Live Now

Odisha News Live Updates: ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର


Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
13 February 2024 11:30 PM (IST)

ରୋଗୀଙ୍କ ମୃତ୍ୟୁ ପାଇଁ ଡାକ୍ତରଖାନାକୁ ୭ ଲକ୍ଷର ଜୋରିମନାର ଦଣ୍ଡ
ଚିକିତ୍ସାରେ ଅବହେଳା ପାଇଁ ମୃତ ମହିଳାଙ୍କ ସ୍ୱାମୀଙ୍କୁ . ଲକ୍ଷ ଟଙ୍କା ଦେବାକୁ ଦିଲ୍ଲୀ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନ (ଡିଏସଆରଡିସି) ସାର୍ ଗଙ୍ଗରାମ ଡାକ୍ତରଖାନା ଏବଂ ଏହାର ପାଞ୍ଚ ଜଣ ଡାକ୍ତରଙ୍କୁ ଜୋରିମନା ବାବଦରେ ୭.୨୦ ଲକ୍ଷ ଟଙ୍କାରେ ଦଣ୍ଡିତ କରିଛନ୍ତି। ଉନ୍ନତ ମାନର ଚିକିତ୍ସା ପଦ୍ଧତିକୁ ଅନୁସରଣ ନକରି ସେ ମହିଳା ରୋଗୀଙ୍କୁ ଏକ ପରୀକ୍ଷଣ ବସ୍ତୁ ଭାବରେ ବ୍ୟବହାର କରିଥିଲେ ବୋଲି ଆୟୋଗ କହିଛନ୍ତି। ମୃତକଙ୍କ ଶାରୀରିକ ଯନ୍ତ୍ରଣା ପାଇଁ ୫.୧୦ ଲକ୍ଷ ଟଙ୍କା, ସ୍ୱାମୀଙ୍କ ପାଇଁ ମାନସିକ ଦୁଃଖ ପାଇଁ ୧.୨୦ ଲକ୍ଷ ଟଙ୍କା ଏବଂ ମୋକଦ୍ଦମା ଖର୍ଚ୍ଚ ଭାବରେ ୯୦ ହଜାର ଟଙ୍କା ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ନଅ ବର୍ଷ ପୂର୍ବେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ରାଜ୍ୟ ଉପଭୋକ୍ତା (DSCDRC) ବିବାଦ ସମାଧାନ କମିଶନ ସାର୍ ଗଙ୍ଗାରାମ ଡାକ୍ତରଖାନା ଏବଂ ଏହାର ପାଞ୍ଚ ଜଣ ଡାକ୍ତରଙ୍କ ଉପରେ ଏହି ଦଣ୍ଡାଦେଶ ଦେଇଛନ୍ତି।

13 February 2024 11:15 PM (IST)

ଏମ୍ସରେ ଭର୍ତ୍ତି ହେଲେ ବିଧାୟକ ପ୍ରକାଶ କୁମାର ସୋରେନ
ବାରିପଦାର ବିଜେପି ବିଧାୟକ ପ୍ରକାଶ କୁମାର ସୋରେନ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି। ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ତାଙ୍କୁ ବାରିପଦାର PRM ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ମୟୂରଭଞ୍ଜ ଓ ପରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।  

13 February 2024 11:00 PM (IST)

ଆସନ୍ତାକାଲି ଜାରି ହେବ UPSC ପ୍ରିଲିମ ପରୀକ୍ଷା ପାଇଁ ବିଜ୍ଞପ୍ତି, ଏପରି କରିପାରିବେ ଆବେଦନ
ଆସନ୍ତାକାଲି ଅର୍ଥାତ ୧୪ ଫେବୃଆରୀ ଠାରୁ ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୪ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଆସନ୍ତାକାଲି UPSC CSE ପ୍ରାଥମିକ ତଥା ପ୍ରିଲିମି ପରୀକ୍ଷା ପାଇଁ ବିଜ୍ଞପ୍ତି (UPSC CSE Prelims 2024 ବିଜ୍ଞପ୍ତି) ପ୍ରକାଶ ପାଇବାକୁ ଯାଉଛି। ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ upsc.gov.in ପରିଦର୍ଶନ କରି ଆବେଦନ କରିପାରିବେ।

13 February 2024 10:38 PM (IST)

କୁସ୍ତିଯୋଦ୍ଧାଙ୍କ ପାଇଁ ଆସିଲା ଖୁସି ଖବର, ହଟିଲା ବ୍ୟାନ
ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (UWW) ଶେଷରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ କୁସ୍ତିମାନଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର। ଭୁଲ ନିର୍ବାଚନ ପରିଚାଳନା କରିବାରେ ଅସମର୍ଥ କାରଣରୁ ବିଶ୍ୱ ରେସଲିଂ ଫେଡେରେଶନ ୬ମାସ ପୂର୍ବରୁ ଭାରତୀୟ ରେସଲିଂ ଫେଡେରେଶନ ଉପରେ ଏହି ବ୍ୟାନ ଲଗାଇଥିଲା। 

13 February 2024 10:15 PM (IST)

ବାୟୁସେନା ଲଢୁଆ ବିମାନ ଦୁର୍ଘଟଣା, ଥିଲେ ଦୁଇ ପାଇଲଟ୍

IAF Fighter jet crashes: ପଶ୍ଚିମବଙ୍ଗ ମେଦିନାପୁର ନିକଟ କଲାଇକୁଣ୍ଡା ଏୟାରବେସ ପାଖରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନଟି ଏକ ବିଲରେ ଖସିପଡିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

13 February 2024 09:59 PM (IST)

ମମତା ଯୋଜନାରେ ମିଳିବ ୧୦ ହଜାର; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...

13 February 2024 09:45 PM (IST)

ଆସନ୍ତାକାଲି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ
ଆସନ୍ତାକାଲି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟା ୧୫ରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ପହଞ୍ଚିବେ ନବୀନ । ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଶୀତଲାପଲ୍ଲୀଠାରେ ନିର୍ମିତ ସମ ହସପିଟାଲର ନୂଆ ୟୁନିଟକୁ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ । ପରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିବା କାର୍ଯ୍ଯକ୍ରମ ରହିଛି । 

13 February 2024 09:37 PM (IST)

ମମତା ଯୋଜନାରେ ମିଳିବ ୧୦ ହଜାର; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...

