)
ଟ୍ରୁ କଲର୍ ଉପରେ ନିଷେଧାଦେଶ ଲଗାଇବାକୁ ଉଠିଲା ଦାବି; ଦିଲ୍ଲୀ ହାଇକୋର୍ଟ ନେଲେ ଏହି ନିଷ୍ପତ୍ତି
ଟ୍ରୁ କଲର୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଉଠିଛି ଦାବି। ହେଲେ ଟ୍ରୁ କଲର୍ ଆପ୍ ଉପରେ ନିଷେଧାଦେଶ ଲଗାଇବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଟ୍ରୁ କଲର୍ ଆପ୍ ମାଧ୍ୟମରେ ଏକ ଅଜ୍ଞାତ ନମ୍ବର ସହାୟତାରେ କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଜଣା ପଡ଼ିଥାଏ। ଏହି ଆବେଦନ ଉପରେ ପ୍ରତିକ୍ରିୟା ରଖି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଏହି ସୁବିଧା ଲୋକଙ୍କ ପାଇଁ ଉପଲବ୍ଧ ରହିଥିଲା। ଆଗରୁ ଟେଲିଫୋନ୍ ଡାଇରେକ୍ଟୋରୀ ରହୁଥିଲା। ଯେଉଁଠାରେ ଲୋକଙ୍କ ସହିତ ସେମାନଙ୍କର ଫୋନ୍ ନମ୍ବର ମଧ୍ୟ ପ୍ରକାଶିତ ହେଉଥିଲା। ଏବେ ଟ୍ରୁ କଲର୍ ଆପ୍ ମାଧ୍ୟମରେ ଉପଲବ୍ଧ ହେଉଥିବା ଏହି ସୁବିଧା କୌଣସି ଏକ ନୂଆ କଥା ନୁହେଁ।
ଶୁଆ ଜବତ ଘଟଣାରେ ୨ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ
ଜଗତସିଂହପୁର ଜିଲ୍ଲାରୁ ୭୨ ଶୁଆ ଶାବକକୁ ଜବତ କରାଯାଇଛି। ଏହି ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲଣ କରିଛି ବନ ବିଭାଗ। ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ନୂଆପୋଲ ନିକଟସ୍ଥ ଶବର ସାହିରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭୨ ଶୁଆ ଶାବକ ଜବତ କରାଯାଇଥିଲା। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତ ହେଉଛନ୍ତି ସିଂହାରପୁର ଗ୍ରାମର ବରଦା ପ୍ରସନ୍ନ ସାହୁ ଏବଂ ଶଙ୍କର୍ଷଣ ସିଂହ।
ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
ଅରବିନ୍ଦ କେଜ୍ରିୱାଲ ଓ ଭଗବନ୍ତ ମନ କଲେ ରାମଲାଲାଙ୍କ ଦର୍ଶନ, ପରିବାର ସହିତ ପହଞ୍ଚିଥିଲେ ଅଯୋଧ୍ୟା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ତାଙ୍କ ପରିବାର ସଦସ୍ୟଙ୍କ ସହ ଅଯୋଧ୍ୟାରେ ପହଞ୍ଚି ରାମ ଲାଲାଙ୍କ ଦର୍ଶନ କରିଥିଲେ। କେଜ୍ରିୱାଲଙ୍କ ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏବଂ ତାଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ। ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ସମସ୍ତେ ରାମ ଲାଲାଙ୍କ ଦର୍ଶନ କରିଥିଲେ। ଅଧିକ ପଢନ୍ତୁ...
ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା
ରାଜ୍ୟସଭା ନିର୍ବାଚନ ୨୦୨୪ ପାଇଁ ଫେବୃଆରୀ ୧୨ ତାରିଖ ସୋମବାର ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଚଳିତ ବର୍ଷ ରାଜ୍ୟର ମୋଟ ୧୦ ସିଟ୍ ମଧ୍ୟରୁ ୩ ଆସନରେ ନିର୍ବାଚନ ହେବାକୁ ଯାଉଛି। ଏହି ୩ ସିଟ୍ ମଧ୍ୟରୁ ୨ ଆସନ ପାଇଁ ସୋମବାର ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଜ୍ୟସଭା ନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବାକି ଗୋଟିଏ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିନାହିଁ ବିଜୁ ଜନତା ଦଳ।
ଏମ୍ସ ଠାରେ ମିଳିବ କ୍ୟାସଲେସ ସୁବିଧା; ଆରମ୍ଭ ହେବ ସ୍ମାର୍ଟ କାର୍ଡ ବ୍ୟବସ୍ଥା
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଅବସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସହଯୋଗରେ ରୋଗୀଙ୍କ ପାଇଁ ସ୍ମାର୍ଟ କାର୍ଡ ଲଞ୍ଚ କରିଛି। ଏହି କାର୍ଡ ଫେବୃଆରୀ ୧୨ ତାରିଖ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆଙ୍କ ଦ୍ୱାରା ଏମ୍ସ ନିର୍ଦ୍ଦେଶକ ଡକ୍ଟର ଏମ.ଶ୍ରୀନିବାସ ଏବଂ ଏସବିଆଇ ଏମଡି ମଞ୍ଜିତ ସିଂହ ଉପସ୍ଥିତିରେ ଜାରି ହୋଇଛି। ଏହି ସ୍ମାର୍ଟ କାର୍ଡ ମାଧ୍ୟମରେ ରୋଗୀ କ୍ୟାଣ୍ଟିନ ଠାରୁ OPD ପର୍ଯ୍ୟନ୍ତ ଏବଂ ଲ୍ୟାବ ପରୀକ୍ଷା ପାଇଁ ଆବଶ୍ୟକୀୟ ଦେୟ ପ୍ରଦାନ କରିପାରିବେ।
ଯୁବ ବର୍ଗଙ୍କ ପାଇଁ ଖୁସି ଖବର ! ବିନା ସୁଧରେ ମିଳିବ ଋଣ, ସୁଝିବା ପାଇଁ ମିଳିବ ୪ ବର୍ଷର ସମୟ
ରାଜ୍ୟ ସରକାର ଆଜି ଯୁବ ବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବେକାର ଯୁବକ ଯୁବତୀଙ୍କ ପାଇଁ ସ୍ଵୟଂ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଯୋଜନା ଅଧିନରେ ଯୁବଗୋଷ୍ଠୀଙ୍କୁ ୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବ । ୧୮ ରୁ ୩୫ ବର୍ଷୀୟ ଗ୍ରାମୀଣ ଯୁବକ ଯୁବତୀ ଏହି ଯୋଜନାର ଲାଭ ପାଇବେ। ଏନେଇ କ୍ୟାବିନେଟରେ ଘୋଷଣା କରାଯାଇଛି।
ଗରମ ରୁଟ ପାଇଁ ରଣକ୍ଷେତ୍ର ପାଲଟିଲା ବାହାଘର; ଜାଣନ୍ତୁ ପୁରା ଘଟଣାକ୍ରମ
ବାହାଘରରେ ଛୋଟ ଛୋଟ କଥାକୁ ନେଇ ଅନେକ ଥର ଗଣ୍ଡଗୋଳ ହୋଇଥିବାର ଖବର ଆପଣ ଶୁଣିଥିବେ। ସଦ୍ୟ ଉତ୍ତର ପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ବରଯାତ୍ରୀ ଗରମ ରୁଟି ନ ପାଇବାରୁ ହଙ୍ଗାମା କରିଛନ୍ତି। ଏପିରିକି ସେମାନେ ଚେୟାର ପିଙ୍ଗା ଫୋପଡ଼ା କରିଛନ୍ତି। କେବଳ ସେତିକି ନୁହେଁ ସେମାନେ ରୋଷେୟାକୁ ରିଭଲବର ଦେଖାଇବାକୁ ପଛେଇ ନାହାଁନ୍ତି। ଫର୍ରୁଖାବାଦ୍ ଜିଲ୍ଲାର ଶାମସାବାଦ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏଠାକାର ସୁଭାଷ ନାମକ ଜଣେ ବ୍ୟକ୍ତିଙ୍କ ଝିଅ ସୁଧାଙ୍କ ବିବାହ ଆୟୋଜିତ ହୋଇଥିଲା। ବରଯାତ୍ରୀ କାସଗଞ୍ଜ ଠାରୁ ଆସିଥିଲା। ବାହାଘର କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଯେତେବେଳେ ରୁଟି ଥଣ୍ଡା ହୋଇଗଲା, ସେତେବେଳେ ସେଠାରେ ଏତେ ବିଶୃଙ୍ଖଳା ହୋଇଥିଲା ଯେ କଥା ରିଭଲବର ବାହାର କରିବା ପର୍ଯ୍ୟନ୍ତ ଚାଲି ଯାଇଥିଲା।
