Live Now

Odisha News Live Updates: ଓଡିଶାକୁ ଦରକାର ଡବଲ୍ ଇଞ୍ଜିନ ସରକାର, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଓଡିଶାକୁ ଦରକାର ଡବଲ୍ ଇଞ୍ଜିନ ସରକାର, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
22 February 2024 11:00 PM (IST)

Sambalpur Accident: ସମ୍ବଲପୁରରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା; ୬ ମୃତ, ଜଣେ ଗୁରୁତର...

Sambalpur Accident: ସମ୍ବଲପୁରରେ ଦୁଇଟି ଭୟଙ୍କର ସଡ଼କ ଦୁର୍ଘଟଣା; ୬ ମୃତ, ଜଣେ ଗୁରୁତର ଆହତ

Sambalpur Road Accident: ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ ଡାକ୍ତର ଆହତମାନଙ୍କୁ ବୁର୍ଲା ହସ୍ପିଟାଲକୁ ପଠାଇଥିଲେ। ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ଆହତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣଙ୍କର ଅବସ୍ଥା ମଧ୍ୟ ଗୁରୁତର ବୋଲି କୁହାଯାଉଛି। ଅଧିକ ପଢ଼ନ୍ତୁ...

22 February 2024 10:45 PM (IST)

ମହମ୍ମଦ ମୁଇଜୁ ମାଲଦ୍ୱୀପର ରାଷ୍ଟ୍ରପତି ହେବା ପରଠାରୁ ତିକ୍ତତା...

ମହମ୍ମଦ ମୁଇଜୁ ମାଲଦ୍ୱୀପର ରାଷ୍ଟ୍ରପତି ହେବା ପରଠାରୁ ତିକ୍ତତା

ମହମ୍ମଦ ମୁଇଜୁ ମାଲଦ୍ୱୀପର ରାଷ୍ଟ୍ରପତି ହେବା ପରଠାରୁ ମାଲେ ଏବଂ ନୂଆଦିଲ୍ଲୀ ମଧ୍ୟରେ ତିକ୍ତତା ଦେଖାଦେଇଛି। ପ୍ରଥମେ ଭାରତୀୟ ସୈନିକମାନଙ୍କୁ ମାଲଦ୍ୱୀପରୁ ଫେରିବାକୁ କୁହାଯାଇଥିଲା ଏବଂ ପରେ ମୁଇଜୁ ଚୀନ୍ ସହିତ ବନ୍ଧୁତା ଆରମ୍ଭ କରିଥିଲେ। ଚୀନ୍ ନିକଟତର ହେବା ମାତ୍ରେ ଡ୍ରାଗନ୍ ମଧ୍ୟ ଏହାର ଖେଳ ଆରମ୍ଭ କରିଛି। ବାସ୍ତବରେ ଏହାର ଫାଇଦା ଉଠାଇ ଚାଇନା ଏହାର  ଜାସୁସି ଜାହାଜ ମାଲଦ୍ୱୀପକୁ ପଠାଇଛି। ଚୀନ୍ ଜାହାଜ ମାଧ୍ୟମରେ ଜାସୁସି କରିଥିବା ଅଭିଯୋଗ ହୋଇଛି।

22 February 2024 10:15 PM (IST)

୧୭୮୯ଜଣ ଶିକ୍ଷକଙ୍କୁ ମିଳିବ ସପ୍ତମ ବେତନ କମିଶନ ଦରମା...

୧୭୮୯ଜଣ ଶିକ୍ଷକଙ୍କୁ ମିଳିବ ସପ୍ତମ ବେତନ କମିଶନ ଦରମା

7th Pay Commission Salary: ରାଜ୍ୟ କ୍ୟାବିନେଟର ଅନୁମୋଦନ ଆଜି ଶିକ୍ଷକଙ୍କ ପାଇଁ ଖୁସି ଖବର ଆଣିଦେଇଛି । ଶତପ୍ରତିଶତ ବ୍ଲକଗ୍ରାଣ୍ଟ ପାଉଥିବା ସମସ୍ତ ଅନୁଦାନପ୍ରାପ୍ତ ଜୁନିୟର କଲେଜ, ବେସରକାରୀ କଲେଜ ଏବଂ ମାଧ୍ୟମିକ ସ୍କୁଲର ଶିକ୍ଷକଙ୍କ ସମେତ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି । କେବଳ ସେତିକି ନୁହେଁ, ରାଜ୍ୟର ଗ୍ରାଣ୍ଟ-ଇନ୍‌-ଏଡ୍ ପାଉଥିବା ସମସ୍ତ ବେସରକାରୀ ତଥା ନୂଆ ଅନୁଦାନପ୍ରାପ୍ତ ହାଇସ୍କୁଲ ସମେତ ସଂସ୍କୃତ ଟୋଲର ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ମଧ୍ୟ ସପ୍ତମ ବେତନ କମିଶନ ହାରରେ ଦରମା ମିଳିବ । ଅଧିକ ପଢ଼ନ୍ତୁ...

22 February 2024 09:45 PM (IST)

Weather News: ୩ଟି ସହରର ତାପମାତ୍ରା ୩୬ ଡିଗ୍ରୀ ପରେ, ଆସନ୍ତାକାଲି ଏହି ସ୍ଥାନରେ ବର୍ଷା...

Weather News: ୩ଟି ସହରର ତାପମାତ୍ରା ୩୬ ଡିଗ୍ରୀ ପରେ, ଆସନ୍ତାକାଲି ଏହି ସ୍ଥାନରେ ବର୍ଷା ସମ୍ଭାବନା...

Weather News: ଧିରେ ଧିରେ ରାଜ୍ୟରେ ବଢୁଛି ପାରଦ । ଆଜି ସମୁଦାୟ ୧୮ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ପାଖାପାଖି ରେକର୍ଡ ହୋଇଛି । ୩ଟି ସ୍ଥାନରେ ପାରଦ ୩୬ ଡିଗ୍ରୀ ସେଲସିୟସ୍ ପାର୍ କରିଛି । ସେହି ସ୍ଥାନ ମଧ୍ୟରେ ରହିଛି ସୋନପୁର, ଭୁବନେଶ୍ୱର ଏବଂ ତାଳଚେର । ସୋନପୁରରେ ସର୍ବାଧିକ ୩୬.୩ ଡିଗ୍ରୀ, ଭୁବନେଶ୍ୱର ଏବଂ ତାଳଚେରରେ ୩୬.୨ ଡିଗ୍ରୀ ରେକର୍ଡ ହୋଇଛି । ଅଧିକ ପଢ଼ନ୍ତୁ...

22 February 2024 09:15 PM (IST)

ଆନ୍ତର୍ଜାତୀୟ ପଦକ ବିଜେତା ପ୍ରଣତୀ ନାୟକ ଏବଂ ମନ୍ନତା ମିଶ୍ରଙ୍କୁ ସମ୍ମାନିତ କଲେ...

ଆନ୍ତର୍ଜାତୀୟ ପଦକ ବିଜେତା ପ୍ରଣତୀ ନାୟକ ଏବଂ ମନ୍ନତା ମିଶ୍ରଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆନ୍ତର୍ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦୁଇଜଣ ଉଲ୍ଲେଖନୀୟ ମହିଳା ଆଥଲେଟ୍ ପ୍ରଣତୀ ନାୟକ ଏବଂ ମନ୍ନତା ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଧିକ ପଢ଼ନ୍ତୁ...

22 February 2024 09:00 PM (IST)

Odisha News Live: ତାଲିବାନର ବର୍ବରତା, ସର୍ବସାଧାରଣରେ ଦିଆଗଲା ମୃତ୍ୟୁଦଣ୍ଡ...

Odisha News Live: ତାଲିବାନର ବର୍ବରତା, ସର୍ବସାଧାରଣରେ ଦିଆଗଲା ମୃତ୍ୟୁଦଣ୍ଡ
ଗୁରୁବାର ଦିନ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଏକ ଷ୍ଟାଡିୟମରେ ତାଲିବାନ ଦୁଇ ଜଣଙ୍କୁ ସାର୍ବଜନୀନ ଭାବେ ହତ୍ୟା କରିଛି। ଜଣେ ସାମ୍ବାଦିକଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଗଜନି ସହରର ଅଲି ଲାଲା ଅଞ୍ଚଳରେ ଏହି ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଲିବାନ ଏହି ଦୁଇ ଜଣଙ୍କ ଅପରାଧ ସମ୍ପର୍କରେ କୌଣସି ବିବରଣୀ ଦେବାକୁ ମନା କରିଦେଇଛି।

22 February 2024 08:45 PM (IST)

Odisha News Live: କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି: ଆହୁରି ୩ବର୍ଷ ଯାଏଁ ରାଜ୍ୟର...

Odisha News Live: କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି: ଆହୁରି ୩ବର୍ଷ ଯାଏଁ ରାଜ୍ୟର ଚାଷୀଙ୍କୁ ମିଳିବ କାଳିଆ ସହାୟତା
ରାଜ୍ୟର ଚାଷୀଭାଇମାନଙ୍କ ପାଇଁ ଖୁସି ଖବର ଆସିଛି। ରାଜ୍ୟ ସରକାର କାଳିଆ ଯୋଜନାରେ ଚାଷୀମାନଙ୍କୁ ସହାୟତା ଆଗାମୀ ୩ ବର୍ଷ ପାଇଁ ବଢ଼ାଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟ୍‌ର  ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ଯାଏଁ ସହାୟତା ରାଶି ମିଳିବ। ଏହି ଯୋଜନା ୩ ବର୍ଷ ବଢ଼ିବା ପରେ ରାଜ୍ୟ ସରକାର ୬୦୨୯.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ ଓ ସେପ୍ଟେମ୍ବର ୧ ତାରିଖ ବଦଳରେ ଏଣିକି କୌଣସି ସମୟରେ ସହାୟତା ମିଳିବ। ଅର୍ଥାତ ଚାଷୀମାନଙ୍କ ଆବଶ୍ୟକତା ଦେଖି ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିବେ।

22 February 2024 08:30 PM (IST)

ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ...

ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ
ଦେଶ ବିକାଶ ପଥରେ ଢେର ଆଗଉଛି। ଯୋଗାଯୋଗ କ୍ଷେତ୍ରରେ ବହୁ ଆଗକୁ ବଢ଼ି ୪ଜିରୁ ୫ଜି ହେଲାଣି। ଚନ୍ଦ୍ରପୃଷ୍ଠକୁ ମଣିଷ ଗଲାଣି। କିନ୍ତୁ ଆଜିବି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ମୋବାଇଲ୍‌ ନେଟୱର୍କ ସମସ୍ୟା ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ସରକାରଙ୍କ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେଉଥିବା ବେଳେ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଆଜିବି ମୋବାଇଲ ନେଟୱର୍କ ଅପହଞ୍ଚ ହୋଇ ରହିଥିବା ଦେଖୁବାକୁ ମିଳୁଛି। ବୁଲି ବୁଲି ନେଟୱର୍କ ଖୋଜିବାକୁ ପଡୁଛି। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ।

22 February 2024 08:15 PM (IST)

Crime News: ୩ ଭାଙ୍ଗ ବେପାରୀଙ୍କୁ ଧରିଲା ଅବକାରୀ ବିଭାଗ...

Crime News: ୩ ଭାଙ୍ଗ ବେପାରୀଙ୍କୁ ଧରିଲା ଅବକାରୀ ବିଭାଗ

ଭୁବନେଶ୍ୱର: ରାଜଧାନୀରୁ ଗିରଫ ହେଲେ ୩ ଜଣ ଭାଙ୍ଗ ବେପାରୀ । ଆଗକୁ ହୋଲି ଆସୁଥିବାରୁ ହୋଲିରେ ଭାଙ୍ଗ ବିକ୍ରୀ କରିବା ପାଇଁ ବିହାରରୁ ଭୁବନେଶ୍ୱରକୁ ଭାଙ୍ଗ ଚାଲାଣ ହେଉଥିଲା । ଭାଙ୍ଗ ଚୋରାଚାଲାଣ ସମ୍ପର୍କରେ ଖବର ପାଇ ଅବକାରୀ ବିଭାଗ ରେଡ୍ କରିଥିଲା । ଅଧିକ ପଢ଼ନ୍ତୁ...

22 February 2024 08:00 PM (IST)

Odisha News Live: ୨୦୩୦ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥବ୍ୟବସ୍ଥିତ ରାଷ୍ଟ୍ର...

Odisha News Live: ୨୦୩୦ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥବ୍ୟବସ୍ଥିତ ରାଷ୍ଟ୍ର ହେବ
ଭାରତର ଅର୍ଥବ୍ୟବସ୍ଥା ଦୃତ ବେଗରେ ବୃଦ୍ଧି ପାଉଛି। ବିଶ୍ୱ ବ୍ୟାଙ୍କ, ସଂଯୁକ୍ତ ରାଷ୍ଟ୍ର, ଅନ୍ତର୍ଜାତୀୟ ମନେଟାରି ଫଣ୍ଡ ଭଳି ଏଜେନ୍ସିଙ୍କ କହିବା ଅନୁଯାୟୀ ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର ସବୁଠାରୁ ଦୃତ ବିକଶିତ ରାଷ୍ଟ୍ର ଭାବେ ଉଭା ହୋଇଛି। ଭାରତ ବର୍ତ୍ତମାନ ୭ ପ୍ରତିଶତରୁ ଅଧିକ ଗ୍ରୋଥ ରେଟ ରହିଛି। ସେହିପରି ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜିଡ଼ିପି ଆଗାମୀ ଚାରି ବର୍ଷ ମଧ୍ୟରେ ୫ ଟ୍ରିଲିୟନର ହୋଇଯିବ। ଏହାର ଅର୍ଥ ଜାପାନ, ଜର୍ମାନୀଙ୍କୁ ପଛରେ ପକାଇ ଭାରତ ତୃତୀୟ ଶକ୍ତିଶାଳୀ ଅର୍ଥ ବ୍ୟବସ୍ଥାର ସ୍ଥାନ ହେବ। 

 

22 February 2024 07:45 PM (IST)

Odisha News Live: ରିୟାଙ୍କ ବିରୋଧରେ ଜାରି ହୋଇଥିବା ଲୁକଆଉଟ ସର୍କୁଲାର ରଦ୍ଦ କଲେ...

Odisha News Live: ରିୟାଙ୍କ ବିରୋଧରେ ଜାରି ହୋଇଥିବା ଲୁକଆଉଟ ସର୍କୁଲାର ରଦ୍ଦ କଲେ ବମ୍ବେ ହାଇକୋର୍ଟ
ଏବେ ପୁଣି ଥରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କୁ କୋର୍ଟର ଚକ୍କର କାଟିବାକୁ ପଡ଼ୁଥିଲା। ଅଭିନେତାଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବେ‌ଳେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ରିୟାଙ୍କୁ ଦାୟୀ କରିଥିବାରୁ ଅଭିନେତ୍ରୀଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା। କିନ୍ତୁ ଆଜି ଅଭିନେତ୍ରୀଙ୍କୁ ବମ୍ବେ ହାଇକୋର୍ଟ ଆଶ୍ବସ୍ତ କରିଛନ୍ତି। ତାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍ ଆଉଟ୍ ସର୍କୁଲାରକୁ ରଦ୍ଦ କରିଛନ୍ତି ବମ୍ବେ ହାଇକୋର୍ଟ।

 

22 February 2024 07:30 PM (IST)

ବିନା ବିବାହରେ ନେଇ ପାରିବେ କି Maternity leave? ଜାଣନ୍ତୁ କଣ ରହିଛି ନିୟମ...

ବିନା ବିବାହରେ ନେଇ ପାରିବେ କି Maternity leave? ଜାଣନ୍ତୁ କ'ଣ ରହିଛି ନିୟମ

Maternity Leave Rule: କାର୍ଯ୍ୟରତ ମହିଳାମାନେ ଗର୍ଭଧାରଣ ସମୟରେ ମାତୃତ୍ୱ ନେଇଥାନ୍ତି । ମହିଳାଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ଅଧିକାର ଭାବେ ପ୍ରଦାନ କରାଯାଇଥାଏ । କିନ୍ତୁ ଅବିବାହିତ ମହିଳାମାନେ ଯଦି ଗର୍ଭଧାରଣ କରନ୍ତି ତେବେ ସେମାନେ ମାତୃତ୍ୱ ଛୁଟି ନେଇପାରିବେ କି? ଅଧିକ ପଢ଼ନ୍ତୁ...

22 February 2024 07:15 PM (IST)

Odisha News Live: ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ପାଇଁ ସମୀକ୍ଷା ବୈଠକ...

Odisha News Live: ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ପାଇଁ ସମୀକ୍ଷା ବୈଠକ
ଫେବୃୟାରୀ ୨୮ରୁ ଆଗାମୀ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତ ଓ ମୟୂରଭଞ୍ଜ। କେନ୍ଦୁଝର, ବ୍ରହ୍ମପୁର, ଭୁବନେଶ୍ବର, କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ସଂପୃକ୍ତ ବିଭିନ୍ନ ବିଭାଗର ଶାସନ ସଚିବ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀଙ୍କ ସମେତ ରାଜ୍ୟ ପୁଲିସର ବରିଷ୍ଠ ପଦାଧିକାରୀ, ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

22 February 2024 07:00 PM (IST)

Odisha News Live: ସ୍ବୟମ୍  ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ବୁଝାମଣା ପତ୍ର...

Odisha News Live: ସ୍ବୟମ୍  ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ବୁଝାମଣା ପତ୍ର ସ୍ବାକ୍ଷରିତ 
ରାଜ୍ୟର ଯୁବଗୋଷ୍ଠୀଙ୍କୁ ସ୍ବତନ୍ତ୍ର ଯୁବ ଉଦ୍ୟମୀରେ ପରିଣତ କରିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା '' ସ୍ବୟମ୍ '' ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାର ଓ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍କୁଲ୍ ଏଣ୍ଟରପ୍ରାଇଜେସ୍ ( CGTMSE ) କର୍ତ୍ତୃପକ୍ଷଙ୍କ ସହ ଏକ ବୁଝାମଣା ପତ୍ର ଆଜି ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ସ୍ବାକ୍ଷର ହୋଇଛି ।

22 February 2024 06:45 PM (IST)

Odisha News Live: ୨୬ରେ ରାମଲୀଳା ମୈଦାନରେ କୃଷକଙ୍କ ମହାପଞ୍ଚାୟତ...

Odisha News Live: ୨୬ରେ ରାମଲୀଳା ମୈଦାନରେ କୃଷକଙ୍କ ମହାପଞ୍ଚାୟତ
ପଞ୍ଜାବର କୃଷକମାନଙ୍କ ଦ୍ୱାରା ଚାଲିଥିବା ଦିଲ୍ଲୀ ପଦଯାତ୍ରା ଏବଂ ପ୍ରତିବାଦ ମଧ୍ୟରେ ସଂଯୁକ୍ତ କୃଷକ ମୋର୍ଚ୍ଚା ମଧ୍ୟ ଗୁରୁବାର ଦିନ ଏକ ବୈଠକ କରିଛି । ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ନେତା ରାଜେୱାଲ କହିଛନ୍ତି, ପଞ୍ଜାବ-ହରିୟାଣା ସୀମାରେ ଜଣେ ଯୁବକଙ୍କ ସହିଦକୁ ଆମେ ନିନ୍ଦା କରୁଛୁ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିମୂର୍ତ୍ତି ସାରା ଦେଶରେ ପୋଡ଼ାଯିବ। ସଂଯୁକ୍ତ କୃଷକ ମୋର୍ଚ୍ଚା ମଧ୍ୟ ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛି।

22 February 2024 06:30 PM (IST)

Odisha News Live: ଶସ୍ତା ହେଲା ଗହମ, କାରଣ କହିଲା ଏଫସିଆଇ...

