)
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋନ୍ଥା ଭୟରେ ଆସନ୍ତା କାଲି ବୁଧବାର ଦିନ ଭୁବନେଶ୍ୱରର ପ୍ରାଣୀ ଉଦ୍ୟାନ ନନ୍ଦନ କାନନକୁ ବନ୍ଦ ଘୋଷଣା କରାଯାଇଚି। ଏହିଦିନ କୌଣସି ଦର୍ଶକଙ୍କୁ ପାର୍କ ଭିତରକୁ ଜୀବଜନ୍ତୁଙ୍କୁ ଦେଖିବା ବା ପରିସରର ଆନନ୍ଦ ନେବାକୁ ଛଡ଼ା ଯିବ ନାହିଁ। ନନ୍ଦନକାନନ କର୍ତ୍ତୃପକ୍ଷ ଏ ବିଷୟକୁ ସୋଶାଲ୍ ମିଡିଆ ହ୍ୟାଣ୍ଡଲରେ ସ୍ପଷ୍ଟ କରିଛନ୍ତି।
ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜଜି ରୀାତିରେ ଆଉ କିଛି ଘଣ୍ଟାରେ ବାତ୍ୟା ‘ମୋନ୍ଥା’ ସ୍ଥଳ ଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୯୦ରୁ ୧୦୦ କିଲୋମିଟର ବେଗରେ ପ୍ରବାହିତ ହେବ। ଏହା ୧୧ହ କିଲୋମିଟକୁ ମଧ୍ୟ ବଢ଼ିପାରେ। ଏହି ବାତ୍ୟା ଆନ୍ଧ୍ର ଉପକୂଳରେ ମାଡ଼ ହେଉଥିଲେ ମଧ୍ୟ ଏହା ଫେରିବା ସମୟରେ ଓଡ଼ିଶା ଦେଇ ଛତିଶଗଡ଼ ଯିବ। ଏହି ସମୟରେ ରାଜ୍ୟର ବିଭିନ୍ନ ପ୍ରବଳ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଭୁବନେଶ୍ୱରରେ ମଧ୍ୟ ଅନୂରୂପ ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ପରିସ୍ଥିତିକୁ ଦେଖି ନନ୍ଦନକାନନକୁ ବନ୍ଦ ରଖାଯାଇଛି।