ଜୀ-ସାର୍ଥକର "ପାର୍ବଣରେ ସୁନାର ବର୍ଷା" କଣ୍ଟେଷ୍ଟର ବିଜେତା ଜିତିଲେ ୨୦ ଗ୍ରାମ ସୁନା
Entertainment News: ଗତ ପାର୍ବଣ ମହୋତ୍ସବରେ ଲୋକପ୍ରିୟ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ହୋଇଥିଲା "ପାର୍ବଣରେ ସୁନାର ବର୍ଷା" କଣ୍ଟେଷ୍ଟ । ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ଜ୍ୱେଲର୍ସ ପ୍ରାୟୋଜିତ ଏହି ମେଗା ପ୍ରତିଯୋଗୀତା ‘ପାର୍ବଣରେ ସୁନାର ବର୍ଷା‘ ଅକ୍ଟୋବର ୫ ରୁ ନଭେମ୍ବର ୨୦ ମଧ୍ୟରେ ହୋଇଥିଲା । ପ୍ରତିଯୋଗିତାରେ ଭାଗ ନେଇ ସନ୍ଧ୍ୟା ୬.୩୦ରୁ ରାତି ୯.୩୦ ମଧ୍ୟରେ ପ୍ରସାରିତ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ପଚରା ଯାଇଥିବା ପ୍ରଶ୍ନର ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୪୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିଥିଲା ଲାଲଚାନ୍ଦ ଜ୍ୱେଲର୍ସ ତରଫରୁ ୧ ଗ୍ରାମ ଓଜନର ସ୍ଵର୍ଣ୍ଣ ମୁଦ୍ରା ଏବଂ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ମିଳିଛି ୨୦ ଗ୍ରାମ ଓଜନର ସ୍ଵର୍ଣ୍ଣ ମୁଦ୍ରା । ଅଧିକ ପଢ଼ନ୍ତୁ...
କଂଗ୍ରେସ ଛାଡି଼ଲେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ୱାଣ
୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଛି ଏକ ଜବରଦସ୍ତ ଝଟକା। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ୱାଣ ଦଳରୁ ଇସ୍ତଫା ଦେଇଛନ୍ତି। ଅଶୋକ ଚହ୍ୱାଣ ସେହି ତୃତୀୟ ବଡ଼ ନାମ ଯିଏ ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିଛନ୍ତି। ତାଙ୍କ ପୂର୍ବରୁ ୨ ବରିଷ୍ଠ କଂଗ୍ରେସ ନେତା ମିଲିନ୍ଦ ଦେଓରା ଏବଂ ବାବା ସିଦ୍ଦିକି ମଧ୍ୟ ଦଳ ଛାଡି ସାରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଫେବୃଆରୀ ୧୧ ତାରିଖ ରବିବାର ଅଶୋକ ଚହ୍ୱାଣ ମହାରାଷ୍ଟ୍ର ଏଆଇସିସି ପ୍ରଭାରୀ ରମେଶ ଚେନ୍ନିଥଲାଙ୍କୁ ଭେଟିଥିଲେ। ସେବେ ଠାରୁ ଅଶୋକ ଚହ୍ୱାଣ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।
ଓଡ଼ିଶା ଆସୁଛନ୍ତି ଶିବରାଜ ସିଂ ଚୌହାନ:
ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଜେପି ପକ୍ଷରୁ ସମୀକ୍ଷା କାର୍ଯ୍ୟକ୍ରମ ରହିଛି । ଚଳିତ ମାସ ଶେଷରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଦଳକୁ ସୁଦୃଢ କରିବା ସହ ଜନତାଙ୍କୁ ବିଜେପିର କାର୍ଯ୍ୟକଳାପ ବିଷୟରେ ସୂଚନା ଦେବା ପାଇଁ ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି ।
Crime News: ଭୁବନେଶ୍ୱରରୁ ୩ଶହ କେଜି ଗଞ୍ଜେଇ ଜବତ, ୩ ଗିରଫ
ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଭୁବନେଶ୍ୱର ସହରରେ ଏକ କାର୍ ମାଧ୍ୟମରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସମୟରେ ଏହି ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ଅଧିକ ପଢ଼ନ୍ତୁ...
ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଅଟକାଇଲା କଳାବାଘ
ମୟୁରଭଞ୍ଜ: ବର୍ତ୍ତମାନ ପିକନିକ୍ ଋତୁ ହୋଇଥିବା କାରଣରୁ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କର ଭିଡ ଲାଗୁଥିବା ଦେଖିବାକୁ ମିଳୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ବିଭିନ୍ନ ପଶୁ ପକ୍ଷୀଙ୍କୁ ଦେଖିବା ଏବଂ ସେମାନଙ୍କର ଶବ୍ଦ ଶୁଣିବାର ମଜା ନେଉଛନ୍ତି ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ । ତେବେ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଆଶ୍ଚର୍ଯ୍ୟ କଲା ପରି । କିଛି ପର୍ଯ୍ୟଟକ ଗୋଟିଏ ଗାଡିରେ ଶିମିଳିପାଳ ବୁଲିବାକୁ ଯାଇଥିବା ସମୟରେ ଏକ ବାଘ ହାବୁଡରେ ପଡିଥିବା କହିଛନ୍ତି । ଅଧିକ ପଢ଼ନ୍ତୁ...
Himachal pradesh: ପାରାଗ୍ଲାଇଡିଂ ସମୟରେ ସେଫ୍ଟି ବେଲ୍ଟ ଖୋଲି ପର୍ଯ୍ୟଟକ ମୃତ
Paragliding Crash in kullu: ପାରାଗ୍ଲାଇଡିଂର ମଜା ନେବା ସମୟରେ ହଠାତ୍ ୨୫୦ ମିଟର ଉଚ୍ଚତାରୁ ଖସିପଡିଲେ ମହିଳା ପର୍ଯ୍ୟଟକ । ହିମାଚଳ ପ୍ରଦେଶର କୁଲ୍ଲୁରେ ଘଟିଥିବା ଏହି ଦୁର୍ଘଟଣାରେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...
ବହୁମତ ପରୀକ୍ଷାରେ ପାସ ହେଲେ ନୀତିଶ କୁମାର; ଜାଣନ୍ତୁ ମିଳିଲା କେତେ ଭୋଟ?
ଫେବୃଆରୀ ୧୨ ତାରିଖ ସୋମବାର ବିହାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସୋମବାର ବିଧାନସଭାରେ ଅନୁଷ୍ଠିତ ହେଉଥିବା ବହୁମତ ସାବ୍ୟସ୍ତ ପରୀକ୍ଷାରେ ନୀତୀଶ କୁମାରଙ୍କ ସରକାର ବହୁମତ ସାବ୍ୟସ୍ତ କରିଛନ୍ତି। ସଂଖ୍ୟାଗରିଷ୍ଠତା ପ୍ରମାଣ କରାଯିବା ପୂର୍ବରୁ ମଧ୍ୟ ଆରଜେଡି ବିଧାୟକ କକ୍ଷତ୍ୟାଗ କରିଥିଲେ। ବିହାର ବିଧାନସଭା ନିୟମ ଅନୁଯାୟୀ ଭୋଟ୍ ଗଣତି କରିବା ପାଇଁ ଘଣ୍ଟି ବାଜିଥିଲା ଏବଂ ଉପବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଗୃହର ଦ୍ୱାର ବନ୍ଦ କରି ଦିଆଯାଇଥିଲା। ବିହାର ବିଧାନସଭାରେ ଆସ୍ଥା ଭୋଟ୍ ପ୍ରସ୍ତାବ ସପକ୍ଷରେ ସରକାରଙ୍କୁ ୧୨୯ ବିଧାୟକଙ୍କ ସମର୍ଥନ ମିଳିଥିଲା। ଏହି ୧୨୯ ଭୋଟ ମଧ୍ୟରୁ ୧୨୬ ଶାସକ ଏନଡ଼ିଏ ମେଣ୍ଟର ହୋଇଥିବାବେଳେ ଅନ୍ୟ ୩ ଭୋଟ ଆରଜେଡ଼ି ବିଧାୟକଙ୍କର ବୋଲି ଜଣାପଡ଼ିଛି। ଆସ୍ଥାଭୋଟ ବିପକ୍ଷରେ କୌଣସି ଗୋଟିଏ ଭୋଟ୍ ମିଳିନଥିଲା। ବିହାର ବିଧାନସଭାରେ ଶାସକ ଏନଡିଏ ମେଣ୍ଟ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପରେ ବର୍ତ୍ତମାନ ନୂତନ ବାଚସ୍ପତିଙ୍କୁ ଚୟନ କରାଯିବ।
ଆସ୍ଥା ଭୋଟ ପୂର୍ବରୁ ବିଧାନସଭରେ ବିତର୍କ ଜାରି; ଦଳୀୟ ହ୍ୱିପ୍ ଅବମାନନା କଲେ ୩ ଆରଜେଡ଼ି ବିଧାୟକ
ସୋମବାର ବିହାର ବିଧାନସଭାରେ ଅନୁଷ୍ଠିତ ହେଉଛି ଆସ୍ଥାଭୋଟ। ଏହି ଭୋଟିଂ ହେବା ପୂର୍ବରୁ ବିହାର ବିଧାନସଭାରେ ଜାରି ରହିଛି ବିତର୍କ। ପ୍ରଥମେ ବାଚସ୍ପତି ଆସନରେ ବସିଥିବା ଅବଧ ବିହାର ଚୌଧୁରୀ ଅନାସ୍ଥା ପ୍ରସ୍ତାବ ଆଗତ କରି ହଟାଯାଇ ସାରିଛି। ଅନ୍ୟପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ୨ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା, ବିରୋଧି ଦଳ ନେତା ତେଜସ୍ୱୀ ଯାଦବ, ମନ୍ତ୍ରୀ ବିଜୟ ଚୌଧୁରୀ ସେମାନଙ୍କର ଅଭିଭାଷଣ ରଖି ସାରିଛନ୍ତି। ମୁଖ୍ୟ ବିରୋଧି ଦଳ ଆସନରେ ବସିଥିବା ରାଷ୍ଟ୍ରୀୟ ଜନତା ଦଳର ୩ ବିଧାୟକ ଦଳୀୟ ହ୍ୱିପ୍ ଅବମାନନା କରିଥିବାର ଖବର ଆସିଛି।