13 February 2024 09:30 PM (IST)

ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର

ଭୁବନେଶ୍ୱର: ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ମମତା ଯୋଜନାରେ ମିଳୁଥିବା ସହାୟତା ରାଶିକୁ ଦ୍ୱିଗୁଣିତ କରିଛନ୍ତି । ପୂର୍ବରୁ ୫ ହଜାର ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ ଏହା ୧୦ ହଜାର ଟଙ୍କା ମିଳିବ । ଆଉ ଏକ ଖୁସି ଖବର ଏହା ଯେ, ଏହି ସହାୟତା ରାଶି ପିଛିଲା ଭାବରେ ୨୦୨୩ ଅଗଷ୍ଟରୁ ଲାଗୁ ହୋଇଛି । ସମସ୍ତ ହିତାଧିକାରୀଙ୍କୁ ନୂଆ ନିୟମ ଅନୁଯାୟୀ ସହାୟତା ରାଶି ମିଳିବ । ଅଧିକ ପଢ଼ନ୍ତୁ

13 February 2024 09:17 PM (IST)

ବାଘ ଚମଡ଼ା ଚାଲାଣ ଘଟଣା: ଚାଲାଣକାରୀକୁ ୩ ବର୍ଷ ଜେଲ ଦଣ୍ଡ
ଆଜି ରାୟଗଡା ଏସଡିଜେଏମ କୋର୍ଟର ଜଜ ବର୍ଷା ଦାସ ବାଘ ଚମଡା ଚାଲାଣ ମାମଲାରେ ସମସ୍ତ ୯ ଜଣ ସାକ୍ଷ ପ୍ରମାଣକୁ ଭିତ୍ତି କରି ଚାଲାଣକାରୀକୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଂକା ଜରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି।

13 February 2024 09:00 PM (IST)

କିଣିବେ କି ଅର୍ଚ୍ଚନା ନାଗଙ୍କ ଗାଡି? ଖୁବଶୀଘ୍ର ହେବ ନିଲାମ

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କର ୨ଟି ବିଳାଶପୂର୍ଣ୍ଣ ଗାଡି ଖୁବ ଶୀଘ୍ର ନିଲାମ ହେବାକୁ ଯାଉଛି । ଏଥି ନିମନ୍ତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । ୨ଟି ଗାଡି ମଧ୍ୟରେ ରହିଛି ଥାର୍ ଏବଂ ଫୋର୍ଡ ଏଣ୍ଡେଭର । ଉଭୟ ଗାଡିକୁ ୫୬ ଲକ୍ଷ ଟଙ୍କାରେ କିଣାଯାଇଥିବା ବୋଲି ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

13 February 2024 08:45 PM (IST)

କତାର ମାମଲାରେ ଶାହରୁଖ ଖାନଙ୍କ ସହାୟତା 
କତାରରୁ ମୁକ୍ତ ହେବା ପରେ ୧୨ ଫେବୃଆରୀ ସୋମବାର ରାତି ୮ଟାରେ ୭ ପୂର୍ବତନ ନୌସେନା ଅଧିକାରୀ ଭାରତରେ ପହଞ୍ଚିଛନ୍ତି।ଏନେଇ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କତାର ଗସ୍ତ ବିଷୟରେ ଟୁଇଟ୍ କରିଛନ୍ତି। ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏହି ଟ୍ୱିଟରେ ମନ୍ତବ୍ୟ ଦେଇଛନ୍ତି। ଏଥିରେ ସେ ଦାବି କରିଛନ୍ତି ଯେ କତାରରୁ ୮ ଜଣ ପୂର୍ବତନ ନୌସେନା ଅଧିକାରୀ ମୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ଶାହରୁଖ ଖାନଙ୍କ ସହାୟତା ନେଇଛନ୍ତି। ଏହି ଟୁଇଟ୍ ପରେ ଏହି ଖବର ଇଣ୍ଟରନେଟରେ ଦୃତ ବେଗରେ ଖବର ବ୍ୟାପିଯାଇଥିଲା। ଶାହାରୁଖ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବାର ଦେଖିବାକୁ ମିଳିଥିଲା। ସେତେବେଳେ ଲୋକମାନେ ମଧ୍ୟ ପଚାରିଥିଲେ ଯେ ପ୍ରଧାନମନ୍ତ୍ରୀ କାହିଁକି ଜଣେ ଅଭିନେତାଙ୍କ ସାହାଯ୍ୟ ନେବାକୁ ପଡିଥିଲା? ତେବେ ବର୍ତ୍ତମାନ ଏହି ଘଟଣାରେ ଶାହାରୁଖ ଖାନଙ୍କ ପ୍ରତିକ୍ରିୟା ଆସିଛି। ଏହି ପ୍ରସଙ୍ଗରେ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ ଏକ ସରକାରୀ ବିବୃତ୍ତି ଜାରି କରିଛନ୍ତି।

13 February 2024 08:30 PM (IST)

ମୋଦୀଙ୍କୁ ଚିଠି ଲେଖିଲେ ଅଭିନେତ୍ରୀ ଶିଳ୍ପା
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ସେ କୃତଜ୍ଞତା ଜଣାଇଛନ୍ତି। ଏହି ଚିଠିକୁ ବିଜେପିର ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଯେଉଁଠାରେ ଶିଳ୍ପା ଶେଟ୍ଟୀ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଏହା ଜଣା ଯେ ରାମ ମନ୍ଦିରର ଉଦଘାଟନ ପାଇଁ ଅନେକ ବଲିଉଡ ତାରକାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ ଅମିତାଭ ବଚ୍ଚନ, ରାମ ଚରଣ, ଅଭିଷେକ ବଚ୍ଚନ, ରଣବୀର କପୁର ଏବଂ କ୍ୟାଟ୍ରିନା କୈଫଙ୍କ ସମେତ ସମସ୍ତ ତାରକା ରାମଲାଲାର ଦର୍ଶନ ପାଇବାକୁ ଅଯୋଧ୍ୟାକୁ ଆସିଥିଲେ।

13 February 2024 08:25 PM (IST)

ବାଘ ଚମଡ଼ା ଚାଲାଣ ଘଟଣା: ଚାଲାଣକାରୀକୁ ୩ ବର୍ଷ ଜେଲ ଦଣ୍ଡ
ଆଜି ରାୟଗଡା ଏସଡିଜେଏମ କୋର୍ଟର ଜଜ ବର୍ଷା ଦାସ ବାଘ ଚମଡା ଚାଲାଣ ମାମଲାରେ ସମସ୍ତ ୯ ଜଣ ସାକ୍ଷ ପ୍ରମାଣକୁ ଭିତ୍ତି କରି ଚାଲାଣକାରୀକୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଂକା ଜରିମାନା ଆଦାୟ ନେଇ ନିର୍ଦେଶ ଦେଇଛନ୍ତି।

