)
ଢେଙ୍କାନାଳରେ ହାତୀ ଆତଙ୍କ, ପାଦରେ ଦଳି ନେଲା ଜୀବନ
ଢେଙ୍କାନାଳ: ଗଁଦିଆ ଥାନା ଅନ୍ତର୍ଗତ ନେଉଳପୋଇ ଅଞ୍ଚଳରେ ଆଜି ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି । ବିରିଖୁଣ୍ଟି ଗାଁର ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିବା ଫଳରେ ତାଙ୍କର ଜୀବନ ଯାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...
Bollywood News: ନାୟକରୁ ଗାୟକ ବନିଲେ ବଲିଉଡ ଖିଲାଡି ଅକ୍ଷୟ କୁମାର
Akshay Kumar New Song Shambhu: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏକ ଆଧ୍ୟାତ୍ମିକ ଗୀତ 'ଶମ୍ଭୁ'ରେ କଣ୍ଠଦାନ କରିଛନ୍ତି । ଗୀତଟି ଫେବୃଆରୀ ୫ରେ ରିଲିଜ୍ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ...
ମୋଦୀଙ୍କୁ ନବୀନଙ୍କ ପ୍ରଶଂସା: ଭାରତକୁ ନୂଆ ଦିଗ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ସମ୍ବଲପୁରଠାରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କୁ ସମ୍ବୋଧନ କରିବେବେଳେ ପ୍ରଧାନମନ୍ତ୍ରୀ ଭାରତକୁ ନୂଆ ଦିଗ ନିର୍ଦ୍ଦେଶ କରିଛନ୍ତି ବୋଲି କହିଛନ୍ତି। ଏହାସହ ଭାରତୀୟ ଭାଷାକୁ ଭଲ ପାଉଥିବା ଜଣେ ବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅଭିହିତ କରି ଆଜି ପ୍ରଥମ ବିଶ୍ୱ ଓଡ଼ିଆ ଭାଷ ସମ୍ମିଳନୀ ଆୟୋଜନ କରୁଥିବା ଓଡ଼ିଶାରେ ତାଙ୍କ ଉପସ୍ଥିତି ଏକ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ନବୀନ। ଅଧିକ ପଢ଼ନ୍ତୁ...
ସମ୍ୱଲପୁରରେ ରାଷ୍ଟ୍ରପତିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ
ସମ୍ୱଲପୁର: ଆଜି ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ମାଟିର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ସମ୍ୱଲପୁର ରେମେଡ୍ ସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, କଂଗ୍ରେସ ଏବଂ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପୂର୍ବରୁ ତାଙ୍କର ଅପମାନ କରିଥିଲେ । ଯାହା କେବଳ ଦ୍ରୌପଦୀ ମୁର୍ମୁ ନୁହେଁ ବରଂ ସମଗ୍ର ଆଦିବାସୀଙ୍କ ପ୍ରତି ଏବଂ ସାରା ଓଡ଼ିଶା ପ୍ରତି ଅପମାନଜନକ କଥା ଥିଲା । ଅଧିକ ପଢ଼ନ୍ତୁ...
କୋଟିଆକୁ ନେଇ ଆନ୍ଧ୍ର ସରକାରଙ୍କୁ ଟାର୍ଗେଟ କଲେ ଟିଡିପି ପ୍ରତିନିଧି ଦଳ
କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବା ସହିତ ଲୋକଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯାଉଛି। ଓଡ଼ିଶାର ଏହିଭଳି କାର୍ଯ୍ୟକୁ ଦେଖି ଆନ୍ଧ୍ର ଛାନିଆ ହୋଇ ଯାଇଛି। କୋଟିଆରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଦେଖିବା ପରେ ଆନ୍ଧ୍ର ହାତରୁ କୋଟିଆ ଖସି ଯାଉଥିବା ଅନୁଭବ କରି ଟିଡିପି ନେତା ଆରୋପ କରିଛନ୍ତି ଆନ୍ଧ୍ରକୁ। ପଢନ୍ତୁ ପୂରା ରିପୋର୍ଟ...