Garlic Price: ଖାଉଟିଙ୍କ ପାଇଁ ଖୁସି ଖବର, କମିଲା ରସୁଣ ଦର !
Garlic Price: ରସୁଣ ହୋଲସେଲରଙ୍କ କହିବାନୁଯାୟୀ ମଧ୍ୟପ୍ରଦେଶରେ ଅଦିନିଆ ବର୍ଷା ହେବା କାରଣରୁ ରସୁଣ ଯୋଗାଣରେ ପ୍ରଭାବ ପଡିଥିଲା । ଫଳରେ ବଜାରରେ ରସୁଣର ମୂଲ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ନୂଆ ଫସଲ ଆସିବା କାରଣରୁ ଦର ଖସିଛି । ଅଧିକ ପଢନ୍ତୁ...
Crime News: ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ। ନବରଙ୍ଗପୁର ଉମରକୋଟ ବୁର୍ଜା ଗାଁର ପମ୍ପ ହାଉସରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିବାହ ପାଇଁ ସାମାଜିକ ସ୍ୱୀକୃତି ନ ମିଳିବାରୁ ଦୁଇ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
Ragging At MKCG: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ମେଡିକାଲ କଲେଜର ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ର ରୁଦ୍ର ରାଉତଙ୍କୁ କ୍ୟାମ୍ପସ ପରିସରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । କଲେଜର ଚତୁର୍ଥ ବର୍ଷ ଏମବିବିଏସର କିଛି ଛାତ୍ର ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ରଦ୍ର ଲହୁଲହାଣ ହୋଇଥିଲେ । ଏନେଇ ରୁଦ୍ର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
Pana Sankranti 2024: ମହା ବିଷୁବ ପଣା ସଂକ୍ରାନ୍ତି ପାଳନକୁ ନେଇ ହଟିଲା ସଂଶୟ । ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣାସଂକ୍ରାନ୍ତି । ଏହିଦିନ ପଣା ସଂକ୍ରାନ୍ତି ପାଳନ ନେଇ ମୋହର ମାରିଲେ ପୁରୀର ମୁକ୍ତି ମଣ୍ଡପ ପଣ୍ଡିତ ସଭା । ଅନ୍ୟ କିଛି ଗଣନାକାରୀ ୧୩ ତାରିଖରେ ପଣାସଂକ୍ରାନ୍ତି ପାଳନ କରାଯିବ ବୋଲି କହିଛନ୍ତି ଯାହାକୁ ନେଇ ପୁରୀର ମୁକ୍ତି ମଣ୍ଡପ ପଣ୍ଡିତ ସଭା ଆଜି ସ୍ପଷ୍ଟ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏହିଦିନ ଓଡ଼ିଆ ନବବର୍ଷ ଆରମ୍ଭ ହେଉଥିବା ବେଳେ ପ୍ରଭୁ ଶ୍ରୀ ହନୁମାନଜୀଙ୍କ ଜୟନ୍ତୀ ମଧ୍ୟ ପଡିଥାଏ ।
Satakadi Hota: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ସାହିତ୍ୟିକ ସାତକଡି ହୋତା । ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ଅନ୍ତେଷ୍ଟିକ୍ରିୟା ଶେଷ ହୋଇଛି । ବଡ଼ପୁଅ ସଂଜୀବ ହୋତା ଶବରେ ମୁଖାଗ୍ନି ଦେଇଥିଲେ । ଜିଲ୍ଲାପାଳ ବିଜୟ କୁମାର ଦାଶ, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର, ବହୁ ବରିଷ୍ଠ ନାଗରିକ, ସାହିତ୍ୟିକ ଙ୍କ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
