)
ଖୋର୍ଦ୍ଧା ସୁଦର୍ଶନ ବିହାରରେ ବୋମାମାଡ
ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନା ନିକଟରେ ଜଣେ ଶିକ୍ଷକଙ୍କ ଘର ସାମ୍ନାରେ ବୋମା ମାଡ କରିଛନ୍ତି ୨ ଜଣ ଦୁର୍ବୁତ୍ତ । ଉଭୟେ ଏକ କଳା ପଲସରରେ ଆସି ବୋମା ମାଡ କରି ଫେରାର ହୋଇଯାଇଥିଲେ । ତେବେ କେଉଁ କାରଣରୁ ବୋମା ମାଡ ହୋଇଛି ସେନେଇ ସୂଚନା ମିଳିନାହିଁ । ବୋମା ମାଡରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୁତ୍ତ ଦୁଇ ଜଣଙ୍କର ପରିଚୟ ଜାଣିବା ପାଇଁ ଯାଞ୍ଚ ଚାଲିଛି ।
୧୯ ବର୍ଷରୁ କମ ବିଶ୍ଵ କପ୍: ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍ରେ ପ୍ରବେଶ କଲା ଭାରତୀୟ ଦଳ
୧୯ ବର୍ଷରୁ କମ ବିଶ୍ଵ କପ୍ରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ। ପ୍ରଥମ ସେମି ଫାଇନାଲ୍ରେ ଖେଳା ଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି ଭାରତୀୟ ଦଳ। ଅଧିନାୟକ ଉଦୟ ଶରଣଙ୍କ ଅଧିନାୟକତ୍ଵ ଇନିଂସ ଓ ସଚିନ ଧାସଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୧୯ ବର୍ଷରୁ କମ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୨ ଓ୍ଵିକେଟ୍ରେ ପରାସ୍ତ କରିଛି। ଏଥିସହ ଭାରତ କ୍ରମାଗତ ୩ ଥର ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ମୋଟ୍ ନବମ ଥର ଫାଇନାଲ୍ ମୁକାବିଲା ଖେଳିବାକୁ ଯାଉଛି।
ମାଘରେ ହଜିଲାଣି ଶୀତ
ଚଳିତ ମାଘରେ ଶୀତ କଥା ଛାଡନ୍ତୁ, ଏବେଠାରୁ ଗରମ ଅନୁଭୂତ ହେଲାଣି। ହଠାତ୍ ଖରା, ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଉପକୂଳରୁ ଆଭ୍ୟନ୍ତର, ସବୁଠି ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଉପକୂଳରୁ ଉପାନ୍ତ ଖରା ଗରମରେ ଶିଝୁଛନ୍ତି ରାଜ୍ୟବାସୀ। ମାଘ ମାସରେ ଜାଡ଼ ଶୀତ ବଦଳରେ କଲବଲ କରୁଛି ଖରା । ଫେବ୍ରୁଆରୀ ପ୍ରଥମ ସପ୍ତାହର ଖରାକୁ ଦେଖିଲେ ମୁଣ୍ଡ ବୁଲାଇ ଦେଉଛି । ଗତ ୨୪ ଘଣ୍ଟାର ତାପମାତ୍ରା ଉପରେ ନଜର ପକାଇଲେ ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭବାନୀପାଟଣା ୩୪.୨ ଡିଗ୍ରୀ, ମାଲକାନଗିରି ଏବଂ ପାରଳାଖେମୁଣ୍ଡିରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୯ ଡିଗ୍ରୀ ସହ ରାଜ୍ୟର ୧୫ ଟି ସହରର ତାପମାତ୍ରା ୩୨ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ରାତି ତାପମାତ୍ରାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି।
୪ ଲକ୍ଷ ଅତିରିକ୍ତ ହିତାଧିକାରୀ ମଧୁ ବାବୁ ପେନସନ ଯୋଜନାରେ ସାମିଲ ହେଲେ
ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୩୬.୭୫ ଲକ୍ଷରେ ପହଞ୍ଚିଲା । ଗତ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ୪.୧୩ ଲକ୍ଷ ଅତିରିକ୍ତ ଆବେଦନ ଅନୁମୋଦନ କରିଥିଲେ । ମାସକୁ ରାଜ୍ୟ ସରକାର ୧୯୦.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ । ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରୁ ମିଳିଥିଲା ଅନୁରୋଧ । ଅଧିକ ପଢ଼ନ୍ତୁ...
ବୌଦ୍ଧ ପୋଲିସ ମୁଖ୍ୟାଳୟରେ ଆତ୍ମସମର୍ପଣ କଲେ ୨ ମହିଳା ନକ୍ସଲ
ବୋଦ୍ଧ: ପୋଲିସ ମୁଖ୍ୟାଳୟରେ ଦକ୍ଷିଣ ରେଞ୍ଜ୍ ଆଇଜି ଜୟନାରାୟଣ ପଙ୍କଜଙ୍କୁ ସାକ୍ଷାତ କରି ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇଜଣ ମହିଳା ନକ୍ସଲ । ଦୁଇ ନକ୍ସଲଙ୍କ ନାମ ମନୀଷା ଥାଟି ଏବଂ ଚମ୍ପା କୋରାମ । ମନୀଷାଙ୍କ ବୟସ ୨୧ ହୋଇଥିବା ବେଳେ ଚମ୍ପାଙ୍କ ବୟସ ୨୨ । ଦୁଇ ନକ୍ସଲ ଆତ୍ମ ସମର୍ପଣ କରିବା ସମୟରେ ଜିଲ୍ଲା ଏସପି ରାଜ ପ୍ରସାଦ ମଧ୍ୟ ସେଠାରେ ଥିଲେ । ଅଧିକ ପଢ଼ନ୍ତୁ
ମାଘରେ ହଜିଲାଣି ଶୀତ
ଚଳିତ ମାଘରେ ଶୀତ କଥା ଛାଡନ୍ତୁ, ଏବେଠାରୁ ଗରମ ଅନୁଭୂତ ହେଲାଣି। ହଠାତ୍ ଖରା, ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଉପକୂଳରୁ ଆଭ୍ୟନ୍ତର, ସବୁଠି ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଉପକୂଳରୁ ଉପାନ୍ତ ଖରା ଗରମରେ ଶିଝୁଛନ୍ତି ରାଜ୍ୟବାସୀ। ମାଘ ମାସରେ ଜାଡ଼ ଶୀତ ବଦଳରେ କଲବଲ କରୁଛି ଖରା । ଫେବ୍ରୁଆରୀ ପ୍ରଥମ ସପ୍ତାହର ଖରାକୁ ଦେଖିଲେ ମୁଣ୍ଡ ବୁଲାଇ ଦେଉଛି । ଗତ ୨୪ ଘଣ୍ଟାର ତାପମାତ୍ରା ଉପରେ ନଜର ପକାଇଲେ ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭବାନୀପାଟଣା ୩୪.୨ ଡିଗ୍ରୀ, ମାଲକାନଗିରି ଏବଂ ପାରଳାଖେମୁଣ୍ଡିରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୯ ଡିଗ୍ରୀ ସହ ରାଜ୍ୟର ୧୫ ଟି ସହରର ତାପମାତ୍ରା ୩୨ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ରାତି ତାପମାତ୍ରାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି।
