)
10 ସିଂହ ପାଳିଥିବା ଅଣ୍ଡରୱାର୍ଲଡ ଡନକୁ କୁକୁର ଭଳି ଗୁଳି କରି ହତ୍ୟା, ପାକିସ୍ତାନରେ ହାଇ ଆଲର୍ଟ
ଲାହୋରର ଅଣ୍ଡରୱାର୍ଲ୍ଡ ଡନ୍ ଅମୀର ବାଲାଜର ହତ୍ୟା ଘଟଣା ସମଗ୍ର ପାକିସ୍ତାନରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅମୀର ବାଲାଜ ଟିପୁ ମାଲ ପରିବହନ ନେଟୱାର୍କର ମାଲିକ ଥିଲା । କେବଳ ଲାହୋର ରେ ନୁହେଁ ସମଗ୍ର ପାକିସ୍ତାନରେ ତାର ଦବଦବା ଥିଲା । କେବଳ ଅମୀର ନୁହେଁ, ତା ବାପା ଆରିଫ ଅମୀର ଏବଂ ଜେଜେବାପା ବିଲ୍ଲା ଟ୍ରକାନୱାଲା ମଧ୍ୟ ନିଜ ସମୟର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଥିଲେ । ଆସନ୍ତୁ ଜାଣିବା ଅଣ୍ଡରୱାର୍ଲ୍ଡ ଡନ୍ ଙ୍କ ତିନି ପିଢ଼ିର ପୂରା କାହାଣୀ। ବାଲାଜକୁ ଲାହୋର ଅଣ୍ଡରୱାର୍ଲ୍ଡର ଅନ୍ୟତମ ପ୍ରଭାବଶାଳୀ ଏବଂ ଭୟଙ୍କର ବ୍ୟକ୍ତିତ୍ୱ ଭାବରେ ବିବେଚନା କରାଯାଉଥିଲା । ତା ବାପା ଆରିଫ୍ କେବଳ ଜଣେ ଡନ୍ ନଥିଲା ବରଂ ପାକିସ୍ତାନର ଜଣେ ଫ୍ରିଷ୍ଟାଇଲ କୁସ୍ତିଯୋଦ୍ଧା ମଧ୍ୟ ଥିଲା । ଆରିଫ୍ ମୂଳତଃ ଲାହୋରର ଶାହଲାମି ଅଞ୍ଚଳର ବାସିନ୍ଦା ଥିଲା। ୧୯୯୪ମସିହାରେ ଆରିଫର ପିତା ବିଲ୍ଲାକୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନେ ହତ୍ୟା କରିଥିଲେ। ଏହାପରେ ଆରିଫ ଲାହୋରର ଅଣ୍ଡରୱାର୍ଲ୍ଡରେ ନିଜକୁ ପ୍ରତିଷ୍ଠା କରିଥିଲା।
Weather News: ୩୬ ଡିଗ୍ରୀ ପାର୍ ହେଲା ତାପମାତ୍ରା, ଆଗକୁ ଅସହ୍ୟ !
Weather Update: ଏବେଠାରୁ ରାଜ୍ୟରେ ବଢିଲାଣି ତାତି । ଆଜି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ । ଟିଟିଲାଗଡ ଏବଂ ଭବାନୀପାଟଣାରେ ସର୍ବାଧିକ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କେବଳ ସେତିକି ନୁହେଁ ରାଜ୍ୟର ପ୍ରମୁଖ ୫ଟି ସହରରେ ମଧ୍ୟ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି । ବଲାଙ୍ଗୀରରେ ୩୫.୯ ଡିଗ୍ରୀ, ବୋଦ୍ଧରେ ୩୫.୫ ଡିଗ୍ରୀ ଏବଂ ଝାରସୁଗୁଡାରେ ତାପମାତ୍ରା ୩୫.୪ ଡିଗ୍ରୀ ରହିଥିଲା । ଅଧିକ ପଢ଼ନ୍ତୁ...
Odisha News Live: MSPକୁ ନେଇ ହୋଇ ପାରିଲାନି ନିଷ୍ପତ୍ତି, ୨୧ରେ ଦିଲ୍ଲୀ ଘେରାଉ କରିବେ ଆନ୍ଦୋଳନରତ ଚାଷୀ
କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ କୃଷକମାନେ ଅରାଜି ହୋଇଛନ୍ତି। ସରକାରଙ୍କ ପ୍ରସ୍ତାବକୁ ସିଧାସଳଖ ଖାରଜ କରିଦେଇଛନ୍ତି ଚାଷୀ ସଂଗଠନ। ରବିବାର ରାତିରେ ଚଣ୍ଡିଗଡ଼ର କୃଷକମାନେ ସରକାରଙ୍କ ଥିବା ଫସଲ ବ୍ୟତୀତ ଆଉ ଚାରିଟି ଫସଲ ଉପରେ ଏମଏସପି ଦେବାକୁ ରାଜି ହୋଇଥିଲେ। କୃଷକ ନେତାମାନେ କହିଥିଲେ ଯେ ସେମାନଙ୍କ ଫୋରମରେ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ କୃଷକମାନେ ସରକାରଙ୍କ ବିରୋଧରେ ଘୋଷଣା କରିଛନ୍ତି। ଫେବୃଆରୀ ୨୧ରେ ସକାଳ ୧୧ଟା ସୁଦ୍ଧା ଯଦି ସେମାନଙ୍କର ଦାବି ପୂରଣ ନହୁଏ ତେବେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି କୃଷକମାନେ କହିଛନ୍ତି।
ମାର୍ଚ୍ଚ ପହିଲା ସୁଦ୍ଧା କଂଗ୍ରେସ ଟିକେଟ, ଦିନ ଯାକର ୧୦ ବଡ଼ ଖବର। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...
Garlic Price: ମାଲାମାଲ୍ ହେଲେ ରସୁଣ ଚାଷୀ, ଦର ବୃଦ୍ଧି କାରଣରୁ କ୍ଷେତରେ ଲଗାଇଲେ ସିସିଟିଭି
Garlic Price: ରସୁଣ ଦର ଆକାଶଛୁଆଁ ହେବା କାରଣରୁ ଗ୍ରାହକ ଚିନ୍ତିତ ଅଛନ୍ତି । କିନ୍ତୁ ଯେଉଁ ଚାଷୀଙ୍କ କ୍ଷେତ ସୁରକ୍ଷିତ ଅଛି ସେମାନେ ଚଳିତ ବର୍ଷ ଭଲ ଟଙ୍କା ରୋଜଗାର କରିଛନ୍ତି । ଗତ ବର୍ଷ ରସୁଣ ଅଧିକ ଅମଳ ହେବା କାରଣରୁ ଦର ଏତେ କମିଥିଲା ଯେ, ଚାଷୀମାନେ ଶସ୍ତାରେ ରସୁଣ ବିକ୍ରୀ କରିଥିଲେ । କିନ୍ତୁ ଚଳିତ ବର୍ଷ କିଲୋଗ୍ରାମ ପିଛା ଦର ୩୦୦ ଟଙ୍କା ପର୍ଯ୍ୟନ୍ତ ବଢିବା ଦ୍ୱାରା ଚାଷୀମାନେ ଖୁସି ପ୍ରକଟ କରିଛନ୍ତି । ଅଧିକ ପଢ଼ନ୍ତୁ...