ପିଏମ ମୋଦୀଙ୍କୁ ଭେଟିବାକୁ ଯାଉଥିଲେ ପିହୁ ମାଆ, ଅଧାବାଟରୁ ଟେକିନେଲା ପୋଲିସ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଯାଜପୁର ବିଂଝାରପୁର ମଧୁସୂଦନ ଗାଁର ପିହୁ ନିଖୋଜ ମାମଲାରେ ନ୍ୟାୟ ପାଇଁ ନିକଟସ୍ଥ ଥାନାଠୁ ଆରମ୍ଭ କରି ଜିଲ୍ଲାପାଳ, ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ଲାଭ ନମିଳିବାରୁ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ ପିହୁର ମାଆ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପୂର୍ବରୁ ଅଧାରାସ୍ତାରୁ ତାଙ୍କୁ ଟେକିନେଇଛି ପୋଲିସ । ଅଧିକ ପଢ଼ନ୍ତୁ...
କଂଗ୍ରେସକୁ ସମାଲୋଚନା, ବିଜେଡି ପାଇଁ ଶବ୍ଦଟେ ନାହିଁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତରେ ରାଜ୍ୟର ଆଞ୍ଚଳିକ ଶାସକ ଦଳ ବିଜେଡି ପ୍ରତି ସୌହାର୍ଦ୍ଦ୍ୟ ଦେଖିବାକୁ ମିଳିଛି। ବିକାଶ ଓ ଅଭିବୃଦ୍ଧି କଥା କହିବା ବେଳେ ଯଦିଓ କେନ୍ଦ୍ରରେ ପୂର୍ବ କଂଗ୍ରେସ ସରକାରଙ୍କୁ ସେ ବ୍ୟାପକ ସମାଲୋଚନା କରିଥିଲେ କିନ୍ତୁ ବିଜେଡି ବିପକ୍ଷ ବା ସପକ୍ଷରେ ଶବ୍ଦଟିଏ କହି ନାହାନ୍ତି। ଏପରିକି ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ରୀ ପ୍ରାୟେଜିତ ଆୟୁଷ୍ମାନ ଯୋଜନା ବାବଦରେ କହିବା ବେଳେ ଓଡ଼ିଶାରେ ଏ ବ୍ୟବସ୍ଥା ଲାଗୁ କରାଯାଇ ନଥିବା ପ୍ରସଙ୍ଗ ବି ଉଲ୍ଲେଖ କରି ନାହାନ୍ତି। ପଢନ୍ତୁ ପୂରା ରିପୋର୍ଟ...
ନୂଆ ବ୍ୟବସାୟ କରିବେ କି ବାବା ରାମଦେବ? ଏହି କମ୍ପାନୀକୁ କିଣିବେ ବୋଲି ଚର୍ଚ୍ଚା
ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁରର୍ବେଦ ଟେକନୋଲୋଜୀ ଫାର୍ମ ରୋଲଟାକୁ ୮୩୦ କୋଟି ଟଙ୍କାରେ କିଣିବା ନେଇ ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ...
ଉତ୍ତର ଭାରତରେ ବଢିବ ଶୀତ
ଗତ କିଛି ଦିନ ହେବ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ସୂର୍ଯ୍ୟଙ୍କ ତାପ ଦେଖାଯିବା ସହିତ ହାଲୁକା ବର୍ଷା ହୋଇଛି। ଯାହା ଶୀତରୁ ସାମାନ୍ୟ ମୁକ୍ତି ଦେଇଛି। କିନ୍ତୁ, ଏହି ଆଶ୍ୱସ୍ତି ଅଧିକ ସମୟ ଧରି ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଇଏମଡି (ଭାରତୀୟ ପାଣିପାଗ ବିଭାଗ) ସମତଳ ଅଞ୍ଚଳରେ ପ୍ରବଳ ବର୍ଷା, ପାର୍ବତ୍ୟାଞ୍ଚଳରେ ତୁଷାରପାତ ଏବଂ ଘନ କୁହୁଡ଼ି ସମ୍ପର୍କରେ ସତର୍କ ସୂଚନା ଜାରି କରିଛି। ପଢନ୍ତୁ ପୂରା ରିପୋର୍ଟ...
କାର୍ଯ୍ୟାନୁଷ୍ଠାନ ପରେ ପେଟିଏମକୁ ଲାଗିଲା ଆଉ ଏକ ଝଟକା
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବୁଧବାର ଫେବୃଆରୀ ୨୯, ୨୦୨୪ ପରେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ (ପେଟିଏମ୍)କୁ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍ ଉପକରଣ, ୱାଲେଟ୍ ଏବଂ ଫାସଟ୍ୟାଗ ଇତ୍ୟାଦିରେ ଜମା କିମ୍ବା ଟପ୍ ଅପ୍ ଗ୍ରହଣ କରିବାକୁ ବାରଣ କରିଛି। ନିୟମ ଉଲ୍ଲଂଘନ ପରେ ଆରବିଆଇ ପେଟିଏମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପଢନ୍ତୁ ପୂରା ରିପୋର୍ଟ...