ଜାରି ହେଲା ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ବାରା ପରିଚାଳିତ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରବେଶ ପତ୍ର ବା ଆଡମିଟ୍ କାର୍ଡ ଜାରି କରାଯାଇଛି । ଏସବୁ ଆଡମିଟ୍ କାର୍ଡ ସିବିଏସଇ cbse.gov.in ଅଫିସିଆଲ ୱେବସାଇଟରେ ଉପଲବ୍ଧ । ସ୍କୁଲମାନେ ଏହି ପୋର୍ଟାଲ ମାଧ୍ୟମରେ ଲଗ୍ ଇନ୍ କରି ସିବିଏସ୍ଇ ଆଡମିଟ୍ କାର୍ଡ ୨୦୨୪ ଡାଉନଲୋଡ୍ କରିପାରିବେ। ସିବିଏସଇ ବୋର୍ଡର ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ସ୍କୁଲରୁ ଆଡମିଟ୍ କାର୍ଡ ନେବାକୁ ପଡିବ । ଦିନେ ଦୁଇ ଦିନ ମଧ୍ୟରେ ସ୍କୁଲଗୁଡ଼ିକ ଆଡମିଟ୍ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବେ। ଆଡମିଟ୍ କାର୍ଡ କେବେ ପାଇବେ ତାହା ଜାଣିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାକୁ ପଡ଼ିବ।
ଗୋଟିଏ ଦିନ ବଢିପାରେ ବଜେଟ୍ ଅଧିବେଶନ
ସଂସଦର ଚଳିତ ବଜେଟ୍ ଅଧିବେଶନକୁ ଗୋଟିଏ ଦିନ ବୃଦ୍ଧି କରାଯାଇପାରେ। ପୂର୍ବ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସରକାରଙ୍କ ଅର୍ଥନୈତିକ ନୀତି ବିରୋଧରେ କେନ୍ଦ୍ର ସରକାର ଶ୍ୱେତପତ୍ର ଆଣିବେ ବୋଲି କୁହାଯାଉଛି।
ଭୁବନେଶ୍ବରରେ ଆରମ୍ଭ ହେଲା ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪
ଭୁବନେଶ୍ୱର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଓ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନ୍ଏସ୍ଆଇ) ସହିତ ମିଳିତ ସହଯୋଗରେ ରାଜଧାନୀ ଭୁବନେଶ୍ବର ଏକ ଘରୋଇ ହୋଟେଲ ରେ ଆରମ୍ଭ ହୋଇଛି ‘ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪’ ଯାହାର ଥିମ୍ ରହିଛି 'ସବୁଜ ସ୍ଥିରତା ପାଇଁ: ଧାତୁ ପରିସଂସ୍ଥା ସନ୍ତୁଳନ' ବା "ମେଟାଲ୍ ଇକୋ ସିଷ୍ଟମ୍ ବାଲାନ୍ସିଂ: ଟୁଆର୍ଡସ ଗ୍ରୀନ ସଷ୍ଟେନେବିଲିଟି" । ଅଧିକ ପଢ଼ନ୍ତୁ...
True Love Story: ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କଲେ ଯୁବ ଇଞ୍ଜିନିୟର
Real Valentine: ପ୍ରେମ ବହିର ପୃଷ୍ଠାରେ ଯୋଡିହେଲା ଆଉ ଏକ ନୂଆ କାହାଣୀ । ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରେମ କରିବା ପରେ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କରିଛନ୍ତି ଯୁବ ଇଞ୍ଜିନିୟର । ଅଧିକ ପଢ଼ନ୍ତୁ...
ପାଣିପାଗ ବିଭାଗର ସତର୍କ ସୂଚନା, ଏହି ଦିନ ରାଜ୍ୟରେ ବର୍ଷା ସମ୍ଭାବନା !
ଜ୍ୟରେ ଏବେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି। କିନ୍ତୁ ଏବେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପାଗ ମୁଖ୍ୟତ ଶୁଖିଲା ରହିବା ସହ କୁହୁଡି଼ ଅନୁଭୂତ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୧୦ରୁ ରାଜ୍ୟରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ସୋମବାର ନୟାଗଡ, ଗୋପାଳପୁର, ଯାଜପୁର ,ଢେଙ୍କାନାଳ ଓ ଭୁବନେଶ୍ବରରେ ଘନକୁହୁଡି଼ ନଜରକୁ ଆସିଛି। ଏଠାରେ କୁହୁଡିର ଦୃଶ୍ୟମାନ କ୍ଷମତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଛି।
ପାଣିପାଗ ବିଭାଗର ସତର୍କ ସୂଚନା, ଏହି ଦିନ ରାଜ୍ୟରେ ବର୍ଷା ସମ୍ଭାବନା !
ଜ୍ୟରେ ଏବେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି। କିନ୍ତୁ ଏବେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପାଗ ମୁଖ୍ୟତ ଶୁଖିଲା ରହିବା ସହ କୁହୁଡି଼ ଅନୁଭୂତ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୧୦ରୁ ରାଜ୍ୟରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ସୋମବାର ନୟାଗଡ, ଗୋପାଳପୁର, ଯାଜପୁର ,ଢେଙ୍କାନାଳ ଓ ଭୁବନେଶ୍ବରରେ ଘନକୁହୁଡି଼ ନଜରକୁ ଆସିଛି। ଏଠାରେ କୁହୁଡିର ଦୃଶ୍ୟମାନ କ୍ଷମତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଛି।
ଏହି ଅଭିନେତ୍ରୀଙ୍କୁ ମିଳିଲା ଛାଡ଼ପତ୍ରର ଅନୁମତି, ୧୨ ବର୍ଷ ବୈବହିକ ଜୀବନରେ ପଡ଼ିଲା ପୂର୍ଣ୍ଣଛେଦ
ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଗତ କିଛି ଦିନ ହେବ ଇଶାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଅନେକ ବାଦବିବାଦ ଲାଗି ରହିଥିବା ଦେଖିବାକୁ ମିଳିଛି। ତାଙ୍କ ଏବଂ ଭରତ ତଖତାନୀଙ୍କ ମଧ୍ୟରେ ମତଭେଦ ଖବର ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। କୁହାଯାଉଛି ଯେ ଦମ୍ପତିଙ୍କ ମଧ୍ୟରେ କିଛି ମତଭେଦ ରହିଛି ଯାହା ପରେ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେଇପାରିବେ। ତେବେ ଇଶା ଓ ଭରତଙ୍କ ଛାଡ଼ପତ୍ର ଖବର ସ୍ପଷ୍ଟ ହୋଇଛି।