Odisha News Live: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜମ୍ମୁ କାଶ୍ମୀରରେ ହାଇଆର୍ଲଟ
ଧାରା 370 ହଟାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି। ମୋଦିଙ୍କ ଗସ୍ତ ପାଇଁ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ରହିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଡ୍ରୋନ୍ ଉଡ଼ାଣ ଉପରେ ନିଷେଧାଦେଶ ଦିଆଯାଇଛି। ସୁରକ୍ଷା କାରଣରୁ, ପ୍ରତ୍ୟେକ ଛକରେ ଯାଞ୍ଚ ବୃଦ୍ଧି କରାଯାଇଛି। ଜାମ୍ମୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି। ରାଲି ସ୍ଥାନ ମୌଲାନା ଆଜାଦ ଷ୍ଟାଡିୟମର ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇଛି। ବିନା ଯାଞ୍ଚରେ ହୋଟେଲରେ ରୁମ୍ ଦେବା ଉପରେ ଏକ ନିଷେଧାଦେଶ ଅଛି।
Odisha News Live: କେନ୍ଦ୍ରର ୫ ବର୍ଷିଆ ଏମଏସପି ଚୁକ୍ତିକୁ କୃଷକ ସଂଗଠନଙ୍କ ପ୍ରତ୍ୟାଖ୍ୟାନ
ସରକାର ଏବଂ ଆନ୍ଦୋଳନରତ କୃଷକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସକେଏମ) ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ପୁରୁଣା ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ରେ ତିନି ପ୍ରକାର ଡାଲି, ମକା ଏବଂ କପା କିଣିବା ପାଇଁ ପାଞ୍ଚ ବର୍ଷର ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଏହାକୁ ପ୍ରତ୍ୟାଖ୍ୟାନ କରି କୃଷକ ନେତାମାନେ କହିଛନ୍ତି ଯେ ସେମାନେ ସବୁ ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ଚାହୁଁଛନ୍ତି, ଏହାଠାରୁ କମ ପ୍ରସ୍ତାବକୁ ସ୍ବୀକାର କରାଯିବ ନାହିଁ । ଏହା ଫଳରେ ପୁଣି ଅଚଳାବସ୍ଥା ଦେଖାଦେଇଛି ।
Odisha News Live: ଓଁ ମନ୍ଦିରରେ ହେଲା ପ୍ରାଣପ୍ରତିଷ୍ଠା, ନିର୍ମାଣ ପାଇଁ ଲାଗିଥିଲା ୩୦ ବର୍ଷ
ରାଜସ୍ଥାନର ପାଲି ଜିଲ୍ଲାରେ ବିଶ୍ୱର ପ୍ରଥମ ଓମ୍ ଆକୃତିର ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଯାହାର ପ୍ରାଣପ୍ରତିଷ୍ଠା ଆଜି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଉପସ୍ଥିତିରେ ହୋଇଥିଲା। ପ୍ରାଣପ୍ରତିଷ୍ଠା ସମାରୋହରେ ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି ଯେ ମୁଁ ଏଠାରେ ଥିବାରୁ ଗର୍ବିତ ଅନୁଭବ କରୁଛି। ସେ କହିଛନ୍ତି ଯେ ଏହା ହେଉଛି ବିଶ୍ୱର ପ୍ରଥମ ଓଁକାର ଆକୃତିର ଶୈବପୀଠ, ଯାହା ରାଜ୍ୟବାସୀଙ୍କ ସହଯୋଗରେ ରାଜସ୍ଥାନରେ ନିର୍ମାଣ ହେବାର ଗୌରବ ରହିଛି। ଏହି ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଅବଦାନକୁ ସେ ପ୍ରଶଂସା ଓ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଚିଠି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚିଠିରେ ମମତା ଆଧାରକାର୍ଡ ଅଚଳ ହେଉଥିବା ଅଭିଯୋଗ ଆଣିଛନ୍ତି । ପଶ୍ଚିମବଙ୍ଗରେ ବସବାସ କରୁଥିବା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକମାନଙ୍କ ଆଧାରକାର୍ଡ କାହିଁକି ଅଚଳ ହୋଇଛି ସେନେଇ ମମତା ପ୍ରଶ୍ନ କରିଛନ୍ତି । ଅଚଳ ହେବା ପୂର୍ବରୁ କୌଣସି ସୂଚନା ମଧ୍ୟ ମିଳୁନଥିବା କହିଛନ୍ତି ।
ସରକାରୀ ବିଦ୍ୟାଳୟରେ ଅଘଟଣ, ପାଇଖାନା ଛାତ ଧସି ୨ ଛାତ୍ର ଆହତ
କେନ୍ଦୁଝର: ପାଟଣା ବ୍ଲକରେ ଥିବା ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲର ପାଇଖାନା ଛାତ ଖସିପଡିବା କାରଣରୁ ୨ ଜଣ ଛାତ୍ର ଗୁରୁତର ଆହତ ହୋଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପରେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆହତ ହୋଇଥିବା ୨ଛାତ୍ର ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ ।
Odisha News Live: ଭାରତୀୟ ପାସପୋର୍ଟର ମାନ୍ୟତାରେ ହ୍ରାସ
ହେନଲି ପାସପୋର୍ଟ ଇଣ୍ଡେକ୍ସ ଦ୍ୱାରା ପ୍ରକାଶିତ ପାସପୋର୍ଟ ତାଲିକାରେ ଶୀର୍ଷରେ ରହି ଫ୍ରାନ୍ସର ପାସପୋର୍ଟ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହୋଇପାରିଛି। ବର୍ତ୍ତମାନ ଫ୍ରାନ୍ସ ନାଗରିକମାନେ ଭିସା ବିନା ୧୯୪ ଦେଶକୁ ଯାତ୍ରା କରିପାରିବେ। କିନ୍ତୁ କେବଳ ଫ୍ରାନ୍ସ ନୁହେଁ ଜାପାନ, ଜର୍ମାନୀ, ଇଟାଲୀ, ସ୍ପେନ୍ ଏବଂ ସିଙ୍ଗାପୁର ମଧ୍ୟ ରହିଛି। ସେପଟେ ୨୦୨୩ ମସିହାରେ ଭାରତୀୟ ପାସପୋର୍ଟ ୮୪ତମ ସ୍ଥାନରେ ରହିଥିଲା। ଯାହା ବର୍ତ୍ତମାନ ଖସି ଯାଇ ୮୫ତମ ସ୍ଥାନରେ ରହିଛନ୍ତି। କିନ୍ତୁ ମାନ୍ୟତାରେ ହ୍ରାସ ଘଟିଥିଲେ ମଧ୍ୟ ଏବେ ବିନା ଭିସାରେ ୬୨ଟି ଦେଶକୁ ବିନା ଭିସାରେ ଯାଇ ପାରିବେ।
Crime News: ତେନ୍ତୁଳି ଗଛ କାହାର? ଭାଗ ଛିଣ୍ଡିଲାନି ବୋଲି ୩ ଜଣଙ୍କୁ ହତ୍ୟା
Crime News: ତେନ୍ତୁଳି ଗଛ ଭାଗ ବାଣ୍ଟ ନହୋଇ ପାରିବାରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଏପରି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ବଣାଇଁ ରେଳ ଧାରଣାରୁ ମିଳିଥିବା ୪ ମୃତଦେହ ପଛର ସତ ଏବେ ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ...
Odisha News Live: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ରୂପାନ୍ତରିକରଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ବସ୍ତରୀୟ ଲାଇବ୍ରେରୀରେ ପରିଣତ କରିବାକୁ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଖଣି ନିଗମ (ଓଏମସି)ର ମିଳିତ ଆନୁକୁଲ୍ୟରେ ଗ୍ରନ୍ଥାଳୟକୁ ରୂପାନ୍ତରିକରଣ କରିବା ପାଇଁ ଓଡ଼ିଶା ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଏଥିସହ ଭୁବନେଶ୍ବରର ବାପୁଜୀନଗର ଠାରେ ଅବସ୍ଥିତ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସ ସେଣ୍ଟର (ଆଇପିଏସସି)ରେ ସନ୍ଥକବି ଭୀମଭୋଇଙ୍କ ନାମରେ ଏକ ପାଠାଗାରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି।
