)
Russia captured avdiivka: ୟୁକ୍ରେନର ଅଭଦିଭାକା ସହର ଉପରେ ଋଷର କବଜା, ପୁତିନ ଖୁସିରେ ଗଦଗଦ
ୟୁକ୍ରେନ୍ ବିପକ୍ଷ ଲଢ଼େଇରେ ରୁ ଋଷିଆକୁ ବଡ଼ ସଫଳତା ମିଳିଛି। ଋଷ ୟୁକ୍ରେନର ଅଭଦିଭାକା ସହରକୁ ଦଖଲ କରିଛି। ଆଭଦିଭକା ହେଉଛି ୟୁକ୍ରେନର ଏକ ଗୁରୁତ୍ୱପୂର୍ଣ୍ଣ ସହର । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏହି ସଫଳତା ପାଇଁ ତାଙ୍କ ସେନାକୁ ପ୍ରଶଂସା କରିବା ସହ ଏହି ବିଜୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ରୁଷର ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ସୋଇଗୁ ଏ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ...
ବାହାଘର ପାଇଁ ତିଆରି ସରିଥିଲା ବେଦୀ, ଡ୍ରେସ୍ କିଣିବାକୁ କହି ବର ଫେରାର !
ଭଦ୍ରକ: ବନ୍ତ ବ୍ଲକ ତୋଡଙ୍ଗା ପଞ୍ଚାୟତରେ ଜଣେ ଯୁବତୀଙ୍କ ବିବାହ ଗୁହାଳିଆ ଗ୍ରାମର ପ୍ରେମାନନ୍ଦ ପ୍ରଧାନଙ୍କ ପୁଅ ବାପୁନ୍ ପ୍ରଧାନ ସହ ହେବାର ଥିଲା । କିନ୍ତୁ ବାହାଘର ଦିନ ପୁଅ ଘରୁ ଫୋନ୍ ଆସିଲା ଯେ ପୁଅ ଘରେ ନାହିଁ ଯାହାକୁ ନେଇ ଏବେ ବାରିକପୁର ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଲାଗିରହିଛି । ଅଧିକ ପଢ଼ନ୍ତୁ...
ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ଭଲଭ୍ ରିପ୍ଲେସମେଣ୍ଟ ସର୍ଜରୀ ସଫଳ
Jagad Guru Rambhadracharya: ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କର ଭଲଭ୍ ରିପ୍ଲେସମେଣ୍ଟ ସର୍ଜରୀ ଦିଲ୍ଲୀ AIIMSରେ ସଫଳ ହୋଇଛି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଜଗଦଗୁରୁଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଜଣାପଡିଛି । ଅଧିକ ପଢ଼ନ୍ତୁ...
Garlic Price : ଏହି ସ୍ଥାନରେ ମାତ୍ର ୨ଶହ ଟଙ୍କାରେ ମିଳୁଛି ରସୁଣ, କିଣିବାକୁ ପ୍ରବଳ ଭିଡ
Garlic Price : ବର୍ଷର ପ୍ରଥମ ମାସରୁ ରସୁଣର ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଛି । କିନ୍ତୁ, ବର୍ତ୍ତମାନ ଆପଣଙ୍କୁ ଏକ ଖବର କହିବୁ ଯାହା ଶୁଣି ଆପଣଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିବ । କାରଣ ଏକ ମୋବାଇଲ୍ ସପ୍ ରେ ଜଣେ ବ୍ୟକ୍ତି ଅଧା ଦାମରେ ରସୁଣ ଉପଲବ୍ଧ କରାଇଛନ୍ତି । ଯେଉଁ କାରଣରୁ ଲୋକମାନେ ବଜାର ଅପେକ୍ଷା ବ୍ୟକ୍ତିଙ୍କ ଦୋକାନ ସାମ୍ନାରେ ରସୁଣ କିଣିବା ପାଇଁ ଭିଡ ଜମାଇଛନ୍ତି । ଅଧିକ ପଢନ୍ତୁ ...
ଓଡ଼ିଶାର ପାଣିପାଗ (Odisha Weather)
ଆସନ୍ତା ଦୁଇ ଦିନ ମଧ୍ୟରେ ଘନ କୁହୁଡ଼ି ଓଡିଶାର ଅନେକ ସ୍ଥାନରେ ଦେଖାଯିବା ବେଳେ ସାରା ରାଜ୍ୟରେ ପାଗ ଶୁଖିଲା ରହିପାରେ। ତେବେ ଶୁକ୍ରବାର ଏବଂ ଶନିବାର ଦିନ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ ମଧ୍ୟାହ୍ନ ବୁଲେଟିନ୍ରେ କହିଛି। ପଢ଼ନ୍ତୁ ପୂରା ଖବର...
