)
Lucknow CM Fleet car accident: ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କନଭୟ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ବନ୍ଦରରୁ ଫେରୁଥିବାବେଳେ କୁକୁରକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍ ଏକ କୁକୁର ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ କନଭୟର ଏକ କାର ଆଗରେ ଆସିଯାଇଥିଲା। ଯେଉଁ କାରଣରୁ ଗାଡି ବ୍ରେକ ମାରିଥିଲା ଯାହଫଳରେ ରାସ୍ତାରେ ଥିବା ଅନ୍ୟାନ୍ୟ ଯାନ ପରସ୍ପର ସହିତ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଏହି ଦୁର୍ଘଟଣାରେ ୬ ଜଣ ପୋଲିସ କର୍ମଚାରୀଙ୍କ ସମେତ ପ୍ରାୟ ଏକ ଡର୍ଜନ ଲୋକ ଆହତ ହୋଇଥିଲେ।
Prashant Kishor prediction on 2024 election: ପୂର୍ବତନ ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରଜ ସଂଗଠନର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ନିଜର ପୂର୍ବାନୁମାନ ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ପାଇଁ ୧୦୦ ସିଟ୍ ମାର୍କ ଅତିକ୍ରମ କରିବା ଅତ୍ୟନ୍ତ କଷ୍ଟକର। ପଢ଼ନ୍ତୁ ପୂରା ଖବର...
Prashant Kishor prediction on 2024 election: ପୂର୍ବତନ ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରଜ ସଂଗଠନର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ନିଜର ପୂର୍ବାନୁମାନ ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ପାଇଁ ୧୦୦ ସିଟ୍ ମାର୍କ ଅତିକ୍ରମ କରିବା ଅତ୍ୟନ୍ତ କଷ୍ଟକର। ପଢ଼ନ୍ତୁ ପୂରା ଖବର...
Yashasvi Jaiswal Records: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ୱୀ ଜୈସୱାଲ ଚତ୍ମକାର ବ୍ୟାଟିଂ କରୁଛନ୍ତି। ରାଞ୍ଚି ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଜୈସୱାଲ ୭୩ ରନ୍ ସଂଗ୍ରହ କରିଥିଲେ। ଏହା ପରେ ଜୈସୱାଲ ବର୍ତ୍ତମାନ ଏହି ଟେଷ୍ଟ ସିରିଜରେ ୬୦୦ ରୁ ଅଧିକ ରନ୍ ସ୍କୋର କରି ଡନ୍ ବ୍ରାଡମ୍ୟାନଙ୍କ ସ୍ୱତନ୍ତ୍ର କ୍ଲବରେ ଯୋଗ ଦେଇଛନ୍ତି। ପଢ଼ନ୍ତୁ ପୂରା ଖବର..
Ranchi Test: ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୭ ୱିକେଟ୍ ହରାଇ ୨୧୯ ରନ୍ ସ୍କୋର କରିଛି। ଏହି ପରିପ୍ରେକ୍ଷୀରେ ଭାରତ ପ୍ରଥମ ଇନିଂସ ଆଧାରରେ ୧୩୫ ରନ୍ ପଛରେ ରହିଛି। ଦିନର ଖେଳ ଶେଷରେ ଧ୍ରୁଭ ଜୁରେଲ ଓ କୁଲଦୀପ ଯାଦବ ଅପରାଜିତ ଥିଲେ। ପଢ଼ନ୍ତୁ ପୂରା ଖବର...
Lok Sabha Election 2024 Date: ହ୍ୱାଟସ୍ ଆପ୍ ଏବଂ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେଉଛି, ଯେଉଁଥିରେ ୨୦୨୪ ଲୋକସଭା ନିର୍ବାଚନର ତାରିଖ ଘୋଷଣା ହୋଇଛି ବୋଲି ଦାବି କରାଯାଇଛି। କିନ୍ତୁ ଯେତେବେଳେ ଆମେ ଏହାକୁ ଫ୍ୟାକ୍ଟ-ଚେକ୍ କରିଥିଲୁ, ଏହା ସ୍ପଷ୍ଟ ହୋଇଗଲା ଯେ ଭାଇରାଲ୍ ପୋଷ୍ଟ ଫେକ୍ ଅଟେ। ପଢ଼ନ୍ତୁ ପୂରା ଖବର...
New Criminal Laws: ଆଇପିସି ବଦଳରେ ଖୁବ ଶୀଘ୍ର ଦେଶରେ ଏକ ନୂଆ ଅପରାଧିକ ଆଇନ ଲାଗୁ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ନୂତନ ଅପରାଧିକ ଆଇନ ଚଳିତ ବର୍ଷ ୧ ଜୁଲାଇରୁ କାର୍ଯ୍ୟକାରୀ ହୋଇପାରେ। ସରକାର ମଧ୍ୟ ଏହାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ପଢ଼ନ୍ତୁ ପୂରା ଖବର...