Odisha News Live: ଉଦ୍ଧବ ବି ଛାଡ଼ି ପାରନ୍ତି 'ଇଣ୍ଡିଆ' ମେଣ୍ଟ
ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଝଟ୍କା ମିଳୁଛି। ନୀତୀଶ କୁମାର ଓ ମମତା ବାନାର୍ଜୀଙ୍କ ପରେ ଏବେ ଉଦ୍ଧବ ଠାକରେ ମଧ୍ୟ ଇଣ୍ଡି ଆଲାଏନ୍ସ ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦଳ ଦଳ ଭିତରେ ସିଟ୍ ଭାଗବଣ୍ଟାକୁ ନେଇ ଅଙ୍କ ଛିଡୁନି। ଆଲୋଚନା ବିଳମ୍ବ ହେଉଥିବା ନେଇ ଖପ୍ପା ହୋଇଯାଇଛି ଉଦ୍ଧବ ଠାକରେଙ୍କ ଦଳ ଶିବସେନା(ୟୁବିଟି)। ସେ ମଧ୍ୟ ମହାରାଷ୍ଟ୍ରରେ ଏକା ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିବା ଜଣାପଡିଛି।
Odisha News Live: ଢେଙ୍କାନାଳରେ ବଢୁଛି ଅନଲାଇନ ଦେହ ବ୍ୟବସାୟର ଠକେଇ
ଅନଲାଇନରେ ପୈଠ କର ଜୀବନର ମଜା ନିଅ । ରାତିରେ ୧୨ଟା ପରେ ଆରମ୍ଭ ହେଉଛି ଡିଜିଟାଲ ଡିଲ୍ । ଧରା ପଡ଼ିଲା ଦେହ ବେପାରର ଅସଲ ଚିତ୍ର । ରୂପର ବଜାରରେ ନିଲାମ ହେଉଛନ୍ତି ୧୮ରୁ ୪୮ ବର୍ଷର ମହିଳା । ଗରାଖଙ୍କୁ ଖୋଜି ୧୨ ହଜାରରୁ ୨୦ ହଜାର ଟଙ୍କାର ହେଉଛି ବ୍ଯବସାୟ । ଖାଲି ହୋଟେଲ ନୁହେଁ ନାମୀଦାମୀ ଆପାର୍ଟମେଣ୍ଟରେ ହେଉଛି ଦେହ ବେପାର । ସୋସିଆଲ ମିଡ଼ିଆରେ ବଜ୍ଞାପନ ପରେ ଫୋନରେ ହୁଏ ଡିଲ । ଆଉ ସବୁକିଛି ଠିକ ପରେ ହ୍ବାଟ୍ସଆପରେ ଆସେ ସୁନ୍ଦରୀଙ୍କ ଫଟୋ । ଓଡ଼ିଆ ହେଉ ବା ବଙ୍ଗାଳୀ ବା ଆସାମୀ, ଫଟୋ ଦେଖି ଡିଲ୍ ଫାଇନାଲ କରନ୍ତି ଗ୍ରାହକ । ସମୟ ଓ ସୁରକ୍ଷା ନେଇ ଧାର୍ଯ୍ୟ ହୁଏ ଭିନ୍ନ ଭିନ୍ନ ଦର । ଅନଲାଇନରେ ଟଙ୍କା ଦେବାକୁ ବିଭିନ୍ନ ତରିକା ଆପଣାନ୍ତି ଦଲାଲ । ଫୋନ ମାଧ୍ଯମରେ ଟଙ୍କା ପଠାଇବାକୁ ପଡ଼େ କିମ୍ବା ବାରକୋଡ ଆସିଲେ ସେଥିରେ ସ୍କାନ କରି ଟଙ୍କା ପଠାଯାଏ ।
Odisha News Live: ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଉପରେ ସାରା ବିଶ୍ବର ନଜର
ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଉପରେ ସାରା ବିଶ୍ବର ନଜର । କର୍ପୋରେଟ ଦୁନିଆରେ ସ୍କିଲଡ଼୍ ଇନ୍ ଓଡ଼ିଶାର ଚାହିଦା ଅଧିକ । ଓଡ଼ିଶାରେ ରୂପାନ୍ତର ଚାଲିଥିବା ବେଳେ, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ସାଙ୍ଗକୁ ଦକ୍ଷତା ବିକାଶ ଉପରେ ବି ଗୁରୁତ୍ବ ଦେଉଛନ୍ତି ସରକାର । ଓଡ଼ିଶାରେ ଥିବା ସ୍କିଲ ଇକୋ ସିଷ୍ଟମ ସାରା ଦେଶରେ ଉନ୍ନତ । ଏହାକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ବିଶ୍ବ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ଓଡ଼ିଶାର ପିଲା କିପରି ସାରା ବିଶ୍ବରେ ଦକ୍ଷତା ବିକାଶ ତାଲିମ ଜରିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ, ସେ ବାବଦରେ ରାଜ୍ୟ ସରକାର ନିରନ୍ତର ଉଦ୍ଯମ କରୁଛନ୍ତି।
Odisha News Live: ଉତ୍ତରପ୍ରଦେଶରେ ଛିଣ୍ଡୁନି ସିଟ୍ ଭାଗବଣ୍ଟା
ଉତ୍ତରପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ସିଟ ଭାଗବଣ୍ଟା ନେଇ ଛିଣ୍ଡୁନି ଅଙ୍କ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସକୁ ୧୫ ଲୋକସଭା ଆସନ ଦେବକୁ କହିଛନ୍ତି। ଯଦି ୧୫ରୁ ଅଧିକ ଲୋକସଭା ଆସନ କଂଗ୍ରେସ ମାଗେ ତେବେ ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟ ସହ ସାମିଲ ହେବନି ସମାଜବାଦୀ ପାର୍ଟି। ଏହାକୁ ନେଇ କଂଗ୍ରେସକୁ ୧୫ ଆସନର ତାଲିକା ଦେଇଛି ସମାଜବାଦୀ ପାର୍ଟି। ଯଦି କଂଗ୍ରେସ ୧୫ ଆସନକୁ ଗ୍ରହଣ କରେ ତେବେ ସମାଜବାଦୀ ପାର୍ଟି ଇଣ୍ଡିଆ ମେଣ୍ଟରରେ ରହିବ। ଯଦି କଂଗ୍ରେସ ଏହି ସିଟ ଭାଗବଣ୍ଟାକୁ ଗ୍ରୀନ ସିଗନାଲ ଦିଏ ତେବେ ଉତ୍ତରପ୍ରଦେଶରେ ଆସନ୍ତା ଶୁକ୍ରବାର କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସହ ସାମିଲ ହେବେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। କଂଗ୍ରେସ କୌଣସି ନିଷ୍ପତ୍ତି ନନେଲେ ମେଣ୍ଟରୁ ଦୂରଇ ରହିବେ ଅଖିଳେଶ।
Odisha News Live: ପୁରୁଷ FIH ପ୍ରୋ ଲିଗରେ ଭାରତ-ସ୍ପେନ୍ ମୁକାବିଲା
ରାଉରକେଲା ସହରର ଵିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସୋମବାରଠାରୁ ଆରମ୍ଭ ହୋଇଛି ପୁରୁଷ FIH ପ୍ରୋ ଲିଗ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଆୟରଲ୍ୟାଣ୍ଡ ଓ ନେଦରଲାଣ୍ଡସ । ଦ୍ଵିତୀୟ ମ୍ୟାଚ ଭାରତ ଓ ସ୍ପେନ ମଧ୍ୟରେ ହେବ ଟକ୍କର । ଖେଳ ଦେଖିବାକୁ ଦର୍ଶକଙ୍କ ମଧ୍ଯରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଵିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫେବୃଆରି ୧୯ ତାରିଖ ଠାରୁ ଫେବୃଆରି ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଵ ମ୍ଯାଚ । ଏଥିରେ ଭାରତ, ଆୟରଲ୍ୟାଣ୍ଡ, ସ୍ପେନ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଟିମ ଅଂଶ ଗ୍ରହଣ କରିଛନ୍ତି । ୨୧ ତାରିଖ ପ୍ରଥମ ମ୍ୟାଚ ସ୍ପେନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଵାକୁ ଥିବା ଵେଳେ ଦ୍ଵିତୀୟ ମ୍ୟାଚ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯିଵ । ୨୨ରେ ପ୍ରଥମ ମ୍ୟାଚ ଆୟରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଏବଂ ଦ୍ଵିତୀୟ ମ୍ୟାଚ ନେଦରଲାଣ୍ଡ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ହେଵ । ୨୪ ସ୍ପେନ-ଆୟରଲ୍ୟାଣ୍ଡ ଓ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟକ୍କର । ସେହିପରି ୨୫ ତାରିଖ ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଵାକୁ ଥିବାବେଳେ ଦ୍ଵିତୀୟ ମ୍ୟାଚ ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଵ ।
