Live Now

Odisha News Live Updates: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
08 February 2024 10:15 AM (IST)

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ ...

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ 

ଲଗାତାର ଷଷ୍ଠ ଥର ପାଇଁ ୬.୫% ରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍  । ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବାକୁ RBI ପକ୍ଷରୁ ନିଷ୍ପତ୍ତି । ମେ ୨୦୨୨ରୁ ରେପୋ ରେଟ୍‌ରେ ପରିବର୍ତ୍ତନ ହୋଇନାହିଁ।  

08 February 2024 10:01 AM (IST)

 ରାଜ୍ୟସଭା ଆସନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି ...

 ରାଜ୍ୟସଭା ଆସନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି 

୧୫ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଫେବୃଆରୀ ୧୫ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ଏହାପରେ ଫେବୃୟାରୀ ୧୬ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ସେହିପରି ୨୦ ଫେବୃୟାରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ ।

08 February 2024 08:36 AM (IST)

ଦୁର୍ଘଟଣାଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ, ୧୨ ଯାତ୍ରୀ ଆହତ...

ଦୁର୍ଘଟଣାଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ, ୧୨ ଯାତ୍ରୀ ଆହତ

 ବାଲେଶ୍ବର ଜିଲ୍ଲା ନିଧିପଣ୍ତା ଛକ ନିକଟରେ ବୁଧବାର ସକାଳେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଏଥିରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।  ଖବର ଅନୁଯାୟୀ, ୬୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଉ ପୁରୀରୁ- କଲିକତା ବାଙ୍କୁଡ଼ା ଅଭିମୁଖେ ବାହାରିଥିଲା ଏହି ତୀର୍ଥଯାତ୍ରୀ ବସ୍ । 

ଅଧିକ ଖବର ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/balasore-another-pi...

08 February 2024 07:54 AM (IST)

 ରାଜ୍ୟରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଆଜି ଶେଷ ଦିନ...

 ରାଜ୍ୟରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଆଜି ଶେଷ ଦିନ

ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଆଜି ଶେଷ ଦିନ ଅଟେ । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଏହି ଯାତ୍ରା ବୁଧବାର ଝାରସୁଗଡାରେ ପହଞ୍ଚିଲା । ଆଜି ଏହି ଯାତ୍ରା ସକାଳ ୮ ଟାରେ ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡରୁ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି । ପ୍ରାୟ ଦୁଇ କିଲୋମିଟର ଯିବା ପରେ ବେହେରାମାଳ କିଷାନ ଛକରେ ଏହି ଯାତ୍ରା ଶେଷ ହେବ । ପରେ କିଷାନ ଛକରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପରେ ୪୯ନଂ ଜାତୀୟ ରାଜପଥ ଦେଇ ଲିଖନପୁର ବ୍ଲକ ଗୋବିନ୍ଦପୁରରେ ପହଁଞ୍ଚିଠାରେ ବିଶ୍ରାମ ନେବେ ରାହୁଲ ।

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ - https://zeenews.india.com/hindi/zeeodisha/state-news/odisha-bharat-jodo-...

08 February 2024 07:52 AM (IST)

ପାକିସ୍ତାନରେ ଭୋଟିଂ...

ପାକିସ୍ତାନରେ ଭୋଟିଂ

ଆଜି ପାକିସ୍ତାନରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ। କିଏ ପ୍ରଧାନମନ୍ତ୍ରୀ ହେବେ ସେନେଇ ସମସ୍ତଙ୍କ ଉତ୍କଣ୍ଠା ରହିଛି। ଏ ଭିତରେ ଭୁଟୋ ଓ ସରିଫ୍‍ ପରିବାର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଅକ୍ଟୋବର ମାସରେ ନିର୍ବାସନ ଦଣ୍ଡ ପରେ ସ୍ୱଦେଶ ଫରିଥିବା ନଓ୍ୱାଜ ସରିଫଙ୍କ ପକ୍ଷରେ ଅଧିକ ଭୋଟ୍‍ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। ୩୩୧ ଆସନ ବିଶିଷ୍ଟ ଜାତୀୟ ବିଧାନ ପରିଷଦର ୨୬୬ ଆସନ ଲାଗି ଭୋଟିଂ ହେବ। ଅନ୍ୟ ୭୦ ଆସନ ମହିଳା ଓ ମୁସଲ୍‍ମାନଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ନିର୍ବାଚନରେ ପାକିସ୍ତାର ସମୁଦାୟ ଜନସଂଖ୍ୟା ୨୬ କୋଟିରୁ ୧୩ କୋଟି ଲୋକ ଭୋଟ ଦେଉଛନ୍ତି।

08 February 2024 07:43 AM (IST)

ରାଜ୍ୟରେ ଚିନ୍ତା ବଢାଇଛି ବୈଶାଖ ତାତି, ଏହି ଦିନଠାରୁ ବଦଳିବ ପାଗ ...

ରାଜ୍ୟରେ ଚିନ୍ତା ବଢାଇଛି ବୈଶାଖ ତାତି, ଏହି ଦିନଠାରୁ ବଦଳିବ ପାଗ 

Weather Update: ମାଘ ମାସ ନସରୁଣୁ ଚିନ୍ତା ବଢାଇଛି ଅସହ୍ୟ ଖରା । ଫେବୃୟାରୀ ଆରମ୍ଭରୁ ଦାଉ ସାଜିଛି ବୈଶାଖ ତାତି। ଗତ ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ବଢିଥିବା ବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ଯଦିଓ ବୁଧବାର ରାଜ୍ୟରେ ଆଗ ଅପେକ୍ଷା ତାପମାତ୍ରା କମିଛି, ମାତ୍ରା ରାତ୍ରି ତାପମାତ୍ରାରେ ଅସ୍ବାଭାବିକ ଭାବେ ବୃଦ୍ଧି ହେବା କାରଣରୁ ଶୀତ ଅନୁଭୂତ ହେଉନାହିଁ ।

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ- https://zeenews.india.com/hindi/zeeodisha/state-news/weather-heat-wave-i...

08 February 2024 07:20 AM (IST)

ଶ୍ରୀମନ୍ଦିରେ ପାଞ୍ଜି ଗଣନ ଦ୍ୱନ୍ଦ, ପୁଣି ବସିବ ବୈଠକ...

