)
ମହିଳାଙ୍କ କୁର୍ତ୍ତିକୁ ନେଇ ପାକିସ୍ତାନରେ ହଙ୍ଗାମା,କୁର୍ତ୍ତି କାଢିବାକୁ ଜିଦ ଧରିଲେ ଇସଲାମିକ ସଂଗଠନର କର୍ମୀ
ପାକିସ୍ତାନରେ ଜଣେ ମହିଳାଙ୍କ କୁର୍ତ୍ତିକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ମହିଳା ଜଣକ ନିଜ ସ୍ୱାମୀଙ୍କ ସହିତ ରେସ୍ତୋଁରାକୁ ଯାଇଥିବା ବେଳେ ଗୋଟିଏ ସଂଗଠନର କର୍ମୀ ସେଠାରେ ପହଂଚି ତାଙ୍କୁ କୁର୍ତ୍ତି କାଢିବାକୁ ଧମକ ଦେଇଥିଲେ । ସେମାନଙ୍କ ଅଭିଯୋଗ ଥିଲେ ଯେ, କୋରାନ ଆୟତ ଲେଖାଥିବା କୁର୍ତ୍ତି ପିନ୍ଧି ମହିଳା ଇସଲାମର ଅପମାନ କରିଛନ୍ତି । ଅନ୍ୟପକ୍ଷରେ ମହିଳାଙ୍କ କହିବା ଥିଲା ଯେ, କୁର୍ତ୍ତିର କୋରାନ ସହିତ କୌଣସି ସମ୍ପର୍କ ନାହିଁ ଓ ସେଥିରେ ଆରବୀ ଭାଷାରେ କିଛି ଲେଖାଯାଇଛି କିନ୍ତୁ ତାହା କୋରାନର ଆୟାତ ନୁହେଁ । ଅଧିକ ପଢ଼ନ୍ତୁ...
Paytmର ଅଧ୍ୟକ୍ଷ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା
Paytmର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି। ମାର୍ଚ୍ଚ ୧୫ ଡେଡ ଲାଇନ ପୂର୍ବରୁ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...
Top 10 News Headlines: ମ୍ୟାଜିକ କାର୍ଡ ଲଞ୍ଚ କଲେ ନବୀନ, ଦିନଯାକର ୧୦ ବଡ଼ ଖବର। ଚୁଟକୀରେ ପଢି ନିଅନ୍ତୁ ପୂରା ରିପୋର୍ଟ...
Odisha News Live: ଛାତ୍ରଛାତ୍ରୀଙ୍କ ପାଇଁ ମ୍ୟାଜିକ କାର୍ଡ ଲଞ୍ଚ କଲେ ନବୀନ, ମିଳିବ ଏହି ସବୁ ସୁବିଧା
ଏଣିକି ରାଜ୍ୟର ପଛୁଆ ଆର୍ଥିକ ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ କିଣିବାରେ କୌଣସି ସମସ୍ୟା ହେବ ନାହିଁ। ଆଗକୁ ଯୁକ୍ତତିନି ଓ ପିଜିର ସମସ୍ତ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ଯାଜିକ କାର୍ଡ ପ୍ରଦାନ କରାଯିବ । ମାର୍ଚ୍ଚ ୫ରେ ଏ ନେଇ ପଞ୍ଜୀକରଣ ଆରମ୍ଭ ହେବ । ଏହା ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା ଓ ଯାତ୍ରାରେ ରିହାତି ସହ କ୍ଯାରିୟର କାଉନସେଲିଂ ଓ ନିଯୁକ୍ତିରେ ସହାୟକ ହେବ । ଏଥିରେ କାର୍ଡକୁ ସିଲଭର, ଗୋଲ୍ଡ, ପ୍ଲାଟିନମ କାର୍ଡକୁ ଉନ୍ନୀତ କରିବାକୁ ମଧ୍ୟ ସୁଯୋଗ ରହିଛି । ନୂଆ-ଓ ମାଧ୍ୟମରେ ଆୟୋଜିତ କୋ-କରିକୁଲାର ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବା ସହ ସ୍ଵପ୍ନକୁ ସାକାର କରିବାକୁ ବଳ ଯୋଗାଇବ ।
ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ 'ବନ୍ତାରା'ର ଶୁଭାରମ୍ଭ
ଅନନ୍ତ ଅମ୍ବାନୀଙ୍କ ପରିକଳ୍ପନାରେ ପ୍ରସ୍ତୁତ 'ବନ୍ତାରା' ର ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ସଂରକ୍ଷଣ ଉଦ୍ୟମରେ ଏକ ପ୍ରମୁଖ ଯୋଗଦାନକାରୀ ହେବା । ଅଧିକ ପଢ଼ନ୍ତୁ...
Odisha News Live: ବୌଦ୍ଧରେ ତିଆରି ହେଉଛି ବଡ଼ ବଡ଼ ଟନେଲ, ଗଡ଼ିବ ଟ୍ରେନ୍
ବୌଦ୍ଧରେ ନିର୍ମାଣ ହେଉଛି ବଡ଼ ବଡ଼ ଟନେଲ । ବୌଦ୍ଧରୁ ଦଶପଲ୍ଲା ପର୍ଯ୍ୟନ୍ତ ମୋଟ ୭ଟି ଟନେଲ ନିର୍ମାଣ କରାଯାଉଛି । ଆଡେଣିଗଡ଼ଠାରେ ନିର୍ମାଣ ହେଉଛି ସବୁଠାରୁ ବଡ଼ ଟନେଲ । ଏହାର ଲମ୍ବ ୪ କିଲୋମିଟର ରହିଛି । ସେପଟେ ମାର୍ଦ୍ଧଙ୍ଗଠାରେ ନିର୍ମାଣ ହେଉଥିବା ଟନେଲରେ ଉଭୟ ପଟକୁ ରହିଛି ବାଟ । ଜାଣିଲେ ଖୁସି ହେବେ, ବୌଦ୍ଧ ଦେଇ ରେଳ ଚଳାଚଳ ହେବ । ଏଥିପାଇଁ ଇଷ୍ଟକୋଷ୍ଟ ରେଲଓ୍ବେ ଏହି ସବୁ ଟନେଲ ନିର୍ମାଣ କରୁଛି । ଏହି ସମସ୍ତ ଟନେଲ ନିର୍ମାଣ କାମକୁ ସୋସିଆଲ ମିଡିଆରେ ଇଷ୍ଟକୋଷ୍ଟ ରେଳଓ୍ବେ ପକ୍ଷରୁ ସେୟାର କରାଯାଇଛି ।
ନିଯୁକ୍ତି ପର୍ବ: ପୌର ପ୍ରଶାସନରେ ୮୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ଭୁବନେଶ୍ୱର; ମ୍ୟୁନିସିପାଲ ପ୍ରଶାସନ ପରିବର୍ତ୍ତନ ପାଇଁ ଆଜି ଆଉ ଏକ ପଦକ୍ଷେପ ନେଇଛନ୍ତି । ୫ଟି ଅଧିନରେ ଦକ୍ଷତା, ସ୍ୱଚ୍ଛତା ଏବଂ ଗୋଷ୍ଠୀ ଯୋଗଦାନକୁ ବୃଦ୍ଧି କରିବା ପାଇଁ ଆଜି ୮୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୬୧ ଜଣ ଅମିନ ଓ ୨୮ ଜଣ ଅଡିଟର ଅଛନ୍ତି । ବିଭିନ୍ନ ପୃଷ୍ଠ ଭୂମିରୁ ଆସିଥିବା ଯୁବକ ଯୁବତୀମାନଙ୍କୁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ନିଯୁକ୍ତି ପର୍ବ’ରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଅଧିକ ପଢ଼ନ୍ତୁ...
ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଯୁବକଙ୍କ ହାତ ଧରିଲେ ମୁସଲିମ ଯୁବତୀ ସୋନମ୍
Bareilly news: ସୋନମ ସିଦ୍ଧକି ନାମକ ଜଣେ ମୁସଲିମ୍ ଝିଅ ଜଣେ ହିନ୍ଦୁ ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ମୁଁ ଏବଂ ମୋ ସ୍ୱାମୀଙ୍କ ଜୀବନ ବିପଦରେ ଅଛି । ଅଧିକ ପଢ଼ନ୍ତୁ...