ଚାଷୀ ଆନ୍ଦୋଳନ ସମୟରେ ଗଲା ଜୀବନ
ଏମ୍ସିପି ଉପରେ ଗ୍ୟାରେଣ୍ଟି ଦାବି ନେଇ କୃଷକଙ୍କ ଆନ୍ଦୋଳନ ଚାଲିଥିବା ସମୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣେ ଚାଷୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଦିଲ୍ଲୀ ଚଲୋ ଡାକରା ସହିତ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ସୂଚନା ମୁତାବକ ମୃତ ଚାଷୀଙ୍କ ନାମ ନରେନ୍ଦ୍ର ପାଲ ଏବଂ ବୟସ ୪୫ ବର୍ଷ । ତାଙ୍କ ଘର ବଥୋଇ କଲାନ ଗାଁରେ ।
ଅଟୋ-ବସ୍ ମୁହାଁମୁହିଁ ଧକ୍କା , ୭ ଆହତ
ନୂଆପଡା ୩୫୩ ନମ୍ୱର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । କୁମାରୀବ୍ରତରେ ଭାଗନେଇ ଗାଁକୁ ଫେରିବା ସମୟରେ ଅଟୋକୁ ସାମ୍ନାପଟୁ ପିଟିଦେଲା ଏକ ବସ୍ । ଫଳରେ ଅଟୋରେ ବସିଥିବା ୭ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଅଟୋଟି ଭାଙ୍ଗିରୁଜି ଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Odisha News Live: ପିଡିଏସ ଚାଉଳ ଘୋଟାଲାର ମହାଖୁଲାସା
ଗରିବ ହିତାଧିକାରୀଙ୍କ ପିଡିଏସ ଚାଉଳ ଘୋଟାଲାର ମହା ଖୁଲାସା । ଖୋଲିଗଲା ଯୋଗାଣ ସହାୟକ ଓ ପଞ୍ଚାୟତ ର୍ନିବାହୀ ଅଧିକାରୀଙ୍କ କଳାମୁଖା । ସତ ପଦାକୁ ଆସିବା ପରେ ଥାନାରେ ବିଡ଼ିଓଙ୍କ ଏତଲା । ଗିରଫ ଭୟରେ ଦୁଇ ଅଧିକାରୀ ଫେରାର । ମୟୂରଭଞ୍ଜ କପ୍ତିପଦା ବ୍ଲକ ଜାମବଣୀ ପଂଚାୟତର ଯୋଗାଣ ସହାୟକ ଦେବେନ୍ଦ୍ର ଘଡେଇ ଏବଂ ପୂର୍ବତନ ପଂଚାୟତ ନିର୍ବାହୀ ଅଧିକାରୀ ନରସିଂହ ପାତ୍ରଙ୍କ କଳା କାରନାମାର ପଦ୍ଦାଫାସ ହୋଇଛି । ରାସନକାର୍ଡ ହିତାଧିକାରୀଙ୍କୁ ଭକୁଆ ବନାଇ ୭ହଜାର ୩ ଶହ କିଲୋ ଚାଉଳ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୁଇ ଜଣ ମିଶି ଗତ ୨୦୨୩ ବର୍ଷ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସର ୧୧୨ ଜଣ ହିତାଧିକାରୀଙ୍କ ଚାଉଳ ଚଳୁକରି ନେଇଥିବା ଅଭିଯୋଗ ହୋଇଛି ।
Odisha News Live: ବଦଳିଲା ଆଞ୍ଚଳିକ ପାସପୋର୍ଟ ଅଫିସ୍ ଠିକଣା
ବଦଳିଲା ଭୁବନେଶ୍ୱର ପାସ୍ପୋର୍ଟ ଅଫିସ୍ ଠିକଣା। ୟୁନିଟ୍-୮ ନୂଆପଲ୍ଲୀରେ ଥିବା ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ର ୧୯ ଫେବ୍ରୁଆରୀଠାରୁ ଏକ ନୂତନ ଠିକଣାକୁ ସ୍ଥାନାନ୍ତର କରାଯାଇଛି।ଭୁବନେଶ୍ୱର ନୂଆପଲ୍ଲୀରେ ଥିବା ଏହି ପାସ୍ପୋର୍ଟ ଅଫିସ୍ ଏବେ ରସୁଲଗଡ଼ସ୍ଥିତ ଓଡ଼ିଶା ବିଜନେସ୍ ସେଣ୍ଟର କୋଠାରେ ରହିବ। ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ର ସୋମବାରଠାରୁ ରସୁଲଗଡ଼କୁ ସ୍ଥାନାନ୍ତର କରାଯିବ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ କୁହାଯାଇଛି। ତେଣୁ ଯେଉଁମାନେ ଏବେ ପାସପୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଆସିବେ ସେମାନେ ରସୁଲଗଡ଼ ସ୍ଥିତ ନୂଆ ପାସପୋର୍ଟ ସେବା କେନ୍ଦ୍ରକୁ ଆସିବାକୁ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
Odisha News Live: କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରିପାରେ ଇଡି
ବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ସମନ ଜାରି କରିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଏକ ସ୍ଥାନୀୟ ଅଦାଲତ କେଜ୍ରିୱାଲଙ୍କୁ ପୂର୍ବରୁ ଜାରି କରାଯାଇଥିବା ନୋଟିସକୁ ଅମାନ୍ୟ କରିବା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୫୫ ବର୍ଷୀୟ କେଜ୍ରିୱାଲ ସୋମବାର ଷଷ୍ଠ ଥର ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଇଡି) ନିକଟରେ ହାଜର ହେବାକୁ ମନା କରିଦେଇଥିବା ବେଳେ ଆମ୍ ଆଦମୀ ପାର୍ଟି (ଆପ୍) କହିଛି ଯେ ଇଡି ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଅଦାଲତଙ୍କ ରାୟକୁ ଅପେକ୍ଷା କରିବା ଉଚିତ।
Odisha News Live: ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କୁ ଗିରଫ ଦାବିରେ କର୍ମଚାରୀଙ୍କ ବିକ୍ଷୋଭ
ଇଡିର ଚଢ଼ାଉ ପରେ ବରପଦା କଲେଜ ଆଗରେ ଆଜି ଶତାଧିକ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ବିକ୍ଷୋଭ ଓ ପ୍ରତିବାଦ ସଭା କରିଛନ୍ତି। ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ଲୁଲୁ ସାମଲଙ୍କୁ ଗିରଫ କରିବା ସହ କଲେଜର ପୂର୍ବତନ ଅଧ୍ୟକ୍ଷ ମନୋଜ ଗୋସ୍ୱାମୀଙ୍କୁ ଗିରଫ କରିବାକୁ ଦାବି କରି କଲେଜ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ବର୍ତ୍ତମାନର କଲେଜ ଅଧ୍ୟକ୍ଷ ମୋହନ ପଣ୍ଡା କର୍ମଚାରୀଙ୍କୁ ଦରମା ଦେଉ ନଥିବା ବେଳେ ତାଙ୍କୁ ତୁରନ୍ତ ଗିରଫ କରାଯାଇ ବୋଲି ଦାବି କରିଥିଲେ। ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣାସ୍ଥଳରେ ଗ୍ରାମାଂଚଳ ଥାନା ପୁଲିସ ଡେରା ପକାଇଛନ୍ତି ।
Odisha News Live: କେନିଆରେ ଚାକିରି ଦେବା ନାଁରେ ମାରୁଥିଲେ ଚୁନ, ବନ୍ଧା ହେଲେ ୩
କେନିଆରେ ଚାକିରି। ମାସକୁ ୫୦ ହଜାର ଟଙ୍କା ଦରମା। ବାସ୍ ଲୋଟି ପଡ଼ିଥିଲେ ଆଶାୟୀ। ସେଥିପାଇଁ ପାସ୍ପୋଟ୍ ଓ ୫୦ ହଜାର ଟଙ୍କା ଦେଲେ। ହେଲେ ପରବର୍ତ୍ତୀ ସମୟରେ ଠକାମୀରେ ଶିକାର ହେଲେ ଆଶାୟୀ ଯୁବକ। ଗଞ୍ଜାମରୁ ଆସିଛି ଏପରି ଅଭିଯୋଗ। ଏନେଇ ଅଭିଯୋଗ ହେବା ପରେ ୯୨ ପାସ୍ପୋଟ୍ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
Top 10 News Headlines:
ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...
