)
ଢେଙ୍କାନାଳରେ ଗୁଳିମାଡ, ସୁନା ଦୋକାନୀଙ୍କଠାରୁ ଗହଣା ଓ ଟଙ୍କା ଲୁଟ୍
ଢେଙ୍କାନାଳ: ଜଣେ ସୁନା ଦୋକାନୀଙ୍କୁ ଗୁଳି ମାରି ତାଙ୍କଠାରୁ ସୁନା ଅଳଙ୍କାର ସମେତ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ୍ କରିନେଲେ ଦୁର୍ବୁତ୍ତ । ରାସୋଳ ଥାନା ନିକଟ କଦଳୀପାଳ ଅଞ୍ଚଳରୁ ଏପରି ଲୁଟ୍ ଘଟଣା ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ...
ଲିଙ୍ଗରାଜ ମନ୍ଦିର ନିକଟରେ ଅସଦାଚରଣ ମାମଲା, ନ୍ୟାୟିକ ବ୍ୟବସ୍ଥାକୁ ବିଦେଶିନୀଙ୍କ ପ୍ରଶଂସା
ଭୁବନେଶ୍ୱର: ଜଣେ ସ୍ୱିଡେନ ଯୁବତୀ ଲିଙ୍ଗରାଜ ମନ୍ଦିର ବୁଲି ଆସିଥିବା ସମୟରେ ଅସଦାଚରଣର ଶିକାର ହୋଇଥିଲେ । ୪ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ଏବଂ ସପ୍ତାହେ ମଧ୍ୟରେ ଘଟଣାର ଶୁଣାଣି ହୋଇଥିବାରୁ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ଅସଦାଚରଣର ଶିକାର ହୋଇଥିବା ଯୁବତୀ । ସିଆରପିସି ଧାରା ୧୬୪ ଅନୁସାରେ ଯୁବତୀଙ୍କ ବୟାନ ରେକର୍ଡ ହୋଇଥିଲା । ଭୁବନେଶ୍ୱର ଜେଏମଏଫସି ୱାନ୍ କୋର୍ଟରେ ଶୁଣାଣି ଶେଷ କାର୍ଯ୍ୟ ଶେଷ ହୋଇଛି । ଆଜି ସନ୍ଧ୍ୟାରେ ସ୍ୱିଡେନକୁ ଯୁବତୀ ଜଣକ ଫେରିଥିବା ଖବର ମିଳିଛି । ଅଧିକ ପଢ଼ନ୍ତୁ...
Odisha News Live: ରାଜନୀତିରେ ପ୍ରବେଶକୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା
ରାଜନୀତି କ୍ଷେତ୍ରକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱତ ସବୁବେଳେ ମନଖୋଲି ଆଲୋଚନା କରି ଥାଆନ୍ତି। ତେବେ ଆଜି ନହେଲେ କାଲି କଙ୍ଗନା ନିଶ୍ଚୟ ରାଜନୀତିକୁ ଓହ୍ଲାଇବେ ବୋଲି ଖବର ସବୁବେଳେ ଚର୍ଚ୍ଚାରେ ରହିଛି। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ କଙ୍ଗନାଙ୍କୁ ଗଣମାଧ୍ୟମ ରାଜନୀତି ବିଷୟରେ କିଛି ପ୍ରଶ୍ନ କରିଥିଲା। ଏହି ପ୍ରଶ୍ନର ଉତ୍ତର କଙ୍ଗନା ହସିହସି ଦେଇ କହିଥିଲେ, ‘ମୁଁ ଆଗାମୀ ଦିନରେ ନିର୍ବାଚନ ଲଢ଼ିବି ନା ନାହିଁ ସେ ବିଷୟରେ ଏବେ ଆପଣମାନଙ୍କୁ କିଛି କହି ପାରିବି ନାହିଁ। ଜଣେ ଆସନରେ ଥାଇ ଯେତିକି କରି ପାରୁଛି ମୁଁ ତାଠାରୁ ଅଧିକ ଦେଶ ପାଇଁ କରିଛି। ଏହା ମୁଁ କହୁ ନାହିଁ ଆପଣମାନେ ଲୋକଙ୍କୁ ପଚାରି ପାରିବେ।
Odisha News Live: ଚେନ୍ନାଇର ମସଜିଦ ଭାଙ୍ଗିବା ଆଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖି ତାମିଲନାଡୁର ଚେନ୍ନାଇର କୋୟମ୍ବେଡୁଠାରେ ଥିବା ଏକ ମସଜିଦ ଏବଂ ମଦ୍ରାସାକୁ ଭଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବେଆଇନ ଭାବେ ନିର୍ମିତ ହୋଇଛି। ଏହାକୁ କେବେ ମଧ୍ୟ ସ୍ବୀକୃତି ମିଳିବ ନାହିଁ ବୋଲି ଶୀର୍ଷ କୋର୍ଟ କହିଛନ୍ତି।
ବିଚାରପତି ସୂର୍ଯ୍ୟକାନ୍ତ ଏବଂ କେଭି ବିଶ୍ବନାଥନଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ୨୦୨୩ ନଭେମ୍ବର ୨୨ରେ ମାଡ୍ରାସ ହାଇକୋର୍ଟ ଦ୍ବାରା ପ୍ରଦାନ କରାଯାଇଥିବା ରାୟ ବିରୋଧରେ ହୋଇଥିବା ଆବେଦନର ବିଚାର କରି ଏଭଳି କହିଛନ୍ତି।
Odisha News Live: କଳିଙ୍ଗାଘାଟିରେ କାର୍ ସହ ବାଇକ୍ ମୁହାଁମୁହିଁ ଧକ୍କା
କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିରେ ମଙ୍ଗଳବାର ଅପରାହ୍ନରେ କାର ଏବଂ ବାଇକ୍ ମୁଁହାମୁଁହି ଧକ୍କା ହୋଇଛି। ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ହେଲେ ରଞ୍ଜନ କଁହର।
ଗର୍ଭ ଯନ୍ତ୍ରଣାରେ ରାସ୍ତାକଡରେ ଛଟପଟ ହେଉଥିଲେ ମହିଳା, ଜଣେ ନର୍ସଙ୍କ ଦୃଷ୍ଟି ପଡିବା ପରେ...