ଏହି ଅଭିନେତ୍ରୀଙ୍କୁ ମିଳିଲା ଛାଡ଼ପତ୍ରର ଅନୁମତି, ୧୨ ବର୍ଷ ବୈବହିକ ଜୀବନରେ ପଡ଼ିଲା ପୂର୍ଣ୍ଣଛେଦ
ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଗତ କିଛି ଦିନ ହେବ ଇଶାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ଅନେକ ବାଦବିବାଦ ଲାଗି ରହିଥିବା ଦେଖିବାକୁ ମିଳିଛି। ତାଙ୍କ ଏବଂ ଭରତ ତଖତାନୀଙ୍କ ମଧ୍ୟରେ ମତଭେଦ ଖବର ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। କୁହାଯାଉଛି ଯେ ଦମ୍ପତିଙ୍କ ମଧ୍ୟରେ କିଛି ମତଭେଦ ରହିଛି ଯାହା ପରେ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେଇପାରିବେ। ତେବେ ଇଶା ଓ ଭରତଙ୍କ ଛାଡ଼ପତ୍ର ଖବର ସ୍ପଷ୍ଟ ହୋଇଛି।
ଆକ୍ସନରେ ଅବକାରୀ ବିଭାଗ: ଅବକାରୀ କାରବାର ରୋକିବାକୁ ନିର୍ଦ୍ଦେଶ
ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସନରେ ଅବକାରୀ ବିଭାଗ। ସମସ୍ତ ଅଧିକାରୀଙ୍କୁ ଅବକାରୀ କମିସନର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପଡ଼ୋଶୀ ରାଜ୍ୟରୁ ଚୋରା ମଦ, ଗଂଜେଇ ଓ ବ୍ରାଉନ ସୁଗାର ଚାଲାଣ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୩୮ଟି ଚେକପୋଷ୍ଟରେ ଡ୍ୟୁଟି କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ବାହାର ରାଜ୍ୟରୁ ଆସୁଥିବା ଚୋରା କଫ୍ ସିରପ ଉପରେ ମଧ୍ୟ କଡ଼ା ନଜର ରଖିବାକୁ କୁହାଯାଇଛି । ଏହାସହ ଭୁବନେଶ୍ୱରରେ ଥିବା ବାର ଓ କ୍ଲବ ଅବକାରୀ ବିଭାଗ ନିୟମର ଖିଲାପ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ କ୍ଲବକୁ ସିଲ୍ କରିବାକୁ କୁହାଯାଇଛି ।
ଓଡ଼ିଶାରେ ପହଞ୍ଚିଲା ଭାରତ ଯୋଡ ନ୍ୟାୟଯାତ୍ରା
ଓଡିଶାରେ ପହଞ୍ଚିଲା ଭାରତ ଯୋଡ ନ୍ୟାୟ ଯାତ୍ରା। ଝଡଖଣ୍ଡରୁ ଏହି ନ୍ୟାୟଯାତ୍ରା ଆଜି ସୁନ୍ଦରଗଡର ବୀରମିତ୍ରପୁରରେ ପହଞ୍ଚିଛି। ଏହି ଯାତ୍ରା ପହଞ୍ଚିବା ପରେ ହଜାର ହଜାର କଂଗ୍ରେସ କର୍ମୀ ଯାତ୍ରା ସହ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ରାହୁଲ ତାଙ୍କ ଅଭିଭାଷଣରେ କହିଛନ୍ତି କି, ଭାରତକୁ ଯୋଡିବା ପାଇଁ ତାଙ୍କର ଏହି ଯାତ୍ରା। ଏହାସହ ଭାରତର ନାଗରିକଙ୍କ ଉପରେ ସରକାରଙ୍କ ଦ୍ୱାରା ହେଉଥିବା ଅନ୍ୟାୟର ପ୍ରତିବାଦ କରିବାକୁ ଏହି ଯାତ୍ରା ବୋଲି ସେ କହିଛନ୍ତି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ କହିଛନ୍ତି କି, ଦେଶର ସବୁବର୍ଗର ଲୋକଙ୍କୁ ନେଇ କଂଗ୍ରେସ ଆଗକୁ ବଢିବ।
ମାର୍ଚ୍ଚରୁ ଚାଲିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ରେଳମନ୍ତ୍ରୀ କଲେ ଘୋଷଣା
ନୂଆଦିଲ୍ଲୀ: ମାର୍ଚ୍ଚରୁ ଭାରତୀୟ ରେଳ ଟ୍ରାକରେ ଶୋଇବା ଶ୍ରେଣୀ ଭାଣ୍ଡେ ଭାରତ ଟ୍ରେନ୍ ଚାଲିବା ଆରମ୍ଭ କରିବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଚେନ୍ନାଇର ପେରାମବୁର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ଦଶଟି ଟ୍ରେନ୍ ପ୍ରସ୍ତୁତ କରାଯାଉଛି। ଫେବୃଆରୀ ଶେଷ ସପ୍ତାହରୁ ମଧ୍ୟ ଏହି ରୋଲ ଆଉଟ୍ ଆରମ୍ଭ ହେବ।
Rahul Gandhi Bharat Jodo new Yatra: ଭାରତ ଯୋଡ ନ୍ୟାୟ ଯାତ୍ରାରେ ଯୋଗ ଦେବା ପାଇଁ ରାହୁଲ ଗାନ୍ଧୀ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଆଉ କିଛି ସମୟ ପରେ ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ବିରମିତ୍ରପୁରରେ ପହଞ୍ଚିବେ ରାହୁଲ ଗାନ୍ଧୀ। ସୁନ୍ଦରଗଡ଼ ଜିଲ୍ଲାର ବିଜାବାହାଲ ରାମପାଲ ଗ୍ରାମରେ ଆଜି ରାତ୍ରି ଯାପନ କରିବେ। ଆସନ୍ତାକାଲି ରାଉରକେଲା ସହରର ଉଦିତନଗର ଠାରୁ ପାନପୋଷ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ପାନପୋଷ ଛକଠାରେ ସାଧାରଣ ସଭା କରିବେ। ଆସନ୍ତାକାଲି ରାଉରକେଲା ସହରରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଗସ୍ତ କରିବେ। ଆସନ୍ତାକାଲି ରାତିରେ ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ରାତ୍ରୀ ଯାପନ କରିବା ପରେ ଆସନ୍ତା ୮ ତାରିଖ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧି ଛକ ନିକଟରୁ ଯାତ୍ରା ଆରମ୍ଭ କରିବେ। ଅପରାହ୍ଣରେ ରାହୁଲ ଗାନ୍ଧୀ ଛତିଶଗଡ଼ ଅଭିମୁଖେ ଯାତ୍ରା କରିବାର କାର୍ଯକ୍ରମ ରହିଛି।
ବେଙ୍ଗାଲୁରୁରେ ମୃତ ଶ୍ରୀକାନ୍ତଙ୍କ ପରିବାରକୁ ସାହା ହେଲେ ରାଜ୍ୟ ସରକାର
ଭୁବନେଶ୍ୱର ବିମାନବନ୍ଦରେ ଓଡ଼ିଶା-ମୋ ପରିବାର ଏବଂ ଓଡ଼ିଶା ପରିବାରର ପ୍ରତିନିଧିମାନଙ୍କ ଉପସ୍ଥିତିରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ାସ୍ଥିତ ନିଜ ଗ୍ରାମ ସନ୍ଥପଡ଼ାକୁ ଯିବାପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯାତାୟାତ ବ୍ୟବସ୍ଥା କରାଯାଇଥିଲା । ଅଧିକ ପଢ଼ନ୍ତୁ...