Odisha News Live: ୫୭ କେଜି ଗଞ୍ଜେଇ ସହ ଗୋଟିଏ ସ୍କର୍ପିଓ ଜବତ
ଗଞ୍ଜେଇ ମାଫିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ। ଗଞ୍ଜେଇ ଭର୍ତ୍ତି ସ୍କର୍ପିଓ ଗାଡ଼ି ଓ ବେପାରୀକୁ ଧରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗିରଫ ଅଭିଯୁକ୍ତ ଦୁହେଁ ହେଲେ ଝାରଖଣ୍ଡର ଅରମାନ ଖାନ୍ ଓ ରାଉରକେଲାର ଅଲତାଫ୍ ରାଜ ବୋଲି ଜଣାପଡ଼ିଛି।
Odisha News Live: ଖୋଲା ବଜାରରେ ମିଳୁଛି ଆର୍ମି ୟୁନିଫର୍ମ କପଡ଼ା; ଦୋକାନୀ ଗିରଫ
ଖୋଲା ବଜାରରେ ମିଳୁଛି ଭାରତୀୟ ସେନାର ୟୁନିଫର୍ମ କପଡା। ଯିଏ ଯେତେ ଇଚ୍ଛା କରିବ, ତାହାକୁ କିଣି ପାରିବ। ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ହୋଇଥିବା ବେଳେ ଏହାକୁ ବିକ୍ରି କରୁଥିବା ଦୋକାନୀଙ୍କୁ ମାଡ଼ି ବସିଛି ପୁଲିସ୍। ଏପରି ଏକ ଘଟଣା ବ୍ରହ୍ମପୁରରେ ଦେଖିବାକୁ ମିଳିଛି। ବ୍ରହ୍ମପୁର ଟାଉନ ଥାନା ପୁଲିସ ଓ ମିଲିଟାରୀ ଗୁଇନ୍ଦା ସଂସ୍ଥା ଏହି ଦୋକାନ ଉପରେ ମିଳିତ ରେଡ କରି ୪୮୮ ମିଟର କପଡ଼ା ଜବତ କରିଛନ୍ତି। ଜାନୁୟାରୀରୁ ଆର୍ମି ପକ୍ଷରୁ କେବଳ କିଛି ନିର୍ଦ୍ଦିଷ୍ଟ ଆର୍ମି କ୍ୟାଣ୍ଟିନରେ ୟୁନିଫର୍ମ କପଡା ଉପଲବ୍ଧ ହେଉଛି। ବାହାରେ ଏହାର ବିକ୍ରି ନିଷିଦ୍ଧ ରହିଛି। ଏହାସତ୍ତ୍ୱେ ବ୍ରହ୍ମପୁରର ଏକ ଷ୍ଟୋରରେ ଆର୍ମିର ନୂଆ ୟୁନିଫର୍ମ କପଡା ଖୁଲମଖୁଲା ବିକ୍ରି ହେଉଛି
Odisha News Live: ଦଳ ଛାଡ଼ୁନାହିଁ, ଚିରଦିନ ଲାଗି ମୁଁ କଂଗ୍ରେସର: କମଲନାଥ
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ ତାଙ୍କ ପୁଅ ନକୁଲନାଥଙ୍କ ବିଷୟରେ କଳ୍ପନାଜଳ୍ପନା ଜାରି ରହିଛି। ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସାଂସଦ ସଜ୍ଜନ ବର୍ମାଙ୍କ ସମେତ କିଛି ଲୋକଙ୍କ ଦୁଇ ଘଣ୍ଟିଆ ବୈଠକ କମଲନାଥଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ସଜ୍ଜନା ବର୍ମା କହିଛନ୍ତି ଯେ କମଲ ନାଥ କଂଗ୍ରେସ ଛାଡୁ ନାହାଁନ୍ତି। ସେ କହିଛନ୍ତି ଯେ କମଲ ନାଥ ନିଜେ ଏହି ସଭାରେ କହିଛନ୍ତି।
Odisha News Live: ଷଷ୍ଠ ଥର ପାଇଁ ଇଡ଼ି ସମନକୁ ଅଣଦେଖା କଲେ କେଜରିୱାଲ
ଅର୍ଥ ହେରଫେର ସହ ଜଡିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ନୀତି ମାମଲାରେ ଇଡ଼ି ଜାରି କରିଥିବା ଷଷ୍ଠ ସମନକୁ ମଧ୍ୟ ଅଣଦେଖା କରିଛନ୍ତି। ଷଷ୍ଠ ଥର ପାଇଁ ଡାକିବା ସତ୍ତ୍ୱେ ହାଜର ହୋଇନାହାନ୍ତି କେଜରିୱାଲ। ସୋମବାର ଆମ୍ ଆଦମୀ ପାର୍ଟି ସୂତ୍ରରୁ ଏହା ଜଣାପଡିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅର୍ଥ ହେରଫେର ସହ ଜଡିତ ଏକ୍ସାଇଜ୍ ପଲିସି ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ପଠାଯାଇଛି। ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବ ନାହିଁ ବୋଲି ଜଣାପଡ଼ିଛି। ଇଡିର ସମନକୁ ବେଆଇନ ବୋଲି କହି AAP କହିଛନ୍ତି ଯେ ସମନର ବୈଧତା ପ୍ରସଙ୍ଗ ବର୍ତ୍ତମାନ କୋର୍ଟରେ ରହିଛି। ପାର୍ଟି ସୂତ୍ରରୁ ପ୍ରକାଶ ଯେ ଇଡ଼ି ନିଜେ କୋର୍ଟକୁ ଯାଇଛନ୍ତି। ବାରମ୍ବାର ଇଡିକୁ ଡକାଇବା ପରିବର୍ତ୍ତେ କୋର୍ଟ ନିଷ୍ପତ୍ତି ପାଇଁ ଅପେକ୍ଷା କରିବା ଉଚିତ୍।
Odisha News Live: ଡିଜିପି ପଦରେ ଅସ୍ଥାୟୀ ନିଯୁକ୍ତିକୁ ନେଇ ଓଡ଼ିଶା ସମେତ ୭ଟି ରାଜ୍ୟକୁ ଚିଠି ଲେଖିଲା ଗୃହମନ୍ତ୍ରଣାଳୟ
ଯୋଗ୍ୟ ଅଧିକାରୀଙ୍କ ଉପଲବ୍ଧତା ସତ୍ତ୍ୱେ ରାଜ୍ୟ ସରକାର ନିୟମିତ ପୋଲିସ ମୁଖ୍ୟ ନିଯୁକ୍ତ ନକରିବାର ଧାରା ଉପରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ କରିବାର କିଛି ଦିନ ପରେ ଗୃହ ମନ୍ତ୍ରଣାଳୟ (ଡିଏଫଟି) ରାଜ୍ୟମାନଙ୍କୁ ଏହି ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ କହିଛି। କର ସୂତ୍ରରୁ ପ୍ରକାଶ ଯେ ଗତ ସପ୍ତାହରେ କେନ୍ଦ୍ର ଗୃହ ସଚିବଙ୍କ କାର୍ଯ୍ୟାଳୟରୁ ସାତୋଟି ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ଏକ ଚିଠି ପଠାଯାଇଥିଲା ଯେଉଁଠାରେ ଅସ୍ଥାୟୀ ଡିଜିପି ପୋଲିସ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ରାଜ୍ୟଗୁଡ଼ିକ ହେଉଛି ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ, ଉତ୍ତରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ।
ନିର୍ବାଚନରୁ ଓହରିଲେ ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା, ଜାଣନ୍ତୁ କିଏ ହେବେ ପ୍ରାର୍ଥୀ
କେନ୍ଦ୍ରାପଡା: ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ନିର୍ବାଚନରୁ ଓହରିଥିବା ସୂଚନା ମିଳିଛି । ଦେବେନ୍ଦ୍ରଙ୍କ ସ୍ଥାନରେ ତାଙ୍କ ଝିଅ ଦେବସ୍ମିତା ଶର୍ମା ପ୍ରାର୍ଥୀ ହେବେ ବୋଲି ଦେବେନ୍ଦ୍ର ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦେବେନ୍ଦ୍ର କହିଛନ୍ତି ଯେ, ମୋର ବୟସ ୬୫ ଛୁଇଁଲାଣି ତେଣୁ ମୁଁ ଆଉ ନିର୍ବାଚନ ଲଢିବିନି ବୋଲି ନିଷ୍ପତ୍ତି ନେଇସାରିଛି । କଂଗ୍ରେସ ଟିକଟରୁ ମୋ ଝିଅ ଲଢୁ ବୋଲି ମୋର ଇଚ୍ଛା ରହିଛି ଏବଂ ମୋ ଝିଅ ମଧ୍ୟ ଏନେଇ ଆଗ୍ରହୀ ଅଛି । ଦେବସ୍ମିତା ଜଣେ ଡାକ୍ତର ସେ ରାଜନୀତିକୁ ଓହ୍ଲାଇବା ପାଇଁ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛି । ନିକଟରେ କଂଗ୍ରେସ ନିର୍ବାଚନ କମିଟିରେ ଆଳି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଝିଅ ନିର୍ବାଚନ କମିଟି ନିକଟରେ ଆବେଦନ କରିଥିବା କଥା ଦେବେନ୍ଦ୍ର କହିଛନ୍ତି ।
ଜଳେଶ୍ୱରରେ କଳା ପଲସର ଆତଙ୍କ, ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍
ବାଲେଶ୍ୱର: ଜଳେଶ୍ୱର ଥାନା ନିକଟସ୍ଥ ଏକ ଅଞ୍ଚଳରେ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଛି । ଏ ସମ୍ପର୍କରେ ଦୋକାନୀ ଜଣଙ୍କ ଥାନାରେ ଏତଲା ଦେଇଛନ୍ତି । ପାଖାପାଖି ୫ ଲକ୍ଷ ଟଙ୍କାର ବିଭିନ୍ନ ଗହଣା ସହିତ ନଗଦ ଟଙ୍କା ତାଙ୍କଠାରୁ ଲୁଟ୍ କରିଛନ୍ତି ଲୁଟେରା । ସୂଚନା ମୁତାବକ, ସୁନା ଦୋକାନୀ ଚନ୍ଦନ ରଣା ଗତକାଲି ରାତି ପାଖାପାଖି ୯.୩୦ ସମୟରେ ବଜାରରେ ଥିବା ନିଜ ଦୋକାନ ବନ୍ଦ କରି ନୂଆଗାଁକୁ ଫେରୁଥିଲେ । ଚନ୍ଦନ ବସଷ୍ଟାଣ୍ଡ୍ ପାଖ ରାସ୍ତା ଅତିକ୍ରମ କରୁଥିବା ସମୟରେ ଏକ କଳା ପଲସର ବାଇକରେ ଦୁଇଜଣ ଲୁଟେରା ଚନ୍ଦନଙ୍କୁ ଅଟକାଇଥିଲେ । ଚନ୍ଦନଙ୍କୁ ବନ୍ଧୁକ ଦେଖାଇ ଭୟବୀତ କରିବା ସହ ତାଙ୍କଠାରୁ ସୁନାଗହଣା ସହ ନଗଦ ଟଙ୍କା ଲୁଟ୍ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ଲୁଟେରା । ପୋଲିସରେ ଅଭିଯୋଗ ପରେ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
