Advertisement
Article Detail0/zeeodisha/odisha2289210
Zee OdishaOdisha Trendingବିମାନ ଦୁର୍ଘଟଣାରେ ମଲାୱି ଉପରାଷ୍ଟ୍ରପତିଙ୍କ ସମେତ ୧୦ ମୃତ

ବିମାନ ଦୁର୍ଘଟଣାରେ ମଲାୱି ଉପରାଷ୍ଟ୍ରପତିଙ୍କ ସମେତ ୧୦ ମୃତ

ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ବର୍ତ୍ତମାନ ବିମାନର ଧ୍ୱଂସାବଶେଷ ଠାବ କରାଯାଇଛି । ବିମାନରେ ଥିବା ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହେବା ସହିତ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ବିମାନ ଦୁର୍ଘଟଣାରେ ମଲାୱି ଉପରାଷ୍ଟ୍ରପତିଙ୍କ ସମେତ ୧୦ ମୃତ

Malawi Vice President: ମଲାୱିର ଉପରାଷ୍ଟ୍ରପତି ସୌଲୌସ କ୍ଲସ୍‌ ଚିଲିମାଙ୍କର ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣା କାରଣରୁ ମୃତ୍ୟୁ ହୋଇଥିବା ଖବର ଆସିଛି । ତାଙ୍କ ସମେତ ବିମାନରେ ଥିବା ଅନ୍ୟ ୧୦ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।

ଗତକାଲି ସକାଳ ୯ଟା ୧୭ ସମୟରେ ପ୍ରତିରକ୍ଷା ବିଭାଗର ଏକ ସ୍ୱତନ୍ତ୍ର ବିମାନରେ ରାଜଧାନୀ ଲିଲଙ୍ଗୱେ ଏୟାରପୋର୍ଟରୁ ମୁଜୁଜ ଅଭିମୁଖେ ଯାଉଥିଲେ ସୌଲୌସ କ୍ଲସ୍‌ ଚିଲିମା କିନ୍ତୁ ହଠାତ୍ ପାଗରେ ପରିବର୍ତ୍ତନ ସହ ଖରାପ ପାଗ କାରଣରୁ ବିମାନ ଅବତରଣ କରିବାରେ ବିଫଳ ହୋଇଥିଲା । ଏଥିସହ ବିମାନ ରାଡାର୍ ବାହାରକୁ ଚାଲିଯିବା କାରଣରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ତେବେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ବର୍ତ୍ତମାନ ବିମାନର ଧ୍ୱଂସାବଶେଷ ଠାବ କରାଯାଇଛି । ବିମାନରେ ଥିବା ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହେବା ସହିତ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

Also Read- ଶିବ ପାର୍ବତୀଙ୍କ ଶୁଭ ବିବାହ ପର୍ବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

Add Zee News as a Preferred Source

Also Read- ମୋହନ ମାଝି କିଏ, ଆସନ୍ତୁ ଜାଣିବା ୫ ବିନ୍ଦୁରେ

About the Author