Live Now

Odisha News Live Updates: ପରପାରିରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା, ପଢିନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Odisha News Live Updates: ପରପାରିରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା, ପଢିନିଅନ୍ତୁ ଆଜିର ଆଉ କିଛି ତାଜା ଖବର
15 February 2024 11:09 PM (IST)

ଧର୍ମେନ୍ଦ୍ରଙ୍କ ସମେତ ୭ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲାନି ରାଜ୍ୟସଭା ଟିକେଟ...

ଧର୍ମେନ୍ଦ୍ରଙ୍କ ସମେତ ୭ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲାନି ରାଜ୍ୟସଭା ଟିକେଟ
ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। କିନ୍ତୁ ବିଜେପି ଏମାନଙ୍କୁ ପୁଣିଥରେ ରାଜ୍ୟସଭାକୁ ମନୋନୀତି କରି ନାହିଁ। ରାଜ୍ୟସଭା ରେସରୁ ୭ ଜଣ କେନ୍ଦ୍ରମନ୍ତ୍ରୀ ବାଦ ପଡ଼ିବା ପରେ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳ ଏମାନଙ୍କୁ ଚଳିତ ବର୍ଷ ଏପ୍ରିଲ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

15 February 2024 10:45 PM (IST)

୨୬ ପ୍ରକଳ୍ପର ଶିଳାନ୍ୟାସ କଲେ ଗଡ଼କରୀ; ଲୋକାର୍ପିତ ହେଲା ଚଣ୍ଡିଖୋଲରୁ ଭଦ୍ରକ ଯାଏ ୬- ଲେନିଂ...

୨୬ ପ୍ରକଳ୍ପର ଶିଳାନ୍ୟାସ କଲେ ଗଡ଼କରୀ; ଲୋକାର୍ପିତ ହେଲା ଚଣ୍ଡିଖୋଲରୁ ଭଦ୍ରକ ଯାଏ ୬- ଲେନିଂ ରାସ୍ତା
୬ହଜାର ୬ଶହ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶରେ ୨୮ଟି ଜାତୀୟ ରାଜପଥର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀ । ପୁରୀ ଶରଧାବାଲି ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ ଗଡ଼କରୀ । ଏହି ଅବସରରେ NH-୧୬ ଚଣ୍ଡିଖୋଲ ଠାରୁ ଭଦ୍ରକ ପର୍ଯ୍ୟନ୍ତ ୬- ଲେନିଂ ରାସ୍ତା ଏବଂ NH-୪୯ର ବାହାରଗୋଡ଼ା-ସିଂଘରା ଖଣ୍ଟର ୪-ଲେନିଂ ରାସ୍ତା ଲୋକାର୍ପିତ ହୋଇଛି । ଏଥିସହ ଅନ୍ୟ ୨୬ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଡ଼କରୀ, ଯେଉଁଥିରୁ ଅଧିକାଂଶ ପ୍ରକଳ୍ପ ଓଡ଼ିଶାର ରହିଛି ।

15 February 2024 10:30 PM (IST)

ଭୀଷଣ ନିଆଁରେ ୨୨ କାର ପାଉଁଶ; ଜଳିଗଲେ ୩...

ଭୀଷଣ ନିଆଁରେ ୨୨ କାର ପାଉଁଶ; ଜଳିଗଲେ ୩
ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ଆଲିପୁରର ଅଞ୍ଚଳରେ ଥିବା ଏକ ରାସାୟନିକ ଗୋଦାମରେ ନିଆଁ ଲାଗିଯାଇଥିବାର ଖବର ସାମ୍ନାକୁ ଆସିଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା ଯେ ନିକଟରେ ଥିବା ଜନବସତି ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା। ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡରେ ପାଞ୍ଚଟି ଦୋକାନ ଏବଂ ୨୨ଟି କାର ଜଳି ଯାଇଛି। ଏହା ସହିତ ଏହି ଅଗ୍ନୀକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ଏହି ନିଆଁକୁ ଲିଭାଇବା ପାଇଁ ୨୨ଟି ଦମକଳ ଗାଡ଼ି ପ୍ରୟାସ କରିଥିଲେ। 

15 February 2024 10:26 PM (IST)

ଘାଟିରୁ ଖସିଲା ବସ, ୧୦ ମୃତ...

ଘାଟିରୁ ଖସିଲା ବସ, ୧୦ ମୃତ
ନେପାଳର ମହେନ୍ଦ୍ର ନଗରରୁ କାଠମାଣ୍ଡୁକୁ ଯାଉଥିବା ଏକ ନେପାଳୀ ବେସରକାରୀ ବସ୍ ବୁଧବାର ବିଳମ୍ବିତ ରାତିରେ ଘାଟିରୁ ଖସି ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣଙ୍କୁ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ ଉତ୍ତର ପ୍ରଦେଶର ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

15 February 2024 10:15 PM (IST)

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବାକୁ ଆସୁଥିବା ବେଳେ ଘାଟିରେ ଓଲଟିଲା ବସ୍‌...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବାକୁ ଆସୁଥିବା ବେଳେ ଘାଟିରେ ଓଲଟିଲା ବସ୍‌
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବାକୁ ଆସୁଥିବା ବେଳେ ଘାଟିରେ ଓଲଟିଲା ବସ୍‌। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଘଟିଛି। ବସ୍‌ ଦୁର୍ଘଟଣାରେ ୧୦ରୁ ଅଧିକ ତୀର୍ଥ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ କୋରାପୁଟ୍‌ ଜିଲ୍ଲା ପ୍ରଶାସନ ୫ଟି ବସ୍‌ରେ ଲୋକଙ୍କୁ ପୁରୀ ଅଭିମୁଖେ ଆଣୁଥିଲା। ୪ଟି ବସ୍‌ ଯାଇଥିବା ବେଳେ ଶେଷ ସ୍ଲିପ୍‌ର କୋଚ୍‌ ବସ୍‌ରେ ୪୨ ଜଣ ତୀର୍ଥ ଯାତ୍ରୀ ଥିଲେ। ବସ୍‌ଟି ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିର ପାଳୁଖୋଳା ନିକଟରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ମୋହନା ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ।

15 February 2024 10:00 PM (IST)

କ୍ୟାନ୍ସର ଭାକ୍ସିନ ଆସିବାକୁ ଯାଉଛି ଋଷ ରାଷ୍ଟ୍ରପତି...

'କ୍ୟାନ୍ସର ଭାକ୍ସିନ ଆସିବାକୁ ଯାଉଛି' ଋଷ ରାଷ୍ଟ୍ରପତି

କ୍ୟାନ୍ସର ଭାକ୍ସିନ ତିଆରି କରୁଛନ୍ତି ଋଷର ବୈଜ୍ଞାନିକମାନେ । ଏନେଇ ସୂଚନା ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । କିନ୍ତୁ ତାହା କେଉଁ କ୍ୟାନ୍ସର ପାଇଁ ଉପଯୁକ୍ତ ସେନେଇ କୌଣସି ସୂଚନା ଦେଇନାହାନ୍ତି । ରାଷ୍ଟ୍ରପତିଙ୍କ କହିବାନୁଯାୟୀ ବର୍ତ୍ତମାନ ଭାକ୍ସିନ୍ ତିଆରି ଗବେଷଣା ପ୍ରାୟତ ଶେଷ ପର୍ଯ୍ୟାୟରେ ରହିଛି । ଏହା ପ୍ରସ୍ତୁତ ସରିଲେ ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ ।

15 February 2024 09:45 PM (IST)

ହଲଦ୍ୱାନୀ ହିଂସା: ମାଷ୍ଟରମାଇଣ୍ଡ ଅବ୍ଦୁଲ ମଲିକ ବିରୋଧରେ ଲୁକଆଉଟ ନୋଟିସ ଜାରି...

