM (IST)

ଆସନ୍ତାକାଲି ମହାନଦୀ ହାଫ ମାରାଥନ ଦୌଡ଼ ପ୍ରତିଯୋଗିତା...

ଆସନ୍ତାକାଲି ମହାନଦୀ ହାଫ ମାରାଥନ ଦୌଡ଼ ପ୍ରତିଯୋଗିତା
ଆସନ୍ତା କାଲି ସମ୍ବଲପୁରରେ ମହାନଦୀ ହାଫ ମାରାଥନ ଦୌଡ଼ ପ୍ରତିଯୋଗିତା। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ହେଉଥିବା ଏହି ହାଫ ମାରାଥନରେ ରାଜ୍ୟ ସହ ରାଜ୍ୟ ବାହାରୁ ମଧ୍ୟ ପ୍ରତିଯୋଗୀମାନେ ଭାଗ ନେବେ। ବର୍ତ୍ତମାନ ପର୍ଯ୍ୟନ୍ତ ଅନଲାଇନରେ ଅଢେଇ ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ରେଜିଷ୍ଟ୍ରେସନ କରି ସାରିଥିବା ବେଳେ ଅଫଲାଇନ ରେଜିଷ୍ଟ୍ରେସନ ଚାଲୁ ରହିଛି। ୧୧ ତାରିଖ ସକାଳ ସାଢେ ପାଞ୍ଚ ପର୍ଯ୍ୟନ୍ତ ସ୍ପଟ ରେଜିଷ୍ଟ୍ରସନ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିବା କୁହାଯାଇଛି। ଆସନ୍ତା କାଲି ସକାଳ ୬ଟାରୁ ଏହି ଦୌଡ଼ ପ୍ରତିଯୋଗିତା ମହାନଦୀ କୁଳ ସମଲେଶ୍ୱରୀ ମନ୍ଦିରର ଦ୍ଵିତୀୟ ଦ୍ୱାର ପାଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

10 February 2024 06:30 PM (IST)

ହଲଦ୍ୱାନୀ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ...

ହଲଦ୍ୱାନୀ ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ
ହଲଦ୍ୱାନୀ ହିଂସାର ମାଷ୍ଟରମାଇଣ୍ଡ ଅବଦୁଲ ମଲ୍ଲିକ ପୋଲିସକୁ ଅଟକ ରଖିଛି। ଅବଦୁଲ ମଲିକଙ୍କ ସହ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି ପୋଲିସ ଷ୍ଟେସନରେ ପହଞ୍ଚିଛି। ଏଠାରେ କହି ରଖୁ କି ଅବଦୁଲ ମଲିକ ହେଉଛନ୍ତି ମାଷ୍ଟରମାଇଣ୍ଡ ଯିଏ ଧର୍ମ ନାମରେ ସରକାରୀ ଜମିକୁ ହଡପ କରିବାକୁ ଷଡଯନ୍ତ୍ର କରିଥିଲେ। ଏହା ସହିତ ହଲଦ୍ୱାନୀ ସହରକୁ ହିଂସା ନିଆଁ ଲଗାଇବା ସହିତ ଦଙ୍ଗା ସୃଷ୍ଟି କରିଥିଲେ। ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୬ ଜଣ ପ୍ରାଣ ହରାଇଥିବାବେଳେ ପୋଲିସ ସମେତ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

10 February 2024 06:15 PM (IST)

ଭାରତ-ପାକ ସୀମାରେ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ...

ଭାରତ-ପାକ ସୀମାରେ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ
ପଞ୍ଜାବରେ ଭାରତ-ପାକ ସୀମା ନିକଟରେ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ। ଗୁରୁଦାସପୁର ନିକଟବର୍ତ୍ତୀ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛି ଭାରତୀୟ ସୀମା ସୁରକ୍ଷା ବଳ । ଗତକାଲି ରାତିରେ ଏହି ଅପରେସନରେ ସଫଳତା ମିଳିଛି । ଉଦ୍ଧାର ହୋଇଥିବା ଡ୍ରୋନ ଚୀନ ନିର୍ମିତ ବୋଲି ଜଣାପଡିଛି। ଏହା ସର୍ଭିଲାନ୍ସ ବା ଗୁଇନ୍ଦାଗିରି କରିବା ଉଦ୍ଦେଶ୍ୟରେ ଭାରତୀୟ ସୀମାକୁ ପ୍ରେରଣ କରାଯାଇଥିବା ସନ୍ଦେହ କରାଯାଉଛି ।

10 February 2024 06:03 PM (IST)

Madhubabu Pension: ବୟସ୍କଙ୍କ ପାଇଁ ଖୁସି ଖବର । ବଢ଼ିଲା ମଧୁବାବୁ ପେନସନ୍ ଯୋଜନାର ଭତ୍ତା...

Madhubabu Pension: ବୟସ୍କଙ୍କ ପାଇଁ ଖୁସି ଖବର । ବଢ଼ିଲା ମଧୁବାବୁ ପେନସନ୍ ଯୋଜନାର ଭତ୍ତା ଟଙ୍କା । ଏହି ଯୋଜନାରେ ୫ ଶହ ଟଙ୍କା ଅଧିକ ବୃଦ୍ଧି କରାଯାଇଛି । ସେହିପରି ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧ ହଜାର ଟଙ୍କା କରାଯାଇଛି । ଚଳିତ ଫେବ୍ରୁୟାରୀରୁ ଏହା ଲାଗୁ ହେବ । ଫେବୃୟାରୀ ୨୦ରୁ ୨୫ ମଧ୍ୟରେ ବର୍ଦ୍ଧିତ ପେନସନ ମିଳିବ । ଏଥିପାଇଁ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ଜାତୀୟ ସାମାଜିକ ସୁରକ୍ଷା ହିତାଧିକାରୀ ମଧ୍ୟ ରାଜ୍ୟ ସରକାରଙ୍କ ଏହି ବର୍ଦ୍ଧିତ ଭତ୍ତା ପାଇବାର ସୁବିଧା ପାଇବେ । ଏଥିପାଇଁ ବାର୍ଷିକ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା ।

10 February 2024 05:45 PM (IST)

ଶବଦାହ ହେବ ସହଜ, ସ୍ୱର୍ଗଦ୍ୱାର ମୋବାଇଲ୍ ଆପ୍ ଲୋକାର୍ପିତ...