କଟକରେ ଭୟଙ୍କର ଦୁର୍ଘଟଣା, ଜଣେ ମୃତ , ଜଣେ ଗୁରୁତର
Road Accident: ଏମିତି ବି ଆସେ ମୃତ୍ୟୁ। ସଡ଼଼କ ଦୁର୍ଘଟଣାରେ ଆଖି ବୁଜିଲେ ଭାଉଜ ଓ ଦିଅର ଗୁରୁତର ହୋଇଛନ୍ତି। କଟକ ତିଗିରିଆ ତିଗିରିଆ ଥାନା ପାଞ୍ଚଗାଁ ବଜାରରେ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ହେଉଛନ୍ତି ବଡ଼ମ୍ବା ଅଞ୍ଚଳର ମଙ୍ଗରାଜପୁର ଗାଁର କାହ୍ନୁଚରଣ ସାହୁ ଏବଂ ମୃତକ ହେଉଛନ୍ତି ତାଙ୍କ ଭାଉଜ ଉର୍ମିଳା ସାହୁ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ହାତ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ । ଢେଙ୍କାନାଳରେ ପ୍ରେସମିଟ୍ରେ କଂଗ୍ରେସରୁ ଇସ୍ତଫା ଘୋଷଣା କଲେ । ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ବି ଇସ୍ତଫା ଦେଲେ।
ରାଞ୍ଚିରେ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଖେଳିବେନି ବୁମ୍ରା, ଜାଣନ୍ତୁ କାହିଁକି ଦଳରୁ ବାଦ ପଡ଼ିଲେ ଷ୍ଟାର ବୋଲର
Ind vs Eng: ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ରବିବାର ରାଜକୋଟରେ ଖେଳାଯାଇଥିବା ୪ର୍ଥ ଟେଷ୍ଟ ମ୍ୟାଚ୍ ରେ ଭାରତ ଇଂଲଣ୍ଡକୁ ୪୩୪ ରନ୍ ରେ ପରାସ୍ତ କରିଛି। ଯାହା ଭାରତ ପାଇଁ ଏକ ଐତିହାସିକ ବିଜୟ ଅଟେ । ଖବର ଅନୁଯାୟୀ, ୨୩ରୁ ୨୭ ଫେବୃଆରୀ ଯାଏଁ ଉଭୟ ଦଳ ମଧ୍ଯରେ ସିରିଜର ଚତୁର୍ଥ ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ଭାରତର ପ୍ଲେଇଙ୍ଗ ଇଲେଭେନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ରାଞ୍ଚିରେ ଖେଳାଯିବାକୁ ଥିବା ପରବର୍ତ୍ତୀ ଟେଷ୍ଟ ମ୍ୟାଚରୁ ଭାରତର ଷ୍ଟାର ବୋଲର ଜସପ୍ରୀତ ବୁମରାଙ୍କୁ ବାଦ ଦିଆଯାଇଛି । ଅର୍ଥାତ୍ ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଜସପ୍ରୀତ ବୁମରାଙ୍କୁ ଦେଖିବାକୁ ମିଳିବ ନାହିଁ, ଏହି ଖବର କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି । ବୁମରାଙ୍କ ସ୍ଥାନରେ ମୁକେଶ କୁମାର ନଚେତ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ ବୋଲି ସୂଚନା ମିଳିଛି ।
ଚାକିରି ନାଁରେ ଚୂନ,୩ ଗିରଫ
ବ୍ରହ୍ମପୁର: ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବିଶାଖାପାଟଣାରୁ ୩ ଗିରଫ। ଗିରଫ ସହ ୯୨ଟି ପାସ୍ପୋର୍ଟ ଓ ଭିସା ଜବତ କଲା ବ୍ରହ୍ମପୁର ପୋଲିସ । ଚାକିରି କରାଇଦେବାକୁ କହି ଜଣଙ୍କ ପିଛା ୫୦ ହଜାର ନେଉଥିଲେ।
ମାର୍ଚ୍ଚ ପହିଲା ସୁଦ୍ଧା କଂଗ୍ରେସ ଟିକେଟ୍, ପ୍ରଥମ ପର୍ଯ୍ୟାୟରେ ଘୋଷଣା ହେବ ୭୦ଟି ଆସନ ପାଇଁ ଟିକେଟ୍
ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରାଯିବ। ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ପିସିସି ସଭାପତିଙ୍କ ସୂଚନା। ଆଗୁଆ ଟିକେଟ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ।
ପୁଣି ହୃଦୟ ଜିତିଲେ ଦୀପିକା
BAFTA 2024: ଚଳିତ ମାସ ୧୮ ତାରିଖରେ ଲଣ୍ତନରେ 'ବାଫଟା' ଆୱାର୍ଡ ସୋ' ଅନୁଷ୍ଠିତ ହୋଇଥିଲା। ଏହି ପୁରସ୍କାର ଉତ୍ସବରେ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଉପସ୍ଥାପିକା ଭାବେ ଭାଗ ନେଇଥିଲେ। ଏଥର ଅଭିନେତ୍ରୀ ତାଙ୍କ ଆଉଟ୍ ଫିଟ୍ ରେ ରେଡ କାର୍ପେଟ ପାଇଁ ଦେଶି ଲୁକ୍ କୁ ବାଛିଥିଲେ।
ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା
ଆସନ୍ତା କାଲି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏଥର ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେଥିପାଇଁ ବୋର୍ଡ଼ ପକ୍ଷରୁ ୩୦୭୩ଟି ସେଣ୍ଟର କରାଯାଇଥିବା ବେଳେ ୨୧ଟି ପୋଲିସ ସେଣ୍ଟରରେ ନୋଡ଼ାଲ ସେଣ୍ଟର କରାଯାଇଛି । ଚଳିତବର୍ଷ ପରୀକ୍ଷା ପରିଚାଳନାରେ ସୁଧାର ଆଣିବା ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ ଲଗାଯାଇଛି । ସକାଳ ୯ଟାରେ ଆରମ୍ଭ ହେବ ପରୀକ୍ଷା।
‘ମୁଡ଼ ଅଫ ଦ ନେଶନ୍’ ସର୍ଭେ ରିପୋର୍ଟ, ଦ୍ବିତୀୟ ସ୍ଥାନରେ ଯୋଗୀ, ଜାଣନ୍ତୁ କେତେ ନମ୍ବରରେ ନବୀନ?
National Survey Report: ଖାଲି ରାଜ୍ୟ ନୁହେଁ ବରଂ ସାରା ଦେଶରେ ବେଶ ଲୋକପ୍ରିୟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ କରାଯାଇଥିବା ଏକ ସର୍ଭରୁ ଏହା ସ୍ପଷ୍ଟ ହୋଇଛି । ନବୀନଙ୍କ ପଛକୁ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।ଖବର ଅନୁଯାୟୀ, ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ଲୋକପ୍ରିୟତା ଓ ଆପ୍ରୁଭାଲ ରେଟିଂ ଜାଣିବାକୁ ‘ଇଣ୍ତିଆ ଟୁଡ଼େ’ ପକ୍ଷରୁ ନିକଟରେ ଏକ ସର୍ବେକ୍ଷଣ କରାଯାଇଥିଲା । ତେବେ ‘ଇଣ୍ତିଆ ଟୁଡ଼େ ମୁଡ଼ ଅଫ ଦ ନେଶନ୍’ ସର୍ଭେ ମୁତାବକ ନବୀନ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି । ୫୨.୭% ରେଟିଂ ସହ ଦେଶର ବେଶ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ନିଜ ସ୍ଥାନ ବଜାଇ ରଖିଛନ୍ତି । କେବଳ ଏଥର ନୁହେଁ, ବରଂ ବିଭିନ୍ନ ସର୍ବେକ୍ଷଣେରେ ନବୀନ ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଗରେ ରହିଆସିଛନ୍ତି । ତେବେ ନବୀନଙ୍କ ପଛକୁ ଅର୍ଥାତ୍ ୨ୟ ସ୍ଥାନରେ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କ ଲୋକପ୍ରିୟତା ରେଟିଂ ୫୧.୩% ରହିଛି । ସେହିପରି ତୃତୀୟ ସ୍ଥାନରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବକର୍ମାଙ୍କ ରେଟିଂ ୪୮.୬% ରହିଛି । ୪ ସ୍ଥାନରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରହିଥିବା ବେଳେ ତାଙ୍କୁ ୪୨.୬ % ରେଟିଂ ମିଳିଛି। ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ୪୧.୪% ରେଟିଂ ସହ ୫ମ ସ୍ଥାନରେ ରହିଛନ୍ତି । ନବୀନଙ୍କୁ ବାଦ ଦେଲେ ବାକି ୪ ମୁଖ୍ୟମନ୍ତ୍ରୀ ଭାଜପା ଶାସିତ ରାଜ୍ୟର ଅଟନ୍ତି ।
ICUରେ ଭୋଗରାଇ ବିଧାୟକ ଅନନ୍ତ ଦାସ
Bhograi MLA: ଅସୁସ୍ଥ ଅଛନ୍ତି ବିଜେଡ଼ିର ପୁରୁଖା ନେତା ତଥା ଭୋଗରାଇ ବିଧାୟକ (Bhograi MLA) । ୮୩ ବର୍ଷୀୟ ଅନନ୍ତ ଦାସଙ୍କ (ANANTA DAS) ଚିକିତ୍ସା ଜାରି ରହିଛି । ରବିବାର ସନ୍ଧ୍ୟାରେ ତାଙ୍କୁ ବାଲେଶ୍ବର ଫକୀରମୋହନ ମେଡ଼ିକାଲରେ (Balasore Fakir Mohan Medical) ଭର୍ତ୍ତି କରାଯାଇଛି । ବର୍ତ୍ତମାନରେ ସେ ଆଇସିୟୁରେ (ICU) ତାଙ୍କ ଚିକିତ୍ସା ଜାରି ରହିଛି ।
ଆଜି ବି ଇଡି଼ରେ ହାଜର ହେବେନି କେଜ୍ରିଓ୍ୱାଲ !