Odisha News Live: ଶସ୍ତା ହେଲା ଗହମ, କାରଣ କହିଲା ଏଫସିଆଇ
ଗହମ, ଚାଉଳର ବର୍ଦ୍ଧିତ ଦର ଓ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବାକୁ ବିଗତ କିଛି ଦିନ ଧରି ଖୁଚୁରା ବଜାରରେ ବିକ୍ରି ଆରମ୍ଭ କରିଥିଲା ଭାରତୀୟ ଖାଦ୍ୟ ଉଦ୍ୟୋଗ। ଏଫସିଆଇ ପକ୍ଷରୁ ଗହମ ବିକ୍ରି ପରେ ଗହମର ମୂଲ୍ୟରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଥିଲା। ଫେବୃଆରୀ ଶେଷ ସୁଦ୍ଧା ଖୁଚୁରା ବଜାରରେ ଏଫସିଆଇ ଷ୍ଟକରୁ ଗହମ ବିକ୍ରି ବନ୍ଦ କରିବାକୁ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ପରବର୍ତ୍ତୀ ଋତୁ ଅର୍ଥାତ୍ ୨୦୨୪-୨୫ ବର୍ଷ ପାଇଁ ଶସ୍ୟ କିଣିବା ଉପରେ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟ ଖାଦ୍ୟ ସଚିବମାନଙ୍କର ଏକ ବୈଠକ ଡକାଯାଇଛି।

 

22 February 2024 06:15 PM (IST)

Crime News: ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ, ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ୨ ଲକ୍ଷ...

Crime News: ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ, ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ୨ ଲକ୍ଷ

Crime News: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରାମାଡ କରି ୨ ଲକ୍ଷ ଟଙ୍କା ଲୁଟିନେଲେ ୪ ଦୁର୍ବୃତ୍ତ । ଏପରି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ରାଜଗାଙ୍ଗପୁର ଲୋମଲୋଇ ଛକ ନିକଟରେ । ଛୁରାମାଡର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ରାଉରକେଲା ଆଇଜିଏଚ୍ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

22 February 2024 06:00 PM (IST)

Odisha News Live: କାଲିଠୁ ଚାଲିବ ନାଟମଣ୍ଡପ ମରାମତି କାମ...

Odisha News Live: କାଲିଠୁ ଚାଲିବ ନାଟମଣ୍ଡପ ମରାମତି କାମ
ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ ଆସନ୍ତାକାଲି (ଶୁକ୍ରବାର)ଠାରୁ ଆରମ୍ଭ ହେବ। ଏହି ମରାମତି କାମ ନେଇ ଏଏସ୍‌ଆଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। କିନ୍ତୁ ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଛି। ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ ନହେଲେ ନାଟମଣ୍ଡପ ମରାମତି କାର୍ଯ୍ୟ ପ୍ରଭାବିତ ହେବ।

22 February 2024 05:45 PM (IST)

Odisha News Live: ପ୍ରକାଶ ପାଇଲା IPL 2024 କାର୍ଯ୍ୟସୂଚୀ...

Odisha News Live: ପ୍ରକାଶ ପାଇଲା IPL 2024 କାର୍ଯ୍ୟସୂଚୀ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2024) ର ୧୭ ତମ ସଂସ୍କରଣର କାର୍ଯ୍ୟସୂଚୀକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ବର୍ତ୍ତମାନ କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି ଏବଂ ମାର୍ଚ୍ଚ ୨୨ ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଆଇପିଏଲ୍ ୨୦୨୪ ମ୍ୟାଚ୍ ର ପ୍ରଥମ ୧୭ଦିନର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଚଳିତ ବର୍ଷ ଭାରତରେ ହେବାକୁ ଥିବା ଲୋକସଭା ନିର୍ବାଚନ ହେତୁ କାର୍ଯ୍ୟସୂଚୀ ଘୋଷଣା ବିଳମ୍ବ ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରେ ହିଁ ଅବଶିଷ୍ଟ ମ୍ୟାଚଗୁଡିକର କାର୍ଯ୍ୟସୂଚୀ ସ୍ଥିର ହେବ। ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୁମାଲ ପୂର୍ବରୁ କହିଥଲେ ଯେ ନିର୍ବାଚନର ଅନ୍ତିମ ତାରିଖ ପରେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଆସିବ ଏବଂ କାର୍ଯ୍ୟସୂଚୀ ପ୍ରଥମ ଦୁଇଟି ଭାଗରେ ପ୍ରକାଶ ପାଇବ। ପଢନ୍ତୁ ପୂରା ରିପୋର୍ଟ...

22 February 2024 05:30 PM (IST)

Odisha News Live: ପ୍ରମାଣ ଅଭାବରୁ ଦୋଷମୁକ୍ତ ହେଲେ ପୋଲିସ ଅଧିକାରୀ...

Odisha News Live: ପ୍ରମାଣ ଅଭାବରୁ ଦୋଷମୁକ୍ତ ହେଲେ ପୋଲିସ ଅଧିକାରୀ
ପୋଲିସ ପାଟ୍ରୋଲିଂ ଗାଡି ଧକ୍କାରେ ଆମେରିକା ସିଆଟଲରେ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲାଙ୍କ ମୃତ୍ଯୁ ଘଟଣା। ଉପଯୁକ୍ତ ପ୍ରମାଣ ଅଭାବରୁ ଦୁର୍ଘଟଣା ଘଟାଇଥିବା ପୋଲିସ ଅଫିସର କେଭିନ ଡାଭେଙ୍କ ବିରୋଧରେ ଦାୟର ହେବ ନାହିଁ ଅପରାଧିକ ମାମଲା। ଆମେରିକାରେ ଭାରତୀୟ କିମ୍ବା ଭାରତୀୟ ବଂଶୋଦ୍ଭବଙ୍କ ଉପରେ ଆକ୍ରମଣ କରାଯାଉଥିବାବେଳେ ଜଣେ ଦୋଷୀ ପୋଲିସ ଅଫିସରଙ୍କୁ ଦୋଷମୁକ୍ତ କରାଯାଇଛି।

 

22 February 2024 05:15 PM (IST)

ଟମାଟୋ ମାଡ ପରେ ପାଣ୍ଡିଆନଙ୍କ ପ୍ରତିକ୍ରିୟା...

ଟମାଟୋ ମାଡ ପରେ ପାଣ୍ଡିଆନଙ୍କ ପ୍ରତିକ୍ରିୟା

ଆଜି ମଧ୍ୟାହ୍ମ ୧୨ଟା ସମୟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୫ଟି ଅଧ୍ୟକ୍ଷ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବେଲକୁଣ୍ଠାରେ ପହଞ୍ଚିଥିଲେ । ହେଲିପ୍ୟାଡରୁ ସଭାସ୍ଥଳକୁ ଯିବା ସମୟରେ ଭିଡ ମଧ୍ୟରୁ ଜଣେ ଯୁବକ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିଥିଲେ । ଏହି ଘଟଣାରେ ପ୍ରତିକ୍ରିୟା ଦେଇ ୫ଟି ଅଧ୍ୟକ୍ଷ କହିଛନ୍ତି ଯେ, ମୁଁ ଆପଣଙ୍କ ସହ ହାତ ମିଳାଇବାକୁ ଆସିଛି । ଆପଣଙ୍କ ମଧ୍ୟରେ ୨କି ୩ଜଣ ଲୋକ ଅଛନ୍ତି ଯିଏ ମୋ ଉପରକୁ ଟମାଟୋ, ଅଣ୍ଡା ଏପରି କି ଗୁଳିମାଡ ମଧ୍ୟ କରିପାରନ୍ତି । କିନ୍ତୁ ସେଥିରେ ମୋର କୌଣସି ଅସୁବିଧା ନାହିଁ ।

22 February 2024 05:00 PM (IST)

Odisha News Live: କଟକର ବାରବାଟୀରେ ହେବ ଆଇପିଏଲ ମ୍ୟାଚ୍ !...

Odisha News Live: କଟକର ବାରବାଟୀରେ ହେବ ଆଇପିଏଲ ମ୍ୟାଚ୍ !
ନୂଆ ଷ୍ଟାଡିୟମ ନିର୍ମାଣକୁ ନେଇ କଟକର ବାରବାଟୀ ଷ୍ଟାଡିୟମ ଗତକାଲି (ବୁଧବାର) ଚର୍ଚ୍ଚାରେ ଥିବାବେଳେ ଆଜି ପୁଣି ଥରେ ଚର୍ଚ୍ଚାକୁ ଚାଲିଆସିଛି । ବାରବାଟୀରେ ଏବର୍ଷ ଆଇପିଏଲ ମ୍ୟାଚ ହେବାର ସମ୍ଭାବନା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ କେତୋଟି ମ୍ୟାଚ ଖେଳିପାରେ ବୋଲି ଗଣମାଧ୍ୟମ ସୁତ୍ରରୁ ସୂଚନା ମିଳିଛି ।

22 February 2024 04:45 PM (IST)

କଂଗ୍ରେସ ସାଂସଦ ରାହୁଲଙ୍କୁ ଜବାବ ଦେଲେ ଗାୟିକା ସୋନା ମହାପାତ୍ର...

କଂଗ୍ରେସ ସାଂସଦ ରାହୁଲଙ୍କୁ ଜବାବ ଦେଲେ ଗାୟିକା ସୋନା ମହାପାତ୍ର

Singer Sona Mohapatra reacts to Rahul Gandhi: ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନଙ୍କ ପରିବାର ତଥା ବଚ୍ଚନ ପରିବାର ବୋହୂ ଐଶ୍ୱର୍ଯ୍ୟା ରାୟଙ୍କୁ ଇଙ୍ଗିତ କରିବା ସହ ପିଏମ ମୋଦୀଙ୍କୁ ଟାର୍ଗେଟ୍ କରି ବୟାନ ଦେବା ବର୍ତ୍ତମାନ ମହଙ୍ଗା ପଡିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ । ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର ଏନେଇ ପ୍ରତିକ୍ରିୟା ଦେବା ସହ ରାହୁଲଙ୍କୁ କଡା ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

22 February 2024 04:30 PM (IST)

Odisha News Live: ଆଇପିଏଲ-୨୦୨୪ରୁ ବାଦ ପଡ଼ିଲେ ଫାଷ୍ଟ ବୋଲର ମହମ୍ମଦ ସାମି...

