Operation Sindoor Live: ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଗୁଳିମାଡ଼ । ଏଲଓସିରେ ରାତିସାରା ଗୁଳି ବର୍ଷା, ଆକ୍ରମଣ ପରେ ବି ସୁଧୁରୁନି ପାକ୍। ସକାଳୁ ସକାଳୁ ମଧ୍ୟ ସ୍ଥିତି ଠିକ୍ ସେହିପରି ରହିଛି। ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧ ସମ୍ପର୍କୀୟ ଟିକନିକ୍ ଖବର ଜାଣିବା ପାଇଁ ଆମ ସହ Zee Odisha News ସହ ଯୋଡି଼ ହୋଇ ରୁହନ୍ତୁ ....
Trending Photos
)
Operation Sindoor Live: ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ
ପୁଞ୍ଚରେ ଗୁରୁଦ୍ୱାରକୁ ଟାର୍ଗେଟ କରି ଏହି ଡ୍ରୋନ ମାଡ କରାଯାଇଛି। ସେଠାରେ ଥିବା ସେବକଙ୍କ ମୃତ୍ୟୁ ହୋଇଛି। ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଛି।
Operation Sindoor Live: ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ
ସିଖ ସମୁଦାୟଙ୍କୁ ଟାର୍ଗେଟ କରିଛି ପାକିସ୍ତାନ। ଏହି ସମୁଦାୟଙ୍କୁ ଟାର୍ଗେଟ କରି ଡ୍ରୋନ ମାଡ଼ କରିଥିବା ନେଇ ସୂଚନା ରହିଛି।
Operation Sindoor Live: ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ
ଭାରତର କିଛି ସହର, ଜନବସତି ଅଞ୍ଚଳ ଓ କିଛି ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରିଥିଲା ପାକିସ୍ତାନ। ପାକିସ୍ତାନ ସୀମା ବର୍ତ୍ତି ଅଞ୍ଚଳରେ ବହୁ ମାତ୍ରା ଗୁଳି ମାଡ କରିଛି। ଏହି ଗୁଳି ମାଡରେ କିଛି ସେନା ଆମର ସହିଦ ହୋଇଛନ୍ତି। ଡ୍ରୋନ ଓ ମିଶାଇଲ ଆଟାକ କରିଥିବା ନେଇ ମଧ୍ୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Operation Sindoor Live: ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ
ଭଟିଣ୍ଡା ସୈନ୍ୟ ଠିକଣା ଉପରେ ଆକ୍ରମଣ କରିବାକୁ ପ୍ରୟାସ କରିଥିଲା ପାକିସ୍ତାନ। ଉରି, ପୁଞ୍ଚ, ଅଖନୁର, ଜମ୍ମୁ କାଶ୍ମୀର, ଉଦ୍ଧମପୁର ଭଳି କିଛି ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନରେ ପାକିସ୍ତାନ ଆକ୍ରମଣ କରିଥିଲା। ପାକିସ୍ତାନ ଏହି ଆକ୍ରମଣ କରିବା ପାଇଁ ବେସାମିର ବିମାନକୁ ବ୍ୟବହାର କରିଥିଲା। ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ ବୋଲି ସେ କହିଛନ୍ତି।
Operation Sindoor Live: ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ
ଭାରତର ୩୬ଟି ସ୍ଥାନରେ ୩୦୦ ରୁ ୪୦୦ ଡ୍ରୋନ ମାଡ କରିଥିବା ନେଇ ସୂଚନା ଦେଇଛନ୍ତି ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ।
Operation Sindoor Live: ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ
ପାକିସ୍ତାନର ଡ୍ରୋନର କଡା ମୁକାବିଲା କରିଛି ଭାରତ। ପାକିସ୍ତାନକୁ କଡ଼ା ଜବାବ ଦେବାରେ ସଫଳ ହୋଇଛି ଭାରତ। ଗତରାତିରେ ଭାରତୀୟ ବାୟୁସୀମାରେ ପଶି ପାକିସ୍ତାନ ଡ୍ରୋନ ଆକ୍ରମଣ କରିଥିଲା।
Operation Sindoor Live: ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ
ଭାରତର ସୈନ୍ୟ ଠିକଣାକୁ ଟାର୍ଗେଟ କରି ଏହି ଡ୍ରୋନ ମାଡ କରିଛି। ଏହା ବ୍ୟତୀତ ପାକିସ୍ତାନ ଭାରତରେ ଅନୁପ୍ରବେଶ କରିବାକୁ ମଧ୍ୟ ପ୍ରୟାସ କରାଯାଇଛି।
Operation Sindoor Live: ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ
ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ ୨୦୦ରୁ ୩୦୦ ଡ୍ରୋନ ମାଡ଼ କରିଛି ପାକିସ୍ତାନ। ଏହି ଡ୍ରୋନଗୁଡିକର ଯାଞ୍ଚ ଚାଲିଛି। ଏଥିମଧ୍ୟରୁ କିଛିଟା ତୁର୍କୀର ରହିଥିବା ନେଇ ସୂଚନା ରହିଛି।
Operation Sindoor Live: ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ
ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି, କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଉପସ୍ଥିତ ରହିଛନ୍ତି।
Operation Sindoor Live: ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ
ଆଉ କିଛି ସମୟ ମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଯୁଦ୍ଧ ସମ୍ପର୍କିତ ସୂଚନା ପ୍ରଦାନ କିପାରନ୍ତି
Operation Sindoor Live: ଦିଲ୍ଲୀ ବିମାନ ବନ୍ଦରରେ ୧୦୦ ଉପରେ ଉଡାଣ ବାତିଲ
ନୂଆଦିଲ୍ଲୀ: ଯୁଦ୍ଧ ଘନଘଟା ମଧ୍ୟରେ ସମଗ୍ର ଦେଶ ଏବେ ହାଇ ଆର୍ଲଟରେ ରହିଛି। ରାଜଧାନୀ ଦିଲ୍ଲୀ ସମେତ ଶ୍ରୀନଗର ଓ ଜମ୍ମୁ ବିମାନ ବନ୍ଦରରେ ବିମାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏହି କ୍ରମରେ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଚଳାଚଳ ସ୍ୱଭାବିକ ରହିଛି। ଆଜି ଏଠାରୁ ୯ ଅନ୍ତର୍ଜାତୀୟ ବିମାନକୁ ବାତିଲ କରିଦିଆଯାଇଥିବା ନେଇ ସୂଚନା ରହିଛି। ତେବେ ୪ଟି ଅନ୍ତର୍ଜାତୀୟ ବିମାନ ଏଠାରେ ଅବତରଣ କରିବାକୁ ଥିବା ବେଳେ ୫ଟି ଉଡାଣ ବାତିଲ ହୋଇଛି। ସେପଟେ ଦିଲ୍ଲୀ ବିମାନ ବନ୍ଦରରୁ ୬୩ଟି ଘରୋଇ ବିମାନର ଅବତରଣକୁ ବାତିଲ କରିଦିଆଯାଇଛି। ସେହିପରି ୬୬ଟି ଘରୋଇ ଉଡାଣକୁ ମଧ୍ୟ ବାତିଲ କରିଦିଆଯାଇଥିବା ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଚନ୍ତି।
Operation Sindoor Live:ଅଧାରୁ ବନ୍ଦ ହେଲା ଆଇପିଏଲ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି, ବିସିସିଆଇ ଆଇପିଏଲ ୨୦୨୫ ସିଜିନକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମଝିରେ ସ୍ଥଗିତ ରଖିଛି। ପୂର୍ବରୁ, ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୂମାଲ ଗୁରୁବାର ରାତିରେ କହିଥିଲେ ଯେ ବର୍ତ୍ତମାନର ପରିସ୍ଥିତିରେ ଆଇପିଏଲର ୧୮ତମ ସିଜିନ ଜାରି ରହିବ, କିନ୍ତୁ ଏବେ ବୋର୍ଡ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଧର୍ମଶାଳାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବାତିଲ କରାଯାଇଥିଲା। ଫ୍ଲଡଲାଇଟରେ ତ୍ରୁଟି ଯୋଗୁଁ ମ୍ୟାଚ୍ ବନ୍ଦ କରାଯାଇଥିଲା ଏବଂ ଦର୍ଶକ ଏବଂ ଖେଳାଳିମାନଙ୍କୁ ପଡ଼ିଆରୁ ବାହାରକୁ ନିଆଯାଇଥିଲା। ଧର୍ମଶାଳାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମ୍ୟାଚ୍ ବାତିଲ ହୋଇଥିବା ବିସିସିଆଇ କହିଥିଲା। ଅଧିକ ପଢନ୍ତୁ...
