)
୨ ହଜାର ଟଙ୍କାର ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତିର ପ୍ରଭାବ କ’ଣ ଥିଲା? ଜାଣନ୍ତୁ RBI ମତ
୨ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବା ପରେ RBI ପକ୍ଷରୁ ସୂଚନା ଦିଆଯାଇଛି, ଫେବୃଆରୀ ୯ ତଥା ଶେଷ ହେବାକୁ ଥିବା ସପ୍ତାହରେ ଦେଶରେ ପ୍ରଚଳିତ ନୋଟ ସଂଖ୍ୟାରେ ଅଭିବୃଦ୍ଧି ୩.୭ ପ୍ରତିଶତକୁ ଖସି ଆସିଛି। ଯେତେବେଳେ କି ବର୍ଷେ ପୂର୍ବରୁ ଏହାର ପ୍ରତିଶତ ୮.୨ ପ୍ରତିଶତ ଥିଲା । ଅଧିକ ପଢ଼ନ୍ତୁ...
PM Modi in Gujarat: ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀଙ୍କଠାରୁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ
PM Modi in Gujarat: ରାଜକୋଟରେ ଅନେକ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ପଞ୍ଚକୁଇରେ ସ୍କୁବା ଡାଇଭିଂ କରି ମନ୍ଦିରରେ ପ୍ରାର୍ଥନା କରିଥିଲେ। ଅଧିକ ପଢ଼ନ୍ତୁ...
Crime News: ୨୨ ବର୍ଷ ଧରି ଫେରାର୍ ଥିବା ଆତଙ୍କବାଦୀଙ୍କୁ ଧରିଲା ଦିଲ୍ଲୀ ପୋଲିସ
Delhi Police Arrest Terrorist: ପୋଲିସ କବଳରୁ ରକ୍ଷା ପାଇବା ପାଇଁ ଆତଙ୍କବାଦୀ ଜଣକ ନିଜର ପରିଚୟ ବଦଳାଇଥିଲା । ୧୯୯୭ ମସିହାରେ SIMI ସଂଗଠନରେ ଯୋଗ ଦେବାପରେ ଅନେକ ମାମଲା ରୁଜୁ ହୋଇଥିଲା । ଅଧିକ ପଢ଼ନ୍ତୁ...
ବଲାଙ୍ଗିର ବଡ଼ମାଳରେ ଅଘଟଣ, ଗୋଳାବାରୁଦ କାରଖାନାରେ ବିସ୍ଫୋରଣ
ବଲାଙ୍ଗିର: ବଡ଼ମାଳ ସ୍ଥିତ ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ତେବେ ଏଥିରେ କେତେ କ୍ଷୟକ୍ଷତି କିମ୍ୱା କେହି ଆହତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ଜଣାପଡିନାହିଁ । ବିସ୍ଫୋରଣ ପରେ କାରଖାନା ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଘଟଣାସ୍ଥଳରେ ଦମକଳ ଗାଡି ସହିତ ଆମ୍ୱୁଲାନ୍ସ ମଧ୍ୟ ପହଞ୍ଚିଛି । ଅଧିକ ପଢ଼ନ୍ତୁ...
ସୁବର୍ଣ୍ଣପୁରର ବୀରମହାରାଜପୁରକୁ NACଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ. ମୁଖ୍ୟମନ୍ତ୍ରୀ ଗତକାଲି ୩୪ ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟ ଘୋଷଣା କରିଥିଲେ । ବୀରମହାରାଜପୁର ଏଥିରେ ସାମିଲ ହେବାଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ରେ ପହଞ୍ଚିଲା । ବୀରମହାରାଜପୁର ସୁବର୍ଣ୍ଣପୁର ଜିଲ୍ଲାର ସବଡିଭିଜନ ମୁଖ୍ୟାଳୟ ଅଟେ । ବୀରମହାରାଜପୁର NAC ଘୋଷଣା ହେବାପରେ ଅଞ୍ଚଳବାସୀ ଖୁସି ପ୍ରକାଶ କରିଥିବା ସୂଚନା ମିଳିଛି ।
Ration Card: ଏହି ଜିଲ୍ଲାରେ ଯାଞ୍ଚ ହେଲା ରାସନ କାର୍ଡ, ୨୦ ହଜାର ଅଯୋଗ୍ୟ, କଟିବ ନାମ
Ration Card: ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ହୋଇଥିବା କେନ୍ଦ୍ର ସରକାରଙ୍କ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବର୍ତ୍ତମାନ ଦୁର୍ନୀତିରେ ପରିଣତ ହୋଇଛି। ଏକ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତରେ ହିତାଧିକାରୀଙ୍କ ରାସନ କାର୍ଡ ଯାଞ୍ଚ ପରେ ଏପରି ଏକ ରିପୋର୍ଟ ଆସିଛି । ୨୦ ହଜାର ଲୋକ ଅଯୋଗ୍ୟ ବୋଲି ଜଣାପଡିଛି । ରାସନ ସାମଗ୍ରୀ ପାଉଥିବା ୧୦ ହଜାର ହିତାଧିକାରୀଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସେମାନଙ୍କ ନାମରେ ରାସନ ଉଠାଯାଉଛି । ଅଧିକ ପଢ଼ନ୍ତୁ...