Greater Noida: ରାସ୍ତା କଡ଼ରେ ଜଣେ ମହିଳା ପ୍ରସବ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସେହି ସମୟରେ ତାଙ୍କ ସ୍ୱାମୀ ଲୋକଙ୍କ ସାହାଯ୍ୟ ପାଇଁ ନିବେଦନ କରୁଥିଲେ । କିନ୍ତୁ କଥାରେ ଅଛି ଅରକ୍ଷିତକୁ ଦଇବ ସାହା... ଜଣେ ନର୍ସ ସେହି ରାସ୍ତାରେ ଯିବା ସମୟରେ ତାଙ୍କର ଦୃଷ୍ଟି ପଡିଥିଲା । ସେ ତାଙ୍କ ସହଯୋଗୀ ନର୍ସଙ୍କୁ ଏ ସମ୍ପର୍କରେ ଜଣାଇବା ସହ ମହିଳାଙ୍କର ସାଧାରଣ ଭାବରେ ପ୍ରସବ କରାଇଲେ । ବର୍ତ୍ତମାନ ଉଭୟ ମହିଳା ଏବଂ ନବଜାତ ଶିଶୁ ସୁସ୍ଥ ଅଛନ୍ତି । ଅଧିକ ପଢ଼ନ୍ତୁ...
Odisha News Live: ଚିନ୍ତା ବଢ଼ାଇଛି କଳା ବାଘ ସଂଖ୍ୟା ବୃଦ୍ଧି
ଦୁଇ ବର୍ଷରେ ରାଜ୍ୟରେ ୫୦ ପ୍ରତିଶତ ବଢ଼ିଛି ମହାବଳ ବାଘଙ୍କ ସଂଖ୍ୟା। ରାଜ୍ୟ ସରକାରଙ୍କ ନିଜସ୍ୱ ପ୍ରଥମ ବାଘ ଗଣନା ରିପୋର୍ଟରୁ ମିଳିଛି ଏମିତି ତଥ୍ୟ। ଅନ୍ୟପକ୍ଷରେ ରାଜ୍ୟରେ ବାଘ ସଂଖ୍ୟା ବଢ଼ିଥିଲେ ବି ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ଶିମିଳିପାଳର ମେଲାନିଷ୍ଟିକ୍ ଟାଇଗର ବା କଳା ବାଘଙ୍କ ବଂଶବୃଦ୍ଧି। ୨୦୨୨ରେ ଶିମିଳିପାଳରେ ୧୦ଟି କଳା ବାଘ ଥିଲେ। ଏବେ ଏହି ସଂଖ୍ୟା ୧୩କୁ ବଢ଼ିଛି। ଇନ୍ ବ୍ରିଡିଂ ବା ସମବଂଶୀଙ୍କ ମଧ୍ୟରେ ମେଟିଂ ଫଳରେ ଜିନ୍ଗତ ସମସ୍ୟାରୁ କଳାବାଘଙ୍କ ସଂଖ୍ୟା ବଢ଼ୁଛି। ୧୦ ବର୍ଷ ତଳେ ଶିମିଳିପାଳରେ ମୋଟ ମହାବଳ ବାଘରୁ କଳା ବାଘଙ୍କ ସଂଖ୍ୟା ମାତ୍ର ୧୫ ପ୍ରତିଶତରେ ସୀମିତ ଥିଲା ବେଳେ ଏବେ ଏହା ୪୦ ପ୍ରତିଶତରେ ପହଞ୍ଚିଲାଣି।
Odisha News Live: ବାରବାଟୀ ଷ୍ଟାଡିୟମ୍ ନବକଳେବର ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଐତିହାସିକ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଷ୍ଟାଡିୟମକୁ ନୂଆ ରୂପରେ ଗଢ଼ି ତୋଳିବା ସହ ବାରବାଟୀରେ ଅତ୍ୟାଧୁନିକ ସୁବିଧା-ସୁଯୋଗ ଏବଂ ଷ୍ଟାଡିୟମର କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏଠାରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଅତ୍ୟାଧୁନିକ ଜିମ୍ ସେଣ୍ଟର, ମଲ୍, ଅଫିସ୍, ଷ୍ଟାର ହୋଟେଲ ଆଦି ସୁବିଧା ରହିବ। ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିକଶିତ କରାଯିବ।
Odisha News Live: ନିର୍ବାଚନ ପୂର୍ବରୁ ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ବଡ଼ ଧରଣ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ବଦଳି ନିୟମକୁ କଡ଼ାକଡ଼ି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେବା ପରେ ରାଜ୍ୟର ଓଏଏସ ସ୍ତରରେ ବଦଳି କରିଛନ୍ତି। ବିଡିଓ, ତହସିଲଦାର, ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ ଆଦି ଭାବେ କାର୍ଯ୍ୟରତ ମୋଟ ୧୫୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି ହୋଇଛି। ଗତକାଲି ୨୨ଜଣ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଥିଲା ।
Odisha News Live: ବାରବାଟୀ ଷ୍ଟାଡିୟମର ନବୀକରଣ ପ୍ରକଳ୍ପର ଶିଳାନ୍ୟାସ
କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଜ୍ୟର ବିଭିନ୍ନ ଜିଲାରେ ହେବାକୁଥିବା ଥିବା ୪୧ଟି କ୍ରିକେଟ ଏକାଡେମୀର ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ବୁଧବାର ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାରବାଟୀ ଷ୍ଟାଡିୟମକୁ ୱାଲର୍ଡ କ୍ଲାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ନବୀକରଣ କାର୍ଯ୍ୟ ବେଳେ ବାରବାଟୀ ଷ୍ଟାଡିୟମର ମୌଳିକତା ଅକ୍ଷୁର୍ଣ୍ଣ ରହିବ ବୋଲି ମଧ୍ୟ ଆଜି ଘୋଷଣା କରାଯାଇଛି। ଶିଳାନ୍ୟାସ ଉତ୍ସବରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ଏକ୍ସ ଇଣ୍ଡିଆନ କ୍ରିକେଟର ଇରଫାନ ପଠାନ ଏବଂ ଆଇପିଏଲ ଅଧ୍ୟକ୍ଷ ଉପସ୍ଥିତ ଥିଲେ।
Odisha News Live: ଏଣିକି ପ୍ରତିବର୍ଷ ହେବ ବାଘ ଗଣନା:ପିସିସିଏଫ୍
ଏଣିକି ରାଜ୍ୟରେ ପ୍ରତିବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ସୂଚନା ଅନୁସାରେ, ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭ ଥିବାକୁ ଭୁଲ୍ ଦର୍ଶାଇ ଓଡ଼ିଶା ସରକାର ପ୍ରଥମଥର ପାଇଁ ନିଜସ୍ୱ ବାଘ ଗଣନା କରିଥିଲେ । ଯାହାର ରିପୋର୍ଟ ଗତକାଲି ପ୍ରକାଶ ପାଇଛି । ୨୦୨୨ ମସିହା ବାଘ ଗଣନା ରିପୋର୍ଟକୁ ଏବେର ରିପୋର୍ଟ ସହ ତୁଳନା କଲେ ମହାବଳ ବାଘ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ ବଢ଼ିଛି ।ଗତକାଲି ପ୍ରକାଶ ପାଇଥିବା ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡ଼ିଛି। ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି ।
Mission Shakti: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା!