ଶବଦାହ ହେବ ସହଜ, ସ୍ୱର୍ଗଦ୍ୱାର ମୋବାଇଲ୍ ଆପ୍ ଲୋକାର୍ପିତ

ପୁରୀ: ଲୋକଙ୍କ ସୁବିଧା ପାଇଁ ତଥା ସହଜରେ ଶବଦାହ ପାଇଁ ପଞ୍ଜିକରଣ କରିବା ପାଇଁ ନୂଆ ଏକ ମୋବାଇଲ୍ ଆପ୍ ଲୋକାର୍ପିତ କରାଯାଇଛି । ଏହି ଆପର ନାଁ ରହିଛି 'ସ୍ୱର୍ଗଦ୍ୱାର ମୋବାଇଲ୍ ଆପ୍' । ଏହି ମୋବାଇଲ୍ ଆପକୁ ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ ଲୋକାର୍ପଣ କରିଛନ୍ତି । ଅଧିକ ପଢ଼ନ୍ତୁ...

10 February 2024 05:30 PM (IST)

Bollywood News: ୟାମି ଗୌତମଙ୍କୁ ଶୁଭେଚ୍ଛା ଜଣାଇଲେ କଙ୍ଗନା ରଣାୱତ, ଜାଣନ୍ତୁ କାରଣ...

Bollywood News: ୟାମି ଗୌତମଙ୍କୁ ଶୁଭେଚ୍ଛା ଜଣାଇଲେ କଙ୍ଗନା ରଣାୱତ, ଜାଣନ୍ତୁ କାରଣ

ଆଗକୁ ପିତା ମାତା ହେବାକୁ ଯାଉଛନ୍ତି ଆଦିତ୍ୟ ଧର ଏବଂ ୟାମି ଗୌତମ । ଏ ସମ୍ପର୍କରେ ନିକଟରେ ୟାମି ଗୌତମ ପୂର୍ବରୁ ସୂଚନା ଦେଇସାରିଛନ୍ତି । ବର୍ତ୍ତମାନ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।  ଅଭିନେତ୍ରୀ ୟାମି ଏବଂ ଆଦିତ୍ୟଙ୍କୁ ବଲିଉଡର ପ୍ରିୟ ଦମ୍ପତି ବୋଲି କହିଛନ୍ତି। ଅଧିକ ପଢ଼ନ୍ତୁ...

10 February 2024 05:15 PM (IST)

ବଢିଲା ମଧୁବାବୁ ପେନସନ ଯୋଜନା...

ବଢିଲା ମଧୁବାବୁ ପେନସନ ଯୋଜନା
ବୟସ୍କଙ୍କ ପାଇଁ ଖୁସି ଖବର। ବଢ଼ିଲା ମଧୁବାବୁ ପେନସନ୍ ଯୋଜନାର ଭତ୍ତା ଟଙ୍କା। ଏହି ଯୋଜନାରେ ୫ ଶହ ଟଙ୍କା ଅଧିକ ବୃଦ୍ଧି କରାଯାଇଛି। ସେହିପରି ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧ ହଜାର ଟଙ୍କା କରାଯାଇଛି। ଚଳିତ ଫେବ୍ରୁୟାରୀରୁ ଏହା ଲାଗୁ ହେବ। ଫେବୃୟାରୀ ୨୦ରୁ ୨୫ ମଧ୍ୟରେ ବର୍ଦ୍ଧିତ ପେନସନ ମିଳିବ। ଏଥିପାଇଁ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଜାତୀୟ ସାମାଜିକ ସୁରକ୍ଷା ହିତାଧିକାରୀ ମଧ୍ୟ ରାଜ୍ୟ ସରକାରଙ୍କ ଏହି ବର୍ଦ୍ଧିତ ଭତ୍ତା ପାଇବାର ସୁବିଧା ପାଇବେ। ଏଥିପାଇଁ ବାର୍ଷିକ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା। ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ୫ଶହ ଟଙ୍କା, ୭ଶହ ଟଙ୍କା ଓ ୯୦୦ ଟଙ୍କା ପାଉଥିଲେ। ହେଲେ ବର୍ଦ୍ଧିତ ପେନସନ ଅନୁଯାୟୀ ବର୍ତ୍ତମାନ ସେମାନଙ୍କୁ ଏବେ ଯଥାକ୍ରମେ ୧୦୦୦ ଟଙ୍କା, ୧୨୦୦ ଟଙ୍କା ଓ ୧୪୦୦ ଟଙ୍କା ମିଳିବ।

10 February 2024 05:15 PM (IST)

ନିର୍ବାଚନ ପୂର୍ବରୁ ଲାଗୁ ହେବ CAA: ଗୃହମନ୍ତ୍ରୀ...