ରାୟଗଡ଼ା ବସ୍ଷ୍ଟାଣ୍ଡ ନିକଟରୁ ନବଜାତର ମୃତଦେହ
ରାୟଗଡା: ବସଷ୍ଟାଣ୍ଡ୍ ନିକଟରୁ ଏକ ଅଖା ଭିତରେ ନବଜାତ ଶିଶୁ ପୁତ୍ରର ଶବ ଉଦ୍ଧାର କରାଯାଇଛି । ଜଣେ ସଫେଇ କର୍ମଚାରୀ ବସଷ୍ଟାଣ୍ଡ୍ ନିକଟରେ ସଫେଇ କାମ କରୁଥିବା ସମୟରେ ଅଖା ଭିତରେ ଶିଶୁପୁତ୍ରର ମୃତଦେହ ଦେଖିବା ପରେ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ କହିଥିଲେ । ପରେ ସେଠାରେ ଶିଶୁପୁତ୍ରର ମୃତଦେହ ଦେଖିବା ପାଇଁ ଭିଡ ଜମିଥିଲା । ତେବେ କିଏ ଓ କେଉଁ କାରଣ ପାଇଁ ଏଠାରେ ନବଜାତ ଶିଶୁ ପୁତ୍ରର ମୃତଦେହ ପକାଇଛି ତାହା ଜଣାପଡିନାହିଁ । ଅଧିକ ପଢ଼ନ୍ତୁ...
ବିଶ୍ୱ ଜନସଂଖ୍ୟାର ୧୦ ଗୁଣ ପରିମାଣରେ ଟିକା ଉତ୍ପାଦନ କରିବ ଓଡ଼ିଶା ।
ଆଜି ୫ଟି ଚେୟାରମ୍ୟାନ୍ ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭୁବନେଶ୍ୱର ଆନ୍ଧାରୁଆ ସ୍ଥିତ ଓଡ଼ିଶା ବାୟୋଟେକ୍ ପାର୍କରେ ଥିବା ସାପିଜେନ୍ ବାୟୋଲୋଜିକ୍ ଭ୍ୟାକ୍ସିନ୍ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ଭିକେ ପାଣ୍ଡିଆନ୍ ସମସ୍ତ ସବ୍ ୟୁନିଟ୍ ପରିଦର୍ଶନ କରି ପରିଚାଳନା ଏବଂ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୩ ମାସ ମଧ୍ୟରେ କାରଖାନା କାର୍ଯ୍ୟକ୍ଷମ କରିବାରେ ସହାୟତା କରିବାକୁ ସମସ୍ତ ସରକାରୀ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱରରେ ଉତ୍ପାଦିତ ବିଭିନ୍ନ ଟିକା ବିଶ୍ୱର ବିଭିନ୍ନ ସ୍ଥାନକୁ ଯୋଗାଇ ଦିଆଯିବ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାର ନାମକୁ ଆଗକୁ ନେବ । ଏଠାରୁ ଟିକା ଯୋଗାଇ ଦିଆଯିବା ପରେ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସୁରକ୍ଷିତ ରହିବ । ଶେଷ ପର୍ଯ୍ୟାୟରେ କାର୍ଯ୍ୟରତ ଥିବା ଏହି କାରଖାନା ପ୍ରତିଦିନ ୨.୪ କୋଟି ଡୋଜ ବିଭିନ୍ନ ଟିକା ଉତ୍ପାଦନ କରିବାର କ୍ଷମତା ପାଇବ। ଏହାର ପୂର୍ଣ୍ଣ କ୍ଷମତା ହେବା ପରେ ଏହା ଦେଶର ସବୁଠାରୁ ବଡ ଟିକା ଉତ୍ପାଦନକାରୀ କାରଖାନା ହେବ।
ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଗଲା
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, କାର୍ଯ୍ୟରତ ସମୟରେ ମୃତ୍ୟୁ କ୍ଷେତ୍ରରେ ଦୁଇ ଲକ୍ଷ ଅନୁକମ୍ପା ମୂଳକ ସହାୟତା । କାର୍ଯ୍ୟ ନିବୃତ୍ତ ହେବା ସମୟରେ ଏକ କାଳୀନ ଏକ ଲକ୍ଷ ଟଙ୍କା ସହାୟତା ମିଳିବ । ଅଧିକ ପଢ଼ନ୍ତୁ...