ଇଂରାଜୀ ପରେ ଗଣିତ ପ୍ରଶ୍ନପତ୍ର ଲିକ୍! ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ପ୍ରଶ୍ନପତ୍ର
ମାଟ୍ରିକ ପରୀକ୍ଷାରେ ବାରମ୍ୱାର ତ୍ରୁଟି ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପରୀକ୍ଷାରେ ସ୍ୱଚ୍ଛତା ପାଇଁ ଏଆଇ କ୍ୟାମେରାର ସାହାଯ୍ୟ ନିଆଯାଉଛି। ଏଥିପାଇଁ କିଛି ସ୍ଥାନରେ ଶିକକ୍ଷଙ୍କୁ କାର୍ଯ୍ୟାନ୍ତର ମଧ୍ୟ କରାଯାଇଛି। ଏହାରି ଭିତରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଛି। ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର। ଆଜି ଗଣିତ ପରୀକ୍ଷା ଥିବା ବେଳେ ଏହାର କିଛି ପ୍ରଶ୍ନପତ୍ର ଭାଇରାଲ୍ ହେଉଛି। କେନ୍ଦୁଝରରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ଭାଇରାଲ୍ ପ୍ରଶ୍ନପତ୍ରରେ ସେଟ୍- C ଓ D ଲେଖାଯାଇଛି। ଫଳରେ ଏନେଇ ଅଶଙ୍କା ଓ ଦ୍ବନ୍ଦ୍ବ ଅଧିକ ବଢ଼ିଛି।
Odisha News Live: ଭିଡିଓ ଶେୟାର କରି ଭୁଲ କରିଥିବା ସୁପ୍ରିମକୋର୍ଟଙ୍କୁ କହିଲେ ଅରବିନ୍ଦ କେଜ୍ରିୱାଲ
ବିଜେପି ଆଇଟି ସେଲ୍ ଉପରେ ୟୁଟ୍ୟୁବର ଧ୍ରୁବ ରାଠୀ ତିଆରି କରିଥିବା ଗୋଟିଏ ଭିଡିଓକୁ ରି-ଟ୍ୱିଟ କରି ଭୁଲ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ରାଠୀ ପ୍ରସ୍ତୁତ କରିଥିବା ତଥାକଥିତ ‘ସମ୍ମାନହାନୀ’ ଭିଡିଓକୁ କେଜ୍ରିୱାଲ ରି-ଟ୍ୱିଟ କରି ଭୁଲ କରିଥିବା ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଭିଡିଓ ଶେୟାର କରିଥିବାରୁ କେଜ୍ରିୱାଲଙ୍କ ନାଁରେ ଅପରାଧିକ ମାନହାନୀ କେସ୍ ହୋଇଥିଲା। ଏଥିପାଇଁ ତାଙ୍କ ବିରୋଧରେ ଜାରି ହୋଇଥିବା ସମନକୁ ଦିଲ୍ଲୀ ହାଇକୋର୍ଟ କାଏମ ରଖିଥିଲେ। ଏହା ବିରୋଧରେ କେଜ୍ରିୱାଲ ସୁପ୍ରିମକୋର୍ଟ ଯାଇଥିଲେ।
Odisha News Live: ତଟରକ୍ଷୀ ବାହିନୀରେ ମହିଳା ନିଯୁକ୍ତି: ସରକାରଙ୍କୁ ସୁପ୍ରିମ ଅଲ୍ଟିମେଟମ୍
ଭାରତୀୟ ତଟରକ୍ଷୀ ବାହିନୀ ତଥା ଇଣ୍ଡିଆନ୍ କୋଷ୍ଟ ଗାର୍ଡରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତିକୁ ନେଇ ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ମହିଳାମାନଙ୍କୁ ଆପଣ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ନଚେତ ଆମେ ଏଥିପାଇଁ ନିର୍ଦ୍ଦେଶ ଜାରି କରିବୁ ବୋଲି କେନ୍ଦ୍ରକୁ କଡା ଭାଷାରେ କହିଛନ୍ତି ସୁପ୍ରିମକୋର୍ଟ। ସ୍ଥାୟୀ ନିଯୁକ୍ତ ଦାବିରେ ତଟରକ୍ଷୀ ବାହିନୀର ଜଣେ ମହିଳା ଅଧିକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ ପୁଣି ଥରେ କେନ୍ଦ୍ର ଉପରେ ବର୍ଷିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଅଲ୍ଟିମେଟମ୍ ଦେଇଛନ୍ତି। ମହିଳାମାନଙ୍କୁ ଛଡା ଯାଇପାରିବ ନାହିଁ। ଆପଣ ମହିଳାମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ। ନଚେତ ଆମେ ନିର୍ଦ୍ଦେଶ ପାରିତ କରିବୁ ବୋଲି ସିଜେଆଇ କହିଛନ୍ତି।
Odisha News Live: ଆରମ୍ଭ ହେଲା ନୂଆ-ଓ ସ୍କଲାରସିପ୍ ଯୋଜନା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଗଲା ଟଙ୍କା
ଛାତ୍ରଛାତ୍ରୀଙ୍କ ବ୍ଯାଙ୍କ ଖାତାକୁ ଆସିଲା ସ୍କଲାରସିପ ଟଙ୍କା । ଆଜିଠାରୁ ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ନୂଆ-ଓ ସ୍କଲାରସିପ । ଏହି ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ଏହି ଯୋଜନା । ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି । ମାର୍ଚ୍ଚ ୫ ତାରିଖରେ ସମସ୍ତ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇବେ । ସେପଟେ ଖୁବଶୀଘ୍ର ସରକାର ଆଣିବାକୁ ଯାଉଛନ୍ତି ୟୁଥ୍ ବଜେଟ୍ । ରାଜ୍ୟ ବଜେଟର ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ ହେବ । ଯୁବକଙ୍କ ସବୁ ସ୍ଵପ୍ନକୁ ସାକାର କରିବେ ରାଜ୍ୟ ସରକାର ।
Odisha News Live: ସ୍ତ୍ରୀ କାଠ ଫାଳିଆ ମାଡ଼ରେ ସ୍ବାମୀ ମୃତ
କନ୍ଧମାଳ ଜିଲ୍ଲା ଦାରିଙ୍ଗାବଡ଼ି ଥାନା ଅଞ୍ଚଳରେ ସ୍ୱାମୀର କାଠ ଫାଳିଆ ମାଡ଼ରେ ସ୍ତ୍ରୀ ମୃତ। ମିଳିଥିବା ସୂଚନା ଅନୁସାରେ, ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ପଞ୍ଚାୟତ ମାର୍ଦ୍ଧିପଙ୍କା ଛକରେ ଏହି ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ମାଡ଼ରେ ପ୍ରାଣ ହରାଇଥିବା କରିଥିବା ବ୍ୟକ୍ତି ଜଣଙ୍କ ହେଲେ ନେତ୍ର ମାଝି। ନେତ୍ର ଏବଂ ତାଙ୍କ ପତ୍ନୀ ସୁଭନ୍ତୀ ମାଝି ଗତକାଲି ଦାରିଙ୍ଗବାଡି ବଜାରକୁ ଯାଇଥିଲେ। ସେଠାରେ ମଦ ପିଇ ମାତାଲ ଅବସ୍ଥାରେ ଉଭୟ ଘରକୁ ଫେରିଥିଲେ। କୌଣସି କଥାକୁ ନେଉ ଘରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ହଠାତ୍ ସୁଭନ୍ତୀ ରାଗିଯାଇ ଏକ କାଠ ଫାଳିଆରେ ସ୍ଵାମୀକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ନେତ୍ରଙ୍କ ମୃତ୍ୟୁ ଘଟିଥିଲା।
Odisha News Live: ଆମ ହସ୍ପିଟାଲ ଯୋଜନାରେ ୬୭ ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
୧୫ ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ଡାକ୍ତରଖାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଜବୁତ କରିବା ପାଇଁ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ସରକାରଙ୍କ ‘ଆମ ହସ୍ପିଟାଲ’ ଯୋଜନାରେ ଏହି ଚିକିତ୍ସାଳୟ ଲୋକାର୍ପଣ ହୋଇଛି। ଏଥିସହ ସୁବର୍ଣ୍ଣପୁରର ୩୦୦ ଶଯ୍ୟା ବିଶିଷ୍ଟ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଝାରସୁଗୁଡ଼ାରେ ବିଏମ ଆରସି ହୃଦରୋଗ ଚିକିତ୍ସାଳୟର ମଧ୍ୟ ଉଦଘାଟନ ହୋଇଛି। ଆମ ହସ୍ପିଟାଲ ଯୋଜନାର ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଅନୁଗୋଳ ଜିଲ୍ଲାରେ ୬, ବଲାଙ୍ଗୀରର ୫, ଦେବଗଡ଼ର ୧, ସୁବର୍ଣ୍ଣପୁରର ୨, ବାଲେଶ୍ଵରରେ ୮, ଭଦ୍ରକରେ ୪, କଟକରେ ୮, ଯାଜପୁରରେ ୫, ନୟାଗଡ଼ରେ ୩, ପୁରୀରେ ୫, ଖୋର୍ଦ୍ଧାରେ ୭ , ବୌଦ୍ଧରେ ୨, କୋରାପୁଟରେ ୪, ନବରଙ୍ଗପୁରରେ ୩, ଗଜପତିରେ ୨ଟି ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆମ ହସ୍ପିଟାଲ ଯୋଜନାର ପ୍ରଥମ ପର୍ଯ୍ୟାୟର ୭୩ଟି ରୂପାନ୍ତରିତ ଚିକିତ୍ସାଳୟର ଲୋକାର୍ପଣ କରାଯାଇଥିଲା।