ହଲଦ୍ୱାନୀ ହିଂସା: ମାଷ୍ଟରମାଇଣ୍ଡ ଅବ୍ଦୁଲ ମଲିକ ବିରୋଧରେ ଲୁକଆଉଟ ନୋଟିସ ଜାରି
ହାଲଡୱାନି ହିଂସା ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଏବଂ ତାଙ୍କ ପୁଅ ଅବଦୁଲ ମୋଇଦ ବିଦେଶ ଛାଡି ପଳାଇବାର ସମ୍ଭାବନାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଭୟଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି। ବର୍ତ୍ତମାନ ମଲିକ ଏବଂ ମୋଇଦ ମଧ୍ୟ ଦେଶ ତଥା ବିଦେଶରେ ସୁରକ୍ଷା ଏଜେନ୍ସିର ରାଡାରକୁ ଆସିଛନ୍ତି।

15 February 2024 09:30 PM (IST)

ଲାକ୍ଷାଦ୍ୱୀପରେ ନୂଆ ବେସ୍ ବନାଇଲା INS...

ଲାକ୍ଷାଦ୍ୱୀପରେ ନୂଆ ବେସ୍ ବନାଇଲା INS

INS ଲାକ୍ଷାଦ୍ୱୀପରେ ନୂଆ ବେସ୍ ବନାଇଛି । ମାଳଦ୍ୱୀପ ଏବଂ ଚୀନ ଉଭୟଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଏହି ବେଶ୍ ବନାଯାଇଥିବା କୁହାଯାଇଛି । ମିନିକୋଏ ଆଇଲ୍ୟାଣ୍ଡରେ ନୌସେନାଙ୍କ ଏହି ବେସ୍ କ୍ୟାମ୍ପକୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

15 February 2024 09:15 PM (IST)

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୦୮ ଆମ୍ୱୁଲାନ୍ସ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୦୮ ଆମ୍ୱୁଲାନ୍ସ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ୧୦୮ ଆମ୍ୱୁଲାନ୍ସ ଷ୍ଟାଫଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଯେଉଁ ଷ୍ଟାଫ୍ ମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଆମ୍ୱୁଲାନ୍ସର ଡ୍ରାଇଭର, ହେଲପର ଏବଂ ଟେକନିସିଆନ । ମିଳିଥିବା ସୂଚନା ମୁତାବକ, ଡ୍ରାଇଭର ଏବଂ ଟେକନିଆସିନଙ୍କୁ ମାସକୁ ୫ ହଜାର ଟଙ୍କା ମିଳିବ । ଏଥିସହ ହେଲପରଙ୍କୁ ମାସକୁ ୨ ହଜାର ଟଙ୍କା ସହାୟତା ଦିଆଯିବ । ଏହି ବର୍ଦ୍ଧିତ ଟଙ୍କା ଚଳିତ ଫେବୃଆରୀରୁ ଲାଗୁ କରାଯାଇଛି । ଅନ୍ୟପଟେ ଏହି ଖବର ରାଜ୍ୟରେ କାର୍ଯ୍ୟରତ ୧୦୮ ଆମ୍ୱୁଲାନ୍ସର କର୍ମଚାରୀଙ୍କ ଓଠରେ ହସ ଭରି ଦେଇଛି ।

15 February 2024 09:00 PM (IST)

ଆମେରିକାରେ ଗୁଳିମାଡ଼: ଜଣେ ମୃତ, ୯ ଶିଶୁଙ୍କ ସମେତ ୨୨ ଗୁରୁତର...

ଆମେରିକାରେ ଗୁଳିମାଡ଼: ଜଣେ ମୃତ, ୯ ଶିଶୁଙ୍କ ସମେତ ୨୨ ଗୁରୁତର
ଆମେରିକାର ମିସୌରୀ ରାଜ୍ୟ କାନସାସ୍ ସିଟିରେ ଏକ ରାଲି ସମୟରେ ଗୁଳିମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୨୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଅଛନ୍ତି, ଯେଉଁମାନଙ୍କର ବୟସ ୬ ରୁ ୧୫ବର୍ଷ ମଧ୍ୟରେ ହେବ। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ପ୍ରକୃତରେ କେଉଁ କାରଣରୁ ଆକ୍ରମଣ କରାଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ।

15 February 2024 08:45 PM (IST)

କୋଟିପତି RTO: ଭୁବନେଶ୍ୱର ଓ ବେଙ୍ଗାଲୁରୁରେ ରହିଛି ଫ୍ଲାଟ...

କୋଟିପତି RTO: ଭୁବନେଶ୍ୱର ଓ ବେଙ୍ଗାଲୁରୁରେ ରହିଛି ଫ୍ଲାଟ
ବୌଦ୍ଧ RT0 ବସନ୍ତ ମହାପାତ୍ରଙ୍କର ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ଭୁବନେଶ୍ୱର ଠାରୁ ବେଙ୍ଗାଳୁରୁ, ଯେଉଁଠି ଦେଖିବ ସେଠି ଦାମୀ ଆପାର୍ଟମେଣ୍ଟରେ ରହିଛି ବସନ୍ତଙ୍କର ଫ୍ଳାଟ୍। କେବଳ ଫ୍ଲାଟ ନୁହେଁ, ତାଙ୍କ ନାଁରେ ନାମୀଦାମୀ ବ୍ୟବସାୟିକ ଆଉଟଲେଟ୍ ବି ରହିଛି। ଏଥିସହ ଭିଜିଲାନ୍ସ କରୁଥିବା ରେଡ ସମୟରେ ଏଯାଏ ୩ କୋଟି ୭୫ ଲକ୍ଷ ଟଙ୍କାର ଫିକସ୍ ଡିପୋଜିଟ୍ ମିଳିଛି। ଭୁବନେଶ୍ୱରର ବିଭିନ୍ନ ଫ୍ଳାଟ୍ ସମେତ ଆଜି ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିବା ବେଳେ ବସନ୍ତଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଛି

15 February 2024 08:30 PM (IST)

ଆରମ୍ଭ ହେଲା ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ-୨୦୨୪...

ଆରମ୍ଭ ହେଲା ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ-୨୦୨୪
ପୁଞ୍ଜିନିବେଶର ପ୍ରଥମ ପସନ୍ଦ ଓଡ଼ିଶା । ଡିସେମ୍ବରରେ ମେକ୍-ଇନ୍-ଓଡ଼ିଶା ଚତୁର୍ଥ ସଂସ୍କରଣ । ଆଜି ଭୁବନେଶ୍ବରରେ ଉଦଘାଟିତ ହୋଇଛି ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ-୨୦୨୪ । ସମ୍ମିଳନୀରେ ଜାପାନ, ୟୁରୋପ ଓ ସାର୍କ ଦେଶରୁ ପ୍ରତିନିଧି ଯୋଗ ଦେଇଛନ୍ତି । ଖଣିଜ ଉତ୍ତୋଳନରେ ବ୍ୟାଟେରୀ ଚାଳିତ ହେଭି ମେସିନ୍ ଶୋ କେସିଂ ସହ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରଦର୍ଶିତ ହୋଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ମହିଳା ଉଦ୍ୟୋଗୀ ସମ୍ବର୍ଦ୍ଧିତ ହୋଇଛନ୍ତି ।

15 February 2024 08:15 PM (IST)

ରାଜନଗରରେ ମ୍ୟାନଗ୍ରୁଭ ନର୍ସରୀ ନିର୍ମାଣକୁ ପ୍ରଶଂସା, ହେନ୍ତାଳ ବନ ବୃଦ୍ଧିରେ ହେବ ସହାୟକ...