PM Kisan Yojana: କେବେ ମିଳିବ ୧୬ ତମ କିସ୍ତି ଟଙ୍କା ?
PM Kisan 16th installment: କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ଅନେକ ଯୋଜନା କରାଯାଇଛି ଯାହାଦ୍ୱାରା ଦେଶର ଲୋକମାନେ ଉପକୃତ ହେବେ । ବିଶେଷ କରି ଗରିବ ଏବଂ କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ବେଶ୍ ପ୍ରଶଂସନୀୟ । ନିଜର ଯୋଗ୍ୟତା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅଧିନରେ ପ୍ରଦାନ କରାଯାଉଥିବା ଯୋଜନା ଗୁଡିକର ଲାଭ ଉଠାନ୍ତି ଦେଶବାସୀ । ବିଶେଷ କରି ଚାଷୀ ଏବଂ ଚାଷ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି । ଅଧିକ ପଢ଼ନ୍ତୁ...
ସମ୍ବଲପୁର ଆଇଆଇଏମ୍ ଉଦ୍ଘାଟନ ଉତ୍ସବ
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ । ଆଇଆଇଏମ ସହ ୬୮ ହଜାର କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ବିଭିନ୍ନ ଶିଳ୍ପ ପ୍ରକଳ୍ପ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ।
Modi At Sambalpur: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୋଦି ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ। ସମ୍ବଲପୁର IIMର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଛି। ଏଥିସହ ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ସମ୍ବଲପୁର-ତାଳଚେର ୧୬୮ କିଲୋମିଟର ରେଳପଥ ଏବଂ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲାଇନ ଦୋହରୀକରଣ ଆଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ସେହିପରି ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ଚଳାଚଳ ଏବଂ ଷ୍ଟେସନ ବିଲଡିଂର ଶୁଭାରମ୍ଭ କରିବେ।
Rahul Gandhi: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଶୁକ୍ରବାର ଝାଡ଼ଖଣ୍ଡରେ ପହଞ୍ଚିଛି। ରାହୁଲ ଗାନ୍ଧୀ ଶନିବାର ଦେବଘରସ୍ଥିତ ବୈଦ୍ୟନାଥ ଧାମ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜା କରିବେ। ସେପଟେ ଏନେଇ ଗୋଡ୍ଡାର ବିଜେପି ସାଂସଦ ନିଶିକାନ୍ତ ଦୁବେ ରାହୁଲ ଗାନ୍ଧୀଙ୍କୁ ହିନ୍ଦୁତ୍ୱର ସୁରକ୍ଷା ପାଇଁ ପରାମର୍ଶ ଦେଇ କହିଛନ୍ତି, ସେ ରାମ ମନ୍ଦିର ମଧ୍ୟ ଯିବା ଉଚିତ। ନିଶିକାନ୍ତ ଦୁବେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ମୁସଲମାନ ତୁଷ୍ଟିକରଣର ଅଭିଯୋଗ କରିବା ସହ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ କାମ କରିବାକୁ ନିବେଦନ କରିଛନ୍ତି। ଦୁବେ କହିଛନ୍ତି ଯେ ଯଦି ଏହା କରାନଯାଏ ତେବେ ଏହି ପୂଜାର କୌଣସି ଅର୍ଥ ନାହିଁ ।