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନାହାନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଏହି ମାମଲାରେ ପଚରାଉଚରା ପାଇଁ କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ଫେବ୍ରୁଆରୀ ୧୪ ତାରିଖ ଦିନ ଷଷ୍ଠ ସମନ ଜାରି କରିଥିଲେ ମଧ୍ୟ ଆଜି ମଧ୍ୟ(ସୋମବାର) ମୁଖ୍ୟମନ୍ତ୍ରୀ ହାଜର ହେବାର ସମ୍ଭାବନା କ୍ଷିଣ ରହିଛି । କାରଣ କେଜ୍ରିଓ୍ୱାଲ ଦିଲ୍ଲୀ ବିଧାନସଭା ବଜେଟ ଅଧିବେଶନରେ ସାମିଲ ହେବେ । ଅନ୍ୟପଟେ ସମନ ନେଇ ଆପ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି । ଯେହେତୁ ମାମଲା କୋର୍ଟରେ ବିଚାରାଧୀନ ରହିଛି, ତେଣୁ ଇଡି ସମନ ଜାରି କରିବା ଅବୈଧ ଅଟେ । କୋର୍ଟଙ୍କ ନିଷ୍ପତ୍ତି ଆସିବା ଯାଏଁ ଅପେକ୍ଷା କରନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ବାପା ସାଜିଲା ସଇତାନ
ପୁଣି ଲଜ୍ଜା। ବାପାର ଦୁଷ୍କର୍ମରେ ଅତିଷ୍ଠ ହୋଇ ନାବାଳିକା ଝିଅର ଆତ୍ମହତ୍ୟା ଅଭିଯୋଗ। ପୁରୀ ଜିଲ୍ଲା କୋଣାର୍କ ଅଂଚଳର ଘଟଣା। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି।
ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍, ଜାଣନ୍ତୁ ଭୁବନେଶ୍ବରରେ କ'ଣ ରହିଛି ଦର
Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍ (Gold Price Today)। ଯଦି ଆପଣ ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ,ସୁନା-ଗହଣା କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ସୁନା ରେଟ୍।
ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : ସପ୍ତାହ ଆରମ୍ଭରୁ ଖସିଲା ସୁନା ରେଟ୍, ଜାଣନ୍ତୁ ଭୁବନେଶ୍ବରରେ କ'ଣ ରହିଛି ଦର
ରାସ୍ତା ନବୀକରଣ ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ
ଧର୍ମଗଡ଼: ରାସ୍ତା ନବୀକରଣ ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ। ବାନେର ଛକରେ ରାସ୍ତା ଅବରୋଧ କଲେ ୨୦ଟି ଗାଁର ଗ୍ରାମବାସୀ। ଭବାନୀପାଟଣାକୁ ସଂଯୋଗ ଜୟପାଟଣା-ମୋଟେର ରାସ୍ତା ଅବରୋଧ। ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ, ଯାତାୟାତ ବାଧାପ୍ରାପ୍ତ।
କଟକରେ ବାଲି ମାଫିଆଙ୍କର ଗୁଣ୍ଡାରାଜ
କଟକରେ ବାଲି ମାଫିଆଙ୍କର ଗୁଣ୍ଡାରାଜ। ଖଣି ଅଧିକାରୀଙ୍କୁ ଗାଡ଼ି ଚଢାଇ ମାରି ଦେବାକୁ ଉଦ୍ୟମ। ଯାଞ୍ଚ ବେଳେ ଅଳ୍ପକେ ବର୍ତ୍ତିଲେ ଖଣି ଅଧିକାରୀ। ଧକ୍କା ଦେଇ ଫେରାର ମାରିଲେ ଡ୍ରାଇଭର। ୩ଟି ହାଇୱା ଜବତ।
ଫେବୃଆରୀ ନ ସରୁଣୁ ଡରାଇଲାଣି ତାତି, ୩୫ ଡିଗ୍ରୀ ଉପରେ ୪ ଜିଲ୍ଲାର ତାପମାତ୍ରା
ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ ଜାରି ରହିଛି । ଯାହା ଫଳରେ ରାଜ୍ୟରେ ତାତି ବଢିବାରେ ଲାଗିଛି । ଫେବୃଆରୀ ନସରୁଣୁ ଶୀତ ଉଭାନ ହୋଇଯାଇଥିବା ବେଳେ ରାତିରେ ଆଉ ଥଣ୍ତା ମଧ୍ଯ ଅନୁଭୂତ ହେଉନାହିଁ । ଅନ୍ୟପଟେ ୩୫ ଡିଗ୍ରୀ ଉପରେ ରହିଛି ୪ ଜିଲ୍ଲାର ପାରଦ । ରବିବାର ଭବାନୀପାଟଣାରେ ୩୫.୪ ଡିଗ୍ରୀ, ଟିଟିଲାଗଡ଼, ବୌଦ୍ଧ ଓ ପାରଲାଖେମୁଣ୍ତିରେ ୩୫ ଡିଗ୍ରୀ ତାପମାତ୍ରା ରେର୍କଡ଼ କରାଯାଇଛି। ତେବେ ଆଗାମୀ ୨ ଦିନରେ ରାତି ତାପମାତ୍ରା ଆହୁରି ୨ ଡିଗ୍ରୀ ବଢିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏଥିସହ ଆଗାମୀ ୬ରୁ ୭ ଦିନ ଯାଏଁ ଘନ କୁହୁଡ଼ି ପ୍ରଭାବ ରହିବ । ଏହି ସମୟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହୁଥିବାରୁ ଜାତୀୟ ରାଜପଥରେ ଯାତାୟତ କରୁଥିବା ଯାନବାହନଗୁଡ଼ିକ ଚଳାଚଳରେ ବାଧ୍ୟା ଉପୁଜିବାର ସମ୍ଭାବନା ରହିଛି । ତେଣୁ ଏଥିପ୍ରତି ସର୍ତକ ରହିବାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।
ଏହାବି ପଢନ୍ତୁ : Heat Wave: ଫେବୃଆରୀ ନ ସରୁଣୁ ଡରାଇଲାଣି ତାତି, ୩୫ ଡିଗ୍ରୀ ଉପରେ ୪ ଜିଲ୍ଲାର ତାପମାତ୍ରା
ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା
ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା। ୩୦୪୭ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫,୫୧,୬୧୧ଛାତ୍ରଛାତ୍ରୀ। ଏନେଇ ତତ୍ପର ମାଧ୍ୟମିକ ଶିକ୍ଷା ବୋର୍ଡ। ସକାଳ ୯ଟାରେ ଆରମ୍ଭ ହେବ ପରୀକ୍ଷା। ମାଟ୍ରିକ ପରୀକ୍ଷା ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି ଦୃଷ୍ଟିବାଧିତ ଦଶମ ଛାତ୍ରଛାତ୍ରୀ। ଆମ୍ୱପୁଆର ରେଡକ୍ରସ ସ୍କୁଲରୁ ପରୀକ୍ଷା ଦେବେ ୯ଛାତ୍ରଛାତ୍ରୀ।
ବିଧାୟକ ସାଲୁଜାଙ୍କୁ ହତ୍ୟା ଧମକ
କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ। ସାଲୁଜାଙ୍କୁ ହତ୍ୟା ଧମକ ନେଇ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର। ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ପୋଷ୍ଟରରେ ଉଲ୍ଲେଖ। ହତ୍ୟା ଧମକ ନେଇ କିଏ ପୋଷ୍ଟର ଲଗାଇଛି ଜଣାପଡ଼ିନି।
ଆଣ୍ଡାମାନ -ନିକୋବର ଦ୍ୱୀପପୁଞ୍ଜ ପରିଦର୍ଶନ କରିବେ ରାଷ୍ଟ୍ରପତି
President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପରିଦର୍ଶନ କରିବେ । ଫେବୃଆରୀ ୧୯ରେ ରାଷ୍ଟ୍ରପତି ଶହୀଦଙ୍କ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଏବଂ ସେଲୁଲାର୍ ଜେଲ୍ କମ୍ପ୍ଲେକ୍ସ ଏବଂ ସଂଗ୍ରହାଳୟ ପରିଦର୍ଶନ କରିବେ। ସେ ସେଲୁଲାର୍ ଜେଲରେ ଥିବା ଲାଇଟ୍ ଏବଂ ସାଉଣ୍ଡ୍ ସୋ’ ମଧ୍ୟ ଦେଖିବେ ।
ମହିଳା ଥାନା ଅଧିକାରୀଙ୍କୁ ମାଡ଼
ଜଳେଶ୍ୱର: ପାଟ୍ରୋଲିଂ ବେଳେ ମହିଳା IICଙ୍କୁ ଆକ୍ରମଣ ଅଭିଯୋଗ। ତାଳସାରୀ ସାମୁଦ୍ରିକ ଥାନାର ମହିଳା IICଙ୍କୁ ସ୍ଥାନୀୟ ଲୋକଙ୍କ ମାଡ଼। ଭୋଗରାଇ ବ୍ଲକ ଉଦୟପୁରରେ ଚାପା ଉତ୍ତେଜନା, ୨୦ ଅଟକ
ଜୁଆ ଖେଳ ବନ୍ଦ କରିବାକୁ କହିବାରୁ ଆକ୍ରମଣ କରିଥିଲେ ଲୋକେ।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ
ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ଜୀବନ ଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କନ୍ଧସୁଲିମ ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ଦୁଇ ଜଣ ହେଉଛନ୍ତି ମହିଳା ଏବଂ ଆଉ ଜଣେ ପୁରୁଷ ଗୁରୁତର ଥିବା ସୂଚନା ମିଳିଛି।
ନିର୍ମାଣ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର, ଜାଣନ୍ତୁ କେତେ ରହିଛି ବଜେଟ୍?