କୋରାପୁଟ ସୀମାରେ ପୁଣି ମାଓ ଆତଙ୍କ, CAF କମାଣ୍ଡରଙ୍କୁ ହତ୍ୟା
କୋରାପୁଟ: ଛତିଶଗଡ ସୀମାନ୍ତ ଅଞ୍ଚଳରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । କମାଣ୍ଡର ଶ୍ରୀ ତେଜୁ ରାମ ଭୁରିଆ ଏବଂ ମେସ୍ କମାଣ୍ଡର ହେଡ କନଷ୍ଟେବଳ ଶ୍ୟାମ ବିହାରୀ ଜିଲ୍ଲା ବିଜାପୁରର ପୋଲିସ ଷ୍ଟେସନ କୁଟ୍ରୁ ଅଧୀନରେ ଥିବା କ୍ୟାମ୍ପଠାରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ପରିବା ଦୋକାନକୁ ପରିବା କିଣିବାକୁ ଯାଇଥିଲେ । ଉକ୍ତ ସମୟ (ସକାଳ ପ୍ରାୟ ୯ଟା୩୦)ରେ ତେଜୁ ରାମ ଭୁରିଆଙ୍କୁ ଦୁଇ ଜଣ ଅଜ୍ଞାତ ମାଓବାଦୀ କୁରାଢି ଦ୍ୱାରା ଆକ୍ରମଣ କରି ହତ୍ୟା କରିଥିଲେ। ଅଧିକ ପଢ଼ନ୍ତୁ...
ବିଦ୍ୟାଳୟରେ ଝାଡ଼ା ବାନ୍ତି ଆତଙ୍କ
ସମ୍ୱଲପୁର ବାମରା ଅନ୍ତର୍ଗତ ସାଲୋହୀ ଆଶ୍ରମ ବିଦ୍ୟାଳୟରେ ଝାଡ଼ା ବାନ୍ତି ଆତଙ୍କ ଦେଖିବାକୁ ମିଳିଛି । ୪ ଦିନ ମଧ୍ୟରେ ସ୍କୁଲର ପ୍ରାୟ ୨୨ ଜଣ ବିଦ୍ୟାର୍ଥୀ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । କେଶାଇବାହାଲ ପ୍ରାଥମିକ ଚିକିତ୍ସାଳୟରେ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରାଯାଉଛି । ତେବେ କେଉଁ କାରଣରୁ ଝାଡାବାନ୍ତି ବ୍ୟାପିଲା ତାର କାରଣ ଅସ୍ପଷ୍ଟ ରହିଛି ।
ଅଧାରାସ୍ତାରେ ପ୍ରାଣ ହରାଇଲେ ଗର୍ଭବତୀ
କନ୍ଧମାଳ ମ୍ଲାଉଗୁଡା ନିକଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ସଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିନପାରି ଅଧାବାଟରେ ପ୍ରାଣ ହରାଇଛନ୍ତି । ମହିଳାଙ୍କ ନାମ କାନ୍ତିମାଇ ସୁକାମାଝୀ । ପରିବାର ଲୋକେ ତାଙ୍କୁ ଏକ ଖଟିଆ ସାହାଯ୍ୟରେ ୫ କିମି ଦୂରରେ ଥିବା ଏକ ଡାକ୍ତରଖାନାକୁ ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଗାଁରେ ପହଞ୍ଚିପାରିନଥିଲା ।
ମୁକୁଳା ଡ୍ରେନ୍ ନେଲା ଜୀବନ
ଆନନ୍ଦପୁର ପୌରାଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ଡ୍ରେନରେ ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପ୍ରଶାସନକୁ ଜଣାଇଥିଲେ । ମୃତ ଯୁବକଙ୍କ ଘର ୭ ନମ୍ୱର ୱାର୍ଡରେ ବୋଲି ଜଣାପଡିଛି । ଶୁକ୍ରବାର ଦିନ ସକାଳ ସମୟରୁ ଯୁବକ ଜଣକ ନିଖୋଜ ଥିଲେ । ପରିବାର ଲୋକେ ତାଙ୍କୁ ୩ଦିନ ହେବ ଖୋଜାଖୋଜି କରୁଥିଲେ ।
WTC Points Table:
WTC ପଏଣ୍ଟ ଟେବୁଲରେ ନ୍ୟୁଜିଲ୍ୟାଣ୍ଡ ଦଳ ନମ୍ବର ୱାନରେ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଜିତିବା ପରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ସ୍ଥାନ ହାସଲ କରିଥିଲା। ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ରାଜକୋଟ ଟେଷ୍ଟରେ ବିଜୟ ସହିତ ଭାରତ WTC ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଓ ଅଷ୍ଟ୍ରେଲିଆ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟ ସ୍ଥାନରେ ରହିଛି। ପଢ଼ନ୍ତୁ ପୂରା ଖବର...