National Creators Award: ନୂତନ ଯୁଗର ପ୍ରଭାବଶାଳୀ ତଥା ସୃଷ୍ଟିକର୍ତ୍ତାଙ୍କୁ ଚିହ୍ନିବା ଏବଂ ଭାରତର ଡିଜିଟାଲ ଅର୍ଥନୀତିକୁ ପାଳନ କରିବା ପାଇଁ ସରକାର ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ପଦକ୍ଷେପକୁ ପ୍ରଶଂସା କରିବା ସହ ସୃଜନଶୀଳ କାର୍ୟ୍ୟରେ ନିୟୋଜିତ ଲୋକଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ବୋଲି କହିଛନ୍ତି। ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ସମ୍ପର୍କରେ ମାୟଗାଓଁ ଇଣ୍ଡିଆ ଦ୍ୱାରା ଏକ ପୋଷ୍ଟ କରିଛନ୍ତି।
Fire Breakout: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଷ୍ଟୋର ରୁମରେ ଲାଗିଛି ନିଆଁ। ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ନିଆଁକୁ ଆୟତ୍ତ କରିବା ପାଇଁଁ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ। ନିଆଁ କିଭଳି ଲାଗିଲା ତାହା ସନ୍ଦେହ ଘେରରେ।
Road Accident: ଯମୁନା ଏକ୍ସପ୍ରେସ-ୱେ ଭୟଙ୍କର ଦୁର୍ଘଟଣା । ଆଜି ଭୋର ସମୟରେ ଏକ ଡବଲ ଡେକର ବସ୍ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟିହୋଇଥିଲା । ସେହି ସମୟରେ ପଛପଟୁ ଆସୁଥିବା ଏକ ସ୍ୱିଫ୍ଟ କାର ବସ୍ ଭିତରେ ପଶିଯାଇଥିଲା । ଫଳରେ ଉଭୟ ବସ୍ ଓ କାରରେ ହଠାତ୍ ନିଆଲାଗିଥିଲା । ନିଆ ଏତେ ଭୀଷଣ ଥିଲା ଯେ , ଫାୟାର ବ୍ରିଗେଡ୍ ଆସି ନିଆଁ ଲିଭାଇବା ବେଳକୁ କାରରେ ଥିବା ୫ଜଣ ଜୀବନ୍ତ ପୋଡିଯାଇଥିଲେ ।
Qatar India Issue: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି ସକାଳେ ଜାରି ଏକ ବିବୃତ୍ତିରେ ଏହି ଘଟଣାକୁ ସ୍ୱାଗତ କରିଛି ଏବଂ କହିଛି ଯେ ଏକ ଘରୋଇ କମ୍ପାନୀ ଅଲ ଡାହରା ଗ୍ଲୋବାଲ କମ୍ପାନୀରେ କାର୍ଯ୍ୟ କରୁଥିବା ଆଠଜଣ ଭାରତୀୟ ନୌସେନା କର୍ମଚାରୀଙ୍କ ମଧ୍ୟରୁ ସାତ ଜଣ କତାରରୁ ଭାରତ ଫେରିଛନ୍ତି। ଗୁପ୍ତଚର ଅଭିଯୋଗରେ ଗଲ୍ଫ ଦେଶ କତାରରେ ବନ୍ଦୀ ହୋଇଥିବା ଆଠଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୁକ୍ତ କରିଛି ଯାହାକୁ ଭାରତ ସ୍ୱାଗତ କରିଛି । ନୂଆଦିଲ୍ଲୀ କହିଛି ଯେ ଆଠ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ସାତ ଜଣ ଘରକୁ ଫେରିଛନ୍ତି । ଏହା ଭାରତ ପାଇଁ ଏକ ବଡ କୂଟନୈତିକ ବିଜୟ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି ସକାଳେ ଜାରି ଏକ ବିବୃତ୍ତିରେ ଏହି ଘଟଣାକୁ ସ୍ୱାଗତ କରିଛି ଏବଂ କହିଛି ଯେ ଏକ ଘରୋଇ କମ୍ପାନୀ ଅଲ ଡାହରା ଗ୍ଲୋବାଲ କମ୍ପାନୀରେ କାର୍ଯ୍ୟ କରୁଥିବା ଆଠଜଣ ଭାରତୀୟ ନୌସେନା କର୍ମଚାରୀଙ୍କ ମଧ୍ୟରୁ ସାତ ଜଣ କତାରରୁ ଭାରତ ଫେରିଛନ୍ତି ।
Nuapada Close: ସୋମବାର ୮ଘଣ୍ଟିଆ ନୂଆପଡା ଜିଲ୍ଲା ବନ୍ଦ ପାଳନ କରାଯାଉଛି। ନୂଆପଡା ଶ୍ରମିକ ମହାସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସାରା ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ପ୍ରଭାବିତ ହୋଇଛି। ଜିଲ୍ଲାରେ ଶ୍ରମିକ ସମସ୍ୟା , ବେଆଇନ୍ ମଦ ବିକ୍ରି, ଦାଦନ ମୁକ୍ତ, ବେକାରୀଙ୍କୁ ରୋଜଗାର ଏବଂ ଭ୍ରଷ୍ଟାଚାର ମୁକ୍ତ ପରି ଦାବି ନେଇ ଏହି ବନ୍ଦ ପାଳନ କରାଯାଉଛି।