ରାଜନଗରରେ ମ୍ୟାନଗ୍ରୁଭ ନର୍ସରୀ ନିର୍ମାଣକୁ ପ୍ରଶଂସା, ହେନ୍ତାଳ ବନ ବୃଦ୍ଧିରେ ହେବ ସହାୟକ
ଓଡିଶାର ସୁରକ୍ଷା କବଚ ହେଉଛି ହେନ୍ତାଳ ବଣ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଲୁଣା ଜଙ୍ଗଲର ରହିଛି ଅନନ୍ଯ ଅବଦାନ । ଭିତରକନିକାରେ ରାଜନଗର ବନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ସ୍ଥାୟୀ ମ୍ଯାନଗ୍ରୁଭ ନର୍ସରୀ । ହେନ୍ତାଳ ବଣ ବୃଦ୍ଧି ପାଇଁ ବନ ବିଭାଗ ଓ ସରକାରଙ୍କ ଉଦ୍ଯମକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ । ଜୈବବିବିଧତା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଲୁଣା ଜଙ୍ଗଲର ରହିଥାଏ ପ୍ରମୁଖ ଅବଦାନ । ଭିତରକନିକା ଜାତୀୟ ଉଦ୍ଯାନ ଡାଙ୍ଗମାଳ ଓ ସାତଭାୟାଠାରେ ରାଜନଗର ବନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ସ୍ଥାୟୀ ମ୍ଯାନଗ୍ରୁଭ ନର୍ସରୀ । ନର୍ସରୀର ପ୍ରତ୍ୟେକ ବେଡ ନିକଟକୁ ଯେପରି ଲୁଣି ପାଣି ଯାଇପାରିବ ସେଥିପାଇଁ ୩ ସ୍ଲୁଇସ ନିର୍ମାଣ କରାଯାଇଛି । ସ୍ଲୁଇସ ମାଧ୍ୟମରେ ଲୁଣି ପାଣି ନାଳକୁ ଆସିବା ପରେ ସେହି ନାଳରୁ ୯୨ ପ୍ରଜାତିର ଲୁଣା ଗଛର ଚାରା ପ୍ରସ୍ତୁତ କରାଯିବ ।

15 February 2024 08:00 PM (IST)

ଗୁଣାତ୍ମକ ଓ ସୁଲଭ କ୍ୟାନସର ଚିକିତ୍ସା ପାଇଁ ଓଡିଶା ପୂର୍ବ ଭାରତରେ ଅଗ୍ରଣୀ: ମୁଖ୍ୟମନ୍ତ୍ରୀ...

ଗୁଣାତ୍ମକ ଓ ସୁଲଭ କ୍ୟାନସର ଚିକିତ୍ସା ପାଇଁ ଓଡିଶା ପୂର୍ବ ଭାରତରେ ଅଗ୍ରଣୀ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ବାଗ୍‌ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିଛନ୍ତି।  ସୂଚନାଯୋଗ୍ୟ ଯେ ଦେଶର ଅନ୍ୟତମ ଅଗ୍ରଣୀ କ୍ୟାନସର ଚିକିତ୍ସା ପ୍ରତିଷ୍ଠାନ ବାଙ୍ଗାଲୋରର ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ସହଯୋଗରେ ଏହା ପ୍ରତିଷ୍ଠା କରାଯାଇଛି। ୭୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଦୈନିକ ୩୦୦ ରୋଗୀଙ୍କୁ ଅତ୍ୟାଧୁନିକ ରେଡିଓଥେରାପି ସହିତ ୧୫୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ପାଇଁ କେମୋଥେରାପି ନେବାର ସୁବିଧା କରାଯାଇଛି। ଏହି ହସ୍ପିଟାଲ ହେଉଛି ସୁବ୍ରତ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀଙ୍କର ଓଡିଶା ପାଇଁ ମହତ୍ୱପୂର୍ଣ୍ଣ ଅବଦାନ।

15 February 2024 07:45 PM (IST)

ଆସନ୍ତା କାଲି ଭାରତ ବନ୍ଦ...

ଆସନ୍ତା କାଲି ଭାରତ ବନ୍ଦ
ଦିଲ୍ଲୀରେ କୃଷକ ଆନ୍ଦୋଳନ ଉଗ୍ରରୂପ ନେଇଥିବା ବେଳେ ଆସନ୍ତା କାଲି ଭାରତ ବନ୍ଦ୍ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଂଗଠନ । ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଫସଲର ସର୍ବନିମ୍ନ ଦାମକୁ ଆଇନସିଦ୍ଧ କରିବା, ଦେଶରେ ବଢୁଥିବା ବେକାରୀ ସମସ୍ୟାର ସମାଧାନ କରିବା ଭଳି ବିଭିନ୍ନ ଦାବି ନେଇ କୃଷକ ସଂଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି ।

15 February 2024 07:30 PM (IST)

ରୋହିତ, ଜାଡେଜାଙ୍କ ଶତକ: ଭାରତ ୩୨୬୫...

ରୋହିତ, ଜାଡେଜାଙ୍କ ଶତକ: ଭାରତ ୩୨୬/୫
ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ବିନିମୟରେ ୩୨୬ ରନ କରି ସ୍ଥିତି ସୁଦୃଢ କରିଛି। ଅଧିନାୟକ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଶତକ ହାସଲ କରଛନ୍ତି। ଷ୍ଟମ୍ପସ ଅପସାରଣ ବେଳକୁ ଜାଡେଜା ୧୧୦ ଓ କୁଲଦୀପ ଯାଦବ ୧ ରନ କରି ଅପରାଜିତ ଅଛନ୍ତି । ରୋହିତ ୧୩୧ ରନ କରିଥିବା ବେଳେ ସରଫରାଜ ଖାନ ପଦାର୍ପଣ ଟେଷ୍ଟରେ ଆକର୍ଷଣୀୟ ୬୨ ରନ କରି ରନ ଆଉଟ ହୋଇଥିଲେ। ରୋହିତଙ୍କ ଏହା କ୍ୟାରିୟରର ୧୧ତମ ଶତକ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଯଶସ୍ୱୀ ଜୈସୱାଲ (୧୦) ଓ ଶୁଭମନ ଗିଲ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଯାଇଛନ୍ତି ।

15 February 2024 07:15 PM (IST)

ଜୟପୁର ଆଇଟିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷର କଲା ଟିପିଏସ୍ଓଡିଏଲ୍...