BMC Commissioner: ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର। ରାଜେଶ୍ ପ୍ରଭାକର ପାଟିଲ୍ ନୂଆ ବିଏମସି କମିଶନର ହୋଇଛନ୍ତି। ଜିଏ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୦୫ ବ୍ୟାଚ୍ର ଆଇଏଏସ୍ ଅଫିସର ହେଉଛନ୍ତି ରାଜେଶ ପ୍ରଭାକର ପାଟିଲ। ବର୍ତ୍ତମାନର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଛୁଟିରେ ଯିବେ । ଏକ ମାସ ଛୁଟି ପାଇଁ କମିଶନର୍ କୁଲାଙ୍ଗେ ଆବେଦନ କରିଥିଲେ।
Road Accident: ଗୁଜୁରାଟ ଖେଡା ଜିଲ୍ଲା ନାଡିଆଦା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ବସ୍ ଏବଂ ସମେଣ୍ଟ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍ଟି ଅହମ୍ମଦାବାଦରୁ ପୁଣେ ଅଭିମୁଖେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ବସ୍ଟିରେ ପ୍ରାୟ ୨୩ ଜଣ ଯାତ୍ରୀ ଥିଲେ।
Road Accident: ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଗଙ୍ଗାସ୍ନାନ ପାଇଁ ଗ୍ରାମବାସୀଙ୍କୁ ନେଇ ଯାଉଥିବା ଗୋଟାଏ ଟ୍ରାକ୍ଟର୍-ଟ୍ରଲି ଆଜି ସଡ଼କ ଦୁର୍ଘଟଣା ଯୋଗୁଁ ଗୋଳିଆ ପାଣି ଭରା ଜଳାଶୟରେ ଖସିପଡ଼ିବାରୁ ଅୂନ୍ୟନ ୧୫ଜଣଙ୍କର ମୃତ୍ୟୁ ଘଟିଛି। ପୂର୍ଣ୍ଣିମା ଅବସରରେ ଗଙ୍ଗାନଦୀରେ ପବିତ୍ର ବୁଡ଼ ପକାଇବା ପାଇଁ ଗ୍ରାମର ଅଧିକାଂଶ ମହିଳା ଓ ପିଲା ସେ ଟ୍ରାକ୍ଟର୍-ଟ୍ରଲିରେ ଯାଉଥିଲେ। ସେମାନଙ୍କ ମଧ୍ୟରୁ ୮ଜଣ ମହିଳା ଓ ୭ଜଣ ପିଲାଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ବେଳେ କାସଗଞ୍ଜ ପଟିୟାଲୀ ଦରିୟାଓଗଞ୍ଜ ରାସ୍ତାରେ ଯାଉଥିବା ଉକ୍ତ ଟ୍ରାକ୍ଟର୍-ଟ୍ରଲି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଜଳାଶୟରେ ପଡ଼ିଯାଇଥିଲା।
Prime Minister Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମବାୟ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବୃହତ୍ତ ଶସ୍ୟ ସଂରକ୍ଷଣ ଭଣ୍ଡାର ଲାଗି ପାଇଲଟ୍ ପରିଯୋଜନାର ଉଦଘାଟନ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏହାକୁ ୧୧ରାଜ୍ୟର ୧୧ପ୍ରାଥମିକ କୃଷି ଋଣ ସମିତି (ପାକ୍ସ) ଦ୍ୱାରା ପରିଚାଳନା କରାଯାଉଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସମବାୟ କ୍ଷେତ୍ରରେ ଅନ୍ୟ ବହୁ ଯୋଜନାର ବି ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ୧୧ରାଜ୍ୟର ୧୧ ପାକ୍ସରେ ସବୁଠାରୁ ବଡ ଶସ୍ୟ ସଂରକ୍ଷଣ ଯୋଜନା ଜରିଆରେ ଗୋଦାମର ଉଦଘାଟନ ଓ ୫୦୦ ପାକ୍ସରେ ଗୋଦାମର ଶିଳାନ୍ୟାସ କରାଯାଇଛି ।
Loksabha Election: ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି। ଶନିବାର ଉଭୟ ଦଳ ଏହା ଘୋଷଣା କରିଛନ୍ତି। ଏହି ଦୁଇ ଦଳ ଦିଲ୍ଲୀ, ଗୁଜୁରାଟ, ହରିୟାଣା ଏବଂ ଗୋଆରେ ଏକାଠି ନିର୍ବାଚନ ଲଢ଼ିବେ। ଦିଲ୍ଲୀରେ ଏଏପି ସାତୋଟି ଲୋକସଭା ଆସନ ମଧ୍ୟରୁ ଚାରିଟି ଆସନ ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ନୂଆଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀରୁ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ଚାନ୍ଦନୀ ଚୌକ୍, ଉତ୍ତର ପୂର୍ବ ଦିଲ୍ଲୀ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀରୁ କଂଗ୍ରେସ ନିଜର ପ୍ରାର୍ଥୀ ଦେବ।
Crime News: ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା ବିଜିନେସ ଲେଡି ତାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଏକ ଟିଭି ଆଙ୍କର୍ କୁ ଅପହରଣ କରିଥିବା ଖବର ପୂରା ଚର୍ଚ୍ଚା ରେ ରହିଛି। ପୋଲିସର ସୂଚନାନୁସାରେ, ଜଣେ ବ୍ୟବସାୟିକ ମହିଳା ତାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଟେଲିଭିଜନ ଆଙ୍କର୍ ଧରି ତାଙ୍କୁ ଅପହରଣ କରିନେଇ ଗିରଫ କରାଯାଇଛି। ମହିଳାଙ୍କ କହିବାନୁସାରେ, ଜଣେ ଅଜଣା ବ୍ୟକ୍ତି ନିଜକୁ ଟିଭି ଆଙ୍କର୍ ଭାବେ ପରିଚିତ କରାଇଥିଲେ ଏବଂ ପରେ ତାଙ୍କୁ ଠକେଇ କରି ଟଙ୍କା ସହିତ ଅଦୃଶ୍ୟ ହୋଇଯାଇଥିଲେ। ପୂରା ଖବର ପଢନ୍ତୁ...