କୁରୁଡା ବ୍ରିଜ୍ ନିକଟରେ କାର୍ ଟ୍ରକ୍ ଧକ୍କା
ଜାତୀୟ ରାଜପଥରେ ପୁଣି ଏକ ଦୁର୍ଘଟଣା ଘଟିଛି ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଦୁଇ ବାଇକ୍ ଆରୋହୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେମଧ୍ୟରେ ରହିଛନ୍ତି ଔପଦା ଅଞ୍ଚଳର ଶ୍ରୀକାନ୍ତ ପଣ୍ଡା ଏବଂ ନୀଳଗିରି ବାଙ୍କୀ ଗାଁର ମାୟାଧର ରାଜ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Amrit Bharat Station Scheme: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ଫେବ୍ରୁଆରୀରେ ମଧ୍ୟାର୍ଣ୍ଣ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୦୦୦ରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ମୂଳଦୁଆ ପକାଇ ଦେଶକୁ ଉତ୍ସର୍ଗ କରିବେ। ପଢ଼ନ୍ତୁ ପୂରା ଖବର...
PM Modi dedicated 5 New AIIMS to the country: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ (ଗୁଜୁରାଟ), ବଥୀଣ୍ଡା (ପଞ୍ଜାବ), ରାୟବରେଲି (ଉତ୍ତରପ୍ରଦେଶ), କଲ୍ୟାଣୀ (ପଶ୍ଚିମବଙ୍ଗ) ଓ ମଙ୍ଗଳାଗିରି (ଆନ୍ଧ୍ରପ୍ରଦେଶ) ରେ ପାଞ୍ଚଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) କୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ପଢ଼ନ୍ତୁ ପୂରା ଖବର...
Odisha Politics: ଭାରତୀୟ ଜନତା ପାର୍ଟି (BJP)ରେ ଯୋଗ ଦେଲେ ଯାଜପୁର ବରୀର ଟାଣୁଆ ନେତା ଦେବାଶିଷ ନାୟକ । ନିଜ ନିର୍ବାଚନ ମଣ୍ଡଳୀର ସମର୍ଥକଙ୍କ ସହିତ ଆଜି ବିଜେପିରେ ମିଶିବା ସମୟରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଅଧିକ ପଢ଼ନ୍ତୁ...
ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକଙ୍କ BJDରୁ ଇସ୍ତଫା
ଭୁବନେଶ୍ୱର: ବିଜେଡି ଛାଡିଲେ ଯାଜପୁରର ବରିଷ୍ଠ ତଥା ଟାଣୁଆ ନେତା ଦେବାଶିଷ ନାୟକ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...
PM Modi dedicated 5 New AIIMS to the country: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ (ଗୁଜୁରାଟ), ବଥୀଣ୍ଡା (ପଞ୍ଜାବ), ରାୟବରେଲି (ଉତ୍ତରପ୍ରଦେଶ), କଲ୍ୟାଣୀ (ପଶ୍ଚିମବଙ୍ଗ) ଓ ମଙ୍ଗଳାଗିରି (ଆନ୍ଧ୍ରପ୍ରଦେଶ) ରେ ପାଞ୍ଚଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) କୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ପଢ଼ନ୍ତୁ ପୂରା ଖବର...
Top 10 News Headlines: ଅପରାହ୍ନର ୧୦ ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ..