ଜୟପୁର ଆଇଟିଆଇ ସହ ବୁଝାମଣାପତ୍ର ସ୍ୱାକ୍ଷର କଲା ଟିପିଏସ୍ଓଡିଏଲ୍
ଦକ୍ଷତା ବିକାଶ ଓ ସୁରକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ଜୟପୁର ସ୍ଥିତ ଗୋପବନ୍ଧୁ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ସହ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଏହି ସହଭାଗିତା ଦ୍ୱାରା ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତାତ୍ତ୍ଵିକ ଜ୍ଞାନ ଓ ବ୍ୟାବହାରିକ ଜ୍ଞାନ ମଧ୍ୟରେ ଥିବା ପ୍ରଭେଦକୁ କମାଇ ସେମାନଙ୍କୁ ଭବିଷ୍ୟତର ଗୁଣାତ୍ମକ ମାନବ ସମ୍ବଳରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।

15 February 2024 07:00 PM (IST)

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ

ଭୁବନେଶ୍ବର:- ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆସିବା ସହିତ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏହା ସମାଜକୁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

15 February 2024 06:45 PM (IST)

ପୁରୀରୁ ଅଯୋଧ୍ୟା ରେଳସେବା...

ପୁରୀରୁ ଅଯୋଧ୍ୟା ରେଳସେବା

ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ ପାଇଁ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ଶରଧାବାଲିରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ।  ଜୁଲାଇ କିମ୍ୱା ଅଗଷ୍ଟ ମାସ ସୁଦ୍ଧା ପୁରୀରୁ ଅଯୋଧ୍ୟା ଟ୍ରେନ୍‌ ଶୁଭାରମ୍ଭ ହେବ ବୋଲି କୁହାଯାଇଛି । କେବଳ ସେତିକି ନୁହେଁ, ପୁରୀ କୋଣାର୍କ ମଧ୍ୟରେ ମଧ୍ୟ ରେଳ ସେବା ଆରମ୍ଭ ହେବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏନେଇ ସୂଚନା ଦେଇଛନ୍ତି ।

15 February 2024 06:30 PM (IST)

ଡିପିସି ଉପରେ ହାଇକୋର୍ଟଙ୍କ ପ୍ରତିବନ୍ଧକ ...

ଡିପିସି ଉପରେ ହାଇକୋର୍ଟଙ୍କ ପ୍ରତିବନ୍ଧକ 

ଭୁବନେଶ୍ୱର: ଓଡ଼ିଶା ପୋଲିସ ତଥା ରାଜ୍ୟରେ ଥିବା ବିଭିନ୍ନ ବାଟାଲିୟନରେ କମାଣ୍ଡାଣ୍ଟ ପଦବୀକୁ ପ୍ରମୋଶନ ପାଇଁ ଆଗକୁ ହେବାକୁ ଥିବା ଡିପିସି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରୋକ ଲଗାଇଛନ୍ତି ।

15 February 2024 06:15 PM (IST)

ବୌଦ୍ଧ ନଳୀକୁମ୍ପା ଜଙ୍ଗଲରେ ଲାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ଆହତ...

ବୌଦ୍ଧ ନଳୀକୁମ୍ପା ଜଙ୍ଗଲରେ ଲାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ଆହତ

ବୌଦ୍ଧ:  କଣ୍ଟାମାଳ ଥାନା ନିକଟ ନଳୀକୁମ୍ପା ଜଙ୍ଗଲରେ ଏସଓଜି ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଫଳରେ ୨ ଯବାନଙ୍କ ଦେହରେ ଆଘାତ ଲାଗିଛି । ଅଧିକ ପଢ଼ନ୍ତୁ...

15 February 2024 06:00 PM (IST)

ଶୋକ ଜଣାଇଲେ ବୈଜୟନ୍ତ...

ଶୋକ ଜଣାଇଲେ ବୈଜୟନ୍ତ
ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। 

 

15 February 2024 05:45 PM (IST)

ଆମେରିକାରେ ଅସୁରକ୍ଷିତ ଭାରତୀୟ...

ଆମେରିକାରେ ଅସୁରକ୍ଷିତ ଭାରତୀୟ
ଆମେରିକାରେ ଅସୁରକ୍ଷିତ ହୋଇପଡିଛନ୍ତି ଭାରତୀୟ। ଏଠାରେ ପ୍ରତିଦିନ ଭାରତୀୟମାନେ ହତ୍ୟାର ଶିକାର ହେଉଛନ୍ତି। ଏବେ ପୁଣିଥରେ ଆମେରିକାର କାଲିଫର୍ଣ୍ଣିଆରେ ଏକ ଭାରତୀୟ ପରିବାର ନିଶ୍ଚିହ୍ନ ହୋଇଯାଇଛନ୍ତି । ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏକ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂରା ପରିବାରର ମୃତଦେହ ମିଳିଛି । ମୃତେଦହରେ ଗୁଳି ମାଡ ଚିହ୍ନ ଅଛି । ମୃତକଙ୍କ ମଧ୍ୟରେ କେରଳର ଗୋଟିଏ ପରିବାରର ୪ ଜଣ ଅଛନ୍ତି। ୪୨ ବର୍ଷୀୟ ଆନନ୍ଦ ସୁଜିନ ହେନରୀ, ତାଙ୍କ ୪୦ ବର୍ଷୀୟ ପତ୍ନୀ ଏଲିସ ପ୍ରିୟଙ୍କା ଓ ୪ ବର୍ଷର ଯମଜ ପୁଅ ନୁହ ଓ ନିଥନ ରହିଛନ୍ତି। ହତ୍ୟା ନା ଆତ୍ମହତ୍ୟା ସେନେଇ ପୁଲିସ ସନ୍ଦେହ କରୁଛି। ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। 

15 February 2024 05:30 PM (IST)

ମାଘ ସପ୍ତମୀ ବୁଡ ପାଇଁ ଚନ୍ଦ୍ରଭାଗାରେ ବଢୁଛି ଭିଡ...

ମାଘ ସପ୍ତମୀ ବୁଡ ପାଇଁ ଚନ୍ଦ୍ରଭାଗାରେ ବଢୁଛି ଭିଡ

ପୁରୀ: ଆସନ୍ତା କାଲି ପବିତ୍ର ମାଘ ସପ୍ତମୀ । ବଡି ଭୋର୍ ସମୟରୁ ଚନ୍ଦ୍ରଭାଗାରେ ବୁଡ ପକାଇବା ପାଇଁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ । ସୂଚନା ଅନୁଯାୟୀ ଭୋର ୪ଟା ୩୪ ସମୟରେ ଚନ୍ଦ୍ରଭାଗା ବୁଡ ପାଇଁ ସମୟ ଧାର୍ଯ୍ୟ ହୋଇଛି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢ଼ନ୍ତୁ...

15 February 2024 05:15 PM (IST)

ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷଙ୍କ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ ...

ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷଙ୍କ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ 
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷ। ଗୁରୁବାର ତୃଣମୂଳ କଂଗ୍ରେସେର ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଦଳ ତାଙ୍କ ନାମ ଘୋଷଣା କରିଥିଲା। ଆଜି ଅନ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କ ଗହଣରେ ଯାଇ ସେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ସେ ରାଜ୍ୟସଭାକୁ ନିର୍ବାଚିତ ହେବା ନିଶ୍ଚିତ ବୋଲି ଜଣାପଡିଛି।

15 February 2024 05:00 PM (IST)

ଭୁବନେଶ୍ବରରେ ଖୋଲିଲା ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ ସ୍ଵସ୍ତିକ...