ନିର୍ବାଚନ ପୂର୍ବରୁ ଲାଗୁ ହେବ CAA: ଗୃହମନ୍ତ୍ରୀ
୨୦୨୪ ବର୍ଷ ହେଉଛି ଏକ ନିର୍ବାଚନର ବର୍ଷ। ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ସମସ୍ତ ଦଳ କ୍ରମାଗତ ଭାବରେ ଏହି ବିଷୟରେ ସେମାନଙ୍କର ପ୍ରସ୍ତୁତିକୁ ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ଆଜିକାଲି ପ୍ରାୟ ପ୍ରତିଦିନ ରାଜନୈତିକ ଦଳ ଏବଂ ସେମାନଙ୍କ ସହ ଜଡିତ ନେତାଙ୍କ ବିବୃତ୍ତି ବାହାରକୁ ଆସୁଛି। ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭା ନିର୍ବାଚନ ପୂର୍ବରୁ ସମଗ୍ର ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (CAA) କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି।

10 February 2024 05:00 PM (IST)

ଇମ୍ରାନଙ୍କୁ ହତ୍ୟା କରିପାରେ ପାକିସ୍ତାନ ସେନା: ପରିବାର ଲୋକଙ୍କ ଦାବି...

ଇମ୍ରାନଙ୍କୁ ହତ୍ୟା କରିପାରେ ପାକିସ୍ତାନ ସେନା: ପରିବାର ଲୋକଙ୍କ ଦାବି
ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗଣନା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରିବାର ସଦସ୍ୟ ଏକ ବଡ ଅଭିଯୋଗ ଆଣିଛନ୍ତି। ପାକିସ୍ତାନ ମୁଖ୍ୟ ତେହେରିକ୍-ଇ-ଇନସାଫ୍ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଭଉଣୀ ଆଲିମା ଗଣମାଧ୍ୟମକୁ କହିଛନ୍ତି ଯେ ସେନା ଇମ୍ରାନଙ୍କୁ ହତ୍ୟା କରିବାକୁ ଚାହୁଁଛି। ସାଧାରଣ ନିର୍ବାଚନରେ ​​ପିଟିଆଇ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି ବୋଲି ସେ ଦାବି କରିଛନ୍ତି। ଯଦି ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନର ନିର୍ବାଚନ ଆୟୋଗର ଆକଳନକୁ ଦେଖିବା ତେବେ ପରିସ୍ଥିତି ଏହିପରି ରହିଛି। ନ୍ୟାସନାଲ ଆସେମ୍ବ୍ଲିର ୨୫୦ଟି ଆସନରେ ଭୋଟ୍ ଗଣନା ଶେଷ ହୋଇଛି। ସ୍ୱାଧୀନ ପ୍ରାର୍ଥୀମାନେ ସର୍ବାଧିକ ୯୯ଟି ଆସନରେ ବିଜୟ ହାସଲ କରିଛନ୍ତି। ଏହି ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ନେତା ରହିଛନ୍ତି।

10 February 2024 04:45 PM (IST)

ପେଟିଏମ ୟୁଜରଙ୍କ ପାଇଁ ଆସିଲା ବଡ଼ ଅପଡେଟ...

ପେଟିଏମ ୟୁଜରଙ୍କ ପାଇଁ ଆସିଲା ବଡ଼ ଅପଡେଟ
ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ସଂକଟ କମିବାର ନାଁ ନେଉନାହିଁ। କମିବା ପରିବର୍ତ୍ତେ ଦିନକୁ ଦିନ ସମସ୍ୟା ଆହୁରି ବଢିବାରେ ଲାଗିଛି। UPI ସେବା ଚାଲୁ ରଖିବା ପାଇଁ ପେଟିଏମ୍ ଦ୍ୱାରା ପ୍ରୟାସ କରାଯାଉଛି। ୱାନ97 କମ୍ୟୁନିକେସନ ଏହାର Paytm ଆପ୍ଲିକେସନକୁ ତୃତୀୟ ପକ୍ଷକୁ ସ୍ଥାନାନ୍ତର କରିବାନେଇ ଚିନ୍ତା କରୁଛି। ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହା କରିବା ପଛରେ ଏହାର ଉଦ୍ଦେଶ୍ୟ ହେଉଛି ଯେ ଉପଭୋକ୍ତାମାନେ UPI ସେବା ଜାରି ରହିବ। ଏହି ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସି) ସହିତ ଆଲୋଚନା ଆରମ୍ଭ କରିଛି। NPCI ଦେଶରେ UPI ଇକୋସିଷ୍ଟମ୍ ଚଲାଇଥାଏ।

10 February 2024 04:25 PM (IST)

ଓଡ଼ିଶା କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ଛାତ୍ରୀବାସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର...

ଓଡ଼ିଶା କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ଛାତ୍ରୀବାସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

କୋରାପୁଟ: ସୁନାବେଡାରେ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଛାତ୍ରୀ ଜଣଙ୍କ ଗଣିତ ବିଭାଗରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀଙ୍କ ଘର କେନ୍ଦ୍ରାପଡା ବୋଲି ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

10 February 2024 04:14 PM (IST)

ହାତ ଧରିଲେ ଅଭିନେତା ମନୋଜ ମିଶ୍ର...

ହାତ ଧରିଲେ ଅଭିନେତା ମନୋଜ ମିଶ୍ର
କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର । ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ତଥା ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ସେ ଭୁବନେଶ୍ୱର ଆସି ହାତ ଧରିଛନ୍ତି ।

10 February 2024 04:01 PM (IST)

Top 10 News Headlines:...

Top 10 News Headlines:

ଅପରାହ୍ନର ୧୦ ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

10 February 2024 03:51 PM (IST)

ରାଜ୍ୟରେ ୪୦ ହଜାର କୋଟି ପୁଞ୍ଜି ନିବେଶ କରିବ JSW...

