Road Accident: ଗୁରୁବାର ପୁଣେର ନାଭଲେ ବ୍ରିଜ୍ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଦୁଇଟି କଣ୍ଟେନର ଟ୍ରକ୍ ଧକ୍କା ହେବା ଫଳରେ ଗୋଟିଏ ଟ୍ରକ୍ରେ ନିଆଁ ଲାଗିଗଲା। ଏହି ଦୁର୍ଘଟଣାରେ ଦୁଇଟି ଟ୍ରକ୍ ମଧ୍ୟରେ ଏକ କାର ଫସି ରହି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଅଗ୍ନିଶମ ବିଭାଗ ଅନୁଯାୟୀ ଏପର୍ଯ୍ୟନ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
Trending Photos
)
Pune truck collision fire: ଗୁରୁବାର ପୁଣେର ନାଭଲେ ବ୍ରିଜ୍ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଦୁଇଟି କଣ୍ଟେନର ଟ୍ରକ୍ ଧକ୍କା ହେବା ଫଳରେ ଗୋଟିଏ ଟ୍ରକ୍ରେ ନିଆଁ ଲାଗିଗଲା। ଏହି ଦୁର୍ଘଟଣାରେ ଦୁଇଟି ଟ୍ରକ୍ ମଧ୍ୟରେ ଏକ କାର ଫସି ରହି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଅଗ୍ନିଶମ ବିଭାଗ ଅନୁଯାୟୀ ଏପର୍ଯ୍ୟନ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଳୁଥିବା ଗାଡ଼ିରେ ଆହୁରି ଲୋକ ଫସି ରହିଥିବାର ସମ୍ଭାବନା ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ।
ପୁଣେ ସହର ଉପକଣ୍ଠରେ ମୁମ୍ବାଇ-ବେଙ୍ଗାଲୁରୁ ରାଜପଥରେ ଏହି ଘଟଣା ଘଟିଛି। ଯେଉଁଠାରେ ଦୁଇଟି ବଡ଼ କଣ୍ଟେନର ଟ୍ରକ୍ ମଧ୍ୟରେ ଏକ କାର ଚାପି ହୋଇ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ ନାଭଲେ ବ୍ରିଜ୍ରେ ସନ୍ଧ୍ୟା ସମୟରେ ଘଟିଥିବା ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।
#WATCH | Maharashtra | At least six people were killed after a container truck lost control and rammed into multiple vehicles near Navale Bridge on the Pune-Bengaluru Highway. Following the collision, 2–3 heavy vehicles caught fire. Rescue operations are underway: DCP Sambhaji… pic.twitter.com/l7W6qFuQLK
— ANI (@ANI) November 13, 2025
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କୁ ହସ୍ପିଚାଲକୁ ନିଆଯାଇଛି। ଦୁର୍ଘଟଣାର ଏକ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦୁଇଟି ଭାରୀ ଟ୍ରକ ଧକ୍କା ହେଉଛି। ଯାହା ଫଳରେ ଟ୍ରକଟି ନିଆଁରେ ଜଳୁଛି ଏବଂ ଏକ କାରକୁ ଚାପି ଦେଇଛି।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ସୂଚନା ଅନୁଯାୟୀ ଦୁର୍ଘଟଣାରେ ପାଞ୍ଚରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଛି।
ପୋଲିସ ଅଧିକାରୀ କହିଛନ୍ତି, "ଦୁର୍ଘଟଣା କିପରି ଘଟିଲା ତାହା ଆମେ ତଦନ୍ତ କରୁଛୁ। ବର୍ତ୍ତମାନ, ଆମର ପ୍ରାଥମିକତା ହେଉଛି ଆହତମାନଙ୍କୁ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ଯୋଗାଇବା।"
ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପାଣି ଟ୍ୟାଙ୍କର ପଠାଇଛି ଏବଂ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି। ଏହି ଭୟଙ୍କର ଦୁର୍ଘଟଣା ବ୍ୟସ୍ତବହୁଳ ରାଜପଥରେ ଟ୍ରାଫିକ ଜାମ ସୃଷ୍ଟି କରିଥିଲା।
Also Read: ଲାଞ୍ଚ ନେଇ ଗିରଫ ହେଲେ ବାଲିଅନ୍ତା ପୋଲିସ ASI
Also Read: Kangana Ranaut: ବିଜେପି ସାଂସଦ କଙ୍ଗନାଙ୍କ ଉପରେ ଚାଲିବ ଦେଶଦ୍ରୋହ ମାମଲା