Operation Sindoor Live:ଗୁଜବକୁ ବିଶ୍ବାସ ନକରିବାକୁ ଏସବିଆଇର ପରାମର୍ଶ
/sambad/media/media_files/2025/05/09/KGN1EWBrXRaD8Ue6AlSS.jpg)
ଏଟିଏମ ବନ୍ଦକୁ ନେଇ ସ୍ପଷ୍ଟ କଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ। କୌଣସି ଗୁଜବକୁ ବିଶ୍ବାସ ନକରିବାକୁ ଏସବିଆଇର ପରାମର୍ଶ ଦେଇଛି। ସବୁ ଏଟିଏମ୍ ସହ ଅନଲାଇନ ପେମେଣ୍ଟ ସ୍ବାଭାବିକ ଭାବେ ଚାଲୁଛି କହିଲା ଏସବିଆଇ। ଏଠାରେ କହି ରଖୁ କି ସାଇବର ଆଟାକ ପାଇଁ ଆଗାମୀ ଦୁଇ ରୁ ୩ଦିନ ପର୍ଯ୍ୟନ୍ତ ଏଟିଏମ ଅଚଳ ବା ବନ୍ଦ ରହିବ ବୋଲି ସୋସିଆଲ ମିଡ଼ିଆରେ ଖବର ଜୋରଦାର ପ୍ରଚାର କରାଯାଉଛି।
Operation Sindoor Live: ପୁରୀ ଶ୍ରୀମନ୍ଦିରର ବଢିଲା ସୁରକ୍ଷା, ବହୁମାତ୍ରା ପୋଲିସ ନିୟୋଜିତ
VIDEO | Odisha: Heavy security deployed at Jagannath Temple in Puri amid heightened alert.
The security beef-up comes amid an armed conflict between India and Pakistan. The Pakistani military last night tried to target Awantipura, Srinagar, Jammu, Pathankot, Amritsar,… pic.twitter.com/NdCKNVETI5
— Press Trust of India (@PTI_News) May 9, 2025
ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଶସ୍ତ୍ର ସଂଘର୍ଷ ମଧ୍ୟରେ ଦେଶର ପ୍ରମୁଖ ସ୍ଥାନର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି କ୍ରମରେ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି। ପୋଲିସ ଫୋର୍ସକୁ ନିୟୋଜିତ କରାଯାଇଛି। କହି ରଖୁଚି ଗତକାଲି ରାତିରେ ପାକିସ୍ତାନୀ ସେନା ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନାଲ୍, ଫାଲୋଡି, ଉତ୍ତରଲାଇ ଏବଂ ଭୁଜକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ଏହି ପ୍ରୟାସଗୁଡ଼ିକୁ ବିଫଳ କରାଯାଇଥିଲା ଏବଂ ଲାହୋରରେ ଏକ ପାକିସ୍ତାନୀ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରାଯାଇଥିଲା।

Operation Sindoor Live: ୫୦ରୁ ଅଧିକ ପାକିସ୍ତାନୀ ଡ୍ରୋନ ଖସାଇଥିବା ନେଇ ଦାବି
ଭାରତ ପାକିସ୍ତାନର ପ୍ରତ୍ୟେକ ବିମାନ ଆକ୍ରମଣକୁ ବିଫଳ କରିଥିଲା। ଗତକାଲି ରାତିରେ, ଯେତେବେଳେ ପାକିସ୍ତାନ ନିୟନ୍ତ୍ରଣ ରେଖା (LoC) ଏବଂ ଅନ୍ତର୍ଜାତୀୟ ସୀମା (IB) ରେ ଏକାଧିକ ସ୍ଥାନରେ ଆକ୍ରମଣ କରିବା ପାଇଁ ଏକାଧିକ ଡ୍ରୋନ ପଠାଇଥିଲା, ANI ପ୍ରତିରକ୍ଷା ସୂତ୍ରକୁ ଉଦ୍ଧୃତ କରି କହିଛି। ଭାରତୀୟ ସେନା ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଥିଲା। ଏହି