Lokmanya Tilak Train Accident: ଫାଟକ ଅତିକ୍ରମ ସମୟରେ ଜେସିବିକୁ ଧକ୍କା ଦେଲା ଟ୍ରେନ୍
Lokmanya Tilak Train Accident: ୟୁପିର ଚାନ୍ଦୁଲିରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି। ମୋଗଲସରାଇ କୋଟୱାଲୀ ନିକଟ ସାହୁପୁରୀ ଅଞ୍ଚଳରେ ଏକ ରେଳ ଫାଟକ ଅତିକ୍ରମ କରିବା ସମୟରେ ଟ୍ରେନଟି ଏକ ଜେସିବି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଫଳରେ ଜେସିବି ଡ୍ରାଇଭରଙ୍କ ଦେହରେ ଗୁରୁତର ଆଘାତ ଲାଗିଛି । ଜେସିବି ଡ୍ରାଇଭରଙ୍କୁ ତୁରନ୍ତ ବାରଣାସୀ ଡାକ୍ତରଖାନାକୁ ରେଫର୍ କରାଯାଇଛି। ଏଥି ସହିତ ଟ୍ରେନରେ ବସିଥିବା ଯାତ୍ରୀମାନେ ଦୁର୍ଘଟଣା କାରଣରୁ ଭୟବୀତ ହୋଇଥିଲେ । ଅଧିକ ପଢ଼ନ୍ତୁ...
IND vs ENG 3rd Test: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ରାଜକୋଟର ନିରଂଜନ ଶାହା ଷ୍ଟାଡିୟମରେ ଖେଳାଯାଇଥିଲା। ଭାରତ ଏହି ମ୍ୟାଚକୁ ୪୩୪ ରନ୍ ବ୍ୟବଧାନରେ ଜିତି ନେଇଛି। ଟେଷ୍ଟ କ୍ରିକେଟରେ ରନ୍ ଦୃଷ୍ଟିରୁ ଏହା ହେଉଛି ଭାରତର ସବୁଠାରୁ ବଡ ବିଜୟ। ଇଂଲଣ୍ଡ ପାଇଁ ଭାରତ ୫୫୭ ରନ୍ର ଏକ ବୃହତ ଲକ୍ଷ୍ୟ ସ୍ଥିର କରିଥିଲା, କିନ୍ତୁ ଇଂଲଣ୍ଡ ଦଳ ମ୍ୟାଚର ଚତୁର୍ଥ ଇନିଂସରେ ମାତ୍ର ୧୨୨ ରନ୍ରେ ଅଲ୍ ଆଉଟ୍ ହୋଇ ୪୩୪ ରନ୍ ବ୍ୟବଧାନରେ ମ୍ୟାଚ୍ ହାରି ଯାଇଛି। ପଢ଼ନ୍ତୁ ପୂରା ଖବର...
Top 10 News Headlines:
ଅପରାହ୍ନର ୧୦ ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...
Paytm ବ୍ୟବହାର କରୁଥିବା ଦୋକାନୀ କିମ୍ବା ବଣିକମାନଙ୍କ ପାଇଁ ଏକ ଖୁସି ଖବର ଅଛି କାରଣ ମର୍ଚ୍ଚେଣ୍ଟ ସର୍ଭିସ ସମ୍ବନ୍ଧରେ ଆରବିଆଇ ଏକ ବଡ଼ କଥା କହିଛି। ବାସ୍ତବରେ, ପେଟିଏମ୍ QR ଏବଂ ପେଟିଏମ୍ ସାଉଣ୍ଡବକ୍ସ ପରି ଅନେକ ସେବା ବର୍ତ୍ତମାନ ସମୟସୀମା ପରେ ମଧ୍ୟ ଦୋକାନୀମାନଙ୍କ ଦ୍ୱାରା ବ୍ୟବହାର କରାଯାଇପାରିବ। ପଢ଼ନ୍ତୁ ପୂରା ଖବର...