ଶ୍ରୀମନ୍ଦିରେ ପାଞ୍ଜି ଗଣନ ଦ୍ୱନ୍ଦ, ପୁଣି ବସିବ ବୈଠକ

Panji Ganana: ଏଥର କାର୍ତ୍ତିକ ମାସରେ ପଞ୍ଚୁକ ୪ ଦିନ ହେବ। ଲକ୍ଷ୍ମୀ ନୃସିଂହ ବେଶ କ୍ଷୟ ପଡୁଥିବାରୁ ଏହି ବେଶ ହୋଇନପାରେ। ତିଥି କ୍ଷୟ ପଡୁଥିବାରୁ ଅନବସର ସମୟରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ କେବେ ହେବ ତାହା ପରେ ସ୍ପଷ୍ଟ ହେବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ପାଞ୍ଜି ଗଣନା ବୈଠକ ପରେ ଏହି ସୂଚନା ଦିଆଯାଇଛି । ଆସନ୍ତା ୧୨ ତାରିଖରେ ବସିବ ଆଉ ଏକ ବୈଠକ । ୧୯୫୯ ଏବଂ ୧୯୭୧-୭୨ ମସିହା ପରି ଚଳିତ ବର୍ଷ ସ୍ନାନ ପୂର୍ଣ୍ଣମୀ ଠାରୁ ରଥଯାତ୍ରା ପର୍ଯ୍ୟନ୍ତ ପ୍ରାୟ ଏକା ସମୟ ପଡୁଥିବାରୁ ସେହି ବର୍ଷର ରୀତି ନୀତିକୁ ଅନୁକରଣ କରାଯାଇପାରେ। ପଣାସଂକ୍ରାନ୍ତିର ନିର୍ଦ୍ଧିଷ୍ଟ ତାରିଖକୁ ନେଇ ପଞ୍ଜିକା ନିର୍ଦ୍ଧାରଣ ଦ୍ବନ୍ଦରେ। ଗଣନାକାର ଓ ଜ୍ୟୋତିର୍ବିଦଙ୍କ ମଧ୍ୟରେ ତାରିଖକୁ ନେଇ ସ୍ପଷ୍ଟତା ଆସିନପାରିବାରୁ ଆଗାମୀ ୧୨ ତାରିଖକୁ ନିଷ୍ପତ୍ତି ଘୁଞ୍ଚିଛି।

ଅଧିକ ପଢିବା ପାଇଁ ଲିଙ୍କରେ କ୍ଲିକ୍ କରନ୍ତୁ.. https://zeenews.india.com/hindi/zeeodisha/state-news/panji-netrotsav-iss...

08 February 2024 06:53 AM (IST)

ଅନୁଭବ ବର୍ଷାଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ...

ଅନୁଭବ ବର୍ଷାଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ

Anubhav-Varsha Divorce: ଦୀର୍ଘ ଦିନ ଧରି ଲାଗି ରହିଥିବା ବର୍ଷା-ଅନୁଭବ ବିବାଦରେ ପଡ଼ିଛି ପୂର୍ଣ୍ଣଛେଦ। ଏନେଇ ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଅନୁଭବ। ଆଜି ତାଙ୍କ ବିବାହକୁ ୧୦ ବର୍ଷ ପୁରୁଥିବା ବେଳେ ବିବାହ ବାର୍ଷିକୀର ଦିନକ ପୂର୍ବରୁ ଅର୍ଥାତ୍ ୭ ତାରିଖରେ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ ମିଳିଛି।

08 February 2024 06:52 AM (IST)

ଆଜି ଆଗତ ହେବ କାମଚଳା ବଜେଟ...

ଆଜି ଆଗତ ହେବ କାମଚଳା ବଜେଟ

Odisha Budget 2024: ଗୁରୁବାର ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪ ଆର୍ଥକ ବର୍ଷର ପ୍ରଥମ ୪ ମାସ( ଏପ୍ରିଲ- ଜୁଲାଇ) ପାଇଁ କାମଚଳା ବଜେଟ ଆଗତ କରିବେ । ଏହି ଆର୍ଥିକ ବର୍ଷ ସକାଶେ  ୨.୬୦ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବ ଆଗତ କରିବା ସହ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ ଗୃହରେ ଅନୁମୋଦନ ପାଇଁ ଆଗତ କରିପାରନ୍ତି । ଏହି କାମଚଳା ବଜେଟ

07 February 2024 11:26 PM (IST)

ସନ୍ଦେହଜନକ ଅବସ୍ଥାରେ ଧରାପଡ଼ିଲେ ୩ ଭାରତୀୟ; ଡଙ୍ଗା ନେଇ କୁଏତ ଠାରୁ ଆସିଲେ ଭାରତ ...

ସନ୍ଦେହଜନକ ଅବସ୍ଥାରେ ଧରାପଡ଼ିଲେ ୩ ଭାରତୀୟ; ଡଙ୍ଗା ନେଇ କୁଏତ ଠାରୁ ଆସିଲେ ଭାରତ 
ଫେବୃଆରୀ ୭ ତାରିଖ ବୁଧବାର ମୁମ୍ବାଇ ସ୍ଥିତ ଗେଟୱେ ଅଫ୍ ଇଣ୍ଡିଆ ଠାରେ ଘଟିଯାଇଥିଲା ଏକ ବଡ଼ ଧରଣର ଅଘଟଣ। ମୁମ୍ବାଇ ପୋଲିସ ଆରବ ସାଗରରେ ଏକ ସଦିଗ୍ଧ ଡଙ୍ଗାକୁ ମାଡ଼ି ବସିଥିଲା। କୁହାଯାଉଛି ଯେ ଆରବ ସାଗରରେ ଧରା ପଡ଼ିଥିବା ଡଙ୍ଗା କୁଏତ ଠାରୁ ଆସିଥିଲା। ସେହି ଡଙ୍ଗାରେ ଉପସ୍ଥିତ ରହିଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ସେହି ଡଙ୍ଗାରେ ୩ ଜଣ ଭାରତୀୟ ରହିଥିବାର ଜଣାପଡ଼ିଛି। ମୁମ୍ବାଇ ପୋଲିସ ସେହି ଡଙ୍ଗାକୁ ଜବତ କରି ହେପାଜତକୁ ନେଇଛି। 

ପଢନ୍ତୁ ପୁରା ଖବର

 

07 February 2024 11:20 PM (IST)

ମୁଖ୍ୟମନ୍ତ୍ରୀଙ୍କୁ ସମନ ଜାରି କଲେ କୋର୍ଟ, ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ...