ସମସ୍ତ ଡ୍ରୋନଗୁଡ଼ିକୁ ଆକାଶରେ ଗୁଳି କରି ଖସାଇ ଦିଆଯାଇଥିଲା। ଉଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନାଗ୍ରୋଟା ଏବଂ ପଠାନକୋଟ ସେକ୍ଟରରେ ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟଗୁଡ଼ିକ ଏକ ବିଶାଳ ପ୍ରତି-ଡ୍ରୋନ ଅପରେସନ୍ ସମୟରେ 50 ରୁ ଅଧିକ ଡ୍ରୋନକୁ ସଫଳତାର ସହ ନିଷ୍କ୍ରିୟ କରିଛନ୍ତି। ଏହି ମୁକାବିଲାରେ L-70 ବନ୍ଧୁକ, Zu-23 mm, Shilka ସିଷ୍ଟମ ଏବଂ ଅନ୍ୟାନ୍ୟ ଉନ୍ନତ କାଉଣ୍ଟର-UAS ଉପକରଣର ବ୍ୟାପକ ବ୍ୟବହାର ଦେଖାଯାଇଥିଲା, ଯାହା ଆକାଶ ମାର୍ଗର ବିପଦର ମୁକାବିଲା ପାଇଁ ସେନାର ଦୃଢ଼ କ୍ଷମତାକୁ ପ୍ରତିଫଳିତ କରିଥିଲା।
Operation Sindoor Live: LOCରେ ପୁଣି ଥରେ ପାକିସ୍ତାନର ଗୁଳିମାଡ଼
ଭାରତ ସହିତ ଜାରି ଉତ୍ତେଜନା ମଧ୍ୟରେ, ପାକିସ୍ତାନୀ ସୈନିକମାନେ LOC ଅର୍ଥାତ୍ ନିୟନ୍ତ୍ରଣ ରେଖାରେ ଗୁଳି ଚଳାଇବାକୁ ପଛାଉ ନାହାଁନ୍ତି। ସକାଳେ କିଛି ଘଣ୍ଟା ଧରି ଗୁଳି ବିନିମୟ ପରେ, ପାକିସ୍ତାନ ପକ୍ଷରୁ ପୁଣି ଥରେ ଆଖିବୁଜା ଗୁଳି ବିନିମୟ ଆରମ୍ଭ ହୋଇଛି। ଭାରତୀୟ ସେନା ଏହି ଗୁଳିମାଡ଼ର ଉଚିତ ଜବାବ ଦେଉଛି।
Operation Sindoor Live:ଜମ୍ମୁ ଓ କାଶ୍ମୀରରେ ସମସ୍ତ ସ୍କୁଲ କଲେଜ ଦୁଇଦିନ ବନ୍ଦ
#WATCH | All schools across J&K are closed today and tomorrow as a measure of precaution due to ongoing tensions between India and Pakistan
Visuals from Srinagar
All schools, colleges and universities in J&K will be closed on 9th & 10th May as a precautionary measure, said J&K… pic.twitter.com/7jUByQ0CLR
— ANI (@ANI) May 9, 2025
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜମ୍ମୁ ଏବଂ କାଶ୍ମୀରର ସମସ୍ତ ସ୍କୁଲ ଆଜି ଏବଂ ଆସନ୍ତାକାଲି ବନ୍ଦ ରହିବ। ଜମ୍ମୁ ଏବଂ କାଶ୍ମୀର ଶିକ୍ଷା ମନ୍ତ୍ରୀ ସାକିନା ଇଟୁ ଗତକାଲି କହିଥିଲେ ଯେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଜମ୍ମୁ ଏବଂ କାଶ୍ମୀରର ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ୯ ଏବଂ ୧୦ ମଇରେ ବନ୍ଦ ରହିବ।
Operation Sindoor Live:ପ୍ରବଳ ବର୍ଷା ପରେ ଜମ୍ମୁ-ଶ୍ରୀନଗର ହାଇୱେ ଜାମ
#WATCH | Udhampur, J&K | Visuals of vehicles halted on the Jammu-Srinagar National Highway as the region witnesses a mudslide in Chamba Seri after heavy rain in Ramban. pic.twitter.com/MZLad2DJQw