Prime Minister Narendra Modi:ଓଡି଼ଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଝାରସୁଗୁଡାରେ ପହଞ୍ଚି ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଝାରସୁଗୁଡାରୁ ସମ୍ବଲପୁର ଯିବେ ପ୍ରଧାନମନ୍ତ୍ରୀ। ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ ପରିସର ଉଦ୍ଘାଟନ ସହ ୬୮ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପଗୁଡ଼ିକର ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ ଶ୍ରୀ ମୋଦୀ ସମ୍ବଲପୁରର ରେମେଡରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ।
Poonam Pandey Alive: ବଞ୍ଚିଛନ୍ତି ମଡେଲ ପୁନମ ପାଣ୍ଡେ, ଭିଡିଓ ସେୟାର କରି କହିଲେ I am Alive । ଗତକାଲି ସୋସିଆଲ ମିଡିଆଠୁ ଆରମ୍ଭ କରି ସବୁ ଆଡେ ପ୍ରଚାର ହୋଇଥିଲା ମଡେଲ ପୁନମ ପାଣ୍ଡେ ସର୍ଭିକାଲ କ୍ୟାନସରରେ ଦେହତ୍ୟାଗ କରିଛନ୍ତି । ଏହାକୁ ନେଇ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଥିଲା । ହେଲେ ଆଜି ତାଙ୍କ ଅଙ୍ଗରକ୍ଷୀ କହିଥିଲେ ଯେ, ଦୁଇ ଦିନ ତଳେ ତାଙ୍କୁ ଘରେ ଛାଡିବା ସମୟରେ ବିଲକୁଲ ଠିକ୍ ଥିଲେ ପୁନମ ପାଣ୍ଡେ । ତେବେ ଆଜି ତାଙ୍କର ଶେଷ ଦର୍ଶନ କରିବାକୁ ଫ୍ୟାନ୍ସ ଓ ସହଯୋଗୀଙ୍କ ଭିଡ ଲାଗିଥିବା ବେଳେ ଇନଷ୍ଟାରେ କିଛି ସମୟ ପୂର୍ବରୁ ଭିଡିଓ ସେୟାର କରି ନିଜେ ବଞ୍ଚିଥିବା ସୂଚନା ଦେଇଛନ୍ତି ପୁନମ । ଆଉ ଏହା ସର୍ଭିକାଲ କ୍ୟାନସରରୁ ସଚେତନତା ପାଇଁ ବୋଲି କହିଛନ୍ତି । ଯାହାକୁ ନେଇ ରାଗିଯାଇଛନ୍ତି ସହଯୋଗୀ, ସମର୍ଥକ ଓ ଫ୍ୟାନ୍ସ । ଏହା ସଠିକ୍ ତରିକା ନୁହେଁ ବୋଲି କହିଛନ୍ତି ।
Delhi CM Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢିଚାଲିଛି । ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଗତକାଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ପହଞ୍ଚିଛିଥିଲା। ଆଜି ୨୪ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର କେଜ୍ରିୱାଲ୍ଙ୍କ ଘରେ ପହଞ୍ଚିଛି ପୋଲିସ୍। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତଦନ୍ତକାରୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଘୋଡ଼ା ବେପାର ଅଭିଯୋଗ ସମ୍ପର୍କରେ ପ୍ରମାଣ ଦେବାକୁ କହିଛନ୍ତି। ଅରବିନ୍ଦ କେଜ୍ରିଓ୍ଵାଲ ଅଭିଯୋଗ କରିଥିଲେ ଯେ ତାଙ୍କ ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା କରାଯାଉଛି। ୭ ବିଧାୟକଙ୍କ ସହ ଯୋଗାଯୋଗ ହୋଇଛି, ବିଜେପି ୨୧ ଭାଙ୍ଗିବାକୁ ଯୋଜନା କରୁଛି।
Jaiswal Record: ବିଶାଖାପାଟଣା ଟେଷ୍ଟରେ ଭାରତ ଅଲଆଉଟ୍ ହୋଇଛି। ଟିମ୍ ଇଣ୍ଡିଆ ପ୍ରଥମ ଇଂନିସରେ ସମସ୍ତ ୱିକେଟ୍ ହରାଇ ୩୯୬ ରନ୍ ହାସଲ କରିଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଯଶସ୍ୱୀ ଜୟସ୍ୱାଲଙ୍କ ନାମରେ ହୋଇଛି। ସେ ୧୭୯ ରନର ବିଶାଳ ସ୍କୋର ଛିଡ଼ା କରି ଅପରାଜିତ ରହିଛନ୍ତି। ଯଶସ୍ୱୀ ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବୋତ୍ତମ ସ୍କୋର କରିଥିଲେ।