13 February 2024 08:15 PM (IST)

ପୁଣି ସର୍ବଭାରତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ ରୋଜାଲିନ ମହାନ୍ତି
ପି.ଏମ୍. ୟୁବା ମେଣ୍ଟରସିପ୍- ୨.୦ ଯୋଜନାରେ ମନୋନୀତ ହୋଇଛନ୍ତି ଉଦୀୟମାନ ଯୁବଲେଖିକା ରୋଜାଲିନ ମହାନ୍ତି। ଏହି ଯୋଜନାରେ ରୋଜାଲିନ ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ସର୍ବମୋଟ ତିନିଲକ୍ଷ ଟଙ୍କା ପାଇବେ। ଏଥିସହ ତାଙ୍କର ପାଣ୍ଡୁଲିପିଟି ନେସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶ ପାଇବ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୂଦିତ ହେବ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବଲେଖକଙ୍କ ଠାରୁ ପାଣ୍ଡୁଲିପି ଆହ୍ୱାନ କରାଯାଇଥିଲା। ‘ଗଣତନ୍ତ୍ର’ ବିଷୟକୁ ନେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉପରେ ଲିଖିତ ଶ୍ରୀମତୀ ମହାନ୍ତିଙ୍କ ପାଣ୍ଡୁଲିପିଟି ମନୋନୀତ ହୋଇଛି। ୧୦  ଫେବୃଆରୀ ଦିନ  ଏନ୍. ବି.ଟି.  ଦ୍ଵାରା ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ୱାର୍ଲ୍ଡ ବୁକ୍ ଫେୟାରରେ ସମସ୍ତ ଯୁବଲେଖକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ସହ ୧୧ ଫେବୃଆରୀରେ ରାଷ୍ଟ୍ରପତିଙ୍କ ସହ ଭେଟ ଏବଂ ଭାବ ବିନିମୟର ସୁଯୋଗ ଦିଆଯାଇଥିଲା।

13 February 2024 08:06 PM (IST)

ଦୁଇ ଗୁଣ ବଢ଼ିଲା ମମତା ଯୋଜନା ସହାୟତା ରାଶି, ୨ଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା
ଦୁଇ ଗୁଣ ବଢ଼ିଲା ମମତା ଯୋଜନା ସହାୟତା ରାଶି । ମମତା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ମିଳିବ। ପୂର୍ବରୁ ଏହା ୫ ହଜାର ଥିଲା। ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ। ଚଳିତ ଫେବୃଆରୀ ୨୦ ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀମାନଙ୍କୁ ମିଳିବ। ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଓ ପୁଷ୍ଟି ହୀନତା ହ୍ରାସ ପାଇଁ ରାଜ୍ୟ ସରକାର ୨୦୧୧ ମସିହାରେ ମମତା ଯୋଜନାର ଶୁଭାରମ୍ଭ କରିଥିଲେ

 

13 February 2024 07:41 PM (IST)

Shivraj Singh Chouhan: ଦିନିକିଆ ଓଡିଶା ଗସ୍ତରେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ  ଶିବରାମ ସିଂ ଚୈାହାନ।  ଆଜି ଦିନିକିଆ ଓଡିଶା ଗସ୍ତରେ ଆସି କଟକ ଓ ଜଗତସିଂହପୁରର ବିଜେପି କର୍ମୀ ଓ ନେତାମାନଙ୍କୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଶିବରାମ ସିଂ ଚୌହାନ ଜଗତସିଂହପୁର ଜିଲ୍ଲାରେ ପହଁଚିବା ପରେ ବିଜେପିର କର୍ମକର୍ତ୍ତାମାନେ ଗାନ୍ଧୀ ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଜଗତସିଂହପୁର ସ୍ଥିତ ବଙ୍ଗଳା ଛକ ଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।ସେଠାରେ ଆୟୋଜିତ ଲୋକସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇ ଚୌହାନ ମୋଦି ସରକାରଙ୍କର ସଫଳତା ବାବଦରେ ଆଲୋକପାତ କରିବା ସହିତ ଦଳୀୟ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବା ସହ ଶପଥ ପାଠ କରାଇଥିଲେ।

13 February 2024 07:30 PM (IST)

ସମାଜବାଦୀ ଦଳର ସାଧାରଣ ସମ୍ପାଦକ ପଦରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା
ବରିଷ୍ଠ ସମାଜବାଦୀ ପାର୍ଟି (ଏସପି) ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମଙ୍ଗଳବାର ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ କୌଣସି ପଦବୀ ନ ରଖି ସେ ଦଳ ପାଇଁ କାର୍ଯ୍ୟ ଜାରି ରଖିବେ। ସେ ଏସପି ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ଏକ ଚିଠି ଲେଖି ଏ ବିଷୟରେ ସୂଚନା ଦେଇଛନ୍ତି। ନିକଟରେ ମୌର୍ଯ୍ୟ ରାମଚରିତମାନସଙ୍କ ଉପରେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ, ଯାହା ପରେ ସେ ଦଳର ଭିତର ତଥା ବାହାରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ। ତେବେ ଏସପି ମୌର୍ଯ୍ୟଙ୍କ ବିବୃତ୍ତିରୁ ନିଜକୁ ଦୂରେଇ ରଖିଥିଲେ।

13 February 2024 07:15 PM (IST)

5T, ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଯାଜପୁର ଗସ୍ତ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଯାଜପୁର ଜିଲ୍ଲା ଗସ୍ତ କରି ‘ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ସେ  କହିଥିଲେ ଯେ, ରାଜ୍ୟ କ୍ୟାବିନେଟରେ ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାରେ ଓଡ଼ିଶା ସରକାରଙ୍କ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଅନୁଦାନପ୍ରାପ୍ତ ଓ  ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ସଂସ୍କୃତ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । 

13 February 2024 07:00 PM (IST)

ଆବୁଧାବିରେ ୟୁପିଆଇ-ରୁପେ ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ଅବସରରେ ଆବୁଧାବିରେ ନିର୍ମିତ ହୋଇଥିବା ରାମ ମନ୍ଦିରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହା ସହ ଭାରତର ନିଜସ୍ୱ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)କୁ ମଧ୍ୟ ଆରମ୍ଭ କରାଯାଇଛି। ଆବୁଧାବିରେ ଏହି ସେବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜିଠାରୁ ଲଞ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ୍ ବିନ୍ ଜାଏଦ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ୟୁପିଆଇ ସେବାର ଆରମ୍ଭ କରିଛନ୍ତି। ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ସହ ରାଜନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସହମତି ହାସଲ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