ହକି ତାରକା ବରୁଣ କୁମାରଙ୍କ ନାଁରେ ସଙ୍ଗୀନ ଅଭିଯୋଗ
ହକି ଖେଳାଳି ବରୁଣ କୁମାରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ। ବେଙ୍ଗାଲୁରୁର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଅଣିଛନ୍ତି। ପୋଲିସ ତରଫରୁ ଏନେଇ ସୂଚନା ମିଳିଛି। ଜଣେ ୨୨ ବର୍ଷୀୟ ମହିଳା ବରୁଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବିଗତ ପାଞ୍ଚ ବର୍ଷ ମଧ୍ୟରେ ବରୁଣ ତାଙ୍କୁ ବହୁ ବାର ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।
IND vs ZIM: ଘୋଷଣା ହେଲା ଟି୨୦ ସିରିଜ
ନୂଆଦିଲ୍ଲୀ: ଜିମ୍ବାୱେ ଗସ୍ତରେ ଯିବ ଭାରତ। ଟି୨୦ ବିଶ୍ୱକପ ପରେ ଭାରତ ଜିମ୍ବାୱେ ଗସ୍ତରେ ଯାଇ ଏହି ଟି୨୦ ସିରିଜ ଖେଳିବ ବୋଲି ସୂଚନା ରହିଛି। ତେବେ ଏହି ସିରିଜ ଟି୨୦ ବିଶ୍ୱକପ ପରେ ଖେଳିବ ବୋଲି ଜିମ୍ବାୱେ କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମଙ୍ଗଳବାର ଦିନ କଣ୍ଟ୍ରୋଲ୍ ଅଫ୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏବଂ ଜିମ୍ବାୱେ କ୍ରିକେଟ୍ ବୋର୍ଡ ଏହି ସିରିଜ୍ ଘୋଷଣା କରିଛି।
Entertainment News: ଫେବୃଆରୀ ୧୧ ତାରିଖରୁ ‘ଗଦର-୨’
ଆସନ୍ତା ଭାଲେଣ୍ଟାଇନ୍ ସପ୍ତାହରେ ପ୍ରଥମ ଥର ଜୀ-ସାର୍ଥକରେ ଦର୍ଶକ ଦେଖିବେ ଭାରତୀୟ ଫିଲ୍ମ ଜଗତରେ ଇତିହାସ ରଚିଥିବା ଫିଲ୍ମ 'ଗଦର ୨'। ଆସନ୍ତା ଫେବୃଆରୀ ୧୧ ତାରିଖ ସନ୍ଧ୍ୟା ୬ଟାରେ ଦେଖନ୍ତୁ ‘ଗଦର-୨’ କେବଳ ଜୀ-ସାର୍ଥକରେ । ଅଧିକ ପଢ଼ନ୍ତୁ...
ଦିଲ୍ଲୀରୁ ଲସ୍କର-ଏ-ତୋଇବା ଆତଙ୍କୀ ଗିରଫ
ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜାମ୍ମୁ କାଶ୍ମୀରରେ ସକ୍ରିୟ ଥିବା ଲସ୍କର ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ସୀମାପାର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଆଣୁଥିବା ଅଭିଯୋଗ ରହିଥିଲା। ତାଙ୍କ ନିକଟରୁ ମୋବାଇଲ୍ ଫୋନ୍ ଏବଂ ସିମ୍ କାର୍ଡ ଉଦ୍ଧାର କରାଯାଇଛି। ଜାମ୍ମୁ କାଶ୍ମୀରର କୁପୱାରା ଠାରେ କାର୍ଯ୍ୟ କରୁଥିବା ଲଶ୍କର-ଏ-ତାଇବା ମଡ୍ୟୁଲର ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏହି ଆତଙ୍କବାଦୀ ରିୟାଜ ଅହମ୍ମଦ ବୋଲି ଜଣାପଡିଛି। ନୂଆଦିଲ୍ଲୀ ରେଳ ଷ୍ଟେସନରୁ ପୋଲିସ ତାଙ୍କୁ ଧରିଛି।
ରାଜ୍ୟ ସରକାରଙ୍କ ୪୧ ବିଭାଗରେ ଖାଲି ପଡ଼ିଛି ୯୮ ହଜାର ୩୪୮ ପଦବୀ
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅଧିକାରୀ ପଦ ଖାଲି ପଡ଼ିଛି। ପଦବୀ ଖାଲି ଥାଇ ବି ସରକାର ଏହାକୁ ପୂରଣ କରୁନାହାନ୍ତି। ସରକାରୀ କାର୍ଯ୍ୟାଳୟରେ କେତେ ପଦବି ଖାଲି ପଡ଼ିଛି ସେନେଇ ବିଧାନସଭାର ବଜେଟ୍ ଅଧିବେଶନରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଲିଖିତ ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମଙ୍ଗଳବାର କହିଛନ୍ତି, ରାଜ୍ୟ ସରକାରଙ୍କ ୪୧ ବିଭାଗରେ ୯୮ ହାଜର ୩୪୮ ପଦବି ଖାଲି ପଡ଼ିଛି।
ରାଜ୍ୟସଭା ଯିବେ କୁମାର ବିଶ୍ୱାସ!
ବର୍ତ୍ତମାନ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପରିବେଶ ଆରମ୍ଭ ହୋଇଗଲାଣି। ସମସ୍ତ ରାଜନୈତିକ ଦଳ ନିଜ ନିଜ ଯୋଜନାରେ କାମ କରୁଛନ୍ତି। ଏହି ସମୟରେ ଉତ୍ତରପ୍ରଦେଶ ବିଜେପି ୭ ଟି ରାଜ୍ୟସଭା ଆସନ ପାଇଁ ୩୫ ଟି ନାମର ଏକ ପ୍ୟାନେଲ ପ୍ରସ୍ତୁତ କରିଛି। ଏହି ପ୍ୟାନେଲରେ ବିଶିଷ୍ଟ କବି ତଥା ସାହିତ୍ୟିକ କୁମାର ବିଶ୍ୱାସଙ୍କର ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। କୁମାର ବିଶ୍ୱାସଙ୍କ ନାମ ଆସିବା ମାତ୍ରେ ଏହି ଖବର ଜଙ୍ଗଲରେ ନିଆଁ ବ୍ୟାପିଲା ପରି ବ୍ୟାପିଗଲା। ତେବେ ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। କାରଣ ଏହାପୂର୍ବରୁ ମଧ୍ୟ କୁମାର ବିଶ୍ୱାସ ବିଜେପିରୁ ରାଜ୍ୟସଭାକୁ ଯିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ତା’ପରେ କୁମାର ଏହି ଖବରକୁ ଗୁଜବ ବୋଲି କହିଥିଲେ।
Top 10 News Headlines:
ଅପରାହ୍ନର ୧୦ ବଡ଼ ଖବର ପଢ଼ିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ...
ନୀତୀଶଙ୍କ ପରେ ଏନଡିଏ ମୁହାଁ ଉଦ୍ଧବ ଠାକରେ!