Michelle Obama: ଚଳିତବର୍ଷ ଶେଷକୁ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ଜଣଙ୍କର ଆକସ୍ମିକ ପ୍ରବେଶ ହେବାକୁ ଯାଉଛି । ଫଙ୍କସ ନ୍ୟୁଜ ମୁତାବକ ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଦାବିଦାର ଛାଡିପାରନ୍ତି । ତାଙ୍କ ସ୍ଥାନରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ପ୍ରାର୍ଥୀ ହୋଇପାରନ୍ତି।
Mithun Chakraborty: ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଭେଟେରାନ୍ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତୀ (Mithun Chakraborty)। ମିଥୁନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବର୍ତ୍ତମାନ ବଡ଼ ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି। ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ ଏହା କୁହାଯାଇଛି ଯେ, ମିଥୁନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଗତକାଲି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଆଉ ମିଥୁନ୍ ଖୁବଶିଘ୍ର ମେଡିକାଲରୁ ଡିସଚାର୍ଜ ହେବେ। ଏହା ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି( PM Modi) ମଧ୍ୟ ମିଥୁନଙ୍କ ସହ ଫୋନ୍ କଲ ଯୋଗେ କଥା ହୋଇଛନ୍ତି। ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା କଥା ପଚାରି ବୁଝିଛନ୍ତି। ସେପଟେ ହସ୍ପିଟାଲରେ ସେଲିବିଟ୍ରିଙ୍କ ସମେତ ପଶ୍ଚିମବଙ୍ଗର ବିଜେପି ନେତା ଅଭିନେତାଙ୍କୁ ଭେଟିଛନ୍ତି। ଅଧିକ ପଢନ୍ତୁ..
SCB ମେଡିକାଲରେ ବିରଳ ଅପରେସନ୍
କଟକ SCB ମେଡିକାଲ କାର୍ଡିଓଥୋରାସିସ ବିଭାଗରେ ବିରଳ ଅପରେସନ। ହୃତପିଣ୍ଡରୁ ବାହାରିଲା ଛୁଞ୍ଚି ।
ଆଜି ବସିବ ବିଜେପି ରାଜ୍ୟ ପଦାଧିକାରୀ ବୈଠକ
ଆଜି ବସିବ ବିଜେପି ରାଜ୍ୟ ପଦାଧିକାରୀ ବୈଠକ । ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ। ।
ବନ ବିଭାଗ ହାତରେ ଧରାପଡିଲା ଶୁଆ ଚାଲାଣକାରୀ ଦଳ
ଜଗତସିଂହପୁରରେ ଦୀର୍ଘ ଦିନ ଧରି ଚାଲୁଥିବା ଶୁଆ ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ବନ ବିଭାଗ । ୭୨ଟି ଶୁଆ ଜବତ କରିବା ସହ ୨ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ସାତକଡ଼ି ହୋତାଙ୍କ ଶେଷକୃତ୍ୟ
Satakadi Hota: ଆଉ ନାହାନ୍ତି ବିଶିଶ୍ଟ ସାହିତ୍ୟିକ, ପ୍ରଶାସକ ତଥା ରେଳବାଇର ପୂର୍ବତନ ମହାପ୍ରବନ୍ଧକ ସାତକଡ଼ି ହୋତା । ରବିବାର ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ଘରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ୯୫ ବର୍ଷ ବୟସ ହୋଇଥିଲା ।
ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/satakadi-hota-passe...