Ravichandran Ashwin Records: ଓଲି ପୋପଙ୍କ ବ୍ୟତୀତ ଅଶ୍ୱିନ୍ ମଧ୍ୟ ବେନ୍ ଡକେଟ୍, ଜୋ ରୁଟ୍, ବେନ୍ ଫକ୍ସ ଏବଂ ଜେମ୍ସ ଆଣ୍ଡରସନଙ୍କୁ ଆଉଟ୍ କରିଛନ୍ତି। ନିକଟରେ ଟେଷ୍ଟରେ ୫୦୦ ୱିକେଟ୍ ପୂରଣ କରିଥିବା ଏହି ବୋଲର ବର୍ତ୍ତମାନ ପୂର୍ବତନ ସ୍ପିନର ଅନିଲ କୁମ୍ବଲେଙ୍କ (Anil Kumble) ରେକର୍ଡ ଭାଙ୍ଗିଛନ୍ତି। ପଢ଼ନ୍ତୁ ପୂରା ଖବର...
Pramod Bhagat: ସିଙ୍ଗଲ୍ସ ଫାଇନାଲରେ ଡାନିଏଲ୍ ବେଥଲଙ୍କୁ ହରାଇ ବିଜେତା ହୋଇଛନ୍ତି ପ୍ରମୋଦ ଭଗତ । ଏହି ବିଜୟ ପରେ ପ୍ରମୋଦ ଭଗତ ପଞ୍ଚମ ଥର ପାଇଁ ବିଶ୍ୱ ପାରା ବ୍ୟାଡମିଣ୍ଟନ ଟାଇଟଲ୍ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ପ୍ରଥମ ସେଟରେ ପ୍ରମୋଦ ନିରାଶ ହୋଇଥିଲେ ମଧ୍ୟ ପରେ ଦୁଇଟି ସେଟ୍ ରେ ସଫଳତାର ସହିତ ବିଜୟ ହାସଲ କରି ୨୧-୧୫ ଏବଂ ୨୧-୧୪ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
Sudarshan Setu: ଦେଶର ସବୁଠୁ ବଡ଼ କେବୁଲ୍ ବ୍ରିଜ୍ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁଜୁରାଟ ଦ୍ୱାରକାରେ ନିର୍ମାଣ ହୋଇଥିବା ଏହି ନୂଆ ବ୍ରିଜଟିର ନାମ ରଖାଯାଇଛି ସୁଦର୍ଶନ ସେତୁ । ଓଖା ଓ ବେଟ୍ ଦ୍ୱାରକାକୁ ଏହି ସେତୁରେ ଗମନାଗମନ ସୁବିଧା ମିଳିବା କାରଣରୁ ଲୋକମାନେ ଖୁସି ପ୍ରକଟ କରିଛନ୍ତି । ୯୮୦ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ।
Garlic Price: ଶସ୍ତା ହେଲା ରସୁଣ, ଏକାଥରେ କମିଲା ୧୫୦ ଟଙ୍କା...
Garlic Price: ବର୍ତ୍ତମାନ ଗ୍ରାହକମାନେ ରସୁଣର ମହଙ୍ଗା ଦରରୁ ସାମାନ୍ୟ ଆରାମ ପାଇବାକୁ ଯାଉଛନ୍ତି । ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଉତ୍ପାଦନ ହୋଇଥିବା ନୂଆ ଫସଲ ଯୋଗାଣ ଆରମ୍ଭ ହୋଇଛି। ଏହି କାରଣରୁ ହୋଲସେଲ ବଜାରରେ ରସୁଣର ମୂଲ୍ୟ ଖସିଛି । ଅଧିକ ପଢ଼ନ୍ତୁ...