ନୀତୀଶ କୁମାରଙ୍କ ଆୟା ରାମ୍ ଗୟା ରାମ୍ ନୀତି କାହାକୁ ଅଛପା ନାହିଁ। ଇଣ୍ଡିଆ ମେଣ୍ଟରୁ ଓହରିବା ଓ ଏନଡିଏ ସହ ମିଶିବା ତାଙ୍କ ଦଳ ଡିଆଁ ନୀତିକୁ ବେଶ୍ ସ୍ପଷ୍ଟ କରିଦେଇଛି। ତେବେ ଏହି ଟ୍ରେଣ୍ଡରେ ସାମିଲ୍ ହେବେ କି ଇଣ୍ଡିଆ ଗଠବନ୍ଧନର ଆଉ ଜଣେ ଟାଣୁଆ ନେତା? ରାଜନୈତିକ ଉଡ଼ା ମହଲରେ ଚର୍ଚ୍ଚା ହେଇଛି ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେ କୁଆଡେ ମୋଦୀଙ୍କ ଆଡ଼କୁ ଢ଼ଳୁଛନ୍ତି। ଏହି କ୍ରମରେ ସେ ଖୁବ୍ ଶୀଘ୍ର ଏନଡିଏରେ ମିଶି ପାରିବା ନେଇ ଚର୍ଚ୍ଚା ଜୋର ଧରିଛି।
ବିଟ୍ରେନ୍ ରାଜା ଚାର୍ଲ୍ସଙ୍କୁ କ୍ୟାନସର, ପୋଷ୍ଟ କରି ଆରୋଗ୍ୟ କାମନା କଲେ ମୋଦି
ବିଟ୍ରେନ୍ ରାଜା ଚାର୍ଲ୍ସ ତୃତୀୟ କ୍ୟାନସରରେ ପୀଡ଼ତ ଅଛନ୍ତି। ୭୫ ବର୍ଷିୟ ଚାର୍ଲ୍ସ ତୃତୀୟଙ୍କ ନିୟମିତ ଚିକିତ୍ସା ସମୟରେ ସେ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏନେଇ ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ବଙ୍କିକହମ ପ୍ୟାଲେସ ଦ୍ବାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, କିଙ୍ଗ ଚାର୍ଲ୍ସ ତୃତୀୟ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ପ୍ରୋଷ୍ଟେଟ ଗ୍ରନ୍ଥି ପରୀକ୍ଷା କରାଯିବା ସମୟରେ ସେ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତେବେ କର୍କଟ ରୋଗର ପ୍ରକାର ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଲଣ୍ଡନର ଏକ କ୍ଲିନିକରେ ୧ ମାସ ତଳେ ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ରୋଗ ବିଷୟରେ ଜାନୁଆରି ୧୭ ତାରିଖରେ ଜଣାପଡ଼ିଛି। ସେ ତାଙ୍କ ଚିକିତ୍ସା ବିଷୟରେ ସମ୍ପୂର୍ଣ୍ଣ ସକାରାତ୍ମକ ରହିଛନ୍ତି ଏବଂ ଯଥାଶୀଘ୍ର ନିଜ କର୍ତ୍ତବ୍ୟ ପୂରା କରିବାକୁ ଫେରିବାକୁ ଅପେକ୍ଷା କରିଛନ୍ତି ବୋଲି ଏଥିରେ କୁହାଯାଇଛି। ଏହି ଖବର ଆସିବା ମାତ୍ରେ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଖବର ଶୁଣିବା ପରେ ପ୍ରିନ୍ସ ହ୍ୟାରି ମଧ୍ୟ ଲଣ୍ଡନକୁ ଫେରୁଛନ୍ତି।
୧୨ ସ୍ଥାନରେ ଚଢ଼ାଉ ପରେ ଆପ୍ ନେତାଙ୍କ ସାଙ୍ଘାତିକ୍ ବୟାନ
ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାରମ୍ବାର ସମନ ଏବେ ଚିନ୍ତା ବଢ଼ାଇଛି।ଦିଲ୍ଲୀରେ ଆମ୍ ଆଦମି ପାର୍ଟି (AAP) ର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ଏବଂ AAP ସହ ଜଡିତ କିଛି ନେତାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରିଛି ଇଡି। ଇଡି ଅଧିକାରୀମାନେ ବିଭବ କୁମାର ଏବଂ ଦିଲ୍ଲୀର ଜଳ ବୋର୍ଡର ପୂର୍ବତନ ସଦସ୍ୟ ଶାଲାବ କୁମାର, ଆପ୍ ରାଜ୍ୟସଭା ସଦସ୍ୟ ତଥା ଜାତୀୟ କୋଷାଧ୍ୟକ୍ଷ ଏନ.ଡି ଗୁପ୍ତାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଛି। ଇଡି ନେତାଙ୍କ ୧୨ଟି ସ୍ଥାନ ଉପରେ ଚଢ଼ାଉ କରିଛି।
୧୨ ସ୍ଥାନରେ ଚଢ଼ାଉ ପରେ ଆପ୍ ନେତାଙ୍କ ସାଙ୍ଘାତିକ୍ ବୟାନ
ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାରମ୍ବାର ସମନ ଏବେ ଚିନ୍ତା ବଢ଼ାଇଛି।ଦିଲ୍ଲୀରେ ଆମ୍ ଆଦମି ପାର୍ଟି (AAP) ର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ଏବଂ AAP ସହ ଜଡିତ କିଛି ନେତାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରିଛି ଇଡି। ଇଡି ଅଧିକାରୀମାନେ ବିଭବ କୁମାର ଏବଂ ଦିଲ୍ଲୀର ଜଳ ବୋର୍ଡର ପୂର୍ବତନ ସଦସ୍ୟ ଶାଲାବ କୁମାର, ଆପ୍ ରାଜ୍ୟସଭା ସଦସ୍ୟ ତଥା ଜାତୀୟ କୋଷାଧ୍ୟକ୍ଷ ଏନ.ଡି ଗୁପ୍ତାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଛି। ଇଡି ନେତାଙ୍କ ୧୨ଟି ସ୍ଥାନ ଉପରେ ଚଢ଼ାଉ କରିଛି।
ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ
ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ଶୁଣାଣି କରି ଦଣ୍ଡବିଧାନ ଘୋଷଣା କରିଛନ୍ତି ନୟାଗଡ଼ ଜିଲ୍ଲା ଚିଲଡ୍ରେନ କୋର୍ଟ। ଶୁଣାଣିରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଘର ସାମ୍ନାରେ ଖେଳୁଥିବା ୫ ବର୍ଷର ଝିଅ ପରୀ ନିଖୋଜ ହୋଇଯାଇଥିଲା। ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ ଓ ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।
ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାଇକ ଉପରେ ଚଢିଗଲା ଟ୍ୟାଙ୍କର
ପାରାଦୀପ ଜିରୋ ପଏଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ ଉପରେ ଚଢିଗଲା ଗ୍ୟାସ ଟ୍ୟାଙ୍କର ଗାଡି। ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ। ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ଗରଜ ଗାଁର ପ୍ରଭାତ ପାତ୍ର ବୋଲି ଜଣାପଡିଛି। ପ୍ରଭାତ ସକାଳୁ ପାରାଦୀପ ରିଫାଇନାରୀ ପାଇପଲାଇନକୁ କାମ କରିବା ପାଇଁ ମୋଟର ସାଇକେଲରେ ଆସୁଥିବା ବେଳେ ଗ୍ୟାସ ଟ୍ୟାଙ୍କର ଗାଡି ଟି ବାଇକ୍ ପଛରେ ଧକ୍କା ଦେବା ସହ ବାଇକ୍ ଉପରେ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଉତ୍ତେଜନା ଦେଖା ଦେଇଥିଲା। ଘଟଣାସ୍ଥଳରେ ଲକଥାନା ପୋଲିସ ପହଞ୍ଚି ଗ୍ୟାସ ଟ୍ୟାଙ୍କର ଗାଡିକୁ ଜବତ କରିବା ସହିତ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଘଟଣାର ତଦନ୍ତ ଚଳାଇଛି।