13 February 2024 06:52 PM (IST)

‘ପିଏମ ସୂର୍ଯ୍ୟ ଘର’ ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ
ପିଏମ ସୂର୍ଯ୍ୟ ଘର’ ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ମଙ୍ଗଳବାର ସେ ଏହି ଯୋଜନାକୁ ନେଇ ଘୋଷଣା କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି ୭୫ ହଜାର କୋଟି ନିବେଶ ଦ୍ବାରା ଏକ କୋଟି ଘର ଉପରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ ଦ୍ବାରା ବିଜୁଳି ବ୍ୟବସ୍ଥା କରାଯିବ। ଏହି ସିଷ୍ଟମ ଲଗାଇବା ଫଳରେ ଏହି ଘରମାନଙ୍କରେ ୩୦୦ ୟୁନିଟ୍ସ ପର୍ଯ୍ୟନ୍ତ ବିଜୁଳି ରିହାତିରେ ଦିଆଯାଇପାରିବ।

13 February 2024 06:30 PM (IST)

ଚାଷୀ ଆନ୍ଦୋଳନ ମଧ୍ୟରେ କଂଗ୍ରେସ ବଡ଼ ଘୋଷଣା, ରାହୁଲ ଦେଲେ ପ୍ରତିଶୃତି
ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସୋମବାର ଛତିଶଗଡରେ ଏକ କଂଗ୍ରେସ କାର୍ଯ୍ୟକ୍ରମରେ ରାଜନୀତି ହେଉଥିବା ଦେଖିବାକୁ ମିଳିଛି। ଲୋକମାନଙ୍କୁ ସମ୍ବୋଧିତ କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଯଦି ଲୋକସଭା ନିର୍ବାଚନରେ ​​କଂଗ୍ରେସ ଯଦି ବିଜୟ ହାସଲ କରେ ତେବେ ଚାଷୀଙ୍କୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦିଆଯିବ। ଖଡ଼ଗେଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପ୍ରାୟ ୩ ମାସ ପରେ ଦେଶରେ ଲୋକସଭା ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ଚାଷୀଙ୍କୁ ସନ୍ତୁଷ୍ଟ କରିବା ଲକ୍ଷ୍ୟରେ ତାଙ୍କ ବିବୃତ୍ତି ଦେଖାଯାଉଛି।

13 February 2024 06:16 PM (IST)

Puri News: ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ, ଭିତର ଦୃଶ୍ୟ ସୋସିଆଲ୍ ମିଡିଆରେ..

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଥିବା ନେଇ ବିଭିନ୍ନ ମହଲରେ ଡିଣ୍ଡିମ ପଟାଯାଉଥିବା ସମୟରେ ବର୍ତ୍ତମାନ ପୁଣିଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣକୁ ବାରଣ କରାଯାଇଥିଲେ ମଧ୍ୟ ମନ୍ଦିର ଉପରେ ଉଡିଛି ଡ୍ରୋନ୍ । କେବଳ ଡ୍ରୋନ୍ ଉଡିଛି ତାହା ନୁହେଁ, ଶ୍ରୀମନ୍ଦିରର ଭିତର ଫଟୋ ମଧ୍ୟ ଉଠାଯାଇଥିବା ଜଣାପଡିଛି । ଏହି ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଅଧିକ ପଢ଼ନ୍ତୁ...

13 February 2024 06:00 PM (IST)

ବିଏସକେୱାଇକୁ ମିଳିଲା ଜାତୀୟ ସ୍କଚ ଆୱାର୍ଡ଼ ସ୍ଵର୍ଣ୍ଣ ପଦ 
ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାତୀୟ ସ୍କଚ ଆୱାର୍ଡ଼ – ୨୦୨୩ର ସ୍ଵର୍ଣ୍ଣ ପଦ ହାସଲ କରିଛି। ଏଥିପାଇଁ ସ୍କଚ ଆୱାର୍ଡ଼ କର୍ତ୍ତୁପକ୍ଷଙ୍କ ଦ୍ଵାରା ନୂଆ ଦିଲ୍ଲୀସ୍ଥିତ ସମ୍ବିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି (ସାସ୍)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର ଡି. ବୃନ୍ଦା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ତଥା ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ସ୍କଚ ଆୱାର୍ଡ଼ର ଅଧକ୍ଷ ସମୀର କାଚୁରଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି, ଜାତୀୟ ଓ ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

13 February 2024 05:45 PM (IST)

୪ ଯୁବତୀଙ୍କ ସହ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଯନ୍ତ୍ରୀ

ବାରିପଦା: ଏକାଧିକ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖି ପ୍ରତାରଣା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯନ୍ତ୍ରୀ । ଗତ ୯ ତାରିଖ ଦିନ ୨ ଯୁବତୀଙ୍କ ଅଭିଯୋଗକୁ କେନ୍ଦ୍ର କରି ପୋଲିସ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢ଼ନ୍ତୁ...

13 February 2024 05:30 PM (IST)

ଗିରଫ ହୋଇ ପାରନ୍ତି ଜୟପ୍ରଦା
ନିର୍ବାଚନ ଆଚରଣ ବିଧି ମାମଲାରେ ଅଭିନେତ୍ରୀ ତଥା ରାମପୁର ସାଂସଦ ଜୟାପ୍ରଦା ଫେରାର ହୋଇଥିବା ନେଇ ଜଣାପଡ଼ିଛି। ଏଥର ମଧ୍ୟ ସେ ଶୁଣାଣି ପାଇଁ କୋର୍ଟରେ ପହଞ୍ଚି ନାହାଁନ୍ତି। ସପ୍ତମ ଥର ପାଇଁ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟ ଏକ ସ୍ୱତନ୍ତ୍ର ଦଳ ଗଠନ କରି ପୂର୍ବତନ ସାଂସଦଙ୍କୁ ଗିରଫ କରିବା ପାଇଁ କଠୋର ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ଫେବୃଆରୀ ୨୭ ସୁଦ୍ଧା ଅଭିନେତ୍ରୀଙ୍କୁ କୋର୍ଟରେ ଉପସ୍ଥାପନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଆଦେଶ ଅନୁଯାୟୀ, ଜୟଙ୍କୁ ସୋମବାର ଅର୍ଥାତ ୧୨ ଫେବୃଆରୀରେ ଶୁଣାଣି ପାଇଁ କୋର୍ଟରେ ପହଞ୍ଚିବାକୁ ପଡିଲା। ଯେତେବେଳେ ଅଭିନେତ୍ରୀ କୋର୍ଟରେ ପହଞ୍ଚି ନଥିଲେ, କୋର୍ଟ ଉଭୟ ମାମଲାରେ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ତାଙ୍କୁ ଗିରଫ କରାଯାଇ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ଉପସ୍ଥାପନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