Odisha News Live: ଆଇପିଏଲ-୨୦୨୪ରୁ ବାଦ ପଡ଼ିଲେ ଫାଷ୍ଟ ବୋଲର ମହମ୍ମଦ ସାମି
ଆଇପିଏଲ-୨୦୨୪ରୁ ବାଦ ପଡ଼ିଲେ ଭାରତର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସାମି। ଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ଏହି ବଡ ଖବର ସାମ୍ନାକୁ ଆସିଛି। ପୂର୍ବ ମ୍ୟାଚରେ ତାଙ୍କ ବାମ ଗୋଡରେ ଆଘାତ ଲାଗିଥିଲା। ଏଥିପାଇଁ ସାମି ବ୍ରିଟେନରେ ନିଜର ଅସ୍ତ୍ରୋପଚାର କରାଇବେ। ଏହି କାରଣରୁ ତାଙ୍କୁ ଆଇପିଏଲରୁ ବାଦ୍ ଦିଆଯାଇଥିବା ଜଣାପଡ଼ିଛି।

 

22 February 2024 04:15 PM (IST)

Odisha News Live: ୨୦୨୭ ସୁଦ୍ଧା ଭାରତ ହେବ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି...

Odisha News Live: ୨୦୨୭ ସୁଦ୍ଧା ଭାରତ ହେବ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି
ଭାରତୀୟ ଅର୍ଥନୀତିର ନାମରେ ଆଉ ଏକ ବଡ଼ ସଫଳତା ଯୋଡ଼ି ହେବାକୁ ଯାଉଛି। ୨୦୨୭ ସୁଦ୍ଧା ଜାପାନ ଓ ଜର୍ମାନୀକୁ ପଛରେ ପକାଇ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେବ। ଗ୍ଲୋବାଲ ବ୍ରୋକରେଜ୍ ଫାର୍ମ ଜେଫରିଜ୍ ଏକ ରିପୋର୍ଟରେ ଏହା କହିଛି। ବ୍ରୋକରେଜ୍ କମ୍ପାନୀ ଏହା ମଧ୍ୟ କହିଛି ଯେ ଭାରତୀୟ ଷ୍ଟକ ବଜାର ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୦ ବର୍ଷ ଧରି ଷ୍ଟକ ବଜାର ବାର୍ଷିକ ହାରାହାରି ୧୦-୧୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଏହା ଏବେ ପଞ୍ଚମ ବୃହତ୍ତମ ଇକ୍ୱିଟି ବଜାର।

22 February 2024 04:00 PM (IST)

ଦିନିକିଆ ଓଡ଼ିଶା ଗସ୍ତରେ ରାଜନାଥ ସିହଂ, ଅପରାହ୍ନର ୧୦ ବଡ଼ ଖବର। ଲିଙ୍କରେ କ୍ଲିକ କରି ପଢି...

ଦିନିକିଆ ଓଡ଼ିଶା ଗସ୍ତରେ ରାଜନାଥ ସିହଂ, ଅପରାହ୍ନର ୧୦ ବଡ଼ ଖବର। ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ପୂରା ରିପୋର୍ଟ୍

 

22 February 2024 03:45 PM (IST)

Odisha News Live: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡିର ସପ୍ତମ ନୋଟିସ୍...

Odisha News Live: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡିର ସପ୍ତମ ନୋଟିସ୍
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏହା ସପ୍ତମଥର ପାଇଁ ନୋଟିସ ଜାରି କରାଯାଇଛି । ପୂର୍ବରୁ ୬ଥର ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସଂସଦ ସଞ୍ଜୟ ସିଂ ଏବେ ଏହି ମାମଲାରେ ଫସିଥିବାବେଳେ ଇଡି ହେପାଜତରେ ରହିଛନ୍ତି। 

22 February 2024 03:30 PM (IST)

Odisha News Live: ୪ ରାଜ୍ୟରେ କଂଗ୍ରେସ ସହ ନିର୍ବାଚନ ଲଢିବ ଆପ...

Odisha News Live: ୪ ରାଜ୍ୟରେ କଂଗ୍ରେସ ସହ ନିର୍ବାଚନ ଲଢିବ ଆପ
ଦୃଢ଼ ହେବାକୁ ଯାଉଛି ଇଣ୍ଡିଆ ମେଣ୍ଟ। ସମାଜବାଦୀ ପାର୍ଟି ପରେ କଂଗ୍ରେସର ସାଥ୍ ଦେବ ଆପ୍। ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସହ ମେଣ୍ଟରେ ନିର୍ବାଚନା ଲଢ଼ୁଥିବା କଂଗ୍ରେସ ଏବେ ଆଉ ୪ ରାଜ୍ୟରେ ଆପ୍ ସହ ମିଶି ନିର୍ବାଚନ ଲଢ଼ିବାକୁ ଯାଉଛି। ଗୁଜୁରାଟ, ଗୋଆ, ହରିୟାଣା ଏବଂ ଚଣ୍ଡିଗଡ଼ରେ ମେଣ୍ଟରେ ଲଢ଼ିବା ନେଇ ସୂଚନା ମିଳିଛି। ଏହାସହ ପଞ୍ଜାବରେ ଉଭୟ ଦଳ ନିଜର ସହମତି ଅନ୍ୟ ନିର୍ବାଚନ ମଧ୍ୟ ଲଢ଼ିପାରିବେ। ନିକଟରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଆପ ଏବଂ କଂଗ୍ରେସ ମିଳିତଭାବେ ନିର୍ବାଚନ ଲଢ଼ିଥିଲେ। ଯଦିଓ ଗଡ଼ବଡ଼ କାରଣରୁ ବିଜେପି କର୍ମୀ ବିଜୟୀ ହୋଇଥିଲେ ମାତ୍ର ପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆପର କଂଗ୍ରେସ ସମର୍ଥିତ ପ୍ରାଥୀ କୁଲଦୀପ କୁମାରଙ୍କୁ ବିଜୟୀ ଘୋଷଣା କରାଯାଇଛି। ତେବେ ଏହା ଇଣ୍ଡିଆ ମେଣ୍ଟର ପ୍ରଥମ ବିଜୟ ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ।

 

22 February 2024 03:15 PM (IST)

Odisha News Live: ରାଞ୍ଚି ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଘୋଷଣା ହେଲା Playing 11...

Odisha News Live: ରାଞ୍ଚି ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଘୋଷଣା ହେଲା Playing 11
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ୨୩ ଫେବ୍ରୁଆରୀରୁ ଖେଳାଯିବ। ଏହି ମ୍ୟାଚ୍ ୨୩ ଫେବ୍ରୁଆରୀରୁ ୨୭ ଫେବୃଆରୀ ପର୍ଯ୍ୟନ୍ତ ରାଞ୍ଚି ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚ୍ ଅନେକ ଉପାୟରେ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମ୍ୟାଚ୍ ଜିତିବା ପରେ ଭାରତୀୟ ଦଳ ଏହି ସିରିଜକୁ କାବୁ କରିବ। ଅନ୍ୟପକ୍ଷରେ, ଇଂଲଣ୍ଡ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସିରିଜ୍ ବଞ୍ଚାଇବା ପାଇଁ ବେନ୍ ଷ୍ଟୋକ୍ସଙ୍କ ଦଳ ପାଇଁ ଏହା ହେଉଛି ଶେଷ ସୁଯୋଗ। ଏଭଳି ପରିସ୍ଥିତିରେ ଉଭୟ ଦଳ ରାଞ୍ଚି ଟେଷ୍ଟ ମ୍ୟାଚ ଜିତିବାକୁ ଯଥାସମ୍ଭବ ଚେଷ୍ଟା କରିବେ। ଏହି ସିରିଜରେ ଇଂଲଣ୍ଡ ରାଞ୍ଚି ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ନିଜର ପ୍ଲେଇଂ ଇଲେଭେନ ଜାରି କରିଛି।

22 February 2024 03:00 PM (IST)

Odisha News Live: ବ୍ରହ୍ମପୁର ସମାବେଶରେ ପ୍ରଦୀପଙ୍କ ହୁଙ୍କାର...

Odisha News Live: ବ୍ରହ୍ମପୁର ସମାବେଶରେ ପ୍ରଦୀପଙ୍କ ହୁଙ୍କାର
ସରକାରଙ୍କ ଉପରେ ବର୍ଷିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗଞ୍ଜାମର ଲୋକ ଭାଷାରେ ‘ଲେଖା ଛିଡ଼େଇ ଦେବା’ ବୋଲି କହି କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି। ରାଜନାଥ ସିଂଙ୍କ ବ୍ରହ୍ମପୁର ଗସ୍ତ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତକାଲି ବିଜେପିରେ ମିଶିବା ପରେ ଆଜି ଦଳ ବଳ ସହ ଆମ୍ବପୁଆ ସଭା ସ୍ଥଳକୁ ଯାଇଥିଲେ। ଆମ୍ବପୁଆ କାଳୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ସେ ବାହାରିଥିଲେ। ବାଜା ବଜାଇ ବହୁ କର୍ମୀ ପ୍ରଦୀପଙ୍କ ସଭା ସ୍ଥଳକୁ ଯାଇଥିଲେ।

22 February 2024 02:45 PM (IST)

Odisha News Live: ଏହି ୪ ରାଜ୍ୟରେ ଆପ୍-କଂଗ୍ରେସ ମେଣ୍ଟରେ ଲଢ଼ିବେ ନିର୍ବାଚନ...

