Live Now

Odisha News Live Updates: ସଙ୍କଟରେ ହିମାଚଳର କଂଗ୍ରେସ ସରକାର, ଜୟରାମ ଠାକୁରଙ୍କ ସମେତ ୧୫ ଜଣ BJP ବିଧାୟକ ହେଲେ ନିଲମ୍ୱିତ

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ସଙ୍କଟରେ ହିମାଚଳର କଂଗ୍ରେସ ସରକାର, ଜୟରାମ ଠାକୁରଙ୍କ ସମେତ ୧୫ ଜଣ BJP ବିଧାୟକ ହେଲେ ନିଲମ୍ୱିତ
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ
28 February 2024 10:45 PM (IST)

ସୁସ୍ଥ ହେବା ପରେ ‘ପୁଣି ନବୀନ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଦାମ...

ସୁସ୍ଥ ହେବା ପରେ ‘ପୁଣି ନବୀନ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଦାମ

ଜଗତସିଂହପୁର: କିଛି ଦିନ ତଳେ ଅସୁସ୍ଥ ଥିବା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛି । ଆଜି କୁଜଙ୍ଗ ପଡିଆରେ ଆୟୋଜିତ ହୋଇଥିବା 'ପୁଣି ନବୀନ' କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି ଦାମ । ହ୍ୱିଲ ଚେୟାରରେ ଗାଡିରୁ ସଭା ନିକଟକୁ ଯାଇଥିବା ବେଳେ ଦାମଙ୍କ ସମର୍ଥକମାନେ ନିକଟରେ ଦାମଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ । ଅଧିକ ପଢ଼ନ୍ତୁ...

28 February 2024 10:30 PM (IST)

ରିଲାଏନ୍ସ ଏବଂ ଡିଜନି ପକ୍ଷରୁ ଷ୍ଟ୍ରାଟେଜିକ୍ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ ଘୋଷଣା...

ରିଲାଏନ୍ସ ଏବଂ ଡିଜନି ପକ୍ଷରୁ ଷ୍ଟ୍ରାଟେଜିକ୍ ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଗଠନ ଘୋଷଣା

ମନୋରଞ୍ଜନ ଏବଂ କ୍ରୀଡା କ୍ଷେତ୍ରରେ ଏକ ବିଶ୍ୱ ସ୍ତରୀୟ ଅଗ୍ରଣୀ ସଂସ୍ଥା ସୃଷ୍ଟି କରିବାକୁ ଉଭୟ କମ୍ପାନୀ ଭାରତରେ ସେମାନଙ୍କର ଡିଜିଟାଲ୍ ଷ୍ଟ୍ରିମିଂ ଏବଂ ଟେଲିଭିଜନ୍ ସମ୍ପତ୍ତିକୁ ମିଶ୍ରଣ କରିବେ । ମିଳିତ ଉଦ୍ୟୋଗରେ ୧୧୫୦୦ କୋଟି ଟଙ୍କା ବିନିଯୋଗ କରିବ ରିଲାଏନ୍ସ । ମିଳିତ ଉଦ୍ୟୋଗକୁ କଣ୍ଟେଣ୍ଟ (ବିଷୟବସ୍ତୁ) ଲାଇସେନ୍ସ ପ୍ରଦାନ କରିବ ଡିଜନି । ଅଧିକ ପଢ଼ନ୍ତୁ...

28 February 2024 10:00 PM (IST)

୮ ଘଣ୍ଟାର ଜେରା ପରେ ବାହାରିଲେ ବିଧାୟକ, ପଢନ୍ତୁ ଦିନଯାକର ୧୦ ବଡ଼ ଖବର।ଚୁଟକୀରେ ପଢି...

୮ ଘଣ୍ଟାର ଜେରା ପରେ ବାହାରିଲେ ବିଧାୟକ, ପଢନ୍ତୁ ଦିନଯାକର ୧୦ ବଡ଼ ଖବର।ଚୁଟକୀରେ ପଢି ନିଅନ୍ତୁ ଦିନ ଯାକର ପୂରା ଖବର...

28 February 2024 09:30 PM (IST)

Odisha News Live: ୧୨ ଜଣଙ୍କ ଉପରେ ଚଢିଗଲା ଦ୍ରୁତଗାମୀ ଟ୍ରେନ...

Odisha News Live: ୧୨ ଜଣଙ୍କ ଉପରେ ଚଢିଗଲା ଦ୍ରୁତଗାମୀ ଟ୍ରେନ

ରାଞ୍ଚି: ଝାଡଖଣ୍ଡର ଜାମତରା ଜିଲ୍ଲାରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, କାଲଜରିଆ ନିକଟରେ ଏକ ଟ୍ରେନ୍‌ରେ ୧୨ ଜଣଙ୍କ ଉପରେ ଚଢିଯିବାରୁ ସେମାନଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି।

28 February 2024 09:00 PM (IST)

ED ଅଫିସ୍‌ରୁ ବାହାରି ପ୍ରତିକ୍ରିୟା ଦେଲେ ବିଧାୟକ ପ୍ରଫୁଲ୍ଲ ସାମଲ୍‌...

ED ଅଫିସ୍‌ରୁ ବାହାରି ପ୍ରତିକ୍ରିୟା ଦେଲେ ବିଧାୟକ ପ୍ରଫୁଲ୍ଲ ସାମଲ୍‌

ଭୁବନେଶ୍ୱର: ପ୍ରାୟ ୮ ଘଣ୍ଟା ଦରି ଇଡି ପ୍ରଶ୍ନର ଉତ୍ତର ଦେବା ପରେ ବିଧାୟକ ପ୍ରଫୁଲ ସାମଲ ଇଡି ଅଫିସରୁ ଆସିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଫୁଲ କହିଛନ୍ତି ଯେ, ମୁଁ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସମସ୍ତ ତଥ୍ୟ ଇଡିକୁ ପ୍ରଦାନ କରିଛି । ଇଡିର ତଦନ୍ତରେ ମୁଁ ସହଯୋଗ କରିବା ସହ ସମସ୍ତ ପ୍ରଶ୍ନର ଉତ୍ତର ଇଡି ଆଗରେ ରଖିଛି ବୋଲି ପ୍ରଫୁଲ କହିଛନ୍ତି । ଅଧିକ ପଢ଼ନ୍ତୁ...

28 February 2024 08:45 PM (IST)

School Time: ଶିକ୍ଷକଙ୍କ ଚିନ୍ତା ହେଲା ଦୂର, ସକାଳ ୯ଟାରୁ ୫ଟା ଡ୍ୟୁଟି ଅର୍ଡର ବାତିଲ୍...

School Time: ଶିକ୍ଷକଙ୍କ ଚିନ୍ତା ହେଲା ଦୂର, ସକାଳ ୯ଟାରୁ ୫ଟା ଡ୍ୟୁଟି ଅର୍ଡର ବାତିଲ୍

Bihar School Time: ବିହାର ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସକାଳ ୧୦ଟାରୁ ୧୦.୩୦ ମଧ୍ୟରେ ପ୍ରାର୍ଥନା କରାଯିବ । ଏଥି ସହିତ ସକାଳ ୧୦ଟା୩୦ରୁ ୧୧ଟା୨୦ ମଧ୍ୟରେ ପ୍ରଥମ ପିରିଅଡରେ ପାଠ ପଢା ହେବ । ଦ୍ୱିତୀୟ ପିରିଅଡ ୧୧ଟା୨୦ରୁ ୧୨ଟା ପର୍ଯ୍ୟନ୍ତ ଚାଲିବ । ତୃତୀୟ ପିରିଅଡ ୧୨ଟାରୁ ୧୨ଟା ୪୦ ଏବଂ ଚତୁର୍ଥ ପିରିଅଡ ୧୨ଟା୪୦ରୁ ୧ଟା୨୦ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢ଼ନ୍ତୁ...

28 February 2024 08:30 PM (IST)

Odisha News Live: ଓଡ଼ିଶା ସରକାର ଓ ବିଜେଡିକୁ ଶନିବାର ସନ୍ଧ୍ୟା ସୁଦ୍ଧା ଜବାବ ଦାଖଲ...