Odisha News Live: ପ୍ରେମିକାକୁ ମାରିଦେଲା ପ୍ରେମିକ
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କେନଝିରିଆପାଲି ପଞ୍ଚାୟତ ବଲିପାଲିରେ ଆଜି ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରିଛି ବୀରମହାରାଜପୁରର ପୁଲିସ୍। ମୃତକ ହେଲେ ୨୪ ବର୍ଷୀୟା ମନ୍ଦାକିନୀ ପଟନିଆ। ଘଟଣାସ୍ଥଳରେ ବୀରମହାରାଜପୁର ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ତେବେ ଏହି ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଲିଙ୍ଗ ଦେହୁରୀକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।
Odisha News Live: କପି ଦେଇ ଫସିଗଲେ ପିଅନ
ସିସିଟିଭି,ଏଆଇ ସତ୍ତ୍ୱେ ଚଳିତ ମାଟ୍ରିକ୍ ପରୀକ୍ଷା ବିବାଦଶୂନ୍ୟ ହୋଇପାରିନାହିଁ। ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ତେବେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରୁଛନ୍ତି। ଏ ସବୁ ଭିତରେ ଚର୍ଚ୍ଚାକୁ ଆସିଛନ୍ତି ଭଦ୍ରକାଳୀ ସରକାରୀ ଉଚ୍ଚବିଦ୍ୟାଳୟର ପିଅନ ଚିତ୍ତରଞ୍ଜନ ବେହେରା। ପିଲାଙ୍କୁ କପି ଯୋଗାଉଥିବା ଅଭିଯୋଗରେ ତାଙ୍କୁ ଆଜି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଉଠାଇ ନେଇଛି। ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।
ନୂଆ ଏନ୍ଏସି ଘୋଷଣାର ସାମ୍ବିଧାନିକ ବୈଧତା ନାହିଁ: ପିତାମ୍ବର ଆଚାର୍ଯ୍ୟ
ବିନା କ୍ୟାବିନେଟ୍, ବିନା ବିଧାନସଭା ଓ ବିନା ରାଜ୍ୟପାଳଙ୍କ ଅନୁମୋଦନରେ ରାଜ୍ୟ ସରକାରଙ୍କ ଘୋଷଣା କେବଳ ଏକ ନିର୍ବାଚନୀ ଧୂଆଁବାଣ । ନିର୍ବାଚନ ସମୟରେ ଲୋକମାନଙ୍କୁ ଭ୍ରମ ସୃଷ୍ଟିକାରୀ ଯୋଜନା ଓ ନୂତନ ଯୋଜନାର ଆଳ ଦେଖାଇବା ବିଜେଡିର ପୁରୁଣା ରୋଗ । ନୂଆ ଏନ୍ଏସି କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବରଂ ଲୋକଙ୍କ ଭିତରେ ବିବାଦ କରିବା ହେଉଛି ଉଦ୍ଦେଶ୍ୟ ବୋଲି ପିତାମ୍ବର ଆଚାର୍ଯ୍ୟ କହିଛନ୍ତି । ଅଧିକ ପଢ଼ନ୍ତୁ...
Odisha News Live: ନିତି ଆୟୋଗ ଜାରି କଲା ରିପୋର୍ଟ
ଦେଶରେ ଦାରିଦ୍ର୍ୟର ହାର ହ୍ରାସ ପାଇଛି। ନିତି ଆୟୋଗ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୫ ପ୍ରତିଶତ ତଳେ ରହିଛି ଦାରିଦ୍ର୍ୟ ହାର। ରବିବାର ବିଳମ୍ବିତ ରାତିରେ ନିତି ଆୟୋଗର ସିଇଓ ବି.ବି ଆର ସୁବ୍ରମଣ୍ୟମ ଏହି ରିପୋର୍ଟ ଜାରି କରିଛନ୍ତି। ଯାହା ଦେଶର ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପ ଦିଗରେ ଏକ ଭଲ ଖବର ନିଶ୍ଚୟ। ନିତି ଆୟୋଗ ଦ୍ୱାରା ଘରୋଇ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ ହୋଇଥିଲା । ଯେଉଁଥିରୁ ଜଣାପଡିଛି ଯେ ଉଭୟ ଗାଁ ଏବଂ ସହରରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଘଟିଛି ।
Odisha News Live: ଶାହଜାହାନ ଶେଖକୁ ଗିରଫ କର, କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ
ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ମହିଳାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଅଭିଯୋଗ ଆସିବା ପରେ ଫେରାର ହୋଇଥିବା ତୃଣମୂଳ କଂଗ୍ରେସ ନେତା ଶାହଜାହାନ ଶେଖକୁ ଗିରଫ କରିବାକୁ କାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ତାର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଅଦାଲତ ତା ଗିରଫଦାରୀ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି ଏବଂ ଶେଖଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି କହିଛନ୍ତି। ସନ୍ଦେଶଖାଲି ମାମଲାରେ ଶାହଜାହାନକୁ ପକ୍ଷଭୁକ୍ତ କରିବାକୁ ଇଡି, ସିବିଆଇ ଏବଂ ରାଜ୍ୟ ଗୃହ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Odisha News Live: ରୁଷିଆ ସେନାରେ କାର୍ଯ୍ୟ କରୁଛନ୍ତି ଭାରତୀୟ ? ବୈଦେଶିକ ମନ୍ତ୍ରଣାଳୟ ଦେଲା ଜବାବ
ରୁଷିଆ ସେନାରେ ଭାରତୀୟ କାର୍ଯ୍ୟ କରୁଥିବା ନେଇ ଖବର ପ୍ରଚାର ହେବା ପରେ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ଏକ ପ୍ରେସନୋଟ ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ମିଡ଼ିଆରେ ପ୍ରକାଶ ପାଇଥିବା ମିଥ୍ୟା ଖବରକୁ ଆମେ ଦେଖିଛୁ। ରୁଷିଆ ସେନାରେ କାର୍ଯ୍ୟ କରୁଥିବା ଭାରତୀୟ କାର୍ଯ୍ୟରୁ ମୁକ୍ତି ପାଇଁ ସହାୟତା ଲୋଡିଥିବା ଏଥିରେ କୁହାଯାଇଥିଲା। ତେବେ ଆମେ ପ୍ରତିଟି ସମ୍ବେଦନଶୀଳ ଘଟଣା ନେଇ ରୁଷିଆ ପ୍ରଶାସନ ସହିତ ଆଲୋଚନା କରିଛୁ। ଏହି ପ୍ରସଙ୍ଗକୁ ବୈଦେଶିକ ମନ୍ତ୍ରଣାଳୟ ଗମ୍ଭୀରତାର ସହ ବିଚାର କରୁଛି। ଏହି ପ୍ରସଙ୍ଗକୁ ନୁଆଦିଲ୍ଲୀ ସ୍ଥିତ ରୁଷିଆ ଦୂତାବାସ ସମ୍ମୁଖରେ ଉପସ୍ଥାପନ କରାଯାଇଛି। ଭାରତ ସରକାରଙ୍କ ଏହି ପ୍ରୟାସ ଯୋଗୁ ରୁଷିଆ ସେନାରେ କାର୍ଯ୍ୟ କରୁଥିବା କେତେକ ଭାରତୀୟଙ୍କୁ କାର୍ଯ୍ୟମୁକ୍ତ କରାଯାଇ ସାରିଛି।
ପିଏମ୍ଜି ଛକରେ କଂଗ୍ରେସର ରଣ ହୁଙ୍କାର
୨୪ ବର୍ଷ ହେଲା ଏକ ନିର୍ବାଚିତ ସରକାର ଲୋକଙ୍କ ଦୁଃଖସୁଖ ବୁଝୁ ନଥିବା ଅଭିଯୋଗ ହୋଇଛି। ଦୁର୍ନୀତି ବଢ଼ିଛି, ଆଇନ ଶୃଙ୍ଖଳା ପରିସ୍ଥିତି ଆଘାତ ପାଇଛି। ଲୋକେ ସୁରକ୍ଷିତ ନାହାନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ। ନାରୀ ନିର୍ଯାତନା, ବେକାରୀ ପ୍ରସଙ୍ଗ ବଢ଼ିଥିବା କହିଛି। ଏ ରାଜ୍ୟ ସରକାରଙ୍କୁ ଜନସାଧାରଣ ବହିଷ୍କାର କରିବେ ବୋଲି କହିବା ସହ ପୁଲିସ ବାରିକେଡ୍ ଭାଙ୍ଗିବାକୁ କର୍ମୀମାନେ ଚେଷ୍ଟା କରିଛନ୍ତି। ଆଜି ଲୋକସେବା ଭବନ ଘେରାଉ କରିବା ଲାଗି କଂଗ୍ରେସ ଡାକରା ଦେଇଥିଲା।
Employment News: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଦରମା
Employment News: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP)ରେ ଚାକିରି କରିବାର ଇଚ୍ଛା ରଖିଥିଲେ ବର୍ତ୍ତମାନ ସୁବର୍ଣ୍ଣ ସୁଯୋଗ। ଏସମ୍ପର୍କରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (SAIL) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଅପରେଟର୍ ଏବଂ ଟେକ୍ନିସିଆନ୍ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି । ଅଧିକ ପଢ଼ନ୍ତୁ...