Odisha News Live: ଏହି ୪ ରାଜ୍ୟରେ ଆପ୍-କଂଗ୍ରେସ ମେଣ୍ଟରେ ଲଢ଼ିବେ ନିର୍ବାଚନ
ଦୃଢ଼ ହେବାକୁ ଯାଉଛି ଇଣ୍ଡିଆ ମେଣ୍ଟ । ସମାଜବାଦୀ ପାର୍ଟି ପରେ କଂଗ୍ରେସର ସାଥ୍ ଦେବ ଆପ୍ । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସହ ମେଣ୍ଟରେ ନିର୍ବାଚନା ଲଢ଼ୁଥିବା କଂଗ୍ରେସ ଏବେ ଆଉ ୪ ରାଜ୍ୟରେ ଆପ୍ ସହ ମିଶି ନିର୍ବାଚନ ଲଢ଼ିବାକୁ ଯାଉଛି । ଗୁଜୁରାଟ, ଗୋଆ, ହରିୟାଣା ଏବଂ ଚଣ୍ଡିଗଡ଼ରେ ମେଣ୍ଟରେ ଲଢ଼ିବା ନେଇ ସୂଚନା ମିଳିଛି । ଏହାସହ ପଞ୍ଜାବରେ ଉଭୟ ଦଳ ନିଜର ସହମତି ଅନ୍ୟ ନିର୍ବାଚନ ମଧ୍ୟ ଲଢ଼ିପାରିବେ । ନିକଟରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଆପ ଏବଂ କଂଗ୍ରେସ ମିଳିତଭାବେ ନିର୍ବାଚନ ଲଢ଼ିଥିଲେ । ଯଦିଓ ଗଡ଼ବଡ଼ କାରଣରୁ ବିଜେପି କର୍ମୀ ବିଜୟୀ ହୋଇଥିଲେ ମାତ୍ର ପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆପର କଂଗ୍ରେସ ସମର୍ଥିତ ପ୍ରାଥୀ କୁଲଦୀପ କୁମାରଙ୍କୁ ବିଜୟୀ ଘୋଷଣା କରାଯାଇଛି। ତେବେ ଏହା ଇଣ୍ଡିଆ ମେଣ୍ଟର ପ୍ରଥମ ବିଜୟ ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ।

22 February 2024 02:30 PM (IST)

Odisha News Live: ଦଶପଲ୍ଲାରେ ବିଜେଡିର ବିକାଶ କର୍ମୀ ସମ୍ମିଳନୀ...

Odisha News Live: ଦଶପଲ୍ଲାରେ ବିଜେଡିର ବିକାଶ କର୍ମୀ ସମ୍ମିଳନୀ
ଦଶପଲ୍ଲାରେ ବିଜେଡିର ବିକାଶ କର୍ମୀ ସମ୍ମିଳନୀ  ଅନୁଷ୍ଠିତ ହୋଇଛି । ହଜାର ହଜାର କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଅଚ୍ଯୁତ ସାମନ୍ତ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଉପାଧକ୍ଷ ଅନୁପମା ବେହେରା ଯୋଗଦେଇଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୩ ଟି ବ୍ଲକର ଅଧ୍ୟକ୍ଷା, ସମସ୍ତ ଜୋନର ଜିଲ୍ଲା ପରିଷଦ ସଦସ୍ୟ ,ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲର ଏଥିରେ ସାମିଲ୍ ହୋଇଥିଲେ। ପ୍ରାୟ ୧୫ ହଜାରରୁ ଅଧିକ ବିଜେଡ଼ି କର୍ମୀ  ସାମିଲ ଆଗାମୀ ଦିନରେ ବିଜେଡିକୁ ଆହୁରି ସଶକ୍ତ କରିବାକୁ ସଂକଳ୍ପ ନେଇଥିଲେ । ପ୍ରତି ଗ୍ରାମାଞ୍ଚଳରେ, ବ୍ୟାଙ୍କ, ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ ଭଳି ବହୁ ବିକାଶମୂଳକ ପ୍ରକଳ୍ପ ରାଜ୍ଯ ସରକାର ହାତକୁ ନେଇଛନ୍ତି । ଏଥିପାଇଁ ଦଶପଲ୍ଲା ବିଧାୟକ, କନ୍ଧମାଳ ସାଂସଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ଜନସାଧାରଣ।

22 February 2024 02:15 PM (IST)

Odisha News Live: ମହିଳାଙ୍କୁ ବିଭତ୍ସ ହତ୍ୟା...

Odisha News Live: ମହିଳାଙ୍କୁ ବିଭତ୍ସ ହତ୍ୟା
ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ସାତମାଇଲ ଛକ ନିକଟ ଏକ ପଡିଆରେ ଥିବା ଗଛ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଶାଢ଼ୀରୁ ସେ ଜଣେ ମିଶନ ଶକ୍ତିର କର୍ମଚାରୀ ବୋଲି ଜଣାପଡିଛି। ଆଜି ସକାଳେ ଗଛ ନିକଟରେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମୃତ ମହିଳା ଜଣଙ୍କ ତଳକୁ ମୁହଁ କରି ଗଛ ନିକଟରେ ପଡ଼ିଥିଲେ।  ଘଟଣା ବିଷୟରେ ସ୍ଥାନୀୟ ଲୋକେ ପୁଇଁତଳା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।

22 February 2024 02:00 PM (IST)

Odisha News Live: ‘ଓଡ଼ିଶା ସହ ସଉତୁଣୀ ଭଳି ବ୍ୟବହାର କରିଛି ୟୁପିଏ’...

Odisha News Live: ‘ଓଡ଼ିଶା ସହ ସଉତୁଣୀ ଭଳି ବ୍ୟବହାର କରିଛି ୟୁପିଏ’
ବ୍ରହ୍ମପୁରରେ କଂଗ୍ରେସ ଉପରେ ବର୍ଷିଲେ ରାଜନାଥ ସିଂହ। ‘ଓଡ଼ିଶା ସହ ସର୍ବଦା ସଉତୁଣୀ ଭଳି ବ୍ୟବହାର କରିଛି ୟୁପିଏ । ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ । ଓଡ଼ିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି । କଂଗ୍ରେସ ସମୟରେ ବଡ଼ ବଡ଼ ପ୍ରକଳ୍ପର କେବଳ ଶିଳାନ୍ୟାସ ହେଉଥିଲା, ହେଲେ କେବେ ଉଦ୍‌ଘାଟନ ହେଉନଥିଲା ।’ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବ୍ରହ୍ମପୁରର ଆମ୍ବପୁଆସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ  କଂଗ୍ରେସ ଉପରେ ବର୍ଷିଛନ୍ତି। 

 

22 February 2024 01:50 PM (IST)

Odisha News live: 5Tଟି ଅଧ୍ୟକ୍ଷ ଭି .କେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼...

Odisha News live: 5Tଟି ଅଧ୍ୟକ୍ଷ ଭି .କେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ 5Tଟି ଅଧ୍ୟକ୍ଷ ଭି .କେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି। ଟମାଟୋ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ଜଣେ କର୍ମୀ ବୋଲି କୁହାଯାଉଛି। ସଂପୃକ୍ତ ଯୁବଙ୍କ ଘର ବେଲଗୁଣ୍ଠା ବ୍ଲକରେ ବୋଲି ଜଣାଯାଇଛି। 

 

22 February 2024 01:45 PM (IST)

Odisha News Live: ଦେଶର ୩୦ଟି ସ୍ଥାନରେ ସିବିଆଇର ରେଡ୍...

Odisha News Live: ଦେଶର ୩୦ଟି ସ୍ଥାନରେ ସିବିଆଇର ରେଡ୍
ଜାମ୍ମୁ ଓ କାଶ୍ମୀରରେ ଜଳବିଦ୍ଯୁତ ପ୍ରକଳ୍ପରେ ଦୁର୍ନୀତି ମାମଲା। ଦେଶର ୩୦ଟି ସ୍ଥାନରେ ସିବିଆଇର ରେଡ। ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଗଭର୍ଣ୍ଣର ସତ୍ଯପାଲ ମଲିକଙ୍କ ଘର ସମେତ ଅନ୍ଯାନ୍ଯ ସ୍ଥାନରେ ଏହି ଚଢାଉ ହୋଇଛି। ଗତବର୍ଷ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ଏକ ଟିପପଣୀ ଦେଇ ବିବାଦକୁ ଆସିଥିଲେ ସତ୍ଯପାଲ। ସେ କହିଥିଲେ- ୨୦୧୯ ଫେବ୍ରୁଆରୀରେ ଜାମ୍ମୁ ଓ କାଶ୍ମୀରରେ ମୁତୟନ ସିଆରପିଏଫ ଯବାନମାନଙ୍କୁ ସ୍ଥାନାନ୍ତର ସକାଶେ ବିମାନ ବ୍ଯବସ୍ଥା କରିବା ଲାଗି ଅନୁରୋଧ କରାଯାଇଥିଲା। ମାତ୍ର କେନ୍ଦ୍ର ସରକାର ଏହି ଅନୁରୋଧ ରକ୍ଷା କରି ନଥିଲେ। ଫଳରେ ପୁଲୱାମ ଆତଙ୍କୀ ହମଲା ଘଟିଥିଲା। ଜାମ୍ମୁ ଓ କାଶ୍ମୀରରେ ଦୁଇଟି ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣରେ ଦୁର୍ନୀତି ଅଭିଯୋଗ କ୍ରମେ ଗତ ଏପ୍ରିଲ ୨୦୨୨ରେ ସିବିଆଇ ସତ୍ଯପାଲଙ୍କୁ ସିବିଆଇ ଜେରା କରିଥିଲା।

 

22 February 2024 01:30 PM (IST)

Odisha News Live: ସଫଳତା ପାଇଛି ଇନ୍‍ସାଟ୍‍ ଥ୍ରୀ- ଡି ଏସ୍‍...