Indian Students Died Abroad: ବିଦେଶରେ ଭଲ ପାଠପଢ଼ା, ଭଲ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ନିଶାରେ ଭାରତୀୟ ମେଧାବୀ ଛାତ୍ର ଦେଶଛାଡ଼ି ଯାଉଛନ୍ତି। କିନ୍ତୁ ସେଠାକାର ପରିସ୍ଥିତି ଓ ବିଭିନ୍ନ କାରଣ ହେତୁ ଅନେକଙ୍କ ମୃତ୍ୟୁ ହେଉଛି। ଭାରତ ସରକାରଙ୍କ ବର୍ହିବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ୨୦୧୮ରୁ ଆଜିଯାଏ ୪୦୩ ଜଣ ଭାରତୀୟ ଛାତ୍ରଙ୍କ ବିଦେଶ ମାଟିରେ ମୃତ୍ୟୁ ହୋଇଛି। ଏଥିରେ କିଛି ସ୍ୱାଭାବିକ ମୃତ୍ୟୁ ରହିଥିବାବେଳେ ଅନେକ ଦୁର୍ଘଟଣା ଏବଂ ଚିକିତ୍ସା ବ୍ୟବସ୍ଥାରେ ଅବହେଳାକୁ ଦାୟୀ କରାଯାଇଛି। ୨୦୧୮ରୁ ଏଯାଏ ସେହି ଦେଶରେ ୯୧ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଇଂଲଣ୍ଡରେ ୪୮, ଋଷରେ ୪୦, ଆମେରିକାରେ ୩୬ ଅଷ୍ଟ୍ରେଲଆରେ ୩୫, ୟୁକ୍ରେନରେ ୨୧, ଜର୍ମାନୀରେ ୨୦, ସାଇପ୍ରସରେ ୧୪, ଇଟାଲି ଏବଂ ଫିଲିଫାଇନ୍ସରେ ୧୦ ଲେଖାଏ ଛାତ୍ରଙ୍କ ମୃତ୍ୟୁ ଘଟିଛି।
Lal Krishna Advani: ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ । ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଡଭାନୀଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛି ବୋଲି ସୋସିଆଲ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ମୋଦି । ଆମ ସମୟର ସବୁଠୁ ସମ୍ମାନୀୟ ରାଷ୍ଟ୍ରନେତା ସହ ଭାରତର ଅଗ୍ରତି ପଛରେ ତାଙ୍କର ମହାନତା ବଦାନ୍ୟତା ରହିଛି ବୋଲି ମୋଦି ଏକ୍ସ ମାଧ୍ୟମରେ କହିଛନ୍ତି ।
Prime Minister Narendra Modi: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ବଲପୁର ମାଟିରୁ ନିର୍ବାଚନୀ ବିଗୁଲ ବଜାଇବେ ମୋଦି। ପ୍ରାୟ ୪ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ IIM ସମ୍ୱଲପୁର କ୍ୟାମ୍ପସର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଏଥିସହ ଓଡିଶାରେ ୬୮ ହଜାର କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋଦି । ବିଭିନ୍ନ ରେଳ ଭିତ୍ତିଭୂମି ପ୍ରକଳ୍ପ, ଜାତୀୟ ରାଜପଥ, ଶକ୍ତି, ପେଟ୍ରୋଲିୟମ ଓ ଅନେକ ପ୍ରକଳ୍ପ ସହ ଝାରସୁଗୁଡା ମୁଖ୍ୟ ଡାକଘର ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ।
World Odia Language Summit: ଆଜିଠାରୁ ଆରମ୍ଭ ହେଉଛି ବିଶ୍ଵ ଓଡିଆ ଭାଷା ସମ୍ମିଳନୀ। ଜନତା ମଇଦାନରେ ଭାଷାର ମହାକୁମ୍ଭ ପାଇଁ ସାରା ରାଜ୍ଯରେ ଉତ୍ସୁକତା। ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ଯୋଗ ଦେଉଥିବାବେଳେ ସେମାନେ ନିଜ ନିଜର ମୂଲ୍ଯବାନ ମତ ରଖିବେ। ସମସ୍ତଙ୍କ ମତ ଆଧାରରେ ଆଗାମୀ ଦିନ ପାଇଁ ଓଡ଼ିଆ ଭାଷାକୁ ନେଇ ରୋଡମ୍ୟାପ ପ୍ରସ୍ତୁତ କରିବେ ସରକାର। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରହିଛି ମୋଟ ୧୭ଟି ସେସନ୍। ଉଦଘାଟନୀ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ସ୍ବତନ୍ତ୍ର ଅଧିବେଶନ ରହିଛି। ଓଡ଼ିଆ ଭାଷା ଉପରେ ଏକ ମ୍ୟୁଜିୟମ ପ୍ରସ୍ତୁତ କରାଯାଇଛି। ସାରା ରାଜ୍ୟରେ ଲୋକ ଏହାର ସିଧା ପ୍ରସାରଣ ଦେଖିବା ପାଇଁ ସବୁ ପଂଚାୟତ ଓ ପୌରାଞ୍ଚଳରେ ବ୍ୟବସ୍ଥା ହୋଇଛି। ଅକ୍ଷର ଭୂମିକୁ ବି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।