Odisha News Live: ଲୋଭ ପାଇଁ ଗ୍ରାହକ ହରାଇଲେ ୧୧ଲକ୍ଷ ଟଙ୍କା
ଲୋକଙ୍କୁ ବାରମ୍ବାର ସାଇବର ଅପରାଧ ଘଟଣା ବିଷୟରେ ଅବଗତ କରାଇବା ସହିତ ଏଦିଗ ପ୍ରତି ସତର୍କ ରହିବାକୁ କୁହାଯାଉଛି। ଏହା ସତ୍ତ୍ବେ ବି କିଛିଲୋକ ଜାଣି ନପାରି ସାଇବର ଅପରାଧୀ ବିଛାଇଥିବା ଜାଲରେ ଫସି ଯାଉଛନ୍ତି। ନିକଟରେ ଜଣେ ଗ୍ରାହକଙ୍କୁ ସାଇବର ଅପରାଧୀ ଖୁବ ସହଜରେ ଠକି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୧ଲକ୍ଷ ଟଙ୍କା ନେଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉକ୍ତ ଗ୍ରାହକଙ୍କ ପାଖକୁ ହ୍ବାଟସଆପ ଜରିଆରେ ଏକ ମେସେଜ ଆସିଥିଲା। ଏହି ମେସେଜରେ ଦାବି କରାଯାଇଥିଲା କି ଖୁବ ସହଜରେ ଆପଣ ୫୦ଟଙ୍କା ରୋଜଗାର କରି ପାରିବେ। ଏଥିପାଇଁ ଗୁଗୁଲ ମ୍ୟାପରେ ରେଟିଂ ଦେବାକୁ ପଡ଼ିବ। ପ୍ରତ୍ୟେକ ଷ୍ଟକରେ ୫୦ଟଙ୍କାର ପେମେଣ୍ଟ ମିଳିବ।
Odisha News Live: ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଦାସଙ୍କ ପରଲୋକ
ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଦାସଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ। ଖବର ଲେଖାଯିବା ବେଳକୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି।
Top 10 News Headlines:
ଅପରାହ୍ନର ୧୦ ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...
Odisha News Live: TMC ନେତାଙ୍କୁ ଗୁଳିକରି ହତ୍ୟା
ପଶ୍ଚିମବଙ୍ଗର ଜଣେ ତୃଣ ମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା। ଉତ୍ତର ୨୪ ପରଗଣା ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ଜମି ଚୁକ୍ତି ନେଇ ଚାଲିଥିବା କଥାବାର୍ତ୍ତା ମଧ୍ୟରେ ଟିଏମସି ନେତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା କୁହାଯାଉଛି। ସୂଚନା ଅନୁସାରେ, ମୃତ ଟିଏମସି ନେତା ହେଉଛନ୍ତି ୪୯ ବର୍ଷୀୟ ବିଜନ ଦାସ। ସେ ଆଜି ସକାଳେ ଜଣେ ସହକର୍ମୀଙ୍କ ଘରକୁ ଯାଉଥିଲେ। ଏହି ସମୟରେ ଜମି ଚୁକ୍ତି ନେଇ ଚାଲିଥିବା ଏକ ମାମଲା ବାବଦରେ ପଚାରି ବୁଝୁଥିଲେ ବିଜନ ଦାସ। କଥାବାର୍ତ୍ତା ସମୟରେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା।
Odisha News Live: ଡ୍ରାମା ରିହରସଲ୍ ସାରି ଘରକୁ ଫେରୁଥିଲେ; ଗଛରେ ପିଟି ହେଲା ବୋଲେରୋ
କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁର ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିନାହିଁ। ସମସ୍ତେ ମଞ୍ଚ କଳାକାର ବୋଲି ଜଣାଯାଇଛି। ଆହତମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକମାନେ ମହିଳା ବୋଲି ଜଣାଯାଇଛି।
Odisha News Live: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; ପୁଲିସ- କଂଗ୍ରେସ କର୍ମୀ ଧସ୍ତାଧସ୍ତି
୨୪ ବର୍ଷର ବିଫଳ ସରକାର ବିରୋଧରେ ଲୋୟର ପିଏମଜିରେ ଆଜି ଗର୍ଜିଛି ରାଜ୍ୟ କଂଗ୍ରେସ। ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲେ କଂଗ୍ରେସର ଶତାଧିକ କର୍ମୀ। କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପ୍ରଭାରୀ ଅଜୟ କୁମାରଙ୍କ ସମେତ ଦଳର ବିଧାୟକ, ଜିଲ୍ଲା ସଭାପତି ଓ ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ ଭବନରୁ ରାଲିରେ ବାହାରି ଲୋୟର ପିଏମଜିରେ ପହଞ୍ଚିଥିଲେ।
Odisha News Live: ବିଜେଡିରେ ଯୋଗଦେଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର
ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର ଆଜି ଶଙ୍ଖ ଭବନଠାରେ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ସାଂସଦ ଡକ୍ଟର ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ୪ ବିଜେପି କର୍ପୋରେଟରଙ୍କୁ ମାନସ ମଙ୍ଗରାଜ ଏବ ସସ୍ମିତ ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ବିଜେପି କର୍ପୋରେଟରଙ୍କ ଯୋଗଦାନ ଫଳରେ ବିଶେଷକରି ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି ଶ୍ରୀ ମଙ୍ଗରାଜ ଏବଂ ଡଃ ପାତ୍ର କହିଥିଲେ ।
Odisha News Live: IPL 2024: ଧୋନୀଙ୍କ ଅବସର ଓ IPL ବିଜେତାକୁ ନେଇ ଏପରି କହିଲେ ରୈନା
ଆଇପିଏଲ ୨୦୨୪ ପ୍ରଥମ ପର୍ଯ୍ୟାୟ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ମାର୍ଚ୍ଚ ୨୨ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଏହି ଟୁର୍ନାମେଣ୍ଟ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ବର୍ତ୍ତମାନ କେବଳ ଆଇପିଏଲ ୨୦୨୪ର ପ୍ରଥମ ୨୧ଟି ମ୍ୟାଚ୍ ଅର୍ଥାତ୍ ଏପ୍ରିଲ ୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚ୍ ଗୁଡିକ ନେଇ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।
BJD Mishran Parba: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡ଼ିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ବିଜେପି କର୍ପୋରେଟର । ୧୫ରୁ ୨୫ ବର୍ଷ ଧରି କାମ କରିବା ପରେ ଅଣଦେଖା ହେବାରୁ ଶଙ୍ଖ ଧରିବାକୁ ନିଷ୍ପତ୍ତି ନେଲେ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ଯଧାରାରେ ଆକୃଷ୍ଟ ହୋଇ ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନମ୍ବର ୨୦ର କର୍ପୋରେଟର ଥିବା ରଞ୍ଜିତା ବେହେରା ୧୫ ବର୍ଷ ପରେ ବିଜେପି ଛାଡି ବିଜେଡିର ମିଶିଛନ୍ତି । ସେହିପରି ୱାର୍ଡ ନମ୍ବର ୨୧ର କର୍ପୋରେଟର ଡି. କରୁଣାକର ୨୫ ବର୍ଷ ଧରି କାମ କରିବା ପରେ ଅଣଦେଖା ଯୋଗୁଁ ବିଜେଡିର ମିଶିଛନ୍ତି ।