Odisha News Live: ସଫଳତା ପାଇଛି ଇନ୍‍ସାଟ୍‍ ଥ୍ରୀ- ଡି ଏସ୍‍
ସଫଳତା ପାଇଛି ଇନ୍‍ସାଟ୍‍ ଥ୍ରୀ- ଡି ଏସ୍‍। ସମସ୍ତ ୪ଟିଯାକ ଲିକ୍ୱିଡ୍‍ ଆପୋଜୀ ମୋଟର (  ଏଲଏଏମ୍‍ ) ର ଫାୟାରିଂ ସମ୍ପନ୍ନ ହୋଇଥିବା କହିଛନ୍ତି। ଏହି ମହାକାଶଯାନ ଏବେ ଠିକଣା କକ୍ଷପଥରେ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଫେବୃୟାରୀ ୨୮ ତାରିଖରେ ଇନ୍‍ ଅର୍ବିଟ୍‍ ଟେଷ୍ଟିଂ ( ଆଇଓଟି) ପରୀକ୍ଷଣ ହେବ।

22 February 2024 01:20 PM (IST)

Odisha News Live: ସମ୍ବଲପୁରରେ ବି ଗଡିବ ମୋ ବସ ...

Odisha News Live: ସମ୍ବଲପୁରରେ ବି ଗଡିବ ମୋ ବସ 
ସମ୍ବଲପୁରରେ ମଧ୍ୟ ଖୁବ୍‍ ଶୀଘ୍ର ମୋ’ ବସ୍‍ ସେବା ଆରମ୍ଭ ହେବ। ଏନେଇ କ୍ରୁଟ୍‍ ପକ୍ଷରୁ ସୂଚନା ଦିଆଯାଇଛି। ସହରର ବିଭିନ୍ନ ସ୍ଥାନକୁ ଏହି ସେବାରେ ଯୋଡ଼ାଯିବ। ଏହାଦ୍ୱାରା ସମ୍ବଲପୁରର ସହରାଞ୍ଚଳରେ ଯାତାୟାତ ସୁବିଧାଜନକ ହେବ େବାଲି ଆଶା କରାଯାଇଛି।

22 February 2024 01:15 PM (IST)

Odisha News Live: ବ୍ରହ୍ମପୁରରେ ମୋ ବସ ସେବାର ଶୁଭାରମ୍ଭ...

Odisha News Live: ବ୍ରହ୍ମପୁରରେ ମୋ ବସ ସେବାର ଶୁଭାରମ୍ଭ
ବ୍ରହ୍ମପୁରରେ ଆରମ୍ଭ ହେବ ମୋ ବସ୍‍ ସେବା। କଟକ, ଭୁବନେଶ୍ୱର, ପୁରୀ ଓ ରାଉରକେଲା ପରେ ଏହି ସହରାଞ୍ଚଳ ପରିବହନରେ ସାମିଲ୍‍ ହେବ ବ୍ରହ୍ମପୁର ମହାନଗର ନିଗମ। କ୍ୟାପିଟାଲ୍‍ ରିଜନ୍‍ ଅର୍ବାନ୍‍ ଟ୍ରାନ୍ସପୋର୍ଟ (କ୍ରୁଟ୍‍) ପକ୍ଷରୁ ଏହା ଘୋଷଣା କରାଯାଇଛି। ସହରର ବିଭିନ୍ନ ସ୍ଥାନକୁ ‘ମେ ବସ୍‍ ଦ୍ୱାରା ଯୋଡ଼ାଯିବ ବୋଲି କ୍ରୁଟ୍‍ କହିଛି। ପ୍ରଥମ ପର୍ଯ୍ୟାୟରେ ଏମକେସିଜି, କମାପଲ୍ଲୀ, ରକ୍‍ ଗାର୍ଡେନ୍‍ ଏବଂ ଅନ୍ୟ ସ୍ଥାନକୁ ଏହି ମୋ ବସ୍‍ ସେବାରେ ଯୋଡ଼ିବା ଲକ୍ଷ୍ୟ ରହିଛି।

22 February 2024 01:00 PM (IST)

Odisha news live: ଆଜି କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ...

Odisha news live: ଆଜି କ୍ୟାବିନେଟର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ
ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବା ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ଏହା ସ୍ଥିର କରାଯାଇଚି। ଏଥିରେ ଖାଦ୍ଯ ଯୋଗାଣ, ଉଚ୍ଚଶିକ୍ଷା ଆଦି ବିଭାଗ ପ୍ରସ୍ତାବ ସହ ଶିଳ୍ପ, ମିଶନ ଶକ୍ତି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିପାରେ। ନିର୍ବାଚନ ପୂର୍ବରୁ ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ଜନମଙ୍ଗଳ ଯୋଜନାକୁ ସ୍ୱିକୃତୀ ମିଳିବା ସମ୍ଭାବନା ରହିଛି।

22 February 2024 12:45 PM (IST)

ନବରଙ୍ଗପୁରରେ ରାଜନାଥଙ୍କ ଦମ୍ଭୋକ୍ତି, ‘ଓଡିଶାକୁ ଦରକାର ଡବଲ୍ ଇଞ୍ଜିନ ସରକାର’...

ନବରଙ୍ଗପୁରରେ ରାଜନାଥଙ୍କ ଦମ୍ଭୋକ୍ତି, ‘ଓଡିଶାକୁ ଦରକାର ଡବଲ୍ ଇଞ୍ଜିନ ସରକାର’
ଦିନିକିଆ ଓଡିଶା ଗସ୍ତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଙ୍ଗପୁରରେ ଆୟୋଜିତ ବିଜେପି କୋର କମିଟି ବୈଠକରେ ଯୋଗ ଦେଇଛନ୍ତି ରାଜନାଥ ସିଂହ । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ଦରକାର । କେନ୍ଦ୍ରରେ ତ ଆମ ସରକାର ହେବ, ଓଡିଶାରେ ମଧ୍ୟ ଆମ ସରକାର ହେବ ।

22 February 2024 12:30 PM (IST)

Odisha News Live: ହତ୍ୟା ଅଭିଯୋଗରେ ଗିରଫ ନେତାଙ୍କୁ ନିଲମ୍ବିତ କଲା ବିଜେଡ଼ି...

Odisha News Live: ହତ୍ୟା ଅଭିଯୋଗରେ ଗିରଫ ନେତାଙ୍କୁ ନିଲମ୍ବିତ କଲା ବିଜେଡ଼ି

ଜିଲ୍ଲା ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ଉପସଭାପତି ଅମିତ କୁମାର ପଟ୍ଟନାୟକଙ୍କୁ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି। ପାରଳାଖେମୁଣ୍ଡି କରଣାସାହିରେ ରହୁଥିବା ଅମିତ ପଟ୍ଟନାୟକଙ୍କ ବିରୋଧରେ ସେହି ଗାଁରେ ରହୁଥିବା ୭୨ ବର୍ଷୀୟା ବୃଦ୍ଧା ସରୋଜିନୀ ପଟ୍ଟନାୟକଙ୍କ ହତ୍ୟା ଷଡ଼ଯନ୍ତ୍ର ଓ ହତ୍ୟା କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ସେ ଓ ତାଙ୍କର ଦୁଇ ସହଯୋଗୀ ପ୍ରଦୀପ ପଟ୍ଟନାୟକ ଓ ଦୌଡ ଜେନା ପୀଡ଼ିତାଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇ ଘଟଣାସ୍ଥଳରେ ହିଁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସର ଦୃଷ୍ଟି ହଟାଇବା ପାଇଁ ସେମାନେ ଘଟଣାସ୍ଥଳରେ ଲଙ୍କା ଗୁଣ୍ଡ ମଧ୍ୟ ସିଞ୍ଚନ କରିଥିଲେ।

22 February 2024 12:15 PM (IST)

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ନୋଟିସ୍...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ନୋଟିସ୍
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏହା ସପ୍ତମଥର ପାଇଁ ନୋଟିସ ଜାରି କରାଯାଇଛି। ପୂର୍ବରୁ ୬ଥର ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସଂସଦ ସଞ୍ଜୟ ସିଂ ଏବେ ଏହି ମାମଲାରେ ଫସିଥିବାବେଳେ ଇଡି ହେପାଜତରେ ରହିଛନ୍ତି। ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ଜେଲରେ ରହିଥିବାବେଳେ ଇଡି ଅଧିକ ପଚରାଉଚରା କରିବାକୁ ନୋଟିସ ଜାରି କରୁଛି। ସେପଟେ କେଜ୍ରିଓ୍ବାଲ ବାରମ୍ବାର ଅଭିଯୋଗ ଆଣୁଛନ୍ତି କି, କେନ୍ଦ୍ର ସରକାର ଜାଣିଶୁଣି ଏଭଳି ନୋଟିସ୍ ପଠାଉଛନ୍ତି। ବାରମ୍ବାର ଇଡିର ନୋଟିସ ପରେ ମଧ୍ୟ କେଜ୍ରିଓ୍ବାଲ ହାଜର ହୋଇନଥିବାବେଳେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।

22 February 2024 12:00 PM (IST)

Odisha News Live: ନବରଙ୍ଗପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ...

Odisha News Live: ନବରଙ୍ଗପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ନବରଙ୍ଗପୁରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଜନାଥ ନବରଙ୍ଗପୁରରେ ପହଞ୍ଚିଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବା ସହ ପ୍ରଥମେ ବିଜେପି କୋର କମିଟି ବୈଠକରେ ଯୋଗଦେଇ ପରେ ନବରଙ୍ଗପୁରରୁ ବ୍ରହ୍ମପୁର ଓ ସେଠାରୁ ବାରିପଦା ଯିବାର କାର୍ଯ୍ୟକ୍ରମ ରହିଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଦିନ ୧୧ଟାରେ ନବରଙ୍ଗପୁରରେ କୋର୍ କମିଟି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସାମିଲ୍ ହେବାର କର୍ଯ୍ୟକ୍ରମ ରହିଥିଲା । ଏହାପରେ ଦିନ ୧୨ଟା ୩୦ ମିନିଟରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହାପରେ ଯିବେ ବାରିପଦା । ବାରିପଦାରେ ଅପରାହ୍ଣ ୪ଟାରେ ସାଧାରଣ ସଭାରେ ଉଦବୋଧନ ଦେବେ । ବାରପିଦାରେ ବିଜୟ ସଂକଳ୍ପ ସମାବେଶ ରହିଛି।

22 February 2024 11:41 AM (IST)

ଯୁବ ଚାଷୀଙ୍କ ମୃତ୍ୟୁ ଅଭିଯୋଗ, ୨ ଦିନ ଦିଲ୍ଲୀ ଚଲୋ ଯାତ୍ରା ସ୍ଥଗିତ...