Bhubaneswar Weather: ଆଜି ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ହାଲୁକା ବର୍ଷା ହେଉଛି । ଏହା ବ୍ୟତୀତ ସାମାନ୍ୟ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ଏହି ପାଗ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (ଭୁବନେଶ୍ୱର) ପକ୍ଷରୁ କୁହାଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଏପରି କୋହଲା ପାଗ ଲାଗି ରହିବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୬ ତାରିଖ ପରେ ଏପରି ପାଣିପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେବେ ଅସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏପରି କୋହଲା ପାଗ ଲାଗିରହିବ ।
Congress: କର୍ଣ୍ଣାଟକର କଂଗ୍ରେସ ସରକାର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ, କର୍ଣ୍ଣାଟକ ସରକାର ଆଣିଥିବା ‘ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଏବଂ ଚାରିଟେବୁଲ୍ ଏଣ୍ଡୋମେଣ୍ଟସ୍ (ସଂଶୋଧନ) ବିଲ୍’ ବିଧାନ ପରିଷଦ ଦ୍ୱାରା ପାରିତ ହୋଇପାରି ନାହିଁ। ବିରୋଧୀ ଦଳ ବିଜେପି ଏବଂ ଜେଡିଏସ୍ ଏହାକୁ ବିରୋଧ କରିଛନ୍ତି। ବିଧାନ ପରିଷଦରେ ବିରୋଧୀଙ୍କ ସଂଖ୍ୟାଗରିଷ୍ଠତା ରହିଛି, ତେଣୁ ବିରୋଧ ଯୋଗୁ ଏହି ବିଲ୍ ବିଧାନ ପରିଷଦରେ ପାରିତ ହୋଇପାରି ନାହିଁ।
Paradeep Port: କୋକେନ୍ ସହ ପାରାଦୀପରେ ଅଟକ ଥିବା ଏମ.ଭି ଦେବୀ ସିଜ୍। ଏହି ଜାହାଜକୁ ସିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପାରାଦୀପ ବନ୍ଦରରେ ବର୍ଥ ଭଡା ଓ ଅନ୍ୟାନ୍ୟ ଦେୟ ଆଦାୟ ପ୍ରସଙ୍ଗକୁ ନେଇ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ମାମଲାର ଶୁଣାଣି ବେଳେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ଅସୁଲ ପାଇଁ ମାମଲା ଦାୟର ହୋଇଥିଲା। ହାଇକୋର୍ଟର ବିଚାରପତି ଜଷ୍ଟିସ ଭି. ନରସିଂହ ମାମଲାର ଶୁଣାଣି କରି ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
Crime News: ଭୁବନେଶ୍ବରରୁ ଜଣେ ଯୁବକଙ୍କୁ ଉଠାଇନେଲା ଦିଲ୍ଲୀ ପୋଲିସ। ଲକ୍ଷ୍ମୀସାଗର ଅଞ୍ଚଳର ଏକ ଫ୍ଲାଟ୍ରୁ ବିଳମ୍ବିତ ରାତି ଏଭଳି କିଛି ଘଟଣା ଘଟିଛି। ଏକ ସାଇବର କ୍ରାଇମ୍ ମାମଲାରେ ପୋଲିସ୍ ଯୁବକ ଜଣଙ୍କୁ ଉଠାଇନେଇଥିବା ସୂଚନା ମିଳିଛି। ଦିଲ୍ଲୀ ପୋଲିସ୍ ସହ ଲକ୍ଷ୍ମୀସାଗର ଥାନା ପୋଲିସ୍ ମଧ୍ୟ ଘଟଣାରେ ତଦନ୍ତ ଜାରି ରଖିଛି। ଯୁବକ ଜଣକ ପ୍ରଭାତ ମହାପାତ୍ର ବୋଲି ଜଣାପଡିଛି। ସାଇବର ହ୍ୟାକିଂ ଅଭିଯୋଗ ପରେ ଦିଲ୍ଲୀ ପୁଲିସର ସାଇବର ୱିଙ୍ଗ ତଦନ୍ତ ପାଇଁ ଭୁବନେଶ୍ବରରେ ଆସି ପହଞ୍ଚିଥିଲେ।