ଭୁବନେଶ୍ବରରେ ଖୋଲିଲା ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ ସ୍ଵସ୍ତିକ
ଟଙ୍କପାଣିସ୍ଥିତ ସାଇ ମନ୍ଦିର ଛକ ନିକଟରେ ଖୋଲିଲା ଫିଲ୍ମ ସୁଟିଂ ପାଇଁ ନିର୍ମିତ ଅତ୍ୟାଧୁନିକ ଷ୍ଟୁଡିଓ ସ୍ଵସ୍ତି। ପବିତ୍ର ସରସ୍ଵତୀ ପୂଜା ଅବସରରେ ଏହା ଉନ୍ମୋଚିତ ହୋଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଜଗତ ସହ ସମ୍ପୃକ୍ତ ବହୁ ପ୍ରଯୋଜନା ସଂସ୍ଥା, ସେମାନଙ୍କର ପଦାଧିକାରୀ, ନିର୍ମାତା, ନିର୍ଦ୍ଦେଶକ, ଅଭିନେତା ଅଭିନେତ୍ରୀମାନେ ଯୋଗ ଦେଇଥିଲେ। ଦିନକୁ ଦିନ ଚଳଚ୍ଚିତ୍ର ଓ ଧାରାବାହିକର ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ନିର୍ମାତା ନିର୍ଦ୍ଦେଶକଙ୍କ ଚାହିଦା ପୂରଣ କରିବାରେ ଏହା ସକ୍ଷମ ହେବ ବୋଲି କୁହାଯାଇପାରେ।

15 February 2024 04:45 PM (IST)

କାଲିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ...

କାଲିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ଦେବେ ସାହିତ୍ୟ ପରୀକ୍ଷା । ୧୭ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ୩ଲକ୍ଷ ୮୪ ହଜାର ୯୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଯୁକ୍ତ ଦୁଇ ପରିଷଦ। ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବେ। ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ପାଇବେ। ୫ ମିନିଟ୍ ପୂର୍ବରୁ ମିଳିବ ପ୍ରଶ୍ନପତ୍ର। ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ଯା ଭଲଭାବରେ ଦେଖିବାକୁ ପଡ଼ିବ। ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି। ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ଯା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ। ଛାତ୍ରଛାତ୍ରୀଙ୍କୁ କୌଣସି ଆଡିସନାଲ ସିଟ୍ ଦିଆଯିବ ନାହିଁ। ପ୍ରଶ୍ନ ପତ୍ରରେ ରୋଲ୍ ନମ୍ବର ଛଡା ଦାଗ ବି ଲଗାଇବେ ନାହିଁ। ନେହେଲ ଛାତ୍ରଛାତ୍ରୀ ମାନେ ମାଲପ୍ରାକ୍ଟିସ ହେବେ।

15 February 2024 04:30 PM (IST)

ଦିଲ୍ଲୀ ହାଇକୋର୍ଟରେ ବୋମା ମାଡ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି...

ଦିଲ୍ଲୀ ହାଇକୋର୍ଟରେ ବୋମା ମାଡ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନରାଲଙ୍କୁ ଇମେଲ୍ ଯୋଗେ ଏକ ଧମକ ମିଳିଛି । ହାଇକୋର୍ଟରେ ବୋମା ମାଡ ସହିତ ରେଜିଷ୍ଟାରଙ୍କୁ ଜୀବନରୁ ମାରିଦେବାକୁ ଧମକରେ ଉଲ୍ଲେଖ ରହିଛି । ବଳବନ୍ତ ବେସାଇ ନାମରେ ଏହି ଇମେଲଟି ଆସିଥିବା ଜଣାପଡିଛି । ଫେବୃଆରୀ ୧୫ ତଥା ଗୁରବାର ଦିନ ବୋମା ମାଡ ହେବ ବୋଲି ଇମେଲରେ ଲେଖାଯାଇଥିଲା । ଅଧିକ ପଢ଼ନ୍ତୁ...

15 February 2024 04:15 PM (IST)

Top News Headlines:...

Top News Headlines:

ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

15 February 2024 04:00 PM (IST)

ପଞ୍ଚମଥର ପାଇଁ ମା ହେବେ ସୀମା, ଚୂଡ଼ାନ୍ତ ହେଲା ପିଲାର ନାଁ...

ପଞ୍ଚମଥର ପାଇଁ ମା ହେବେ ସୀମା, ଚୂଡ଼ାନ୍ତ ହେଲା ପିଲାର ନାଁ
ନୂଆଦିଲ୍ଲୀ: ଗତ ବର୍ଷ ନେପାଳ ଦେଇ ଭାରତ ଆସିଥିବା ସୀମା ହାଇଦର ଭାରତୀୟ ନାଗରିକ ସଚିନ ମୀନାଙ୍କୁ ବିବାହ କରିଛନ୍ତି। ବିବାହ ପରେ ସୀମା ସଚିନଙ୍କ ସହ ରହୁଛନ୍ତି। ଏହି ସମୟ ମଧ୍ୟରେ ସୀମା ଏବଂ ସଚିନଙ୍କ ପରିବାରକୁ ବହୁତ ବଡ଼ ଖୁସି ଖବର ଆସିବାକୁ ଯାଉଛି। କୁହାଯାଉଛି ଯେ ସୀମା ଶୀଘ୍ର ମା ହେବାକୁ ଯାଉଛନ୍ତି। ଏହି ସମୟ ମଧ୍ୟରେ ସୀମା ହାଇଦର ତାଙ୍କ ଜନ୍ମିତ ସନ୍ତାନର ନାମ ମଧ୍ୟ ଚୂଡ଼ାନ୍ତ କରିସାରିଛନ୍ତି। ତେବେ ସୀମା ଉଭୟ ପୁଅ ଏବଂ ଝିଅଙ୍କ ନାମ ଫାଇନାଲ କରିଥିବା କହିଛନ୍ତି। ସୀମା ଯେତେବେଳେ ପଞ୍ଚମ ଥର ପାଇଁ ମା ହୁଅନ୍ତି ସେତେବେଳେ ତାଙ୍କ ସନ୍ତାନର ନାମ କଣ ରଖିବ।

15 February 2024 03:45 PM (IST)

୨ ବାଘ ଛାଲ ଜବତ, ଜଣେ ଗିରଫ...

୨ ବାଘ ଛାଲ ଜବତ, ଜଣେ ଗିରଫ
ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ବେଆଇନ ବାଘ ଛାଲ କାରବାର। ଅନେକ ସମୟରେ ବନ ବିଭାଗ ହାବୁଡରେ ପଡି ଗିରଫ ହଉଛନ୍ତି ଅଭିଯୁକ୍ତ ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ। ଆଜି ପୁଣି ବାଘ ଛାଲ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ଏସଟିଏଫ୍। ଖବର ମୁତାବକ, କୁଚିଣ୍ଡା-ବଣେଇଗଡ଼ ରାସ୍ତା ନିକଟରେ ଖୁଲମଖୁଲା ଚାଲିଥିଲା ବାଘ ଛାଲ ଡିଲ୍। ବିଶେଷସୂତ୍ରରୁ ଖବରପାଇ ଏସଟିଏଫ୍ ଚଢାଉ କରିଥିଲା। ଚଢାଉ ବେଳେ ଦୁଇଟି ବାଘ ଛାଲ ଜବତ ହୋଇଥିବାବେଳେ, ଘଟଣାରେ ଜଣଙ୍କୁ ଗିରଫ କରିଛି ଟିମ୍।

15 February 2024 03:30 PM (IST)

ବିଳମ୍ବିତ ରାତିରେ ରାଜଧାନୀରେ ଅଘଟଣ, ଫୁଟପାଥରେ ପିଟିହେଲା କାର...