Odisha News Live: ଓଡ଼ିଶା ସରକାର ଓ ବିଜେଡିକୁ ଶନିବାର ସନ୍ଧ୍ୟା ସୁଦ୍ଧା ଜବାବ ଦାଖଲ ନିର୍ଦ୍ଦେଶ
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଦଳୀୟ ଚିହ୍ନ ‘ଶଙ୍ଖ’କୁ ସରକାରୀ ବିଜ୍ଞାପନରେ ଉପଯୋଗ କରିବା ଶାସକ ବିଜେଡିକୁ ମହଙ୍ଗା ପଡ଼ିଛି । ଆଜି ନିର୍ବାଚନ କମିଶନ ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରି ଉଭୟ ଓଡ଼ିଶା ସରକାର ଓ ବିଜେଡିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨ ତାରିଖ ବା ଶନିବାର ସନ୍ଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟୀକରଣ ରଖିବାକୁ ଉଭୟ ରାଜ୍ୟ ସରକାର ଓ ବିଜେଡିକୁ ତାଗିଦ୍ କରାଯାଇଛି 

28 February 2024 08:15 PM (IST)

Odisha News Live: ବିଜ୍ଞାପନ ଦଳୀୟ ଚିହ୍ନ ବ୍ୟବହାର ମହଙ୍ଗା ପଡ଼ିଲା, ରାଜ୍ୟ ସରକାରଙ୍କୁ...

Odisha News Live: ବିଜ୍ଞାପନ ଦଳୀୟ ଚିହ୍ନ ବ୍ୟବହାର ମହଙ୍ଗା ପଡ଼ିଲା, ରାଜ୍ୟ ସରକାରଙ୍କୁ ସ୍ପଷ୍ଟିକରଣ ମାଗିଲେ ନିର୍ବାଚନ ଆୟୁକ୍ତ
ବିଭିନ୍ନ ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ ବ୍ୟବହାର କରିବା ପ୍ରସଙ୍ଗ ଓଡ଼ିଶା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଏହାକୁ ସ୍ୱାର୍ଥର ଦୃଷ୍ଟିକୋଣରେ ଦେଖିଛନ୍ତି ନିର୍ବାଚନ ଆୟୁକ୍ତ। ମିଳିଥିବା ସୂଚନା ଅନୁସାରେ ଭାରତର ନିର୍ବାଚନ ଆୟୁକ୍ତ ଏନେଇ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟିକରଣ ମାଗିଛନ୍ତି। 

28 February 2024 08:00 PM (IST)

ରେଙ୍ଗାଲିରେ ସମଲେଶ୍ୱରୀ ଏକ୍ସପ୍ରେସ, ଲୋଇସିଙ୍ଗା ଏବଂ ମୁରିବାହାଲରେ ପୁରୀ-ଦୁର୍ଗ ରହିବ...

ରେଙ୍ଗାଲିରେ ସମଲେଶ୍ୱରୀ ଏକ୍ସପ୍ରେସ, ଲୋଇସିଙ୍ଗା ଏବଂ ମୁରିବାହାଲରେ ପୁରୀ-ଦୁର୍ଗ ରହିବ

Indian Railway: 18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା  ସମଲେଶ୍ୱରୀ ଏକ୍ସପ୍ରେସ ପରୀକ୍ଷାମୂଳକ ଭିତ୍ତିରେ ରେଙ୍ଗାଲି ଷ୍ଟେସନ ଠାରେ ରହଣି କରିବ । 18005 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ଠାରୁ ୨୮ ଫେବୃଆରୀ ୨୦୨୪ ରୁ ଏବଂ 18006 ଜଗଦଳପୁର-ହାଓଡ଼ା  ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଳପୁର ଠାରୁ ୨୯ ଫେବୃଆରୀ ୨୦୨୪ରୁ ରେଙ୍ଗାଲି ଷ୍ଟେସନରେ ରହଣି କରିବ । ହାଓଡ଼ାରୁ ଛାଡୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ରେଙ୍ଗଲିରେ ସକାଳ ୮ଘ.୩୬ମି.ରେ ପହଞ୍ଚି ୦୮ଘ.୩୮ମି.ରେ ଜଗଦଳପୁର ଅଭିମୁଖେ ଯାତ୍ରା କରିବ । ସେହିଭଳି, ଜଗଦଳପୁରରୁ ଏହି ଟ୍ରେନ୍ ରେଙ୍ଗାଲିରେ ସନ୍ଧ୍ୟା ୦୬ଘ.୫୫ମି.ରେ ପହଞ୍ଚି ସନ୍ଧ୍ୟା ୦୬ଘ.୫୭ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ । ଅଧିକ ପଢ଼ନ୍ତୁ...

28 February 2024 07:45 PM (IST)

Odisha News Live: ଓଡ଼ିଶା ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ:...

Odisha News Live: ଓଡ଼ିଶା ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ:  ଡ. ଲେଖାଶ୍ରୀ 
ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଓଡିଶାର ବିକାଶ ପାଇଁ ସଂକଳ୍ପବଦ୍ଧ ରହିଛନ୍ତି। ଓଡିଶାର ପ୍ରତ୍ୟେକ କ୍ଷେତ୍ର ଗମନାଗମନ, ପର୍ଯ୍ୟଟନ, ରେଳ, ନିଯୁକ୍ତି, ଓଡ଼ିଆଙ୍କୁ ଦେଶରେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଓଡିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଉଥିବା ୫୯ନମ୍ବର ଜାତୀୟ ରାଜପଥର ସୁଦୃଢ଼ିକରଣ ଓ ପ୍ରଶସ୍ତିକରଣ ପାଇଁ ମୋଦି ସରକାର ୭୧୮.୨୬କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

28 February 2024 07:30 PM (IST)

Anant ambani: ରାଜନୀତି ପ୍ରତି ଆଗ୍ରହୀ ନୁହଁନ୍ତି ଅନନ୍ତ ଅମ୍ୱାନୀ...

Anant ambani: ରାଜନୀତି ପ୍ରତି ଆଗ୍ରହୀ ନୁହଁନ୍ତି ଅନନ୍ତ ଅମ୍ୱାନୀ

Anant ambani: ଅନନ୍ତ ଅମ୍ୱାନୀ ପୁଣିଥରେ ନିଜର ପ୍ରତିକ୍ରିୟା ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି ଯେ, ପରିବାରର ସମସ୍ତେ ଅତ୍ୟନ୍ତ ଧାର୍ମିକ ବ୍ୟକ୍ତି ଏଥିସହ ସଭିଙ୍କର ସନାତନ ଧର୍ମରେ ବିଶ୍ୱାସ ରହିଛି । ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ଅଛି କି ନାହିଁ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, 'ରାଜନୀତିରେ ଆଗ୍ରହ ନାହିଁ।' ଅଧିକ ପଢ଼ନ୍ତୁ...

28 February 2024 07:15 PM (IST)

Odisha News Live: କୋରାପୁଟ୍‌ରେ ଡେରା ପକାଇଛନ୍ତି ବାହାର ରାଜ୍ୟର ଅଦା ବେପାରୀ...

Odisha News Live: କୋରାପୁଟ୍‌ରେ ଡେରା ପକାଇଛନ୍ତି ବାହାର ରାଜ୍ୟର ଅଦା ବେପାରୀ
କୋରାପୁଟର ଅଦା ଏକ ଜିଲ୍ଲା ଏକ ଉତ୍ପାଦ(ODOP) ତାଲିକାରେ ସ୍ଥାନ ପାଇଛି। ହେଲେ ଅଦା ଚାଷୀଙ୍କୁ ମିଳୁନି ଉଚିତ ବଜାର ମୂଲ୍ୟ। ଯାହାଫଳରେ ଚାଷୀମାନେ ଯେମିତି ଅଭାବ ଓ ଅନଟନରେ ଜୀବନ ନିର୍ବାହ କରୁଥିଲେ, ଏବେ ମଧ୍ୟ ଠିକ୍‌ ସେମିତି କାଳାତିପାତ କରୁଛନ୍ତି। ଚାଷୀମାନେ ଅଭାବ ଅନଟନରେ ପଡ଼ି ଶାଗମାଛ ଦରରେ କର୍ଣ୍ଣାଟକ, କେରଳ, ଆନ୍ଧ୍ର ଓ ଛତିଶଗଡ଼ର ଦଲାଲଙ୍କୁ ବିକି ଦେଉଛନ୍ତି। ସବୁଠାରୁ ଦୁଃଖର ବିଷୟ ମିଲେଟ୍‌କୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ସରକାର ଅଦା ଚାଷୀଙ୍କ କଥା ଚିନ୍ତା କରୁନାହାନ୍ତି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି

28 February 2024 07:00 PM (IST)

Odisha News Live: ଆପଣଙ୍କ ପିଲାଙ୍କ ପାଇଁ କାହିଁକି ଜରୁରୀ ଅପାର କାର୍ଡ, ପଢନ୍ତୁ ପୂରା...

