Advertisement
Article Detail0/zeeodisha/odisha2605556
Zee OdishaOdisha Trendingସିଙ୍ଗାପୁର ସହ ୮ଟି ବିଷୟରେ ନିବେଶ ପାଇଁ ବୁଝାମଣା ସ୍ୱାକ୍ଷର

ସିଙ୍ଗାପୁର ସହ ୮ଟି ବିଷୟରେ ନିବେଶ ପାଇଁ ବୁଝାମଣା ସ୍ୱାକ୍ଷର

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶଣ୍‍ଗୁରତ୍ନମ୍‍ ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ରୟ ପ୍ରଧାନ ସ୍ୱାଗତ କରିଥିଲେ। ଏହାପରେ ଥର୍ମନ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଭର୍ଟିକାଲ ଟ୍ରନ୍ସପୋର୍ଟ ଲାବ ଏବଂ ଟ୍ରାଭେଲେଟର ଲ୍ୟାବ୍‍ ପ୍ରଦର୍ଶନ କରିଥିଲେ

ସିଙ୍ଗାପୁର ସହ ୮ଟି ବିଷୟରେ ନିବେଶ ପାଇଁ ବୁଝାମଣା ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶାରେ ବୈଷୟିକ ସୁଯୋଗ ବୃଦ୍ଧି, ଦକ୍ଷତା ବିକାଶ ଏବଂ ସବୁଜ ଉଦ୍‍ଯାନ କରିଡର ସୃଷ୍ଟି ଲାଗି ସିଙ୍ଗାପୁର ସରକାରଙ୍କ ସହ ବୁଝାମଣା ସ୍ୱାକ୍ଷରିତ  ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍‍ ଶଣ୍ମୁଗରତ୍ନମଙ୍କ ଉପସ୍ଥିତିରେ ଏଥିନେଇ ୮ଟି ବୁଝାମଣା ସ୍ୱାକ୍ଷର ହୋଇଛି। 

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶଣ୍‍ଗୁରତ୍ନମ୍‍ ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ରୟ ପ୍ରଧାନ ସ୍ୱାଗତ କରିଥିଲେ। ଏହାପରେ ଥର୍ମନ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଭର୍ଟିକାଲ ଟ୍ରନ୍ସପୋର୍ଟ ଲାବ ଏବଂ ଟ୍ରାଭେଲେଟର ଲ୍ୟାବ୍‍ ପ୍ରଦର୍ଶନ କରିଥିଲେ। ବୈଷୟିକ ଶିକ୍ଷା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ଅନୁଭବ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଏହି ଅବସରରେ ଅକ୍ଷୟଶକ୍ତିଠାରୁ ଆରମ୍ଭ କରି ପେଟ୍ରୋ କେମିକାଲ୍ସ, ସହର ବିକାଶ ଠାରୁ ଦକ୍ଷତା ବିକାଶ, ବୈଷୟିକ ଜ୍ଞାନ କୌଶଳ, ସେମି କଣ୍ଡକ୍ଟର ପ୍ରଭୃତି କ୍ଷେତ୍ରରେ ଓଡ଼ିଶାରେ ରହିଥିବା ଅପାର ସୁଯୋଗକୁ ଉପସ୍ଥାପନ କରିଥିଲେ। 

ଅପରାହ୍ଣରେ ସିଙ୍ଗାପୁର ସହ ଓଡ଼ିଶା ଆଠଟି କ୍ଷେତ୍ରରେ ସହଯୋଗ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲା। ଓଡ଼ିଶାରେ ଦକ୍ଷତା ବିକାଶ କେନ୍ଦ୍ର, ସେମି କଣ୍ଡକ୍ଟର ଦକ୍ଷତା ବିକାଶ, ଅକ୍ଷୟଶକ୍ତି ଗବେଷଣା, ଗ୍ରୀନ୍‍ ହାଇଡ୍ରୋଜେନ୍‍ କରିଡର, ଶିଳ୍ପ ପାର୍କ, ଭୁବନେଶ୍ୱରରେ ନୂତନ ସହର ନିର୍ମାଣ, ପେଟ୍ରୋଲିୟମ କ୍ଷେତ୍ରରେ ନିବେଶ ଏବଂ ଓଡ଼ିଶାର ଆର୍ଥିକ ପ୍ରଯୁକ୍ତିଗତ ପରିଚାଳନାକୁ ସୁଦୃଢ଼ୀକରଣ ନିମନ୍ତେ ପ୍ରକଳ୍ପ ବୁଝାମଣା ପ୍ରଭୃତି ଏଥିରେ ଅନ୍ୟତମ। ଆଇଆଇଟି ଭବନେଶ୍ୱର, ବିଡଇଏ, ଇପିକଲ, ଇଡକୋ, ଓଡ଼ିଶା ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟ ବିଭାଗ, ଶିକ୍ଷା ବିଭାଗ, ବିଜ୍ଞାନ ଓ କାରିଗରି ବିଭାଗ ପ୍ରଭୃତି ସିଙ୍ଗାପୁରର ବିଭିନ୍ନ ଅନୁଷ୍ଠାନ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ। 

Add Zee News as a Preferred Source

ଆସନ୍ତାକାଲି ଶ୍ରୀ ଶଣ୍‍ଗୁରତ୍ନମ ଭୁବନେଶ୍ୱର ଓ ପୁରୀର ବିଭିନ୍ନ ଅଞ୍ଚଳବୁଲି ଦେଖିବା ସହ ହସ୍ତଶିଳ୍ପ ସାମଗ୍ରୀ କ୍ରୟ କେନ୍ଦ୍ରକୁ ଯିବାର କାର୍ଯ୍ୟକ୍ରମ ରହିଛି।

Also Read- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ, ୮୦୦ ଜଣ ଗଲେ ସିରିଡି ଓ ନାସିକ

Also Read- ଖାଆନ୍ତୁ ହଳଦିଆ କ୍ୟାପ୍ସିକମ୍..ରକ୍ତଚାପ, କୋଲେଷ୍ଟ୍ରଲ୍ ଏବଂ ଓଜନ ନିୟନ୍ତ୍ରଣ ସହ ମିଳିବ ଅନେକ ଲାଭ

About the Author