Kumar Shahani Passed Away: ‘ମାୟା ଦର୍ପଣ’ ଏବଂ ‘ତରଙ୍ଗ’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ କୁମାର ଶାହାନିଙ୍କ ଦେହାନ୍ତ ହୋଇଛି। ସେ ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିର୍ଦ୍ଦେଶକ କୁମାର ଶାହାନି ପସୋଲିନି ଏବଂ ତାରକୋଭସ୍କି ପରି ମହାନ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । କାହାଣୀ ଲେଖିବାର ଅନନ୍ୟ ଶୈଳୀ ପାଇଁ କୁମାର ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ନିର୍ଦ୍ଦେଶକ ସହିତ କୁମାର ଶାହାନୀ ଜଣେ ଶିକ୍ଷାବିତ୍ ତଥା ଲେଖକ ମଧ୍ୟ ଥିଲେ।
Mass Education Minister: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି। ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ମନ୍ତ୍ରୀଙ୍କ ବାସଭବନ ଘେରିଛି ଏବିଭିପି। ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଏକାଠି ହୋଇ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ ଏବିଭିପି କର୍ମୀଙ୍କୁ ଅଟକାଇଥିଲେ। ଫଳରେ କିଛି ସମୟ ପାଇଁ ପୁଲିସ ଓ ଏବିଭିପି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।
ATM Loot: କେନ୍ଦୁଝରରେ ଏଟିଏମ୍ ଲୁଟ ଉଦ୍ୟମ ପଣ୍ଡ । ରାତିରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ କରୁଥିଲେ ଦୁର୍ବୃତ । ଏଟିଏମ ପାଖ ଘର ଲୋକ ଉଠିପଡିବାରୁ ଚମ୍ପଟ ମାରିଲେ ଲୁଟରା । ସୂଚନା ଅନୁସାରେ କାଲି ରାତିରେ ଚମ୍ପୁଆ ଥାନା ଅନ୍ତର୍ଗତ ଚିମିଲାରେ ଏସବିଆଇ ଏଟିଏମକୁ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ ଉଦ୍ୟମ କରିଥିଲେ । ଭଙ୍ଗାରୁଜା ଶବ୍ଦ ଶୁଣି ପଡୋଶୀ ଘର ମାଲିକ ନିଦରୁ ଉଠି ଚିକ୍ରାର କରିଥିଲେ । ଏହାପରେ ଲୁଟେରାମାନେ ଫାଙ୍କା ଗୁଳିଚାଳନା କରି ପଡୋଶୀକୁ ଭୟଭୀତ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
Kendrapara News: କେନ୍ଦ୍ରାପଡା ପାଟକୁରାରେ ଅଭାବନୀୟ ଘଟଣା । ଶୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଲା ପଡୋସୀ । ଜଳି ପୋଡି ପାଉଁସ ହୋଇଗଲା ଦୁଇ ବଖରା ଘର । ଅଭିଯୋଗ ପରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ, ପୂର୍ବ କଳିକୁ ନେଇ ଦୁଇ ପରିବାର ମଧ୍ୟରେ ବାଦବିବାଦ ଲାଗି ରହିଥିଲା । ଶନିବାର ଏହି କଥାକୁ ନେଇ ପରିସ୍ଥିତି ଉଗ୍ର ହେବାରୁ ପୀଡିତଙ୍କ ଘରେ ନିଆଁ ଲଗାଇଦେଇଥିଲେ ପଡୋଶୀଙ୍କ ବୃଦ୍ଧା ଓ ତାଙ୍କ ଦୁଇ ବୋହୂ । ଏହା ସହ ପୀଡିତଙ୍କୁ ମାଡ ମାରିବାକୁ ମଧ୍ୟ ଧମକ ଦେଇଥିଲେ ।
President Droupadi Murmu: ଆସନ୍ତା ବୁଧବାର ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜୋରସୋର ଚାଲିଛି ପ୍ରସ୍ତୁତି । ଅପରାହ୍ନ ୪ଟା ୪୫ରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜର ଦାଣ୍ଡବୋଷ ହେଲିପ୍ୟାଡରେ ପହଞ୍ଚିବେ । ପ୍ରଥମେ ମହୁଲଡିହା ସ୍ଥିତ ହୋଲିଡେ ହୋମର ଶିଳାନ୍ୟାସ କରିବେ । ସେଠାରୁ ଭିଡିଓ କନଫରେନ୍ସିଂ ଜରିଆରେ ରାଇରଙ୍ଗପୁର ସହରରେ ଏନଏଚ୍ ୨୨୦ର ଦୁଇ ଲେନ୍ ବିଶିଷ୍ଟ ବାଇପାସର ଶିଳାନ୍ୟାସ କରିବେ ।
Naxalites Killed: ଛତିଶଗଡ କାଙ୍କେରରେ ଯବାନ୍ – ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଠାରେ ଚାଲିଥିବା ଏନକାଉଣ୍ଟରରେ ୩ ମାଓବାଦୀ ନିପାତ ହୋଇଥିବାବେଳେ ଜଣେ ଯବାନଙ୍କ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।
DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର। ମୋଦି ସରକାର (modi govt) ଦେବାକୁ ଯାଉଛନ୍ତି ଖୁସି ଖବର। ଆସନ୍ତା ମାସ ବୃଦ୍ଧି ହୋଇପାରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA hike in March 2024 )। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ମାର୍ଚ୍ଚରେ ଏହି ଘୋଷଣା କରିବାକୁ ଯାଉଛନ୍ତି। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ୪% ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ୪% ମହଙ୍ଗା ଭତ୍ତା ବୃଦ୍ଧି ପାଇବା ପରେ ଏହା ୪୬ % ରୁ ୫୦ % ରେ ପହଞ୍ଚିବାର ସମ୍ଭାବନା ରହିଛି। ପଢନ୍ତୁ ଖବର...
