Nitin Gadkari: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କଲେ ଘୋଷଣା, ମାତ୍ର ୫୫ ଟଙ୍କା ପ୍ରତି ଲିଟର ମିଳିବ ପେଟ୍ରୋଲ; ପଢ଼ନ୍ତୁ ପୂରା ଖବର
Advertisement

Nitin Gadkari: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କଲେ ଘୋଷଣା, ମାତ୍ର ୫୫ ଟଙ୍କା ପ୍ରତି ଲିଟର ମିଳିବ ପେଟ୍ରୋଲ; ପଢ଼ନ୍ତୁ ପୂରା ଖବର

Nitin Gadkari On Petrol Diesel Price: ଏହି ସମୟରେ ଏକ ପୋଷ୍ଟ ସାମ୍ନାକୁ ଆସିଛି ଯେଉଁଥିରେ ନିତିନ ଗାଡକରୀ ଦେଶରେ ଶସ୍ତା ପେଟ୍ରୋଲ ଓ ଡିଜେଲ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଦାବି କରାଯାଉଛି । PIB ଏହାର ଅଫିସିଆଲ ଟ୍ୱିଟରେ ଲେଖିଛି ଯେ, ୟୁଟ୍ୟୁବ ଚ୍ୟାନେଲ ଦାବି କରୁଛି ଯେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଘୋଷଣା କରିଛନ୍ତି ଯେ ପେଟ୍ରୋଲ ଲିଟର ପିଛା ୫୫ ଟଙ୍କାରେ ଉପଲବ୍ଧ ହେବ । 

Nitin Gadkari: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କଲେ ଘୋଷଣା, ମାତ୍ର ୫୫ ଟଙ୍କା ପ୍ରତି ଲିଟର ମିଳିବ ପେଟ୍ରୋଲ; ପଢ଼ନ୍ତୁ ପୂରା ଖବର

Nitin Gadkari On Petrol Diesel Price: ଆମ ଦେଶର ଅନେକ ସହରରେ ପେଟ୍ରୋଲ-ଡିଜେଲ ମୂଲ୍ୟ (Petrol Diesel Price) ଲିଟର ପିଛା ୧୦୦ରୁ ଅଧିକ ରହିଛି । ଏହା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) ଏକ ବଡ଼ ଘୋଷଣା କରିଛନ୍ତି । ନିତିନ ଗଡକରୀ କହିଛନ୍ତି ଯେ, ବର୍ତ୍ତମାନ ଠାରୁ ପେଟ୍ରୋଲ ଲିଟର ପିଛା ୫୫ ଟଙ୍କାରେ ମିଳିବ... ଏହାର ଅର୍ଥ ଆପଣଙ୍କୁ ଇନ୍ଧନ ପାଇଁ କମ୍ ଖର୍ଚ୍ଚ କରିବାକୁ ପଡ଼ିବ । ଆସନ୍ତୁ ଆପଣଙ୍କୁ କହୁଛୁ କି,  ପ୍ରକୃତରେ କେନ୍ଦ୍ର ସରକାର (Central Government) ଏପରି କୌଣସି ଘୋଷଣା କରିଛନ୍ତି କି?

ଆଜିକାଲି ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ଏକ ପୋଷ୍ଟ ସାମ୍ନାକୁ ଆସିଛି ଯେଉଁଥିରେ ନିତିନ ଗାଡକରୀ (Nitin Gadkari) ଦେଶରେ ଶସ୍ତା ପେଟ୍ରୋଲ (Petrol) ଓ ଡିଜେଲ (Diesel) ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଦାବି କରାଯାଉଛି । PIB ଏହାର ଅଫିସିଆଲ ଟ୍ୱିଟରେ ଲେଖିଛି ଯେ, ୟୁଟ୍ୟୁବ ଚ୍ୟାନେଲ ଦାବି କରୁଛି ଯେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) ଘୋଷଣା କରିଛନ୍ତି ଯେ ପେଟ୍ରୋଲ ଲିଟର ପିଛା ୫୫ ଟଙ୍କାରେ ଉପଲବ୍ଧ ହେବ । ଏହି ଖବର ଦେଖିବା ପରେ PIB ଏହାର ସତ୍ୟତା ଜାଣିବାକୁ ନିଷ୍ପତ୍ତି ନେଇଛି ।