India's Most Popular Chief Ministers: ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କିଏ? ଏହାର ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଯଦିଓ ବର୍ତ୍ତମାନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକମାନଙ୍କ ମଧ୍ୟରେ ଖୁବ୍ ପ୍ରସିଦ୍ଧ, କିନ୍ତୁ ଆପଣଙ୍କୁ ଜଣାଇ ରଖୁଛୁ ଯେ ତାଙ୍କ ନାମ ତାଲିକାର ଶୀର୍ଷରେ ନାହିଁ, ତେବେ ଆସନ୍ତୁ ଜାଣିିବା ଦେଶର କିଏ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ପଢ଼ନ୍ତୁ ପୂରା ଖବର...
IND vs ENG 3rd Test: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ୍ ଦଳର ବାମହାତୀ ଓପନର୍ ଯଶାସୀ ଜୈସୱାଲ (Yashasvi Jaiswal) କ୍ରମାଗତ ଦ୍ୱୀତୀୟ ଶତକ (Double Century) ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍ରେ ସେ ଶସ୍ତାରେ ଆଉଟ୍ ହୋଇଥିଲେ ହେଁ ଏହା ପରେ ସେ ବିଶାଖାପାଟନମ୍ ଏବଂ ବର୍ତ୍ତମାନ ରାଜକୋଟରେ କ୍ରମାଗତ ଦ୍ୱିଶତକ ହାସଲ କରିଛନ୍ତି। ସେ ଇଂଲଣ୍ଡର ବୋଲରମାନଙ୍କୁ ନିର୍ଦ୍ଧୁମ ପିଟିଥିଲେ ଏବଂ ଏହି ସମୟ ମଧ୍ୟରେ ସେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ପଢ଼ନ୍ତୁ ପୂରା ଖବର...
କଟକ ନୂଆବଜାର ଛକରେ ଟ୍ରକ୍ ଧକ୍କା: ମହିଳା ମୃତ, ୨ ଗୁରୁତର
କଟକ: ସ୍କୁଟି ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ମହିଳାଙ୍କ ସ୍ୱାମୀ ଏବଂ ଝିଅ ଗୁରୁତର ଆହତ ହୋଇଛନ୍ତି । ନୂଆବଜାର ଛକ ନିକଟରେ ଏପରି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି । ଅଧିକ ପଢ଼ନ୍ତୁ...
ଗଞ୍ଜାମ ବେଡ଼ିଗୋବାରେ ଗୁଳିମାଡ, ମହିଳା ଗୁରୁତର
ଗଞ୍ଜାମ: ଜଙ୍ଗଲରେ ପତ୍ର ତୋଳୁଥିଲେ ମହିଳା ସେହି ସମୟରେ ହଠାତ୍ କେଉଁ ଆଡୁ ଏକ ଗୁଳି ଆସି ସିଧା ପେଟରେ ବାଜିଲା । ଫଳରେ ମହିଳାଙ୍କ ପେଟରୁ ପ୍ରଚୁର ରକ୍ତସ୍ରାବ ହେବାରେ ଲାଗିଲା । କିଏ ଗୁଳି ମାଡ କଲା ଜାଣିବା ମଧ୍ୟ ସମ୍ଭବ ହୋଇପାରିଲା ନାହିଁ । ଅଧିକ ପଢ଼ନ୍ତୁ...
Odisha Crime: ସ୍ତ୍ରୀ କାଟିଦେଲା ସ୍ୱାମୀର ବେକ। ପାରିବାରିକ କଳହର ପରିଣତି କେତେ ଯେ ଭୟଙ୍କର ହୋଇପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଧରାକୋଟ ଥାନା ବରିଗୁଡା ଗାଁରେ। ସ୍ୱାମୀର ବେକ ସ୍ତ୍ରୀ କାଟିଦେବା ପରେ ସ୍ୱାମୀକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତି ୪୫ ବର୍ଷୀୟ ରୋହିତ ପାତ୍ର। ବରିଗୁଡା ଗାଁର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପ୍ରାୟ ସମୟ ମଦ୍ୟ ପାନ କରି ସ୍ତ୍ରୀ କସ୍ତୁରୀ ପାତ୍ରକୁ ମାରପିଟ କରେ। ଗତକାଲି କୌଣସି କାରଣରୁ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ କଥା କଥାକଟି ହୋଇଥିଲା ।
One Nation One Election: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ଏକ ଦେଶ ଏକ ନିର୍ବାଚନ’ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ନୂଆଦିଲ୍ଲୀରେ ରାଜନୈତିକ ଦଳ ଏବଂ ଅଂଶୀଦାରମାନଙ୍କ ସହ ଆଲୋଚନା କରିଛି। ସାଂସଦ ରାଜୀବ ରଞ୍ଜନ ସିଂହ ଏବଂ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଝାଙ୍କୁ ନେଇ ଗଠିତ ଜନତା ଦଳ (ୟୁନାଇଟେଡ୍)ର ଏକ ପ୍ରତିନିଧି ଦଳ ଉଚ୍ଚସ୍ତରୀୟ କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିବା ସହ ଏକକାଳୀନ ନିର୍ବାଚନ କରିବା ସପକ୍ଷରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