Police Station: ଭୁବନେଶ୍ୱରର ବରମୁଣ୍ଡାଠାରେ ଉଦ୍ଘାଟନ ହେବାକୁ ଥିବା ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ଏକ ଫାଣ୍ଡି ନିର୍ମାଣ କରାଯିବ। ଏଠାରୁ ଯାତାୟାତ କରୁଥିବା ଯାତ୍ରୀଙ୍କ ସୁବିଧା ତଥା ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଉନ୍ନତ କରିବା ଲାଗି ଏହା ସହାୟକ ହେବ। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୮୯ଜଣ ପୁଲିସ କର୍ମଚାରୀ ନିଯୁକ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
Bhadrak News: ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ । ଭଦ୍ରକ ମୁଖ୍ୟ ଚିକିତ୍ସାଳରେ ଉତ୍ତେଜନା । ଆଗରପଡ଼ା ବିରିଡି ଅଞ୍ଚଳର ୨୮ ବର୍ଷୀୟ ମଞ୍ଜୁଲତା ଘଡେଇଙ୍କୁ ଆରଡ଼ି ଛକରେ ଥିବା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ତାଙ୍କୁ ଓଟିରେ ଭର୍ତି କରାଇବା ପରେ ବାହାରକୁ ଆଣିଥିଲେ । ଏହା ପରେ ରାତି ୨ଟା ପର୍ଯ୍ୟନ୍ତ କେହି ଡାକ୍ତର ଓ ନର୍ସ ଶୁଣିନଥିଲେ । ମଞ୍ଜୁଲତାଙ୍କୁ ଯନ୍ତ୍ରଣା ହେଉଥିବା ନେଇ ସ୍ୱାମୀ ବାରମ୍ବାର ଗୁହାରି କରିବା ପରେ କଟକ ନେବାକୁ କହିଥିଲେ ଡାକ୍ତର । ପରେ ରାତି ୨ଟା ୩୦ରେ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିଲା ।
Bharat Tex: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ୍ ଫେବୃୟାରୀ ୨୬ରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ‘ଭାରତ ଟେକ୍ସ’ର ଉଦଘାଟନ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ବସ୍ତ୍ର କ୍ଷେତ୍ରରେ ଜଡିତ ବୈଶ୍ୱିକ ସ୍ତରରେ ଏହା ସବୁଠାରୁ ବଡ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ । ଭାରତ ଟେକ୍ସ ୨୦୨୪ର ଆୟୋଜନ ୨୬ରୁ ୨୯ ଫେବୃୟାରୀ ୨୦୨୪ ପର୍ଯ୍ୟନ୍ତ କରାଯିବ । ପ୍ରଧାନମନ୍ତ୍ରୀଙ୍କ ୫ଏଫ୍ ଭିଜନରୁ ପ୍ରେରିତ ଏହି କାର୍ଯ୍ୟକ୍ରମରେ ଫାଇବର,ଫେବ୍ରିକ୍, ଓ ଫ୍ୟାଶନ ଜରିଆରେ ଜରିଆରେ କୃଷି ଠାରୁ ଆରମ୍ଭ କରି ବିଦେଶରେ ବିଭିନ୍ନ ଦିଗ ଉପରେ ଏକୀକୃତ ଭାବରେ ଧ୍ୟାନ କେନ୍ଦ୍ରିତ କରାଯିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଆଜିର କାର୍ଯ୍ୟକ୍ରମ ବହୁତ ଖାସ୍ ।
President Droupadi Murmu:ଆସନ୍ତା ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସର କଡା ସୁରକ୍ଷା। ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୩୦ ପ୍ଲାଟୁନ ଫୋର୍ସ। ନିରୀକ୍ଷଣ ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର। ୩ଟି କ୍ୱିକ ରେସ୍ପନ୍ସ ଟିମ, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ସୁରକ୍ଷା ଦାୟିତ୍ୱରେ ରହିବେ। ୧୨ ଅତିରିକ୍ତ ଡିସିପି, ୨୫ ଏସିପି, ୪୦ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ। ୧୬୦ ଟ୍ରାଫିକ ଓ ୧୫୦ ହୋମଗାର୍ଡ ନିୟୋଜିତ ହେବେ।
Odisha Crime News: ବଜାରରେ ବିକ୍ରି ହେଉଛି ଗଞ୍ଜେଇ ଚକୋଲେଟ୍ । ହାଇଦ୍ରାବାଦରେ ଏହିପରି ଗଞ୍ଜେଇ ଚକୋଲେଟ ପାନ ଦୋକାନରେ ବିକ୍ରି ହେଉଛି । ପୋଲିସ ଏବେ ଏହି ଗଞ୍ଜେଇ ବେପାରୀକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ଅନନ୍ତ ବାରିକ । ହାଇଦ୍ରାବାଦର ବାଲାନଗର ଅଞ୍ଚଳରୁ ଅନନ୍ତ ବାରିକକୁ ପୋଲିସ ଗିରଫ କରିଛି । ୧୪୦ଟି ଗଞ୍ଜେଇ ଚକୋଲେଟ୍ ପୋଲିସ ଅନନ୍ତଙ୍କ ନିକଟରୁ ଜବତ ହୋଇଛି । ସେହିପରି ଅନ୍ୟ ଜଣେ ବ୍ୟକ୍ତି ସୌମ୍ୟ ମଲ୍ଲିକଙ୍କଠାରୁ ୪ କିଲୋ ଗଞ୍ଜେଇ ଜବତ ହୋଇଛି । କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଗଞ୍ଜେଇ ଚକୋଲେଟ ଆଦୃତ ବୋଲି ଜଣାପଡିଛି । ଯାହା ଚାରମିନାର ଗୋଲ୍ଡ ମୁନାକ୍କା ନାମରେ ପରିଚିତ ।
Country Poverty Rate: ଦେଶରେ ଦାରିଦ୍ର୍ୟର ହାର ହ୍ରାସ ପାଇଛି। ନିତି ଆୟୋଗ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୫ ପ୍ରତିଶତ ତଳେ ରହିଛି ଦାରିଦ୍ର୍ୟ ହାର। ରବିବାର ବିଳମ୍ବିତ ରାତିରେ ନିତି ଆୟୋଗର ସିଇଓ ବି.ବି ଆର ସୁବ୍ରମଣ୍ୟମ ଏହି ରିପୋର୍ଟ ଜାରି କରିଛନ୍ତି। ଯାହା ଦେଶର ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପ ଦିଗରେ ଏକ ଭଲ ଖବର ନିଶ୍ଚୟ। ନିତି ଆୟୋଗ ଦ୍ୱାରା ଘରୋଇ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ ହୋଇଥିଲା । ଯେଉଁଥିରୁ ଜଣାପଡିଛି ଯେ ଉଭୟ ଗାଁ ଏବଂ ସହରରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଘଟିଛି ।
Haryana Murder: ଗତକାଲି ହରିଆଣାର ଜଣେ ନାମୀଦାମୀ ରାଜନେତାଙ୍କର ହତ୍ୟା ହୋଇଥିଲା। ରାଜନେତା ନଫେ ସିଂହ ରାଠୀ ଇଣ୍ଡିଆନ୍ ନେସ୍ନାଲ୍ ଲୋକଦଳର ହରିଆଣା ୟୁନିଟ୍ ସଭାପତି ଥିବା ସହ ପୂର୍ବତନ ବିଧାୟକ ଓ ଜଣେ ଦଳୀୟ କର୍ମୀ ଥିଲେ। ଏବେ ତାଙ୍କ ମୃତ୍ୟୁ ବେଳର ସମସ୍ତ ଘଟଣା କଏଦ ହୋଇଥିବା ସିସିଟିଭି ଫୁଟେଜ୍ ହସ୍ତଗତ ହୋଇଛି। ପୋଲିସ୍ ପ୍ରାଥମିକ ତଦନ୍ତ କରି ଫୁଟେଜ୍ ପାଇଥିବା ବେଳେ ଜାଣିବାକୁ ପାଇଛି ଯେ ଦିଲ୍ଳୀ ନିକଟସ୍ଥ ବାହାଦୁରଗଡ଼ରେ ରାଜନେତା ଜଣକ ତାଙ୍କ ଏସ୍ୟୁଭି ନେଇ ଯାଉଥିଲେ। ସେତିକି ବେଳେ କିଛି ଅଜଣା ବ୍ୟକ୍ତି ଆସି ତାଙ୍କ ଗାଡ଼ିକୁ ଗୁଳି ମାରିଥିବାରୁ ୬୭ ବର୍ଷୀୟ ରାଜନେତାଙ୍କ ମୃତ୍ୟୁ ଘଟିଛି।
Bank Holidays in March 2024: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ମାସରେ ବ୍ୟାଙ୍କ ଛୁଟି ନେଇ ତାଲିକା ପ୍ରକାଶ କରିଛି। ଯଦି ଆପଣଙ୍କର ବ୍ୟାଙ୍କରେ କିଛି କାର୍ଯ୍ୟ ଅଛି, ତେବେ ଏହାକୁ ଜଲଦି ସାରି ଦିଅନ୍ତୁ । ଅଧିକ ପଢନ୍ତୁ...