ମୁଖ୍ୟମନ୍ତ୍ରୀଙ୍କୁ ସମନ ଜାରି କଲେ କୋର୍ଟ, ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଜବରଦସ୍ତ ଝଟକା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗକୁ ଗ୍ରହଣ କରି ରାଉସ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତି। ତାଙ୍କୁ ଆସନ୍ତା ୧୭ ତାରିଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଜାରି ହୋଇଥିବା ସମନ ଅଣଦେଖା କରିବାରୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଛି। 

ପଜନ୍ତୁ ପୁରା ଖବର

 

07 February 2024 11:01 PM (IST)

ରାଜ୍ୟରେ ୟୁସିସି ଲାଗୁ କରି ଇତିହାସ ରଚିଲା ଉତ୍ତରାଖଣ୍ଡ ବିଧାନସଭା...

ରାଜ୍ୟରେ ୟୁସିସି ଲାଗୁ କରି ଇତିହାସ ରଚିଲା ଉତ୍ତରାଖଣ୍ଡ ବିଧାନସଭା
ଫେବୃଆରୀ ୭ ତାରିଖ ବୁଧବାର ଏକ ଐତିହାସିକ ବିଲ ପାରିତ କରିଛି ଉତ୍ତରାଖଣ୍ଡ ବିଧାନସଭା। ବୁଧବାର ସମାନ ନାଗରିକତା ସଂହିତା ବିଲ ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବା ସହ ପାରିତ ହୋଇଯାଇଛି। ସ୍ୱାଧିନତ୍ତୋର ଭାରତ ବର୍ଷରେ ଉତ୍ତରାଖଣ୍ଡ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସମାନ ନାଗରିକତା ସଂହିତା ଲାଗୁ ହେବା ସ୍ପଷ୍ଟ ହୋଇଯାଇଛି। କୌଣସି ଧର୍ମକୁ ଖାତିର ନକରି ସମସ୍ତ ନାଗରିକଙ୍କ ପାଇଁ ସମାନ ବିବାହ, ଛାଡ଼ପତ୍ର, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ଆଇନ ପ୍ରତିଷ୍ଠା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସରକାର ଉତ୍ତରାଖଣ୍ଡ ବିଧାନସଭାରେ ସମାନ ନାଗରିକତା ସଂହିତା ବିଲ ଆଗତ କରିଥିଲେ।

ପଢନ୍ତୁ ପୁରା ଖବର

 

07 February 2024 10:46 PM (IST)

ତ୍ରେତୟା ଯୁଗ ଆସିଲା, ଏବେ ଦ୍ୱାପର ପାଇଁ ପ୍ରସ୍ତୁତି: ଧିରେନ୍ଦ୍ର ଶାସ୍ତ୍ରୀ...

ତ୍ରେତୟା ଯୁଗ ଆସିଲା, ଏବେ ଦ୍ୱାପର ପାଇଁ ପ୍ରସ୍ତୁତି: ଧିରେନ୍ଦ୍ର ଶାସ୍ତ୍ରୀ

Dhirendra Shastri: ବାଗେଶ୍ୱର ଧାମର ବାବା ଧିରେନ୍ଦ୍ର ଶାସ୍ତ୍ରୀ ଏବେ ରାଜସ୍ଥାନ ଗସ୍ତରେ ଅଛନ୍ତି। ସେ ଭିନମାଲ ସ୍ଥିତ ନୀଳକଣ୍ଠ ମହାଦେବ ମନ୍ଦିରରେ ରାମ କଥା କରିବାକୁ ଯାଉଛନ୍ତି । ଏହି ସମୟରେ ସେ କହିଥିଲେ ଯେ, ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସହିତ ହିଁ ତ୍ରେତୟା ଯୁଗ ଆରମ୍ଭ ହୋଇ ସାରିଛି। ଏଥିପାଇଁ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏବେ ଦ୍ୱାପର ଯୁଗ ପାଇଁ ପ୍ରସ୍ତୁତି ଚାଲିଛି । ଅଧିକ ପଢ଼ନ୍ତୁ...

07 February 2024 10:30 PM (IST)

Pushpa 3:ପୁଷ୍ପା ପାର୍ଟ୍ ଟୁ ରିଲିଜ୍ ପୂର୍ବରୁ ଆସିଲା ପାର୍ଟ୍ ଥ୍ରି ଉପରେ ଅପଡେଟ୍...

Pushpa 3:ପୁଷ୍ପା ପାର୍ଟ୍ ଟୁ ରିଲିଜ୍ ପୂର୍ବରୁ ଆସିଲା ପାର୍ଟ୍ ଥ୍ରି ଉପରେ ଅପଡେଟ୍,ଜାଣନ୍ତୁ ସତ କ’ଣ ?

2024 ମସିହାରେ ଭାରତ ଯଦି କୌଣସି ଫିଲ୍ମକୁ ଅତି ଉତ୍ସୁକତାର ସହିତ ଅପେକ୍ଷା କରିଛି ତେବେ ସେହି ଫିଲ୍ମ ହେଉଛି ସାଉଥ୍ ଷ୍ଟାର୍ ଆଲୁ ଅର୍ଜୁନଙ୍କ ପୁଷ୍ପା 2 । ପୁଷ୍ପା ପାର୍ଟ ଟୁ’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ପ୍ରକାଶଥାଉ କି, ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ସ୍ୱାଧୀନତା ଦିବସ ଅବସରରେ ପ୍ରେକ୍ଷାଳୟକୁ ଆସିବ। ଅଧିକ ପଢ଼ନ୍ତୁ...

07 February 2024 09:53 PM (IST)

Imran khan:କ’ଣ ଇମ୍ରାନ ଖାନଙ୍କୁ ହେବ ଫାଶୀ ? କ’ଣ କହୁଛି ପାକିସ୍ତାନୀ ସେନା ଅଦାଲତ ?...

Imran khan:କ’ଣ ଇମ୍ରାନ ଖାନଙ୍କୁ ହେବ ଫାଶୀ ? କ’ଣ କହୁଛି ପାକିସ୍ତାନୀ ସେନା ଅଦାଲତ ?
ଫେବୃଆରୀ 8 ରୁ ପାକିସ୍ତାନରେ ସାଧାରଣ ନିର୍ବାଚନ ଆରମ୍ଭ ହେଉଛି, କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ସେ ଜେଲରେ ଅଛନ୍ତି। ଇମ୍ରାନ ଖାନଙ୍କ ଦଳ ତେହେରିକ-ଇ-ଇନସାଫ (ପିଟିଆଇ) ନିର୍ବାଚନ ପ୍ରତୀକ 'ବ୍ୟାଚ'କୁ ମଧ୍ୟ ତାଙ୍କଠାରୁ ଛଡ଼ାଇ ନିଆଯାଇଛି। ବର୍ତ୍ତମାନ ରାୱଲପିଣ୍ଡିର ଆଦିଆଲା । ଅଧିକ ପଢ଼ନ୍ତୁ...