Mission Shakti Loan: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରାୟ ୭୦ ଲକ୍ଷ ସୟଂ ସହାୟକ ଗୋଷ୍ଠିର ମା’ମାନଙ୍କ ପାଇଁ ସ୍ୱତନ୍ତ୍ର ଋଣ ବ୍ୟବସ୍ଥା କରିଛନ୍ତି । ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତିର ମହିଳାଙ୍କୁ ଋଣ ପ୍ରଦାନ କରାଯିବ । ଏଥିସହିତ ମିଶନ ଶକ୍ତି ମା’ ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ସହ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ ଆଜି କରାଯାଇଛି । ଅଧିକ ପଢ଼ନ୍ତୁ...
Odisha News Live: ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳର ଥିରୁଅନନ୍ତପୁରମଠାରେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର (ଭିଏସ୍ଏସସି) ପରିଦର୍ଶନ କରି ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରର ଏସଏଲଭି ଇଣ୍ଟିଗ୍ରେସନ୍ ଫାସିଲିଟି (ପିଆଇଏଫ୍), ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରୋପଲସନ୍ କମ୍ପ୍ଲେକ୍ସରେ ନୂତନ 'ସେମି-କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ ଷ୍ଟେଜ୍ ଟେଷ୍ଟ୍ ଫାସିଲିଟି'; ଏବଂ ଥିରୁଅନନ୍ତପୁରମର ଭିଏସ୍ଏସସି ଠାରେ 'ଟ୍ରାଇସୋନିକ୍ ୱିଣ୍ଡ ଟନେଲ୍' ଅନ୍ତର୍ଭୁକ୍ତ। ଶ୍ରୀ ମୋଦୀ ଗଗନଯାନ ମିଶନର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ୪ ଜଣ ମହାକାଶଚାରୀଙ୍କୁ 'ମହାକାଶଚାରୀ ୱିଙ୍ଗ୍ ' ପ୍ରଦାନ କରିଥିଲେ। ଏଥିରେ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର, ଗ୍ରୁପ୍ କ୍ୟାପଟେନ୍ ଅଜିତ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପ୍ଟେନ୍ ଅଙ୍ଗଦ ପ୍ରତାପ ଓ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଳା ରହିଛନ୍ତି।
Odisha News Live: ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହେବ ସିଏଏ !
ନାଗରିକତା ସଂଶୋଧନ ଆଇନ (ସିଏଏ) ମାର୍ଚ୍ଚ ପ୍ରଥମ ସପ୍ତାହରୁ ଲାଗୁ ହେବାର । ସରକାରୀ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଏନଡିଟିଭି ରିପୋର୍ଟ କରିଛି ଯେ ଆସନ୍ତା ମାସ ପ୍ରଥମ ସପ୍ତାହରେ ସିଏଏର ନିୟମ ଲାଗୁ ହୋଇପାରେ। ଏନଡିଟିଭି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ପ୍ରଥମ ସପ୍ତାହ କିମ୍ବା ଏହାର ପରଦିନ ସିଏଏର ନିୟମ ଲାଗୁ ହେବ, ନିୟମ ଲାଗୁ ହେବା ମାତ୍ରେ ସିଏଏ ଆଇନ କାର୍ଯ୍ୟକାରୀ ହେବ।
ବିଜାପୁରରେ ଏନକାଉଣ୍ଟର, ୪ ନକ୍ସଲ ନିହତ
Encounter News: ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୪ ନକ୍ସଲ ନିହତ ହୋଇଛନ୍ତି । ମିର୍ତୁର ଥାନାଠାରୁ ମାତ୍ର ୧୪ କିମି ଦୂରରେ ଥିବା ପୋମରା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। ଅଧିକ ପଢ଼ନ୍ତୁ...
Odisha News Live: ବିଭ୍ରାନ୍ତିକର ବିଜ୍ଞାପନ ନେଇ ପତଞ୍ଜଳିକୁ ନୋଟିସ୍
ପତଞ୍ଜଳିକୁ ସୁପ୍ରିମକୋର୍ଟଙ୍କ ଝଟକା। ଅବମାନନା ନୋଟିସ ଦେଲେ ସୁପ୍ରିମକୋର୍ଟ। ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ନୋଟିସ୍। ପତଞ୍ଜଳି ଆୟୁର୍ବେଦ ଏବଂ ଏମଡିଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ। ସୂଚନା ଅନୁଯାୟୀ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡାକ୍ତରୀ ଉତ୍ପାଦର ପ୍ରଚାର କରିପାରିବନି ପତଞ୍ଜଳି। ଆଇଏମଏର ଅଭିଯୋଗ ପରେ ପତଞ୍ଜଳିକୁ ସମାଲୋଚନା କରାଯାଇଛି। ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠଙ୍କ ଦ୍ୱାରା ଏହି ଶୁଣାଣି କରାଯାଇଥିଲା। ଔଷଧ ସଂପର୍କିତ ସବୁ ବିଜ୍ଞାପନକୁ ତୁରନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଶ୍ବାସ, ମଧୁମେହ ସଂପର୍କିତ ରୋଗ ଭଲ ହେବାନେଇ କମ୍ପାନୀ ଦେଇଥିଲା ଭ୍ରମାତ୍ମକ ତଥ୍ୟ। ନଭେମ୍ବର ୨୦୨୩ରେ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା IMA।
Odisha News Live: ବିଜେପି ଛାଡ଼ି ବିଜେଡିରେ ମିଶିଲେ ୧୬ ସମିତିସଭ୍ୟ
