Advertisement
Article Detail0/zeeodisha/odisha2999323

ଜମିଜମା ମାମଲାରେ ବଡ଼ ସଂଶୋଧନ: ତହସିଲଦାର ଦେବେ ମାଲିକାନା

ଜମି କିଣାବିକା ଓ ମାଲିକାନା କ୍ଷେତ୍ରରେ ବଡ଼  ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ବନ୍ଦୋବସ୍ତ ଆଇନରେ ସଂଶୋଧନ କରି ତହସିଲଦାରଙ୍କୁ ବ୍ୟାପକ କ୍ଷମତା ଦେଇଛନ୍ତି। ଏହାଦ୍ୱାରା ତହସିଲଦାର ଜମି କ୍ରେତାଙ୍କୁ ମିଲାକାନା ଦେବେ। ଏଥିଲାଗି ବନ୍ଦୋବସ୍ତ ଅଧିକାରୀଙ୍କ ପାଖକୁ ଯିବାର କିଛି ଆବଶ୍ୟକତା ନାହିଁ।  ରାଜ୍ୟରେ ଜମି

  • ଏହାଦ୍ୱାରା ସଂପୃକ୍ତ କ୍ରେତାମାନେ ବନ୍ଦୋବସ୍ତ ପ୍ରକ୍ରିୟା  ପୂର୍ବରୁ ବୈଧ ଭାବେ କିଣିଥିବା ଜମିର ଜମିପଟ୍ଟା ନିଜ ନାମରେ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ । ସେମାନଙ୍କୁ ରାଜସ୍ବ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ ବା ଆବେଦନ କରିବା ଆଉ ଦରକାର ହେବ ନାହିଁ ।

Trending Photos

ଜମିଜମା ମାମଲାରେ ବଡ଼ ସଂଶୋଧନ: ତହସିଲଦାର ଦେବେ ମାଲିକାନା

 

ଭୁବନେଶ୍ୱର: ଜମି କିଣାବିକା ଓ ମାଲିକାନା କ୍ଷେତ୍ରରେ ବଡ଼  ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ବନ୍ଦୋବସ୍ତ ଆଇନରେ ସଂଶୋଧନ କରି ତହସିଲଦାରଙ୍କୁ ବ୍ୟାପକ କ୍ଷମତା ଦେଇଛନ୍ତି। ଏହାଦ୍ୱାରା ତହସିଲଦାର ଜମି କ୍ରେତାଙ୍କୁ ମିଲାକାନା ଦେବେ। ଏଥିଲାଗି ବନ୍ଦୋବସ୍ତ ଅଧିକାରୀଙ୍କ ପାଖକୁ ଯିବାର କିଛି ଆବଶ୍ୟକତା ନାହିଁ। 

ରାଜ୍ୟରେ ଜମି ପଞ୍ଜିକରଣ ଓ କିଣାବିକାକୁ ଅଧିକ ସରଳ କରିବା ପାଇଁ ରାଜ୍ୟ ସରକାର ଏହି ସଂଶୋଧନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଛି। ଏହି ନୁଆ ନିୟମ ଅନୁସାରେ ଏଣିକି ବନ୍ଦୋବସ୍ତ ହୋଇ ନଥିବା ଜମିର ମାଲିକାନା କ୍ରେତାଙ୍କୁ ତହସିଲଦାର ଦେବାକୁ କ୍ଷମତାପ୍ରାପ୍ତ ହେବେ। 

Add Zee News as a Preferred Source

ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ  ରୁଲ୍‌ସର ସଂଶୋଧନ ନିୟମର ଅନୁମୋଦନ କରି ମୁଖ୍ୟମନ୍ତ୍ରୀ ପୁରୁଣା ପଞ୍ଜୀକୃତ କବଲା କିମ୍ବା ଅନ୍ୟାନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡର ସଂଶୋଧନ ପାଇଁ ତହସିଲଦାରଙ୍କୁ କ୍ଷମତା ପ୍ରଦାନ କରିଛନ୍ତି।  ଏହାଦ୍ୱାରା ଜମି କ୍ରେତାଙ୍କୁ ପଟ୍ଟା ପାଇବା ସହଜ ହେବ। 

 ବର୍ତ୍ତମାନ ପ୍ରାବଧାନ ଅନୁସାରେ ବନ୍ଦୋବସ୍ତ ପ୍ରକ୍ରିୟା ପୂର୍ବରୁ କିଣିଥିବା ଜମିର ଜମି ପଟ୍ଟା ବନ୍ଦୋବସ୍ତ ଅଧିକାରୀ କ୍ରେତାଙ୍କ ନାମରେ କରନ୍ତି । କିନ୍ତୁ ଯଦି କୌଣସି କାରଣ ଯୋଗୁଁ ବନ୍ଦୋବସ୍ତ ପ୍ରକ୍ରିୟାରେ ଏହି ଜମିପଟ୍ଟା କ୍ରେତାଙ୍କ ନାମରେ କରାଯାଇ ନଥାଏ, ତେବେ କ୍ରେତା ଏଥିପାଇଁ ରାଜସ୍ୱ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ୍ କରିଥାନ୍ତି । 

ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ, ଏହି ଅପିଲ ଗୁଡିକ ବର୍ଷ ବର୍ଷ ଧରି ଫଇସଲା ନହୋଇ ପଡି ରହିଥାଏ । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ ଉପରୋକ୍ତ ରୁଲ୍ ସଂଶୋଧନ ଦ୍ବାରା  ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାର ମାନେ କ୍ଷମତାପ୍ରାପ୍ତ ହେବେ। 

ଏହାଦ୍ବାରା ସଂପୃକ୍ତ କ୍ରେତାମାନେ ବନ୍ଦୋବସ୍ତ ପ୍ରକ୍ରିୟା  ପୂର୍ବରୁ ବୈଧ ଭାବେ କିଣିଥିବା ଜମିର ଜମିପଟ୍ଟା ନିଜ ନାମରେ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ । ସେମାନଙ୍କୁ ରାଜସ୍ବ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ ବା ଆବେଦନ କରିବା ଆଉ ଦରକାର ହେବ ନାହିଁ ।

ଶୀତକାଳୀନ ଅଧିବେଶନରେ ଏ ସମ୍ପର୍କିତ ବିଧେୟକ ଆସିପାରେ।