)
ଶ୍ରୀ ଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତାେ ପ୍ରକଟ କରିଛନ୍ତି ଜିଲ୍ଲା ପ୍ରଶାସନ, ସେବାୟତ ଓ ପରଚାଳନା କମିଟି। ଦେଶର ଅନ୍ୟ ମନ୍ଦିତରରେ ଯେମିତି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ସେହିପରି ରାଜ୍ୟରେ ମଧ୍ୟ ଆପଣାଯିବାକୁ ସୂଚାଇଛନ୍ତି ସୁରକ୍ଷା କମିଟି। ଆଜି ସୁରକ୍ଷା କମିଟି ବୈଠକରେ ଏଲ ନେଇ ନିଷ୍ପତ୍ତି ହେବା ସହ ରାଜ୍ୟ ସରକାରଙ୍କୁ ଏ ଦିଗରେ ପ୍ରସ୍ତାବ ଦିଆଯିବା ନେଇ ଆଲୋଚନା ହୋଇଛି। ଏହି ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ଭାବେ ବାରଣ ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏବେ ସାେଧାରଣ ଭକ୍ତ ମୋବାଇଲ୍ ଫୋନ ନେବା ଉପରେ କଟକଣା ରହିଛି କିନ୍ତୁ ସେବାୟତ ଓ ପୁଲିସ ପ୍ରଶାସନ ମୋବାଇଲ୍ ଫୋନ୍ ନେଇ ଶ୍ରୀମନ୍ଦିରକୁ ଯାଉଛନ୍ତି। ଏଣୁ ଏ ପ୍ରଥାକୁ ବନ୍ଦ କରିବା ପାଇଁ ବିକଳ୍ପ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତିି ସୁରକ୍ଷା ସମ୍ପର୍କିତ ପରିଚାଳନା କମିଟି।
ଶ୍ରୀମନ୍ଦିର ସୁରକ୍ଷା ସବ କମିଟି ଆଜି ପ୍ରଥମ ବୈଠକ ପୁରୀ ଭକ୍ତ ନିବାସ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିବାବେଳେ ଶ୍ରୀମନ୍ଦିର ସୁରକ୍ଷାକୁ କଡାକଡି ଭାବେ କରିବା ନେଇ ସ୍ୱତନ୍ତ୍ର ପ୍ଲାନ ଉପରେ ଆଲୋଚନା ହୋଇଯାଇଛି l ସୁରକ୍ଷା ନେଇ ଭିତ୍ତିଭୂମି ସରଞ୍ଜାମ ସହ ଆବଶକୀୟ ଲୋକ ବଳକୁ ନେଇ ମନ୍ଦିର ଭିତରେ ଓ ବାହାରେ କିଭଳି ଶୃଙ୍ଖଳା ଓ କଡ଼ାକଡି କରାଯିବ ସେ ନେଇ ଆଲୋଚନା ହୋଇଛି l ସିଂହଦ୍ୱାର ପୋଲିସ ନବୀକରଣ, ଶ୍ରୀଜଗନ୍ନାଥ ସ୍ୱତନ୍ତ୍ର ବାଟାଲିୟନ ନିର୍ମାଣ, ଆଉଟ ପୋଷ୍ଟ ନିର୍ମାଣ ସମେତ ବ୍ୟାଗେଜ ସ୍କାନର ସ୍ଥାପନ ଓ ସିସିଟିଭି କଣ୍ଟ୍ରୋଲ ରୁମ ପରିଚାଳନା ନେଇ ବିଶେଷ ପଦକ୍ଷେପ ନିଆଯିବ l ଡିଜିସିଏ ଦ୍ୱାରା ଶ୍ରୀମନ୍ଦିର ରେଡ ଜୋନ ଘୋଷଣା ହୋଇସାରିଥିବାବେଳେ ଶ୍ରୀମନ୍ଦିର ଆଇନରେ ସଂଶୋଧନ କରାଯାଇ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିଵା ନେଇ ବୈଠକରେ ମତ ପ୍ରକାଶ ପାଇଛି।
ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ଶ୍ରୀକ୍ଷେତ୍ର ପୁରୀରେ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀମନ୍ଦିର ସୁରକ୍ଷା ନେଇ ଆଜି ଗୁରୁତ୍ୱପୂର୍ଣ ଆଲୋଚନା କରାଯାଇଛି l ଶ୍ରୀମନ୍ଦିର ପରିଚାଳନା କମିଟିର ସୁରକ୍ଷା ସବ କମିଟିର ପ୍ରଥମ ବୈଠକ ଆଜି ପୁରୀ ଠାରେ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଦ୍ଦକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ବହୁ ଗୁରୁତ୍ୱପୂର୍ଣ ବିଷୟବସ୍ତୁ ଉପରେ ଆଲୋଚନା କରଯାଇଥିଲା l ବିଶେଷକରି ଶ୍ରୀମନ୍ଦିର ଭିତରେ ମୋବାଇଲ ନେଇ କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ଆଇନ ଉଲଙ୍ଘନ କାରୀଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ ପାଇଁ ବୈଠକରେ ଆଲୋଚନା ହୋଇଥିଲା l ସୁରକ୍ଷା ବାହିନୀ ମାନଙ୍କୁ ଓ୍ୱାକି ଟକି ପ୍ରଦାନ ତଥା ବ୍ୟାପକ ମାତ୍ରାରେ ସିସିଟିଭି ଲଗାଯିବା ସହ ଏହାକୁ ପରିଚାଳନା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା l
ଭିତିଭୂମିର ବିକାଶ ଆବଶକୀୟ ସାରଞ୍ଜାମ ଯୋଗାଇବା ତଥା ସୁରକ୍ଷା ନେଇ ବ୍ୟାପକ ଲୋକ ବଳ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବାବେଳେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ନେଇ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଥିଲା l ସିଂହଦ୍ୱାର ପୋଲିସ ଷ୍ଟେସନ ନବୀକରଣ ସମେତ ଆଉଟ ପୋଷ୍ଟ ନିର୍ମାଣ ତଥା ଅତ୍ୟଧୁନିକ ଲଗେଜ ସ୍କାନର ମେଟାଲ ଡିଟେକ୍ଟର ସ୍ଥାପନ ସମେତ ଡିଜିଟାଲ ଡିସପ୍ଲେ ବୋର୍ଡ଼ ଲଗାଯିବାକୁ ବୈଠକରେ ପ୍ରସ୍ତାବ ଆସିଥିଲା l
ସେହିପରି ଶ୍ରୀମନ୍ଦିର ଦ୍ୱାରଫିଟା ଠାରୁ ଆରମ୍ଭ କରି ରାତ୍ର ପହୁଡ଼ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ କରାଯିବା ସହ ମନ୍ଦିରରେ ଚଳ ପ୍ରଚଳ ଉପରେ ସିସିଟିଭି ଦ୍ୱାରା ତୀକ୍ଷ୍ଣ ନଜର ରଖିବା ନେଇ ବ୍ୟବସ୍ତା ଗ୍ରହଣ କରାଯିବ l ଶ୍ରୀମନ୍ଦିର ଦୋଳବେଦୀ କୋଣର ଅବାଧ ପାର୍କିଙ୍ଗ ହଟାଯିବ ସହ ମନ୍ଦିରର ଆବର୍ଜନା କୁଣ୍ଡକୁ ତାର ଜାଳିରେ ଘେରାଉ କରାଯିବ l ବିଶେଷକରି ଡିଜିସିଏ ଦ୍ୱାରା ପୁରୀ ଶ୍ରୀମନ୍ଦିର କୁ ରେଡ ଜୋନ ଘୋଷଣା କରାଯାଇଥିବାବେଏଲ ସୁରକ୍ଷା ଦୃଷ୍ଟି କୋଣରୁ ଅଧିକ ସୁଦୃଢ ନେଇ ଶ୍ରୀମନ୍ଦିର ଆଇନରେ ମଧ୍ୟ ସଂଶୋଧନର ବ୍ୟବସ୍ତା ଗ୍ରହଣ କରାଯାଉଥିବା ଜିକ୍ଲପାଳ ମତ ରଖିଛନ୍ତି l ଦେଶର ଅନ୍ୟ ମନ୍ଦିର ର ସୁରକ୍ଷା ବ୍ୟବସ୍ଥା ନେଇ ଗ୍ରହଣ କରାଯାଇଥିବା କଡାକଡି ପଦକ୍ଷେପ କୁ ଦେଖି ପୁରୀରେ ମଧ୍ୟ ସୁରକ୍ଷା ନେଇ ପଦକ୍ଷେପ ଗ୍ରହଣ କରିବାକୁ ସେବାୟତଙ୍କ ପକ୍ଷରୁ ବୈଠକରେ ମତ ବ୍ୟକ୍ତ ପାଇଥିଲା।