07 February 2024 09:27 PM (IST)

ଭୁବନେଶ୍ବରରେ ଶେଷ ହେଲା ଦୁଇ ଦିନିଆ ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ  ୨୦୨୪...

ଭୁବନେଶ୍ବରରେ ଶେଷ ହେଲା ଦୁଇ ଦିନିଆ ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ  ୨୦୨୪  

ଭୁବନେଶ୍ୱର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ଓ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟର ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନ୍ଏସ୍ଆଇ)ର ସହିତ ମିଳିତ ସହଯୋଗରେ ରାଜଧାନୀ ଭୁବନେଶ୍ବର ଏକ ଘରୋଇ ହୋଟେଲ ରେ ପୂର୍ବ କଲି ଆରମ୍ଭ ହୋଇଥିବା ‘ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪’ ଯାହାର ଥିମ୍ ଥିଲା 'ସବୁଜ ସ୍ଥିରତା ପାଇଁ: ଧାତୁ ପରିସଂସ୍ଥା ସନ୍ତୁଳନ' ବା "ମେଟାଲ୍ ଇକୋ ସିଷ୍ଟମ୍ ବାଲାନ୍ସିଂ: ଟୁଆର୍ଡସ ଗ୍ରୀନ ସଷ୍ଟେନେବିଲିଟି" ଆଜି ଶେଷ ହୋଇଛି । ଅଧିକ ପଢ଼ନ୍ତୁ...

07 February 2024 09:02 PM (IST)

Bank Jobs 2024: IDBI ବ୍ୟାଙ୍କରେ ୫ଶହ ଖାଲି ପଦବୀ, ତୁରନ୍ତ କରନ୍ତୁ ଆବେଦନ...

Bank Jobs 2024: IDBI ବ୍ୟାଙ୍କରେ ୫ଶହ ଖାଲି ପଦବୀ, ତୁରନ୍ତ କରନ୍ତୁ ଆବେଦନ

IDBI ବ୍ୟାଙ୍କ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ଭର୍ତ୍ତି ପାଇଁ ଦରଖାସ୍ତ ଆହ୍ୱାନ କରୁଛି । ଯେକୈଣସି ବିଷୟରେ ସ୍ନାତକୋତ୍ତର କରୁଥିବା ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ । ଅଧିକ ପଢ଼ନ୍ତୁ...

07 February 2024 08:23 PM (IST)

FASTag:ପେଟିଏମରେ FASTag ବନ୍ଦ ହେବ କି ? ଯଦି ଆପଣଙ୍କ ପାଖରେ ଅଛି ଏହି FASTag ତେବେ...

FASTag:ପେଟିଏମରେ FASTag ବନ୍ଦ ହେବ କି ? ଯଦି ଆପଣଙ୍କ ପାଖରେ ଅଛି ଏହି FASTag ତେବେ କରିବେ କ’ଣ ?

ଡିଜିଟାଲ ଯୁଗରେ ଡିଜିଟାଲ ପେମେଣ୍ଟ ସମୟର ଆବଶ୍ୟକତା ହୋଇଯାଇଛି । ବିଶେଷକରି ୨୦୧୬ର ନୋଟ୍ ବନ୍ଦୀ ପରେ ପରିସ୍ଥିତି ବଦଳି ଯାଇଥିଲା । କରୋନା କାଳରେ ଡିଜିଟାଲ ପେମେଣ୍ଟ୍ ରେକର୍ଡ୍ ତିଆରି କରିଥିଲା । ଫୋନ୍ ପେ’,ପେଟିଏମ୍ ଭଳି କମ୍ପାନୀ ଏହାର ଭଲ ଲାଭ ଉଠାଇଥିଲେ । ଡିଜିଟାଲ ପେମେଣ୍ଟ କ୍ଷେତ୍ରକୁ ଆସିଥିବ କମ୍ପାନୀଙ୍କ ମଧ୍ଯରେ ପେଟିଏମ୍ ଅଲଗା ସ୍ଥାନ ରଖେ । ଅଧିକ ପଢ଼ନ୍ତୁ...

07 February 2024 07:57 PM (IST)

ଘରର ଗ୍ୟାରେଜ ଭିତରେ ପଡ଼ି ରହିଥିଲା ମୃତ୍ୟୁ, ଫୋନ କଲ ପାଇବା ପରେ କମ୍ପି ଉଠିଥିଲା ପୋଲିସ...

ଘରର ଗ୍ୟାରେଜ ଭିତରେ ପଡ଼ି ରହିଥିଲା ମୃତ୍ୟୁ, ଫୋନ କଲ ପାଇବା ପରେ କମ୍ପି ଉଠିଥିଲା ପୋଲିସ ବିଭାଗ
କୌଣସି ଘରର ଗ୍ୟାରେଜ ଠାରେ ସାଧାରଣତଃ ଗାଡ଼ି ପାର୍କିଂ ହୋଇଥାଏ। ହେଲେ କେବେ ଆପଣ କୌଣସି ଘରର ଗ୍ୟାରେଜ ଠାରେ ପରମାଣୁ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ରଖାଯାଇଥିବାର ଖବର ପଢିଛନ୍ତି? ଯଦି ଆପଣ ଏପରି ଖବର ପଢିନାହାଁନ୍ତି ତାହେଲେ ଏବେ ପଢିନିଅନ୍ତୁ। ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍ ରାଜ୍ୟରେ ସ୍ଥିତ ଏକ ଘରର ଗ୍ୟାରେଜ ଠାରେ ପରମାଣୁ କ୍ଷେପଣାସ୍ତ୍ର ମିଳିଥିବାର ଖବର ସାମ୍ନାକୁ ଆସିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ତାଙ୍କ ଘରର ଗ୍ୟାରେଜ ଠାରେ ପରମାଣୁ କ୍ଷେପଣାସ୍ତ୍ର ପାଇବା ପରେ ପୋଲିସ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ। ଏହି କ୍ଷେପଣାସ୍ତ୍ରକୁ ସଂଗ୍ରହାଳୟରେ ରଖିବାକୁ ଅନୁରୋଧ କରିଥିଲେ।

ପଢନ୍ତୁ ପୁରା ଖବର

 

 

 

 

07 February 2024 07:56 PM (IST)

ସନ୍ଦେହଜନକ ଅବସ୍ଥାରେ ଧରାପଡ଼ିଲେ ୩ ଭାରତୀୟ; ଡଙ୍ଗା ନେଇ କୁଏତ ଠାରୁ ଆସିଲେ ଭାରତ...