13 February 2024 05:17 PM (IST)

ଏହି ୬ଟି ମୁସଲିମ୍ ବହୁଳ ଦେଶରେ ରହିଛି ପ୍ରସିଦ୍ଧ ହିନ୍ଦୁ ମନ୍ଦିର...
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ କରାଯାଇଥିଲା। ଏହା ସମଗ୍ର ଦେଶବାସୀଙ୍କ ପାଇଁ ଏକ ଐତିହାସିକ ଦିନ ଥିଲା। ଏହି ଦିନ ୫୦୦ ବର୍ଷର ଅପେକ୍ଷା ସମାପ୍ତ ହୋଇଥିଲା। ବର୍ତ୍ତମାନ ପ୍ରାୟ ଏକ ମାସ ମଧ୍ୟରେ ବିଶ୍ୱର ବୃହତ୍ତମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏହି ମନ୍ଦିର ବିଷୟରେ ବିଶେଷ କଥା ହେଉଛି ଏହା ମୁସଲିମ ୟୁଏଇରେ ଅବସ୍ଥିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମନ୍ଦିରର ଉଦଘାଟନ କରିବାକୁ ଯାଉଛନ୍ତି। ଏହି କାରଣରୁ, ଆଜି ଆମେ ଆପଣଙ୍କୁ ଏପରି ମହାନ ହିନ୍ଦୁ ମନ୍ଦିର ବିଷୟରେ କହିବୁ ଯାହା ମୁସଲମାନ ଦେଶରେ ଅବସ୍ଥିତ। ପଢନ୍ତୁ ପୂରା ରିପୋର୍ଟ...

13 February 2024 05:08 PM (IST)

ହଲଦ୍ୱାନିରୁ ୩୦୦ ପରିବାର ଫେରାର !
ନିକଟରେ ଉତ୍ତରାଖଣ୍ଡର ହାଲଡୱାନିରେ ହିଂସା ଘଟିଥିଲା। ଏହି ହିଂସାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ହିଂସାର ଚାରି ଦିନ ପରେ ୩୦୦ ରୁ ଅଧିକ ମୁସଲମାନ ପରିବାର ବାନବୁଲପୁରା ଅଞ୍ଚଳରୁ ରାତାରାତି ପଲାଇ ଯାଇଥିବା ଜଣାପଡ଼ିଛି। ହିଂସା ପରେ ଏହି ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଥିଲା। କର୍ଫ୍ୟୁ ଯୋଗୁଁ ଯାନବାହାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଏହି କାରଣରୁ ଅନେକ ପରିବାର ନିଜ ଜିନିଷପତ୍ର ସହିତ ରାସ୍ତାରେ ବୁଲୁଥିବା ଦେଖାଯାଇଥିଲା। ଫେବୃଆରୀ ୮ରେ ବାନବୁଲପୁରାରେ ହୋଇଥିବା ଏକ ଏନକାଉଣ୍ଟର ବିରୋଧୀ ଅପରେସନ୍ ସମୟରେ 'ବେଆଇନ' ମସଜିଦ ଏବଂ ମଦ୍ରାସା ଭାଙ୍ଗିଥିବା ଅଞ୍ଚଳରେ ୧୪୪ ଧାରା ଲଗାଯାଇଛି। 

13 February 2024 04:45 PM (IST)

ବିଜେପିରେ ସାମିଲ ହେଲେ ଅଶୋକ ଚୌହାନ

କଂଗ୍ରେସ ଦଳକୁ ପୁଣି ଏକ ଝଟକା ଲାଗିଛି । ସୋମବାର ଦିନ କଂଗ୍ରେସରୁ ଇସ୍ତଫା ଦେବା ପରେ ଅଶୋକ ଚୌହାନଙ୍କୁ ନେଇ ଅନେକ ଆଶଙ୍କା ଲାଗି ରହିଥିଲା । ଆଜି ସବୁ ଆଶଙ୍କାରା ପୂର୍ଣ୍ଣଛେଦ ପଡିଛି । ଆଜି ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଅଶୋକ । ମୁମ୍ବାଇ ଦଳୀୟ କାର୍ଯ୍ୟାଳୟରେ ସେ ବିଜେପି ସହ ଯୋଡିହେବା ସମୟରେ ମହାରାଷ୍ଟ୍ରର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ।

13 February 2024 04:30 PM (IST)

ଚାଷୀଙ୍କୁ ଆନ୍ଦୋଳନ ନେଇ ମନ୍ତବ୍ୟ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଚାଷୀମାନେ ହେଉଛନ୍ତି ଆମର ଅନ୍ନଦାତା ତେଣୁ ସେମାନଙ୍କୁ ଗିରଫ କରିବା ଭୁଲ୍ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଥିସହ ଚାଷୀଙ୍କ ଦିଲ୍ଲୀ ଚଲୋ ଡାକରାକୁ ସେ ସମର୍ଥନ ମଧ୍ୟ କରିଥିବା ସୂଚନା ମିଳିଛି । ପୂର୍ବରୁ ଚାଷୀଙ୍କ ଉପରେ କେନ୍ଦ୍ର ସରକାରଙ୍କ ଏକ ରିପୋର୍ଟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଖାରଜ କରିଥିଲେ । ଯେଉଁଥିରେ ଥିଲା ବାୱନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ ରେ ପରିଣତ କରାଯିବା ନେଇ ଲେଖା ।

13 February 2024 04:15 PM (IST)

ନାମାଙ୍କନ ଦାଖଲ କଲେ ଦେବାଶିଷ ଓ ଶୁଭାଶିଷ: ରାଜ୍ୟସଭା ନିର୍ବାଚନ ପାଇଁ ଚଳିତ ଥର ୩ ଜଣଙ୍କୁ ପ୍ରାର୍ଥୀ କରାଯିବ । ଗତକାଲି ୨ଜଣଙକ ନାମ ଘୋଷଣା କରିଥିଲା ବିଜୁ ଜନତା ଦଳ । ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କ ନାମ ଘୋଷଣା ହୋଇଥିଲା । ତେବେ ଆଜି ଉଭୟେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ରାଜ୍ୟସଭା ପାଇଁ ତୃତୀୟ ପ୍ରାର୍ଥୀ କିଏ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

13 February 2024 04:00 PM (IST)

ଶମ୍ଭୁ ସୀମାରେ ଚାଷୀ-ଯବାନ ମୁହାଁମୁହିଁ, ଲୁହବୁହା ଗ୍ୟାସ ପ୍ରୟୋଗ କଲା ସେନା
ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଚାଷୀଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ସେନାକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଲୁହବୁହା ଗ୍ୟାସ ପ୍ରୟୋଗ ହେବା ପରେ ଆନ୍ଦୋଳନରତ ଚାଷୀମାନେ ଚାରିଆଡ଼େ ଦୌଡ଼ିବାକୁ ଲାଗିଥିଲେ। କିଛି ଚାଷୀ ପଞ୍ଜାବ ହରିଆଣା ସୀମା ମଧ୍ୟକୁ ପ୍ରବେଶ କରିଥିଲେ। ଲୁହବୁହା ଗ୍ୟାସ ପ୍ରୟୋଗ ପରେ ପୋଲିସ ଢେଲାମାଡ଼ କରିଥିଲା। 