Gyanvapi mosque: ଜ୍ଞାନବାପୀରେ ଚାଲିବ ହିନ୍ଦୁ ପୂଜାର୍ଚ୍ଚନା। ଆଲ୍ଲହାବାଦ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହାକୁ ସ୍ପଷ୍ଟ କରିଛନ୍ତି। ଏହାଦ୍ୱାରା ବାରଣାସୀ ଜିଲ୍ଲା କୋର୍ଟ ଦେଇଥିବା ରାୟ କାଏମ ରହିଛି। ଉତ୍ତର ପ୍ରଦେଶ ଜ୍ଞାନବାପୀ ତେହଖାନାରେ ହିନ୍ଦୁ ପୂଜାର୍ଚ୍ଚନା ଆଦେଶକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇନ୍ତଜାମିଆ ମସ୍ଜିଦ୍ କମିଟି ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ଆଜି କୋର୍ଟ ଏହାର ଶୁଣାଣି କରି ମୁସଲ୍ମ ପକ୍ଷ ମାମଲାକୁ ଖାରଜ କରିଛନ୍ତି। ଜାନୁୟାରୀ ୩୧ ତାରିଖରେ ବ୍ୟସ ତେହଖାନାରେ ପୂଜାର୍ଚ୍ଚନା ଲାଗି ବାରଣାସୀ ହାଇକୋର୍ଟ ଆଦେଶ ଦେବା ପରେ ସେଠାରେ ହିନ୍ଦୁ ପୂଜାର୍ଚ୍ଚନା ଜାରି ରହିଛି।
ଆଜି ଇଡିରେ ହାଜର ହୋଇପାରନ୍ତି କେଜ୍ରିୱାଲ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ହାଜର ହେବାକୁ ସମନ କରିଥିଲା ଇଡି (ed)। କେଜ୍ରିୱାଲଙ୍କୁ ଏହାକୁ ମିଶାଇ ସପ୍ତମ ଥର ପାଇଁ ସମନ କରିଛି ଇଡି। ହେଲେ ଆଜି ମଧ୍ୟ ସେ ହାଜର ହେବେ ନା ପୂର୍ବ ଭଳି ସମନ ଏଡ଼ାଇବେ ସେନେଇ ସଂଶୟ ଲାଗି ରହିଛି ।
ପ୍ରସୂତୀଙ୍କ ମୃତ୍ୟୁ; ହସ୍ପିଟାଲରେ ଉତ୍ତେଜନା
ଭଦ୍ରକ: ଡାକ୍ତରଙ୍କ ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ । ଗେଲପୁର ସ୍ଥିତ ନୂଆ ମେଡିକାଲରେ ରୋଗୀ ମୃତ୍ୟୁରୁ ଉତ୍ତେଜନା। ଆଗରପଡ଼ା ଥାନା ବିରିଡ଼ି ଗାଁର ପ୍ରସୂତୀ ରାତିରେ ମେଡିକାଲ ଆସିଥିଲେ
ଓଡି଼ଶା ଆସିବେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ
Bill Gates: ଓଡି଼ଶା ଆସିବେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ। ଚଳିତ ମାସ ୨୮ ତାରିଖରେ ଓଡିଶାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେ ଓଡି଼ଶା କୃଷି ଭବନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ସପ୍ତାହ ଆରମ୍ଭରୁ ମିଳିଲା ଖୁସି ଖବର, ୫୦ ହଜାର ତଳକୁ ଖସିଲା ସୁନା ରେଟ୍
Gold Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଶସ୍ତା ହେଲା ସୁନା। ବିବାହ ସିଜିନରେ ଖସିଲା ସୁନା ଦର। ସୁନା ଦରରେ ହ୍ରାସ ଘଟିବା , ଯାହା ଗ୍ରାହକଙ୍କୁ ଏକ ବଡ଼ ଆଶ୍ବସ୍ତି ଦେଇଛି । ଯଦି ଆପଣ ଆଜି ସୁନା-ରୂପା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା-ରୂପା ରେଟ୍।
ପାକିସ୍ତାନରେ କିଏ ଗଢିବ ସରକାର
Pakistan Election 2024: ପାକିସ୍ତାନରେ କିଏ ଗଢିବ ସରକାର । ଏନେଇ ଛକା ପଞ୍ଝା ଲାଗିରହିଥିବା ବେଳେ ପାକିସ୍ତାନ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ଏହା ଏକ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ଅଟେ । ୧୦୦ ସଦସ୍ୟ ବିଶିଷ୍ଟ ସିନେଟ୍ ରାଷ୍ଟ୍ରପତି ନିର୍ବାଚନ କରିବେ। ସୂଚନା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୯ ତାରିଖରେ ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ପାକିସ୍ତାନର ଉପର ଗୃହର ସିନେଟର ଅର୍ଦ୍ଧେକ ସଦସ୍ୟ ସେମାନଙ୍କର ୬ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପରେ ଶୀଘ୍ର ଅବସର ନେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ, ସିନେଟରଙ୍କ ଅବସରର ୨ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୯ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।
ଗ୍ୟାନବାପୀ ମାମଲାର ଆଜି ଆସିବ ରାୟ
ଉତ୍ତର ପ୍ରଦେଶ ଗ୍ୟାନବାପୀ ତେହଖାନାରେ ପୂଜା ରୀତି ନୀତି ପାଇଁ ସୁଯୋଗ ମିଳିବାକୁ ବିରୋଧକରି ଦାଏର ମାମଲାର ଆଜି ଶୁଣାଣି ହେବ। ଏହି ମାମଲା ଆହ୍ଲାବାଦ ହାଇକୋର୍ଟରେ ବିଚାରାଧୀନ ରହିଛି। ଅଞ୍ଜୁମାନ ଇନ୍ତଜାମିଆ ମସ୍ଜିଦ୍ କମିଟି ପକ୍ଷରୁ ଏହି ମାମଲା ଦାୟର କରାଯାଇଛି। ବାରଣାସୀ ଜିଲ୍ଲା କୋର୍ଟ ପୂଜା ପାଇଁ ହିନ୍ଦୁ ସମ୍ପ୍ରଦାୟ ତଥା ଏହାର ପୂର୍ବତନ ମାଲିକ ବ୍ୟାସ ପରିବାରକୁ ଅଧିକାର ଦେବା ପରେ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା।
ପୁଣି ଓଡି଼ଶା ପାଇଁ ଗର୍ବ ଆଣିଲେ ପ୍ରମୋଦ ଭଗତ
Para legend Pramod Bhagat: ପୁଣି ଓଡି଼ଶା ପାଇଁ ଗର୍ବ ଆଣିଲେ ପ୍ରମୋଦ ଭଗତ। ଭାରତୀୟ ପାରା ବ୍ୟାଡମିଣ୍ଟନ ତାରକା ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣପଦକ ଜିତିଛନ୍ତି। ବିଶ୍ୱ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୧୪-୨୧, ୨୧-୧୫, ୨୧-୧୪ରେ ହରାଇଛନ୍ତି । ପ୍ରଥମ ଦୁଇଟି ଗେମ ହାରିବା ପରେ ପ୍ରତ୍ୟାବର୍ତ୍ତନ କରି ପ୍ରମୋଦ ହ୍ୟାଟ୍ରିକ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି । ଏଥିସହ ମୋଟ ୫ ଥର ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି ।
ମନମୁଣ୍ଡାରେ ବନ୍ଦ ପାଳନ
ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ମନମୁଣ୍ଡାକୁ NAC ମାନ୍ୟତା ନ ମିଳିବା ପ୍ରତିବାଦରେ ବନ୍ଦ ପାଳନ। ବନ୍ଦ ଡାକରା ଦେଇଛି ମନମୁଣ୍ଡା କ୍ରିୟାନୁଷ୍ଠାନ କମିଟି।
ଦୁର୍ଘଟଣାରେ୩ ମୃତ, ୪ ଗୁରୁତର
କେନ୍ଦ୍ରାପଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ, ୪ ଗୁରୁତର । ସଦର ଥାନା ଓସ୍ତପୁର ନିକଟରେ ଗଛରେ ପିଟି ହେଲା ବୋଲେରୋ।
ମୃତକ ୩ ଜଣ ଝିଅ; ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆଜି ‘ଆମ ହସ୍ପିଟାଲ’ଯୋଜନାରେ ରୂପାନ୍ତରଣ ହେବ ରାଜ୍ୟର ୬୭ଟି ଡାକ୍ତରଖାନା
Odisha News: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଟି ଜିଲ୍ଲାରେ ୬୭ଟି ସରକାରୀ ଚିକିତ୍ସାଳୟର ରୂପାନ୍ତରୀକରଣ ଅବସ୍ଥାକୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରିବେ। ଏହା ସହ ସୁବର୍ଣ୍ଣପୁର ଜିଲ୍ଲାରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଏବଂ ଝାରସୁଗୁଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ହୃଦ୍ରୋଗ ହସ୍ପିଟାଲ୍ର ଉଦ୍ଘାଟନ କରିବେ। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆଠାରେ ପ୍ରସ୍ତାବିତ ଉପ ଜିଲ୍ଲା ହସ୍ପିଟାଲ୍ ପାଇଁ ଭିତ୍ତିପ୍ରସ୍ତର ପକାଇବେ ମୁଖ୍ୟମନ୍ତ୍ରୀ।
