Advertisement
Article Detail0/zeeodisha/odisha2665730

୮ ବର୍ଷ ମଧ୍ୟରେ ୮୦୦୦୦୦ ପୁରୁଷ ହାରି ଦେଇଛନ୍ତି ଜୀବନ, କାରଣ ପ୍ରତାଡିତ ନା ଆଉ କିଛି? ଏଠାରେ ଜାଣନ୍ତୁ

NCRB Data: ଅତୁଲ ସୁଭାଷଙ୍କ ପରେ, ଟିସିଏସ୍ ମ୍ୟାନେଜର ମାନବ ଶର୍ମାଙ୍କ ଆତ୍ମହତ୍ୟା ଘଟଣାର ଖବର ନିରନ୍ତର ଚର୍ଚ୍ଚାରେ ରହିଛି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ପୁରୁଷମାନଙ୍କ ମଧ୍ୟରେ ଆତ୍ମହତ୍ୟା ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି? ଏହା ପଛରେ କାରଣ କ'ଣ?

NCRB Data
NCRB Data

Mens Suicide Rate Increasing: ଅତୁଲ ସୁଭାଷଙ୍କ ପରେ ମାନବ ଶର୍ମାଙ୍କ ଆତ୍ମହତ୍ୟା ସମଗ୍ର ଦେଶକୁ ଥରାଇ ଦେଇଛି। କଥିତ ଭାବେ ପତ୍ନୀଙ୍କଠାରୁ ପ୍ରତାଡିତ ହୋଇ ମାନବ ଶର୍ମା ମୃତ୍ୟୁକୁ ବାଛି ନେଇଥିଲେ। ଏହି ସମୟରେ ଲୋକମାନେ ଯୌତୁକ, ଛାଡପତ୍ର ଏବଂ ବିବାହ ବହିର୍ଭୂତ ସମ୍ପର୍କ ଭଳି ଆଇନରେ ପରିବର୍ତ୍ତନ ପାଇଁ ଦାବି ଉଠାଇଛନ୍ତି। ତେବେ ପ୍ରଶ୍ନ ହେଉଛି ବିବାହିତ ପୁରୁଷମାନେ କ’ଣ ପ୍ରକୃତରେ ନିଜ ଜୀବନରେ ସନ୍ତୁଷ୍ଟ ନାହାଁନ୍ତି? ପୁରୁଷମାନଙ୍କ ମଧ୍ୟରେ ଆତ୍ମହତ୍ୟା ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି କି? ଏହି ଆଇନଗୁଡ଼ିକରେ ଏପରି କ’ଣ ଅଛି ଯେ ସେଗୁଡ଼ିକୁ ପରିବର୍ତ୍ତନ କରିବାର ଦାବି ହେଉଛି?

ପୁରୁଷଙ୍କ ଆତ୍ମହତ୍ୟା ପରିସଂଖ୍ୟାନ:

ପୁରୁଷମାନଙ୍କ ଆତ୍ମହତ୍ୟା ଉପରେ NCRB ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଯଦି ପରିସଂଖ୍ୟାନକୁ ବିଶ୍ୱାସ କରାଯାଏ ତେବେ ୮ ବର୍ଷ ମଧ୍ୟରେ ୮ ଲକ୍ଷରୁ ଅଧିକ ପୁରୁଷ ମୃତ୍ୟୁକୁ ବାଛି ନେଇଛନ୍ତି। ୨୦୧୫ ରୁ ୨୦୨୨ ମଧ୍ୟରେ ୮.୦୯ ଲକ୍ଷ ପୁରୁଷ ଆତ୍ମହତ୍ୟା କରିଛନ୍ତି। ଏହି ପୁରୁଷମାନଙ୍କ ମଧ୍ୟରୁ ଅଧିକାଂଶ ବିବାହିତ ଥିଲେ ଏବଂ ସେମାନଙ୍କ ଆତ୍ମହତ୍ୟାର କାରଣ ବ୍ୟକ୍ତିଗତ ସମସ୍ୟା ଥିଲା। ସେହି ପରି ୮ ବର୍ଷ ମଧ୍ୟରେ ୪୩,୩୧୪ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି। 

Add Zee News as a Preferred Source

ଆତ୍ମହତ୍ୟାର କ'ଣ ରହିଛି କାରଣ?