ଆକର୍ଷିତ କରୁଛି ବିକାଶମୁଳକ କାର୍ଯ୍ଯ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ଯକ୍ତିତ୍ବ। ବିଭିନ୍ନ ଦଳ ଛାଡ଼ି ବିଜେଡ଼ି ମୁହାଁ ନେତା। ବିଜେପି ଛାଡି ବିଜେଡିରେ ମିଶିଛନ୍ତି ଭବାନୀପାଟଣା ଅଧ୍ଯକ୍ଷ ପ୍ରଫୁଲ୍ଲ କୁମାର ସାହୁ ଓ ଉପାଧ୍ଯକ୍ଷ ପୁଷ୍ପାଞ୍ଜଳି ସାହୁ। ଅଧ୍ଯକ୍ଷ ଓ ଉପାଧ୍ଯକ୍ଷଙ୍କ ସହ ୧୬ ଜଣ ସମିତିସଭ୍ୟ ମଧ୍ୟ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ମିଶ୍ରଣ ଫଳରେ ଭବାନୀପାଟଣାରେ ଦଳ ଆହୁରି ମଜଭୁତ ହେବ ବୋଲି ଜିଲା ପର୍ଯ୍ୟବେକ୍ଷକ କହିଛନ୍ତି।
Odisha News Live: ପଥରରେ ଛେଚି ବାପାଙ୍କୁ ହତ୍ୟା କଲା ପୁଅ
ପଥରରେ ଛେଚି ବାପାକୁ ମାରିଲା ପୁଅ। ଏଭଳି ଏକ ଘଟଣା ଏବେ ସମ୍ବଲପୁର ସହର ସଦର ଥାନା ଅନ୍ତର୍ଗତ ଘେନୁପାଲିରେ ଘଟିଛି। ଗତକାଲି ରାତି ୧୧ ପାଖାପାଖି ଘେନୁପାଲି ଅଞ୍ଚଳରେ ବାପା ଲିଙ୍ଗରାଜ କୁମୁରା ଓ ପୁଅ ଆଦିତ୍ୟ କୁମୁରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଆଦିତ୍ୟ ବାପା ଲିଙ୍ଗରାଜକୁ ପଥର ଓ ଇଟାରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ମୃତ ଲିଙ୍ଗରାଜର ଭଉଣୀ ଏ ବାବଦରେ ପୋଲିସକୁ ଖବର ଦେଇଥିଲା। ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୁଅ ଆଦିତ୍ୟକୁ ଅଟକ ରଖିଥିବା ବେଳେ ମୃତ ଲିଙ୍ଗରାଜର ଶବକୁ ବ୍ୟବଛେଦ ପାଇଁ ହସ୍ପିଟାଲ ପଠାଇଥିବା ସୂଚନା ରହିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
Odisha News Live: କର୍ଣ୍ଣାଟକରେ କ୍ରସ ଭୋଟିଂ
ରାଜ୍ୟସଭା ନିର୍ବାଚନରେ କର୍ଣ୍ଣାଟକରେ କ୍ରସ ଭୋଟିଂ ହୋଇଛି। ରାଜ୍ୟରେ କୁମାରସ୍ବାମୀଙ୍କ ୧୨ରୁ ୧୩ ବିଧାୟକ କଂଗ୍ରେସରେ ଯୋଗ ଦେବାକୁ ପ୍ରସ୍ତୁତ ରହିଥିବା ରାଜନୈତିକସ୍ତରରେ ଚର୍ଚ୍ଚା ହେଉଛି। ତେବେ ବିଜେପି ବିଧାୟକ ଅରବିନ୍ଦ ବେଲାଡ ଏନଡିଏ ମେଣ୍ଟର ୨ ପ୍ରାର୍ଥୀଙ୍କ ବିଜୟ ନେଇ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟସଭାର ୪ ଆସନ ପାଇଁ କ୍ରସଭୋଟିଂ ହୋଇଥିବା କଂଗ୍ରେସ କହିଛି। ଏହା ଦ୍ବାରା କଂଗ୍ରେସ ସହଜ ସ୍ଥିତିରେ ରହିବ ବୋଲି କୁହା ଯାଉଛି।
Odisha News Live: ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧ ରୋକିବାରେ ଅସଫଳ: ପରିବର୍ତ୍ତନ ଦାବି ଉଠାଇଲା ଭାରତ
ଭାରତ ପୁଣି ଥରେ ଜାତିସଂଘ ସୁରକ୍ଷା ପରିଷଦରେ ସାମ୍ପ୍ରତିକ ବିଶ୍ବ ସ୍ଥିତି ନେଇ ପ୍ରଶ୍ନ ଉଠାଇଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧ ରୋକିବାରେ ଅସଫଳ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦ ରୁଷିଆ-ୟୁକେନ ଯୁଦ୍ଧ ରୋକିବାରେ କାହିଁକି ଅସଫଳ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହିତ ସେ ସୁରକ୍ଷା ପରିଷଦରେ ପରିବର୍ତ୍ତନ ଦାବି କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ପୁରୁଣା ବ୍ୟବସ୍ଥା ଆଉ ଚଳିବନି ବୋଲି ସେ କହିଛନ୍ତି। ଜାତିସଂଘ ଜେନେରାଲ ଆସେମ୍ବ୍ଲିର ବୈଠକରେ ରୁଚିରା ଏହି ପ୍ରଶ୍ନ ଉଠାଇଛନ୍ତି।
Odisha News Live: ଅଷ୍ଟମ ଥର ପାଇଁ ସମନ କଲା ଇଡ଼ି
ଦିଲ୍ଲୀ ମଦ ଆଇନ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାରେ ନାଁ ଧରୁନାହିଁ। ଏହି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ସମନ ଜାରି କରିଛି। ଆସନ୍ତା ୪ ତାରିଖରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ତଦନ୍ତକାରୀ ସଂସ୍ଥାରେ ହାଜର ହେବାକୁ କୁହାଯାଇଛି। ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଅଷ୍ଟମ ଥର ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆପ ମୁଖ୍ୟଙ୍କୁ ଏହା ପୂର୍ବରୁ ୭ ଥର ସମନ ଜାରି ହୋଇଥିଲେ ମଧ୍ୟ ଇଡିରେ ହାଜର ହୋଇ ନାହାନ୍ତି।
Sahara Refund: ପୋଟାର୍ଲରେ ଆବେଦନ ପରେ ବି ମିଳିନି କି ଟଙ୍କା ? ତାହେଲେ କରନ୍ତୁ ଏହି କାମ...
Sahara India: ଯଦି ଆପଣ ଜଣେ ସାହାରା ଇଣ୍ଡିଆର ନିବେଶକାରୀ ଏବଂ ପୋର୍ଟାଲରେ ଆବେଦନ କରିବା ପରେ ମଧ୍ୟ ଟଙ୍କା ଫେରସ୍ତ ପାଇ ନାହାଁନ୍ତି ତେବେ ବର୍ତ୍ତମାନ କଣ କରିବାକୁ ପଡିବ ଆସନ୍ତୁ ଜାଣିବା… ଅଧିକ ପଢ଼ନ୍ତୁ
Top 10 News Today:
ପରାହ୍ନର ୧୦ ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...