Odisha News Live: ଆପଣଙ୍କ ପିଲାଙ୍କ ପାଇଁ କାହିଁକି ଜରୁରୀ ଅପାର କାର୍ଡ, ପଢନ୍ତୁ ପୂରା ରିପୋର୍ଟ
ଆପର୍ କାର୍ଡ ଏକ ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି କାର୍ଡ ଭାବରେ ମଧ୍ୟ ଜଣାଶୁଣା। ଏହା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ପଦକ୍ଷେପ। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ସମସ୍ତ ଛାତ୍ରଙ୍କୁ ଏକ ଅନନ୍ୟ ଏବଂ ଡିଜିଟାଲ୍ ଏକାଡେମିକ୍ ରେକର୍ଡ ପ୍ରଦାନ କରିବା। ଏହି ରେକର୍ଡରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ଅନ୍ତର୍ଭୁକ୍ତ ରହିବ। ଯେପରିକି ପରୀକ୍ଷା ଫଳାଫଳ, ପ୍ରମାଣପତ୍ର, ପୁରସ୍କାର ଏବଂ ସଫଳତା ଇତ୍ୟାଦି। ଏହା ଏକ ପ୍ରାଧିକୃତ ସରକାରୀ ପରିଚୟ ପତ୍ର ହେବ। ବିଭିନ୍ନ ସୁବିଧା ଏବଂ ଯୋଜନା ପାଇଁ ଏହା ଆବଶ୍ୟକ ହୋଇପାରେ।

28 February 2024 06:30 PM (IST)

live in relationship: ଲିଭ୍-ଇନରେ ରହୁଥିବା ପ୍ରେମୀଯୁଗଳଙ୍କୁ ଗୁଳିମାଡ...

live in relationship: ଲିଭ୍-ଇନରେ ରହୁଥିବା ପ୍ରେମୀଯୁଗଳଙ୍କୁ ଗୁଳିମାଡ

Barmer News: ଲିଭ୍-ଇନ୍ ରିଲେସନରେ ରହୁଥିବା ଜଣେ ପ୍ରେମିକା ଏବଂ ତାଙ୍କ ପ୍ରେମିକଙ୍କୁ ବାରମର ଗୁଦାମାଲାନିରେ ଗୁଳି ମାଡ ହୋଇଛି । ଅଧିକ ପଢ଼ନ୍ତୁ...

28 February 2024 06:15 PM (IST)

Odisha News Live: ସାଇବର ଅପରାଧରେ ସାମିଲ ଥିବା ବ୍ୟାଙ୍କ ଅଧିକାରୀ ଗିରଫ...

Odisha News Live: ସାଇବର ଅପରାଧରେ ସାମିଲ ଥିବା ବ୍ୟାଙ୍କ ଅଧିକାରୀ ଗିରଫ
ସାଇବର ଅପରାଧକୁ ନେଇ ନୂଆନୂଆ ଘଟଣା ସାମ୍ନାକୁ ଆସୁଛି। ନିକଟରେ ହରିୟାଣାର ଗୁରୁଗ୍ରାମରୁ ସାଇବର ଅପରାଧର ଏକ ଘଟଣା ସାମ୍ନାକୁ ଆସିଛି। ସାଇବର ଅପରାଧୀଙ୍କ ସହିତ ଜଡ଼ିତ ଥିବା ଅଭିଯୋଗ ପରେ ଗୁରୁଗ୍ରାମର ଏମଜି ରୋଡ ବ୍ରାଞ୍ଚର ତିନିଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରାଯାଇଛି।

28 February 2024 06:00 PM (IST)

Odisha News Live:  ବିଜୟ କୁମାର ଦାସ କଟକ ମହାନଗର ନିଗମର ନୂଆ କମିସନର...

Odisha News Live:  ବିଜୟ କୁମାର ଦାସ କଟକ ମହାନଗର ନିଗମର ନୂଆ କମିସନର
ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ। ବୁଧବାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ତରଫରୁ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଅନୁସାରେ ବାଲେଶ୍ୱର, ମୟୂରଭଞ୍ଜ ଏବଂ ପୁରୀ ଜିଲ୍ଲାର ଜିଲ୍ଲାପାଳ ବଦଳିଛନ୍ତି। ଏଥିସହ କଟକ ମହାନଗର ନିଗମକୁ ମିଳିଛି ନୂଆ କମିସନର। ପୂର୍ବରୁ ପୁରୀର ଜିଲ୍ଲାପାଳ ଥିବା ବିଜୟ କୁମାର ଦାସଙ୍କୁ କଟକ ମହାନଗର ନିଗମର ନୂଆ କମିସନର ଭାବେ ନିଯୁକ୍ତି ମିଳିଛି।

28 February 2024 05:45 PM (IST)

Odisha News Live: ମାର୍ଚ୍ଚ ୧ରେ କଂଗ୍ରେସର ‘ନବୀନ ହଟାଓ, ଓଡ଼ିଶା ବଞ୍ଚାଓ’ ଅଭିଯାନ...

Odisha News Live: ମାର୍ଚ୍ଚ ୧ରେ କଂଗ୍ରେସର ‘ନବୀନ ହଟାଓ, ଓଡ଼ିଶା ବଞ୍ଚାଓ’ ଅଭିଯାନ
ଆସନ୍ତା ମାର୍ଚ୍ଚ ୧ ତାରିଖରେ ନବୀନ ନିବାସ ଘେରାଉ କରିବ ଯୁବ କଂଗ୍ରେସ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ‘ନବୀନ ହଟାଓ ଓଡ଼ିଶା ବଞ୍ଚାଓ’ ଲୋଗ ଉନ୍ମୋଚନ କରି ଏହି ସୂଚନା ଦେଇଛନ୍ତି ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର। ଦୀର୍ଘ ୨୪ ବର୍ଷ ମଧ୍ୟରେ ରାଜ୍ୟରେ ଦୁର୍ନୀତି ଓ ଭାଷ୍ଟାଚାର ବଢି ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ରାଜ୍ୟ ସରକାର ଯୁବକମାନଙ୍କ ସହ ପ୍ରତାରଣା କରିଛନ୍ତି। ପ୍ରତିବର୍ଷ ୨ ଲକ୍ଷ ଚାକିରି ଦେବାକୁ ସରକାର କହିଥିବା ବେଳେ ୨୪ ବର୍ଷ ଭିତରେ ୪୮ ଲକ୍ଷ ଯୁବକ ଓ ଯୁବତୀ ରୋଜଗାର କ୍ଷମ ହେବା କଥା। ଦୁଃଖର ବିଷୟ ଦିନକୁ ଦିନ ବେକାରୀ ସଂଖ୍ୟା ବଢ଼ି ଚାଲିଛି। ସେହିଭଳି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଯୁବ ବାହିନୀ ନିର୍ମାଣ କରିଥିଲେ। ଏବେ ସେହି ବାହିନୀ କେଉଁଠାରେ ବୋଲି ପ୍ରଶ୍ନ କରିଛି କଂଗ୍ରେସ। କେବଳ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଯୁବକମାନଙ୍କୁ ସ୍ୱୟମ ଯୋଜନାରେ ୧ ଲକ୍ଷ ଟଙ୍କା ଋଣ ଦେଉଛନ୍ତି। କିନ୍ତୁ ଯୁବକମାନଙ୍କୁ ଚାକିରି ଦରକାର, ଋଣ ନୁହେଁ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି।

28 February 2024 05:30 PM (IST)

BSNL Recharge Plan: ଦିନକୁ ମାତ୍ର ୭ଟଙ୍କାରେ ପାଆନ୍ତୁ ୨୫୫ ଜିବି ଡାଟା, ଜାଣନ୍ତୁ କିପରି...

BSNL Recharge Plan: ଦିନକୁ ମାତ୍ର ୭ଟଙ୍କାରେ ପାଆନ୍ତୁ ୨୫୫ ଜିବି ଡାଟା, ଜାଣନ୍ତୁ କିପରି...