କୁଆଖାଇ ନଦୀ ଶଯ୍ୟାରେ ହଜିଯାଇଥିବା ପ୍ରାଚୀନ ସଭ୍ୟତାର ଚିହ୍ନ
kuakhai River: କୁଆଖାଇ ନଦୀ ଶଯ୍ୟାରୁ ମିଳିଛି ସମୟ ସ୍ରୋତରେ ହଜି ଯାଇଥିବା ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ ଓ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନଙ୍କ ଦ୍ୱାରା କଟକ ସହର ଓ ଏହାର ଆଖପାଖ ଅଂଚଳରେ ଥିବା ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ସମୟରେ ଅନେକ ପ୍ରତ୍ନତାତ୍ତ୍ୱିକ ଅବଶେଷ ଚିହ୍ନଟ ହୋଇଛି। କଟକ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଉତ୍ତମାପୁର ଗ୍ରାମ ବାଲିମଙ୍ଗଳା ଦେବୀପୀଠର ଅନତି ଦୂରରେ ଏକ ଜନବସତି ଗଢି ଉଠିଥିଲା, ଯାହାର ଛାପ ଆଜି ଦେଖିବାକୁ ମିଳୁଛି। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ପ୍ରତିଷ୍ଠାତା ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି, ଏହି ସ୍ଥାନଟି ଉଭୟ ବାରବାଟୀ ଦୁର୍ଗ ଓ ଚୁଡ଼ଙ୍ଗଗଡର ନିକଟତର ହୋଇଥିବାରୁ ଏହାର ଅନେକ ଐତିହାସିକ ଗୁରୁତ୍ୱ ରହିଛି।
ଦେଶରେ ପ୍ରଥମ ଥର ପାଇଁ କୃଷକ ପରିବାରଙ୍କ ମାସିକ ହାରାହାରି ଖର୍ଚ୍ଚ ହାର ହ୍ରାସ
Monthly spend of Farm Families: ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାନ ( ଏନ୍ଏସ୍ଏସ୍ଓ) ର ସଦସ୍ୟ ସର୍ଭେ ଅନୁସାରେ ଦେଶରେ ପ୍ରଥମ ଥର ପାଇଁ କୃଷକ ପରିବାରଙ୍କ ମାସିକ ହାରାହାରି ଖର୍ଚ୍ଚ ହାର ହ୍ରାସ ପାଇଛି। ଗ୍ରାମାଞ୍ଚଳ ଲୋକଙ୍କ ହାରାହାରି ବ୍ୟୟଠାରୁ ବି ଏହା କମିଛି। ରିପୋର୍ଟ ଅନୁସାରେ ଅଗଷ୍ଟରୁ ଜୁଲାଇ ମଧ୍ୟରେ ତଥ୍ୟକୁ ହିସାବ କଲେ କୃଷକ ପରିବାରର ମୁଣ୍ଡପିଛା ଖର୍ଚ୍ଚ ୩୭୦୨ ଟଙ୍କା ଥିବାବେଳେ ଏହି ସମୟରେ ଗ୍ରାମାଞ୍ଚଳ ପରିବାରଙ୍କ ମୁଣ୍ଡପିଛା ହାରାହାରି ବ୍ୟୟ ୩୭୭୩ ଟଙ୍କା ରହିଛି। ପ୍ରଥମଥର ପାଇଁ କୃଷକ ପରିବାରରେ ଏହିପରି ହ୍ରାସ ପରିଲକ୍ଷିତ ହୋଇଛି।
ଆଜି ଲୋକସେବା ଭବନ ଘେରିବ କଂଗ୍ରେସ
Congress : ଆଗକୁ ଆସୁଛି ନିର୍ବଚନ। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରର ବିଫଳତାକୁ ବିରୋଧ କରି ଅସନ୍ତୋଷ ତେଜିବାରେ ଲାଗିଛି। ୨୪ ବର୍ଷ ଶାସନ ପରେ ମଧ୍ୟ ମୌଳିକ ସମସ୍ୟାର ସମାଧାନ ହୋଇପାରୁନି। ତେଣୁ ଆଜି ସକାଳ ୧୧ଟାରେ ରାଜ୍ୟ ସଚିବାଳୟ( ଲୋକସେବା ଭବନ) ଘେରାଉ କରିବ କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକ ଏଭଳି ଚେତାବନୀ ଦେଇଛନ୍ତି। ଏହି ଘେରାଉରେ ହଜାର ହଜାର କଂଗ୍ରେସ କର୍ମୀ ଯୋଗ ଦେବେ। ବିଶାଳ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ଲୋୟର ପିଏମଜି ହୋଇ ଲୋକସେବା ଭବନ ଅଭିମୁଖେ ଯିବେ ବୋଲି ପିସିସି ସଭାପତି କହିଛନ୍ତି।
୯ ତାରିଖରେ ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ
ପ୍ରଧାନମନ୍ତ୍ରୀ ନିର୍ବାଚନରେ ସରକାର ଗଠନ କିଏ କରିବ ସେଥିନେଇ ଛକା ପଞ୍ଝା ଚାଲିଥିବା ବେଳେ ପାକିସ୍ତାନ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ କରାଇବାକୁ ଘୋଷଣା କରିଛନ୍ତି। ଏହିକ୍ରମରେ ୯ ତାରିଖରେ ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହା ଏକ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା। ୧୦୦ ସଦସ୍ୟବିଶିଷ୍ଟ ସିନେଟ୍ ରାଷ୍ଟ୍ରପତି ନିର୍ବାଚନ କରିବେ। ଯେହେତୁ ସିନେଟର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି, ରାଷ୍ଟ୍ରପତି ନିର୍ବାଚନ କରାଇବା ସାମ୍ବିଧାନିକ ଆବଶ୍ୟକତା ହୋଇଛି।
ଆଜି ନୂଆ-ଓ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଛାତ୍ରବୃତ୍ତି ପ୍ରଦାନ କରିବେ
CM to distribute Nua O Scholarships to students of three districts: ଆଜି ନୂଆ-ଓ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଛାତ୍ରବୃତ୍ତି ପ୍ରଦାନ କରିବେ। ଏହିକ୍ରମରେ ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାରେ ସହାୟକ ହେବା ଲାଗି ଏହି ବୃତ୍ତି ପ୍ରଦାନ କରାଯିବ। ନୂଆ -ଓ ଛାତ୍ରବୃତ୍ତି ମାଧ୍ୟମରେ ୟୁଜି ଓ ପିଜି ପାଠ୍ୟକ୍ରମ ପାଇଁ ସାଧାରଣ ବର୍ଗର ଛାତ୍ରଙ୍କୁ ବର୍ଷକୁ ୯ ହଜାର ଏବଂ ଝିଅ ଓ ଟ୍ରାନ୍ସଜେଣ୍ଡରଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯିବ। ସାମ୍ସ ପୋର୍ଟାଲ୍ ମାଧ୍ୟମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିବାକୁ ଯୋଗ୍ୟ ହୋଇଥିଲେ।
କୃଷକଙ୍କ ଆନ୍ଦୋଳନ, ପୁଣିଥରେ ଆରମ୍ଭ କରାଯାଇଛି ଇଣ୍ଟରନେଟ ସେବା
କୃଷକଙ୍କ ଆନ୍ଦୋଳନ କାରଣରୁ ହରିୟାଣାର 7ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ରବିବାର ପୁଣିଥରେ ଆରମ୍ଭ କରାଯାଇଛି । ଇଣ୍ଟରନେଟ ସେବା ବନ୍ଦ କରିବାକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନଥିଲା । ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ୧୩ ଫେବୃଆରୀରୁ କୃଷକମାନେ ଶମ୍ଭୁ ସୀମାରେ ଅଟକି ରହିଛନ୍ତି । କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣାର କେଥଲ, କୁରୁକ୍ଷେତ୍ର, ଅମ୍ବାଲା, ସିର୍ସା, ଫତେହାବାଦ, ଜିନ୍ଦ ଏବଂ ହିସାରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ହରିୟାଣାରେ ଇଣ୍ଟରନେଟ ସେବା କୃଷକଙ୍କ ଆନ୍ଦୋଳନ ସମୟରେ ବନ୍ଦ ହୋଇଯାଇଥିଲା । ହିସାର ଜିଲ୍ଲାରେ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆଶ୍ବସ୍ତି ଦେଖାଦେଇଛି । ଇଣ୍ଟରନେଟ ବନ୍ଦ କାରଣରୁ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
କୋଣାର୍କରେ ଟିକେଟ ନ ମିଳିବାରୁ ମୁଖ୍ୟ ଫାଟକରେ ତାଲା
ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ । ଟିକେଟ କାଉଣ୍ଟରରେ ଟିକେଟ ନମିଳିବାରୁ ମନ୍ଦିର ମୁଖ୍ୟ ଫାଟକରେ ତାଲା ପକାଇଲେ ମନ୍ଦିର କର୍ତ୍ତୃପକ୍ଷ । ଆଜି (ରବିବାର) ଛୁଟିଦିନ ହୋଇଥିବା କାରଣରୁ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ ଲାଗିରହିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଅବହେଳା କାରଣରୁ ଟିକେଟ ସମୟରେ ମିଳିନଥିଲା । ଯାହା ଫଳରେ ଭିଡ଼ ଅଧିକରୁ ଅଧିକ ଜମା ହୋଇଥିବା ଅଭିଯୋଗ କରାଯାଇଛି ।