13 February 2024 03:45 PM (IST)

ସୁରକ୍ଷା ବ୍ୟାରିକେଡ଼ ଭାଙ୍ଗିଲେ ଚାଷୀ
ସେମାନଙ୍କ ଦାବି ପାଇଁ ବିରୋଧ କରୁଥିବା କୃଷକମାନେ ହରିୟାଣା-ପଞ୍ଜାବ ଶମ୍ଭୁ ସୀମାରେ ଥିବା ଫ୍ଲାଏ ଓଭରରେ ଲଗାଯାଇଥିବା ସୁରକ୍ଷା ପ୍ରତିବନ୍ଧକକୁ ଭାଙ୍ଗି ଦେଇଛନ୍ତି। ଭିଡ଼ ଜମାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ସେଲ ଛାଡିଥିଲା। ଚାଷୀଙ୍କ ସମସ୍ୟା ବଢିବାରେ ଲାଗିଛି।

13 February 2024 03:30 PM (IST)

ଶମ୍ଭୁ ସୀମାରେ ଚାଷୀଙ୍କ ଆନ୍ଦୋଳନ, ସେନା ଉପରକୁ ଢେଲା ମାଡ଼
ଦିଲ୍ଲୀର କୃଷକ ପଦଯାତ୍ରା ଯୋଗୁଁ ହରିୟାଣା ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସୀମା ସିଲ୍ କରାଯାଇଛି। ସିମେଣ୍ଟ ସ୍ଲାବ ଏବଂ କଣ୍ଟା ତାରରେ ଚାଷୀଙ୍କୁ ଅଟକାଇବା ପାଇଁ ପ୍ରସ୍ତୁତି ଚାଲିଛି | ଦିଲ୍ଲୀ ପୋଲିସ ଟ୍ରାଫିକ ପରାମର୍ଶଦାତା ଜାରି କରିଛି। କେନ୍ଦ୍ର ମନ୍ତ୍ରୀଙ୍କ ସହ ଚାଷୀଙ୍କ ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଏମଏସପି ଗ୍ୟାରେଣ୍ଟି, ଋଣ ଛାଡ, ସ୍ୱାମୀନାଥନ ରିପୋର୍ଟକୁ ଲାଗୁ ପାଇଁ କୃଷକମାନେ ଜିଦ୍ ଧରିଛନ୍ତି। ସରକାରଙ୍କ ଉପରେ ଚାପ ପକାଇବାକୁ ଚାଷୀମାନେ ରାସ୍ତାରେ ଯାଇଛନ୍ତି।

13 February 2024 03:29 PM (IST)

ରଣଜୀ ଟ୍ରଫି: ୪ ବଲରେ ୪ ୱିକେଟ ହାସଲ କଲେ କୁଲୱନ୍ତ ଖେଜରୋଲିୟା
ରଣଜୀ ଟ୍ରଫି କ୍ରିକେଟରେ ମଧ୍ୟପ୍ରଦେଶର ବାମହାତୀ ପେସ ବୋଲର କୁଲୱନ୍ତ ଖେଜରୋଲିୟା ୪ଟି ବଲରେ ୪ଟି ୱିକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରଣଜୀ ଟ୍ରଫିରେ ସେ ତୃତୀୟ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ସେ ମ୍ୟାଚରେ ୩୪ ରନ ଦେଇ ୫ଟି ୱିକେଟ ନେଇଥିଲେ । ତାଙ୍କ ପ୍ରଦର୍ଶନ ବଳରେ ବରୋଦାକୁ ମଧ୍ୟପ୍ରଦେଶ ସହଜରେ ପରାସ୍ତ କରିଛି । ତାଙ୍କ ପୂର୍ବରୁ ଜମ୍ମୁ ଏବଂ କଶ୍ମୀରର ମହମ୍ମଦ ମୁଦାସୀର ଓ ଦିଲ୍ଲୀର ଶଙ୍କର ସୈନୀ ଏହି ସଫଳତା ହାସଲ କରିଥିଲେ । ସୈନୀ ୧୯୯୫ରେ ଓ ମୁଦାସୀର ୨୦୧୫ରେ ଏହି କୀର୍ତିମାନ ସ୍ଥାପନ କରିଥିଲେ ।

13 February 2024 03:13 PM (IST)

Reliance: ମୁକେଶ ଅମ୍ୱାନୀଙ୍କୁ ଆଉ ଏକ ସଫଳତା, ଦେଶର ନମ୍ୱର ୱାନ କମ୍ପାନୀ ହେଲା ରିଲାଏନ୍ସ

Mukesh Ambani: ଏସିଆର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀକୁ ଏକ ବଡ଼ ସଫଳତା ମିଳିଛି । ପ୍ରଥମେ ଅମ୍ବାନୀ ଦେଶର ୧ ନମ୍ବର ଧନୀ ବ୍ୟବସାୟୀ ହୋଇଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ କମ୍ପାନୀ ଦେଶର ନମ୍ବର ୧ କମ୍ପାନୀ ହେବାର ସୌଭାଗ୍ୟ ଅର୍ଜନ କରିଛି । ଅଧିକ ପଢ଼ନ୍ତୁ...

13 February 2024 02:02 PM (IST)

ଯୁକ୍ତ ୩,  ପିଜି ପିଲାଙ୍କୁ ଛାତ୍ରବୃତ୍ତି
+୩ ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର। +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି। ଛାତ୍ରଙ୍କୁ ୯ ହଜାର ଟଙ୍କା ଛାତ୍ରବୃତ୍ତି ମିଳିବାକୁ ଥିବା ବେଳେ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଛାତ୍ରବୃତ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କୁ ଜଣାଇଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଆସନ୍ତା ୨୦ ରୁ ୨୫ ତାରିଖ ମଧ୍ୟରେ ସ୍କଲାରସିପ୍ ମିଳିବା ନେଇ ସୂଚନା ଦେଇଚନ୍ତି ପାଣ୍ଡିଆନ। କଲେଜର ୯୫% +୩ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ।

 

13 February 2024 01:12 PM (IST)

ଓଡ଼ିଶାରେ ଶିବରାଜ ସିଂ ଚୌହାନ
ଭୁବନେଶ୍ବରରେ ପହଞ୍ଚି ବର୍ଷିଲେ ଶିବରାଜ। ‘ଓଡ଼ିଶାରେ ଚାଲିଛି ଆଉଟସୋର୍ସିଂ ସରକାର..ନବୀନ ନିଜେ ସରକାର ଚଲାଉନାହାନ୍ତି..ଅଧିକାରୀ ମାନେ ସରକାର ଚଲାଉଛନ୍ତି’

