)
ଭୁବନେଶ୍ୱର: ରାଜଧାନୀ ସହରରେ ବଢ଼ୁଥିବା ଗାଡ଼ି ଚଳାଚଳ ଏବଂ ଜନ ଗହଳିକୁ ଆଖିରେ ରଖି ପାର୍କିଂ ଉପରେ କଟକଣା ଜାରି କରାଯାଇଛି। ସହରର ପ୍ରମୁଖ ରାସ୍ତାକଡ଼ରେ ଯଦି କିଏ ପାର୍କିଂ କରିବେ ତେବେ ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ଦଣ୍ଡିତ ହେବେ। କମିଶନରେଟ ପୁଲିସ ଅଧିକାରୀମାନେ ଜରିମାନା ଲଗାଇବା ସହ ସମ୍ପୃକ୍ତ ଗାଡ଼କୁ ଜବତ ମଧ୍ୟ କରିପାରନ୍ତି।
ଆସନ୍ତୁ ନଜର ପକାଇବା କେଉଁ ରାସ୍ତାରା ପାର୍କିଂ ନେଇ କଟକଣା ଜାରି କରାଯାଇଛି।
୧) ରାଜଭବନରୁ ଜୟଦେବ ବିହାର ଦେଇ କଳାରାହାଙ୍ଗ ଛକ ଯାଏ ପାର୍କିଂ ନିଷେଧ କରାଯାଇଛି। ସେହିପରି
୨) ବିମାନବନ୍ଦରରୁ ଆଚାର୍ଯ୍ୟ ବିହାର ଦେଇ ନାଲକୋ ଛକ ଯାଏ ରାସ୍ତାରେ ବି ପାର୍କିଂ କରିବ ହେବ ନାହିଁ। ଏହି ରାସ୍ତାରେ ଦୁଇଟି ବଡ଼ ହସ୍ପିଟାଲ୍, ପ୍ଲାନେଟୋରିୟମ, ବିଧାନସଭା, ଲୋକସେବା ଭବନ, ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ ଭଳି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ରହିଛି। ଏହା ସହ ରିଜର୍ଭ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ, ସିନେମା ହଲ, ଚର୍ଚ୍ଚ, ମସ୍ଜିଦ୍ ଭଳି ଅନୁଷ୍ଠାନ ମଧ୍ୟ ରହିଛି।
୩) ଶିଶୁ ଭବନରୁ ବାଣୀବିହାର ଛକ ଯାଏ। ଏହି ରାସ୍ତାଟି ରାଜମହଲ ଓ ମାଷ୍ଟର କ୍ୟାଣ୍ଟିନ୍ ଛକ ଦେଇ ଯାଇଛି। ଏହି ରାସ୍ତାଟି ସାଧରଣ ସମୟରେ ଅନେକ ଗହଳି ହୋଇଥାଏ।
୪) ରସୁଲଗଡ଼ରୁ ଜୟଦେବ ବିହାର,
୫) ଶ୍ରୀୟା ଛକରୁ ପିଏଚ୍ଡି ଅଫିସ,
୬) ବାପୁଜୀ ନଗର
୭) ଆଇଡିବିଆଇ ଛକରୁ ଏମ୍ପାୟାର ହୋଟେଲ୍ ଦେଇ ଏନ୍ଏଚ୍ ୧୬
୮) ଆଲୋକ ଭାରତୀ ଟାଓ୍ୱାରଠାରୁ ଶହିଦ ନଗର ପୂଜା ମଣ୍ଡପ, ଜନପଥ ରୋଡ,
୯) କଲ୍ୟାଣ ଜୁଏଲାରୀଠାରୁ ସ୍ପର୍ଶ ହସ୍ପିଟାଲ,
୧୦) ତୃପ୍ତି ପେଟ୍ରୋଲ ଟାଙ୍କିରୁ ଶହୀଦ ନଗର ପ୍ରବେଶ ପଥ ଯାଏ ପାର୍କିଂ ନିଷେଧ କରାଯାଇଛି।
ସେହିପରି ଗୋପବନ୍ଧୁ ଛକଠାରୁ କଳ୍ପନା ଛକର ଉଭୟ ପାର୍ଶ୍ୱ, କଳାରାହାଙ୍ଗରୁ ନନ୍ଦନକାନନ ଉଭୟ ପାର୍ଶ୍ୱ, ଜୟଦେନ ବିହାରଠାରୁତମାଣ୍ଡୋ, ଜୟଦେବ ବିହାରଠାରୁ ଏକାମ୍ର କାନନ ଦେଇ ସିଆର୍ପିର ଉଭୟ ପାର୍ଶ୍ୱରେ ପାର୍କିଂ ନିଶେଧ ରହିଛି।
ସେହିପରି ସିଆର୍ପି ଛକଠାରୁ ୟୁନିଟ ୮ ଡିଏଭି ସ୍କୁଲ୍ ଦେଇ ପାଓ୍ୱାର ହାଉସ ଛକ ଯାଏ କଟକଣା ରହିଛି। ଫାୟାର ଷ୍ଟେସନଠାରୁ ସିଟି ଓ୍ୱିମେନ୍ସ କଲେଜ ଦେଇ ଜାଗମରା, ଖଣ୍ଡଗିରିରୁ ପୋଖରିପୁଟ, ନୟାପଲ୍ଲୀ ଅଣ୍ଡରପାସ୍ଠାରୁ ଆଇଡି ମାର୍କେଟ। କିଟ ଛକଠାରୁ ସିଲିକନ୍ ଇଞ୍ଜିନିୟରିଂ କଲେଜ, ଡମଣାଠାରୁ ଶୈଳେଶ୍ରୀ ବିହାର, ଜାଭିଏର ଛକଠାରୁ ଉତ୍କଳ ହସ୍ପିଟାଲ୍ର ଉଭୟ ପାର୍ଶ୍ୱରେ ପାର୍କିଂ ନିଶେଧ କରାଯାଇଛି।
ଏବେଠାରୁ ଏହି ରାସ୍ତାରେ ପାର୍କିଂ କରିବାକୁ ଦଣ୍ହନୀୟ ଅପରାଧ ବୋଲି କହିଛନ୍ତି ଆରକ୍ଷୀ ଆୟୁକ୍ତ ଏସ୍ ଦେବଦତ୍ତ ସିଂହ। ଯଦି କୌଣସି ବ୍ୟକ୍ତି ଏହାର ଉଲ୍ଲଂଘନ କରନ୍ତି େମାଟା ଜୋରିମାନା ସହ ତାଙ୍କ ଗାଡ଼ିକୁ କ୍ରେନରେ ହଟାଇ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଯଦି ଗାଡ଼ିର ମାଲିକ ଗାଡ଼ି ଦାବି କରନ୍ତି ତେବେ ଜରିମାନା ସହ ତାଙ୍କୁ କ୍ରେନ ଖର୍ଚ୍ଚ ବି ଦେବାକୁ ହେବ ବୋଲି କହିଛନ୍ତି ଶ୍ରୀ ସିଂହ।