Sri Jagannath Airport: ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। । ୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ଚଳିତ ମାସ ୨୧ ତାରିଖରୁ ଅନଲାଇନ ମାଧ୍ୟମରେ ଟେଣ୍ଡର ପକାଯିବ । ଏପ୍ରିଲ ୨୧ ତାରିଖରେ ଖୋଲାଯିବ ଟେଣ୍ଡର । ଇଡକୋ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ୩ ବର୍ଷ ମଧ୍ଯରେ ପିପିପି ମୋଡରେ ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର କାର୍ଯ୍ୟ ଶେଷ କରାଯିବ। ଏହାପରେ ଆକାଶପଥରେ ଯୋଡ଼ିହେବ ଶ୍ରୀକ୍ଷେତ୍ର । ପର୍ଯ୍ୟଟନ କ୍ଷେତ୍ରରେ ମିଳିବ ଅଦ୍ଭୁତପୂର୍ବ ସଫଳତା । ଏୟାରପୋର୍ଟ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।
Road Accident: ଘନ କୁହୁଡ଼ି ପାଇଁ ଦେଖାଗଲାନି ରାସ୍ତା । ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ନିକଟ ବ୍ରାହ୍ମଣୀ ପୋଲ ଉପରେ ବସ-ଟିପର ମଧ୍ୟରେ ଧକ୍କା । କାମାକ୍ଷାନଗରରୁ କଟକ ଯିବା ବେଳେ ଗୋପୀନାଥ ବସକୁ ଧକ୍କା ଦେଇଛି ଟ୍ରକ । ଦୁର୍ଘଟଣାରେ କୌଣସି ଯାତ୍ରା ଆହତ ହୋଇନଥିବା ବେଳେ ସଦର ପୋଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
Rajkumar Santoshi: ଚେକ୍ ବାଉନ୍ସ୍ ହେବା ମାମଲାରେ ଗୁଜରାଟର ଜାମନଗରସ୍ଥିତ ଏକ ସ୍ଥାନୀୟ ଅଦାଲତ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ସହିତ ୨ କୋଟି ଟଙ୍କା ଜରିମାନା କରିଛନ୍ତି ବୋଲି ରିପୋର୍ଟ ରହିଛି। ଏହି ଦଣ୍ଡାଦେଶ ବିପକ୍ଷରେ ଆବେଦନ କରିବା ଲାଗି ମଧ୍ୟ ଅଦାଲତ ସନ୍ତୋଷୀଙ୍କୁ ୩୦ ଦିନ ସମୟ ଦେଇଛନ୍ତି। ଅଭିଯୋଗ ପତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ଶିଳ୍ପପତି ତଥା ପରିବହନ ବ୍ୟବସାୟୀ ଅଶୋକ ଲାଲ୍ ଗୋଟାଏ ଚଳଚ୍ଚିତ୍ର ପ୍ରୋଜେକ୍ଟ୍ ଲାଗି ସନ୍ତୋଷୀଙ୍କୁ ୧ କୋଟି ଟଙ୍କା ଋଣ ଦେଇଥିଲେ। ଏହି ଋଣ ପରିଶୋଧ ବାବଦକୁ ସନ୍ତୋଷୀ ତାଙ୍କୁ ୧୦ ଲକ୍ଷ ଟଙ୍କାର ୧୦ଟି ଚେକ୍ ଦେଇଥିଲେ।
Badminton Asia team championships 2024: ମାଲେସିଆରେ ଚାଲିଥିବା ଏସୀୟ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଭାରତୀୟ ମହିଳା ଦଳ । ଶାହା ଆଲମରେ ଚାଲିଥିବା ଏସୀୟ ଦଳଗତ ଚାମ୍ପିଅନସିପରେ ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପହଁଞ୍ଚିଛି । ଖବର ଅନୁଯାୟୀ, ହଂକଂଙ୍କୁ କ୍ବାର୍ଟରଫାଇନାଲ୍ରେ ପରାସ୍ତ କରି ପଦକ ନିଶ୍ଚିତ କରିଥିବା ଭାରତୀୟ ଦଳ, ଶନିବାର ଆଉ ପାଦେ ଆଗେଇ ଥିଲା । ସେମିଫାଇନାଲ୍ରେ ଜାପାନ୍ଙ୍କୁ ୩-୨ରେ ପରାସ୍ତ କରି ଭାରତ ଫାଇନାଲ୍ରେ ନିଜ ସ୍ଥାନ ପକ୍କା କରିଛି ।ଶନିବାର ଯୁଗଳ ଯୋଡ଼ି ତ୍ରିଷା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ସହିତ ପରବର୍ତ୍ତୀ ସମୟରେ ଅସ୍ମିତା ଚାଲିହା ଓ ଅନମୋଲ ଖାର୍ବ ଭାରତ ପାଇଁ ମ୍ୟାଚ୍ ଜିତିଥିଲେ। ପଢନ୍ତୁ ପୂରା ଖବର...