ଯୁବ ଚାଷୀଙ୍କ ମୃତ୍ୟୁ ଅଭିଯୋଗ, ୨ ଦିନ 'ଦିଲ୍ଲୀ ଚଲୋ' ଯାତ୍ରା ସ୍ଥଗିତ
ଆଗାମୀ ଦୁଇ ଦିନ ପାଇଁ 'ଦିଲ୍ଲୀ ଚଲୋ' ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି କୃଷକ ସଂଗଠନ। ଗତକାଲି ଜଣେ ଯୁବ କୃଷକଙ୍କ ମୃତ୍ୟୁକୁ ନେଇ ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପୁଲିସ ଆକ୍ରମଣରେ ଚାଷୀଙ୍କର ମୃତ୍ୟୁ ଘଟିଥିବା AIKS (ଅଲ-ଇଣ୍ଡିଆ କିସାନ ସଭା) ଅଭିଯୋଗ କରିଛି, କିନ୍ତୁ ପଞ୍ଜାବ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି।

22 February 2024 11:32 AM (IST)

ଆଜି ନିଯୁକ୍ତି ପାଇବେ ୫୬୭ ଶିକ୍ଷକ...

ଆଜି ନିଯୁକ୍ତି ପାଇବେ ୫୬୭ ଶିକ୍ଷକ
ରାଜ୍ଯରେ ସମୃଦ୍ଧ ହେଉଛି ଶୈକ୍ଷିକ ବାତାବରଣ। ବିଦ୍ଯାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ଯ ସରକାର। ଏହି କ୍ରମରେ ଆଜି ରାଜ୍ଯର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ଯାଳୟରେ ୫୭୬ ଜଣ ନୂତନ ଶିକ୍ଷକ ନିଯୁକ୍ତ ହେବେ। ନିଯୁକ୍ତି ପାଇବାକୁ ଥିବା ନୂଆ ଶିକ୍ଷକଙ୍କ ମଧ୍ଯରେ ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ ରହିଛନ୍ତି। ଦିନ ସାଢେ ୧୧ଟାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନଭେନସନ ସେଣ୍ଟରରେ ନିଯୁକ୍ତିପତ୍ର ପ୍ରଦାନ କରିବେ। ଖୋର୍ଦ୍ଧା ଜିଲ୍ଲାରେ ୪୦, କଟକ ଜିଲ୍ଲାରେ ୩୫, ଗଞ୍ଜାମରେ ୩୭, କୋରାପୁଟରେ ୩୪, ବାଲେଶ୍ବର ଓ ଯାଜପୁରରେ ୩୩ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତି ପାଇବେ। ସେହିପରି ପୁରୀରେ ୨୭, ମୟୂରଭଞ୍ଜରେ ୨୬, ଜଗତସିଂହପୁରରେ ୨୫ ଓ ଅନୁଗୁଳରେ ୧୭ ଜଣ ନୂତନ ଶିକ୍ଷକ ନିଯୁକ୍ତ ହେବେ। ରାଜ୍ଯରେ ୮ ହଜାରରୁ ଅଧିକ ସରକାରୀ ହାଇସ୍କୁଲ ରୂପାନ୍ତରିତ ହୋଇସାରିଥିବାବେଳେ ଶିକ୍ଷକ ନିଯୁକ୍ତ କରି ପିଲାଙ୍କ ଭବିଷ୍ଯତକୁ ସୁରକ୍ଷିତ କରୁଛନ୍ତି ରାଜ୍ଯ ସରକାର।

22 February 2024 11:15 AM (IST)

ଆଜି ବସିବ ରାଜ୍ଯ କ୍ଯାବିନେଟ ବୈଠକ...

ଆଜି ବସିବ ରାଜ୍ଯ କ୍ଯାବିନେଟ ବୈଠକ
ଗୁରୁବାର ବସିବ ରାଜ୍ଯ କ୍ଯାବିନେଟ ବୈଠକ। ଲୋକସେବା ଭବନରେ ସନ୍ଧ୍ଯା ୬ରେ  ମୁଖ୍ଯମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ କ୍ଯାବିନେଟ ବୈଠକ ବସିବ। ଏଥିରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ। ଖାଦ୍ଯ ଯୋଗାଣ, ଉଚ୍ଚଶିକ୍ଷା ଆଦି ବିଭାଗ ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି । ସେହିପରି ଶିଳ୍ପ, ମିଶନ ଶକ୍ତି ବିଭାଗର ପ୍ରସ୍ତାବ ଉପରେ ବି ଲାଗିପାରେ ମୋହର।

22 February 2024 10:58 AM (IST)

IPL: ଆଜି ଆଇପିଏଲ ୨୦୨୪ ପାଇଁ ଆସିପାରେ କାର୍ଯ୍ୟସୂଚୀ । ୨୦୨୪ ସାଧାରଣ ନିର୍ବାଚନକୁ...

IPL: ଆଜି ଆଇପିଏଲ ୨୦୨୪ ପାଇଁ ଆସିପାରେ କାର୍ଯ୍ୟସୂଚୀ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ପର୍ଯ୍ୟାୟରେ ଆଇପିଏଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିପାରେ ବିସିସିଆଇ । ପ୍ରଥମ ମ୍ୟାଚ୍ ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ଦେଖିବାକୁ ପାଇପାରନ୍ତି କ୍ରିକେଟପ୍ରେମୀ । ୨୨ ମାର୍ଚ୍ଚରେ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିପାରେ ।

22 February 2024 10:57 AM (IST)

ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଥାନାରେ ୧୩ ବର୍ଷୀୟ ନାବାଳିକାଙ୍କୁ...

ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଥାନାରେ ୧୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସନ୍ଦେହରେ ଅଟକ ରଖାଯାଇଥିବା ଯୁବକଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ପ୍ରକାଶ ଯେ, ଗତକାଲି ଗୁରାଣ୍ଡି ଥାନାରେ ନାବାଳିକା ଜଣକ ଲିଖିତ ଅଭିଯୋଗ ଦେଇଥିଲେ । ଯାହାକୁ ନେଇ ଗୁରାଣ୍ଡି ଥାନାରେ ୧୮/୨୪ରେ ଏକ ମାମଲା ରୁଜୁ ହୋଇଥିଲା । ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏସ୍ଆଇ ବଳରାମ ବେହେରା ତଦନ୍ତ କରିଥିଲେ । ଆଜି ଗିରଫ ପରେ ଯୁବକ ଜଣକୁ ଗୁରାଣ୍ଡି ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରି ମାଇନା କରାଯାଇଛି । 

22 February 2024 10:36 AM (IST)

ନବରଙ୍ଗପୁରରେ ପ୍ରତିରକ୍ଷା ମନ୍ତ୍ରୀ...

ନବରଙ୍ଗପୁରରେ ପ୍ରତିରକ୍ଷା ମନ୍ତ୍ରୀ

ନବରଙ୍ଗପୁରରେ ପହଁଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେଠାରେ ଦଳୀୟ ନେତା ତାଙ୍କୁ ସ୍ୱାଗତ କରିଥିଲେ। ପରେ ବିଜେପିର କୋର କମିଟି ବୈଠକରେ ଯୋଗ ଦେଇଛନ୍ତି ରାଜନାଥ। ସ୍ଥାନୀୟ ଅଂଚଳରେ ଆୟୋଜିତ ଜନସଭାରେ କର୍ମୀଙ୍କୁ ୨୦୨୪ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜନାଥ ।

22 February 2024 10:20 AM (IST)

ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା...

ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା

ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା । ଗୁଜରାଟ ମଡେଲ ତାନିଆ ସିଂହଙ୍କ ଆତ୍ମହତ୍ୟା ଘଟଣାରେ ହାଇଦ୍ରାବାଦର ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିଛି ସୁରଟ ପୋଲିସ । ଆତ୍ମହତ୍ୟା ପୂର୍ବରୁ ତାନିଆଙ୍କ ଅଭିଷେକଙ୍କୁ ଫୋନ୍ କରିଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ତାନିଆଙ୍କ କଲ ଡିଟେଲରୁ ଏହା ସ୍ପଷ୍ଟ ହୋଇଛି ।


 

22 February 2024 10:02 AM (IST)

ଆଜି ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ମିିଳିବ ନିଯୁକ୍ତି ପତ୍ର...

ଆଜି ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ମିିଳିବ ନିଯୁକ୍ତି ପତ୍ର

ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ହେବେ ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ । ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ରେ ଲୋକସେବା ଭବନର କନ୍‌ଭେନସନ୍‌ ହଲରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ।

22 February 2024 09:45 AM (IST)

ଜାଣନ୍ତୁ କ’ଣ ରହିଛି ଆଜିର ସୁନା ଦର...

ଜାଣନ୍ତୁ କ’ଣ ରହିଛି ଆଜିର ସୁନା ଦର

ଚାଲିଛି ବିବାହ ଋତୁ । ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି। ଗତ କିଛି ଦିନ ହେବ ସୁନା ଦର କମିଥିବା ବେଳେ ଆଜି ପୁଣି ଦର ବଢ଼ିଥିବା ଦେଖିବାକୁ ମିଳିଛି। ଆଜି ସର୍ବ ଭାରତୀୟ ବଜାରରେ (Indian Market) ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୭,୬୧୦ ଟଙ୍କା ରହିଛି ।

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ-https://zeenews.india.com/hindi/zeeodisha/trending/gold-rate-hike-today-...

22 February 2024 09:21 AM (IST)

ବ୍ରିଙ୍ଗ୍ ୟୋର୍ ଓନ୍ ଫିଲ୍ମ ଫେଷ୍ଟିଭାଲ୍ ଉଦଘାଟିତ...

