Radhika Merchant: ଅନନ୍ତଙ୍କ ନାଁରେ ମେହେନ୍ଦୀ ଲଗାଇଲେ ରାଧିକା, ପ୍ରିଓ୍ବେଡିଂ ସେଲିବ୍ରେସନରେ ଝୁମିଲେ ଅମ୍ବାନୀ ପରିବାର
Advertisement

Radhika Merchant: ଅନନ୍ତଙ୍କ ନାଁରେ ମେହେନ୍ଦୀ ଲଗାଇଲେ ରାଧିକା, ପ୍ରିଓ୍ବେଡିଂ ସେଲିବ୍ରେସନରେ ଝୁମିଲେ ଅମ୍ବାନୀ ପରିବାର

Anant Ambani Radhika Merchant Mehndi: ଦେଶର ସବୁଠାରୁ ବଡ ଧନୀ ହେଉଛନ୍ତି ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବେ । ଏନେଇ ଅମ୍ବାନୀ ପରିବାରରେ ଆରମ୍ଭ ହୋଇଛି ପ୍ରିଓ୍ବେଡିଂ ସେଲିବ୍ରେସନ। ଅନନ୍ତ ଓ ରାଧିକାଙ୍କର ମେହନ୍ଦୀ ରଶମ ହୋଇଛି । ଏହି ଫଟୋ ଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଫଟୋ ଗୁଡିକରେ ଅନନ୍ତଙ୍କର ହେବାକୁ ଥିବା ଭାବି ପତ୍ନୀ ରାଧିକା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । 

ରାଧିକା  ତାଙ୍କ ମେହେନ୍ଦୀ ରଶମରେ ଏକ ମଲ୍ଟି କର୍ଲର ଫ୍ଲୋରାଲ ଏମ୍ବ୍ରୋଡୋରୀ କାର୍ଯ୍ୟ ହୋଇଥିବା ଲେହଙ୍ଗା ପିନ୍ଧିଥିଲେ । ଏଥିସହ ବେକର ଏକ ମ୍ୟାଚିଙ୍ଗ ଚକୋର, ମ୍ୟାଚିଙ୍ଗ କାନ କାନଫୁଲ, ମାଚିଙ୍ଗ-ଟିକା ଏବଂ ଏକ ବଡ଼ ହାର ପିନ୍ଧିଥିଲେ । ଏବଂ ଫୁଲରେ ନିଜ କେଶକୁ ସଜାଇଥିବା ଦେଖିବାକୁ ମିଳିଥିଲା ।ରାଧିକା ଅନନ୍ତଙ୍କ ନାମର ପୁରା ଦୁଇ ହାତରେ ମେହେନ୍ଦୀ ଲଗାଇଥିଲେ।ଏଥି ସହିତ ମେହେନ୍ଦୀ  ରଶମରେ ରାଧିକା ମର୍ଚାଣ୍ଟ ନୃତ୍ୟ କରୁଥିବା ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଅମ୍ବାନୀ ପରିବାରର ସାନ ବୋହୂ ରାଧିକା ନିଜର ସୌନ୍ଦର୍ଯ୍ୟ ଏବଂ ଚମତ୍କାର ନୃତ୍ୟରେ ସମସ୍ତଙ୍କ ହୃଦୟ ଜିତିଥିଲେ ।

Also Read: Radhika Merchant Net Worth: ଧନୀ ତାଲିକାରେ ଆଗରେ ଅନନ୍ତ ଅମ୍ବାନୀଙ୍କ ପ୍ରେମିକା ! ଜାଣନ୍ତୁ ରାଧିକା ମର୍ଚାଣ୍ଟ ସମ୍ପତ୍ତିର ମୂଲ୍ୟ କେତେ ?

Also Read: Pathaan: 'ରୋମାନ୍ସ କିଙ୍ଗ ନୁହେଁ, ଆକ୍ସନ ହିରୋ ହେବାକୁ ଚାହୁଁଥିଲି

Also Read: The Kashmir Files: ପୁଣି ଥରେ ପରଦାକୁ ଆସିବ 'ଦ କାଶ୍ମୀର ଫାଇଲ୍ସ', ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ

ବିଜନେସ୍‌ ଟାଇକୁନ୍‌ ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ନିର୍ବନ୍ଧ ଶେଷ ହୋଇଛି। ବହୁତ ଜଲ୍‌ଦି ତାଙ୍କର ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ୨୯ ଡିସେମ୍ବର ୨୦୨୨ରେ, ସେମାନଙ୍କ ରୋକା ସେରିମନି ରାଜସ୍ଥାନର ଶ୍ରୀନାଥଜୀ ମନ୍ଦିରରେ ସମ୍ପନ୍ନ ହୋଇଛି। ତେବେ ଅନନ୍ତ ଓ ରାଧିକାଙ୍କ ବିବାହ କେବେ ହେବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଦୁହେଁ ପରସ୍ପରକୁ ଅନେକ ବର୍ଷ ହେବ ଜାଣିଛନ୍ତି। ରାଧିକାଙ୍କୁ ଅମ୍ବାନୀ ପରିବାରର ପ୍ରତ୍ୟେକ ପାରିବାରିକ ଉତ୍ସବରେ ଦେଖାଯାଇଥାଏ। ଏବେ ବହୁତ ଜଲ୍‌ଦି ରାଧିକା ଅମ୍ବାନୀ ପରିବାରର ସାନ ବୋହୂ ହେବାକୁ ଯାଉଛନ୍ତି। ରାଧିକା, ଭିରେନ ମର୍ଚାଣ୍ଟ ଓ ଶୈଲା ମର୍ଚାଣ୍ଟଙ୍କର ଝିଅ। ଭିରେନ୍‌ ଏନକୋର୍‌ ହେଲ୍‌ଥକେୟାରର ସିଇଓ। ସେ ଭାରତର ଧନୀ ଶ୍ରେଣୀରେ ଗଣାଯାଇ ଥାଆନ୍ତି। ରାଧିକା ନିଜର ସ୍କୁଲ ପାଠପଢ଼ା ମୁମ୍ବାଇରେ ଶେଷ କରିବା ପରେ ହାୟର୍‌ ଷ୍ଟଡି ପାଇଁ ନ୍ୟୁୟର୍କ ଯାଇଥିଲେ। ସେଠାରେ ସେ ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତିରେ ଅଧ୍ୟୟନ କରିଥିଲେ। ସ୍ନାତକ ପୂରା କରିବା ପରେ ୨୦୧୭ରେ ଇସ୍‌ପ୍ରାଭା ଟିମ୍‌ରେ ଜଣେ ସେଲ୍ସ ଏକ୍ସିକ୍ୟୁଟିଭ ରୂପେ ଜଏନ୍‌ କରିଥିଲେ। ରାଧିକାଙ୍କୁ ରିଡିଙ୍ଗ୍‌,ଟ୍ରାକିଙ୍ଗ୍‌ ଏବଂ ସ୍ୱିମିଙ୍ଗ୍‌ କରିବା ପସନ୍ଦ। ଏଥି ସହିତ ସେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଭାବେ ଜଣାଶୁଣା।