 

13 February 2024 12:15 PM (IST)

ଦିଲ୍ଲୀ ଚଲୋ ଆନ୍ଦୋଳନରେ ପୋଲିସ୍ ଛାଡ଼ିଲା ଲୁହବୁହା ଗ୍ୟାସ୍

କୃଷକଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ରୋକିବା ପାଇଁ ପୁଲିସ୍ ଛାଡ଼ିଲା ଲୁହବୁହା ଗ୍ୟାସ୍  । ଛିନଛତ୍ର ହୋଇ ଦୌଡ଼ିଲେ କୃଷକ ।

13 February 2024 12:12 PM (IST)

ଫେବୃଆରୀ ୧୫ରୁ ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ହେବ ଆରମ୍ଭ 

IND vs ENG: ଫେବୃଆରୀ ୧୫ରୁ ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଏହି ମ୍ୟାଚ୍ ରାଜକୋଟରେ ଖେଳାଯିବ । ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଭାରତୀୟ ଦଳର ଷ୍ଟାର କ୍ରିକେଟର କେ.ଏଲ ରାହୁଲ ଦଳରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦେବଦତ୍ତ ପାଡ଼ିକଲଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଏବେ ପ୍ରଶ୍ନ ଉଠିଛି ଯେ, ରାହୁଲ ଦଳରୁ ବାଦ ପଡ଼ିବା ପରେ ଜାଡେଜାଙ୍କୁ ନେଇ ପ୍ରଶ୍ନ ଉଠିଛି । ଉଭୟ ରାହୁଲ ଏବଂ ଜାଡେଜା ବିଶାଖାପାଟନମ୍ ରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚ୍ ରୁ ବାଦ ପଡ଼ିଥିଲେ ।

13 February 2024 11:29 AM (IST)

ପ୍ରକାଶ ପାଇଲା ଜେଇଇ ମେନ୍ ସେସନ-୧ ପରୀକ୍ଷା ଫଳ

ପ୍ରକାଶ ପାଇଲା ଜେଇଇ ମେନ୍ ସେସନ-୧ ପରୀକ୍ଷା ଫଳ। NTA ପକ୍ଷରୁ ପ୍ରକାଶ ପାଇଲା ପରୀକ୍ଷା ଫଳ। http://nta.ac.inhttp://jeemain.nta.ac.inରେ ରେଜଲ୍ଟ ଉପଲବ୍ଧ।

13 February 2024 11:29 AM (IST)

ବିଶ୍ୱ ରେଡିଓ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା

ବିଶ୍ୱ ରେଡିଓ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ରେଡିଓ ଏବଂ ରେଡିଓ ଉଦ୍ଭାବକ ମାର୍କୋନୀଙ୍କ ବାଲୁକା କଳା ତିଆରି କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। 

13 February 2024 11:28 AM (IST)

ଆଜିଠୁ ଚାଷୀ ସଂଘର ଦିଲ୍ଲୀ ଚଲୋ ଆନ୍ଦୋଳନ 

ବଡ଼ ଧରଣର ଚାଷୀ ଆନ୍ଦୋଳନ ପାଇଁ ଦିଲ୍ଲୀ ସୀମାରେ କଡ଼ା ସୁରକ୍ଷା । ଦିଲ୍ଲୀ ଚଲୋ ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨୦୦ ରୁ ଅଧିକ ସଙ୍ଗଠନ । ପଞ୍ଜାବ, ହରିୟାଣା ଓ ୟୁପି ପଟୁ ଦିଲ୍ଲୀ ଅଭିମୁଖେ ୨୦ ହଜାର ଚାଷୀ ଓ ୨୫ ଶହ ଟ୍ରାକ୍ଟର।

13 February 2024 11:27 AM (IST)

ଚିଲିକା ମଝିରେ ଅଟକିଲା ଭସାପୋଲ
କୁହୁଡ଼ି ପାଇଁ ଚିଲିକା ମଝିରେ ଅଟକିଲା ଭସାପୋଲ । ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଅଟକିଛି ଭସାପୋଲ । ବସ୍ , କାର୍ ସହିତ ଫସି ରହିଛନ୍ତି ଅନେକ ଯାତ୍ରୀ ।

 

13 February 2024 10:42 AM (IST)

ଆଉ ସହଜ ହେବନି ଡାଟା ଚୋରି କରିବା
ଭୁବନେଶ୍ୱରରେ ଆରମ୍ଭ ହୋଇଛି ଡାଟା ସେଫଗାର୍ଡ କେନ୍ଦ୍ର । ଡାଟା ଚୋରି କରିବା ଆଉ ସହଜ ହେବ ନାହିଁ । ସାଇବର ଠକ ଡାଟା ଚୋରି କଲେ ବି କାମରେ ଲାଗିବ ନାହିଁ।

 

13 February 2024 09:55 AM (IST)

 ୧୬ରୁ ଯୁକ୍ତ ଦୁଇ ପରୀକ୍ଷା
Plus Two Exams: ଆସନ୍ତା ୧୬ ତାରିଖରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା (Plus Two Exams 2024)।  ଏଥର ଯୁକ୍ତ ଦୁଇ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ଅଣ୍ଟାଭିଡ଼ିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ନିରପେକ୍ଷ ପରୀକ୍ଷା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । କପି ରୋକିବା ପାଇ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ସହ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପରାମର୍ଶ ଦିଆଯାଇଛି । ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ଆଡ଼ମିଟ୍ କାର୍ଡ଼ ଯାଞ୍ଚ କରାଯାଇ ହଲ ଭିତରକୁ ପ୍ରବେଶ ଅନୁମତି ମିଳିବ । 

 

13 February 2024 09:54 AM (IST)

ପୁଣି ଓଡି଼ଶା ଆସିବେ ରାହୁଲ ଗାନ୍ଧୀ 

ତେଲେଙ୍ଗାନା ବିଜୟ ପରେ  ଓଡି଼ଶାକୁ ନେଇ  କଂଗ୍ରେସର ଆଶା ବଢିଛି। ଓଡି଼ଶାକୁ ଫୋକସ୍ କରିଛି କଂଗ୍ରେସ୍। ଭାରତ ଯୋଡ଼ ଯାତ୍ରା ନ୍ୟାୟ ଯାତ୍ରାରେ ଓଡି଼ଶାରେ ତିନି ଦିନକାଳ ଡେରା ପକାଇ ଫେରିଥିବା କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀ ପୁଣି ଓଡି଼ଶା ଆସିବେ । ସମ୍ଭବତଃ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସରିବା ପରେ ରାହୁଲ୍ ପୁଣି ଥରେ ଓଡି଼ଶା ଆସିବେ। 