BSNL Recharge Plan: ଆମ ଦେଶରେ ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ବା (ବିଏସ୍ଏନ୍ଏଲ୍) ଗ୍ରାହକଙ୍କ ପାଇଁ ବିଭିନ୍ନ ଶସ୍ତା ରିଚାର୍ଜ ପ୍ଲାନ୍ ଉପଲବ୍ଧ କରାଇଛି । ଆପଣଙ୍କୁ ସେମଧ୍ୟରେ ଏକ ଭଲ ପ୍ଲାନ୍ ବିଷୟରେ ଜଣାଇବୁ ଯାହାଦ୍ୱାରା ଆପଣ ଲାଭବାନ ହେବେ । ୮୪ ଦିନର ବୈଧ୍ୟତା ସହିତ ମାତ୍ର ୫୯୯ରେ ଆପଣଙ୍କୁ ଏକ ଭଲ ଲାଭ ମିଳିବ । ଅଧିକ ପଢ଼ନ୍ତୁ....

28 February 2024 05:15 PM (IST)

Odisha News Live: ୪ କେଜି ସାପ ବିଷ ଜବତ, ୩ ଜଣ ଗିରଫ...

Odisha News Live: ୪ କେଜି ସାପ ବିଷ ଜବତ, ୩ ଜଣ ଗିରଫ
ପଶ୍ଚିମବଙ୍ଗର ସିଲିଗୁଡି ସ୍ଥିତ ମୁରଲିଗଞ୍ଜରୁ ୪କିଲୋ ଗ୍ରାମ ସାପ ବିଷ ନେଇ ତିନିଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ବାଗଡୋଗ୍ରା ବନ ବିଭାଗ ଏବଂ କରଶିଆଙ୍ଗ ଡିଭିଜନର ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ସିଲିଗୁଡି ସବ-ଡିଭିଜନ ପରିଷଦ ଅନ୍ତର୍ଗତ ମୁରଲିଗଞ୍ଜରେ ଚଢାଉ କରିଥିଲେ। । ଏହା ପରେ ସେଠାରେ ଏକ ଚାରି ଚକିଆ ଯାନ ଏବଂ ଏକ ସ୍କୁଟି ଜବତ କରାଯାଇ ଖୋଜାଖୋଜି କରାଯାଇଥିଲା। ସାପର ବିଷ ଉଦ୍ଧାର କରାଯାଇଥିଲା। ବନ ବିଭାଗ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା। ଗିରଫ ବ୍ୟକ୍ତିଙ୍କ ନାମ ମହମ୍ମଦ ଶାହନେୱାଜ, ତାହିଦ୍ ଆଲାମ ଏବଂ ମହମ୍ମଦ ଅଜମଲ। ତିନିଜଣ ଗିରଫ ଉତ୍ତର ଦିନାଜପୁର ଜିଲ୍ଲାର ଇସଲାମପୁରର ବାସିନ୍ଦା। 

28 February 2024 05:00 PM (IST)

Odisha News Live: ଅଖିଳେଶ ଯାଦବଙ୍କୁ ସିବିଆଇ ସମନ...

Odisha News Live: ଅଖିଳେଶ ଯାଦବଙ୍କୁ ସିବିଆଇ ସମନ
ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ରାଜନୀତି ହଲଚଲ। ଏକ ବେଆଇନ ଖଣି ଖନନ ମାମଲାରେ ସାକ୍ଷୀ ଭାବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଜେରା ଲାଗି ସମନ ଜାରି କରିଛି ସିବିଆଇ। ଗୁରୁବାର ଅଖିଳେଶଙ୍କୁ ଜେରା କରିବ ସିବିଆଇ। ୨୦୧୨ରୁ ଜୁନ ୨୦୧୩ ଯାଏ ଖଣିବିଭାଗ ଦାୟିତ୍ବରେ ଥିଲେ ଅଖିଳେଶ। ଉତ୍ତରପ୍ରଦେଶର ସାମଲି, କୌସାମ୍ବି, ଫତେଫୁର, ଦେଓରିଆ, ଶାହାରନପୁର, ହମିରପୁର ଓ ସିଦ୍ଧାର୍ଥନଗର ଅଞ୍ଚଳରେ ବେଆଇନ ଖଣି ଖନନ ନେଇ ଅଭିଯୋଗ ହୋଇଥିଲା। ୨୦୧୨ରୁ ୨୦୧୬ ମଧ୍ୟରେ କେତେକ ଖଣିର ଖନନ ଲାଗି ସରକାରୀ ଅଧିକାରୀମାନେ ଏନଜିଟି ନିୟମାବଳୀକୁ ଉଲ୍ଲଂଘନ କରି ଅନୁମତି ଦେଇଥିବା ଅଭିଯୋଗ ହୋଇଥିଲା।

28 February 2024 04:45 PM (IST)

Odisha News Live: ରାତିରେ ଫଳକ ଭାଙ୍ଗି ଦେଲେ ଦୁର୍ବୃତ୍ତ...

Odisha News Live: ରାତିରେ ଫଳକ ଭାଙ୍ଗି ଦେଲେ ଦୁର୍ବୃତ୍ତ
ଦିନରେ ସହ କର୍ମୀଙ୍କ ଗହଣରେ ଯାଇ ରାଜସ୍ୱ ମନ୍ତ୍ରୀ ଆଦିବାସୀ ଭବନର ଶିଳାନ୍ୟାସ କରିଥିଲେ। ଆଉ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ପ୍ରକଳ୍ପର ସମ୍ପର୍କରେ ଗୁଣଗାନ କରିଥିଲେ। ହେଲେ ରାତିରେ ସେହି ଫଳକକୁ କିଏ ଭାଙ୍ଗି ଦେଲ? ସାଧାରଣ ନିର୍ବାଚନ ପୂର୍ବରୁ ଫଳକ ଭଙ୍ଗାକୁ ନେଇ ଉଷ୍ମ ହୋଇଛି ମୟୂରଭଞ୍ଜ ରାଜନୀତି

28 February 2024 04:30 PM (IST)

Odisha News Live: ଆଇଏଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ...

Odisha News Live: ଆଇଏଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ
ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ତିନି ଜିଲ୍ଲାର ଜିଲ୍ଲାପାଳ । ଆଜି ଜିଲ୍ଲାପାଳ ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ବାଲେଶ୍ୱର, ମୟୁରଭଞ୍ଜ ଏବଂ ପୁରୀ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏଥିସହ କଟକ ମହାନଗର ନିଗମକୁ ମିଳିଛି ନୂଆ କମିସନର ।
ସାଧାରଣ ପ୍ରଶାସନ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପୁରୀ ଜିଲ୍ଲାପାଳ ଭାବେ ସିଦ୍ଧାର୍ଥ ଶେଖର ସ୍ୱାଇଁଙ୍କୁ ନିଯୁକ୍ତି ମିଳିଛି । ବାଲେଶ୍ୱର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେ ଥିବାବେଳେ ଏବେ ବାଲେଶ୍ବର ଜିଲ୍ଲାପାଳ ଭାବେ ଆଶିଷ ଠାକରେଙ୍କୁ ନିଯୁକ୍ତି ମିଳିଛି ।

28 February 2024 04:15 PM (IST)

Top 10 News Today:ଅପରାହ୍ନର ୧୦ ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

Top 10 News Today:

ଅପରାହ୍ନର ୧୦ ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...

28 February 2024 04:00 PM (IST)

Odisha News Live: ଇଡିରେ ପ୍ରଫୁଲ୍ଲ ସାମଲ; ଚାଲିଛି ଜେରା...

Odisha News Live: ଇଡିରେ ପ୍ରଫୁଲ୍ଲ ସାମଲ; ଚାଲିଛି ଜେରା
ଇଡିରେ ହାଜର ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ। ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ସେ ଇଡିରେ ହାଜର ହୋଇଥିବା ଜଣାଯାଇଛି। ପ୍ରଫୁଲ୍ଲ ସାମଲଙ୍କୁ ଇଡି ଜେରା କରୁଥିବା ସୂଚନା ରହିଛି।

28 February 2024 03:45 PM (IST)

Odisha News Live: ଧସିଲା ଲୁହାପଥର ଖଣି, ୪ ଶ୍ରମିକ ମୃତ...