Odisha Assembly: ଆଜି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ । ସନ୍ଧ୍ଯା ୭ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିବାକୁ ଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବ । କ୍ଯାବିନେଟ ପରେ ପରେ ମନ୍ତ୍ରି ପରିଷଦ ବୈଠକ ବସିବ । ବୈଠକରେ କାମଚଲା ବଜେଟକୁ ମଞ୍ଜୁରୀ ମିଳିବ । ଆସନ୍ତା ୫ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ
Justice Chakradhari Sharan Singh: ବର୍ତ୍ତମାନ ପାଟନା ହାଇକୋର୍ଟରେ ବିଚାରପତି ଅଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ସୁପ୍ରିମକୋର୍ଟ କଲେଜିୟମ ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଥିଲେ । ଖୁବଶୀଘ୍ର ସେ ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି ।
ଅଧିକ ଅପଡେଟ୍ ପାଇଁ ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ : Chakradhari Sharan Singh: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ
ଅଶୁଭ ଶନିବାର! ବିବାହ ଭୋଜି ଖାଇ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲେ ୪ ସାଙ୍ଗ
Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ଘଟିଗଲା ଭୟଙ୍କର ଦୁର୍ଘଟଣା (Road Accident)। ଏକା ସାଙ୍ଗରେ ଆଖି ବୁଜିଲେ ୪ ସାଙ୍ଗ। କଟକ ଜିଲ୍ଲା ତିଗିରିଆ ଥାନା ଗଦାଧପୁର ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।
ଅଧିକ ଖବର ପାଇଁ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ : ଅଶୁଭ ଶନିବାର! ବିବାହ ଭୋଜି ଖାଇ ଫେରିବା ବେଳେ ଦୁର୍ଘଟଣା, ଚାଲିଗଲେ ୪ ସାଙ୍ଗ
ଏଣିକି ଭିତରକନିକାରେ ନଦୀ ଭିତରେ ରାତ୍ରୀଯାପନର ସୁବିଧା ପାଇବେ ପର୍ଯ୍ୟଟକ
Bhitarkanika Cruise: ଏଣିକି ଭିତରକନିକାରେ ବିଳାସପୂର୍ଣ୍ଣ ନୌଯାତ୍ରାର ସୁଯୋଗ ପାଇବେ ପର୍ଯ୍ୟଟକ । ଏହାସହ ନଦୀ ଭିତର ରାତ୍ରୀପାପନର ସୁବିଧା ମଧ୍ଯ ମିଳିବ । ଏନେଇ ଆଇସିଜେଡ଼ଏମପି ଅନୁଦାନରେ ଆସିଥିବା 4ଟି କାଟାମାରାନ୍ ବିଳାସପୂର୍ଣ୍ଣ ବୋଟ ଏବେ କ୍ରୁଜ ରୂପରେ ଭିତରକନିକାର ନଦୀ ଚାଲିବ ବୋଲି ସୂଚନା ମିଳିଛି ।
ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Bhitarkanika: ଏଣିକି ଭିତରକନିକାରେ ନଦୀ ଭିତରେ ରାତ୍ରୀପାପନର ସୁବିଧା ପାଇବେ ପର୍ଯ୍ୟଟକ
ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Top 10 News Today: ଆଜିଠୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବେ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପରେ ଏହା ହେଉଛି ଏହିପ୍ରକାରେ ସର୍ବ ପ୍ରଥମ ଭାଷା ଅଧିବେଶନ। ଓଡ଼ଆା ଭାଷାକୁ କିପରି ବ୍ୟବହାରିକ ଭାଷାରେ ପରିଣତ କରାଯାଇପାରିବ ସେ ନେଇ ବିଶ୍ୱସ୍ତରରର ବିଭିନ୍ନ ଭାଷାବିତ୍ ତିନିଦିନ ଧରି ଆଲୋଚନା କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଆୟୋଜନ କରାଯାଇଛି। ଜନତା ମଇଦାନ ରେ ସକାଳ ୧୧ଟାରେ ଏହାର ଉଦ୍ଘାଟନୀ ସ୍ଥିର କରାଯାଇଛି।
