)
ଭୁବନେଶ୍ୱର: ଆସନ୍ତା ୧ ତାରିଖରେ ଅନଲାଇନରେ ମିଳିବ ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାର ଟିକେଟ। ଦିନକ ପାଇଁ ଏହା ଉପଲବ୍ଧ ହେବ। ଏହାପରେ ୫ ତାରିଖରୁ ଆରମ୍ଭ ହେବ କାଉଣ୍ଟର ସେଲ। ବାରବାଟି ଷ୍ଟାଡିୟମରେ ଏହି ଟିକେଟ ବିକ୍ରି ହେବ। ଏଥିଲାଗି ୬ଟି କାଉଣ୍ଟର ଖୋଲାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜିବ ବେହେରା କହିଛନ୍ତି।
ଡିସେମ୍ବର ୯ ତାରିଖରେ ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ଟି-୨୦ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ। ଏଥିଲାଗି ଆଜି ଜିଲ୍ଲା ପ୍ରଶାସନ ଓ ଓସିଏ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଟିକେଟ ବିକ୍ରିକୁ ଶୃଙ୍ଖଳିତ କରିବା ପାଇଁ ଏଠାରେ ଆଲୋଚନା ହୋଇଥିଲା। ଅନଲାଇନ ଟିକେଟ ବିକ୍ରି ପରେ ଡିସେମ୍ବର ୩ ଓ ୪ ତାରିଖ ଦିନ ଓସିଏର ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଟିକେଟ ପ୍ରଦାନ କରାଯିବ। ଏହାପରେ ବଳକା ଟିକଟ କାଉଣ୍ଟରରେ ବିକ୍ରି ହେବ। ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି କାଉଣ୍ଟର ସଂଖ୍ୟା ବଢ଼ାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀ ବେହେରା।
ଦକ୍ଷିଣ ଆଫ୍ରିକା ଟିମର ଭାରତ ଗସ୍ତ ଅବସରରେ ଏହି ମ୍ୟାଚ୍ ଡିସେମ୍ବର ୯ରୁ ଆରମ୍ଭ ହେବ। ଏଥିରେ ୫ଟି ମ୍ୟାଚ୍ ରହିଛି। ପ୍ରଥମ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି। ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୧୧ ତାରିଖରେ ମୋହାଲିସ୍ଥିତ ପିସିଏ ଷ୍ଟାଡିୟମରେ ଆୟୋଜନ ହେବାକୁ ସ୍ଥିର ହୋଇଥିବା ବେଳେ ୧୪ ତାରିଖରେ ତୃତୀୟ ମ୍ୟାଚ୍ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମ, ୧୭ରେ ଚତୁର୍ଥ ମ୍ୟାଚ୍ ଲକ୍ଷ୍ନଯସ୍ଥିତ ଏକନା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଫାନାଲ୍ ମ୍ୟାଚ୍ ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବ। ପ୍ରତିଟି ମ୍ୟାଚ୍ ଦିବାରାତ୍ରୀ ରହିବ ଏବଂ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ବାରବାଟିରେ ଏହି ମ୍ୟାଚ୍ ପରିଚାଳନାକୁ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ଓ ଜିଲ୍ଲା ପ୍ରଶାସନକୁ ତାଗିଦ କରିଛନ୍ତି। ଏହା ଓଡ଼ିଶାର ସମ୍ମାନର ପ୍ରଶ୍ନ ବୋଲି କୁହାଯାଇଛି। ପୂର୍ବରୁ ବାରବାଟୀରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ ବେଳେ ବୈଦ୍ୟୁତିକ ତ୍ରୁଟି ଯୋଗୁ ଷ୍ଟାଡିୟମରେ ଖେଳ ସମସ୍ବ ହୋଇପାରି ନଥିଲା।