ସନ୍ଦେହଜନକ ଅବସ୍ଥାରେ ଧରାପଡ଼ିଲେ ୩ ଭାରତୀୟ; ଡଙ୍ଗା ନେଇ କୁଏତ ଠାରୁ ଆସିଲେ ଭାରତ
ଫେବୃଆରୀ ୭ ତାରିଖ ବୁଧବାର ମୁମ୍ବାଇ ସ୍ଥିତ ଗେଟୱେ ଅଫ୍ ଇଣ୍ଡିଆ ଠାରେ ଘଟିଯାଇଥିଲା ଏକ ବଡ଼ ଧରଣର ଅଘଟଣ। ମୁମ୍ବାଇ ପୋଲିସ ଆରବ ସାଗରରେ ଏକ ସଦିଗ୍ଧ ଡଙ୍ଗାକୁ ମାଡ଼ି ବସିଥିଲା। କୁହାଯାଉଛି ଯେ ଆରବ ସାଗରରେ ଧରା ପଡ଼ିଥିବା ଡଙ୍ଗା କୁଏତ ଠାରୁ ଆସିଥିଲା। ସେହି ଡଙ୍ଗାରେ ଉପସ୍ଥିତ ରହିଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ସେହି ଡଙ୍ଗାରେ ୩ ଜଣ ଭାରତୀୟ ରହିଥିବାର ଜଣାପଡ଼ିଛି। ମୁମ୍ବାଇ ପୋଲିସ ସେହି ଡଙ୍ଗାକୁ ଜବତ କରି ହେପାଜତକୁ ନେଇଛି। 

ପଢନ୍ତୁ ପୁରା ଖବର

 

07 February 2024 07:31 PM (IST)

ବିଧାନସଭାରେ ଆଜି ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର...

ବିଧାନସଭାରେ ଆଜି ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ବିବୃତ୍ତି

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ ୫ଟି ଅଧ୍ୟକ୍ଷଙ୍କ ଆଲୋଚନାର ଆଧାରରେ ନିମ୍ନୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସବୁ ନିଷ୍ପତ୍ତିକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ପଦକ୍ଷେପ ଅଧୀନରେ ସ୍ୱଚ୍ଛ ଓ ସମୟାନୁବଦ୍ଧ ଭାବେ କାର୍ଯସ୍ୟକାରୀ କରାଯିବ । ଅଧିକ ପଢ଼ନ୍ତୁ...

07 February 2024 06:42 PM (IST)

ହୃଦଘାତରେ ପତ୍ନୀଙ୍କ ମୃତ୍ୟୁର କିଛି ସମୟ ମଧ୍ୟରେ ଗଲା ସ୍ୱାମୀଙ୍କ ଜୀବନ, ଏକାଠି ଜଳିଲା ଯୁଇ...

ହୃଦଘାତରେ ପତ୍ନୀଙ୍କ ମୃତ୍ୟୁର କିଛି ସମୟ ମଧ୍ୟରେ ଗଲା ସ୍ୱାମୀଙ୍କ ଜୀବନ, ଏକାଠି ଜଳିଲା ଯୁଇ

funeral together: ହୃଦଘାତ କାରଣରୁ ପତ୍ନୀଙ୍କ ମୃତ୍ୟୁ ହୋଇଗଲା । ପତ୍ନୀଙ୍କ ମୃତ୍ୟୁରେ ଖୁବ୍ ଭାଙ୍ଗିପଡ଼ିଲେ ସ୍ୱାମୀ । ପତ୍ନୀଙ୍କ ଶେଷ କ୍ରିୟା ନସରୁଣୁ ସ୍ୱାମୀଙ୍କର ବି ଜୀବନ ଦୀପ ଲିଭିଗଲା । ଏପରି ଏକ ଘଟଣା ବର୍ତ୍ତମାନ ଅନେକଙ୍କୁ ଭାବବିହ୍ୟୁଳ କରିଦେଇଛି । ଅଧିକ ପଢ଼ନ୍ତୁ...

07 February 2024 05:35 PM (IST)

...

ପାକିସ୍ତାନୀ ରାଜନୈତିକ ଦଳକୁ କିପରି ମିଳେ ନିର୍ବାଚନ ଚିହ୍ନ? ଜାଣନ୍ତୁ
ଚଳିତ ବର୍ଷ ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହେଉଛି ପାକିସ୍ତାନ ସାଧାରଣ ନିର୍ବାଚନ। ଏନେଇ ପାକିସ୍ତାନ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।  ନିର୍ବାଚନ ଲଢୁଥିବା ବିଭିନ୍ନ ଦଳର ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ସଂଙ୍କେତ ସହ ଜନସାଧାରଣଙ୍କ ପାଖରେ ପହଞ୍ଚି ଭୋଟ ମାଗିଛନ୍ତି। ହେଲେ କ'ଣ ଆପଣ ଜାଣିଛନ୍ତି ପାକିସ୍ତାନ ଭଳି ଦେଶରେ ରାଜନୈତିକ ଦଳକୁ କିପରି ନିର୍ବାଚନ ଚିହ୍ନ ମିଳିଥାଏ।  
ଆଜ୍ଞା ହଁ ପାକିସ୍ତାନ ଠାରେ ରାଜନୈତିକ ଦଳ ଅଥବା ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ କବରସ୍ଥାନ ପଥ, ଗଧ ଗାଡ଼ି, ଜୋତା ଭଳି ନିର୍ବାଚନ ଚିହ୍ନ ମିଳିଥାଏ। କେବଳ ସେତିକି ନୁହେଁ ଅନ୍ୟାନ୍ୟ ନିର୍ବାଚନ ସଙ୍କେତ ମଧ୍ୟ ରହିଛି। ଯାହାକୁ ଅନେକ ପ୍ରାର୍ଥୀ ନେବାକୁ ଚାହୁଁନାହାଁନ୍ତି। ପସ୍ତୋ ଭାଷାରେ ବୋତଲ୍ ଶବ୍ଦ ଜଣେ  ମୂର୍ଖ ବ୍ୟକ୍ତିଙ୍କୁ ବୁଝାଇବା ପାଇଁ ବ୍ୟବହୃତ ହୋଇଥାଏ। ହେଲେ ୨୦୨୪ ପାକିସ୍ତାନ ସଂସଦୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀଙ୍କୁ ବୋତଲ୍ ନିର୍ବାଚନ ସଂଙ୍କେତ ମିଳିଛି।

ପଢନ୍ତୁ ପୁରା ଖବର

 

07 February 2024 05:17 PM (IST)

Dutee Chand: ମୋନାଲିସାଙ୍କୁ ଗୋଲାପ ଦେଲେ ଦୌଡରାଣୀ ଦୂତି, ଫଟୋ ହେଲା ଭାଇରାଲ୍...

