)
ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଚାର ପ୍ରସାର ଉପରେ କଟକଣା ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଜନ ପ୍ରତିନିଧି ଆଇନ ୧୯୫୧ ଏବଂ ଓଡ଼ିଶା ଗେଜେଟ ବିଜ୍ଞପ୍ତି ୨୦୨୫ ଅନୁସାରେ ଏହି କଟକଣା ଜାରି ହୋଇଛି। ଯାହାଫଳରେ ଆଜି ସନ୍ଧ୍ୟାରୁ ଗଣମାଧ୍ୟମ ଉପରେ ଏକ୍ଜିଟ୍ ପୋଲ ପ୍ରକାଶନ ଉପରେ କଟକଣା ଲାଗୁ ହେବ। ଏହି କଟକଣା ଅପନୁସାରେ କୌଣସି ଗଣମାଧ୍ୟମ ସେ ଟେଲିଭିଜନ ହେଉ ବା ଖବରକାଗଜ ଅଥବା ରେଡିଓ କୌଣସି ପ୍ରକାରେ ନୂଆପଡ଼ା ଉପ ନିର୍ବାଚନ ସମ୍ପର୍କିତ ଏକ୍ଜିଟ୍ ପୋଲ୍ ପ୍ରକାଶ କରିପାରିବେ ନାହିଁ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି, ‘ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୫ ଉପନିର୍ବାଚନ ସମ୍ପର୍କରେ ଓଡ଼ିଶା ଗେଜେଟ୍ ବିଜ୍ଞପ୍ତି (ନଂ. ୪୪୧୨, ତା. ୧୩.୧୦.୨୦୨୫) ଅନୁଯାୟୀ ଏକ୍ଜିଟ୍ ପୋଲ ଉପରେ ନିଷେଧ ଆଦେଶ ଜାରି ହୋଇଛି’। ଏହି ବିଜ୍ଞପ୍ତି ଅନୁସାରେ ଆଜି ସକାଳ ୭:୦୦ ଠାରୁ ୧୧ନଭେମ୍ବର ୨୦୨୫, ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ କୌଣସି ଏକ୍ଜିଟ୍ ପୋଲ ପରିଚାଳନା କିମ୍ବା ପ୍ରଚାର ବା ପ୍ରସାରଣ କରିବା ନିଷିଦ୍ଧ କରାଯାଇଛି। ଅର୍ଥାତ୍ ଭୋଟ ଗ୍ରହଣ ସମୟ ସୀମାର ଅଧ ଘଣ୍ଟା ଯାଏ ଏକ୍ଜିଟ ପୋଲ ବା ସମ୍ଭାବ୍ୟ ହାରିବା ଜିତିବା ଖବର ପ୍ରସାରଣ ପ୍ରସାର ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି। ନିର୍ବାଚନ ଅଧିକାରୀ ଏକ ଟ୍ୱିଟରେ ଏହା ସ୍ପଷ୍ଟ କରିଛନ୍ତି।
ନିର୍ବାଚନକୁ ପ୍ରଭାବଶୂନ୍ୟ କରିବା ତଥା ନିରପେକ୍ଷ ପରିଚାଳନା ନେଇ ଏହି ବିଜ୍ଞପ୍ତି ଉଦ୍ଦିଷ୍ଟ ବୋଲି କୁହାଯାଇଛି।