Odisha News Live: ଧସିଲା ଲୁହାପଥର ଖଣି, ୪ ଶ୍ରମିକ ମୃତ
ଛତିଶଗଡର ଦାନ୍ତେୱାଡା ଜିଲ୍ଲାର ବାଲାଡିଲାରେ ଧସିଲା ଖଣି। ଲୁହାପଥର ଖଣିରେ ଖନନ ସମୟରେ ପଥର ଭୁଶୁଡି ପଡିବାରୁ ୪ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟଜଣଙ୍କର ମୃତଦେହ ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଛି। ଏଯାଏ ନିଖୋଜ ଶ୍ରମିକଙ୍କର ପତ୍ତା ମିଳିପାରିନି। କିରାଣ୍ଡୁଲ ଥାନା ଅଂଚଳରେ ଥିବା ଲୁହାପଥର ଖଣିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଅତିରିକ୍ତ ପୋଲିସ ଅଧୀକ୍ଷକ ଆର.କେ ବର୍ମନ କହିଛନ୍ତି, ଦୁଇ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିନିଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ପଶ୍ଚିମବଙ୍ଗର ବିଟା ବାଲା, ନିର୍ମଳ ବାଲା ଓ ତୁସର ବାଲା । ଚତୁର୍ଥ ବ୍ୟକ୍ତି ସନ୍ତୋଷ କୁମାର ଦାସଙ୍କ ପତ୍ତା ମିଳିନି। ସେ ମାଟି ତଳେ ପୋତି ହୋଇଯାଇଥିବା ଅନୁମାନ କରାଯାଉଛି।

28 February 2024 03:37 PM (IST)

Odisha IAS reshuffle: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି...

Odisha IAS reshuffle: ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବାଲେଶ୍ୱର ଜିଲ୍ଲାପାଳ ଭାବେ ମୟୁରଭଞ୍ଜ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କୁ ମୟୁରଭଞ୍ଜ ବଦଳି କରାଯାଇଛି। ପଢ଼ନ୍ତୁ ପୂରା ଖବର...

 

28 February 2024 03:30 PM (IST)

Odisha News Live: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

Odisha News Live: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ରାଷ୍ଟ୍ରପତି ପହଞ୍ଚିଛନ୍ତି । କିଛି ସମୟ ପରେ ଖିଚିଂ ସ୍ଥିତ କିଚକେଶ୍ୱରୀ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି । ତୃତୀୟ ଥର ପାଇଁ ନିଜ ଜିଲ୍ଲା ତଥା ନିଜ ଘରକୁ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଦୁଇ ଥାକିଆ ବାଇପାସରୋଡ, ରାଇରଙ୍ଗପୁରର ସ୍ପୋର୍ଟସ କଂପ୍ଲେକ୍ସର ଶିଳାନ୍ୟାସ କରିବେ। ଭର୍ଚୁଆଲରେ ବାରସାହିରେ ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲର ଶିଳାନ୍ୟାସ କରିବେ।

28 February 2024 02:18 PM (IST)

President Droupadi Murmu Odisha visit: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା...

President Droupadi Murmu Odisha visit: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ତାଙ୍କୁ କାର୍‍ ଶୋଭାଯାତ୍ରାରେ ମୟୁରଭଞ୍ଜର ଖିଚିଂ ନିଆଯାଇଛି। ସେ କିଚକେଶ୍ୱରୀ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ରାଜ୍ୟପାଳ ଏବଂ ଜିଲ୍ଲାପାଳ ମଧ୍ୟ ପହଞ୍ଚିଛନ୍ତି।  ତାଙ୍କୁ ଦେଖିବା ଲାଗି ରାସ୍ତାର ଦୁଇ ପାର୍ଶ୍ୱରେ ପିଲାମାନଙ୍କୁ ଦେଖିବାକୁ ମିଳିଛି। ତାଙ୍କୁ ସେ ହାତ ହଲାଇ ଅଭିବାଦନ ଜଣାଇଛନ୍ତି।  ଏହା ତାଙ୍କର ୪ ଦିନିଆ ଓଡ଼ିଶା ଗସ୍ତ। ସେ ଉତ୍କଳ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

28 February 2024 01:34 PM (IST)

PM Modi Jammu Kashmir Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସରେ କାଶ୍ମୀର...

PM Modi Jammu Kashmir Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସରେ କାଶ୍ମୀର ଘାଟି ଗସ୍ତ କରିବାକୁ ଯାଉଛନ୍ତି। ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘାଟିକୁ ପ୍ରଥମ ଗସ୍ତ ହେବ। ୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଧାରା ୩୭୦ ଅନୁଯାୟୀ ଜମ୍ମୁ କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରି ରାଜ୍ୟକୁ ଦୁଇଟି ୟୁନିଅନରେ ବିଭକ୍ତ କରିଛନ୍ତି। ପଢ଼ନ୍ତୁ ପୂରା ଖବର...

28 February 2024 01:32 PM (IST)

Sukhvinder Singh Sukhu Resigns: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ...

Sukhvinder Singh Sukhu Resigns: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ବିଧାୟକଙ୍କ ଅସନ୍ତୋଷ ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଅନେକ ବିଧାୟକ ପ୍ରିୟଙ୍କା ଗାନ୍ଧୀଙ୍କୁ ଡାକି ସିଏମଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

28 February 2024 12:49 PM (IST)

Odisha BJD: ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ‘ବିଜେଡି’ ସଂଗଠନର କନ୍ଦଳ ଉଗ୍ର ରୂପ ନେଇଛି।...

Odisha BJD: ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ‘ବିଜେଡି’ ସଂଗଠନର କନ୍ଦଳ ଉଗ୍ର ରୂପ ନେଇଛି। ଦଳୀୟ କନ୍ଦଳ ପଦାରେ ପଡ଼ିବାରୁ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ପରବର୍ତ୍ତୀ ବିଧାୟକ ପ୍ରାର୍ଥୀ ହେବେ ବୋଲି କର୍ମୀଙ୍କୁ କହିବା ଭିଡିଓ ଭାଇରାଲ୍‍ ହେବା ପରେ ଏବେ ରାଜନୀତିକ ଚର୍ଚ୍ଚା ଜୋର ହୋଇଛି। ବର୍ତ୍ତମାନର ବିଧାୟକ ଉମା ସାମନ୍ତରାୟ ଏହି ଭିଡିଓକୁ ନେଇ ଆପତ୍ତି ଜଣାଇଛନ୍ତି।

28 February 2024 12:00 PM (IST)

Himachal Congress Crisis: ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ବିରୋଧୀଦଳର ନେତା...

Himachal Congress Crisis: ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ବିରୋଧୀଦଳର ନେତା ଜୟରାମ ଠାକୁରଙ୍କ ସମେତ ୧୫ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକଙ୍କୁ ନିଲମ୍ବିତ କରି ଗୃହକୁ ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ଏହି ପାହାଡି ରାଜ୍ୟରେ ବିରାଟ ରାଜନୈତିକ ଅସ୍ଥିରତା ଚାଲିଛି। କଂଗ୍ରେସ ସରକାରଙ୍କ ଉପରେ ସଙ୍କଟ ଦେଖାଦେଇଛି। ପଢ଼ନ୍ତୁ ପୂରା ଖବର...

28 February 2024 11:58 AM (IST)

Odisha News: ଏକ ଟଙ୍କାରେ ଟିଫିନ୍। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ। ଟିଫିନ୍...

Odisha News: ଏକ ଟଙ୍କାରେ ଟିଫିନ୍। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ। ଟିଫିନ୍ ସେଣ୍ଟରରେ କେବେ ଇଡ଼ଲି ତ କେବେ ବରା ତ କେବେ ପାଉଁରୁଟି ଭଳି ଭଳିକି ଭଳି ଟିଫିନ। ବରଗଡ଼ ଜିଲ୍ଲାର ମୁଖ୍ୟ ହସପିଟାଲ୍ ସମ୍ମୁଖରେ ରହିଛି ଏହି ଜଳଖିଆ ଦୋକାନ। ସପ୍ତାହର ପ୍ରତ୍ୟକ ରବିବାର ଦିନ ଗ୍ରାହକଙ୍କୁ ମାତ୍ର ଏକ ଟଙ୍କାରେ ଟିଫିନ୍ ଯୋଗାଇ ଥାଆନ୍ତି ବରଗଡ଼ ଖେଦାପାଲିର ଉମେଶ ପ୍ରଧାନ। ପଢ଼ନ୍ତୁ ପୂରା ଖବର...