ରାଜ୍ୟରେ ୪୦ ହଜାର କୋଟି ପୁଞ୍ଜି ନିବେଶ କରିବ JSW
ରାଜ୍ୟରେ ପ୍ରତିଷ୍ଠା ହେବ ଇଲେକ୍ଟ୍ରିକ ଭେହିକିଲ ଓ ବ୍ୟାଟେର କମ୍ପାନୀ। ଇଭି ଓ ବ୍ୟାଟେରି ପ୍ରସ୍ତୁତ କରିବ JSW। ଏନେଇ ଆଜି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜେଏସଡବ୍ଲ୍ୟୁ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ସେପଟେ ଅଟୋମୋବାଇଲ କ୍ଷେତ୍ରରେ ପ୍ରଥମ ଥର ପାଇଁ ପାଦ ଥାପିବାକୁ ଯାଉଛି ଜେଏସଡବ୍ଲ୍ୟୁ। ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉଥିବାବେଳେ ଜେଏସଡବ୍ଲୁ କଟକ ନରାଜରେ ପ୍ରତିଷ୍ଠା କରିବ ଏହି ଶିଳ୍ପ। ରାଜ୍ୟରେ ଉତ୍ପାଦନ ହେବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଯାନ। ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ। 

10 February 2024 03:34 PM (IST)

ଆନ୍ଧ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...

ଆନ୍ଧ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଆନ୍ଧ୍ର ପ୍ରଦେଶରେ ଭୟଙ୍କର ଦୁର୍ଘଟଣା। ନେଲୋର ଜିଲ୍ଲାର ମୁସୁନୁରୁରେ ଦୁଇଟି ଟ୍ରକ୍ ଓ ଗୋଟିଏ ଘରୋଇ ବସ୍ ମଧ୍ୟରେ ଧକ୍କା। ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାତ ଜଣ ପ୍ରାଣ ହରାଇ ସାରିଲେଣି। ରାତି ପ୍ରାୟ ଦୁଇଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣାରେ ଯେ କେବଳ ସାତଜଣଙ୍କର ମୃତ୍ୟୁ ହୋଇଛି ତାହା ନୁହେଁ, ୧୫ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି। ଗୁରୁତରମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରଥମେ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ପରେ ଏକ ଯାତ୍ରୀବାହୀ ବସ ଆସି ଉକ୍ତ ଟ୍ରକ ଦ୍ୱୟକୁ ଧକ୍କା କରିଥିଲା । ବସର ସାମ୍ନା ଭାଗଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଛି । ମୃତକଙ୍କ ମଧ୍ୟରେ ଉଭୟ ଟ୍ରକ ଦ୍ୱୟ ଓ ବସର ଡ୍ରାଇଭର ଅଛନ୍ତି । ଡ୍ରାଇଭରମାନଙ୍କ ସହ ମୋଟ ଉପରେ ଚାରି ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି।

10 February 2024 03:20 PM (IST)

ଜାମିନ ସତ୍ତ୍ୱେ ଜେଲରେ ରହିପାରନ୍ତି ଇମ୍ରାନ! PTI ପ୍ରତି ପାକିସ୍ତାନରେ ବଢ଼ୁଛି ସମର୍ଥନ...

ଜାମିନ ସତ୍ତ୍ୱେ ଜେଲରେ ରହିପାରନ୍ତି ଇମ୍ରାନ! PTI ପ୍ରତି ପାକିସ୍ତାନରେ ବଢ଼ୁଛି ସମର୍ଥନ
ବହୁ ବାଦବିବାଦ ପରେ ଇମ୍ରାନ ଖାନ୍‌ଙ୍କୁ ମିଳିଲା ଜାମିନ। ପାକ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୯ଟି ମାମଲାରେ ଜାମିନ ପ୍ରଦାନ କରାଯାଇଛି। ପୂର୍ବତନ ବୈଦେଶିକ ମନ୍ତ୍ରୀ କୁରେସୀଙ୍କୁ ମଧ୍ୟ ୧୩ଟି ମାମଲାରେ ଜାମିନ ମିଳିଛି। ଜାମିନ ମିଳିବା ସତ୍ତ୍ୱେ ଜେଲ୍‌ରୁ ମୁକୁଳିବେ ନା ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅନ୍ୟପଟେ ପାକିସ୍ତାନରେ କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଓ ସସପେନ୍ସ ଜାରି ରହିଛି। ଏହାରି ମଧ୍ୟରେ ଚାଲିଛି ଭୋଟ୍ ଗଣତି। ତା ପୂର୍ବରୁ ଉଭୟ ନୱାଜ ସରିଫ୍ ଓ ଇମ୍ରାନ୍ ଖାନ୍ ସରକାର ଗଢିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ତେବେ ଭୋଟ୍ ଗଣତିରେ ଆଗରେ ରହିଛନ୍ତି ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍। ଜେଲ୍ ଭିତରୁ ନିର୍ବାଚନ ଭାର ସମ୍ଭାଳିଥିବା ଇମ୍ରାନ୍ ଖାନ୍‌ଙ୍କ ପିଟିଆଇ ସମର୍ଥିତ ସାଂସଦ ନୱାଜ ସରିଫଙ୍କୁ ପଛରେ ପକାଇଛନ୍ତି। ନୱାଜ ସରିଫଙ୍କ ପ୍ରତି ପାକିସ୍ତାନ ସେନାର ସମର୍ଥନ ଥିବା ସତ୍ତ୍ୱେ ଇମ୍ରାନ୍ ଆଗରେ ରହିଛନ୍ତି। ପାକିସ୍ତାନ ନିର୍ବାଚନ କମିଶନ, ଇମ୍ରାନ ଖାନଙ୍କ ପିଟିଆଇର ଚିହ୍ନ ବ୍ୟାଟକୁ ରଦ୍ଦ କରିଦେଇଥିଲେ।

10 February 2024 02:58 PM (IST)

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ...

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ
ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ଼ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ । ୭୩ ବର୍ଷିୟ ମିଥୁନ ଶନିବାର ସକାଳ ୧୦ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‍ ତାଙ୍କର ଚିକିତ୍ସା କରୁଛନ୍ତି । ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସମ୍ମାନ ଜନକ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଶନିବାର ସକାଳେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବା ପୂର୍ବରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ କେମିତି ଅଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ସେପଟେ ଅଭିନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶହ ଶହ ଫ୍ୟାନ୍ସ । ତେବେ ଏନେଇ ଅଭିନେତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

10 February 2024 01:48 PM (IST)

...