ଅନ୍ୟ ସବୁ ଖବର ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ : Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
ଫେବ୍ରୁଆରୀରେ ଓଏସଏସସିର ୫ ନିଯୁକ୍ତି ପରୀକ୍ଷା, ଦେଖନ୍ତୁ ପୂରା ତାଲିକା
Odisha News: ଓଡି଼ଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) (Odisha Staff Selection Commission) ପକ୍ଷରୁ ତଳିତ ମାସରେ (February 2024) ୫ଟି ନିଯୁକ୍ତି ପରୀକ୍ଷା (Exam) କରାଯିବ। ଆସନ୍ତା ୪ ତାରିଖରେ କନିଷ୍ଠ ଷ୍ଟେନୋଗ୍ରାଫର , କନିଷ୍ଠ ଗ୍ରେଡ୍ ଟାଇପିଷ୍ଟ, କନିଷ୍ଠ ଟାଇପିଷ୍ଟ, କନିଷ୍ଠ କିରାଣୀ, ଟାଇପିଷ୍ଟ କମ୍ କପିଷ୍ଟ ଏବଂ ଡାଟା ଏଣ୍ଟ୍ରି ଅପରେଟ୍-୨୦୨୩ର ପ୍ରିଲିମ୍ ପରୀକ୍ଷା କରାଯିବ। ୧୩ରେ ଆକାଉଣ୍ଟ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଚ ଫୋଡ୍କର ଡେଭଲପମେଣ୍ଟ ଅଫିସର ଏବଂ ସିନିୟର ଲାବୋରୋଟେରୀ ସହଯୋଗୀ ପରୀକ୍ଷା ପାଇଁ ମେନ୍ ପରୀକ୍ଷା କରାଯିବ।
ଅଧିକ ଖବର ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ : OSSC Recruitment 2024: ଫେବ୍ରୁଆରୀରେ ଓଏସଏସସିର ୫ ନିଯୁକ୍ତି ପରୀକ୍ଷା, ଦେଖନ୍ତୁ ପୂରା ତାଲିକା
ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ଖେଚୁଡ଼ି ଓ କାନିକା
Puri News: ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ଯକ୍ଷତାରେ ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅର୍ପଣ ରଥରେ ସଂଗୃହୀତ ହୋଇଥିବା ଚାଉଳରେ ଖେଚୁଡ଼ି ଓ କାନିକା ପ୍ରସ୍ତୁତ କରାଯାଇ ଭକ୍ତମାନଙ୍କୁ ବଣ୍ଟାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ: Puri News: ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ଖେଚୁଡ଼ି ଓ କାନିକା
ହାତକୁ ଦି ହାତ ହେଲେ IAS ଅଫିସର୍ ଅମ୍ରିତ୍ ଋତୁରାଜ୍, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନ ସାଥୀ?
IAS Marriage: ହାତକୁ ଦି' ହାତ ହୋଇଛନ୍ତି କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ତଥା ଆଇଏଏସ୍ ଅଫିସର (IAS Officer) ଅମ୍ରିତ୍ ଋତୁରାଜ୍। ସେ ଓଏଏସ୍ ଅଫିସ୍ର ଅମୃତା ପ୍ରିୟମ୍ବଦା ମିଶ୍ରଙ୍କୁ ବିବାହ କରିଛନ୍ତି। ବୈଦିକ ରିତିନୀତିରେ କଟକର ଏକ ଘରୋଇ ହୋଟେଲରେ ଫେବୃଆରୀ ୧ରେ ବେଶ ଧୁମଧାମରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି।
ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ : IAS Marriage: ହାତକୁ ଦି ହାତ ହେଲେ IAS ଅଫିସର୍ ଅମ୍ରିତ୍ ଋତୁରାଜ୍, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନ ସାଥୀ?