Dutee Chand: ମୋନାଲିସାଙ୍କୁ ଗୋଲାପ ଦେଲେ ଦୌଡରାଣୀ ଦୂତି, ଫଟୋ ହେଲା ଭାଇରାଲ୍

Rose Day 2024: ନିଜ ସାଥୀ ମୋନାଲିସା ଦାସଙ୍କୁ ଗୋଲାପ ଦେବା ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଦୌଡରାଣୀ ଦୂତି ଚାନ୍ଦ । ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନରେ ନିଜ ପ୍ରେମିକାଙ୍କୁ ଖୁସି କରିଛନ୍ତି ଦୂତି । ଅଧିକ ପଢ଼ନ୍ତୁ...

07 February 2024 04:39 PM (IST)

ଶସ୍ତା ହୋଇଗଲା ନିରାମିଶ-ଆମିଶ ଥାଳି; ଖାଦ୍ୟ ସାମଗ୍ରୀ ପାଇଁ ବର୍ତ୍ତମାନ ଖର୍ଚ୍ଚ ହେବ କମ୍...

ଶସ୍ତା ହୋଇଗଲା ନିରାମିଶ-ଆମିଶ ଥାଳି; ଖାଦ୍ୟ ସାମଗ୍ରୀ ପାଇଁ ବର୍ତ୍ତମାନ ଖର୍ଚ୍ଚ ହେବ କମ୍ ଟଙ୍କା 

ଦରଦାମ ବୃଦ୍ଧି ସମ୍ପର୍କରେ ଆସିଛି ଏକ ବଡ଼ ଖବର। ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ଥାଳି ଶସ୍ତା ହୋଇଛି। ରିପୋର୍ଟ ଅନୁଯାୟୀ ଜାନୁଆରୀ ମାସରେ ଖାଦ୍ୟ ସାମଗ୍ରୀ ଶସ୍ତା ହୋଇଛି। ଶସ୍ତା ଖାଦ୍ୟ ସାମଗ୍ରୀ ଶସ୍ତା ହୋଇଯିବାରୁ ନିରାମିଶ ଥାଳି ମୂଲ୍ୟ ମଧ୍ୟ ଶସ୍ତା ହୋଇଯାଇଛି। ଜାନୁଆରୀ ମାସରେ ପିଆଜ ଏବଂ ଟମାଟୋ ମୂଲ୍ୟ ହ୍ରାସ ହେତୁ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି। କ୍ରିସିଲ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପିଆଜ ଏବଂ ଟମାଟୋ ମୂଲ୍ୟ ମାସକୁ ମାସ ୨୬% ଏବଂ ୧୬% ହ୍ରାସ ପାଇଛି। ଜାନୁଆରୀ ମାସରେ ପିଆଜ ମୂଲ୍ୟ ୨୬ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପଟେ ଏହି ସମୟ ମଧ୍ୟରେ ଟମାଟୋ ମୂଲ୍ୟ ୧୬ ପ୍ରତିଶତ ହ୍ରାସ ପାଇଛି।

ପଢନ୍ତୁ ପୁରା ଖବର

 

07 February 2024 04:05 PM (IST)

Top 10 News Headlines:ଅପରାହ୍ନର ୧୦ ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Top 10 News Headlines:
ଅପରାହ୍ନର ୧୦ ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

07 February 2024 03:30 PM (IST)

...

ବିଶ୍ରାମଗାରକୁ ଫେରାଇବା ଏବଂ ଘଛ କାଟିବା ବନ୍ଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗଣ୍ଡିକିପୁର ପଞ୍ଚାୟତ ମାଳହୁଙ୍କା ବଜାର ପାଖରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ବଜାରରେ ଥିବା ଏକ ବିଶ୍ରାମଗାରକୁ ଚଞ୍ଚକତା କରି କିଛି ପ୍ରଶାସନିକ ଅଧିକାରୀ ନେଇ ଯାଇ ଏହାକୁ ଏକ ଦୋକାନ ଘର ରେ ପରିଣତ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ଏକ ବ୍ୟାଙ୍କ ଏହାକୁ ଲୋକଙ୍କ ସେବାରେ ଲାଗିବାକୁ ନିର୍ମାଣ କରିଥିବା ବେଳେ କେବଳ ଏଥିରେ କାନ୍ଥ ସହ ସଟର ଲଗାଇ ନିର୍ଦ୍ଦିଷ୍ଟ କେତେକ ବ୍ଲକର ଅଧିକାରୀ ଏହାକୁ ଏକ ଦୋକାନ ଘରେ ପରିଣତ କରିଛନ୍ତି। ଲୋକ ଆସି ବସ ଷ୍ଟାଣ୍ଡ ପାଖରେ ଖରା ବର୍ଷା ଶୀତ କାକରରେ ଅପେକ୍ଷା କରୁଛନ୍ତି। ସେହିପରି ଷ୍ଟାଣ୍ଡ ନିର୍ମାଣ ଆଳରେ ବହୁଦିନରୁ ଥିବା ଏକ ବିଶାଳ ଗଛକୁ ମଧ୍ଯ କାଟିବା ଆରମ୍ଭ କରାଯାଉଛି। ଗଛ ଛାଇରେ ବାଟୋଇ ବିଶ୍ରାମ ନେଉଥିବା ବେଳେ ସେହି ପୁରୁଣା ଗଛକୁ କାଟିବା ପାଇଁ ବାରଣ କରିଛନ୍ତି ସ୍ଥାନୀୟ ଲୋକେ। ଗଛ କାଟିବା ବନ୍ଦ କରିବା ସହ ଆମ ବିଶ୍ରାମଗାର ନଫେରାଇଲେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ। ଅନ୍ୟପଟେ ଏହି ଗଛ କଟା ଯାଇ ବସଷ୍ଟାଣ୍ଡ ହେବା ନେଇ ସ୍ଥାନୀୟ ସରପଞ୍ଚ ସୂଚନା ଦେଇଥିବା ବେଳେ ବସଷ୍ଟାଣ୍ଡ ଅନ୍ୟତ୍ର କରାଯାଇ ବିଶ୍ରାମାଗାରକୁ ଫେରାଇ ଦେବା ନେଇ ସ୍ଥାନୀୟ ମାଳହୁଙ୍କା ବଜାର କମିଟି ପ୍ରଶାସନକୁ ନିବେଦନ କରିଛି।

07 February 2024 03:05 PM (IST)

କ୍ରିଷ୍ଣା ନଦୀରୁ ମିଳିଲା ଏହି ମୂର୍ତ୍ତି, ଦେଖିବାକୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା...