Shree Jagannath International Airport: ପୁରୀକୁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ରରେ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ତେବେ ବିକାଶ କ୍ଷେତ୍ରରେ ଆଉ ପାଦେ ଆଗେଇବ ଶ୍ରୀକ୍ଷେତ୍ର ପୁରୀ । କାରଣ ସିପସରୁବାଲିରେ ନିର୍ମାଣ ହେବ ଓଡ଼ିଶାର ସର୍ବ ବୃହତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର । ଏନେଇ ଟେଣ୍ତର ପ୍ରକ୍ରିୟା ଆହ୍ବାନ କରାଯାଇଛି ।
ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ : Puri International Airport: ନିର୍ମାଣ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର, ଜାଣନ୍ତୁ କେତେ ରହିଛି ବଜେଟ୍?
୨୩ରୁ ବଦଳିବ ପାଗ, ଏହି ସବୁ ଜିଲ୍ଲାରେ ହେବ ବର୍ଷା!
Weather Update: ଏବେଠୁ ରାଜ୍ୟରେ ଗାଏବ ହୋଇଗଲାଣୀ ଶୀତ (cold wave in odisha) । ଆଉ ୨୪ ଘଣ୍ଟା ରାଜ୍ୟରେ ଘନ କୁହୁଡି଼ (deep fog)ଆଶଙ୍କା ଥିବା ବେଳେ ଗୁରୁଚାପ ବଳୟରେ ସକ୍ରିୟତା ବୃଦ୍ଧି ପାଇଛି। ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟ ବାଷ୍ପ ଉଷ୍ମ ବାୟୁ ପ୍ରବେଶ କରୁଛି। ଏଥିପାଇଁ ଆଗାମୀ ୨ ଦିନରେ ରାତ୍ରି ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର( Bhubaneswar Meteorological Centre)।
ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Weather Update: ୨୩ରୁ ବଦଳିବ ପାଗ, ଏହି ସବୁ ଜିଲ୍ଲାରେ ହେବ ବର୍ଷା!
ଆଜି ଆଉ ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍', ଏହି ସବୁ ରୁଟ୍ ରେ ମିଳିବ ସେବା
LaccMI Bus: ଏଣିକି ଯାତ୍ରା ହେବ ଆହୁରି ସହଜ। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଲଗାତାର ପର୍ଯ୍ୟାୟ କ୍ରମେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗାଁ’ରେ ସରକାରୀ ବସ (Odisha Govt Bus) ପହଞ୍ଚାଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଆଜି ୫ଟି ଜିଲ୍ଲାରେ 'ଲକ୍ଷ୍ମୀ ବସ୍' (LaccMI Bus) ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)। ଆଜି କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'। ସକାଳ ୧୧ଟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରେ ପ୍ରଥମ ପର୍ଯ୍ୟାୟରେ ୨୮ଟି ବସ ଗଡିବ ବୋଲି ଜଣାପଡିଛି । ଏ-ନେଇ କଟକର ବାଲିଯାତ୍ରା ପଡିଆରେ ବସ୍ ଗୁଡିକର ରଖାଯାଇଛି। ତେବେ, ଏହି ଲକ୍ଷ୍ମୀ ବସ୍ ରେ ମହିଳା ପାଇଁ ଏକ ବିଶେଷ ଟିକେଟ୍ ରେ ରିହାତିର ସୁବିଧା ମଧ୍ୟ ରହିଛି। ଯଦି କୌଣସି ମହିଳା ପଂଚାୟତରୁ ବ୍ଲକ୍ କୁ ଯାଉଛନ୍ତି । ତେବେ, ମାତ୍ରା ୫ ଟଙ୍କା ଦେଇ ଯାତ୍ରା କରିପାରିବେ ।
ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : ଆଜି ଆଉ ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍', ଏହି ସବୁ ରୁଟ୍ ରେ ମିଳିବ ସେବା
ଦିନକ ପରେ ମାଟ୍ରିକ୍ ପରୀକ୍ଷା, ଦାବି ପୂରଣ ନେଇ ଧାରଣା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ
Teacher strike in Odisha: ଦିନକ ପରେ ମାଟ୍ରିକ୍ ପରୀକ୍ଷା । ସେପଟେ ୨୧ ଦଫା ଦାବି ପୂରଣ ନେଇ ଦୀର୍ଘ ୧୨ ଦିନ ହେବ ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଖବର ଅନୁଯାୟୀ, ରାଜଧାନୀ ଗାନ୍ଧୀ ମାର୍ଗରେ ଜାରି ରହିଛି ଶିକ୍ଷକଙ୍କ ରଣହୁଙ୍କାର । ଦାବି ପୂରଣ ନହେବା ପର୍ଯ୍ୟନ୍ତ ପରୀକ୍ଷା ପରିଚାଳନରେ ସହଯୋଗ କରିବେ ନାହିଁ ବୋଲି ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଯଦି ସରକାର ଆଲୋଚନା ନକରନ୍ତି ତେବେ ପରୀକ୍ଷା ପରିଚାଳନାଠାରୁ ଆରମ୍ଭ କରି ଖାତା ଦେଖିବା ଯାଏ ସମସ୍ୟା ଉପୁଜିବାର ଆଶଙ୍କା କରାଯାଉଛି । ପୂର୍ବରୁ ଓଷ୍ଟା ପକ୍ଷରୁ ଅନେକ ଥର ଆନ୍ଦୋଳନ କରାଯାଇଥିଲେ ପ୍ରତିଥର ସରକାର ଦାବି ପୂରଣ ନେଇ ପ୍ରତିଶ୍ରୃତି ମଧ୍ଯ ଦେଇଥାଆନ୍ତି, ମାତ୍ର ପ୍ରତିଶ୍ରୃତି
ଆଜି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
Kalki Dham Temple:ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ । ଏହା ପରେ ଜନସଭାକୁ ଉଦବୋଧନ ଦେବେ। ଖବର ମୁତାବକ ଶ୍ରୀ କଳକୀ ଧାମ୍ ନିର୍ମାଣ ଟ୍ରଷ୍ଟ ଦ୍ବାରା ମନ୍ଦିରଟି ନିର୍ମାଣ କରାଯାଉଛି।