Chilika Lake: ଚିଲିକା ହ୍ରଦରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଫସିଛନ୍ତି ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ । ଡଙ୍ଗାରେ ରହିଛି ୮ଟି ବାଇକ୍ । ଉଦ୍ଧାର ପାଇଁ ଯାତ୍ରୀ କରୁଛନ୍ତି ନିବେଦନ । ମିଳିଥିବା ଖବର ଅନୁସାରେ ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ଚିଲିକାରେ ଫସି ଯାଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଚିଲିକା ମିଝିରେ ଡଙ୍ଗାଟି ଅଟକି ରହିଛି । ଜହ୍ନିକୁଦା ଘାଟରୁ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ସାତପଡ଼ା ଅଭିମୁଖେ ଯାଉଥିଲା । ଡଙ୍ଗାର ମେସିନ ଖରାପ ହୋଇଯିବାରୁ ମଝି ଚିଲିକାରେ ଅଟକିଛି ।
Westbengal Politics: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଆଧିକାରୀ ତାଙ୍କ ବିବୃତ୍ତି ସବୁବେଳେ ଖବରରେ ରହିଥାନ୍ତି। ଏବେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଏକ ବଡ଼ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ମମତା ବାନାର୍ଜୀଙ୍କୁ ‘ଦିଦି’ ବୋଲି କହିବା ବନ୍ଦ କରିବା ଉଚିତ, ସେ ବର୍ତ୍ତମାନ ‘ଆଣ୍ଟି’ ହୋଇଗଲେଣି। ବିଧାନସଭା ନିର୍ବାଚନରେ ଯେତେବେଳେ ମୁଁ ତାଙ୍କୁ ନନ୍ଦିଗ୍ରାମରେ ପରାସ୍ତ କରିଥିଲି, ସେତେବେଳେ ସେ ଏତେ ରାଗି ଯାଇଥିଲେ ଯେ ସେ ମୋ ବିରୋଧରେ ୪୨ ଟି ମାମଲା ଦାଏର କରିଥିଲେ। ସେ ଜଣେ ଅତି ନିଷ୍ଠୁର ମହିଳା। ପଶ୍ଚିମବଙ୍ଗରେ ଯାହା ଘଟେ, ମମତାଙ୍କ ପୃଷ୍ଠପୋଷକତାରେ ହିଁ ଘଟିଥାଏ।
Farmer Protest: ଚାଷୀ ଆନ୍ଦୋଳନ ୨୯ ତାରିଖ ଯାଏଁ ସ୍ଥଗିତ ରହିବା ପରେ ଦିଲ୍ଲୀ ସୀମା ଧିରେ ଧିରେ ଖୋଲୁଛି । ପଞ୍ଜାବ ଓ ହରିୟାଣାକୁ ଯୋଗା ଯୋଗ କରୁଥିବା ଶମ୍ଭୁ ଓ ଟିକିରି ବର୍ଡରୁ ଦିଲ୍ଲୀ ପୋଲିସ ପକ୍ଷରୁ ଅସ୍ଥାୟୀ ଭାବେ ଖୋଲାଯାଉଛି । ଦୀର୍ଘ ୧୨ ଦିନ ପରେ ଖୋଲୁଛି ଦିଲ୍ଲୀ ସୀମା । ଶମ୍ଭୁ ବର୍ଡରରେ ଲାଗିଥିବା ବ୍ୟାରିକେଡ ହଟାଇ ଦିଲ୍ଲୀକୁ ଯାତାୟତର ପାଇଁ ବାଟ ଫିଟାଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ଲେନ ଖୋଲିବାକୁ ନିଷ୍ପତି ନେଇଛି ଦିଲ୍ଲୀ ପୋଲିସ । ଆଜି ସନ୍ଧ୍ୟା ସୁଦ୍ଧା ଶମ୍ଭୁ ଓ ଟ୍ରିକି ବର୍ଡରରେ ଯାତାୟତ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
