Sujata Karthikeyan: ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୦୦ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ୍ ଚାକିରିରୁ ବାହାରିବେ। ଏଥିଲାଗି ସେ ନିଜେ କେନ୍ଦ୍ର ସରକାରଙ୍କ ପାଖରେ ଆବେଦନ କରିଥିବା ଚର୍ଚ୍ଚା ହେଉଛି। ୧୫ ଦିନ ତଳେ ସେ ସ୍ୱେଚ୍ଛାକୃତ ଭାବେ ଚାକିରିରୁ ଅବସର ନେବା ଲାଗି କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟକୁ ନିବେଦନ କରିଥିବା ନେଇ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।
Trending Photos
)
Sujata Karthikeyan: ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୦୦ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ୍ ଚାକିରିରୁ ବାହାରିବେ। ଏଥିଲାଗି ସେ ନିଜେ କେନ୍ଦ୍ର ସରକାରଙ୍କ ପାଖରେ ଆବେଦନ କରିଥିବା ଚର୍ଚ୍ଚା ହେଉଛି। ୧୫ ଦିନ ତଳେ ସେ ସ୍ୱେଚ୍ଛାକୃତ ଭାବେ ଚାକିରିରୁ ଅବସର ନେବା ଲାଗି କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟକୁ ନିବେଦନ କରିଥିବା ନେଇ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।
ALSO READ: CRPF & DRG Action: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ଟଳି ପଡି଼ଲେ ୧୬ ମାଓବାଦୀ
ALSO READ: ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୃହସ୍ପତି, ମାଲାମାଲ୍ ହେବା ସହ କ୍ୟାରିୟରରେ ମିଳିବ ସଫଳତା
ସୁଜାତା ହେଉଛନ୍ତି ବିଜେଡି ନେତା ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କ ପତ୍ନୀ। ବିଜେଡି ସରକାର ସମୟରେ ଏହି ଦୁଇ ଆଇଏଏସ୍ ଦମ୍ପତ୍ତି ରାଜ୍ୟର ବିଶିଷ୍ଟ ପଦାଧିକାରୀ ଭାବେ ପରିଚୟ ହାସଲ କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଥିବା ସୁଜାତା ଅଖଣ୍ଡ କ୍ଷମତା ଉପଭୋଗ କରୁଥିଲେ ବୋଲି ଚର୍ଚ୍ଚା ହୁଏ। କିନ୍ତୁ ନିର୍ବାଚନ ପରେ ଯେତେବେଳେ ନୂତନ ସରକାର ଗଠନ ହେଉଥିବା ଜାଣିଲେ ସେ ୬ ମାସ ପାଇଁ ଜୁନ୍ ୮ ତାରିଖରେ ଛୁଟିରେ ଯାଇଥିଲେ। ନିଜ ପରିବାର ପାଇଁ ସମୟ ଦେବା ଲାଗି ତାଙ୍କର ଏହି ଛୁଟି ଆବେଦନ ଥିଲା। ହେଲେ ଛୁଟି ସରିବା ପୂର୍ବରୁ ପୁଣିଥରେ ଛୁଟିକୁ ଆଉ କିଛି ମାସ ବଢ଼ାଇବାକୁ ବି ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। ହେଲେ ନୂଆ କରି କ୍ଷମତାକୁ ଆସିଥିବା ବିଜେପି ସରକାର ତାଙ୍କୁ ଛୁଟି ଦେଇ ନଥିଲେ। ଫଳରେ ୨୮ ନଭେମ୍ବରରେ ସୁଜାତା ଅର୍ଥ ବିଭାଗର ଜଣେ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱକୁ ଫେରିଥିଲେ। ଏହି ବିଭାଗ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ରହିଛି।
ଆଇଏଏସ୍ ଚାକିରିରେ ଥାଇ ରାଜନୀତିକ ପ୍ରଭାବ ବିସ୍ତାର କରୁଥିବା ନେଇ ଏହି ଦୁଇ ଆଇଏଏସ୍ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇ ଆସିଛି। ବିଜେପି ଏହି ଅଭିଯୋଗ କରି ଶ୍ରୀ ପାଣ୍ଡିଆନ୍ଙ୍କୁ ପୂର୍ବରୁ ଚାକିରି ଛାଡ଼ି ପ୍ରତ୍ୟକ୍ଷ ରାଜନୀତିକୁ ଆସନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଥିଲେ। କୁହାଯାଏ ଏହି ଚ୍ୟାଲେଞ୍ଜକୁ ସ୍ବୀକାର କରି ୨୦୨୩ ଦଶହରା ଦିନ ପାଣ୍ଡିଆନ୍ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ। ୨୦୨୪ ନିର୍ବାଚନକୁ ସେ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ। କିନ୍ତୁ ଜଣେ ଅଣ ଓଡ଼ିଆ ଅଧିକାରୀ ରାଜ୍ୟର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କବଜା କରି ନେଇଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହୋଇଥିଲା। ଫଳରେ ନବୀନଙ୍କୁ ଭଲ ପାଉଥିବା ଭୋଟର ବିଜେପିକୁ ବାଛି କ୍ଷମତାରେ ବସାଇଥିଲେ। ଏହାପରେ ନିଜ ଦୋଷ ସ୍ୱୀକାର କରି ନଥିଲେ ମଧ୍ୟ ଶ୍ରୀ ପାଣ୍ଡିଆନ୍ ଲୋକଙ୍କ ଆଗରେ କ୍ଷମା ପ୍ରାର୍ଥନ କରି ପ୍ରତ୍ୟକ୍ଷ ରାଜନୀତିରୁ ଅପସାରିତ ହେବେ ବୋଲି କହିଥିଲେ। ହେଲେ ନବୀନଙ୍କ ସହ ବେଶ୍ ଭଲ ସମ୍ପର୍କ ରକ୍ଷା କରୁଥିବା ପାଣ୍ଡିଆନ୍ କିନ୍ତୁ ନବୀନ ନିବାସରେ ପରୋକ୍ଷ ଭାବେ ରାଜନୀତିକ ପ୍ରଭାବ ବିସ୍ତାର କରୁଥିବା ନେଇ ବିଜେଡିର ବରିଷ୍ଠ ନେତାମାନେ ଅଭିଯୋଗ କରିଛନ୍ତି। ଫଳରେ ଦଳ ଏବେ ସଂଗଠିତ ହେବା ବଦଳରେ ବିଭାଜିତ ହେବାରେ ଲାଗିଥିବା ନେଇ ଚର୍ଚ୍ଚା ହେଉଛି।