ମହାନଦୀ ସେତୁରୁ ଡେଇଁ  ଆତ୍ମହତ୍ୟା କଲେ ଯୁବକ 
ସମ୍ବଲପୁର ଦ୍ଵିତୀୟ ମହାନଦୀ ସେତୁରୁ ଡେଇଁ ଯୁବକ କଲେ ଆତ୍ମହତ୍ୟା । ଗତକାଲି ସନ୍ଧ୍ୟାରେ ଚନ୍ଦନ ଅଗ୍ରୱାଲ ନାମକ ଜଣେ ଯୁବକ ମହାନଦୀ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ । ଖବର ପାଇ  ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ତାଙ୍କୁ ଉଦ୍ଧାର କରାଯାଇ ସଦର ହସ୍ପିଟାଲ ରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

10 February 2024 01:16 PM (IST)

ବଢ଼ିଲା EPFO ସୁଧହାର...

ବଢ଼ିଲା EPFO ସୁଧହାର

EPFO କର୍ମଚାରୀଙ୍କ ଲାଗି ଖୁସି ଖବର। ବଢିଲା ଇପିଏଫ ସୁଧହାର। ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ଇପିଏଏଫ୍ ସୁଧହାର ବୃଦ୍ଧି କରାଯାଇଛି। ସୁଧହାର ୮. ୨୫କୁ ବୃଦ୍ଧି ହୋଇଛି। ପୂର୍ବ ତୁଳନାରେ ଇପିଏଫ ସୁଧହାରରେ ୦. ୧୦ ପ୍ରତିଶତ ବଢାଯାଇଛି। କର୍ମଚାରୀ ଭବିଷ୍ଯ ନିଧି ସଂଗଠନ ଇପିଏଫଓ ଏବଂ ସିବିଟି ତରଫରୁ ଏହି ସୁଧହାର ବୃଦ୍ଧି କରାଯାଇଛି।  ୬ କୋଟିରୁ ଅଧିକ କର୍ମଚାରୀ ଏହାର ଲାଭ ପାଇବେ।

10 February 2024 01:10 PM (IST)

ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ...

ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ

Mithun Chakraborty: ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ଼ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ।  ୭୩ ବର୍ଷିୟ ମିଥୁନ ଚକ୍ରବର୍ତ୍ତୀ ଶନିବାର ସକାଳ ୧୦ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଖବର ଅନୁଯାୟୀ, ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‍ ତାଙ୍କର ଚିକିତ୍ସା କରୁଛନ୍ତି । ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେପଟେ ଅଭିନେତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଫ୍ୟାନ୍ସ ।

10 February 2024 12:31 PM (IST)

୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ JSW ଗ୍ରୁପ୍‌...

୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ JSW ଗ୍ରୁପ୍‌

ବସ୍‌, ଟ୍ରକ, କାର୍‌ ପରି କମର୍ସିଆଲ ଗାଡ଼ି ଓ EV ବ୍ୟାଟେରୀ ଉତ୍ପାଦିତ ହେବ। ରାଜ୍ୟରେ ବିଦ୍ୟୁତ ଚାଳିତ କମର୍ସିଆଲ ଗାଡ଼ି ପାଇଁ MOU ସ୍ୱାକ୍ଷର। ରାଜ୍ୟ ସରକାର ଓ JSW ଗ୍ରୁପ୍‌ ମଧ୍ୟରେ MOU ସ୍ୱାକ୍ଷର।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ MOU ସ୍ୱାକ୍ଷର। ନରାଜରେ ୯ ଶହ ଏକର ଜମିରେ ପ୍ରକଳ୍ପ ପ୍ରତିଷ୍ଠା ନେଇ ଚୁକ୍ତି।

10 February 2024 12:24 PM (IST)

କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର...

କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର

କଂଗ୍ରେସରେ ମିଶିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର । ପିସିସି ସଭାପତି, ଓଡ଼ିଶା ପ୍ରଭାରୀ ଓ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ହାତ ଧରିବା ପରେ ମନୋଜ କହିଛନ୍ତି ନେତା ହେବା ପାଇଁ ଆସିନାହିଁ, ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି । ପଶ୍ଚିମ ଓଡ଼ିଶାରେ ଅନେକ ସମସ୍ୟା ଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । କଂଗ୍ରେସରେ ସାମିଲ ହୋଇ ଲୋକଙ୍କ ପାଇଁ ସ୍ୱର ଉଠାଇବେ ବୋଲି କହିଛନ୍ତି । ନିର୍ବାଚନ ଲଢିବେ କି ନାହିଁ ତାହା ଦଳ ସ୍ପଷ୍ଟ କରିବ ବୋଲି ମନୋଜ କହିଛନ୍ତି ।

10 February 2024 11:40 AM (IST)

 ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୪ ମୃତ...

 ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୪ ମୃତ

Odisha News: ଅଶୁଭ ଶନିବାର । ଇଟାଭାଟିରେ ଘଟିଗଲା ବଡ଼ ଅଘଟଣ।  ଶ୍ବାସରୁଦ୍ଧ ହୋଇ ଚାଲିଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ, ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ରହିଥିବା ଜଣାପଡିଛ। ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ନିକଟ ଇଟାଭାଟିରେ ଏହି ଅଘଟଣ ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି। 

10 February 2024 11:06 AM (IST)

ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ୩ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା...

ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ୩ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ୩ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ମ୍ୟାଚରୁ ବାଦ ପଡ଼ିଲେ ଶ୍ରେୟସ ଆୟର, କୋହଲିଙ୍କୁ ପୁଣି ବିଶ୍ରାମ ଦିଆଯାଇଛି। ଦଳରେ ସ୍ଥାନ ପାଇଲେ ନବାଗତ ବେଙ୍ଗଲ ସିମର ଆକାଶ ଦୀପ। ଦଳରେ ସ୍ଥାନ ପାଇଥିବା ଅନ୍ୟ ସବୁ ଖେଳାଳି ସ୍ଥାନ ବଜାୟ ରଖିଲେ। ଫେବ୍ରୁଆରୀ ୧୫ରେ ୩ୟ, ୨୩ରେ ୪ର୍ଥ, ମାର୍ଚ୍ଚ ୭ରେ ଅନ୍ତିମ ଟେଷ୍ଟ ଖେଳାଯିବ । 

10 February 2024 11:00 AM (IST)

ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ...

ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଛତିଶଗଡ଼ ରାଜ୍ୟପାଳ, କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଂଗଠନିକ ସମ୍ପାଦକ, ବିରୋଧି ଦଳ ନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଦୀର୍ଘ ସମୟ ଧରି ବିଧାୟିକା ଭାବେ ଓଡ଼ିଶାର ଜନମାନସରେ ସେ ସୁପରିଚିତ ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ଜଣେ ସ୍ପଷ୍ଟବାଦୀ ନେତ୍ରୀଙ୍କୁ ହରାଇଛି ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ରାଜ୍ୟ ରାଜନୀତି ଜଗତରେ ଜନପ୍ରତିନିଧି ଭାବେ ତାଙ୍କର ଲୋକସେବା କାର୍ଯ୍ୟ ଗୁଡ଼ିକ ଚିର ସ୍ମରଣୀୟ ହୋଇ ରହିବ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

10 February 2024 10:45 AM (IST)

ଦେଶରେ ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି...

ଦେଶରେ ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି

 ଦେଶରେ ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି । ଆଗାମୀ ଲୋକସଭା ନିର୍ବାନ ପାଇଁ ମତଦାତା ସୂଚୀର ପୁନଃନିରୀକ୍ଷଣ ଫଳାଫଳ ମୁତାବକ ଦେଶରେ ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି । ନୂଆ ଭୋଟରଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଦେଶର ମୋଟ ଜନସଂଖ୍ୟାର ୬୬.୭୬ ପ୍ରତିଶତ ଯୁବ ଭୋଟର ରହିଛନ୍ତି । ଦେଶରେ ୧୮ ରୁ ୨୯ ବର୍ଷ ମଧ୍ୟରେ ୨ କୋଟି ନୂଆ ଭୋଟର ପଞ୍ଚିକରଣ କରିଛନ୍ତି ।

10 February 2024 10:20 AM (IST)

...

ବିବାହକୁ ବର୍ଷେ ନପୁରୁଣ ଦ୍ବିତୀୟ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ ଦଲଜିତ୍ କୌର!

Dalljiet kaur: ଦ୍ବିତୀୟ ସ୍ବାମୀଙ୍କଠାରୁ ଅଲଗା ହେବେ ଟେଲିଭିଜନର ପପୁଲାର ଅଭିନେତ୍ରୀ ଦଲଜିତ୍ କୌର । ପ୍ରଥମ ସ୍ବାମୀ ଶାଲିନ୍ ଭାନୋଟଙ୍କ ସହ ଛାଡ଼ପତ୍ର ପରେ ବ୍ୟବସାୟୀ ନିଖିଲ ପଟେଲଙ୍କୁ ଦ୍ବିତୀୟ ବିବାହ କରିଥିଲେ ଅଭିନେତ୍ରୀ । ବାହାଘର ପରେ ସେ କେନିଆରେ ରହୁଥିଲେ । ଖବର ଅନୁଯାୟୀ, ପ୍ରଥମ ବିବାହ ବାର୍ଷିକୀ ନଆସୁଣୁ ଅଭିନେତ୍ରୀ ଦଲଜିତ୍ ସ୍ବାମୀ ନିଖିଲଙ୍କଠାରୁ ଅଲଗା ହୋଇଥିବା ନେଇ ଚର୍ଚ୍ଚା ଜୋରଧରିଛି । ତେବେ ଦଲଜିତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ହିଁ ପ୍ରଶଂସକଙ୍କୁ ଏନେଇ ଆଭାସ ମିଳିଛି। ବାସ୍ତବରେ, ନିକଟରେ ଅଭିନେତ୍ରୀ ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ନିଖିଲଙ୍କ ସମସ୍ତ ଫଟୋ ଓ ଭିଡ଼ିଓ ଡିଲିଟ୍ କରିଦେଇଛନ୍ତି । 

10 February 2024 09:55 AM (IST)

 ଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା ...

 ଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା 

Matriculation examination: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ବୋର୍ଡ ପରୀକ୍ଷା । ଏହି ପରୀକ୍ଷାକୁ କିଭଳି ସଠିକ୍ ଭାବେ ପରିଚାଳନା କରାଯିବ ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ), ଓଡ଼ିଶା ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ କପିକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ପରିଷଦ ପକ୍ଷରୁ କିଛି ନୂଆ ନିୟମ ଲାଗୁ କରାଯିବ । ତେବେ ଏହା ମଧ୍ୟରେ ବିଏସଇ, ଓଡ଼ିଶା ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି ।

10 February 2024 09:41 AM (IST)

ଭୁବନେଶ୍ବରରେ ଆଜି ସନ୍ଧ୍ୟାରେ ପହଞ୍ଚିବ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର...