ବିଳମ୍ବିତ ରାତିରେ ରାଜଧାନୀରେ ଅଘଟଣ, ଫୁଟପାଥରେ ପିଟିହେଲା କାର
ବିଳମ୍ବିତ ରାତିରେ ରାଜଧାନୀରେ ଅଘଟଣ। ଗଭର୍ଣ୍ଣର ହାଉସ୍ ଛକରେ ପୁଣିଥରେ ଦୁର୍ଘଟଣା। ଦୃତ ଗତିରେ ଆସୁଥିବା କାର ଫୁଟପାଥରେ ପିଟି ହେଲା। ଫୁଟପାଥ ଭାଙ୍ଗି କାରଟି ସାଇଡରେ ମାଡ ହୋଇଛି। ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଛି ଯେ, ଫୁଟପାଥ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣା ପରେ ଡ୍ରାଇଭର ସମେତ ୩ଜଣ ଗୁରୁତର ହୋଇ ହସପିଟାଲରେ ଭର୍ତି ହୋଇଛନ୍ତି। ପୋଲିସ୍ ଘଟଣା ସ୍ଥଳରେ ପହଁଚି କାରକୁ ଜବତ କରିଛି। ହ୍ୟୁଣ୍ଡାଇ କ୍ରେଟା କାରଟି ଦୁର୍ଘଟଣାର ଶିକାର ହୋଇଛି। ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, କାର ଚାଳକ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିଲେ।

15 February 2024 03:18 PM (IST)

Sog Jawan: ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ଆଇଇଡି...

Sog Jawan: ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ହୋଇଛନ୍ତି। ଆହତ ଦୁଇ ଯବାନଙ୍କୁ ବଲାଙ୍ଗିର ମେଡିକାଲରୁ ଏୟାରଲିଫ୍ଟ କରାଯାଇଛି । ବଲାଙ୍ଗିରରେ ପ୍ରଥମେ ଉଭୟ ଯବାନଙ୍କ ସିଟି ସ୍କାନ୍‌ କରିବା ପରେ ଦୁଇ ଯବାନଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଛି । ଏହି ବିସ୍ଫୋରଣରେ ୨ SOG ଯବାନ ଗୁରୁତର ଆହତ ହୋଇଥିଲେ। ବିସ୍ଫୋରଣରେ ଆହତ ଯବାନଙ୍କୁ ପ୍ରଥମେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସିଟି ସ୍କାନ୍‌ କରିବା ପରେ ଉଭୟ ଯବାନଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଛି।

15 February 2024 03:15 PM (IST)

ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ...

ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ
ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ ଘର ସମେତ ୧୦ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ଭିଜିଲାନ୍ସ ପକ୍ଷରୁ ବୌଦ୍ଧ ସମେତ ଭୁବନେଶ୍ୱର ଓ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଭୁବନେଶ୍ୱର ପାହାଳରେ ଥିବା ଆପାର୍ଟମେଣ୍ଟ, ଭୁବନେଶ୍ୱର ଗୌତମ ନଗରରେ ଥିବା କମର୍ସିୟାଲ କମ୍ପ୍ଲେକ୍ସ, କଳାରାହାଙ୍ଗରେ ଥିବା ଫ୍ଲାଟ, ଶୈଳଶ୍ରୀ ବିହାରରେ ଥିବା ଫ୍ଲାଟ, କଳ୍ପନା ଛକରେ ଥିବା ଫ୍ଲାଟ, ରଙ୍ଗାମାଟିଆରେ ଥିବା ଫ୍ଲାଟ, ବୌଦ୍ଧ ରାଜନପାଲିରେ ଥିବା ଘର, ଗଂଜାମ ଭଞ୍ଜନଗରରେ ଥିବା ପୈତୃକ ବାସଭବନ, ବ୍ରହ୍ମପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି।

15 February 2024 03:00 PM (IST)

ଏଥର ଖଣ୍ଡଗିରି ମେଳାରେ ୧୨ଟି ଯାତ୍ରା ପାର୍ଟି...

ଏଥର ଖଣ୍ଡଗିରି ମେଳାରେ ୧୨ଟି ଯାତ୍ରା ପାର୍ଟି
ଆସନ୍ତାକାଲିଠୁ ଆରମ୍ଭ ହେଉଛି ଖଣ୍ଡଗିରି ପ୍ରସିଦ୍ଧ କୁମ୍ଭ ମେଳା। ହୋମ ଯଜ୍ଞରେ ପ୍ରକମ୍ପିତ ହେବ ପରିବେଶ। ମେଳା ପୂର୍ବରୁ ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ରାଜ୍ୟ ତଥା ରାଜ୍ୟ ବାହାରରୁ ସାଧୁସନ୍ଥମାନେ ଆସି ଖଣ୍ଡଗିରି ପାଦଦେଶରେ ପହଞ୍ଚିବା ସହ ହୋମ ଯଜ୍ଞ ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି। ମାଘ ସପ୍ତମୀରେ ଖଣ୍ଡଗିରି ପାହାଡରେ ଥିବା ମାଆ ବାରଭୁଜାଙ୍କ ଆରମ୍ଭ ହେବ କୁମ୍ଭ ମେଳା। ସେପଟେ ଖଣ୍ଡଗିରିରେ ଦୁଲୁକିବ ଯାତ୍ରା ପେଣ୍ଡାଲ। ୧୮ ତାରିଖରୁ ନାମୀଦାମୀ ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଏ ନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଯାତ୍ରାରେ ରେକର୍ଡ ଡ୍ୟାନ୍ସ, ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି। 

15 February 2024 02:45 PM (IST)

ଇଲେକ୍ଟ୍ରୋରାଲ ବଣ୍ଡ୍‌ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ...

ଇଲେକ୍ଟ୍ରୋରାଲ ବଣ୍ଡ୍‌ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ
ଇଲେକ୍ଟ୍ରୋରାଲ ବଣ୍ତ ଜରିଆରେ ଆଉ ପ୍ରଦାନ କରାଯିବନି ଚାନ୍ଦା । ଏହାକୁ ବେଆଇନ ତଥା ଅସାମ୍ବିଧାନିକ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ପଲିଟିକାଲ ପାର୍ଟିଗୁଡ଼ିକୁ ଚାନ୍ଦା ପ୍ରଦାନ ଆଉ ଆଇନତଃ ବୈଧ ନୁହେଁ । ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ନିର୍ବାଚନୀ ବଣ୍ତ ଜରିଆରେ ଦାତାଙ୍କ ନାଁ ଗୋପନୀୟ ରଖାଯାଉଥିବାରୁ ଏହା ମୁଖ୍ୟତଃ ସୂଚନା ଅଧିକାର ଆଇନ ଓ ସମ୍ବିଧାନର ଧାରା ୧୯ (୧) କୁ ଉଲ୍ଲଂଘନ କରୁଥିବା ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ।

15 February 2024 02:37 PM (IST)

Abhaya Kumar Mohanty Died: ପରପାରିରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା...