Odisha News Live: ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି
୪ ଦିନିଆ ଗସ୍ତରେ ରାଷ୍ଟ୍ରପତି ମାଡାମ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା କାଲି ଠାରୁ ରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରୁଟ ଲାଇନଠାରୁ ଆରମ୍ଭ କରି କାରକେଡ, ଟ୍ରାଫିକ ଓ ପାକିଂ ପାଇଁ ବ୍ୟବସ୍ଥା ହୋଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେହିପରି ୨୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ ତମ ସମାଵର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସନ୍ଧ୍ୟା ୫ଟା ୨୫ରେ ଆରମ୍ଭ ହେବ କାର୍ଯ୍ୟକ୍ରମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କୁଳଧିପତି ତଥା ରାଜ୍ୟପାଳ ରଘୁବର ଦାସ ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରିବେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ଓ ହିଣ୍ଡାଲକୋର ପରିଚାଳନା ନିର୍ଦେଶକ ସତୀଶ ସମ୍ମାନସୂଚକ ଡ଼କ୍ଟରେଟ ଉପାଧିରେ ସମ୍ମାନିତ ହେବେ।
Odisha News Live: ଅଷ୍ଟମ ଥର ପାଇଁ କେଜ୍ରିୱାଲଙ୍କୁ ସମନ ଜାରି କଲା
ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଆସିଛି ସମନ। ଦିଲ୍ଲୀ ଅବକାରୀ ନୀତିରେ ଘୋଟାଲା ମାମଲାରେ ଜେରା ପାଇଁ ଇଡି କେଜ୍ରିୱାଲଙ୍କୁ ସମନ ପଠାଇଛି। ଏହାକୁ ମିଶାଇ ଇଡି ଆଠ ଥର ସମନ ପଠାଇଲାଣି। ଆସନ୍ତା ମାର୍ଚ୍ଚ ୪ରେ ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ପଚରାଉଚରା କରାଯିବ, କାର୍ଯ୍ୟାଳୟରେ ଆସି ହାଜର ହେବା ପାଇଁ କେଜ୍ରିୱାଲଙ୍କୁ ସମନ କରିଛି ତଦନ୍ତକାରୀ ସଂସ୍ଥା କହିଛି। ଏହା ପୂର୍ବରୁ କେଜ୍ରିୱାଲ ଇଡିର ସାତୋଟି ଡାକରାକୁ ଏଡ଼ାଇ ସାରିଲେଣି। ପ୍ରଥମଟି ଗତ ବର୍ଷ ନଭେମ୍ବର ୨ରେ ପଠା ଯାଇଥିଲା। ପ୍ରତ୍ୟେକ ଥର ଇଡି ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ହାଜର ହେଉନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
Odisha News Live: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
ଛତିଶଗଡ଼ ବିଜାପୁରରେ ପୁଣି ମୁହାଁ ମୁହିଁ ହେଲେ ସୁରକ୍ଷାକର୍ମୀ ଓ ମାଓବାଦୀ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ। କୁମ୍ବିଂ ଅପରେଶନ ଚାଲିଥିବା ବେଳେ ଉଭୟ ପଟରୁ ହୋଇଥିଲା ଗୁଳିଚାଳନା। ମୃତ ମାଓବାଦୀଙ୍କ ଶବ ଉଦ୍ଧାର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ। ଏବେବି ସର୍ଚ୍ଚ ଅପରେଶନ ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି ଏସପି ଜିତେନ୍ଦ୍ର ଯାଦବ।
Odisha News Live: ଯୁକ୍ତ ୨ ପରୀକ୍ଷା: ମାର୍ଚ୍ଚ ୨୨ରୁ ଖାତା ଦେଖା
ମେ’ ୧୫ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ବାହାରିବ। ଚଳିତ ବର୍ଷ ଗୋଟିଏ ଦିନରେ ସବୁ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ। ନିର୍ବାଚନ ସମୟ ଦେଖି ମେ’ ୧୫ ଭିତରେ ପ୍ରକାଶ ପାଇବା ନେଇ ପ୍ରେସମିଟ୍ ରେ କହିଛନ୍ତି। ମାର୍ଚ୍ଚ ୨୨ରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବା ନେଇ କହିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ। ମାର୍ଚ୍ଚ ୨୨ରୁ ମୂଲ୍ୟାୟନ ଦୁଇଟି ପର୍ଯ୍ୟାୟରେ ହେବ। ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ। ଏପ୍ରିଲ ୪ରୁ ଏପ୍ରିଲ ୧୫ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ। ମେ ୧୫ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ କହିଛନ୍ତି। ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିଲା ପରୀକ୍ଷା। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।
Odisha News Live: ଲୋୟର ପିଏମଜିରେ ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ
ନୀଳମୟ ହେଲା ଲୋୟର ପିଏମ୍ଜି। ଭୁବନେଶ୍ୱର ଲୋୟର ପିଏମ୍ଜିରେ ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ। ୬ ଦଫା ଦାବିରେ ହଜାର ହଜାର ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ କରୁଛନ୍ତି। ରାତିରେ ଶତାଧିକ ବସ୍ରେ ପାରାଦୀପ ଅଞ୍ଚଳରୁ ଆସି ପହଞ୍ଚିଛନ୍ତି। ଶୋଷିତ ଅବସ୍ଥାରେ ମତ୍ସ୍ୟଜୀବୀମାନେ ରାଜ୍ୟରେ ବଞ୍ଚୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଙ୍ଗଠନ ନେତା। ବାରମ୍ବାର ଦାବି କରିବା ପରେ ମଧ୍ୟ ସରକାର ସେମାନଙ୍କର ଦାବିକୁ ଅଣଦେଖା କରି ଆସୁଛନ୍ତି। ଏଣୁ ସେମାନେ ୬ ଦଫା ନେଇ ଲୋୟର ପିଏମଜିରେ ଗର୍ଜୁଛନ୍ତି ମତ୍ସ୍ୟଜୀବୀ। ସେମାନଙ୍କର ମୁଖ୍ୟ ଦାବି ଡିଜେଲ ସବସିଡି ପାଇଁ ଆଜି ଧାରଣାରେ ବସିଛନ୍ତି। ସବୁ ରାଜ୍ୟରେ ଡିଜେଲ ସବସିଡି ମିଳୁଥିବା ବେଳେ ଓଡ଼ିଶାରେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ।