ଭୁବନେଶ୍ବରରେ ଆଜି ସନ୍ଧ୍ୟାରେ ପହଞ୍ଚିବ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର

ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ହୋଇଛି। ସନ୍ଧ୍ୟାରେ ପହଞ୍ଚିବ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର ।  ଏନେଇ ସୂଚନା ଦେଇଛନ୍ତି ମର୍ଦ୍ଦରାଜ ପରିଷଦ ସମ୍ପାଦକ ସୁଧାଂଶୁ ସାହୁ । ଚେନ୍ନାଇରୁ ବିମାନ ଯୋଗେ ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିବ।  ଏହାପରେ ମରଶରୀର ଖଲ୍ଲିକୋଟ ନିଆଯିବାର ବ୍ୟବସ୍ଥା ହେବ। ପରେ ଶେଷକୃତ୍ୟ ପାଇଁ ପରବର୍ତ୍ତୀ ଅବସ୍ଥାରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ ବୋଲି ଜଣାପଡିଛି। ଗଞ୍ଜାମ ଜିଲ୍ଲା ପ୍ରତି ଏବଂ ଜିଲ୍ଲା ଶିକ୍ଷା ପ୍ରତି ଅନେକ ଅବଦାନ ରହିଛି। ଏପରି କି ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ପଛରେ ବି ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରିବାରର ଅନେକ ଅବଦାନ ଥିଲା ।

10 February 2024 08:51 AM (IST)

ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଡ଼ିଲା ଟ୍ରେନ...

ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଡ଼ିଲା ଟ୍ରେନ

ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଡ଼ିଲା ଟ୍ରେନ । ସୋନପୁର ଷ୍ଟେସନରୁ ପୁରୀକୁ ଗଡିଛି ଟ୍ରେନ । ଗତ ୩ ତାରିଖ ଦିନ ସମ୍ବଲପୁର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରେନର ଶୁଭାରମ୍ଭ କରିଥିଲେ । ଆଉ ଶେଷରେ ସୋନପୁରରୁ ପୁରୀକୁ ପ୍ରଥମ ଟ୍ରେନ୍ ଚଳାଚଳ କରିଛି । ଏଥିରେ ବହୁ ସ୍ଥାନୀୟ ଲୋକ ଯାତ୍ରା କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ସ୍ୱପ୍ନ ସାକାର ହେଉଛି ବୋଲି କହିବା ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଦିନରେ ଏହି ଷ୍ଟେସନରୁ ଆହୁରି ଅଧିକ ଟ୍ରେନ ଚଳାଚଳ କରିବାକୁ ଦାବି କରିଛନ୍ତି ଯାତ୍ରୀ ।

10 February 2024 08:47 AM (IST)

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୫ରେ  ନିଟ୍ (ୟୁଜି) ପରୀକ୍ଷା ...

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୫ରେ  ନିଟ୍ (ୟୁଜି) ପରୀକ୍ଷା 

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୫ରେ  ନିଟ୍(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ।  ଗୋଟିଏ ସିଟିଂରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ। ପରୀକ୍ଷା ଲାଗି ଆଜି ଠାରୁ  ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। 

10 February 2024 08:45 AM (IST)

ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର...

ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
 

 

10 February 2024 08:08 AM (IST)

ନରସିଂହ ରାଓ, ଚରଣ ସିଂହ ଓ ଏମ୍ ଏସ୍ ସ୍ବାମୀନାଥଙ୍କୁ ‘ଭାରତ ରତ୍ନ’...

ନରସିଂହ ରାଓ, ଚରଣ ସିଂହ ଓ ଏମ୍ ଏସ୍ ସ୍ବାମୀନାଥଙ୍କୁ ‘ଭାରତ ରତ୍ନ’

Bharat Ratna 2024: ଶୁକ୍ରବାର କେନ୍ଦ୍ର ସରକାର ପି.ଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂହ ଓ ଏମ୍ଏସ୍ ସ୍ବାମୀନାଥଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଦେବା ପାଇଁ ଘୋଷଣା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସୋସିଆଲ ମିଡ଼ିଆରେ ଏହି ସୂଚନା ଦେବାସହ ଏହି ମହାନ ବ୍ୟକ୍ତିତ୍ବଙ୍କ ଫଟୋ ପୋଷ୍ଟ କରିଛନ୍ତି ।

10 February 2024 07:15 AM (IST)

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ପଠାଯିବ ପ୍ରଶ୍ନପତ୍ର...

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ପଠାଯିବ ପ୍ରଶ୍ନପତ୍ର

Plus Two Exams: ଆସନ୍ତା ୧୬ ତାରିଖରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା (Plus Two Exams 2024) ।  ତା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା  ପରିଷଦ (ସିଏଚଏସଇ)  ପକ୍ଷରୁ  ଆଜି (ଶନିବାର) ଠାରୁ ପରୀକ୍ଷା ପରିଚାଳନା  ହବ୍ ଗୁଡିକୁ ପ୍ରଶ୍ନପତ୍ର ଓ ଉତ୍ତର  ଖାତା  ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଇବା ଦିଗରେ ପଦକ୍ଷେପ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୧୦ରୁ ୧୫  ଏବଂ ଦ୍ବୀତିୟ ପର୍ଯ୍ୟାୟରେ ଫେବୃଆରୀ ୨୯ ରୁ ମାର୍ଚ୍ଚ ୩ ମଧ୍ୟରେ  ପ୍ରଶ୍ନପତ୍ର ସହ ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର  ପଠାଯିବ। ତେଣୁ ସମ୍ପୃକ୍ତ କାଗଜପତ୍ର ସଂଗ୍ରହ କରିବାକୁ ଇଏମଏଚ୍ ସୁପର ଭାଇଜର ଓ ଡେପୁଟି ସୁପର ଭାଇଜର ଉପସ୍ଥିତ ରହିବାକୁ  ପରିଷଦ ପଶ୍ରରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ଓ  ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିବା ପୂର୍ବରୁ  ସମସ୍ତ ହବ୍ ରେ ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ସହ ପୋଲିସ୍ ମୃତୟନ କରିବାକୁ ୨୦୨ ହବ୍ ସୁପରଭାଇଜର ତଥା କଲେଜ ଅଧ୍ୟକ୍ଷ ମାନଙ୍କୁ କୁହାଯାଇଛି। ଉପାନ୍ତ ଓ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକର ପରୀକ୍ଷା କ୍ରେନ୍ଦ୍ରକୁ ପ୍ରଥମେ ପ୍ରଶ୍ନପତ୍ର ପଠାଯିବ ବୋଲି ଜଣାପଡି଼ଛି।  

10 February 2024 07:14 AM (IST)

ଆସନ୍ତାକାଲି ଠୁ ବର୍ଷା, ୧୭ ଜିଲ୍ଲାକୁ ଆଲର୍ଟ ଜାରି!...