— ANI (@ANI) May 9, 2025
ଜମ୍ମୁ-କାଶ୍ମୀରର ରାମବନରେ ପ୍ରବଳ ବର୍ଷା ପରେ ଚମ୍ବା ସେରିରେ ଭୂସ୍ଖଳନ ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଅବରୋଧ ହୋଇଛି।
Operation Sindoor Live:ପାକିସ୍ତାନର ଅର୍ଥନୈତିକ ମନ୍ତ୍ରଣାଳୟର ଏକ୍ସ ଆକାଉଣ୍ଟ ହ୍ୟାକ୍

ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ପାକିସ୍ତାନର ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟର X ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। କେବଳ ଏତିକି ନୁହେଁ, ହ୍ୟାକର୍ସମାନେ ଏଥିରେ ଏକ ପୋଷ୍ଟ ପ୍ରକାଶ କରିଥିଲେ ଯେଉଁଥିରେ ଭାରତ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଅନ୍ତର୍ଜାତୀୟ ଅଂଶୀଦାରଙ୍କଠାରୁ ଅଧିକ ଋଣ ପାଇଁ ଆବେଦନ କରାଯାଇଥିଲା। ମନ୍ତ୍ରଣାଳୟର ଅଧିକାରୀମାନେ X କୁ ଆକାଉଣ୍ଟ ବନ୍ଦ କରିବାକୁ କହିଛନ୍ତି। ଏହି ସମୟରେ, ପାକିସ୍ତାନ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ସେମାନେ ଏ ବିଷୟରେ କିଛି ଟ୍ୱିଟ୍ କରିନାହାଁନ୍ତି।
Operation Sindoor Live:ପାକିସ୍ତାନ ସହ ଯୁଦ୍ଧ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ
ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ସିଡିଏସ୍ ମଧ୍ୟ ଉପସ୍ଥିତ ଅଛନ୍ତି। ତିନି ସେନାର ମୁଖ୍ୟମାନେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ବର୍ତ୍ତମାନର ପରିସ୍ଥିତି ବିଷୟରେ ଅବଗତ କରୁଛନ୍ତି। ଏହି ବୈଠକ ବର୍ତ୍ତମାନ ଚାଲିଛି।
Operation Sindoor Live:ଚଣ୍ଡିଗଡ଼, ମୋହାଲି ପରେ ଏବେ ପଞ୍ଚକୁଲାରେ ହାଇ ଆର୍ଲଟ

ପଞ୍ଚକୁଲାରେ ଆକ୍ରମଣ ଆଶଙ୍କା ମଧ୍ୟରେ ଏବେ ସତର୍କତା ଜାରି କରାଯାଇଛି। ପ୍ରଶାସନ ସାଧାରଣ ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛି। ଡିଏମ୍ ୯ ଏବଂ ୧୦ ମଇରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିଛନ୍ତି।
ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଭରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ। ଭାରତୀୟ ସେନାର ଆକ୍ରମଣରେ ଘାଇଲା ହୋଇପଡିଛି ପାକିସ୍ତାନ। ଆତଙ୍କୀ ସଂଗଠନ ଧ୍ବଂସ ହେବା ସହ ପାକିସ୍ତାନ ଖଣ୍ତ ବିଖଣ୍ତିତ ହୋଇଗଲାଣୀ। ବ୍ୟାପକ କ୍ଷୟକ୍ଷୟି ହୋଇଥିବା ବେଳେ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ। କେବଳ ସେତିକି ନୁହେଁ, ସାମରିକ କ୍ଷମତା ଉପରେ ଲାଗିଛି ବଡ଼ ଆଘାତ। ଏଭଳି ସ୍ଥିତିରେ ପାକିସ୍ତାନ ସରକାର ବିଶ୍ୱ ବ୍ୟାଙ୍କ ସମେତ ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅଧିକ ଋଣ ପାଇଁ ଆବେଦନ କରିଥିବା ଜଣାପଡିଛି।