INLD ର ହରିୟାନାର ମୁଖ୍ୟ ନାଫେ ସିଂ ରାଠିଙ୍କୁ ଗୁଳି କରି ହତ୍ୟା
Haryana INLD Chief: ଇଣ୍ତିଆନ ନ୍ୟାସନାଲ ଲୋକଦଳ (INLD) ର ହରିୟାନାର ମୁଖ୍ୟ ନାଫେ ସିଂ ରାଠିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରବିବାର ସନ୍ଧ୍ୟାରେ କାରରେ ଯାଉଥିବା ସମୟରେ ତାଙ୍କ କାର ଉପରକୁ ପ୍ରାୟ ୪୦ ରାଉଣ୍ଡ ଗୁଳିମାଡ କରାଯାଇଥିବା ସୂଚନା ମିଳିଛି । ଏଥିରେ ନଫେ ସିଂ ରାଠିଙ୍କ ସହ ଜଣେ ଦଳୀୟ କର୍ମୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ନାଫେ ସିଂ ରାଠିଙ୍କୁ ବାହାଦୂରଗଡ଼ଠାରେ ଗୁଳି ଗୁଳି କରି ହତ୍ୟା କରାଯାଇଛି । କିଛି ଦୁର୍ବୃତ୍ତ ଝଜ୍ଜର ଜିଲ୍ଲାରେ ବାହାଦୂରଗଡ଼ର ବରାହି ଫାଟକ ନିକଟରେ ନାଫେ ସିଂ ରାଠିଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ତାଙ୍କର ଜଣା ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ରାଠି କାରର ଆଗ ସିଟ୍ ରେ ବସିଥିଲେ । ତାଙ୍କ ବେକ ଓ ଅଣ୍ଟାରେ ଗୁଳି ବାଜିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ସିଆଇଏ) ଓ ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ)କୁ ଦିଆଯାଇଥିବା ଝଜ୍ଜର ଏସପି ଅର୍ପିତ ଜୈନ କହିଛନ୍ତି ।
ଭୟଙ୍କର ସଡକ ଦୁର୍ଘଟଣା, ଘଟଣାସ୍ଥଳରେ ୯ ମୃତ
ରବିବାର ଦିନ ରାତି ପ୍ରାୟ ୮ଟା ସମୟରେ ବିହାରର କାଇମୁର ଜିଲ୍ଲାର ମୋହାନିଆ ପୋଲିସ ଷ୍ଟେସନ ପରିସରର ଦେବକଲି ଗ୍ରାମ ନିକଟରେ ଜିଟି ରୋଡରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ସମୁଦାୟ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ନିକଟସ୍ଥ ଲୋକଙ୍କ ଭିଡ଼ ଜମିଥିଲା, କିନ୍ତୁ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କେହି ଚାହିଁଲେ ବି ସ୍କର୍ପିଓରୁ କାହାକୁ ବାହାର କରିପାରି ନଥିଲେ। କଣ୍ଟେନରକୁ ଧକ୍କା ଦେବା ପରେ ସ୍କର୍ପିଓ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଓ ସମସ୍ତ ଯାତ୍ରୀ ଏହା ଭିତରେ ଦିବିଯାଇଥିଲେ। ଏହି ସମୟରେ ଜଣେ ବାଇକ ଆରୋହୀଙ୍କ ମଧ୍ୟ ମୃତ୍ୟୁ ଘଟିଛି।ଖବର ଲେଖିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣା ପଡି ନାହିଁ। ମୋହନିୟାଁ ଡିଏସପି ଦିଲୀପ କୁମାର ମଧ୍ୟ ନିଶ୍ଚିତ କରିଛନ୍ତି ଯେ ନଅ ଜଣଙ୍କ ମୃତଦେହ ହସ୍ପିଟାଲକୁ ପଠାଯାଇଛି। ସେଠାରେ ଏକତ୍ରିତ ହୋଇଥିବା ଜନତାଙ୍କ ଅନୁଯାୟୀ ମୃତ ବାଇକ୍ ଡ୍ରାଇଭର ଦେବକଲି ଗାଁର ବୋଲି କୁହାଯାଉଛି।
ଆଜିଠାରୁ WTO ମନ୍ତ୍ରୀସ୍ତରୀୟ ବୈଠକ, ଭାରତ ସମେତ ୧୬୪ଟି ଦେଶର ପ୍ରତିନିଧି ହେବେ ସାମିଲ୍
WTO: ୟୁଏଇର ଆବୁଧାବିରେ ବିଶ୍ବ ବାଣିଜ୍ୟ ସଂଗଠନ (World Trade Organization )ର ଚାରି ଦିନିଆ ମନ୍ତ୍ରୀ ମଣ୍ତଳ ବୈଠକ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତ ସମେତ ୧୬୪ଟି ଦେଶର ପ୍ରତିନିଧି ଏହି ବୈଠକରେ ଯୋଗ ଦେବେ। ଭାରତର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୁସ୍ ଗୋଏଲଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ମଣ୍ତଳ ଏହି ବୈଠକରେ ସାମିଲ ହେବାକୁ ଯାତ୍ରା କରିଛନ୍ତି। ଏହି ମନ୍ତ୍ରୀମଣ୍ତଳ ବୈଠକରେ ଭାରତ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ସ୍ଥାୟୀ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରିବ। ଋଷିଆ-ୟୁକ୍ରେନ୍-ଋଷିଆ ସହ ହମସାର ଯୁଦ୍ଧ ଲାଗି ବିଶ୍ବ ଅର୍ଥନୀତିରେ ଯେଉଁ ବିପର୍ଯ୍ୟୟ ସୃଷ୍ଟି ହେଉଛି।
ଅଧିକ ଖବର ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ : ଆଜିଠାରୁ WTO ମନ୍ତ୍ରୀସ୍ତରୀୟ ବୈଠକ, ଭାରତ ସମେତ ୧୬୪ଟି ଦେଶର ପ୍ରତିନିଧି ହେବେ ସାମିଲ୍
ଆଜି ୧୨ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା
Weather Update: ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରେ ତାପମାତ୍ରା ଢେର୍ ବଢିଛି। ୨୦୨୪ରେ ସୁପର ଏଲ ନିନୋ ଅନୂଭୂତ ହେବା ନେଇ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଚେତାବନୀ ଦେଇଛନ୍ତି। ମାର୍ଚ୍ଚ ରୁ ମେଁ ମାସ ମଧ୍ୟରେ ରାଜ୍ୟ ତଥା ପଡୋଶୀ ରାଜ୍ୟରେ ଅସ୍ବାଭାବିକ ପାଣିପାଗ ସହ ପ୍ରବଳ ଗରମ ଅନୁଭୂତ ହେବ। ଫଳରେ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ବିଗିଡିବା ସମ୍ଭାବନା ରହିଛି। ଏହା ଯୋଗୁଁ କେଉଁଠି ମାତ୍ରାଧିକ ବୃଷ୍ଟି ତ କେଉଁଠି ସ୍ବଳ୍ପ ବୃଷ୍ଟି ହେବ। କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗର ଅଂଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧିକୁ ନେଇ ଏଲ୍ ନିନୋ ବୋଲି କୁହାଯାଏ। ଏଲ୍ ନିନୋ କାରଣରୁ ସମୁଦ୍ର ପୃଷ୍ଠରେ ତାପମାତ୍ରା ସ୍ବାଭାବିକ ଠାରୁ ୪-୫ ଡିଗ୍ରୀ ଅଧିକ ହୋଇଥାଏ। ଏହି ଗରମ ସମୁଦ୍ରରେ ପ୍ରବାହିତ ହେଉଥିବା ପବନର ପଥ ଓ ବେଗକୁ ବଦଳାଇଥାଏ। ଏବଂ ପାଣିପାଗ ଚକ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥାଏ। ୨୦୨୩ରେ ମଧ୍ୟ ଏଲ ନିନୋର ପ୍ରଭାବ ରହିଥିଲା। ଯାହା ଫଳରେ ୨୦୨୩ ସବୁଠୁ ଉତ୍ତପ୍ତ ବର୍ଷ ଥିଲା। ଚଳିତ ବର୍ଷ ରୌଦ୍ର ତାପ ଗତବର୍ଷର ସବୁ ରେକର୍ଡ ଭାଙ୍ଗିବ ବୋଲି ପୂର୍ବାକଳମ ପ୍ରକାଶ ପାଇଛି।
ଅଧିକ ଖବର ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ : Weather Update: ଆଜି ୧୨ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା
ଆଜି ମୋଦି କରିବେ ୨୦୦୦ ରୁ ଅଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ
PM modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ମୂଳଦୁଆ ପକାଇ ଦେଶକୁ ଉତ୍ସର୍ଗ କରିବେ। ରେଳ ଷ୍ଟେସନରେ ବିଶ୍ୱ ସ୍ତରୀୟ ସେବା ଯୋଗାଇବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଗୁରୁତ୍ୱାରୋପ କରିଛନ୍ତି। ଏହି ପ୍ରୟାସର ଏକ ପ୍ରମୁଖ ପଦକ୍ଷେପରେ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ୫୫୩ ରେଳ ଷ୍ଟେସନର ପୁନଃ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ୨୭ଟି ରାଜ୍ୟ ଏବଂ ୟୁନିଅନ୍ ଅଞ୍ଚଳରେ ବ୍ୟାପିଥିବା ଏହି ଷ୍ଟେସନଗୁଡିକ ୧୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ପୁନଃ ନିର୍ମାଣ ହେବ।