)
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସଡ଼କ ପରିବହନ ନିଗମ ପକ୍ଷରୁ ୧୦ଟି ଦିଗରେ ନୂଆ ବସ୍ ସେବା ଆରମ୍ଭ ହୋଇଛି। ଶ୍ରୀ ଜଗନ୍ନାଥ ବସ୍ ଏକ୍ସପ୍ରେସ ନାମରେ ଏଠାରେ ନୂଆ ବସ୍ ଚଳାଚଳ କରିବ। ଏହି ଦିଗଗୁଡ଼ିକରେ ଓଡ଼ିଶ ବାହାର ବିଶାଖାପାଟଣାମ, ରରୟପୁର, ମାୟାପୁର, କାମାକ୍ଷାକରିମ ନଗର ପ୍ରଭୃତି ସ୍ଥାନକୁ ସଂଯୋଗ କରାଯିଇଛି।
ପଟ୍ଟମୁଣ୍ଡାଇରୁ କାଲିମେଳା, ରାୟଗଡ଼ାରୁ କରିମ ନଗର, ସମ୍ବଲପୁରରୁ ବିଶାଖାପାଟଣା, ବଅହ୍ମପୁରରୁ ରାୟପୁର, ବ୍ରହ୍ମପୁରରୁ ମାୟାପୁର, ତାରାତାରିଣିରୁ କାମାକ୍ଷା, ଭବାନୀପାଟଣାରୁ ରାୟପୁର ଏବଂ ଭବାନୀପାଟଣାରୁ ଘଟଗାଁ ଦିଗରେ ଏହି ବସ୍ ଚଳାଚଳ କରିବ ବୋଲି ଓଏସ୍ଆର୍ଟିସି ପକ୍ଷରୁ କୁହାଯାଇଛି।
ସୋଶାଲ୍ ମିଡିଆ ହ୍ୟାଣ୍ଡଲରେ କୁହାଯାଇଛି ଯେ, ଏହସବୁ ସେବା ପ୍ରିମିୟମ ସେବା ଅନ୍ତର୍ଭୁକ୍ତ। ଏ ଦିଗରେ ସମୟ ସାରଣୀ ମଧ୍ୟ ପ୍ରକାଶ କରାଯାଇଛି। ଏସବୁ ସମୟ ସାରଣୀକୁ ଅନେକ ଜିନିଷକୁ ଧ୍ୟାନରେ ରଖି ତିଆରି କରାଯାଇଥିବା କୁହାଯାଇଛି।
ସୋଶାଲ୍ ମିଡିଆରେ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି। କିନ୍ତୁ ଅନେକ ଦିନରୁ ପଟ୍ଟାମୁଣ୍ଡାଇ ବସ୍ ଷ୍ଟାଣ୍ଡ ପାଇଁ ପ୍ରଚେଷ୍ଟା ଚାଲିଥିଲେ ମଧ୍ୟ ଏଯାଏ କୌଣସି ସ୍ଥାନକୁ ବସ୍ ଷ୍ଟାଣ୍ଡ ଭାବେ ଚିହ୍ନଟ କରାଯାଇ ନାହିଁ। ଅପରପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇପାରି ନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି କିଛି ନାଗରିକ।