28 February 2024 11:53 AM (IST)

Gold Rate Today: ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତା...

Gold Rate Today: ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି। ଗତ କାଲି ଅପେକ୍ଷା ଆଜି ସୁନା ଦରରେ ଦ୍ରାସ ଦେଖିବାକୁ ମିଳିଛି, ମାତ୍ର ଏହି ହ୍ରାସ ଗ୍ରାହକଙ୍କୁ ସେତେଟା ଖୁସି କରିପାରି ନାହିଁ। କାରଣ ଗତକାଲି ତୁଳନାରେ ଗ୍ରାମ ପିଛା ସୁନା ଦର ୧ ଟଙ୍କା ଖସିଛି। ପଢ଼ନ୍ତୁ ପୂରା ଖବର...

28 February 2024 11:04 AM (IST)

Supreme Court On ED Summons: ED ଅର୍ଥାତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ସମ୍ପର୍କରେ...

Supreme Court On ED Summons: ED ଅର୍ଥାତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ସମ୍ପର୍କରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ବଡ଼ ବୟାନ ଦେଇଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି PMLA ର ଧାରା ୫୦ ଅନୁଯାୟୀ କାହାକୁ ସମନ କରାଯାଏ, ତେବେ ତାଙ୍କୁ ସମନକୁ ସମ୍ମାନ କରିବାକୁ ପଡିବ ଏବଂ ଏହାର ଉତ୍ତର ମଧ୍ୟ ଦେବାକୁ ପଡିବ। ପଢ଼ନ୍ତୁ ପୂରା ଖବର...

 

28 February 2024 11:03 AM (IST)

Indian Navy and NCB Action: ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)...

Indian Navy and NCB Action: ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ର ମିଳିତ ଅପରେସନରେ ମଙ୍ଗଳବାର ଦିନ (୨୭ ଫେବ୍ରୁଆରୀ) ଗୁଜୁରାଟ ଉପକୂଳରୁ ପ୍ରାୟ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ନେଇ ଯାଉଥିବା ଏକ ସନ୍ଦିଗ୍ଧ ଡଙ୍ଗାକୁ ଧରାଯାଇଛି। ଭାରତୀୟ ନୌସେନା ଏକ ବିୟାନରେ କହିଛି ଯେ ନିକଟ ଅତୀତରେ ପରିମାଣ ଦୃଷ୍ଟିରୁ ଏହି ଜବତ୍ ହେଉଛି ସବୁଠାରୁ ବଡ଼ ଆକ୍ସନ। ପଢ଼ନ୍ତୁ ପୂରା ଖବର...

 

28 February 2024 09:58 AM (IST)

ଭୁବନେଶ୍ବରରେ ମାତିଛନ୍ତି ଲୁଟେରା, ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ୨୦ଟି ପାରା ନେଇ ଛୁ...

ଭୁବନେଶ୍ବରରେ ମାତିଛନ୍ତି ଲୁଟେରା, ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ୨୦ଟି ପାରା ନେଇ ଛୁ

ଭୁବନେଶ୍ବର ମାତିଛନ୍ତି ଝରକା ତଡ଼ା ଗ୍ୟାଙ୍ଗ୍ । ସମସ୍ତେ ଶୋଇଥିବା ବେଳେ ନିଶା ସ୍ପ୍ରେ କରି ବୁଲାଇଛନ୍ତି କଳାକନା । ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ୨୦ଟି ପାରା । ଏଭଳି ଏକ ଘଟଣା ଘଟିଛି ରାଜଧାନୀର ସହିଦ ନଗର ଥାନା ଅନ୍ତର୍ଗତ ଭିଏସଏସ ନଗରରେ । ସେଠାରେ ରହୁଥିବା ବ୍ୟାଙ୍କ କର୍ମଚାରୀ ମନୋଜ ବେହେରାଙ୍କ ପରିବାର ଶୋଇଥିବା ବେଳେ ନିଶା ସ୍ପ୍ରେ କରି ଏଭଳି ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛନ୍ତି ।

28 February 2024 09:55 AM (IST)

ଦେଶରେ ଇଲେକ୍ଟ୍ରିକ୍‍ ସ୍କୁଟର ଦାମ ବେଶ୍‍ ହ୍ରାସ...

ଦେଶରେ ଇଲେକ୍ଟ୍ରିକ୍‍ ସ୍କୁଟର ଦାମ ବେଶ୍‍ ହ୍ରାସ

Electric Scooters in India cut price: ବ୍ୟାଟେରୀ ଦାମ୍‍ କମିବା ହେତୁ ଦେଶରେ ଇଲେକ୍ଟ୍ରିକ୍‍ ସ୍କୁଟର ଦାମ ବେଶ୍‍ ହ୍ରାସ ପାଇଛି। ଗଲା ଦୁଇରୁ ତିନିମାସ ଭିତରେ ୨୦-୨୫ ହଜାର ଟଙ୍କା ସ୍କୁଟର ପିଛା ଦର କମିଥିବା ଜଣାପଡ଼ିଛି। ଏହା ସମୁଦାୟ ଦରରେ ୨୨ ପ୍ରତିଶତ ହ୍ରାସ।

 

28 February 2024 09:51 AM (IST)

ପୁଣି ଖସିଲା ପେଟ୍ରୋଲ- ଡିଜେଲ ଦର, ଜାଣନ୍ତୁ ଆଜିର ନୂଆ ରେଟ୍...

ପୁଣି ଖସିଲା ପେଟ୍ରୋଲ- ଡିଜେଲ ଦର, ଜାଣନ୍ତୁ ଆଜିର ନୂଆ ରେଟ୍

Petrol Diesel Price Today: ଆଜି (ବୁଧବାର) ତୈଳ କମ୍ପାନୀ ଗୁଡିକ ଡିଜେଲ୍ -ପେଟ୍ରୋଲର ନୂଆ ଦର ଜାରି କରିଛନ୍ତି। ଆଜି ମଧ୍ୟ ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଭ୍ୟାଟ୍ ଯୋଗୁଁ ଅନେକ ସହରରେ ତୈଳ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ତେବେ, ଆସନ୍ତୁ ଜାଣିବା କେଉଁ ସହରରେ ତୈଳ ଦର କେତେ ରହିଛି...

ଲିଙ୍କ୍ ଉପରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ: ପୁଣି ଖସିଲା ପେଟ୍ରୋଲ- ଡିଜେଲ ଦର, ଜାଣନ୍ତୁ ଆଜିର ନୂଆ ରେଟ୍

28 February 2024 09:24 AM (IST)

 ଏନଏସି ମାନ୍ୟତା ଦାବିରେ ଆଜି ବାମରା ୧୨ ଘଣ୍ଟିଆ ବନ୍ଦ...

 ଏନଏସି ମାନ୍ୟତା ଦାବିରେ ଆଜି ବାମରା ୧୨ ଘଣ୍ଟିଆ ବନ୍ଦ

ଆଜି ବାମରା ୧୨ ଘଣ୍ଟିଆ ବନ୍ଦ ଡାକରା।  ଏନଏସି ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦେଉଛି ବାମରା ନାଗରିକ କମିଟି। ଆଜି ସକାଳ ୬ ଟା ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବାମରା ବନ୍ଦ ଡାକରା ଦିଆଯାଇଛି। ଜନ ଜୀବନ ପ୍ରଭାବିତ ହୋଇଛ। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଅନୁଷ୍ଠାନ ସହ ଦୋକାନ ବଜାର  ବି ବନ୍ଦ ରହିଛି। 

28 February 2024 08:54 AM (IST)

 ...

 

ପଥର ଖାଦାନରେ ଚାପି ହୋଇ ୪ ଶ୍ରମିକଙ୍କ ଗଲା ଜୀବନ

ପଥର ଖାଦାନରେ ଚାପି ହୋଇ ୪ ଶ୍ରମିକଙ୍କ ଗଲା ଜୀବନ । ଦାନ୍ତେୱାଡା ଜିଲ୍ଲା କିରନ୍ଦୁଲରେ ଏକ ପଥର ଖାଦାନରେ ଘଟିଲା ଅଘଟଣ। କାମ ଚାଲିଥିବା ବେଳେ ଶ୍ରମିକଙ୍କ ଉପରେ ପଥର ଧସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

28 February 2024 08:35 AM (IST)

ଦେଶର ନୂଆ ଲୋକପାଳ ହେଲେ ଏ.ଏମ୍ ଖାନୱିଲକର...