Odisha News Live: ତ୍ରୁଟି ମାନିଲେ ପରୀକ୍ଷା ନିୟନ୍ତ୍ରକ
ଯୁକ୍ତ ୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଛି ବୋଲି ମାନିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE କର୍ତ୍ତୃପକ୍ଷ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ କହିଛନ୍ତି, ଆଉଟ ଅଫ୍ ସିଲାବସ୍ ନୁହେଁ, ଚଏସ୍ ଡେଫିସିଟ୍ ରହିଥିଲା। ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା ସେ କହିଛନ୍ତି, କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ମୋଟ ୧୯ ନମ୍ବର ଚଏସ ଡେଫିସିଟ୍ ରହିଛି। ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପଟ ନେଇଥିବେ ଗ୍ରେସ୍ ମାର୍କ ପାଇବେ। ଆଟେମ୍ପଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବ ନାହିଁ। ଯେତିକି ଚଏସ ଡେଫିସିଟ ପ୍ରଶ୍ନ ଆଟେମ୍ପଟ ନେଇଥିବେ ତାହାର ପୂରା ମାର୍କ ପାଇବେ। ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍ ମାର୍କ ମିଳିବ ନାହିଁ।
Sambalpur News: ସମ୍ବଲପୁର ବିଜେପି ତରଫରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ। ବାରମ୍ବାର ପାୱାର କଟ ବା ବିଜୁଳି ବିଭ୍ରାଟ, ସ୍ମାର୍ଟ ମିଟର ଲଗାଇବା, ଜୋର ଜବରଦସ୍ତ ଏରିଅର ବିଲ କଲେକ୍ସନ ଇତ୍ୟାଦି ଦାବୀ ନେଇ ଆଜି ସମ୍ବଲପୁର ଵିଜେପି ତରଫରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏମଓୟୁ ଅନୁଯାୟୀ ଏରିଅର ଟଙ୍କା ଆଦାୟ ର ଚୁକ୍ତି ହୋଇ ନ ଥିବା ବେଳେ କିଭଳି ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଛି ବୋଲି ଅଭିଯୋଗ କରାଯାଇଥିଲା।ଏ ବାବଦରେ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ଯେ ଦୁଇ ଶହ କୋଟି ଟଙ୍କା କେବଳ ସମ୍ବଲପୁର ରୁ ବକେୟା ରହିଛି ସେଥିପାଇଁ ତାଙ୍କୁ ଟଙ୍କା ଆଦାୟ ପାଇଁ ଦାୟିତ୍ୱ ଦିଆଯାଇଛି।
Odisha News: ମିଶନ ଶକ୍ତି ମାଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ । ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଏହାସହ ସୁଧ ଫେରସ୍ତ ବାବଦକୁ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଗତ ୫ ବର୍ଷରେ ୯୨୫ କୋଟି ଟଙ୍କା ଫେରସ୍ତ କରାଯାଇଛି।
ମହାକାଶକୁ ଯିବେ ବାୟୁ ସେନାର ୪ ପାଇଲଟ
ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ‘ଗଗନଯାନ’ ଅଭିଯାନ ପାଇଁ ୪ ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି । ଏମାନେ ହେଉଛନ୍ତି, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କୃଷ୍ଣ, ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା । ଆଜି ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।
ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଘଟଣା, ରାଜରାସ୍ତାକୁ ଓହ୍ଲାଇଲା ABVP
ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଲା ABVP । ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ନେଇ ଦାବି ।
Odisha News: ପୋଲିସ ଚାର୍ଜସିଟ୍ ଉପରେ ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀଙ୍କୁ କୋର୍ଟଙ୍କ ନୋଟିସ୍ କ୍ରମେ ବାନ୍ଧବୀ ସୋମାଳିକା ଜଗତସିଂପୁର ଏସ ଡି ଜେ ଏମ୍ କୋର୍ଟରେ ଆଜି ହାଜର ହୋଇ ତାଙ୍କର ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି ।ସୋମାଲିକା ଦାସ ଜଗତସିଂପୁର ଥାନାରେ ଏନେଇ କେଶ ନଂ ୩୯୭/୨୦୨୨ଅଭିଯୋଗ କରିଥିଲେ ।ଅଭିଯୋଗରେ ବିଧାୟକ ଏକାଧିକ ଝିଅ ମାନଙ୍କ ସହିତ ଅନୈତିକ କାରବାର କରୁଥିବା ଦର୍ଶାଯାଇଥିଲା ।ପୋଲିସ କୋର୍ଟରେ ଦାଖଲ କରିଥିବା ଫାଇନାଲ୍ ରିପୋର୍ଟ ରେ ବିଧାୟକଙ୍କ ବିରୁଦ୍ଧରେ ହୋଇଥିବା ଏଭଳି ଅଭିଯୋଗ ବିରୁଦ୍ଧରେ କୌଣସି ପ୍ରମାଣ ନଥିବା ଦର୍ଶାଇଥିବା ବେଳେ ଆଜି କେଶ କୁ ରିଓପନ କରିବାକୁ ସୋମାଲିକା ତାଙ୍କ ଓକିଲଙ୍କ ମାଧ୍ୟମରେ ଜଗତସିଂହପୁର ଏସ୍ଡିଜେମ କୋର୍ଟରେ ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି ।
Weather Report: ବର୍ତ୍ତମାନ ଦେଶର ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ଏବଂ ସମତଳ ଅଞ୍ଚଳରେ ବର୍ଷା ଦେଖିବାକୁ ମିଳିଛି। ଚଳିତ ବର୍ଷ ବିଳମ୍ବିତ ତୁଷାରପାତ ପାଣିପାଗ ଉପରେ ଅନେକ ପ୍ରଭାବ ପକାଇଥିବା ଦେଖିବାକୁ ମିଳିଛି। ଦିଲ୍ଲୀ(Delhi) ସମେତ ଉତ୍ତର ଭାରତରେ ଦିନରେ ସୂର୍ଯ୍ୟକିରଣ ହେଉଥିବା ବେଳେ ସକାଳ ଓ ରାତିରେ ଥଣ୍ଡା ଅନୁଭୂତ ହେଉଛି। ଏଥି ସହିତ ଅନେକ ଅଞ୍ଚଳରେ ବର୍ଷା ଓ କୂଆପଥର ମାଡ଼ ମଧ୍ୟ ହେଉଥିବାର ସୂଚନା ମିଳିଛି। ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ଜାରି ରହିଛି। ମଙ୍ଗଳବାର ସକାଳେ ଦିଲ୍ଲୀର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଆହୁରି ପଢ଼ନ୍ତି..