Abhaya Kumar Mohanty Died: ପରପାରିରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ଦେହାନ୍ତ ସୂଚନା ରହିଛି। ପୂରା ପରିବାରରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘବର୍ଷ ଧରି ଅଭୟ ମହାନ୍ତି ଅସୁସ୍ଥ ଥିଲେ। ଫଳରେ ଚିକିତ୍ସାଧିନ ଅବସ୍ଥାରେ ରହିଥିଲେ ଅଭୟ ମହାନ୍ତି । ଏପରିକି ନିକଟରେ ଏକ ହସ୍ସିଟାଲରେ ଅଭୟ ମହାନ୍ତିଙ୍କ ଅପରେସନ ମଧ୍ୟ ହୋଇଥିଲା। 

 

15 February 2024 01:48 PM (IST)

Farmer Protest: ଦେଶରେ ପୁଣିଥରେ ମୁଣ୍ଡଟେକିଛି କୃଷକ ଆନ୍ଦୋଳନ । ଦିଲ୍ଲୀରେ ପହଂଚିଛନ୍ତି...

Farmer Protest: ଦେଶରେ ପୁଣିଥରେ ମୁଣ୍ଡଟେକିଛି କୃଷକ ଆନ୍ଦୋଳନ । ଦିଲ୍ଲୀରେ ପହଂଚିଛନ୍ତି ଆନ୍ଦୋଳନକାରୀ କୃଷକ । ସେପଟେ ଦିଲ୍ଲୀରେ କିଭଳି ଅଧିକରୁ ଅଧିକ କୃଷକ ପହଂଚି ନ ପାରିବେ ସେ ନେଇ ସରକାର ଦିଲ୍ଲୀର ସମସ୍ତ ସୀମାକୁ କଡା ସୁରକ୍ଷାର ସହ ସିଲ୍ କରିଦେଇଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପ ପରେ ପଞ୍ଜାବରେ କୃଷକମାନେ ରେଳସେବା ଠପ୍ କରିଦେଇଛନ୍ତି । ଆନ୍ଦୋଳନରତ କୃଷକମାନେ ପଞ୍ଜାବର ବିଭିନ୍ନ ରେଳ ଲାଇନ ଉପରେ ବସି ରେଳ ସେବା ଠପ୍ କରିଦେଇଛନ୍ତି ।

 

15 February 2024 01:30 PM (IST)

Odisha Weather: ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା ।...

Odisha Weather: ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ପ୍ରବଳ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଅନେକ ରାଜ୍ୟରେ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବା ବେଳେ ଦିନି ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିବା ରେକର୍ଡ଼ କରାଯାଇଛି । ତେବେ ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 

15 February 2024 01:15 PM (IST)

Khandagiri Mela: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଖଣ୍ଡଗିରି ପ୍ରସିଦ୍ଧ କୁମ୍ଭ ମେଳା। ହୋମ...

Khandagiri Mela: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଖଣ୍ଡଗିରି ପ୍ରସିଦ୍ଧ କୁମ୍ଭ ମେଳା। ହୋମ ଯଜ୍ଞରେ ପ୍ରକମ୍ପିତ ହେବ ପରିବେଶ। ମେଳା ପୂର୍ବରୁ ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ଼। ରାଜ୍ୟ ତଥା ରାଜ୍ୟ ବାହାରରୁ ସାଧୁସନ୍ଥମାନେ ଆସି ଖଣ୍ଡଗିରି ପାଦଦେଶରେ ପହଞ୍ଚିବା ସହ ହୋମ ଯଜ୍ଞ ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି। ମାଘ ସପ୍ତମୀରେ ଖଣ୍ଡଗିରି ପାହାଡରେ ଥିବା ମାଆ ବାରଭୁଜାଙ୍କ ଆରମ୍ଭ ହେବ କୁମ୍ଭ ମେଳା। ଖଣ୍ଡଗିରିରେ ଦୁଲୁକିବ ଯାତ୍ରା ପେଣ୍ଡାଲ। ୧୮ ତାରିଖରୁ ନାମୀଦାମୀ ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଏ ନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଯାତ୍ରାରେ ରେକର୍ଡ ଡ୍ୟାନ୍ସ, ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି। 

 

15 February 2024 12:49 PM (IST)

Ama Bus Stand: ଆମ ବସଷ୍ଟାଣ୍ଡ ଯୋଜନାରେ ୧୩ଟି ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡର ଉଦଘାଟନ...

Ama Bus Stand: ଆମ ବସଷ୍ଟାଣ୍ଡ ଯୋଜନାରେ ୧୩ଟି ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ବିଭିନ୍ନ ଅଞ୍ଚଳର ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳର ରାସ୍ତା, ବସଷ୍ଟାଣ୍ଡର ଉନ୍ନତିକରଣ, ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିଛି ବୋଲି ବିଭିନ୍ନ ଅଞ୍ଚଳର ଲୋକ କହିଛନ୍ତି ।

 

15 February 2024 12:30 PM (IST)

Boudh News: ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ନଳୀକୁମ୍ପା ଜଙ୍ଗଲରେ...

Boudh News: ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଏକାଧିକ ଏସଓଜି ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି ।

 

15 February 2024 12:17 PM (IST)

Electoral Bond: ଇଲେକ୍ଟୋରାଲ ବଣ୍ଡର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ମୋଟ ୪ଟି ପିଟିସନ...

Electoral Bond: ଇଲେକ୍ଟୋରାଲ ବଣ୍ଡର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ମୋଟ ୪ଟି ପିଟିସନ ଦାଖଲ କରାଯାଇଥିଲା । ଅଦାଲତ ଗତ ବର୍ଷ ଅକ୍ଟୋବରରେ ଏହି ମାମଲାର ଶୁଣାଣି କରି ନଭେମ୍ବରରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଇଲେକ୍ଟୋରାଲ ବଣ୍ଡ ସ୍କିମକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ୍ ଉପରେ ରାୟ ଶୁଣାଇ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି, ବଣ୍ଡର ଗୋପନୀୟତା ବଜାୟ ରଖିବା ଅସାମ୍ବିଧାନିକ । ଏହି ଯୋଜନା ସୂଚନା ଅଧିକାରର ଉଲ୍ଲଂଘନ କରୁଛି ।

 

15 February 2024 11:58 AM (IST)

Nitish Kumar: ବିଜେପିରୁ ଶୀଘ୍ର ବାହାରି ଯାଆନ୍ତୁ ନୀତୀଶ କୁମାର । ନଚେତ ବୋମା ପକାଇ ଉଡାଇ...