13 February 2024 09:38 AM (IST)

 

ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ

ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏହାସହ ସଚିନ ପାଇଲଟ୍‌ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ଏହି କାର୍ଯ୍ୟକ୍ରମ ପାଇଁ ବିଧିବଦ୍ଧ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇନାହିଁ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା‌ ବେଳେ କଂଗ୍ରେସର ଜାତୀୟ ସ୍ତରର ନେତା ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ। 

13 February 2024 09:14 AM (IST)

ଗାଧୋଇବା ବେଳେ ଅଘଟଣ , ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୁତୁରା ମୃତ, ମାଉସୀ ଗୁରୁତର

Odisha News: ଗାଧୋଇବା ବେଳେ ଘଟିଲା ବଡ଼ ଅଘଟଣ ! ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୁତୁରାର ମୃତ୍ୟୁ ହୋଇଥିବା ବେଳେ ମାଉସୀ ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଳକ କାଟମପଡ଼ା ଗାଁରେ । ମୃତକ ହେଲେ ରଣ୍ଡିବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାମନପଡା ଗ୍ରାମର ତ୍ରିଲୋଚନ ବେହେର ଦଳାଇ (୨୩) । 

13 February 2024 08:14 AM (IST)

ରାଜ୍ୟସଭା ନିର୍ବାଚନ; ଆଜି ନାମାଙ୍କନ ଭରିବେ ୨ BJD ପ୍ରାର୍ଥୀ 
ବିଜେଡି ଘୋଷଣା କରିଥିବା ଦୁଇ ପ୍ରାର୍ଥୀ ଆଜି ନାମାଙ୍କନ ଭରିବେ। ଗତକାଲି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି। ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଛି ଦଳ।

13 February 2024 07:22 AM (IST)

ଆଜି ଓଡି଼ଶା ଆସୁଛନ୍ତି  ବିଜେପି ନେତା ଶିବରାଜ ସିଂ ଚୌହାନ୍

୨୦୨୪ ଲଢେଇ ପାଇଁ ରାଜ୍ୟ ବିଜେପିର ସମର ସଜ୍ଜା। ମଙ୍ଗଳବାର ଓଡିଶା ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ୍। ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ । ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ଜଗତସିଂହପୁର ଗସ୍ତ କରିବେ । 

13 February 2024 07:19 AM (IST)

୪ ମାଓବାଦୀଙ୍କୁ ଆଜୀବନ
ରାୟପୁର: ୪ ମାଓବାଦୀଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ NIA କୋର୍ଟ। ଛତିଶଗଡ଼ ସୁକମାରେ ୧୪ ସୁରକ୍ଷାକର୍ମୀଙ୍କୁ ହତ୍ୟା ଘଟଣାରେ ରାୟ। ୨୦୧୪ ମାର୍ଚ୍ଚ ୧୧ରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳି କରିଥିଲେ। ୧୧ CRPF ଯବାନ, ୪ପୋଲିସ, ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିଲା ।

13 February 2024 07:18 AM (IST)

 ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଚକ୍ରଧର ଜେନା 

Chakradhar Jena: ଓଡି଼ଆ ସିନେ ଜଗତରୁ( Ollywood) ପୁଣି ଆସିଲା ଦୁଃଖଦ ଖବର।  ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଚକ୍ରଧର ଜେନା (odia Actor Chakradhar Jena passed away)। ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡି଼ଛି। ଯାହାକୁ ନେଇ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିର୍ଘ ଦିନ ଧରି ଚକ୍ରଧର ମଧୁମେୟ ରୋଗରେ ପୀଡିତ ଥିଲେ। କିନ୍ତୁ ଗତକାଲି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା। ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିଥିଲେ। ଏମ୍ସର ଆୟିସିୟୁ (ICU)ଭର୍ତ୍ତି କରାଯାଇ ସେଠାରେ ଚିକିତ୍ସା ଜାରି ରହିଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଗତକାଲି(ସୋମବାର) ସେ ଆଖି ବୁଜିଛନ୍ତି।

13 February 2024 07:13 AM (IST)

ଆସନ୍ତାକାଲିଠୁ ବର୍ଷିବ, ତିନି ଜିଲ୍ଲାକୁ ଆଲର୍ଟ ଜାରି!

Weather Update: ରାଜ୍ୟରୁ ଏବେ ଗାଏବ ହୋଇଯାଇଛି ଶୀତ (cold)। ରାଜ୍ୟରେ ଏବେ କୌଣସି ପାଣିପାଗ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପାଗ ମୁଖ୍ୟତ  ଶୁଖିଲା ରହିବା ସହ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର  (Bhubaneswar Meteorological Centre)ସୂଚନା ଦେଇଛି। ରବିବାର ରାତିରେ ସେମିଳିଗୁଡାରେ ସର୍ବନିମ୍ନ ରାତି ତାପମାତ୍ରା ୧୩.୩ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ  ଟିଟିଲାଗଡ଼ ଓ ମାଲକାନଗିରିରେ ରାତି ପାରଦ ୨୦ ଡିଗ୍ରୀ ରହିଛି। ସେହିପରି ସୋମବାର  ମାଲକାନଗିରିରେ ରାତି ପାରଦ ୨୦ ଡିଗ୍ରୀ  ରହିଛି। ସେହିପରି ସୋମବାର ରାତିରେ ମାଲକାନଗିରି ଦିନର ତପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି। 

 

13 February 2024 07:12 AM (IST)

ଆସନ୍ତାକାଲି ମୋଦିଙ୍କ କତାର ଗସ୍ତ

PM Modi Visit: ଦୁଇ ଦିନିଆ ୟୁଏଇ ଗସ୍ତ ଶେଷ ହେବା ପରେ କତାର ରାଜଧାନୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋମବାର ବିଦେଶ ସଚିବ ବିନୟ କ୍ବାତା ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଫେବ୍ରୃଆରୀ ୧୪ ଅପରାହ୍ନରେ ଦୋହା ଗସ୍ତ କରିବେ । ଏହି ଅବସରରେ କତାର ଆମିର୍ ଖେଖ୍ ତାମିମ୍ ବିନ୍ ହମାଦ ଓ ଅନ୍ୟ ବରିଷ୍ଠ ପ୍ରତିନିଧିଙ୍କ ସହ ସେ ଦ୍ବିପାକ୍ଷିକ ଆଲୋଚନା କରିବେ । ଏହା ମୋଦିଙ୍କ ଦ୍ବିତୀୟ କତାର ଗସ୍ତ ହେବ ।

Add Zee News as a Preferred Source

About the Author