ପରିସ୍ଥିତିର ମୁକାବିଲା କରିବାକୁ ପଞ୍ଜାବ ସରକାର ପ୍ରସ୍ତୁତ ହେଉଛନ୍ତି। ଆଜି ମନ୍ତ୍ରୀମାନେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ଜରୁରୀକାଳୀନ ସେବାର ସମୀକ୍ଷା କରିବେ। ହସ୍ପିଟାଲ, ଅଗ୍ନିଶମ କେନ୍ଦ୍ର ଯାଞ୍ଚ କରିବେ, ରାସନ ଏବଂ ଜରୁରୀକାଳୀନ ସେବାର ଉପଲବ୍ଧତା ଯାଞ୍ଚ କରିବେ। କ୍ୟାବିନେଟ୍ ମନ୍ତ୍ରୀମାନେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ପହଞ୍ଚିବେ। କ୍ୟାବିନେଟ୍ ବୈଠକ ପରେ ତୁରନ୍ତ ୧୦ ଜଣ ମନ୍ତ୍ରୀ ସୀମାନ୍ତ ଅଞ୍ଚଳକୁ ଯିବେ। ମନ୍ତ୍ରୀ ଲାଲ ଚାନ୍ଦ କଟାରୁଚକ୍କ ଏବଂ ଡକ୍ଟର ରଭଜୋତ ସିଂହ ଗୁରୁଦାସପୁର ଯିବେ। ମନ୍ତ୍ରୀ କୁଲଦୀପ ଧାଲିୱାଲ ଏବଂ ମୋହିନ୍ଦର ଭଗତ ଅମୃତସରର ଦାୟିତ୍ୱ ନେବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଯଦି ଭାରତ ଘମାସାନ୍ ଆରମ୍ଭ କରିବ ପାକିସ୍ତାନ ୪ ରୁ ୫ ଦିନ ଭିତରେ ମାଟିରେ ମିଶିଯିବ। ପାକିସ୍ତାନ ତା ପ୍ରକୃତି କେବେ ଛାଡ଼ିବନି। କାଲି ଯେଉଁଭଳି ମିଶାଇଲ୍ ମାଡ଼ କରିଛି ସେଥିରୁ ଜଣା ପଡ଼ୁଛି ପାକିସ୍ତାନ କେତେ ଭୟଭୀତ ବୋଲି କହିଛନ୍ତି,ପ୍ରତିରକ୍ଷା ବିଶେଷଜ୍ଞ ଶିୱାଲୀ ଦେଶପାଣ୍ଡେ।
ଭାରତୀୟ ସେନା କହିଛି, "ପାକିସ୍ତାନ ସଶସ୍ତ୍ର ବାହିନୀ ମଇ ୮ ଏବଂ ୯ ମଧ୍ୟ ରାତିରେ ସମଗ୍ର ପଶ୍ଚିମ ସୀମାରେ ଡ୍ରୋନ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ବ୍ୟବହାର କରି ଅନେକ ଆକ୍ରମଣ କରିଥିଲେ। ପାକ୍ ସୈନ୍ୟମାନେ ଜମ୍ମୁ ଏବଂ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଅନେକ ଅସ୍ତ୍ରବିରତି ଉଲ୍ଲଂଘନ ମଧ୍ୟ କରିଥିଲେ। ଡ୍ରୋନ ଆକ୍ରମଣକୁ ପ୍ରଭାବଶାଳୀ ଭାବରେ ପ୍ରତିହତ କରାଯାଇଥିଲା ଏବଂ ଏହାର ଉପଯୁକ୍ତ ଜବାବ ଦିଆଯାଇଥିଲା।"
ଭାରତ-ପାକିସ୍ତାନ ଉତ୍ତେଜନା ପ୍ରତିକ୍ରିୟା ରଖଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ । ସେ କହିଛନ୍ତି ଯେ, "ଆମେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ପରିସ୍ଥିତି ଉପରେ ଚୀନ୍ ନଜର ରଖିଛି। ଚୀନ୍ ବର୍ତ୍ତମାନର ଘଟଣାବଳୀ ବିଷୟରେ ଚିନ୍ତିତ। ଭାରତ ଏବଂ ପାକିସ୍ତାନ ସର୍ବଦା ପରସ୍ପରର ପଡ଼ୋଶୀ ଅଟନ୍ତି ଏବଂ ରହିବେ। ସେମାନେ ଉଭୟ ଚୀନ୍ର ପଡ଼ୋଶୀ ମଧ୍ୟ।"
ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଭାରତ ପାକିସ୍ତାନ୍ ଯୁଦ୍ଧ। ପାକିସ୍ତାନକୁ ଲଗାତର ଭାବେ ଆକ୍ରମଣ କରିଚାଲିଛି ପାକିସ୍ତାନ। ପାକିସ୍ତାନ ମଧ୍ୟ ଭାର ପଞ୍ଜାବ ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍। ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ । ଘଟଣା ଉପରେ କଡ଼ା ନଜର ରଖିଛି ଭାରତୀୟ ସେନା।
ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ଆଉ ଏକ ବଡ଼ ଖବର ଆସିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) HBL-PSL ର ବାକି ମ୍ୟାଚ୍ ଗୁଡ଼ିକୁ ଆରବ ଏମିରେଟ୍ସ (UAE)କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦ ମଧ୍ୟରେ, ପିସିବି ଶୁକ୍ରବାର ଏକ ବିବୃତ୍ତି ଜାରି କରି କହିଛି ଯେ ଟୁର୍ଣ୍ଣାମେଣ୍ଟର ବାକି ଆଠଟି ମ୍ୟାଚ୍ ଏବେ ୟୁଏଇରେ ଅନୁଷ୍ଠିତ ହେବ। ପୂର୍ବରୁ ଏହି ମ୍ୟାଚ୍ଗୁଡ଼ିକ ରାୱଲପିଣ୍ଡି, ମୁଲତାନ ଏବଂ ଲାହୋରରେ ଅନୁଷ୍ଠିତ ହେବାର ଥିଲା। ମ୍ୟାଚ୍ଗୁଡ଼ିକର ତାରିଖ ଏବଂ ସ୍ଥାନ ବିଷୟରେ ସୂଚନା ପରେ ଦିଆଯିବ ବୋଲି ବୋର୍ଡ କହିଛି।
ଗୁଗଲ୍ରେମଙ୍କୁ ଖୋଜୁଛନ୍ତି ପାକିସ୍ତାନୀ। ଏ-ମିତିକି ତାଙ୍କ ଧର୍ମ ବିଷୟରେ ଖୋଜିବାରେ ଲାଗିଛନ୍ତି। ଲେପନାଣ୍ଟ କମାଣ୍ତର ଯିଏ କି ଅପସେନ୍ ସିନ୍ଦୂର ପଛରେ ତାଙ୍କର ବହୁତ୍ ବଡ଼ ଅବଦାନ ରହିଛି। ତାଙ୍କର ଦେଶପାଇଁ ଏଭଳି କାର୍ଯ୍ୟ ପାଇଁ ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ସେପଟ, ଆଉ କିଛି ସମୟ ପରେ ବସିବ ବଡ଼ ବୈଠକ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କରିବେ ବୈଠକ । ଉପସ୍ଥିତ ରହିବେ ସିଡିଏସ୍ ଓ ୩ ସେନାମୁଖ୍ୟ ।
ଭୟଙ୍କର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ। ଚେନାବ୍ ପାଣିରେ ଭାସିବ ପାକିସ୍ତାନ୍ । ରଇସିରେ ସଲାଲ ଡ୍ୟାମର ୩ଗେଟ୍ ଖୋଲା । ଚେନାବ ନଦୀରେ ଜଳସ୍ତର ବୃଦ୍ଧିପରେ ଡ୍ୟାମର ଗେଟ୍ ଖୋଲା । ୩ ଗେଟଦେଇ ଡ୍ୟାମର ପାଣି ନିଷ୍କାସିତ ।
ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ସ୍ବତନ୍ତ୍ର ବାହିନୀ ମୁତୟନ । ଶ୍ରୀମନ୍ଦିରକୁ ଜଗି ରହିଛନ୍ତି ୧୫୦ରୁ ଅଧିକ ପୋଲିସ କର୍ମଚାରୀ । ସାରାରାତି ପୋଲିସ ପକ୍ଷରୁ ଚେକିଂ ଏବଂ ବ୍ଲକିଂ । ପୁରୀ ସହରର ବିଭିନ୍ନ ହୋଟେଲରେ ପୋଲିସର ଯାଞ୍ଚ । ହୋଟେଲରେ ରହୁଥିବା ଲୋକଙ୍କ ପରିଚୟପତ୍ର ଯାଞ୍ଚ କରୁଛି ପୋଲିସ ।
ଅର୍ଥ କାରବାର ଟାସ୍କ ଫୋର୍ସ ବା Financial Action Task Force (FATF) ହେଉଛି ଏକ ଆନ୍ତର୍ଜାତୀୟ ସଂସ୍ଥା, ଯାହା ୧୯୮୯ ମସିହାରେ G7 ଶିଖର ବୈଠକରେ ପ୍ୟାରିସରେ ସ୍ଥାପନା କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବେ ଆଇନ ଅର୍ଥ କାରବାର (money laundering), ଆତଙ୍କବାଦୀ ଅର୍ଥ ଯୋଗାଣ (terrorist financing), ଏବଂ ବିଶ୍ୱବ୍ୟାପୀ ଅସ୍ତ୍ର ବିସ୍ତାର ଅର୍ଥ ଯୋଗାଣ (proliferation financing) ରୋକିବା ପାଇଁ ଆନ୍ତର୍ଜାତୀୟ ମାନକ ନିର୍ଦ୍ଧାରଣ କରିବା ଓ ଏହାର କାର୍ଯ୍ୟକାରୀତାକୁ ପ୍ରୋତ୍ସାହନ ଦେବା। FATF ର ମୁଖ୍ୟାଳୟ ପ୍ୟାରିସରେ ଅବସ୍ଥିତ, ଏବଂ ଏହାର ୩୯ଟି ସଦସ୍ୟ ରାଷ୍ଟ୍ର ଓ ଦୁଇଟି ଆଞ୍ଚଳିକ ସଂଗଠନ (ଯେପରି ଇଉରୋପୀୟ କମିଶନ ଓ ଗଲ୍ଫ କୋଅପରେସନ କାଉନସିଲ) ଅଛନ୍ତି। ଭାରତ ୨୦୧୦ ମସିହାରେ FATF ର ପୂର୍ଣ୍ଣ ସଦସ୍ୟ ହୋଇଛି। ପାକିସ୍ତାନ ଏହି ଟାସ୍କ ଫୋର୍ସର ମୌଳିକ ନିୟମକୁ ଉଲ୍ଲଂଘନ କରୁଛି ବୋଲି ଦାବି କରିଛି ଭାରତ। ଏହିକ୍ରମରେ ଭାରତ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପାକିସ୍ତାନକୁ ପ୍ରତିବନ୍ଧକ ଲଗାଇବା ଲଗାଇବା ତଥା ଏଫଏଟିଏଫ୍ ଗ୍ରେ ତାଲିକାଭୁକ୍ତ କରିବା ଲାଗି ଭାରତ ଉପଯୁକ୍ତ ପ୍ରମାଣ ପ୍ରଦାନ କରିବ।
ଭାରତ ଓ ପାକିସ୍ତାନ ଭିତରେ ଆରମ୍ଭ ହୋଇଯାଉଛି ଯୁଦ୍ଧ। ପାକିସ୍ତାନ୍ ଉପରେ ଘନ ଘନ ରକେଟ୍ ମାଡ କରୁଛି ପାକିସ୍ତାନ। ଆକ୍ସନ ମୋଡରେ ଭାରତୀୟ ନୌସେନା। ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତିର ସମୀକ୍ଷା କରିବେ ।
ଭାରତ ପାକିସ୍ତାନ ଭିତରେ ଚାଲିଥିବା ସାମରିକ ଉତ୍ତେଜନା ଭିତରେ ପ୍ରବେଶ କରିବାକୁ ଚାହୁଁନାହିଁ ଆମେରିକା। ମଧ୍ୟରାତ୍ରୀରେ ଆମେରିକାର ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଏହା କହିଛନ୍ତି। ଏହା ଆମ କାମ ନୁହେଁ ବୋଲି ସେ କହିଛନ୍ତି। ପୂର୍ବରୁ ଆମେରିକା ଏ ବାବଦରେ ପ୍ରସ୍ତାବ ଦେଇଥିଲା। ଫକ୍ସ ନ୍ୟୁଜ୍କୁ ସେ କହିଛନ୍ତି ଟ୍ରମ୍ପ ପ୍ରଶାସନ ଏହି ଉତ୍ତେଜନାକୁ ନେଇ ଉଦ୍ବେଗ ପ୍ରକାଶ କରୁଛନ୍ତି। କିନ୍ତୁ ସାମରିକ ପ୍ରକ୍ରିୟାରେ ଆମେରିକା ପ୍ରବେଶ କରିବାକୁ ଚାହୁଁ ନାହିଁ। ୨୨ ଏପ୍ରିଲ୍ରେ ପହଲଗାମ୍ ନର ସଂହାର ପରେ ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛି। ପାକିସ୍ତାନ ମାଟିରେ ଥିବା ଆତଙ୍କୀ ସଂଗଠନ ଗୁଡ଼ିକୁ ଟାର୍ଗେଟ କରି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ଭାରତର ପ୍ରତିରକ୍ଷା ଜବାବ ଭାବେ ଗ୍ରହଣ କରାଯାଇଛି। କିନ୍ତୁ ପାକିସ୍ତାନର ସେନା ଭାରତର ଜନ ସାଧାରଣ ଏବଂ ବିଭିନ୍ନ ସହର ଉପରେ ଆକ୍ରମଣ କରିବାକରୁ ପାକିସ୍ତାନ ଉପରେ ଜୋରଦାର ଆକ୍ରମଣ କରିଛି ଭାରତ।
ଆକ୍ସନ ମୋଡରେ ଭାରତୀୟ ନୌସେନା। ଆରମ୍ଭ କଲା ନିଜ ଅପରେସନ୍ । ଆରବ ସାଗରରେ ଓହ୍ଲାଇଲା ଭାରତର ଯୁଦ୍ଧ ପୋତ । ଗତକାଲି କରାଚୀ ପୋର୍ଟକୁ ଧ୍ବଂସ କରିଛି INS Vikrant । ଆଜି ବଡ଼ ଧରଣର କିଛି ଘଟିପାରେ।
Thank you

By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.
)
)
)
)
)
)
)