ଆସନ୍ତାକାଲି ଠୁ ବର୍ଷା, ୧୭ ଜିଲ୍ଲାକୁ ଆଲର୍ଟ ଜାରି!

Weather Update: ରାଜ୍ୟରେ ଜାରି ରହିଛି ଶୀତର (Cold wave in odisha)। ଆସନ୍ତାକାଲି ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)ପକ୍ଷରୁ କୁହାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ୧୭ ଜିଲ୍ଲାରେ ବର୍ଷା (rain)ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡି଼କ ହେଲା, ନୂଆପଡା, ବରଗଡ,ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଢେଙ୍କାନାଳ, କଟକ, ଭଦ୍ରକ, ବାଲେଶ୍ବର, ମୟୂରଭଂଜ ଓ ଯାଜପୁର ରହିଛି। ୧୨ ତାରିଖ ଦିନ ମଧ୍ୟ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଏହା ସହ ୧୩ ଓ ୧୪ ତାରିଖରେ ମଧ୍ୟ ପାଗ ଶୁଖିଲା ରହିବା ସହ ରାତି ପାରଦ ଖସିବାର ସମ୍ଭାବନା ରହିଛି। 

10 February 2024 07:13 AM (IST)

 ...

 

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 

Padma Mukha Besha: ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ । ପଦ୍ମ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏନେଇ ଶୁକ୍ରବାର ସମସ୍ତ ପ୍ରସ୍ତୁତ ସରିବା ସହ ସ୍ବତନ୍ତ୍ର ନୀତକାନ୍ତି ଚୂଡ଼ାନ୍ତ ହୋଇଛି ।  ଖବର ଅନୁଯାୟୀ, ଆଜି ପଦ୍ମ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ବଡ଼ଛତା ମଠ ପକ୍ଷରୁ ପ୍ରଦତ୍ତ ସାମଗ୍ରୀରେ ଶ୍ରୀମନ୍ଦିର ଦୟଣାମାଳି ସେବକ ବସନ୍ତ ରଣାଙ୍କ ନେତୃତ୍ବରେ ବେଶ କାରିଗରମାନେ ଏହି ପଦ୍ମବେଶକୁ ପ୍ରସ୍ତୁତ କରିଛନ୍ତି । ସଂଧ୍ଯା ଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ପଦ୍ମବେଶ ବିଜେ କରାଯିବ । ବଡ଼ ସିଂହାର ବେଶରେ ଏହା ଶ୍ରୀଜିଉଙ୍କୁ ଲାଗି ହେବ । ପରଦିନ ଅବକାଶ ପୂର୍ବରୁ ବେଶ ଓଲାଗି ହେବ । ବଡ଼ ସିଂହାର ବେଶରେ ମହାପ୍ରଭୁଙ୍କୁ ପଦ୍ମବେଶ ଲାଗି ହୋଇଥାଏ । ଏହାପରେ ପହୁଡ଼ ନୀତୁ ଅନୁଷ୍ଠିତ ହୋଇଥାଏ । ତେଣୁ ରାତିରେ ଭକ୍ତମାନେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରିପାରିନଥାନ୍ତି । ପରଦିନ ମଙ୍ଗଳ ଆଳତି ପରେ ଶ୍ରୀଜିଉଙ୍କ ପଦ୍ମବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗେ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 

 

10 February 2024 07:11 AM (IST)

 ସରିଲା ବିଧାନସଭାର ଶେଷ ଅଧିବେଶନ...

 ସରିଲା ବିଧାନସଭାର ଶେଷ ଅଧିବେଶନ

Odisha News: ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅର୍ଥାତ୍ ଶେଷ ଅଧିବେଶନ ୨ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି। ଗୃହ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟସୂଚୀ ଥିଲେ ମଧ୍ୟ ବାଚସ୍ପତି ପ୍ରମିଳା ମଲ୍ଲିକ୍ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ପଞ୍ଚଦଶ ଅଧିବେଶନ ମାତ୍ର ୫ ଦିନ ଚାଲିଛି। ଚଳିତ ଅଧିବେଶନରେ ଗୁରୁବାର ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ର ୪ ମାସ( ଏପ୍ରିଲ୍-ଜୁଲାଇ) ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଆଗତ କରିଥିଲେ।  ଏହି କାମଚଳା ବଜେଟ୍ ଉପରେ ଶୁକ୍ରବାର ଆଲୋଚନା ହୋଇ ବ୍ୟୟ ମଂଜୁରୀ ବିଧେୟକ ଗୃହିତ ହୋଇଥିଲା। 

10 February 2024 07:08 AM (IST)

...

ଆଉ ନାହାଁନ୍ତି ପୂର୍ବତନ ବିଧାୟିକା ଭି ସୁଙ୍ଗାନ କୁମାରୀ ଦେଓ

ଆର ପାରିରେ ବାର୍ଷିୟାନ ପୂର୍ବତନ ବିଧାୟିକା ଭି ସୁଙ୍ଗାନ କୁମାରୀ ଦେଓ । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଏନେଇ ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି।

Add Zee News as a Preferred Source

About the Author