+2 Exam Result: ଗୋଟିଏ ଦିନରେ ପ୍ରକାଶ ପାଇବ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ।ସିଏଚଏସଇ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ୨୦ରେ ପରୀକ୍ଷା ସରୁଛି । ତେଣୁ ପରୀକ୍ଷା ସରିବାର ୨ ଦିନ ଭିତରେ ଖାତା ଦେଖା ଆରମ୍ଭ ହେବ । ଅଥାର୍ତ ମାର୍ଚ୍ଚ ୨୨ରୁ ଖାତା ଦେଖା ଆରମ୍ଭ ହେବ। ମୋଟ ୧୫ ହଜାର ପରୀକ୍ଷକ ଖାତା ଦେଖିବାକୁ ନିୟୋଜିତ କରାଯିବ। ୨ଟି ପର୍ଯ୍ୟାୟରେ ଖାତା ଦେଖା ହେବ। ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ଏବଂ ଏପ୍ରିଲ ୪ରୁ ଏପ୍ରିଲ ୧୫ ଯାଏଁ ଖାତା ଦେଖା ହେବ । ଏହାପରେ ମଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ଅଶୋକ କୁମାର ନାୟକ ।
Cricketer Death Due to Heart Attack: କ୍ରିକେଟ୍ ଖେଳୁ ଖେଳୁ ମଇଦାନ ଉପରେ ଚାଲିଗଲା ଜଣେ ଯୁବ ଖେଳାଳୀଙ୍କର ମୃତ୍ୟୁ ଘଟିଛି। ଖେଳାଳୀ ଜଣଙ୍କ ବ୍ୟାଟିଂ କରିବାକୁ ଅପେକ୍ଷା କରିଥିବା ବେଳେ ହୃଦଘାତ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ଏହି ୩୦ ବର୍ଷୀୟ ଯୁବ ଖେଳାଳୀ ଜଣଙ୍କ ମଧ୍ୟପ୍ରଦେଶର ଦୀପକ ଖଣ୍ଡେକର ବୋଲି ଜଣା ପଡ଼ିଛି। ତାଙ୍କର ଏପରି ଅଚାନକ୍ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି। ମଧ୍ୟପ୍ରଦେଶର ଗୁନା ଅଞ୍ଚଳରୁ ଏହି ମାମଲା ସାମ୍ନାକୁ ଆସିଛି। ଗୁନାର ଫତେହଗଡର ଏକ ଗ୍ରାଉଣ୍ଡରେ ଥିବା କଲୋନୀ ଏବଂ ପାରହା ଗ୍ରାମ ମଧ୍ୟରେ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। ମୃତ୍ୟୁବରଣ କରିଥିବା ଯୁବ ଖେଳାଳି ମଧ୍ୟ ଏହି ମ୍ୟାଚରେ ଭାଗ ନେଇଥିଲେ। ଦୀପକ ନିଜର ବ୍ୟାଟିଂକୁ ଅପେକ୍ଷା କରିଥିଲେ। ଏହି ସମୟରେ ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଥିଲେ।
Rajya sabha Election: ଦେଶର ୩ଟି ରାଜ୍ୟରେ ୧୫ଟି ଆସନ ପାଇଁ ଚାଲିଛି ମତଦାନ । ସକାଳ ୯ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଭୋଟିଂ ଚାଲିବ । ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକରେ ମତଦାନ ଚାଲିଛି । କଂଗ୍ରେସ ଶାସିତ କର୍ଣ୍ଣାଟକ, ହିମାଚଳ ପ୍ରଦେଶର ୩ଟି ଆସନ ଏବଂ ୟୁପିର ଗୋଟିଏ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ୟୁପିରେ ମୋଟ୍ ୧୦ଟି ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ରହିଛନ୍ତି ।
Odisha Accident: ପୁରୀ ବସଷ୍ଟାଣ୍ଡ ନିକଟରେ ଅଭାବନୀୟ ଘଟଣା। ଟ୍ରକ ଧକ୍କାରେ ଜଣେ ଅଜଣା ବ୍ଯକ୍ତିଙ୍କ ମୃତ୍ଯୁ ଘଟିଛି। ବସଷ୍ଟାଣ୍ଡରୁ ମାଟିଆପଡା ଛକ ଆଡକୁ ଯାଉଥିବା ସମୟରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା ଟ୍ରକ। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା। ରାତି ପ୍ରାୟ ସାଢେ ୧୦ଟା ସମୟରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ତେବେ କୁମ୍ଭାରପଡା ଥାନା ପୁଲିସ ଶବ ଜବତ କରିବା ସହ ଶବବ୍ଯବଚ୍ଛେଦ ଲାଗି ସଦର ହସପିଟାଲକୁ ସ୍ଥାନାନ୍ତରିତ କରିଛି। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ସଂପୃକ୍ତ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି କୁମ୍ଭାରପଡା ପୁଲିସ।
Odisha News: ଜଗତସିଂହପୁରରେ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଛତ୍ରମଠ ଓ ବାଖରପୁର ଗ୍ରାମରେ କୁକୁର ମଡକ। ବିଷ ଦେଇ ଜଣେ ମହିଳା କୋଡିଏରୁ ଉର୍ଦ୍ଧ କୁକୁର ମାରି ଦେଇଥିବା ଥାନାରେ ଅଭିଯୋଗ। ପୋଲିସ ପ୍ରାଥମିକ ତଦନ୍ତ ପରେ ବ୍ୟବଚ୍ଛେଦ ପାଇଁ ପଠାଗଲା କୁକୁରଙ୍କ ଶବ। ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀଙ୍କ ଦାବୀ। ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ଛତ୍ରମଠ ଓ ବାଖରପୁର ଗ୍ରାମରେ କୁକୁର ମଡ଼କ ଦେଖାଦେଇଛି। ସୂଚନା ଅନୁସାରେ ଛତ୍ରମଠ ଗ୍ରାମର ଦୁଖୀ ବାରିକ ନାମ୍ନୀ ମହିଳା କୌଣସି କାରଣରୁ ପ୍ରତିଶୋଧ ପରାୟଣ ହୋଇ ପଚା ମାଂସରେ ଉତ୍କଟ ବିଷ ଦେଇ ପ୍ରାୟ କୋଡିଏ ରୁ ଉର୍ଦ୍ଧ କୁକୁରଙ୍କୁ ମାରିଦେଇଛି। ଆହୁରି ପଢ଼ନ୍ତି..
ଓଡ଼ିଶା ଗସ୍ତରେ ବିଜୟପାଲ ସିଂ ତୋମାର
ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । କ୍ଲଷ୍ଟର ଦାୟିତ୍ବରେ ଥିବା ନେତାଙ୍କ ସହ ବୈଠକ ପରେ ଆଗାମୀ ନିର୍ବାଚନ ନେଇ କରିବେ ସମୀକ୍ଷା ।
ବାଲିକୁଦାରେ ବାପା-ପୁଅ-ବୋହୂଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍
ଗତ ଫେବୃଆରୀ ୧୯ତାରିଖ ରାତିରେ ବାଲିକୁଦା ଥାନା ଓଗରପୁର ରେ ହତ୍ୟାକାଣ୍ଡ ଘଟାଇଥିବା ଘଟଣାର ପର୍ଦ୍ଦା ଫାସ କଲା ଜଗତସିଂହପୁର ପୋଲିସ। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଗରପୁର ଗ୍ରାମରେ ଦୁବୁର୍ତ୍ତ ଙ୍କ ଆକ୍ରମଣରେ ବୃଧା ମାଆ ମୃତ ,ପୁଅ ଓ ବୋହୁ ଗୁରୁତର ଘଟଣାରେ ବାଲିକୁଦା ପୋଲିସ ମୁଖ୍ୟ ଅଭିଯୁକ୍ତ ଓଗରପୁର ଗାଁର ବିକ୍ରମ ବିଶ୍ୱାଳକୁ ଗିରଫ କରି ସିନ ରିକ୍ରିଏସନ କରିବା ପରେ ଆଜି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଚେନ୍ନାଇ ରେ ରହୁଥିବା ବେଳେ ସେଠାରୁ ସେ ବାଇକରେ ଆସି ରାତିରେ ହତ୍ୟାକାଣ୍ଡ ଘଟାଇବା ପରେ ପୁନର୍ବାର ବାଇକ ନେଇ ଚେନାଇ ଚାଲିଯାଇଥିଲା । ଜମିବାଡ଼ି ବିବାଦକୁ ନେଇ ସେ ଏଭଳି କାଣ୍ଡ ଘଟାଇ ଥିବାର ପୋଲିସ ଆଗରେ ପ୍ରକାଶ କରିଛି । ଗତ ୧୯ ତାରିଖ ରାତ୍ରି ରେ ବିକ୍ରମ ଓଗରପୁର ଗାଁର ମାନିଆ ବିଶ୍ୱାଳ ଙ୍କ ଘରେ ପଶି ମାନିଆ ଏବଂ ତାଙ୍କ ପୁଅ ରାକେଶ ଓ ବୋହୁ ସୁଭଦ୍ରାଙ୍କୁ ଆକ୍ରମଣ କରି ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ଏହି ଆକ୍ରମଣରେ ଘଟଣାସ୍ଥଳ ରେ ମାନିଆଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଓ ବୋହୁ ଗୁରୁତର ହୋଇ ଏବେବି କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/odisha-news-balikud...