କ୍ରିଷ୍ଣା ନଦୀରୁ ମିଳିଲା ଏହି ମୂର୍ତ୍ତି, ଦେଖିବାକୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପରି

Lord Vishnu Idol: କ୍ରିଷ୍ଣା ନଦୀରୁ ଏକ ମୂର୍ତ୍ତି ଉଦ୍ଧାର କରାଯାଇଛି ଯାହା ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ସହ ମେଳ ଖାଉଛି । ଉକ୍ତ ମୂର୍ତ୍ତିଟି ଦୀର୍ଘ ପ୍ରାଚୀନ ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ...

07 February 2024 02:58 PM (IST)

ଅପହଞ୍ଚ ସରକାରୀ ଯୋଜନା, ପାଲ ତଳେ ଜୀବନ କାଟୁଛନ୍ତି ନିତ୍ୟାନନ୍ଦଙ୍କ ପରିବାର...

ଅପହଞ୍ଚ ସରକାରୀ ଯୋଜନା, ପାଲ ତଳେ ଜୀବନ କାଟୁଛନ୍ତି ନିତ୍ୟାନନ୍ଦଙ୍କ ପରିବାର

ଆଜିବି ଅପହଂଚ ସରକାରୀ ଯୋଜନା। ନ ଅଛି ପକ୍କା ଘର ନା ମିଳୁଛି କୌଣସି ଯୋଜନାର ସୁବିଧା।  ଦିର୍ଘ ୨୫ ବର୍ଷ ହେବ ଏକ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ ହେଉଛନ୍ତି ନିତ୍ୟାନନ୍ଦଙ୍କ ପରିବାର। ପଲିଥିନର ଏକ କୁଡିଆ ଘରେ ରହୁଥିବା ନିତ୍ୟାନନ୍ଦ ପରିବାରଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଥିବା ବେଳେ ଦୀର୍ଘ ୨୫ବର୍ଷ ହେବ ଏହିଭଳି ଜୀବନ ଜିଉଁଛନ୍ତି। ଅଧିକ ପଢ଼ନ୍ତୁ...

07 February 2024 12:57 PM (IST)

କେଜ୍ରିୱାଲଙ୍କ ବିରୋଧରେ ଇଡି କରିଥିବା ଆବେଦନର ହେଲା ଶୁଣାଣି, ୪ଟାରେ ପ୍ରକାଶ ପାଇବ ରାୟ...

କେଜ୍ରିୱାଲଙ୍କ ବିରୋଧରେ ଇଡି କରିଥିବା ଆବେଦନର ହେଲା ଶୁଣାଣି, ୪ଟାରେ ପ୍ରକାଶ ପାଇବ ରାୟ

ମଦ ନୀତି ମାମଲାରେ ଇଡିର ଡାକରାକୁ ପାଳନ ନକରିବାରୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। କେଜ୍ରିୱାଲ୍‌ଙ୍କୁ ଇଡି ବାରମ୍ବାର ଡାକିବା ପରେ ବି ସେ ହାଜର ହୋଇନଥିବା କାରଣରୁ ତଦନ୍ତକାରୀ ସଂସ୍ଥା ତାଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା, ଯାହାର ଶୁଣାଣି ଆଜି ହୋଇଯାଇଛି । ତେବେ ଏନେଇ ଆଜି ଅପରାହ୍ନ ୪ଟାରେ ରାୟ ପ୍ରକାଶ ପାଇବ ।

07 February 2024 12:21 PM (IST)

ଗୃହ ୪ଟା ଯାଏଁ ମୁଲତବି...

ଗୃହ ୪ଟା ଯାଏଁ ମୁଲତବି

ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ । ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି। ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି ।

07 February 2024 12:20 PM (IST)

ସସ୍ମିତ ପାତ୍ରଙ୍କୁ ମିଳିଲା ଶ୍ରେଷ୍ଠ ସାଂସଦ ପୁରସ୍କାର-୨୦୨୩...

ସସ୍ମିତ ପାତ୍ରଙ୍କୁ ମିଳିଲା ଶ୍ରେଷ୍ଠ ସାଂସଦ ପୁରସ୍କାର-୨୦୨୩

Sasmit Patra: ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ (Biju Janata Dal MP Dr Sasmit Patra) ଶ୍ରେଷ୍ଠ  ସଂସଦ ପୁରସ୍କାର-୨୦୨୩ରେ (Lokmat Parliamentary Awards 2023) ସମ୍ମାନିତ କରାଯାଇଛି। ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟସଭା ସାଂସଦ ହେଉଛନ୍ତି ଡକ୍ଟର ସସ୍ମିତ ପାତ୍ର (MP Dr Sasmit Patra) । ସେହିପରି, ଲୋକସଭା ସାଂସଦ ଶଶି ଥରୁରଙ୍କୁ  (pm sasi tharu) ମଧ୍ୟ ଶ୍ରଷ୍ଠ ସଂସଦୀୟ ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଅବଦନ ପାଇଁ ଆଉ ୬ ସାଂସଦଙ୍କୁ ପୁରସ୍କୃତ କରାଯାଇଛି। ( Lokmat Parliamentary Awards 2023)ଲୋକମତ ଶ୍ରେଷ୍ଠ ସାଂସଦ ପୁରସ୍କାର ଏହା ଥିଲା ପଞ୍ଚମ ସଂସ୍କରଣ। ଏହି ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

07 February 2024 12:18 PM (IST)

ପୁଣି ଗୃହ ମୁଲତବି...

ପୁଣି ଗୃହ ମୁଲତବି

ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ । ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି । ସାଢ଼େ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି।

07 February 2024 10:14 AM (IST)

ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର...

ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ । ଗୃହ ଆରମ୍ଭରୁ ହଟ୍ଟଗୋଳ ଓ ହୋହଲ୍ଲା ଯୋଗୁଁ  ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।  ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା

07 February 2024 09:39 AM (IST)

 ଓଡ଼ିଶା ହାଇକୋର୍ଟର ​ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶରଣ...