ଏହି ଭାଇରାଲ ପୋଷ୍ଟରେ ଲେଖାଯାଇଛି ଯେ, ପିଏମ ମୋଦିଙ୍କ ଡାହାଣ ହାତ ଘୋଷଣା କରିଛନ୍ତି ଯେ ବର୍ତ୍ତମାନଠାରୁ ଦେଶରେ ଡିଜେଲର ମୂଲ୍ୟ ଲିଟର ପିଛା ୫୦ ଟଙ୍କା ହେବ । ଏହା ସହିତ ଆପଣଙ୍କୁ ପେଟ୍ରୋଲ ପାଇଁ ଲିଟର ପିଛା ୫୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ଦାବି ସଂପୂର୍ଣ୍ଣ  ମିଛ ବୋଲି ପିଆଇବି ଫ୍ୟାକ୍ଟ ଚେକ (PIB Fact Check) ରୁ ସାମ୍ନାକୁ ଆସିଛି । ୨୦୧୮ର ବୟାନ ଏହି ଭିଡିଓରେ ଭୁଲ ଭାବରେ ଦର୍ଶାଯାଇଛି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ମୋଦି ସରକାର (Modi Govt) ଏଭଳି କୌଣସି ବୟାନ ଦେଇନାହାଁନ୍ତି ।

ଅଧିକ ପଢ଼ନ୍ତୁ:-OMG! ଯଦି ଏହି ଦିନ ନ ଗାଧୋଇବେ ତ ଆପଣ ସାତ ଜନ୍ମ ପର୍ଯ୍ୟନ୍ତ ରହିବେ ଦରିଦ୍ର

ଅଧିକ ପଢ଼ନ୍ତୁ:-ଏୟାରଟେଲର ସବୁଠାରୁ ଦମଦାର୍ ପ୍ଲାନ୍; କେବଳ ୨୮୦ ଟଙ୍କାରେ ବର୍ଷସାରା ଫ୍ରି ଟକଟାଇମ୍, OTT, SMS ଏବଂ ଡାଟା ବି ମିଳିବ ମାଗଣା

ଅଧିକ ପଢ଼ନ୍ତୁ:-ପ୍ରସିଦ୍ଧ ଅଭିନେତାଙ୍କ ଖୁଲାସା, 'ନିଜ ଭାଇଙ୍କ ସହ ଲିଭ୍-ଇନରେ ରହୁଛନ୍ତି ମୋ ପତ୍ନୀ, ଯିଏ କନ୍ୟାଦାନ କରିଛନ୍ତି ତାଙ୍କ ସହ...'

ଅଧିକ ପଢ଼ନ୍ତୁ:-ପ୍ରଥମେ କଲା ଉଲଗ୍ନ, ତା'ପରେ ଲୁଟିଲେ ୨.୭୦ କୋଟି ଟଙ୍କା

କେନ୍ଦ୍ର ସରକାର (Central Govt) ତରଫରୁ ଏହା କୁହାଯାଇଛି ଯେ ଏଭଳି ମିଥ୍ୟା ଖବରଠାରୁ ଦୂରରେ ରୁହନ୍ତୁ ଓ ଏହି ଖବର କାହା ସହିତ ସେୟାର କରନ୍ତୁ ନାହିଁ । ବର୍ତ୍ତମାନ ଏହିପରି ଖବର ପଠାନ୍ତୁ ନାହିଁ । ଯଦି ଆପଣ ମଧ୍ୟ କୌଣସି ଭାଇରାଲ୍ ମେସେଜର ସତ୍ୟତା ଜାଣିବାକୁ ଚାହାଁନ୍ତି, ତେବେ ଆପଣ ଏହି ମୋବାଇଲ୍ ନମ୍ବର 918799711259 କିମ୍ବା socialmedia@pib.gov.in ରେ ମେଲ୍ କରିପାରିବେ ।