ଆଜି ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ଆଜି ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ କରାଯାଇଛି। ଦେଶର ୪୭ଟି ସ୍ଥାନରେ ଏକକାଳୀନ ରୋଜଗାର ମେଳା ଆୟୋଜନ କରାଯିବ। ଆଜି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ସମସ୍ତ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ।
ଆଜି ବିହାରରେ ଫ୍ଲୋର ଟେଷ୍ଟ, ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ନୀତିଶ
ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଗ୍ନିପରୀକ୍ଷା । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ନେଇ ପ୍ରମାଣ ଦେବେ ନୀତିଶ କୁମାର । ବିହାର ବିଧାନସଭାରେ ଆଜି ଫ୍ଲୋର ଟେଷ୍ଟ ହେବ । ଏଥିରେ ଯଦି ନୀତିଶ ସରକାର ପାସ ହୁଅନ୍ତି ତେବେ ରାଜ୍ୟରେ ଏନଡିଏ ମେଣ୍ଟ ସରକାର ତିଷ୍ଠି ରହିବ । ରାଜ୍ୟ ବିଧାନସଭା ଆସନ 243 ରହିଥିବା ବେଳେ ଫ୍ଲୋର ଟେଷ୍ଟରେ ବହୁମତ ପାଇଁ 122 ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ଏନଡିଏ ପାଖରେ 128 ବିଧାୟକ ରହିଥିବା ବେଳେ ବିରୋଧୀଙ୍କ ପାଖରେ 114 ଜଣ ବିଧାୟକ ରହିଛନ୍ତି । ତେଣୁ ଫ୍ଲୋର ଟେଷ୍ଟରେ ଏନଡିଏର ବିଜୟ ହୋଇପାରେ ବୋଲି କୁହାଯାଉଛି
ଆଜି ୫ ଜିଲ୍ଲାରେ ବର୍ଷା ସମ୍ଭାବନା
Weather Update: ଫେବୃଆରୀ ଶେଷ ହୋଇନି କିନ୍ତୁ ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ । ଦୁଇ ଦିନ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଉତ୍ତର-ପଶ୍ଚିମାଞ୍ଚଳରେ ହାଲୁକା ଶୀତ ଅନୁଭୂତ ହେଉଥିଲା । କିନ୍ତୁ ଏବେ ପୁଣି ଥରେ ରାଜ୍ୟରୁ ଶୀତ ଉଭାନ୍ ହୋଇଛି। ରାତି ପାରଦ ଉପର ମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସବୁ ସ୍ଥାନର ରାତିର ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି। ଆଜି କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।
ଆଜି ୫ ଜିଲ୍ଲାରେ 'ଲକ୍ଷ୍ମୀ ବସ୍'ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
LaccMI Bus Service: ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ପହଞ୍ଚିବ 'ଲକ୍ଷ୍ମୀ ବସ୍' ସେବା । ୧୨ ତାରିଖରୁ ୨୧ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ 'ଲକ୍ଷ୍ମୀବସ୍'ର ଶୁଭାରମ୍ଭ କରିବେ ।
ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/odisha-cm-launches-...
Fire Breakout: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଷ୍ଟୋର ରୁମରେ ଲାଗିଛି ନିଆଁ। ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ନିଆଁକୁ ଆୟତ୍ତ କରିବା ପାଇଁଁ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ। ନିଆଁ କିଭଳି ଲାଗିଲା ତାହା ସନ୍ଦେହ ଘେରରେ।
Nabarangpur Loot: ନବରଙ୍ଗପୁର ଝରିଗାଁରେ ଡକାୟତି । ବ୍ୟବସାୟୀଙ୍କ ଘରୁ ୧୪ ଲକ୍ଷ ଟଙ୍କା ଲୁଟ୍ । ଏହା ସହ ସୁନା ଗହଣା ମଧ୍ୟ ଲୁଟି ନେଇଛନ୍ତି ଲୁଟେରା । ବ୍ୟବସାୟୀ ଅମୀୟ ଦାସଙ୍କ ହାତ, ଗୋଡ ବାନ୍ଧି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ ୮ରୁ ଅଧିକ ମୁଖାଧାରୀ ଡକାୟତ ଲୁଟ୍ କରିଥିବା ଅଭିଯୋଗ ହୋଇଛି ।