Nitish Kumar: ବିଜେପିରୁ ଶୀଘ୍ର ବାହାରି ଯାଆନ୍ତୁ ନୀତୀଶ କୁମାର । ନଚେତ ବୋମା ପକାଇ ଉଡାଇ ଦେବାକୁ ଧମକ । ନୀତୀଶଙ୍କ ସହ ଥିବା ବିଧାୟକଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦିଆଯାଇଛି । ଏଭଳି ଧମକପୂର୍ଣ୍ଣ କଲ୍‍ ବିହାର ଡିଜିପି ଆରଏସ ଭଟ୍ଟୀଙ୍କ ଫୋନକୁ ଆସିଥିବା ସୂଚନା ମିଳିଛି । ବିହାରରେ ନୀତୀଶ କୁମାରଙ୍କ ନୂଆ ସରକାର ଗଠନ ହେବା ଦିନ ଠାରୁ ଅସନ୍ତୋଷ ଲାଗି ରହିଛି ।

15 February 2024 11:47 AM (IST)

Sanjukta Mahal: ଏତଲା ପରେ ଗିରଫ ହୋଇ ଜେଲ ଗଲେ ସଂଯୁକ୍ତା ମହଲ । ଗତକାଲି ପୋଲସରା ବିଧାୟକ...

Sanjukta Mahal: ଏତଲା ପରେ ଗିରଫ ହୋଇ ଜେଲ ଗଲେ ସଂଯୁକ୍ତା ମହଲ । ଗତକାଲି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ହାତୀଓଟ ଗାଁ ସ୍ଥିତ ଘରକୁ ଜୋରଜବରଦସ୍ତ ପଶିଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ଘର ଆଗରେ ଧାରଣାରେ ବସିଥିଲେ ସଂଯୁକ୍ତା । ଏହାକୁ ନେଇ ସେଠାରେ ଅଶାନ୍ତ ବାତାବରଣ ଦେଖାଦେଇଥିଲା । ଏହି ଘଟଣାକୁ ନେଇ ବିଧାୟକଙ୍କ ପତ୍ନୀ ଗୋଲାପ ସାହୁଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ ସଂଯୁକ୍ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି 

15 February 2024 11:38 AM (IST)

Ashwini Vaishnaw: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ପ୍ରାର୍ଥୀ ଭାବେ...

Ashwini Vaishnaw: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଦାଖଲ କରିଛନ୍ତି | ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ସମସ୍ତ ବିଧାୟକ ଉପସ୍ଥିତ ଥିଲେ | ୧୦ ଜଣ ପ୍ରସ୍ତାବକଙ୍କ ଉପସ୍ଥିତିରେ ଅଶ୍ୱିନୀ ୨ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଓଡିଶାରୁ ତୃତୀୟ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି |

15 February 2024 10:27 AM (IST)

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍...

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍

ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ । ଭଦ୍ରକ ସହରର ୪ଟି ସ୍ଥାନରେ ଚଢଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ।

15 February 2024 09:54 AM (IST)

ବୌଦ୍ଧ ଆରଟିଓଙ୍କ ଘରେ ଭିଜିଲାନ୍ସ ରେଡ଼...

ବୌଦ୍ଧ ଆରଟିଓଙ୍କ ଘରେ ଭିଜିଲାନ୍ସ ରେଡ଼

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ ଘର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

15 February 2024 09:08 AM (IST)

ନୀତିନ ଗଡ଼କରୀଙ୍କ ଓଡ଼ିଶା ଗସ୍ତ ବାତିଲ...

ନୀତିନ ଗଡ଼କରୀଙ୍କ ଓଡ଼ିଶା ଗସ୍ତ ବାତିଲ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଓଡ଼ିଶା ଗସ୍ତ ବାତିଲ। କିଛି ଅନିବାର୍ଯ୍ୟ କାରଣ ପାଇଁ ଓଡ଼ିଶା ଆସିବେନି ନୀତିନ । ତାଙ୍କ ବଦଳରେ ଏନ. ଏଚର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଅଶ୍ୱିନୀ ବୈଷ୍ଣବ।

15 February 2024 08:42 AM (IST)

ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବେ ଅଶ୍ବିନୀ...

ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବେ ଅଶ୍ବିନୀ

ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରାର୍ଥୀ ପତ୍ର ଦାଖଲ କରିବେ। ଗୁରୁବାର ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ଅଟେ। ପୂର୍ବାହ୍ନ ପ୍ରାୟ ୧୦.୩୦ରେ ରେଳମନ୍ତ୍ରୀ ବିଜେପି ବିଧାୟକ ଓ ବରିଷ୍ଠ ନେତାଙ୍କ ଗହଣରେ ବିଧାନସଭାରେ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିବେ।

15 February 2024 08:13 AM (IST)

ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା...

ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା

CBSE Exams 2024: ଆଜିଠାରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ସକାଳ ୧୦ ଟା ୩୦ ମିନିଟ୍ ରେ ପରୀକ୍ଷା ଆରମ୍ଭ ହେବ ।  ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରରେ ପହଞ୍ଚିବାକୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । 

 

 

15 February 2024 08:03 AM (IST)

୨୯ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି...

୨୯ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଆସିବା ପରେ ମୟୂରଭଞ୍ଜର ଆରାଧ୍ୟ ଦେବୀ କିଚକେଶ୍ବରୀଙ୍କ ପୂଜାର୍ଚ୍ଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏନେଇ ରାଷ୍ଟ୍ରପତିଙ୍କ ଭବନରୁ ମନ୍ଦିର ପରିଚାଳନା କମିଟିକୁ ପତ୍ର ଦ୍ବାରା ଅବଗତ କରାଯାଇଛି।

15 February 2024 07:33 AM (IST)

ଦିନକ ପରେ ପ୍ରସିଦ୍ଧ ଖଣ୍ତଗିରି ମେଳା...

ଦିନକ ପରେ ପ୍ରସିଦ୍ଧ ଖଣ୍ତଗିରି ମେଳା

Khandagiri Mela 2024: ଦିନକ ପରେ ଅର୍ଥାତ୍ ଫେବୃୟାରୀ ୧୬ ତାରିଖରେ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ତଗିରି ମେଳା । ମାଘ ସପ୍ତମୀଠାରୁ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେବେ ଖଣ୍ତଗିରି ପାହାଡ଼ । ତେବେ କୁମ୍ଭ ମେଳା ନେଇ ଶତାଧିକ ସାଧୁସନ୍ଥଙ୍କ ଆଗମନ ହୋଇଛି । ଏନେଇ ସମସ୍ତ ନିଜର ଆସ୍ଥାନ ଓ ଯଜ୍ଞ କୁଣ୍ତ ତିଆରି କରିବା ସହ ପୂର୍ଣ୍ଣକୁମ୍ଭ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ-  https://zeenews.india.com/hindi/zeeodisha/state-news/odisha-news-a-day-l...

15 February 2024 07:12 AM (IST)

ଆଜି ଓଡ଼ିଶା ଆସଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ...

ଆଜି ଓଡ଼ିଶା ଆସଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଭୁବନେଶ୍ବରରେ ପହଞ୍ଚିବା ପରେ ସିଧା ପୁରୀ ଯିବେ ମନ୍ତ୍ରୀ  । ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ ପରେ ଅପରାହ୍ନରେ ଦଳୀୟ ନେତାଙ୍କ ସହ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି । 

15 February 2024 07:07 AM (IST)

 ଉତ୍ତର ଓଡି଼ଶାରେ ବର୍ଷା ସମ୍ଭାବନା ...

 ଉତ୍ତର ଓଡି଼ଶାରେ ବର୍ଷା ସମ୍ଭାବନା 

Weather Update: ଆଜି ଉତ୍ତର ଓଡି଼ଶାରେ ହାଲୁକା ବର୍ଷା ନେଇ ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରିଛି । 

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/weather/odisha-news-weather-up...

 

Add Zee News as a Preferred Source