ଖସିଲା ସୁନା ଦର, ଚେକ୍ କରନ୍ତୁ ଲାଟେଷ୍ଟ ପ୍ରାଇସ୍
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୫୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୨, ୮୩୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ଘଟିଛି । ସେହିପରି, ରୂପା ରେଟ୍ କେଜି ପିଛା ୧୦୦ ଟଙ୍କା ଖସି (୧ କେଜି) ର ଦାମ୍ ୭୪,୪୦୦ ରହିଛି। ସେହିପରି ଦେଶର ରାଜଧାନୀ ଦିଲ୍ଲୀ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୭୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୯୩୦ ଟଙ୍କା ରହିଛି ।
ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/trending/gold-rate-and-silver-...
ଶସ୍ତା ହେଲା ପେଟ୍ରୋଲ- ଡିଜେଲ ଦର
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା (୧ ଲିଟର) ମୂଲ୍ୟ ୯୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ୍ ଲିଟର (୧ ଲିଟର)ର ଦାମ୍ ୮୯ ଟଙ୍କା ୬୨ ପଇସା ରହିଛି, ସେହିପରି ମାୟାନଗରୀ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା , ଡିଜେଲ୍ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି। ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରର ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୧୯ ପଇସା ଥିବା ବେଳେ ଡିଜେଲ୍ ଦର ଲିଟର ପିଛା ମୂଲ୍ୟ ୯୪ ଟଙ୍କା ୭୬ ପଇସା ରହିଛି ।
ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/trending/business-news-petrol-...
୨୮ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି
ବୁଧବାର ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପତୀ ମୁର୍ମୁ । ମହାମହିମଙ୍କ ଗସ୍ତ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏନେଇ ଟୁଇନ ସିଟିରେ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ।
ଲୋୟର ପିଏମ୍ଜିରେ ମତ୍ସ୍ୟଜୀବୀଙ୍କ ବିକ୍ଷୋଭ
ରାଜଧାନୀ ଲୋୟର ପିଏମ୍ଜିରେ ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ । ୬ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ ।
ସବ-ଡିଭିଜନ ଘୋଷଣା ଦାବି ନେଇ ଆଜି ବିନିକା ବନ୍ଦ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରକୁ ସବ-ଡିଭିଜନ ଘୋଷଣା ଦାବି ନେଇ ଆଜି ବିନିକା ବନ୍ଦ ପାଳୁଛନ୍ତି ବିନିକା ବାସିନ୍ଦା । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି ।
ଆଜି ପଙ୍କଜ ଉଧାସଙ୍କ ଶେଷକୃତ୍ୟ
ଆଜି ମୁମ୍ବାଇ ୱାରଲି ସ୍ଥିତ ଶ୍ମଶାନରେ ହେବ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ଶେଷକୃତ୍ୟ । ଦୀର୍ଘ ଦିନର ଅସୁସ୍ଥତା ପରେ ସୋମବାର ୭୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା ।
ଗଗନଯାନ ମିଶନର ସମୀକ୍ଷା କରିବେ ମୋଦି
ଆଜି ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ୪ ଜଣ ପାଇଲଟଙ୍କ ନାଁ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇସ୍ରୋର ୩ଟି ନୂଆ ପ୍ରକଳ୍ପକୁ ଉଦଘାଟନ ନେଇ ରହିଛି କାର୍ଯ୍ୟକ୍ରମ ।
ଦିଗପହଣ୍ତିରେ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର
ଆସିକା ରାଜପୁର ଛକରେ ଅଟୋକୁ ପଛରୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର । ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର
ଆଜି ରାଜ୍ୟସଭା ନିର୍ବାଚନ
ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ । ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ୧୫ଟି ଆସନ ପାଇଁ ପଡ଼ିବ ଭୋଟ । ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଥିଲେ ପ୍ରାର୍ଥୀ ।
ଆଜି ଦିଲ୍ଲୀରେ ବସିବ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ
ଆଜି ଦିଲ୍ଲୀରେ ବସିବ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ । ଏଥିରେ ଯୋଗ ଦେବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ରାଜ୍ୟରେ ଅଛନ୍ତି ୩୦ଟି ବାଘ
ରାଜ୍ୟରେ ୩୦ଟି ବାଘ ଓ ୮ ଟି ଶାବକ ଥିବା ନେଇ ପ୍ରଥମ ଓଡ଼ିଶା ବ୍ୟାଘ୍ର ଗଣନାରୁ ଏହି ତଥ୍ୟା ସାମ୍ନାକୁ ଆସିଛି । ଗତ ୨୦୨୨ ମସିହାରେ ରାଜ୍ୟରେ ବାଘ ସଂଖ୍ୟା ଥିଲା ୨୦ । ସେହିପରି ଶିମିଳିପାଳ ଅଭୟାରଣ୍ୟରେ ସର୍ବାଧିକ ୨୭ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡ଼ିଛି ।
୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ରାଜ୍ୟରେ ଏବେ କ୍ରମାଗତ ଭାବେ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାରେ ଭାରି ବର୍ଷା ରେକର୍ଡ଼ କରାଯାଇଛି। ଆଜି ୪ ଜିଲ୍ଲାକୁ ଘଡଘଡି ସାଙ୍ଗକୁ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ ଓ ବାଲେଶ୍ବରକୁ ବିଜୁଳି ଘଡଘଡି ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। ଏହା ଛଡା ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଖୋର୍ଦ୍ଧା, ପୁରୀ, ନୟାଗଡ,ଗଂଜାମ ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ବାରବାଟୀ ଷ୍ଟାଡ଼ିୟମ୍ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ
ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡ଼ିୟମ୍ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ ହେବ । ଏହାସହ ରାଜ୍ୟର ୩୦ଟି ଜିଲ୍ଲାର ଓସିଏ ପକ୍ଷରୁ ପ୍ରସ୍ତୁତ ୪୧ଟି କ୍ରିକେଟ୍ ଏକାଡ଼େମୀର ଲୋକାର୍ପଣ କରାଯିବ । ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହି ଏସବୁର ଲୋକାର୍ପଣ କରିବେ ।