ନ୍ୟାୟ ମାଗୁଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ
ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀଙ୍କୁ ନ୍ୟାୟ ମାଗୁଛନ୍ତି ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ, ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ବିଭୁତି ଭୂଷଣ ମହାପାତ୍ର କଂଗ୍ରେସ ଦଳରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଆଜି ରାଉରକେଲା ପାନପୋଷ ଛକରେ ଧାରଣାରେ ବସିଛନ୍ତି, ଗତ ଅକ୍ଟୋବର ମାସରେ ବିଭୁତିଙ୍କୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଂଜିତ ପତ୍ର କଂଗ୍ରେସ ଭବନରେ ଅଶାଳୀନ ଭାଷାରେ ଗାଳି କରିବା ସହ ଆକ୍ରମଣ କରିଥିଲେ, ଯାହାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଚପେଇ ଦେବାକୁ ଚେଷ୍ଟା କରି ଥାନାରେ ମାମଲା ରୁଜୁ କରିବାକୁ ପୋଲିସକୁ ଚାପ ପକେଇଥିଲେ।
Garlic prices: ରସୁଣ କେଜି ଟପିଲା ୫୦୦, ଜାଣନ୍ତୁ କାରଣ କଣ
Garlic prices: ହିମାଚଳ ପ୍ରଦେଶରେ ବର୍ଷା ଓ ତୁଷାରପାତ କାରଣରୁ ପନିପରିବା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ରସୁଣର ମୂଲ୍ୟ ସର୍ବାଧିକ ବୃଦ୍ଧି ପାଇ କେଜି ପିଛା ୫ ଶହ ଟଙ୍କାରେ ପହଞ୍ଚିଛି । ବାହାର ରାଜ୍ୟରୁ ରସୁଣ ଯୋଗାଣ ସଠିକ ଭାବରେ ହୋଇନପାରିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇଛି ।
ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୬ ମୃତ
ମଧ୍ୟପ୍ରଦେଶର ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୬ ମୃତ। ହାର୍ଦା ଜିଲ୍ଲାରେ ବାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ଘଟିଛି। ଏଥିରେ ୬୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି, ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା ଜାରି ରହିଛି।
ଆଜି ପରୀ ହତ୍ୟା ମାମଲାର ରାୟ
ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ପ୍ରକାଶ ପାଇବ ରାୟ। ନୟାଗଡ଼ ଚିଲଡ୍ରେନ କୋର୍ଟରେ ଏହି ରାୟ ପ୍ରକାଶ ପାଇବ । ନୟାଗଡ଼ ଚିଲଡ୍ରେନ କୋର୍ଟରେ ଅଭିଯୁକ୍ତ ନାବାଳକ ପହଞ୍ଚିବା ପରେ ଶୁଣାଣି ଆରମ୍ଭ ହେବ ।
ଅପରାହ୍ନ ୪ଟା ଯାଏଁ ମୁଲତବୀ
ବିଧାନସଭା ବଜେଟ୍ ଅଧିବେଶନରେ ବେଦାନ୍ତ ତାତି । ବିଧାନସଭା ଶୂନ୍ୟକାଳରେ ବେଦାନ୍ତ ଜମି ହଡପ ପ୍ରସଙ୍ଗ ଉଠାଇ ଗୃହରେ ଧାରଣା ଦେଇଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଯାହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ସରକାରୀ ଯୋଜନାର ପ୍ରଚାର ଓ ପ୍ରସାର ଓ ବିଜ୍ଞାପନ ବାବଦକୁ ୫ ବର୍ଷକୁ ଖର୍ଚ୍ଚ ହୋଇଛି ୮୩ କୋଟି
Odisha Assembly State Budget Session 2024: ଆଜି ବିଧାନସଭା ବଜେଟ୍ ଅଧିବେଶର ଦ୍ବିତୀୟ ଦିନ (Odisha Assembly State Budget Session 2024 2nd day)। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ । ସେ କହିଛନ୍ତି ଯେ, ସରକାରୀ ଯୋଜନାର ପ୍ରଚାର ଓ ପ୍ରସାର ଓ ବିଜ୍ଞାପନ ବାବଦକୁ ୫ ବର୍ଷକୁ ଖର୍ଚ୍ଚ ହୋଇଛି ୮୩ କୋଟି ।
ବିଧାନସଭାରେ ବେଦାନ୍ତ ଜମି ତାତି
ବିଧାନସଭାରେ ବେଦାନ୍ତ ଜମି ତାତି । ରାଜ୍ୟ ସରକାର ଜମି ଫେରାଇ ଆଣିବାକୁ ଦାବି କରି ଗୃହ ମଧ୍ୟଭାଗରେ ଧାରଣାରେ ବସିଲେ ନରସିଂହ ମିଶ୍ର, ୩୦ ମିନିଟ୍ ଯାଏଁ ଗୃହ ମୁଲତବି କଲେ ବାଚସ୍ପତି ।
ଗୃହରେ ନରସିଂହଙ୍କ ଧାରଣା
ଶୂନ୍ୟକାଳରେ ଗୃହ ମଧ୍ୟଭାଗରେ ନରସିଂହ ମିଶ୍ରଙ୍କ ଧାରଣା। ବେଦାନ୍ତ ଜମି ଫେରସ୍ତ ପ୍ରସଙ୍ଗରେ ତଦନ୍ତ ଦାବି କଲେ ନରସିଂହ। ବାଚସ୍ପତିଙ୍କ ରୁଲିଂ ଦାବି କଲେ, ଅନୁଧ୍ୟାନ ପରେ କହିବି କହିଲେ ବାଚସ୍ପତି। ବାଚସ୍ପତିଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ନରସିଂହଙ୍କ ଧାରଣା।
୨୦୨୪ ସୁଦ୍ଧା ସବୁ ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ
ଆଜି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭ ହେବା ସହ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଭିନ୍ନ ସଦସ୍ୟ ନିଜ ନିଜ ପ୍ରଶ୍ନ ପଚାରୁଥିବାବେଳେ ବିଭାଗୀୟ ମନ୍ତ୍ରୀ ସମସ୍ତ ପ୍ରଶ୍ନର ଉତ୍ତର ରଖୁଛନ୍ତି । ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରହିଥିବା ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି । ତେବେ ଯେଉଁଠି ଉତ୍ସ କିମ୍ବା ଜମି ସମସ୍ୟା ରହିଛି ସେଠାରେ ୨୦୨୫ ସୁଦ୍ଧା ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।
ଉତ୍ତରାଖଣ୍ଡରେ UCC ବିଲ୍ ଆଗତ
ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଏକକ ନାଗରିକ ସଂହିତା ବିଲ । ମୁଖ୍ୟମନ୍ତ୍ରୀ ପୁଷ୍କ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଲକୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଆଗତ କରିଛନ୍ତି । ବିଲ ଉପସ୍ଥାପନ ସମୟରେ ବନ୍ଦେ ମାଆ ତରମ ଓ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଲା ଗୃହ । ଉପସ୍ଥିତ ସମସ୍ତ ବିଧାୟକ ଏପରି ସ୍ଲୋଗାନ ଦେଇଥିଲେ । ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଲାଗୁ ହେବ ଏକକ ନାଗରିକ ସଂହିତା (UCC) । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟ ବିଧାନସଭାରେ ୟୁନିଫର୍ମ ସିଭିଲ କୋଡ ବିଲକୁ ଉପସ୍ଥାପନ କରିଛନ୍ତି । ସୋମବାର ଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଚାରି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ଏହି ବିଲ୍ ଆଗତ ହୋଇଛି ।