 ଓଡ଼ିଶା ହାଇକୋର୍ଟର ​ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶରଣ ସିଂ 

 ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ।  ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ । ପୂର୍ବରୁ ପାଟନା ହାଇକୋର୍ଟ ବିଚାରପତି ଥିଲେ ଜଷ୍ଟିସ୍‌ ଶରଣ ସିଂ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଥିବା ଜଷ୍ଟିସ୍‌ ଶରଣ ସିଂ ୧୯୯୦ ଜାନୁଆରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ ।

୨୦୧୨ ଏପ୍ରିଲ ୫ରେ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ ।

07 February 2024 09:35 AM (IST)

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣାରେ ୩ ଗିରଫ...

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣାରେ ୩ ଗିରଫ

ମଧ୍ୟପ୍ରଦେଶ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟଣାରେ ବାଣ କାରଖାନା ମାଲିକ ସହ ୩ ଜଣଙ୍କୁ ଗିରଫ କରାଯାଇଛି  । ହର୍ଦା ଜିଲ୍ଲାରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ହେବା ସହ ୨୦୦ ଜଣ ଆହତ ହୋଇଥିଲେ ।

07 February 2024 09:34 AM (IST)

 ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ, ସରଗରମ ରହିବ ଗୃହ ...

 ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ, ସରଗରମ ରହିବ ଗୃହ 

ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ। ବିଧାନସଭାରେ ଆଜି କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସମବାୟ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରଶ୍ନକାଳ ରହିଛି। ବିଧାୟକମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ପଚାରିପାରିବେ। ଶୂନ୍ଯ କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିବ । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଆଲୋଚନା ହେବ ।

07 February 2024 08:50 AM (IST)

ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ...

ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ 

 

ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ସକାଳ ୧୦ଟାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।  ସୁପ୍ରିମକୋର୍ଟ କଲେଜିୟମ ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଥିଲେ। ଏହି ସୁପାରିଶ ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ କେନ୍ଦ୍ର ସରକାର ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାର ପଦରୁ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଅବସର ଗ୍ରହଣ କରିବା ପରେ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଉଥିଲେ ।  

 

 

07 February 2024 08:41 AM (IST)

ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ ...

ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ 

ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ବାହାରିବେ ରାହୁଲ । ସିଧାସଳଖ ରାଉରକେଲାର ଉଦିତନଗର ଛକକୁ ଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । 

07 February 2024 07:03 AM (IST)

ଭୁବନେଶ୍ବରର ଅନ୍ଧାରୁଆ ଠାରେ ଆଇକନିକ୍ ଓଡି଼ଶା ଆଦର୍ଶ ବିଦ୍ୟାଳୟ ଉଦଘାଟନ କରିବେ...

ଭୁବନେଶ୍ବରର ଅନ୍ଧାରୁଆ ଠାରେ ଆଇକନିକ୍ ଓଡି଼ଶା ଆଦର୍ଶ ବିଦ୍ୟାଳୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଭୁବନେଶ୍ବରବାସୀଙ୍କୁ ଆଉ ଏକ ଭେଟି ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରର ଅନ୍ଧାରୁଆ ଠାରେ ଆଇକନିକ୍ ଓଡି଼ଶା ଆଦର୍ଶ ବିଦ୍ୟାଳୟ ଉଦଘାଟନ କରିବେ ନବୀନ। ଅପରାହ୍ନ ୪ଟା ୩୦ରେ ଏହି ଶୁଭ ଉଦଘାଟନର କାର୍ଯ୍ୟକ୍ରମ ରହିଛି।

07 February 2024 06:46 AM (IST)

ବାତଜ୍ବର ନିରାକରଣ ପାଇଁ ୧୦ରୁ ୭ ଜିଲ୍ଲାରେ ସାମୂହିକ ଔଷଧ ସେବନ...

ବାତଜ୍ବର ନିରାକରଣ ପାଇଁ ୧୦ରୁ ୭ ଜିଲ୍ଲାରେ ସାମୂହିକ ଔଷଧ ସେବନ

ବାତଜ୍ବର ନିରାକରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୦ ତାରିଖରୁ ଦଶ ଦିନ ବ୍ୟାପୀ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ୭ ଜିଲ୍ଲା ଯଥା, ବଲାଙ୍ଗୀର, ଖୋର୍ଦ୍ଧା, କଟକ, କନ୍ଧମାଳ, କଳାହାଣ୍ତି , ନୟାଗଡ଼ ଓ ରାୟଗଡ଼ା ଆଦି ୭ଟି ଜିଲ୍ଲାରେ କାର୍ଯ୍ୟକ୍ରମ ଜାରି ରହିବ ।

07 February 2024 06:44 AM (IST)

ଫେବୃଆରୀରୁ ଆରମ୍ଭ ହେଲାଣି ତାତି, ଆଗକୁ ସ୍ଥିତି ଅସମ୍ଭାଳ!...

ଫେବୃଆରୀରୁ ଆରମ୍ଭ ହେଲାଣି ତାତି, ଆଗକୁ ସ୍ଥିତି ଅସମ୍ଭାଳ!

Weather Update: ରାଜ୍ୟରେ କମିଛି ଥଣ୍ତା (cold)ବଢିଛି ଗରମ (heat wave)। ଫେବୃଆରୀ ନା ମାର୍ଚ୍ଚ ମାସ ? ଏବେ ଠାରୁ ଏତେ ଗରମ? ଆଗକୁ ତାହା ହେଲେ ନିଆଁ ବର୍ଷିବ।  ଶୀତର ବେଳ କାଳ ସରିନି। ମାଡି଼ ଆସିଲାଣୀ ଟାଏଁ ଟାଏଁ ଖରା। ପାରଳାଖେମୁଣ୍ତି, ଭବାନୀପାଟଣାରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଛୁଇଁଛି।  ଟିଟିଲାଗଡ, ମାଲକାନଗିରିରେ ତାପମାତ୍ରା ୩୪.୫ ଡିଗ୍ରୀ । ଭୁବନେଶ୍ବରରେ ତାପମାତ୍ରା  ବି ପ୍ରାୟ ୩୪.୪ ଡିଗ୍ରୀ ରହିଛି। ସ୍ବାଭାବିକ ଠାରୁ ୪ ଡିଗ୍ରୀ ଅଧିକ ରହିଛି ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି (Bhubaneswar Meteorological Centre)। 

Add Zee News as a Preferred Source

About the Author