Donald Trump: ପୁଣି ଆମେରିକା ରାଷ୍ଟ୍ରପତି ଚୌକିକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ ? ଅପରାଧୀକ ମାମଲାରେଜ ଡିତ ହୋଇ ମଧ୍ୟ ବଢ଼ିବାରେ ଲାଗିଛି ଟ୍ରମ୍ପଙ୍କ ଲୋକପ୍ରିୟତା । ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତି ରାଷ୍ଟ୍ରପତି ଆସନ ଆଡକୁ ଅଗ୍ରସର ହେଉଛନ୍ତି ଟ୍ରମ୍ପ । ସାଉଥ କାରୋଲିନାରେ ସଦ୍ୟ ସମସ୍ତ ରିପବ୍ଲିକାନ ପ୍ରାଇମ ନିର୍ବାଚନରେ ନିକ୍କି ହେଲିଙ୍କୁ ପରାସ୍ତ କରିଛନ୍ତି ଟ୍ରମ୍ପ । କେତେ ଭୋଟ ବ୍ୟବଧାନରେ ଟ୍ରମ୍ପ ବିଜୟ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ନଥିଲେ ବି ନିକ୍କିଙ୍କୁ ତାଙ୍କ ଜନ୍ମମାଟିରେ ପରାସ୍ତ କରି ଟ୍ରମ୍ପ ରିପବ୍ଲିକାନ ପାର୍ଟିର ଜଣେ ଦୃଢ଼ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି । ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଟ୍ରଙ୍କୁ ଲୋକେ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।
Bolangir News: ବଲାଙ୍ଗୀର ଜିଲ୍ଲା ଲୋଇସିଂହାକୁ ଏନଏସି ଘୋଷଣା କରିନାହାନ୍ତି ରାଜ୍ୟ ସରକାର। ଏହାର ପ୍ରତିବାଦରେ ଆଜି ଲୋଇସିଂହା ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଦୋକାନ ବଜାର।
ସୋମବାର ବୀରମହାରାଜପୁର ବନ୍ଦ ଡାକରା
ଏନଏସିର ନୂଆ ତାଲିକାରୁ ବୀରମହାରାଜପୁର ବାଦ୍ ପଡିବା ନେଇ ଅସନ୍ତୋଷ ଦେଖାଦେଇଛି। ପୂର୍ବରୁ ଏନେଇ ବାରମ୍ବାର ଆନ୍ଦୋଳନ କରାଯାଇଥିଲେ ମଧ୍ୟ ଦାବି ପୂରଣ ନହେବାରୁ ସୋମବାର ବୀରମହାରାଜପୁର ବନ୍ଦ ପାଳନ ନେଇ ଆହ୍ବାନ ଦିଆଯାଇଛି ।
ରାଜ୍ୟରେ ଖସିଲା ପେଟ୍ରୋଲ-ଡିଜେଲ ଦର
ପେଟ୍ରୋଲ- ଡିଜେଲର ନୂଆ ମୂଲ୍ୟ ଆଜି ସାରା ଦେଶରେ ଜାରି ହୋଇଛି। କିଛି ସ୍ଥାନରେ ତୈଳ ଦର କମି ଥିବା ବେଳେ ଆଉ କେତେକ ସ୍ଥାନରେ ସାମାନ୍ୟ ବୃଦ୍ଧି ପାଇଛି। ଜାତୀୟ ସ୍ତରରେ ଇନ୍ଧନରେ ଦରରେ କୌଣସି ପରିବର୍ତ୍ତନ ବଡ଼ ହୋଇ ନାହିଁ। ଆଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ସ୍ଥିର ହୋଇଥାଏ । ରାଜଧାନୀ ନୂଆଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା (୧ ଲିଟର) ୯୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ (୧ ଲିଟର) ୯୦ ଟଙ୍କା ୦୮ ପଇସା ରହିଛି। ସେହିପରି, ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା (୧ ଲିଟର) ୧୦୬ ଟଙ୍କା ୩୧ ପଇସା ଥିବା ବେଳେ ଡିଜେଲ୍ ଲିଟର ପିଛା (୧ ଲିଟର) ୯୪ ଟଙ୍କା ୨୭ ପଇସା ରହିଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା (୧ ଲିଟର) ୧୦୬ ଟଙ୍କା ୦୩ ପଇସା ଏବଂ ଡିଜେଲ୍ ଲିଟର ପିଛା (୧ ଲିଟର) ୯୨ଟଙ୍କା ୭୬ ପଇସା ରହିଛି । ଅନ୍ୟପଟେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା (୧ ଲିଟର) ୧୦୨ ଟଙ୍କା ୭୪ ପଇସା ଥିବା ବେଳେ ଡିଜେଲର ଦାମ୍ (୧ ଲିଟର) ପିଛା ୯୪ ଟଙ୍କା ୩୩ ପଇସା ରହିଛି ।
ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/trending/petrol-diesel-price-t...