ଆପ୍ ବିରୋଧରେ ଇଡିର ବଡ଼ ଆକ୍ସନ, ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ଘର ସମେତ ୧୦ ସ୍ଥାନରେ ଚଢ଼ାଉ
ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଆକ୍ସନ । ସକାଳୁ ସକାଳୁ ନୂଆଦିଲ୍ଲୀରେ ଇଡିର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ଅର୍ଥ ହେରଫେର ମାମଲାରେ ତଦନ୍ତର ଏକ ଅଂଶ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍ ଆଦମୀ ପାର୍ଟି ସହ ଜଡିତ ନେତାଙ୍କ ବାସଭବନରେ ଚଢ଼ାଉ କରିଛି ଇଡି । ଏଥିରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ଏନଡି ଗୁପ୍ତା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାନଙ୍କ ବସଭନରେ ଚଢାଉ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମୁଦାୟ 10ଟି ଠିକଣାରେ ଏହି ରେଡ୍ କରାଯାଇଥିବା ସୂଚନା ରହିଛି ।
ଜ୍ଞାନବାପି ମସଜିଦ ମାମଲାରେ ଆଜି ଆସିବ ରାୟ
ଜ୍ଞାନବାପି ମସଜିଦ ମାମଲାରେ ଆଜି ଆସିବ ରାୟ। ମାମଲାର ଶୁଣାଣି କରିବେ ଆହ୍ଲାବାଦ ହାଇକୋର୍ଟ। ଜ୍ଞାନବାପି ମସଜିଦ ଭିତରେ ହିନ୍ଦୁମାନଙ୍କୁ ପ୍ରାର୍ଥନା କରିବା ଲାଗି ବାରାଣସୀ କୋର୍ଟ ଯେଉଁ ଅନୁମତି ଦେଇଥିଲେ ତାହା ଉପରେ ରହିତାଦେଶ ଦେବାକୁ ଅଗ୍ରାହ୍ଯ କରିଦେଇଥିଲେ ହାଇକୋର୍ଟ। ବାରାଣସୀ କୋର୍ଟର ରାୟ ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟି। ଏହି ମାମଲାର ଶୁଣାଣି କରିବାକୁ ପୂର୍ବରୁ ସୁପ୍ରିମକୋର୍ଟ ଅଗ୍ରାହ୍ଯ କରିଦେଇଥିଲେ। ଗତ ୨୦୨୩ ଜାନୁଆରୀ ୩୧ରେ ଜ୍ଞାନବାପି ମସଜିଦରେ ଜଣେ ପୂଜକଙ୍କୁ ପୂଜା କରିବା ଲାଗି ଅନୁମତି ଦେଇଥିଲେ କୋର୍ଟ।
ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବ UCC
ଭାରତୀୟ ସମ୍ବିଧାନରେ ଉତ୍ତରାଖଣ୍ଡ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛି। ଦେଶର ପ୍ରଥମ ରାଜ୍ୟ ଭାବେ ୟୁନିଫର୍ମ ସିଭିଲ୍ କୋଡ (UCC) ବା ଏକକ ନାଗରିକ ସଂହିତା ନିୟମ ଲାଗୁ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ କ୍ୟାବିନେଟରେ ୟୁସିସିକୁ ଅନୁମୋଦନ ମିଳିବା ପରେ ଆଜି ବିଧାନସଭାରେ ଏହି ବିଲ୍ ଆଗତ ହେବ।
କମିଲା ଶୀତ ବଢିଲା ତାତି
ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି । ଗତକାଲି ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିବା ବେଳେ ୫ ସହରରେ ତାପମାତ୍ରା ୩୪ ଟପିଛି ।
ପରୀକ୍ଷାରେ କପି ରୋକିବା ପାଇଁ ଲୋକସଭାରେ ବିଲ୍ ଉପସ୍ଥାପିତ
ସରକାରୀ ନିଯୁକ୍ତି ମୂଳକ ପରୀକ୍ଷାରେ ଅନିୟମିତତାକୁ ରୋକିବା ପାଇଁ ଲୋକସଭାରେ ଉପସ୍ଥାପିତ ହେଲା ବିଲ୍ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ଆଗତ କରିଛନ୍ତି । ଏହି ବିଲରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନୈତିକ ପନ୍ଥା ଅବଲମ୍ବନ କରି ଧରାପଡ଼ିଲେ ସର୍ବାଧିକ ୧୦ ବର୍ଷ ଜେଲ ଓ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରସ୍ତାବ ରଖାଯାଇଛି ।
ପ୍ରଶ୍ନପତ୍ର ଲିକ ଘଟଣାରେ ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି ।
ଭୁବନେଶ୍ୱରରୁ ଅଯୋଧ୍ୟା ଅଭିମୁଖେ ଗଲା ଆସ୍ଥା ସ୍ପେଶାଲ୍ ଟ୍ରେନ୍
ଆଜି ଆସ୍ଥା ସ୍ପେଶାଲ ଟ୍ରେନ୍ ରେ ଆଯୋଧ୍ଯା ଗଲେ ୧୪ ଶହ ଭକ୍ତ । ରାଜଧାନୀ ଭୁବନେଶ୍ବରରୁ ସିଧାସଳଖ ଏହି ଟ୍ରେନ୍ ଅଯୋଧ୍ଯା ଯାଉଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପତାକା ଦେଖାଇ ଏହି ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି । ଖବର ଥାଉ କି, ଆସ୍ଥା ସ୍ପେଶାଲ ଟ୍ରେନ୍ ରେ ୨୦ଟି ସ୍ଲିପର କୋଚ୍ ରହିଛି । ପ୍ରତି କୋଚରେ ୭୨ଟି ସିଟ୍ ରହିଛି । ଏଥିରେ ୧୪ ଶହରୁ ଅଧିକ ଯାତ୍ରା ଏକା ସହ ଯାତ୍ରା କରିବା ନେଇ ବ୍ୟବସ୍ଥା ରହିଛି । ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୯ ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତ ଅଯୋଧ୍ୟା ଯିବେ ।
ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ
ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନ । ଅଧିବେଶନର ଦ୍ବିତୀୟ ଦିନ ବେଶ୍ ସରଗରମ ରହିବା ଆଶା କରାଯାଉଛି । ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ପର୍ଯ୍ୟଟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଶ୍ନକାଳ ରହିଛି ।
ଚିଲିରେ ଜଳୁଛି ଜଙ୍ଗଲ, ଜନବସତି ଅଞ୍ଚଳକୁ ବ୍ୟାପିଗଲା ଜଙ୍ଗଲ ନିଆଁ
ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ । ବର୍ତ୍ତମାନ ସୁଦ୍ଧା ୧୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ହଜାର ହଜାର ଲୋକ ଏଥିରେ ନିଖୋଜ ଥିବା ସୂଚନା ମିଳିଛି । ନିଆଁ ଲାଗି ୧୪୦୦ ଘର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ, କିଛି ଦିନ ହେବ ବଣରେ ଲାଗିଥିବା ନିଆଁ ଜଳି ଜଳି ପର୍ଯ୍ୟଟକମାନଙ୍କ ପ୍ରିୟ ଭିନା ଡେଲ୍ ମାର୍ ଓ ଭାଲ୍ପାରାଇଜୋ ନାମରେ ଦୁଇଟି ଉପକୂଳବର୍ତ୍ତୀ ନଗରୀ ନିକଟକୁ ମାଡ଼ି ଆସିଲାଣି । ଏହି ନଗରୀ ଦୁଇଟିରେ ଏକ ନିୟୁତରୁ ଅଧିକ ବାସିନ୍ଦା ଅଛନ୍ତି । ଅଗ୍ନିକାଣ୍ଡରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଚିଲି ସରକାରୀ କର୍ତ୍ତୃପକ୍ଷମାନେ ରାତି ୯ଟାରୁ କର୍ଫ୍ୟୁ ଜାରି କରିଛନ୍ତି । ଆକାଶରୁ ହେଲିକପ୍ଟର୍ ପାଣି ପକାଉଥିବା ବେଳେ ଦମକଳ ବାହିନୀକୁ ସହଯୋଗ କରିବା ଲାଗି ସେନାବାହିନୀ ମଧ୍ୟ ସେ ଅଞ୍ଚଳରେ ପହଞ୍ଚିଛି।
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଆ ଗସ୍ତ
ଆଜି ଗୋଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ୧୩ ଶହ ୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ ଏବଂ ଶିଳାନ୍ୟାସ । ପୂର୍ବାହ୍ନ ସାଢ଼େ ୧୦ଟାରେ ଓଏନଜିସି ସର୍ଭାଇଭଲ ସେଣ୍ଟରକୁ ଉଦଘାଟନ କରିବେ ଏହାପରେ ୧୦ଟା ୪୫ରେ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ର ମଧ୍ୟ ଉଦଘାଟନ କରିବେ ପିଏମ୍ ମୋଦି । ଆଜିଠୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ । ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ଶକ୍ତି ମୂଲ୍ୟ ଶୃଙ୍ଖଳାରେ ସମନ୍ୱିତ କରିବା ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୪ର ଗୁରୁତ୍ବପୂର୍ଣ୍ଣ ଫୋକସ୍ ହେବ ।
ସରିଲା ଓଡ଼ିଆ ଭାଷା ମହାକୁମ୍ଭ
ଉଦ୍ଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ, ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି। ୫ ବର୍ଷ ପରେ ଆମେ ସମସ୍ତେ ପୁଣି ଥରେ ଏକାଠି ହେବା । ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମତ ବିନିମୟ କରିବା। ତେବେ ମ୍ୟୁଜିଅମର ସମୟସୀମା ଆଉ ୩ ଦିନ ବୃଦ୍ଧି କରାଯାଇଛି।
Ind vs Eng: ତୃତୀୟ ଟେଷ୍ଟ ମ୍ୟାଚ୍ ରୁ ବାଦ ପଡ଼ିବେ ବୁମରା
Ind vs Eng: ବିଶାଖାପାଟଣାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ରେ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୧୦୬ ରନ୍ରେ ପରାସ୍ତ କରି ଦ୍ବିତୀୟ ଟେଷ୍ଟ୍ ଜିତିବା ସହ ୫ ଟିକିଆ ଶୃଙ୍ଖଳାକୁ ୧-୧ ସ୍ଥିତିକୁ ଆଣିଛି ଟିମ୍ ଇଣ୍ତିଆ । ଇଂଲଣ୍ଡକୁ ୨୯୨ ରନ୍ରେ ଅଲଆଉଟ୍ କରି ହାଇଦ୍ରାବାଦ ପରାଜୟର ପ୍ରତିଶୋଧ ନେଇଛି ଦଳ । ତେବେ ରାଜକୋଟ ଫେବ୍ରୁଆରି ୧୫-୧୯ରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ସ୍ପିନରଙ୍କୁ ସୁହାଉଥିବା ପିଚ୍ରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଦଳକୁ ଏହି ବିଜୟ ଭେଟି ଦେଇଥିବା ବେଳେ ପ୍ରଥମ ପାଳିର ଦ୍ବିଶତକ ହାସଲକାରୀ ଯଶସ୍ବୀ ଜୟୱାଲ ଏବଂ ଦ୍ବିତୀୟ ପାଳିରେ ଶତକୀୟ ପାଳି ଖେଳିଥିବା ଶୁବମନ ଗିଲ୍ଙ୍କୁ ପଛରେ ପକାଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ଲାଭ କରିଛନ୍ତି।
Road Accident: ବାଇକକୁ ପିଟିଲା ଭ୍ୟାନ । ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲାପଡା ଓ ପାଟଣାଗଡ଼ ରାସ୍ତାରେ । ବାଇକକୁ ସାମ୍ନାରୁ ଏକ ଭ୍ୟାନ ଧକ୍କା ଦେବାରୁ ଦୁଇ ବାଇକ ଆରୋହୀଙ୍କକ ମୃତ୍ୟୁ ଘଟିଛି । ସେପଟେ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା, ଏହି ଦିନ ରାଜ୍ୟରେ ବର୍ଷା ସମ୍ଭାବନା
Weather Update: ରାଜ୍ୟରେ ଏବେ ଘନ କୁହୁଡି (deep fog) ସାଙ୍ଗକୁ ଶୀତର ଲହରୀ (cold wave in odisha) ଜାରି ରହିଛି। କିନ୍ତୁ ଏବେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପାଗ ମୁଖ୍ୟତ ଶୁଖିଲା ରହିବା ସହ କୁହୁଡି଼ ଅନୁଭୂତ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Meteorological Centre, Bhubaneswar)ପକ୍ଷରୁ କୁହାଯାଇଛି। ୧୦ ରୁ ରାଜ୍ୟରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ସୋମବାର ନୟାଗଡ, ଗୋପାଳପୁର, ଯାଜପୁର ,ଢେଙ୍କାନାଳ ଓ ଭୁବନେଶ୍ବରରେ ଘନକୁହୁଡି଼ ନଜରକୁ ଆସିଛି। ଏଠାରେ କୁହୁଡିର ଦୃଶ୍ୟମାନ କ୍ଷମତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଛି।
ଓଡ଼ିଶା ଆସୁଛନ୍ତି ରାହୁଲ
Rahul Gandhi Odisha Visit: ମୋଦି ସରକାରଙ୍କ ଏକଚ୍ଛବାଦ ଶାସନ ବିରୋଧରେ ଲଢେଇ ସହ ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗତ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ୨ୟ ପର୍ଯ୍ୟାୟ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଆରମ୍ଭ କରିଛନ୍ତି । ଏହି ଯାତ୍ରା ଝାଡ଼ଖଣ୍ତ ଅତିକ୍ରମ କରି ମଙ୍ଗଳବାର ଅପରାହ୍ନ ୨ଟା ୩୦ ମିନିଟ୍ ରେ ଝାଡ଼ଖଣ୍ତ- ଓଡ଼ିଆ ସୀମାରେ ପହଁଞ୍ଚିବ । ଖବର ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ସୁନ୍ଦରଗଡ଼ ଜିଲ୍ଲାରେ ୪.୪ କିମି ପଦଯାତ୍ରା କରିବା ସହିତ ୪ଟି ଜନସମାବେଶରେ ସମ୍ବୋଧିତ କରିବେ । ସେହି ସ୍ଥାନ ଗୁଡ଼ିକ ହେଉଛି, ବୀରମିତ୍ରପୁର, ରାଉରକେଲା ପାନପୋଷ ଛକ, ରାଣୀବନ୍ଧ ଓ ସୁନ୍ଦରଗଡ଼ । ଏନେଇ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତ ଶେଷ ହୋଇଥିବା ନେଇ ରାଉରକେଲାଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।