)
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦେଖି ରାୟଗଡ଼ାଠାରୁ ଜଗଦଲପୁର ଟ୍ରେନ ବାତିଲ କରାଯାଇଛି। ଏହିକ୍ରମରେ ରାୟଗଡ଼ା ଦେଇ ଯିବାକୁ ଥିବା ତିନୋଟି ଏକ୍ସପ୍ରେସ୍ ଟ୍ରେନ ରାୟଗଡ଼ାଠୁ ନିଜ ପ୍ରରମ୍ଭ ସ୍ଥଳକୁ ଫେରିଯିବେ। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ବାତ୍ୟା ବୁଲେଟିନ୍ରେ କୁହାଯାଇଛି, ଆଜି ହଓ୍ୱଡ଼ାରୁ ବାହାରିଥିବା ୧୮୦୦୫ ହାଓଡ଼ା- ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ହାଓଡ଼ାରୁ ଛାଡିବା ପରେ ରାୟଗଡ଼ାରେ ଅଟକିବ। ଆସନ୍ତା କାଲି ରାୟଗଡ଼ାରୁ ହାଓଡ଼ାକୁ ଏହା ୧୮୦୦୬ ସମଲେଶ୍ୱରୀ ଏକ୍ସପ୍ରେସ ଭାବରେ ଫେରିବ। ତେଣୁ ୨୮.୧୦.୨୦୨୫ରେ ରାୟଗଡ଼ା ଏବଂ ଜଗଦଲପୁର ମଧ୍ୟରେ ଏହି ଟ୍ରେନର କୌଣସି ସେବା ରହିବ ନାହିଁ।
ସେହିପରି ୧୮୪୪୮ ହୀରାଖଣ୍ଡ ଏକ୍ସପ୍ରେସ୍ ଆସନ୍ତା କାଲା ଜଗଦଲପୁର ପରିବର୍ତ୍ତେ ରାୟଗଡ଼ାରୁ ଭୁବନେଶ୍ୱରକୁ ଯାତ୍ରା କରିବ। ତେଣୁ ୨୮.୧୦.୨୦୨୫ରେ ରାୟଗଡ଼ା ଏବଂ ଜଗଦଲପୁର ମଧ୍ୟରେ ଏହି ଟ୍ରେନର କୌଣସି ସେବା ରହିବ ନାହିଁ।
୧୮୧୦୮ ଇଣ୍ଟରସିଟି ଏକ୍ସପ୍ରେସ୍ ଆସନ୍ତାକାଲି ଜଗଦଲପୁର ପରିବର୍ତ୍ତେ ରାୟଗଡ଼ାରୁ ରାଉରକେଲାକୁ ଯାତ୍ରା କରିବ। ତେଣୁ ୨୮.୧୦.୨୦୨୫ ରେ ରାୟଗଡା ଏବଂ ଜଗଦଲପୁର ମଧ୍ୟରେ ଏହି ଟ୍ରେନର କୌଣସି ସେବା ହେବ ନାହିଁ।