Matric Exam: ମାଟ୍ରିକ ପରୀକ୍ଷା ଇଂରାଜୀ ବିଷୟରେ ପରୀକ୍ଷା ବେଳେ ବିଭ୍ରାଟ ଓ ତ୍ରୁଟି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି । ଭଦ୍ରକର ମଦନମୋହନ ହାଇସ୍କୁଲରେ ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟର ପୂର୍ବରୁ ଖୋଲାଯାଇଥିଲା ।ଯାଜପୁର ଗୋବିନ୍ଦ ଚନ୍ଦ୍ର ହାଇସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟରେ ପ୍ରଶ୍ନପତ୍ର ଖୋଲା ଯାଇଥିଲା । ଭଦ୍ରକର ବନ୍ଧଗାଁ ନୋଡାଲ ହାଇସ୍କୁଲରେ ପ୍ରଶ୍ନପତ୍ର ଗୁଡିକୁ ଲୁହା ବାକ୍ସରେ ରଖାଯାଇ ନଥିଲା । ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟ ଗୁଡିକ ବାହାରେ ରହିଥିଲା । ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ସନ୍ଦେହ ଜନକ ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି । ନବରଂଗପୁର ଡାବୁଗାଁ ସ୍ଥିତ ସରକାରୀ ୟୁଜି ହାଇସ୍କୁଲ ଓ ଗଜପତି ଆର. ଉଦୟଗିରିର ସରକାରୀ ହାଇସ୍କୁଲରେ ବିଭ୍ରାଟ ହୋଇଥିବା ଦେଖିବାକୁ ମିଳିଛି ।
Employment: ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି । ତେବେ ଏହା ମଧ୍ୟରେ ୨୭ଟି ଶିଳ୍ପ ପ୍ରକଳ୍ପ ସ୍ଥାପନ ନେଇ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିପାଇଁ ୬୧୩୪ କୋଟି ଟଙ୍କା ବ୍ୟୟ କରାଯିବ । ଖାଦ୍ୟ ପ୍ରକ୍ରିୟାକରଣ, ଏରୋସ୍ପେଶ, ପ୍ରତିରକ୍ଷା, ପର୍ଯ୍ୟଟନ, ଆଲୁମିନିୟମ, ନବୀକରଣ ଯୋଗ୍ୟ ଶକ୍ତି, ବୟନ ଓ ପ୍ରସାଧନ ଆଦି କ୍ଷେତ୍ର ସହ ଜଡ଼ିତ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଫଳରେ ରାଜ୍ୟରେ ୪୨,୨୭୫ ଜଣଙ୍କୁ କର୍ମନିଯୁକ୍ତି ମିଳିବ ।
Gun License: ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ ପାଇଁ ନିର୍ଦ୍ଦେଶ । ୧୪ ଶହ ୧୦ ଲାଇସେନ୍ସଧାରୀଙ୍କୁ ବନ୍ଧୁକ ଦାଖଲ ପାଇଁ ଶୀଘ୍ର ନୋଟିସ ଜାରି କରିବ କମିଶନରେଟ୍ ପୋଲିସ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଡିସିପିଙ୍କ ଫୋକସ । ବନ୍ଧୁକ ଦାଖଲ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ପିସ୍ତଲ, ରିଭଲଭର, ୧୨ ରାଉଣ୍ଡ ବୋର ଗନ ଡିପୋଜିଟ ନିର୍ଦ୍ଦେଶ । ମଡେଲ କୋଡ ଅଫ କଣ୍ଡକ୍ଟ ଅନୁଯାୟୀ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଏଭଳି ପଦକ୍ଷେବ ନେଇଛି କମିଶନରେଟ ପୋଲିସ । ନିର୍ବାଚନ ସମୟରେ କେହି ଯେପରି ଲାଇସେନ୍ସପ୍ରାପ୍ତ ବନ୍ଧୁକର ଅପବ୍ୟବହାର ନକରନ୍ତି, ସେଥିପାଇଁ ଦିଆଯାଇଛି ନିର୍ଦ୍ଦେଶ ।
