BJP MLA Son Death: ମଧ୍ୟ ପ୍ରଦେଶ ନରସିଂହପୁର ଜିଲ୍ଲାରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ନରସିଂହପୁର ବିଜେପି ବିଧାୟକ (Narsinghpur BJP MLA) ଜାଲମ ସିଂ ପଟେଲ (Jalam Singh Patel) ଙ୍କ ପୁଅ ଯୁବ ନେତା ମୋନୁ ପଟେଲ (Monu Patel) ଙ୍କ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଛି । ମୋନୁ ପଟେଲ (Monu Patel) ଙ୍କୁ ତାଙ୍କ କୋଠରୀରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୋନୁ ପଟେଲ (Monu Patel) ଙ୍କୁ ତାଙ୍କ ମା' ଖାଇବା ପାଇଁ ଡାକିଥିଲେ କିନ୍ତୁ ଯେତେବେଳେ କୌଣସି ଜବାବ ଆସିଲା ନାହିଁ, ସେ ଯାଇ ମୋନୁ (Monu Patel) ଙ୍କୁ ଖଟ ଉପରେ ଓଲଟି ପଡିଥିବାର ଦେଖିଲେ । ଡାକ୍ତରଖାନା ନିଆଯିବା ପରେ ଡାକ୍ତରମାନେ ମୋନୁ ପଟେଲ (Monu Patel) ଙ୍କୁ ମୃତ ଘୋଷଣା କରିଥିଲେ ।


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ବିଜେପି ବିଧାୟକ ଜାଲମ ସିଂ ପଟେଲଙ୍କ ପୁଅ (Narsinghpur BJP MLA Jalam Singh Patel Son) ମଣିନାଗେନ୍ଦ୍ର ଓରଫ ମୋନୁ ପଟେଲ (Monu Patel) ଙ୍କ ଏପ୍ରିଲ ୩୦ ରବିବାର ଦିନ ଦେହାନ୍ତ ହୋଇଛି । ସୂଚନାନୁସାରେ, ମୋନୁ ପଟେଲ (Monu Patel) ଅପରାହ୍ନ ସମୟରେ ତାଙ୍କ କୋଠରୀକୁ ଯାଇଥିଲେ । ଏହା ପରେ ଯେତେବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋନୁ ପଟେଲ (Monu Patel) ତାଙ୍କ କୋଠରୀ ଖୋଲା ନଥିଲା, ସମ୍ପର୍କୀୟମାନେ ପଚାରି ବୁଝି ଥିଲେ । କୁହାଯାଉଛି ଯେ, ମୋନୁ ପଟେଲ (Monu Patel) କୋଠରୀରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ସମ୍ପର୍କୀୟମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ପରୀକ୍ଷା ପରେ ମୋନୁ ପଟେଲ (Monu Patel) ଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।


ଆମେ ଆପଣଙ୍କୁ କହିରଖୁଛୁ ଯେ, କେନ୍ଦ୍ର ମନ୍ତ୍ରୀ (Union Minister) ପ୍ରହ୍ଲାଦ ପଟେଲ (Prahlad Patel) ଙ୍କ ଭଣଜା ମୋନୁ ପଟେଲ (Monu Patel) ଙ୍କୁ ଦୁଇ ସପ୍ତାହ ପୂର୍ବେ ଦଳିତ ଯୁବକଙ୍କ ଉପରେ ସାମୂହିକ ଆକ୍ରମଣ ଅଭିଯୋଗରେ ଗିରଫ କରାଯାଇଥିଲା । ତାଙ୍କୁ (Monu Patel ସ୍ୱତନ୍ତ୍ର କୋର୍ଟ ଜେଲ ପଠାଇବା ପରେ ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଜିଲ୍ଲାର ଯୁବକମାନଙ୍କ ମଧ୍ୟରେ ମୋନୁ ପଟେଲଙ୍କର (Monu Patel) ବହୁ ଚର୍ଚ୍ଚା ରହିଥିଲା ​​ଓ ତାଙ୍କ ମୃତ୍ୟୁ ଖବର ଯୋଗୁଁ ଗୋଟେଗାଓଁ ସମେତ ସମଗ୍ର ନରସିଂହପୁର ଜିଲ୍ଲାରେ ଶୋକର ବାତାବରଣ ଦେଖାଦେଇଛି ।


ଅଧିକ ପଢ଼ନ୍ତୁ-୧୨ ବର୍ଷ ପରେ ଗୁରୁ ସୃଷ୍ଟି କଲେ ବିପରୀତ ରାଜ ଯୋଗ, ବର୍ତ୍ତମାନ ଏହି ୫ ରାଶି ଉପରେ ବର୍ଷିବ ପ୍ରବଳ ଧନ


ଅଧିକ ପଢ଼ନ୍ତୁ-ସାଧାରଣ ଜନତାଙ୍କ ପାଇଁ ଖୁସି ଖବର: LPG ସିଲିଣ୍ଡର ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍


ଅଧିକ ପଢ଼ନ୍ତୁ-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର: ବଢ଼ିଯାଇଛି ପେନସନ ରାଶି, ପ୍ରତି ମାସରେ ମିଳିବ ଅତିରିକ୍ତ ୨୩,୩୦୦ ଟଙ୍କା!


କିଛି ଦିନ ପୂର୍ବେ ନରସିଂହପୁରର ବିଜେପି ବିଧାୟକ ଜାଲମ ସିଂ ପଟେଲ  (Jalam Singh Patel) ଓ ତାଙ୍କ ପୁଅ ମୋନୁ ପଟେଲ (Monu Patel) ଙ୍କୁ ଜବଲପୁରର ସ୍ୱତନ୍ତ୍ର କୋର୍ଟରୁ ବଡ଼ ରିହାତି ମିଳିଥିଲା । ଉଭୟଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ କରାଯାଇଥିଲା । କୋର୍ଟ ବାପା-ପୁଅ ଯୋଡିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଏହି ମାମଲା ନଭେମ୍ବର ୨୦୧୪ ସହିତ ଜଡିତ ଯେତେବେଳେ ଗୋଟେଗାଓଁର ଜଣେ ବ୍ୟକ୍ତି ବିଧାୟକ, ତାଙ୍କ ପୁଅ ତଥା ଗାର୍ଡ ବିରୋଧରେ ତାଙ୍କୁ ଆକ୍ରମଣ ତଥା ହତ୍ୟା ଉଦ୍ୟମ ଅଭିଯୋଗ କରିଥିଲେ । ଜାଲମ ସିଂ ପଟେଲଙ୍କ ପୁଅର ମୃତ୍ୟୁ ଖବର ଆସିବା ମାତ୍ରେ ବହୁ ଲୋକ ତାଙ୍କ ଘରେ ପହଞ୍ଚିବା ଆରମ୍ଭ କରିଛନ୍ତି ।