ଦେଶର ନୂଆ ଲୋକପାଳ ହେଲେ ଏ.ଏମ୍ ଖାନୱିଲକର

ଦେଶର ନୂଆ ଲୋକପାଳ ଭାବେ ନିଯୁକ୍ତି ପାଇଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍ ଖାନୱିଲକର । ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଜଷ୍ଟିସ ଏ.ଏମ୍ ଖାନୱିଲକର ୨୦୨୨ରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ । ଜଷ୍ଟିସ ପିନାକୀ ଚନ୍ଦ୍ର ବୋଷ ଲୋକପାଳ ଦାୟିତ୍ୱରୁ ଅବସର ନେବା ପରେ ୨୦୨୨ ମସିହାରୁ ଏହି ପଦବୀ ଖାଲି ପଡିଥିଲା । ଲୋକପାଳର ନ୍ୟାୟିକ ସଦସ୍ୟ ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ବର୍ତ୍ତମାନ ଏ.ଏମ୍ ଖାନୱିଲକରଙ୍କୁ ନୂଆ ନିଯୁକ୍ତି ମିଳିଛି । ଲୋକପାଳ ଅଧ୍ୟକ୍ଷ ସହିତ ନ୍ୟାୟିକ ସଦସ୍ୟ ଭାବେ ଅବସରପ୍ରାପ୍ତ ବିଚାରପତି ଲିଙ୍ଗାପା ନାରାୟଣ ସ୍ୱାମୀ, ରୁତୁରାଜ ଅବସ୍ତି, ସଂଜୟ ଯାଦବ ଏବଂ ଅଣ ନ୍ୟାୟିକ ସଦସ୍ୟ ଭାବେ ମଧ୍ୟ କିଛି ଜଣଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି ।

28 February 2024 08:30 AM (IST)

ପତଞ୍ଜଳୀକୁ ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟର ତାଗିଦ...

ପତଞ୍ଜଳୀକୁ ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟର ତାଗିଦ

ବିଭ୍ରାନ୍ତକାରୀ ବିଜ୍ଞାପନ ପ୍ରସାରଣ ଲାଗି ପାତଞ୍ଜଳୀ ଆୟୁର୍ବେଦ ଉପରେ ବର୍ଷିଛନ୍ତି ସୁପ୍ରିମ କୋର୍ଟ। ଏହାର ସମସ୍ତ ବିଭ୍ରାନ୍ତକାରୀ ବିଜ୍ଞାପନକୁ ନିଷିଦ୍ଧ କରିବା ସହ କୌଣସି ରୋଗ ବା ଅନ୍ୟ ମେଢିୀକାଲ୍‍ ଅବସ୍ଥା ସମ୍ପର୍କରେ ବିଜ୍ଞାପନ ପ୍ରସାରଣ ନକରିବାକୁ ଆଦେଶ ଦେିଛନ୍ତି। ଇଣ୍ଡିଆନ୍‍ ମେଡିକାଲ୍‍ ଆସୋସିଏସନ୍‍ ପକ୍ଷରୁ ଦାଖଲ ଏକ ମାମଲାର ବିଚାର କରି କୋର୍ଟ ଏହି ଆଦେଶ ଦେଇଛନ୍ତି। 

28 February 2024 08:27 AM (IST)

ଭୁବନେଶ୍ୱରରେ ପହଞ୍ଚିଲେ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‍ ଗେଟ୍ସ...

ଭୁବନେଶ୍ୱରରେ ପହଞ୍ଚିଲେ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‍ ଗେଟ୍ସ

ଭୁବନେଶ୍ୱରରେ ପହଞ୍ଚିଲେ ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‍ ଗେଟ୍ସ। କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ତାଙ୍କ ଦ୍ୱାରା ପରିଚାଳିତ ବିଲ୍‍ ଏବଂ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍‍ ପକ୍ଷରୁ ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସେ ସମୀକ୍ଷା କରିବେ। ଏଥିନେଇ କୃଷି ଭବନଠାରେ ଏକ ବୈଠକ ଆୟେଜନ କରାଯାଇଛି। ଶ୍ରୀ ଗେଟ୍ସ କୃଷି ଭବନରେ ପହଞ୍ଚିଛନ୍ତି। ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ୨୦୧୭ ମସିହାରେ ସମ୍ପୃକ୍ତ ଫାଉଣ୍ଡେସନ୍‍ ସହ ରାଜ୍ୟ ସରକାର ଚୁକ୍ତିବଦ୍ଧ ହୋଇଥିଲେ।

28 February 2024 08:13 AM (IST)

 ମେ’ ୧୫ ଭିତରେ ଯୁକ୍ତ ଦୁଇ ପରୀକ୍ଷାଫଳ...

 ମେ’ ୧୫ ଭିତରେ ଯୁକ୍ତ ଦୁଇ ପରୀକ୍ଷାଫଳ

ଯୁକ୍ତ ଦୁଇ ପରୀକ୍ଷାଫଳ ମେ’ ୧୫ ଭିତରେ ପ୍ରକାଶ ପାଇପାରେ। ଏନେଇ ସୂଚନା ଦେଇଛନ୍ତି ସିଏଚ୍‍ଏସ୍‍ଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାଏକ। ଗୋଟିଏ ଦିନରରେ ସବୁ ବିଭାଗର ଫଳାଫଳ ଏକାଠି ପ୍ରକାଶ କରିବାକୁ ବୋର୍ଡ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଏଥିଲାଗି ମାର୍ଚ୍ଚ ୨୨ରୁ ଖାତାଦେଖା ଆରମ୍ଭ ହେବ ବୋଲି ସେ କହିଛନ୍ତି।

 

28 February 2024 08:12 AM (IST)

ଆଜି ଆସିବ କୃଷକ ସମ୍ମାନ ନିଧି...

ଆଜି ଆସିବ କୃଷକ ସମ୍ମାନ ନିଧି

ଆଜି ଆସିବ କୃଷକ ସମ୍ମାନ ନିଧି। କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀଙ୍କ ସହାୟତା ଲାଗି ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ଯୋଜନାରେ ସରକାର ପ୍ରତି ଯୋଗ୍ୟ ଚାଷୀଙ୍କୁ ଆଜି ନଗଦ ରାଶି ପଠାଇବେ। ମହାରାଷ୍ଟ୍ରର ୟବତମାଳ ଠାରେ ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନରେ ଉଦ୍‍ଘାଟନ କରିବେ। ଏହାଦ୍ୱାରା ୯ କୋଟିରୁ ଅଧିକ ଚାଷୀଙ୍କ ଖାତାରେ ସିଧାସଳଖ କିସାନ ସମ୍ମାନ ନିଧି ପହଞ୍ଚିବ। ଏହି ଯୋଜନାରେ ସରକାର ପ୍ରତି ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଲେଖାଏ ୩ଟି କିସ୍ତିରେ ପ୍ରଦାନ କରିଥାଆନ୍ତି। 

28 February 2024 07:51 AM (IST)

ଚୁଟକୀରେ ପଢନ୍ତୁ ସକାଳର ୧୦ ପ୍ରମୁଖ ଖବର: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ...

ଚୁଟକୀରେ ପଢନ୍ତୁ ସକାଳର ୧୦ ପ୍ରମୁଖ ଖବର: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

28 February 2024 07:34 AM (IST)

ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍ ଭୋଟିଂ...

ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍ ଭୋଟିଂ

Cross voting in UP and Karnataka: ରାଜ୍ୟସଭା ନିର୍ବାଚନ ବେଳେ ବ୍ୟାପକ କ୍ରସ୍‍ଭୋଟିଂ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ,  କର୍ଣ୍ଣାଟକାରେ ସମାଜବାଦୀ ପାର୍ଟି, କଂଗ୍ରେସ ଓ ବିଜେପି ବିଧାୟକମାନେ କ୍ରସ୍‍ ଭୋଟିଂରେ ସାମିଲ୍‍ ରହିଥିବା ଅଭିଯୋଗ ହୋଇଛି।   ଉତ୍ତରପ୍ରଦେଶରେ ୭ ଜଣ ସମାଜଦାବୀ ପାର୍ଟି ବିଧାୟକ ବିଜେପି ପକ୍ଷରେ ଭୋଟ୍‍ ଦେଇଥିବା ସୂଚନା ମିଳିଛି। ସେହିପରି କର୍ଣ୍ଣାଟକାରେ ଦୁଇଜଣ ବିଜେପି ବିଧାୟକ କଂଗ୍ରେସ ପ୍ରାର୍ଥୀ ସପକ୍ଷରେ ଭାଟ୍‍ ଦେଇଥିବା ଅଭିଯୋଗ ହୋଇଛି। ହିମାଚଳ ପ୍ରଦେଶରେ ମଧ୍ୟ କିଛି କଂଗ୍ରେସ ବିଧାୟକ କ୍ରସ୍‍ ଭୋଟିଂରେ ସମ୍ପୃକ୍ତ ରହିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ହରିୟାଣା ପୁଲିସ ହିମାଚଳର କଂଗ୍ରେସ ବିଧାୟକଙ୍କୁ ହରିୟାଣା ନେଇ ଯାଇଥିବା ଅଭିଯୋଗ ହୋଇଛି।

28 February 2024 07:23 AM (IST)

ଯୁକ୍ତ ଦୁଇ ଫିଜିକ୍ସରେ ଗ୍ରେସ୍ ମାର୍କ ଦିଆଯିବ...

ଯୁକ୍ତ ଦୁଇ ଫିଜିକ୍ସରେ ଗ୍ରେସ୍ ମାର୍କ ଦିଆଯିବ

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାରେ ସିଲାବସ୍‍ ବାହାରେ ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି। ଏହାକୁ ସ୍ୱୀକାର କରି କର୍ତ୍ତୃପକ୍ଷ ସମ୍ପୃକ୍ତ ପ୍ରଶ୍ନ ପାଇଁ ପରୀକ୍ଷାର୍ଥୀଙ୍କୁ ଗ୍ରେସ ମାର୍କ ଦେବାକୁ ଚିନ୍ତା କରିଛନ୍ତି। ଏଥିନେଇ ଏକ ଏକ୍ସପର୍ଟ କମିଟି ଗଠନ କରିଛନ୍ତି। ତେବେ ଯେଉଁ ପରୀକ୍ଷାର୍ଥୀମାନେ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି ସେମାନଙ୍କୁ ଗ୍ରେସ୍ ମାର୍କ ମିଳିବା ସମ୍ଭାବନା ରହିଛି। ୨୨ ତାରିଖ ଦିନ ଅନୁଷ୍ଠିତ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ୧୯ ମାର୍କର ପ୍ରଶ୍ନ ସିଲାବସ୍‍ ବାହାରୁ ପଡ଼ିଥିବା ଅଭିଯୋଗ ହୋଇଥିଲା।  
 

28 February 2024 07:06 AM (IST)

...

 ଓଡି଼ଶାରେ ବିଲ୍ ଗେଟ୍ସ

ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିଛନ୍ତି ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ ଗେଟ୍ସ (Bill Gates) । ବୁଧବାର ବିଲ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (Naveen Patnaik) ଭେଟିବା ସହ ଭୁବନେଶ୍ବରସ୍ଥିତ କୃଷି ଭବନ ପରିଦର୍ଶନ କରି ସେଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ସୂଚନା ଅନୁଯାୟୀ, ବିଲ ଗେଟ୍ସ ମଙ୍ଗଳବାର ରାତି ୯ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ଟ୍ରାଇଡ଼େଣ୍ଟ ହୋଟେଲରେ ରାତ୍ରୀଯାପନ କରିଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ରହିଛି । ଏହା ସହ ବସ୍ତି ଓ କୃଷି ଭବନ (krushi Bhawan) ପରିଦର୍ଶନ ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

28 February 2024 07:03 AM (IST)

ଆଜି ଓଡ଼ିଶା ଆସୁଛନ୍ତି ମ୍ୟାଡାମ୍ ପ୍ରେସିଡେଣ୍ଟ, ଜାଣନ୍ତୁ କଣ ରହିଛି ଆଜିର କାର୍ଯ୍ୟସୂଚୀ?...

ଆଜି ଓଡ଼ିଶା ଆସୁଛନ୍ତି ମ୍ୟାଡାମ୍ ପ୍ରେସିଡେଣ୍ଟ, ଜାଣନ୍ତୁ କ'ଣ ରହିଛି ଆଜିର କାର୍ଯ୍ୟସୂଚୀ?

President’s Odisha Visit : ଆଜିଠାରୁ ଚାରି ଦିନିଆ ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ସେ ମୟୂରଭଂଜ, କେନ୍ଦୁଝର, ଖୋର୍ଦ୍ଧା, କଟକ, ଗଂଜାମ ଓ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୨ ତାରିଖରୁ ଝାରସୁଗୁଡାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତି ତୃତୀୟ ଥର ପାଇଁ ନିଜ ଜନ୍ମମାଟି ମୟୂରଭଂଜ ଜିଲ୍ଲକୁ ଆସୁଛନ୍ତି। ରାଷ୍ଟ୍ରପତି ବାୟୁସେନାକର ଏକ ସ୍ବତନ୍ତ୍ର ବିମାନ ଯୋଗେ  ନୂଆଦିଲ୍ଲୀରୁ ଝାଡଖଣ୍ତର ରାଞ୍ଚି ବିମାନ ବନ୍ଦରରେ ପହଂଚି ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ  ଆସି ଅପରାହ୍ନ ୨ଟା ୩୦ ମିନିଟ୍ ସମୟରେ ଖିଚିଂ ନିକଟ ପାଣ୍ତରଶିଳ ଗାଁରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍ ରେ ପହଚିଂବେ। ସେଠାରୁ ପ୍ରଥମେ ଖିଚିଂ ମନ୍ଦିର ଆସିବେ। 

ଅଧିକ ଖବର ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ : ଆଜି ଓଡ଼ିଶା ଆସୁଛନ୍ତି ମ୍ୟାଡାମ୍ ପ୍ରେସିଡେଣ୍ଟ, ଜାଣନ୍ତୁ କ'ଣ ରହିଛି ଆଜିର କାର୍ଯ୍ୟସୂଚୀ?

28 February 2024 07:01 AM (IST)

ଆସୁଛି ଆଉ ଏକ ବର୍ଷା,  ଭିଜିବ ଏହି ସବୁ ଜିଲ୍ଲା!...

ଆସୁଛି ଆଉ ଏକ ବର୍ଷା,  ଭିଜିବ ଏହି ସବୁ ଜିଲ୍ଲା!

Weather Update: ରାଜ୍ୟରେ ଗତ ତିନି ଦିନ ହେବ ହାଲୁକାରୁ (light rain) ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ସ୍ଥାନ ସ୍ଥାନେ ବିଜୁଳି ଘଡଘଡି ସାଙ୍ଗକୁ  ବର୍ଷା ରେକର୍ଡ ହୋଇଛି।  ଗତ ୨୪ ଘଣ୍ଟାରେ ନବରଙ୍ଗପୁର, କନ୍ଧମାଳ, ଓ ଦେବଗଡରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ପାରଳାଖେମୁଣ୍ତିରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ଼ ହୋଇଛି। ଉତ୍ତର ଆଭ୍ୟନ୍ତରିଣ ଓଡି଼ଶା ତଥା ବାଲେଶ୍ବର, ଭଦ୍ରକ, ଯାଜପୁର,ବୌଦ୍ଧ, ସୋନପୁର, ବଲାଙ୍ଗୀର , ନୂଆପଡା, କଳାହାଣ୍ତି, କନ୍ଧମାଳ ଓ ନବରଙ୍ଗପୁର ପାଗ ଆଂଶିକ ମେଘୁଆ  ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହୋଇଛି।  ବାକି ଜିଲ୍ଲାରେ ମୁଖ୍ୟତ ଶୁଖିଲା ରହିଥିବା  ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି(Bhubaneswar Meteorological Centre)। 

ଅଧିକ ଖବର ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ :ଆସୁଛି ଆଉ ଏକ ବର୍ଷା,  ଭିଜିବ ଏହି ସବୁ ଜିଲ୍ଲା!

 

28 February 2024 06:58 AM (IST)

 ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ...

 ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ
Horoscope Today 28 February 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି ।  ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୨୮ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଅଧିକ ଖବର ଜାଣିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ :  ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆଜିର ରାଶିଫଳ 

 

Add Zee News as a Preferred Source

About the Author