)
nuclear missile was lying in the garage of the house: କୌଣସି ଘରର ଗ୍ୟାରେଜ ଠାରେ ସାଧାରଣତଃ ଗାଡ଼ି ପାର୍କିଂ ହୋଇଥାଏ। ହେଲେ କେବେ ଆପଣ କୌଣସି ଘରର ଗ୍ୟାରେଜ ଠାରେ ପରମାଣୁ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ରଖାଯାଇଥିବାର ଖବର ପଢିଛନ୍ତି? ଯଦି ଆପଣ ଏପରି ଖବର ପଢିନାହାଁନ୍ତି ତାହେଲେ ଏବେ ପଢିନିଅନ୍ତୁ। ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍ ରାଜ୍ୟରେ ସ୍ଥିତ ଏକ ଘରର ଗ୍ୟାରେଜ ଠାରେ ପରମାଣୁ କ୍ଷେପଣାସ୍ତ୍ର ମିଳିଥିବାର ଖବର ସାମ୍ନାକୁ ଆସିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ତାଙ୍କ ଘରର ଗ୍ୟାରେଜ ଠାରେ ପରମାଣୁ କ୍ଷେପଣାସ୍ତ୍ର ପାଇବା ପରେ ପୋଲିସ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ। ଏହି କ୍ଷେପଣାସ୍ତ୍ରକୁ ସଂଗ୍ରହାଳୟରେ ରଖିବାକୁ ଅନୁରୋଧ କରିଥିଲେ।
ୱାଶିଂଟନ୍ ରାଜ୍ୟର ବେଲାଭ୍ୟୁ ପୋଲିସ୍ ଷ୍ଟେସନ ଅଧିନରେ ଅବସ୍ଥିତ ଏକ ଘରର ଗ୍ୟାରେଜ ଠାରେ ପରମାଣୁ କ୍ଷେପଣାସ୍ତ୍ର ମିଳିଥିଲା। ଏହି ଖବର ସାମ୍ନାକୁ ପରେ ସେହି ଘରର ଗ୍ୟାରେଜ୍ ଏବେ ଚର୍ଚ୍ଚାରେ ରହିଛି। ଯେତେବେଳେ ଆମେରିକୀୟ ବ୍ୟକ୍ତିଙ୍କ ପାଖରୁ ତାଙ୍କ ଘରର ଗ୍ୟାରେଜ ଠାରେ ମିଳିଥିବା ଆଣବିକ କ୍ଷେପଣାସ୍ତ୍ର ମିଳିଥିବାର ଖବର ପୋଲିସ ପାଇଥିଲେ, ସେତେବେଳେ ସମଗ୍ର ବିଭାଗ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ବ୍ୟକ୍ତିଙ୍କ ଫୋନ କଲ ପାଇବା ପାଇବା ପରେ ଯେତେବେଳେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ସେତେବେଳେ ଗ୍ୟାରେଜ ଠାରେ ଏକ କଳଙ୍କି ଲାଗିଥିବା ଏକ ରକେଟ୍ ପାଇଥିଲେ।
And we think it's gonna be a long, long time before we get another call like this again https://t.co/QePBTkDVFk pic.twitter.com/YXslykeOIT
— Bellevue, WA Police (@BvuePD) February 2, 2024
ପୋଲିସ କହିବା ଅନୁସାରେ, ସେମାନେ ଘଟଣାସ୍ଥଳରୁ ଏକ ନିଷ୍କ୍ରିୟ ଆଣବିକ କ୍ଷେପଣାସ୍ତ୍ର ପାଇଥିଲେ। ବେଲାଭ୍ୟୁ ପୋଲିସ ଷ୍ଟେସନ ଅଧିକାରୀ କହିଛନ୍ତି ଯେ ସେହି ବ୍ୟକ୍ତିଙ୍କ ସହ ସେତେବେଳେ ଯୋଗାଯୋଗ କରାଯାଇଥିଲା ଯେତେବେଳେ ସେ ବାୟୁସେନା ସଂଗ୍ରହାଳୟକୁ ସାମରିକ ଗ୍ରେଡ୍ ରକେଟ୍ ଦାନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି କ୍ଷେପଣାସ୍ତ୍ର ତାଙ୍କ ମୃତ ପଡ଼ୋଶୀଙ୍କ ଗ୍ୟାରେଜ ଠାରେ ପଡ଼ି ରହିଥିଲା।
ଏହି ବ୍ୟକ୍ତି ଜଣଙ୍କ ସେହି କ୍ଷେପଣାସ୍ତ୍ରକୁ ସେତେବେଳେ କିଣିଥିଲେ ଯେତେବେଳେ ତାଙ୍କ ପଡ଼ୋଶୀଙ୍କ ସମ୍ପତ୍ତି ବିକ୍ରି ହେଉଥିଲା। ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ବେଲେଭ୍ୟୁ ପୋଲିସ୍ ବମ୍ ସ୍କାର୍ଡ଼ କହିଛି ଯେ ଏହି କ୍ଷେପଣାସ୍ତ୍ର ହେଉଛି ଡଗଲାସ୍ ଏଆର୍-୨ ଜିନି। ଯାହା ଏକ ଏୟାର-ଟୁ-ଏୟାର ରକେଟ୍ ଥିଲା। ଯାହାକୁ ପରମାଣୁ ଅସ୍ତ୍ରଶସ୍ତ୍ର ପରିବହନ ପାଇଁ ପରିକଳ୍ପନା କରାଯାଇଥିଲା। ହେଲେ ଏହି କ୍ଷେପାଣାସ୍ତ୍ର କାରଣରୁ ବିସ୍ଫୋରଣ ହେବାର କୌଣସି ବିପଦ ନାହିଁ। ଏହା ପରେ ପୋଲିସ ଘଟଣାସ୍ଥଳରେ ସେହି ନିଷ୍କ୍ରିୟ କ୍ଷେପଣାସ୍ତ୍ରକୁ ଛାଡି ଦେଇଥିଲା।
ମିଡିଆ ରିପୋର୍ଟ ଅନୁସାରେ ଏହା ହେଉଛି ପ୍ରଥମ ଆଣବିକ କ୍ଷେପଣାସ୍ତ୍ର ଯାହାକୁ ଏୟାର-ଟୁ-ଏୟାର ନିକ୍ଷେଫ କରାଯାଉଥିଲା। ଆମେରିକାର ବାୟୁସେନା ଦ୍ୱାରା ନିୟୋଜିତ ଏହା ସବୁଠାରୁ ଶକ୍ତିଶାଳୀ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ବୋଲି କୁହାଯାଉଛି। ହେଲେ ଗତ ୧୯୬୨ ମସିହାରେ ଏହି ଗ୍ରେଡ୍ ପରମାଣୁ ଅସ୍ତ୍ରର ଉତ୍ପାଦନ ବନ୍ଦ ହୋଇଯାଇଥିଲା।