ଆଜିଠୁ ମହିଳା ଏଫଆଇଏଚ ହକି ପ୍ରୋ ଲିଗ୍; ଚୀନ୍ ସହ ଭାରତର ପ୍ରଥମ ମୁକାବିଲା
FIH Women's Pro League: ଏଫଆଇଏଚ ହକି ପ୍ରୋ ଲିଗରେ ମହିଳା ବିଭାଗର ଭାରତୀୟ ଲେଗ୍ ଶନିବାର ଠାରୁ ଆରମ୍ଭ ହେଉଛି । ଏଥିରେ ଆୟୋଜକ ଭାରତ ସମେତ ଚୀନ୍, ଆମେରିକା, ନେଦରଲ୍ୟାଣ୍ତ ଓ ଅଷ୍ଟ୍ରେଲିଆ ଭଳି ୫ଟୁ ଦେଶ ଭାଗ ନେଉଛନ୍ତି। ପ୍ରତ୍ୟକ ଦଳ ଅନ୍ୟ ସହ ୨ ଥର ଲେଖାଏଁ ମୁକାବିଲା କରିବେ। ଏହି ପ୍ରତିଯୋଗିତା ଲାଗି ୨ଟି ଭେନ୍ୟୁ ଯଥା ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ଷା ମୁଣ୍ତା ଷ୍ଟାଡିୟମରେ ଖେଳାଯିବ।
ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
World First Odia Language Conference: ଶନିବାରଠାରୁ ଆରମ୍ଭ ହେବ ଓଡ଼ିଆ ଭାଷାର ବିଶାଳ ମହାକୁମ୍ଭ ବା ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଆଜିଠାରୁ ଆରମ୍ଭ ହୋଇ ଏହା ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବ । ଦିନ 11ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଦଘାଟନ କରିବେ । ଏହି ସମ୍ମିଳନୀ ଆଲୋଚନାରୁ ଯେଉଁ ନିଷ୍କର୍ସ ବାହାରିବ ତାକୁ ନେଇ ସରକାର ନୂଆ ନୀତି ଆଣିବେ । ଏହି ସମ୍ମିଳନୀରେ ମୋଟ 27ଟି ସେସନ୍ ରହିଛି ।
ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ: World Odia Language Conference: ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in Odisha)। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି଼(deep fog) ହେବ। କୁହୁଡି଼ର ଘନତା ଅଧିକ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବ। ବିଶେଷ କରି, କୁହୁଡି଼ର ପ୍ରକୋପ ଉପକୂଳ ଓଡ଼ିଶାରେ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର (Bhubaneswar Meteorological Centre) ଆସନ୍ତା ୨ ଦିନ ଯାଏଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ (yellow alert) ଜାରି କରାଯାଇଛି। ଘନ କୁହୁଡି଼ ଯୋଗୁଁ ଯାନ ବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ (Bhubaneswar Meteorological Centre)।
ଆଜି ସମ୍ବଲପୁର ଆସୁଛନ୍ତି ମୋଦି, ପଶ୍ଚିମ ଓଡି଼ଶାବାସୀଙ୍କୁ ଏତିକି କୋଟିର ପ୍ରକଳ୍ପ ଦେବେ ଭେଟି
Odisha News: ଆଜି ଓଡି଼ଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)। ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ (Sambalpur IIM)ଲୋକାର୍ପଣ ସହ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି଼ କରାଯାଇଛି। ମୋଦିଙ୍କ ପଶ୍ଚିମଓଡ଼ିଶା ଗସ୍ତ ପାଇଁ ସମ୍ପୂର୍ଣ୍ଣ ଓଡ଼ିଶା ଉତ୍ସବ ମୁଖର ହୋଇପଡିଛି। ଆଜି ଦିନ ୧. ୧୫ ମିନିଟ୍ ସମୟରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ବାୟୁସେନା ହେଲିକପ୍ଟର ମାଧ୍ୟମରେ ଦିନ ୧.୪୫ରେ ସମ୍ୱଲପୁର ଆଇଆଇଏମ କ୍ୟାମ୍ପସ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।
ଅଧିକ ପଢିବା ପାଇଁ ଲିଙ୍କ୍ ରେ କ୍ଲିକ୍ କରନ୍ତୁ : Odisha News: ଆଜି ସମ୍ବଲପୁର ଆସୁଛନ୍ତି ମୋଦି, ପଶ୍ଚିମ ଓଡି଼ଶାବାସୀଙ୍କୁ ଏତିକି କୋଟିର ପ୍ରକଳ୍ପ ଦେବେ ଭେଟି