)
ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନକୁ ସମ୍ପ୍ରସାରଣ ଏବଂ ନିବେଶକଙ୍କ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟିକ ରିବା ଲାଗି ଖଣିଜ ପ୍ରଶାସନ ଆଇନରେ ପରିବର୍ତ୍ତନ ଆଣିଛନ୍ତି। ଏହିକ୍ରମରେ ଏକ ନୂଆ ନିୟମ ପ୍ରଚଳନ କରାଯିବ। ବେଆଇନ ଖଣିକାରବାର ନିରୋଧ ଏବଂ ବ୍ୟବସାୟ, ପରିବହନ ଏବଂ ଭଣ୍ଡାରଣ ନିୟ୍ରନ୍ତ୍ରଣ ନିୟମ ୨୦୨୫ ନାମରେ ଏହା ପ୍ରଚଳିତ ହେବ। ୨୦୦୭ ମସିହାରୁ ରାଜ୍ୟରେ କାର୍ଯ୍ୟ କରୁଥିବା ବେଆଇନ ଖଣିଜ କାବରର ନିରୋଧ ନିୟମକୁ ଏହା ଉଚ୍ଛେଦ କରିବ। ଏ ନେଇ ରାଜ୍ୟ ଇସ୍ପେତ ଓ ଖଣିଜ ବିଭାଗ ଦେଇଥିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ଲଗାଇଛି।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାନେଟ୍ ବୈଠକ ବସିଥିଲା। ଖଣି ବିଭାଗର ଏହି ପ୍ରସ୍ତାବ ରାଜ୍ୟରେ ବ୍ୟବସାୟକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମନ୍ତ୍ରିମଣ୍ଡଳ ବିଚାର କରିଥିଲେ। ଏହାଦ୍ୱାରା ରାଜ୍ୟ ପାଇଁ ସରକାର ଲକ୍ଷ୍ୟ ରଖିଥିବା ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି। ଏହି ନୂତନ ନିୟମ ଦ୍ୱାରା ଖଣି କଳା ବଜାରୀ, ଚୋରି ଓ ବେଆଇନ କାରବାରକୁ ରୋକାଯିବା ସହ ଶିଳ୍ପଦ୍ୟୋଗୀମାନଙ୍କୁବ ବ୍ୟବସାୟ କରିବାରେ ସହାୟକ ହେବ େବାଲି ଆଶା କରାଯାଇଛି।