Jain Seer Acharya Vidyasagar: ଜୈନ ସମ୍ପ୍ରଦାୟର ଏବକାର ‘ମହାବୀର’ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଶନିବାର ବିଳମ୍ବିତ ରାତ୍ରୀରେ ଛତିଶଗଡ଼ର ଡୋଙ୍ଗରାଗଡ଼ରେ ଦେହତ୍ୟାଗ କରିଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ବିଦ୍ୟାସାଗର ମହାରାଜ ଅନ୍ନଜଳ ତ୍ୟାଗ କରିବା ସହିତ ମଉନବ୍ରତ ଅବଲମ୍ବନ କରି ସମାଧିରେ ବସିବାର ୩ ଦିନ ପରେ ରାତି ପ୍ରାୟ ୨.୩୫ରେ ପରଲୋକ ପ୍ରାପ୍ତ ହୋଇଛନ୍ତି। ସେତେବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଜୈନ ସମ୍ପ୍ରଦାୟର ରତ୍ନ ଭାବେ ସୁପରିଚିତ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ୧୯୪୬ ମସିହା ଅକ୍ଟୋବର ୧୦ ତାରିଖ ଶରଦ ପୂର୍ଣ୍ଣିମା ଦିନ କର୍ଣ୍ଣାଟକର ସଡ଼ଲଗା ଗାଁ’ରେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ଆଚାର୍ଯ୍ୟ ଜ୍ଞାନସାଗରଙ୍କ ଶିଷ୍ୟ।
ITI Student Dies: ଝିରପାଣି ଥାନା ଅନ୍ତର୍ଗତ ଜଗଦାସ୍ଥ ଏକ ଘରୋଇ ଆଇଟିଆଇ ଛାତରୁ ପଡ଼ି ଜଣେ ଛାତ୍ର ମୃତ୍ୟୁ ହୋଇଛି। ମୃତକ ହେଲେ ଝାରଖଣ୍ଡ ବାଉଁଶଜୋରର ଅତୁଲିୟାନ ଜୋଜୋ (୨୨। ସେ ଆଇ ଟି ଆଇ ଫିଟର ଟ୍ରେଡ଼ର ପ୍ରଥମ ବର୍ଷର ଛାତ୍ର। ଅନ୍ୟ ଛାତ୍ରଙ୍କ କହିବାନୁଯାୟୀ ଅତୁଲିୟାନ୍ ଆଇଟିଆଇ ଉପରେ ଥିବା ହଷ୍ଟେଲରେ ରହିଥିଲେ। ଗତକାଲି ସନ୍ଧ୍ୟାରୁ ତାଙ୍କୁ ହଷ୍ଟେଲରେ ଦେଖିବାକୁ ମିଳିନଥିଲା।
ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହଙ୍ଗାମା
ବ୍ରହ୍ମପୁର ମହାନଗର ନିଗମ ବୈଠକରେ ମେୟର ଓ ବିଜେପି କର୍ପୋରେଟରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ମେୟରଙ୍କୁ ଆଙ୍ଗୁଳି ଦେଖାଇବାରୁ ପାଟିତୁଣ୍ଡ କରିଥିଲେ ବିଜେଡି କର୍ପୋରେଟର।
ରାଜସ୍ଥାନ ପୋଖରାନରେ ଶକ୍ତି ପ୍ରଦର୍ଶନ କଲା ଆଇଏଏଫ୍
ରାଜସ୍ଥାନ ପୋଖରାନରେ ଶକ୍ତି ପ୍ରଦର୍ଶନ କଲା ଆଇଏଏଫ୍। ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ଏହି ମିଳିତ ଅଭ୍ୟାସ କରାଯାଇଥିଲା । ଅଭ୍ୟାସ ବେଳେ ନିଜ ବିଧ୍ୱଂସ କ୍ଷମତା ଦେଖାଇଥିଲେ ସେନାର ଲଢୁଆ ବିମାନ । ବାୟୁସେନାର ୧୨୦ ଯୁଦ୍ଧ ବିମାନ ଏହି ଅଭ୍ୟାସରେ ସାମିଲ ହୋଇଥିଲେ ।
ଆଜି ପୁଣି ଚାଷୀ ସଂଘ ଓ ସରକାରଙ୍କ ମଧ୍ୟରେ ବୈଠକ
ଚାଷୀ ଆନ୍ଦୋଳନର ସମାଧାନ ପାଇଁ ଆଜି ବସୁଛି ସଂଘ ଓ ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ୩-୩ ଥର ବୈଠକ ବିଫଳ ହେବା ପରେ ଚତୁର୍ଥ ବୈଠକ ଉପରେ ରହିଛି ସାରା ଦେଶର ନଜର ।
ଫୋକସରେ ୨୦୨୪ ନିର୍ବାଚନ
ଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ ରାଷ୍ଟ୍ରୀୟ ପରିଷଦ ବୈଠକରେ ଆଜି ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ।
ଆଜିଠୁ ଖଣ୍ତଗିରିରେ ଯାତ୍ରା ମହାକୁମ୍ଭ
ମାଘ ମେଳାଠାରୁ ଚଳଚଞ୍ଚଳ ହୋଇପଡି଼ଛି ଖଣ୍ତଗିରି । ଖଣ୍ତଗିରିର ପ୍ରସିଦ୍ଧ କୁମ୍ଭମେଳା ଫେବୃଆରୀ ୧୬ ତାରିଖରୁ ଖଣ୍ତଗିରିରୁ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ଆରମ୍ଭ ହେବ ଯାତ୍ରା ମହାସମର ।
ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/odisha-news-jatra-m...
ଓଡି଼ଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି
ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/president-murmu-to-...
୩ ଦିନ ଯାଏଁ ଘନ କୁହୁଡ଼ି
ଓଡ଼ିଶା ଉପକୂଳରେ ଗୁରୁଚାପ ପ୍ରଭାବ ଯୋଗୁଁ ଭୁବନେଶ୍ୱର, ପୁରୀ, କଟକ ସମେତ ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଆସନ୍ତା ୩ ଦିନ ଯାଏଁ ଏପରି ସ୍ଥିତି ଜାରି ରହିବ। ବିଶେଷ କରି ସମୁଦ୍ର ମଧ୍ୟରୁ ଜଳୀୟବାଷ୍ମ ଆସୁଥିବାରୁ ମଧ୍ୟରାତ୍ରୀରୁ ସକାଳ ଯାଏଁ ଘନ କୁହୁଡ଼ି ଦେଖିବାକୁ ମିଳିବ। କୁହୁଡ଼ି କାରଣରୁ ଦୃଶ୍ୟମାନତା ୫୦ ମିଟର ଭିତରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ କୁହୁଡ଼ି ପ୍ରଭାବରେ ରାତ୍ରୀକାଳୀନ ତାପମାତ୍ରା ବୃଦ୍ଧି ଆଶଙ୍କା ମଧ୍ୟ ରହିଛି।
ଓଷ୍ଟାର ଗଣଧାରଣା ଜାରି
Teacher Strike: ୧୧ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ। ବାରମ୍ବାର ଅନ୍ତଃମନ୍ତ୍ରୀ ସ୍ତରୀୟ ବୈଠକ ପରେ ବି ସମସ୍ୟାର ସମାଧାନ ହୋଇପାରୁନାହିଁ ।
ଅଧିକ ପଢିବା ନେଇ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/odisha-teachers-str...
ଆସିକାରେ ଭୟଙ୍କର ଦୁର୍ଘଟଣା
ଆସିକା କଲେଜ ଛକ ନିକଟରେ ସ୍କୁଟି ଓ ବସ୍ ମୁହାଁମୁହିଁ ଧକ୍କା । ୨ ସ୍କୁଟି ଆରୋହୀ ମୃତ, ବସ୍ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।
ଆସୁଛି ଆଉ ଏକ ବର୍ଷା
Weather Update: ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ସହ ଶୀତ ପ୍ରଭାବ ଧିରେ ଧିରେ ଅପସରି ଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre)ପୂର୍ବାନୁମାନ କରିଛି।
ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/weather/weather-update-imd-pre...