NCRB ୨୦୨୧ ରିପୋର୍ଟ ଅନୁଯାୟ ସାରା ଦେଶରେ ୧.୬୪ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି। ଯେଉଁଥିରେ ୮୧,୦୦୦ ବିବାହିତ ପୁରୁଷ ଏବଂ ୨୮,୦୦୦ ବିବାହିତ ମହିଳା ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ ୩୩.୨% ପୁରୁଷଙ୍କ ଆତ୍ମହତ୍ୟାର କାରଣ ପାରିବାରିକ ସମସ୍ୟା ଥିଲା। NCRB ରିପୋର୍ଟରେ ଏହି ସମସ୍ୟାଗୁଡ଼ିକୁ ବିସ୍ତାରିତ ଭାବରେ ବର୍ଣ୍ଣନା କରାଯାଇ ନାହିଁ। କିନ୍ତୁ ଝଗଡ଼ା, ମାନସିକ ଉତ୍ପୀଡ଼ନ, ବିବାଦ ଏବଂ ଶାରୀରିକ ଉତ୍ପୀଡ଼ନ ଭଳି କାରଣଗୁଡ଼ିକ ଏଥିପାଇଁ ଦାୟୀ।

ଯୌତୁକ ଆଇନ ଉପରେ ଉଠି ଚାଲିଛି ପ୍ରଶ୍ନ

IPCର ଧାରା 498A କୁ BNSର ଧାରା 85 ଏବଂ 86 ରେ ରୂପାନ୍ତରିତ କରାଯାଇଛି। ଯାହା ଯୌତୁକ ପାଇଁ କଠୋର ଦଣ୍ଡ ପ୍ରଦାନ କରେ। ଯଦିଓ ମହିଳାମାନେ ପ୍ରାୟତଃ ଏହି ଆଇନର ଅପବ୍ୟବହାର କରନ୍ତି। ସୁପ୍ରିମକୋର୍ଟ ୧୦ ଡିସେମ୍ବର ୨୦୨୪ରେ ଏକ ମାମଲାର ଶୁଣାଣି କରି କହିଥିଲେ ଯେ ଅଧିକାଂଶ ମହିଳା ଏହି ଆଇନର ଅପବ୍ୟବହାର କରନ୍ତି। ଏହି ଆଇନ ଅନୁଯାୟୀ ମାମଲା ପଞ୍ଜିକୃତ ହେବା ପରେ ମହିଳାଙ୍କୁ କୌଣସି ପ୍ରମାଣ ଦେବାକୁ ପଡ଼େ ନାହିଁ କିନ୍ତୁ ପୁରୁଷମାନଙ୍କୁ ପ୍ରମାଣ ଦେବାକୁ ପଡ଼ିଥାଏ ଏବଂ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପଡ଼ିଥାଏ।

ଏକ୍ସଟ୍ରା ମେରିଟାଲ ଅଫେୟାର ଉପରେ ଆଇନ

କହି ରଖୁଛୁ ଯେ IPC ଧାରା ୪୯୭ ରେ ଏଡଲ୍ଟ୍ରି ଅର୍ଥାତ୍ ଏକ୍ସଟ୍ରା ମେରିଟାଲ ଅଫେୟାରକୁ ଅପରାଧ ଘୋଷଣା କରାଯାଇଥିଲା। ଏପରି ପରିସ୍ଥିତିରେ ଯଦି ଜଣେ ବିବାହିତ ପୁରୁଷ କିମ୍ବା ମହିଳାଙ୍କର ଅନ୍ୟ କାହା ସହିତ ଅବୈଧ ସମ୍ପର୍କ ଥାଏ ତେବେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଥିଲା। କିନ୍ତୁ ୨୦୧୮ ମସିହାରେ ସୁପ୍ରିମକୋର୍ଟ ଧାରା ୪୮୭କୁ ଉଚ୍ଛେଦ କରିଥିଲେ।

About the Author