ପୁରୁଣାକଟକରେ ୧୨ ଘଣ୍ଟିଆ ବନ୍ଦ ପାଳନ
ପୁରୁଣାକଟକକୁ NAC ଘୋଷଣା କରାନଯିବା ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ।
ନିଯୁକ୍ତି ପାଇବେ ୮୫୯ ଏସଏସବି ଅଧ୍ୟାପକ
ଆସନ୍ତା ମାର୍ଚ୍ଚ ୧ ତାରିଖରେ ରାଜ୍ୟରେ ନୂତନ ଭାବେ ନିଯୁକ୍ତି ପାଇବେ ୮୫୯ ଏସଏସବି ଅଧ୍ୟାପକ । ଏକକାଳୀନ ଭାବେ ଲୋକସେବା ଭବନ ଓ ରବିନ୍ଦ୍ର ମଣ୍ତପରେ ଏହି ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ଅଧ୍ୟାପକଙ୍କୁ ମାର୍ଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି। ୧ ତାରିଖ ସକାଳ ୯ଟାରେ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି।
୨୮ରେ ଓଡ଼ିଶା ଗସ୍ତର ଆସୁଛନ୍ତି ରାଷ୍ଟ୍ରପତି
ଆସନ୍ତା ୨୮ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମ ମାଟି ମୟୂରଭଞ୍ଜରେ ଦୁଇ ଦିନର ରହଣୀ ପରେ କେନ୍ଦୁଝର, କଟକ, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।
ନକଲି ନୌସେନା ଅଧିକାରୀକୁ ବାନ୍ଧିଲା ପୋଲିସ
ନିଜକୁ ନୌସେନା ଅଧିକାରୀ ପରିଚୟ ଦେଇ ପ୍ରଥମେ ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କ ଫଟୋ ଓ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୋଲିସ ଅଭିଯୁକ୍ତଙ୍କ ସୌମ୍ୟ ରଂଜନ ମିଶ୍ରକୁ ଗିରଫ କରିଛି
ସରିଲା ଖଣ୍ଡଗିରି କୁମ୍ଭ ମେଳା
ସରିଲା ଖଣ୍ଡଗିରି କୁମ୍ଭ ମେଳା। ଗତ ୭ ଦିନ ଧରି ସାଧୁ ସନ୍ଥଙ୍କ ମେଳରେ ଚାଲିଥିବା ଏହି ମେଳା ସରିଥିବା ବେଳେ ଯାତ୍ରା ଜାରି ରହିଛି ।
ଆଜି ଲୋକାର୍ପିତ ହେବ ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍
ରବିବାର ଗୁଜରାଟର କୁଚ ଉପସାଗରରେ ଭାରତର ଦୀର୍ଘତମ କେବୁଲ ବ୍ରିଜ୍ 'ସୁଦର୍ଶନ ସେତୁ'ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସିଗ୍ନେଚର ବ୍ରିଜ୍ ଭାବେ ମଧ୍ୟ ଜଣାଶୁଣା । ଏହାର ନିର୍ମାଣରେ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ମହଙ୍ଗା ପଡ଼ିଲା ଦେବୀ ସରସ୍ୱତୀଙ୍କୁ ଅପମାନ
ଦେବୀ ସରସ୍ୱତୀଙ୍କୁ ଅପମାନିତ କରି ରାଜସ୍ଥାନ ବାରନ ଜିଲ୍ଲାର ଜଣେ ସରକାରୀ ଶିକ୍ଷକ ନିଲମ୍ବିତ । ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କରାଗଲା ନିଲମ୍ବିତ ।
ଲୋକସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି
ଲୋକସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି । ୧୦୦ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ ହୋଇସାରିଥିବା ବେଳେ ଘୋଷଣା ପାଇଁ ଔପଚାରିକତା ବାକି ଥିବା ନେଇ ସୂଚନା । ପ୍ରଥମ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରହିପାରନ୍ତି । ମୋଦି ପୁଣି ବାରଣାସୀ ଲୋକସଭା ଆସନରୁ, ଶାହା ପୁଣି ଗାନ୍ଧୀନଗର ଆସନରୁ ଏଥର ନିର୍ବାଚନ ଲଢିପାରନ୍ତି ।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