'ବ୍ରିଙ୍ଗ୍ ୟୋର୍ ଓନ୍ ଫିଲ୍ମ ଫେଷ୍ଟିଭାଲ୍' ଉଦଘାଟିତ

ପୁରୀରେ ଉଦଘାଟିତ ହେଲା 'ବ୍ରିଙ୍ଗ୍ ୟୋର୍ ଓନ୍ ଫିଲ୍ମ ଫେଷ୍ଟିଭାଲ୍ ।  ସ୍କିନିଂ ହେବ ୬୦ଟି ଫିଲ୍ମ ।

22 February 2024 08:55 AM (IST)

ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ 5T ଅଧ୍ୟକ୍ଷ...

ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ 5T ଅଧ୍ୟକ୍ଷ

ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ତିଆନ । ୪ଟି ନିର୍ବାଚନ ମଣ୍ତଳୀ ଯାଇ ସେଠାରେ ଲୋକଙ୍କୁ ଭେଟିବେ ଭି.କେ ପାଣ୍ଡିଆନ । ପ୍ରଥମେ ପାତ୍ରପୁର ସାମନ୍ତିଆପଲ୍ଲୀ ଖେଳ ପଡ଼ିଆ ଯିବେ । ପାତ୍ରପୁର ପରେ କୁକୁଡ଼ାଖଣ୍ଡି ଓ ଧରାକୋଟ ଯିବେ । ଶେଷରେ ବେଲଗୁଣ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ େଦେବେ । 

22 February 2024 08:35 AM (IST)

ଭିଜିଲାନ୍ସ ଜାଲରେ ରାଜସ୍ୱ ସହାୟକ...

ଭିଜିଲାନ୍ସ ଜାଲରେ ରାଜସ୍ୱ ସହାୟକ

ବଲାଙ୍ଗୀର ଜିଲ୍ଲାରେ ଜମି ପଟ୍ଟା ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ବରିଷ୍ଠ ରାଜସ୍ୱ ସହାୟକଙ୍କୁ ଗିରଫ କରିଛି । ଅଭିଯୁକ୍ତ ବଲାଙ୍ଗୀର ମୁରିବାହାଲ ତହସିଲରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି । ଏକ ମ୍ୟୁଟେସନ୍ ମାମଲାରେ ଜମି ପଟ୍ଟା ପ୍ରଦାନ ପାଇଁ ଅଭିଯୋଗକାରୀଙ୍କଠାରୁ ମୋଟ ୨୦ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ । ପ୍ରଥମ କିସ୍ତି ବାବଦରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ।

22 February 2024 08:20 AM (IST)

ବେନେଜୁଏଲାରେ ଭୁଶୁଡ଼ିଲା ବେଆଇନ ସୁନା ଖାଦାନ...

ବେନେଜୁଏଲାରେ ଭୁଶୁଡ଼ିଲା ବେଆଇନ ସୁନା ଖାଦାନ

ବେନେଜୁଏଲାରେ ଭୁଶୁଡ଼ିଲା ବେଆଇନ ସୁନା ଖାଦାନ । ଦୁର୍ଘଟଣାରେ ୧୪ ମୃତ ଓ ୧୧ ଗୁରୁତର । ଖାଦାନରେ ଆଉ କିଛି ଶ୍ରମିକ ଚାପି ହୋଇ ରହିଥିବା ସୂଚନା ।

22 February 2024 08:10 AM (IST)

 ଆଜି ରାଜ୍ୟରେ କ’ଣ ରହିଛି ପେଟ୍ରୋଲ-ଡିଜେଲ ଦର?...

 ଆଜି ରାଜ୍ୟରେ କ’ଣ ରହିଛି ପେଟ୍ରୋଲ-ଡିଜେଲ ଦର?

ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ସ୍ଥିର ରହିଥିବା ଦେଖିବାକୁ ମିଳିଛି। ଗୁରୁବାର ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କ ଚିନ୍ତା ବଢ଼ାଇଛି।

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/trending/petrol-diesel-price-o...

22 February 2024 07:54 AM (IST)

ତାତିରୁ ମିଳିବ ଆଶ୍ୱସ୍ତି...

ତାତିରୁ ମିଳିବ ଆଶ୍ୱସ୍ତି

ତାତିରୁ ମିଳିବ ଆଶ୍ୱସ୍ତି । ଆଜିଠାରୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି ।

22 February 2024 07:41 AM (IST)

ବନକଲାଗି ନୀତିରେ ବିଭ୍ରାଟ...

ବନକଲାଗି ନୀତିରେ ବିଭ୍ରାଟ

ବନକଲାଗି ନୀତିରେ ବିଭ୍ରାଟ । ବୁଧବାର ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ବନକଲାଗି ନୀତି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା, ମାତ୍ର ନୀତି ସରିବା ବେଳକୁ ରାତ୍ର ୧୧ ଟା ୨୫ ମିନିଟ୍ ହୋଇଯାଇଥିଲା । ଫଳରେ ଆଜି ସକାଳେ ତରବରିଆ ଭାବେ ମହାପ୍ରଭୁଙ୍କ ପହୁଡ଼ ଓ ଦ୍ୱାର ଫିଟା ନୀତି ହୋଇଥିଲା । ସକାଳ ୭ଟା ସୁଦ୍ଧା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ । ପରେ ୭ଟା ୪୦ ମିନିଟ୍ ରେ ଦର୍ଶନ ଆରମ୍ଭ ହୋଇଥିଲା ।

22 February 2024 07:23 AM (IST)

ସକାଳେ ଖୋଲିବ ଅଙ୍ଗନବାଡ଼ି...

ସକାଳେ ଖୋଲିବ ଅଙ୍ଗନବାଡ଼ି

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏସଓପି ଜାରି। ଏଣିକି ଖରା ପାଇଁ ସକାଳେ ଖୋଲିବ ଅଙ୍ଗନବାଡି଼ ।

22 February 2024 07:12 AM (IST)

ସାବାଡ଼ ହେବେ ମଦ୍ୟପ ଚାଳକ...

ସାବାଡ଼ ହେବେ ମଦ୍ୟପ ଚାଳକ

ମଦ୍ୟପ ଚାଳକଙ୍କୁ ସାବାଡ଼ କରିବା ପାଇଁ ଡିସିପିଙ୍କ ନେତୃତ୍ୱରେ କମିଶନରେଟ୍ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କଡ଼ା ଚେକିଂ।

22 February 2024 06:58 AM (IST)

ଆଜି ରାଜ୍ୟ କ୍ୟାବିନେଟରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ...

ଆଜି ରାଜ୍ୟ କ୍ୟାବିନେଟରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଲୋକସଭା ଭବନଠାରେ ଗୁରୁବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।  ଏଥିରେ ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ନଗର ଉନ୍ନୟନ, ଉଚ୍ଚ ଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମିଶନ ଶକ୍ତି ଓ ଶିଳ୍ପ ଆଦି ବିଭାଗର ପ୍ରାୟ ୧୬ଟି ପ୍ରସ୍ତାବ ଉପରେ ମୋହର ଲାଗିବା ନେଇ ସମ୍ଭାବନା ରହିଛି ।

22 February 2024 06:56 AM (IST)

ଆଜିଠାରୁ ଆରମ୍ଭ ଯୋରନ୍ଦା ମାଘ ମେଳା...

ଆଜିଠାରୁ ଆରମ୍ଭ ଯୋରନ୍ଦା ମାଘ ମେଳା

ଆଜିଠାରୁ ଢେଙ୍କାନାଳର ପ୍ରସିଦ୍ଧ ମହିବା ଗାଦି ଯୋରନ୍ଦାରେ ମାଘ ମେଳା ଆରମ୍ଭ ହେବ। ଏହା ୧୫୧ତମ ପ୍ରଭୁ ପୂର୍ଣ୍ଣିମା ଭାବେ ପରିଚିତ। ସନ୍ଧ୍ୟା ୫ଟା ୫ ମିନିଟ୍‍ ସମୟରେ ଗାଦି ମନ୍ଦିରରେ ଅଗ୍ନି ସଂଯୋଗ କରାଯିବ େବାଲି ସତ୍ୟ ମହିମା ଧର୍ମଧାମ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି।

22 February 2024 06:54 AM (IST)

ଖନୌରୀ ସୀମାରେ ମୋବାଇଲ୍‍ ଓ ଇଣ୍ଟରନେଟ୍‍ ସେବା ବନ୍ଦ...

ଖନୌରୀ ସୀମାରେ ମୋବାଇଲ୍‍ ଓ ଇଣ୍ଟରନେଟ୍‍ ସେବା ବନ୍ଦ

ଦିଲ୍ଲୀ ପ୍ରବେଶ ଲାଗି ଉଦ୍ୟମ କରୁଥିବା ଆନ୍ଦୋଳନରତ ଚାଷୀଙ୍କ ଭିତରୁ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ଘଟିଛି। ଏହାକୁ ଆଖିରେ ରଖି କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’ ଡାକରାକୁ ସାମୟିକ ଭାବେ ଦୁଇଦିନ ଲାଗି ସ୍ଥଗିତ ରଖିଛନ୍ତି। ଖନୌରି ସୀମାରେ ପୁଲିସ ଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ଶୁଭକରନ ସିଂହ। ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ହରିୟାଣାରେ ଆଜି ରାସ୍ତା ରୋକୋ ଡାକରା ଦେଇଛନ୍ତି କୃଷକ ସଂଗଠନ। ଅନ୍ୟପକ୍ଷରେ ଉତ୍ତେଜନା ବଢ଼ିବା ଆଶଙ୍କା ଥିବାରୁ ସରକାର ମୋବାଇଲ୍‍, ଇଣ୍ଟରନେଟ୍‍ ଓଏକକାଳୀନ ଏସ୍‍ଏମ୍‍ଏସ୍‍ ସେବା ଉପରେ ରୋକ୍‍ ଲଗାଇଛନ୍ତି।

22 February 2024 06:50 AM (IST)

ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ...

ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ

ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) । ୬ ଘଣ୍ଟା ଭିତରେ ମନ୍ତ୍ରୀ ୩ଟି ଜିଲ୍ଲାରେ ହେବାକୁ ଥିବା ବଡ଼ ସଭାରେ ଯୋଗ ଦେବା ନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି । 

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/bjp-rajnath-singh-t...

 

 

Add Zee News as a Preferred Source