)
ଭୁବନେଶ୍ୱର: ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ଆଖିରେ ରଖି ଦୁଇଚକିଆ ଆରୋହୀଙ୍କ ସୁରକ୍ଷା ଲାଗି ଅଭିନବ ନିୟମ ଲାଗୁ କରିଛନ୍ତି ନୂଆପଡ଼ା ଜିଲ୍ଲା ପ୍ରଶାସନ। ହେଲମେଟ ନଥିଲେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ମିଳିବ ନାହିଁ ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି। ଅତିକମରେ ସପ୍ତାକୁ ଥରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଯେଉଁ ବ୍ୟବସାୟୀ ବା ପେଟ୍ରୋଲ ପମ୍ପ ବୁଧବାରଦିନ ହେଲମେଟ ନଥିବା ଆରୋହୀଙ୍କୁ ପେଟ୍ରୋଲ ଦେବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ତାଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ନୂଆ ପଡ଼ା ଜିଲ୍ଲାପାଳ କହିଛନ୍ତି।
ଜିଲ୍ଲାସ୍ତରରେ ମାସିକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ଅବସରରେ ଏପରି ଏକ ଅଭିନବ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ମଧୁସୂଦନ ଦାଶ। ଏଥିରେ ପ୍ରତି ବୁଧବାର ଦିନ "ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ" ନିୟମ ଲାଗୁ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ବେପରୁଆ ଏବଂ ଅଣ ସତର୍କ ଗାଡ଼ି ଚାଳନା ହେତୁ ନୂଆପଡ଼ଧାରେ ସଡ଼ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବଢ଼ିବାରେ। ଳଶଗି। ୨୦୨୦ରୁ ଆଜି ଯାଏ ସଡ଼କ ଦୁର୍ଘଟଣା ପରିମାଣ ୮୦ ପ୍ରତିଶତରୁ ଅଧିକ ବଢ଼ିଛି। ଗଲା ଦୁଇ ବର୍ଷ ଭିତରେ ୭ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି।
ଜିଲ୍ଲାରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏହାକୁ ଏକ ଅଭିନବ ପ୍ରୟାସ ଭାବେ ଗ୍ରହଣ କରାଯାଇଛି। ଜିଲ୍ଲାର ସମସ୍ତ ଫିଲିଂ ଷ୍ଟେସନ୍ ମାନଙ୍କୁ ଏ ନିୟମ କାର୍ଯ୍ୟକାରୀ କରିବା ଲାଗି ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ସପ୍ତାହର ପ୍ରତି ବୁଧବାର ଦିନ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ ନିୟମ କୁ କଡ଼ାକଡ଼ି ଭାବରେ ପାଳନ କରିବେ l ଅନ୍ୟଥା ଓଡିଶା ସ୍ପିଡ୍ ଡିଜେଲ୍ ଡିଲର୍ ଲାଇସେନ୍ସିଂ ଧାରା ୧୯୭୦ ଅନୁଯାୟୀ ସେମାନଙ୍କ ଅନୁମତି ପତ୍ର ଲାଇସେନ୍ସ ପ୍ରତ୍ୟାହାର କରି ନିଆଯିବ l ଏହାକୁ ଚେକିଂ କରିବା ସହିତ ନିୟମର ଅନୂପାଳନ କାର୍ଯ୍ୟକାରୀ କରିବା ପାଇଁ ବିଡିଓ ଏବଂ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l
ନୂଆପଡାରେ ମାସିକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ବୈଠକରେ ହେଲମ୍ୟାଟ ଚେକିଂ ଉପରେ ଗୁରୁତ୍ବ ଦେବା ସତ୍ତ୍ୱେ ଏହା ସଠିକ୍ ଭାବରେ ଫିଲିଂ ଷ୍ଟେସନ୍ ମାନଙ୍କରେ କାର୍ଯ୍ୟକାରୀ ହେଉ ନଥିଲା l ଜିଲ୍ଲାପାଳଙ୍କ ଏହି ନୂତନ ଆଦେଶ ବଳରେ "ନିଜେ ସୁରକ୍ଷିତ, ସଶକ୍ତ ପରିବାର’’ ସ୍ଲୋଗାନ୍ କାର୍ଯ୍ୟକ୍ଷମ ହେବ ବୋଲି ଆଶଙ୍କା କରାଯାଉଛି।