Pakistan Territory: ପାକିସ୍ତାନ ସୀମା ମଧ୍ୟରେ ଇରାନ୍ ସେନାବହିନୀ ଜୈଶ୍ ଅଲ୍-ଅଦଲ୍ ଆତଙ୍କବାଦୀ ସଙ୍ଗଠନର କମାଣ୍ଡର୍ ଇସ୍ମାଇଲ୍ ଶାହାବକ୍ସ୍ ଓ ତାଙ୍କର କେତେକ ସହଯୋଗୀଙ୍କୁ ହତ୍ୟା କରିଥିବା କଥା ଇରାନ୍ର ରାଷ୍ଟ୍ରାୟତ ଗଣମାଧ୍ୟମସୂତ୍ରରୁ ସୂଚନା ସଂଗ୍ରହ କରି ‘ଇରାନ୍ ଇଣ୍ଟର୍ନ୍ୟାସ୍ନାଲ୍ ଇଂଲିଶ୍’ ରିପୋର୍ଟ କରିଛି। ସଦ୍ୟତମ ସୂଚନା ଅନୁସାରେ, ଦୁଇ ଦେଶ ପରସ୍ପର ଉପରେ ବିମାନ ଆକ୍ରମଣ କରିବାର ମାସେ ପରେ ଘଟିଥିବା ସଶସ୍ତ୍ର ସଂଘର୍ଷ ବେଳେ ଇରାନ୍ର ସୈନିକମାନେ ଏହି ଆତଙ୍କବାଦୀ ସଙ୍ଗଠନ ଉପରେ ଆକ୍ରମଣ କରିଥିଲେ।
ଆଜି ମହାପ୍ରଭୁଙ୍କ ଗଜୋଦ୍ଧାରଣ ବେଶ
Gaja Uddharana Besha: ଆଜି ପବିତ୍ର ମାଘ ମାସ ପୂର୍ଣିମା ତିଥି । ଏହି ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ । ଏହି ବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଚତୁର୍ଭୁଜରେ ଧାରଣ କରିବେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ। ଏହି ବେଶରେ ମହାପ୍ରଭୁ ଗରୁଡ ଉପରେ ବସିବା ଭଙ୍ଗିରେ ଥାଇ ମାଆଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଶ୍ରୀବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ । ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମକଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।
ଛତିଶଗଡ଼ରେ ଗୁଳି ବିନିମୟ ବେଳେ ଜଣେ ମାଓବାଦୀ ମୃତ
ଛତିଶଗଡ଼ରେ ଗୁଳି ବିନିମୟ ବେଳେ ଜଣେ ମାଓବାଦୀ ମୃତ। ଛତିଶଗଡ଼ ସୁକ୍ମା ବୁର୍କାଲଙ୍କା ଜଙ୍ଗଲରେ ଗୁଳି ବିନିମୟ । ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ମୃତ, ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ, ପୂର୍ବରୁ ମଧ୍ୟ ଏଭଳି ଭାବରେ ଅନେକ ଥର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାର ନଜର ରହିଛି।
ବିକଶିତ ଭାରତ ବିକଶିତ ଛତିଶଗଡ କାର୍ଯ୍ୟକ୍ରମକୁ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ବିକଶିତ ଛତିଶଗଡ଼ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସଡ଼କ, ରେଳବାଇ, କୋଇଲା, ଶକ୍ତି ଏବଂ ସୌର ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅନ୍ତଭୁକ୍ତ । ପ୍ରଧାନମନ୍ତ୍ରୀ ଏନ୍ଟିପିସିର ଲାରା ସୁପର ଥର୍ମାଲ ପାୱାର ପ୍ରକଳ୍ପ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ଏବଂ ଛତିଶଗଡ଼ର ରାୟଗଡ଼ା ଜିଲ୍ଲାରେ ଏନଟିପିସିର ଲାରା ସୁପର ଥର୍ମାଲ ପାୱାର ପ୍ରକଳ୍ପର ଶିଳାନ୍ୟାସ କରିବେ ।
ଢେଙ୍କାନାଳରେ ଉଡ଼ାଜାହାଜ ଉପକରଣ ନିର୍ମାଣ ଉଦ୍ୟୋଗ ସ୍ଥାପନ ହେବ
ଢେଙ୍କାନାଳର ଗଜମରାଠାରେ ଏକ ଉଡ଼ାଜାହାଜ ଉପକରଣ ନିର୍ମାଣ ଉଦ୍ୟୋଗ ସ୍ଥାପନ ଲାଗି କଲ୍ୟାଣୀ ଷ୍ଟିଲ୍ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ୱାକ୍ଷର ହୋଇଥିବା ଏହି ବୁଝାମଣାପତ୍ର ଅନୁସାରେ ଏହି କାରଖାନା ପ୍ରତିଷ୍ଠା ଲାଗି ୧୧୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ରାଜ୍ୟରେ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କାରଖାନା ପକ୍ଷରୁ କୁହାଯାଇଛି।
ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର: Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
ଆସନ୍ତା ୨୯ ତାରିଖ ଯାଏ ଦିଲ୍ଲୀ ସୀମାରେ ବସିବେ ଚାଷୀ
ଆସନ୍ତା ୨୯ ତାରିଖ ଯାଏ ଦିଲ୍ଲୀ ସୀମାରେ ବସିବେ ଚାଷୀ। ପରବର୍ତ୍ତୀ ଆଲୋଚନା ଓ ନିଷ୍ପତ୍ତି ନହେବା ଯାଏ ଏହିଠାରେ ସେମାନେ ବିକ୍ଷୋଭ ଓ ଶୋଭାଯାତ୍ରା ପ୍ରଦର୍ଶନ କରିବେ। ଆଜି ସନ୍ଧ୍ୟାରେ କ୍ୟାଣ୍ଡଲ୍ ଶୋଭାଯାତ୍ରାରେ ବାହାରିବାର ସମ୍ଭାବନା ରହିଛି। ଏହାସହ ସେମାନଙ୍କ ଦାବିକୁ ଶୁଣିବା ଲାଗି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କୃଷକ ନେତା।
ପତ୍ନୀଙ୍କ ନାଁରେ କିଣାଯାଇଥିବା ସମ୍ପତ୍ତିରେ ରହିଛି ପରିବାରର ହକ୍
ଭୁବନେଶ୍ୱର: ଗୃହକର୍ତ୍ତୀ ପତ୍ନୀ ତଥା ନାଁରେ କିଣାଯାଇଥିବା ସମ୍ପତ୍ତି ପରିବାରର ସମ୍ପତ୍ତି ଭାବେ ଗ୍ରହଣ କରାଯିବ। ଆଲ୍ଲାହାବାଦ ହାଇକୋର୍ଟ ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏକ ମାମଲାର ବିଚାର କରି କୋର୍ଟ କହିଛନ୍ତି ହିନ୍ଦୁ ପରିବାରରେ ପତ୍ନୀଙ୍କ ନାଁରେ ଘର କିଣାଯିବା ଏକ ସ୍ୱଭାବିକ ଘଟଣା। ବାପା ଚାଲିଗଲା ପରେ ଜଣେ ପୁତ୍ର ମା’ଙ୍କ ନାଁରେ କିଣାଯାଇଥିବା ଘର ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମ୍ପତ୍ତିକୁ ତୃତୀୟ ପକ୍ଷକୁ ବିକ୍ରି କରିବାକୁ ଯାଉଥିବାରୁ ପୁଅ ଏପରି ଆବେଦନ କରିଥିଲେ। ଆବେଦନକାରୀ ସୌରଭ ଗୁପ୍ତାଙ୍କ ଆବେଦନର ଶୁଣାଣି କରି ବିଚାରପତି ଅରୁଣ କୁମାର ସିଂହ ଦେଶଓ୍ୱାଲ୍ କହିଛନ୍ତି, ଭାରତୀୟ ସାକ୍ଷ ଆଇନର ଧାରା ୧୧୪ ଅନୁସାରେ କୋର୍ଟ ଏହା ଗ୍ରହଣ କରୁଛି ଯେ, ଜଣେ ହିନ୍ଦୁ ସ୍ୱାମୀଙ୍କ ଦ୍ୱାରା ତାଙ୍କ ଗୃହକର୍ତ୍ତୀ ତଥା ଅନ୍ୟ କୌଣସି ରୋଜଗାର କରୁ ନଥିବା ପତ୍ନୀଙ୍କ ନାଁରେ କିଣାଯାଇଥିବା ସମ୍ପତ୍ତି ପରିବାରର ସମ୍ପତ୍ତି। ଯେ ପର୍ଯ୍ୟନ୍ତ ପତ୍ନୀ ଏହା ନିଜ ରୋଜଗାରରେ କିଣାଯାଇଥିବା ପ୍ରମାଣ କରି ନାହାନ୍ତି ସେ ପର୍ଯ୍ୟନ୍ତ ସେ ସମ୍ପତ୍ତି ପରିବାରର ସମ୍ପତ୍ତି ଭାବେ ଗ୍ରହଣ କରାଯିବ। ଶ୍ରୀ ଗୁପ୍ତା ନିଜ ବାପାଙ୍କ ଦ୍ୱାରା କିଣାଯାଇଥିବା ସମ୍ପତ୍ତି ଉପେ ଏକ ଚତୁର୍ଥଂଶ ଅଂଶ ଦାବି ସହ ତୃତୀୟ ପକ୍ଷକୁ ଏହି ସମ୍ପତ୍ତି ବିକ୍ରୀ ଉପରେ ରୋକ ଲଗାଇବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆସାମରେ ମୁସଲମାନ ବିବାହ ଓ ବିଚ୍ଛେଦ ଆଇନ ୧୯୩୫ ପ୍ରତ୍ୟାହୃତ
ଆସାମରେ ମୁସଲମାନ ବିବାହ ଓ ବିଚ୍ଛେଦ ଆଇନ ୧୯୩୫ ପ୍ରତ୍ୟାହୃତ ହୋଇଛି। କ୍ୟାବିନେଟ୍ ନିଷ୍ପତ୍ତି ଆଧାରରେ ଏହା ଘୋଷଣା କରିଛନ୍ତି ଆସାମ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ। ଏହି ଆଇନକୁ କ୍ୟାବିନେଟ୍ ଉପନିବେଶବାଦର କଳା ଆଇନ ଭାବେ ଉଲ୍ଲଖ କରି ଏହାକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ଏହି ଆଇନ ପ୍ରତ୍ୟାହାର ହେବା ଦ୍ୱାରା ରାଜ୍ୟରେ ଏକକ ଦେଓ୍ୱାନୀ ସଂହିତା (ୟୁସିସି) ଲାଗୁ ଲାଗି ବାଟ ଉନ୍ମୁକ୍ତ ହୋଇଛି। ପୂର୍ବରୁ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି ଲାଗୁ କରିଛନ୍ତି। ଏବେ ଆସାମରେ ୩୪ ପ୍ରତିଶତ ମୁସଲ୍ମାନ ରହିଛନ୍ତି।
ମୋଦୀ ସରକାରଙ୍କ ଶାସନ କାଳରେ ନକ୍ସଲ ଉଗ୍ରବାଦ ୫୨ ପ୍ରତିଶତ କମିଛି : ଗୃହମନ୍ତ୍ରୀ ଅମିତ ଶାହ
ମୋଦୀ ସରକାରଙ୍କ ଶାସନ କାଳରେ ନକ୍ସଲ ଉଗ୍ରବାଦ ୫୨ ପ୍ରତିଶତ କମିଛି ବୋଲି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏହାସହ ୨୦୦୪-୨୦୧୪ ଏବଂ ୨୦୧୪ରୁ ୨୦୨୩ ଏହି ଦୁଇ ଦଶକକୁ ତୁଳନା କଲେ ନକସଲ ଉଗ୍ରବାଦ ଯୋଗୁ ମୃତ୍ୟୁ ହାର ୬୯ ପ୍ରତିଶତ କମିଥିବା ସେ କହିଛନ୍ତି। ଆବଶ୍ୟକ ମୁକାବିଲା, ଅର୍ବାନ ନକ୍ସଲ ନିୟନ୍ତ୍ରଣ ଲାଗି ସେମାନଙ୍କୁ ମିଳୁଥିବା ପାଣ୍ଠି ଉପରେ ରୋକ ଏବଂ ଆଇନ ଗତ କାର୍ଯ୍ୟାନୁଷ୍ଠାନଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ଏହାସହ ମୋଦୀ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଏବଂ ସ୍ୱାସ୍ଥ୍ୟ କ୍ଷାତ୍ରରେ ସୁଧାର ଏପରି ବାମପନ୍ଥୀ ହିଂସାକୁ ଜବାବ ଦେଇପାରିଥିବା କହିଛନ୍ତି ଶ୍ରୀ ଶାହ।
ଏହି ଦିନ ବଣ୍ଟା ଯିବ ' ବିଏସକେଓ୍ବାଇ ନବୀନ କାର୍ଡ'
Biju Swasthya Kalyan Yojna: ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ବ୍ଲକ୍ ସ୍ତରରେ
ବିଏସକେଓ୍ବାଇ ନବୀନ କାର୍ଡ ବଣ୍ଟନ ଆରମ୍ଭ ହେବ। ଏଥିପାଇଁ ଚଳିତ ମାସ୨୯ ତାରିଖ ସୁଧା ସମସ୍ତ ବ୍ଲକ୍ ନୋଡାଲ୍ ଅଧିକାରୀଙ୍କୁ ଏକ ଓ୍ବେଲକମ୍ କିଟ୍ ପ୍ରଦାନ କରାଯିବ। ଏଥିରେ ଦୁଇଟି ସମାନ ବିଏସକେଓ୍ବାଇ ନବୀନ କାର୍ଡ ଓ ଅନ୍ୟ କାଗଜପତ୍ର ରହିଛି। ମାର୍ଚ୍ଚ ୫ ତାରିଖ ସୁଧା ନବୀନ୍ କାର୍ଡ ବଣ୍ଟନ କାର୍ଯ୍ୟ ଶେଷ ହେବ। ଏନେଇ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ତିତ୍ ସବୁ ଜିଲ୍ଲାପାଳଙ୍କୁ ଏନେଇ ପତ୍ର ଲେଖିଛନ୍ତି।
ପାଇକମାଳରେ ଯବାନ ଓ ମାଓବାଦୀ ମୁହାଁମୁହିଁ, ସର୍ଚ୍ଚ ଅପରେସନ ଜାରି
ମୁହାଁମୁହିଁ ହେଲେ ଯବାନ ଓ ମାଓବାଦୀ । ବରଗଡ଼ ଜିଲ୍ଲା ପାଇକମାଲ ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି । ଏହି ଗୁଳି ବିନିମୟରେ କେହି ଆହତ କିମ୍ବା ମୃତାହତ ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ। ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
ଆଜି ୧୪ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି !
Weather Update: ରାଜ୍ୟରେ ଏବେ ଶୀତ (cold) ଗାଏବ ହୋଇଯାଇଥିବା ବେଳେ ଟାଣ ଖରା ଆରମ୍ଭ ହୋଇଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ଗତକାଲି(ଶୁକ୍ରବାର) ଠାରୁ ରାଜ୍ୟରେ ତାତି (heat wave) କମିଛି। ଶୁକ୍ରବାର ପାରଳାଖେମୁଣ୍ତିରେ ପାରଦ ୩୫.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାକି ସବୁ ସ୍ଥାନରେ ପାରଦ ୩୫ ଡିଗ୍ରୀ ତଳେ ରହିଛି। ଉତ୍ତର ଛତିଶଗଡ଼ ଅଞ୍ଚଳରେ ଗୁରୁବାର ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଗତ ୨୪ ଘଣ୍ଟା ମଧ୍ୟରେ ଗତି କରି ଦକ୍ଷିଣ ଛତିଶଗଡ ଓ ତାର ପାଶ୍ବବର୍ତ୍ତୀ ଅଂଚଳରେ ସମୁଦ୍ର ପତନ ଠାରୁ ୦.୯ ଉପରେ ସକ୍ରିୟ ରହିଛି। ପ୍ରଭାବରେ ରାଜ୍ୟରେ ପାଗ ଆଂଶିକ ମେଘୁଆ ରହିବା ସହ ବଳୟ ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ( Bhubaneswar Meteorological Centre) କହିଛି।
ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : ଆଜି ୧୪ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି !
ଆଜି କାନ୍ତକବିଙ୍କ ଶ୍ରାଦ୍ଧ ଦିବସ
Odisha News: ଆଜି କାନ୍ତକବିଙ୍କ ଶ୍ରାଦ୍ଧ ଦିବସ। ଓଡ଼ିଶାର ରାଜ୍ୟ ସଂଗୀତ ମାନ୍ୟତା ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ (Kantakabi Laxmikanta Mohapatra )ଆଜି ଶ୍ରାଦ୍ଧ ଦିବସ। ୧୯୫୩ ମସିହାର ଆଜିର ଦିନରେ ୬୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୮୮୮ ମସିହା ଡିସେମ୍ବର ୯ ତାରିଖରେ ସେ କଟକର ବାଖରାବାଦସ୍ଥିତ ଧୂଆଁଳିଆ ଗଳିରେ ଜନ୍ମଗ୍ରହଣ କରିଥିଲେ। ନିଜର ସାହିତ୍ୟ ସାଧନ ଓ ସରଳ ଜୀବନ ଶୈଳୀ ପାଇଁ ସେ ସମସ୍ତଙ୍କ ଗହଣରେ ପରିଚିତ ଥିଲେ। ରାଭେନ୍ସା କଲେଜରୁ ପାଠ ପଢ଼ୁଥିବା ଅବସ୍ଥାରେ ହିଁ ତାଙ୍କର ନାଟକ, ସଂଗୀତ ଓ କବିତା ପ୍ରତି ଅନୁରାଗ ଦେଖିବାକୁ ମିଳିଥିଲା। ୨୫ ବର୍ଷ ବୟସରେ ସେ ବ୍ୟାଧିଗ୍ରସ୍ତ ହୋଇଥିଲେ। କିନ୍ତୁ ନିଜର ସାଧନାରୁ କେବେ ହଟି ନଥିଲେ। ଫକୀରମୋହନଙ୍କୁ ଆଆଦର୍ଶ ଭାବେ ଗ୍ରହଣ କରିଥିଲେ କାନ୍ତକବି। ତାଙ୍କ ଦ୍ୱାରା ରଚିତ ଉପନ୍ୟାସ, ଗଳ୍ପ, ପ୍ରବନ୍ଧ ଓ କବିତା କାଳଜୟୀ ରହି ଆସିଛି। ବୁଢ଼ାଶଂଖାରୀ ତାଙ୍କର ଲକ ପ୍ରସିଦ୍ଧ ଗଳ୍ପ ସଂକଳନ। ୧୯୩୩ ମସିହାରେ ଭଦ୍ରକ ହାଇସ୍କୁଲ୍ରେ ଆୟୋଜିତ ଏକ ଉତ୍ସବରେ ତାଙ୍କୁ କାନ୍ତକବି ଉପାଧି ପ୍ରଦାନ କରାଯାଇଥିଲା।