କେନ୍ଦୁଝର ଜିଲ୍ଲା ବାଙ୍ଖିଡ଼ି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଛରେ ବାଇକ ପିଟି ହୋଇ ଚାଳକଙ୍କ ମୃତ୍ୟୁ । ମୃତକଙ୍କ ପରିଚୟ ମିଳିପାରିନାହିଁ ।
୪୦ ଟଙ୍କାକୁ ଖସିଲା ଟିକେଟ୍ ମୂଲ୍ୟ
ଯାତ୍ରୀଙ୍କ ପାଇଁ ଖୁସି ଖବର। ବହୁ ଦିନର ଦାବି ପୂରଣ ହୋଇଛି। କୋରୋନା ପରେ ବୃଦ୍ଧି ପାଇଥିବା ପାସେଞ୍ଜର ଟ୍ରେନ୍ ଟିକେଟ୍ ମୂଲ୍ୟକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି। ପାସେଞ୍ଜର ଟ୍ରେନରେ ବ୍ରହ୍ମପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀଙ୍କୁ ପୂର୍ବଭଳି ୪୦ ଟଙ୍କା ଦେବାକୁ ପଡିବ। ଶନିବାର ଠାରୁ ବର୍ଦ୍ଧିତ ଟିକେଟ୍ ମୂଲ୍ୟ ପ୍ରତ୍ୟାହାର କରାଯାଇଥିବା ବ୍ରହ୍ମପୁର ରେଳ ଷ୍ଟେସନ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମା କହିଛନ୍ତି।
ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/odisha-news-ticket-...
ଉତ୍ତରାଖଣ୍ଡ ହଲଦୱାନୀ ହିଂସାର ମାଷ୍ଟର ମାଇଣ୍ଡ ଗିରଫ
ହିଂସାକାଣ୍ଡର ୧୬ ଦିନ ପରେ ଉତ୍ତରାଖଣ୍ଡ ହଲଦୱାନୀ ହିଂସାର ମାଷ୍ଟର ମାଇଣ୍ଡ ଅବଦୁଲ ମଲିକ୍ ଦିଲ୍ଲୀରୁ ଗିରଫ । ଏଥିରେ ୬ ଜଣଙ୍କ ମୃତ୍ୟୁ ଓ ୧୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ ।
ଆଜି ଉପକୂଳରେ ବର୍ଷା ସମ୍ଭାବନା
ରାଜ୍ୟରେ ମେଘୁଆ ପାଗ ସହ ପାରଦ ତଳମୁହାଁ ହୋଇଛି। ଉପକୂଳ ଓଡି଼ଶାର ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ସହ ତିନି ଦିନ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁମଣ୍ତଳରେ ପ୍ରବେଶ କରୁଛି। ତେଣୁ ୪ ଦିନ ରାଜ୍ୟରେ ପାଗ ମେଘୁଆ ରହିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅଧିକ ପଢିବା ନେଇ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/weather/weather-update-imd-pre...
ଭୋର ୪ଟାରେ ଉଠିବ ଲୋକନାଥଙ୍କ ମହାଦୀପ
ପାଖେଇ ଆସୁଛି ଜାଗର। ଶ୍ରୀକ୍ଷେତ୍ର ଅଧିପତି ପ୍ରଭୁ ଲୋକନାଥଙ୍କ ଜାଗର ଯାତ୍ରାର ନୀତି ଚୂଡାନ୍ତ ହୋଇସାରିଛି। ଦିନରେ ଉପବାସ ରହି ରାତିରେ ଅଖଣ୍ତ ଦୀପ ଜାଳିବାକୁ ଲକ୍ଷାଧିକ ଭକ୍ତ ସେହି ପ୍ରତିକ୍ଷିତ ମୂହୁର୍ତ୍ତକୁ ଚାହିଁ ବସି ଥାଆନ୍ତି। ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନ ପାଇଁ ପଙ୍କୋଦ୍ଧାର ଏକାଦଶୀ ଠାରୁ ନେଇ କୃଷ୍ଣପକ୍ଷ ଚତୁଦ୍ଧର୍ଶୀ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।
ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/odisha-news-mahashi...