Odisha Interim Budget: ଏଥର ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ
Odisha Interim Budget: ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତରେ ପହଞ୍ଚିଛି, ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନ ୩୨ ପ୍ରତିଶତକୁ ରୁ ୧୩ ପ୍ରତିଶତକୁ ହ୍ରାସ ପାଇଛି ।
Odisha Interim Budget: ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି , ଯାହା ଜାତୀୟ ହାର ଠାରୁ ୧ ପ୍ରତିଶତ ଅଧିକ । ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ କରାଯାଇଛି। ସବୁ ବର୍ଗର ବିକାଶ ପାଇଁ ସରକାର କାମ କରୁଛନ୍ତି । ଦୃଢ ଆର୍ଥିକ ଅଭିବୃଦ୍ଧି କାରଣରୁ ଦାରିଦ୍ର୍ୟ କମିଛି।
ଧାନ ମୂଲ୍ୟ ସଠିକ୍ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟିର ରିଭଲଭିଂ ଫଣ୍ଡ । ଆଗାମୀ ୫ ବର୍ଷରେ ୧୮୫୮ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ ହେବ । ରୂପାନ୍ତରଣ ପାଇଁ ୫ ବର୍ଷରେ ୩୩୮୯ କୋଟି ବ୍ୟୟ କରାଯିବ। ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତରେ ପହଞ୍ଚିଛି, ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନ ୩୨ ପ୍ରତିଶତକୁ ରୁ ୧୩ ପ୍ରତିଶତକୁ ହ୍ରାସ ପାଇଛି ।
ଏହି ବଜେଟର କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ପାଇଁ ୨୮,୯୮୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ଯାହାକି ପୂର୍ବ ବର୍ଷର ବ୍ୟୟବରାଦ ତୁଳନାରେ ୧୬.୬ ପ୍ରତିଶତ ଅଧିକ ଅଟେ । ରାଜ୍ୟର କୃଷି ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଓ ଦାରିଦ୍ର୍ୟ ହ୍ରାସ ପାଇଁ କାଳିଆ ଯୋଜନା ଆରମ୍ଭ କରାଯାଇଛି । ଏବେ ସୁଦ୍ଧା କାଳିଆ ଯୋଜନାରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ । ଆମ ଓଡ଼ିଶା ନବୀନ ଓଡ଼ିଶାରେ ୪ ହଜାର କୋଟିରୁ ଅଧିକ ବ୍ୟୟ ଯୋଜନା ।
୫୩ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ପାଇଁ ୩ ହଜାର ୯୮୦ କୋଟି । ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟିର ବ୍ୟୟବରାଦ।
ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨ ଲକ୍ଷ ୫୫ ହଜାର କୋଟିର କାମଚଳା ବଜେଟ୍ ଆଗତ କରିଛନ୍ତି । ତେବେ ଏଥର ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୪,୭୬୪ କୋଟି ଟଙ୍କା , ପଞ୍ଚାୟତିରାଜ ବିଭାଗ – ୨୨,୫୪୩ କୋଟି, ସ୍ୱାସ୍ଥ୍ୟ ବିଭାଗ – ୧୯,୭୨୯ କୋଟି, ଜଳସମ୍ପଦ ବିଭାଗ- ୧୩,୨୬୭ କୋଟି, ଯୋଜନା ଓ ସଂଯୋଜନା ବିଭାଗ – ୧୨,୦୪୩ କୋଟି, ନିର୍ମାଣ ବିଭାଗ – ୧୦,୯୫୦ କୋଟି, ଗ୍ରାମ୍ୟ ଉନ୍ନୟନ – ୯୩୩୦ କୋଟି, ଗୃହ ବିଭାଗ – ୮୬୪୧ କୋଟି ବ୍ୟୟବରାଦ କରାଯାଇଛି।