)
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୨୮ତମ କ୍ୟାବିନେଟ୍ ବୈଠକ ଆଜି ବିଳମ୍ବିତ ସନ୍ଧ୍ୟାରେ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ସହ ବିଧାନସଭାର ଚତୁର୍ଥ ଅଧିବେଶର ସତ୍ରାବସାନକୁ ମଧ୍ୟ ରାଜ୍ୟ୍ୟ କ୍ୟାବିନେଟ୍ ଗ୍ରହଣ କରିଛି।
ନିଆଯାଇଥିବା ନିଷ୍ପତ୍ତି ଗୁଡ଼ିକ ମଧ୍ୟରେ ଜଳ ସମ୍ବଦ ବିଭାଗର ୪ଟି ପ୍ରସ୍ତାବ ରହିଥିବା ବେଳେ ଶ୍ରମ ଓ ଇଏସ୍ଆଇ ବିଭାଗର ୩ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ କ୍ୟାବିନେଟ ଅନୂମୋଦନ କରିଛନ୍ତି। ସେହିପରି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ତ୍ୟ ଓ ପରିବାର କଲ୍ୟାଣ ବିଭାଗ, ଆଇନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ଅର୍ଥ ବିଭାଗ ଏବଂ ଶିଳ୍ପ ବିଭାଗର ଗୋଟିଏ ଲେଖାଏ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଆସନ୍ତୁ ନଜର ପକାଇବା ଏହି କ୍ୟାବିନେଟ ନିଷ୍ପତ୍ତିର କିଛି ମୁଖ୍ୟ ବିନ୍ଦୁ ଉପରେ:
୧. ରାଜ୍ୟ ସରକାରଙ୍କ କ୍ୟାବିନେଟ ଜନ ବିଶ୍ୱାସ ଅଧ୍ୟାଦେଶ ୨୦୨୫କୁ ଅନୁମୋଦନ କରିଛନ୍ତି। ଏହା ଶିଳ୍ପ ବିଭାଗର ପ୍ରସ୍ତାବ ରହିଥିଲା। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ବ୍ୟବସାୟ ବାଣିଜ୍ୟ ସହଜ ହୋଇପାରିବ। ମୁଖ୍ୟତଃ ଫୌଜଦାରୀ ଦଣ୍ଡ ବିଧାନକୁ ଦେଓ୍ୱାନୀ ଦଣ୍ଡ ବିଧାନରେ ପରିଣତ କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ କାର୍ଯ୍ୟ କରୁଥିବା ୧୬ଟି ଆଇନରେ ପରିବର୍ତ୍ତନ ଆସିବ।
୨. ରାଜ୍ୟ ସରକାର ସରକାର ସ୍କୁଲ୍ ବା ସରକାରଙ୍କ ଅନୁଦାନ ପ୍ରାପ୍ତ ସ୍କୁଲ୍ ଗୁଡ଼ିକର ଛାତ୍ର ଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ଛାପିବେ। ଏଥିଲାଗି ୧୮ ହଜାର ୫୦୦ ମେଟ୍ରିକ୍ ଟନ୍ କିଣିବେ। ଏଥିପାଇଁ ରାଜ୍ୟ ସରକାର ଜିଏସ୍ଟି ଛାଡ଼ି ୧୬୩ କୋଟି ଟଙ୍କା ଖର୍ଚ୍ଚ କରିବେ।
୩. ଏଣିକି ରାଜ୍ୟରେ ଜନ୍ମମୃତ୍ୟୁ ପ୍ୟଞ୍ଜିକରଣ ଆଇନ ସଂଶୋଧନ କରାଯିବ। କେନ୍ଦ୍ର ସରକାରଙ୍କ ଜନ୍ମମୃତ୍ୟୁ ଆଇନ ୨୦୨୩ ଅନୁସାରେ ଏହି ଆଇନ ପ୍ରଣୟନ କରାଯିବ।
୪. ରାଜ୍ୟର ବିଭିନ୍ନ କୋର୍ଟରେ ଅଭାବ ହେଉଥିବା ଅଭିଜ୍ଞ ମାନବସମ୍ବଳଙ୍କୁ ପୂରଣ କରିବା ପାଇଁ ରାଜ୍ୟ ସରକାର ନୂତନ ନିଯୁକ୍ତି ପଦ୍ଧତ୍ତି ଓ ସେବା ସର୍ତ୍ତାବଳୀ ପାଳନ କରିବାକୁ ଯାଉଛନ୍ତି। ଏଥିଲାଗି ନିଯୁକ୍ତି ପଦ୍ଧତ୍ତି ଓ ସର୍ତ୍ତାବଳୀ ନିୟମ ୨୦୦୮କୁ ସଂଶୋଧନ କରାଯାଇଛି।
୫. ରାଜ୍ୟର ଡିପ ଜମିଗୁଡ଼ିକରେ ଜଳ ସେଚନ ଲାଗି ସରକାର ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ୬୫ଟି ଗ୍ରମର ୮୫୦୭ ହେକ୍ଟର ଚାଷ ଜମିକୁ ଜଳ ସେଚିତ କରାଯାଇପାରିବ।
୬. ଜନସେଚନର ସୁବିଧା ଲାଗି ହିରାକୁଦ ଏବଂ ବେଡେନ୍ ନଦୀରେ ୬ଟି ଉଠା ଜଳସେଚନ ବ୍ୟବସ୍ଥା ଲାଗୁ କରିବାକୁ ସରକାର ଯୋଜନା କରୁଛନ୍ତି।
୭. ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ୧ଲକ୍ଷ ୨୩ ହଜାର ୪୪୮ ହେକ୍ଟର ଜମିରେ ବିକାଶ ସେଚାଞ୍ଚଳର ସୃଷ୍ଟି କରାଯାଇଛି।
୮. ସେହିପରି ରାଜ୍ୟ ସରକାର ୬ଟି ଆନ୍ତଃ ରାଜ୍ୟ ନଦୀ ସଂଯୋଗୀକରଣ ଯୋଜନାକୁ ଅନୁମୋଦନ କରିଛନ୍ତି। ସେମାନେ ହେଉଛନ୍ତି, କାଟ୍ରା ସଂଯୋଗରଣ , ବାହୁଦା-ଋଶିକୂଶ୍ୟ ଅବବାହିକା ନିର୍ମାଣ, ହୀରାଧରବାଟି ବନ୍ୟା ପ୍ରବା. ବାହୁତା ଡାମ୍ପରା ସଂଯୋଗୀକରଣ, ତେଲେଙ୍ଗିରି-ଅପର କୋଲାବ ପ୍ରକଳ୍ପ ରହିଛି।
୯. ରାଜ୍ୟ ସରକାର ଅନ୍ତନଦୀ ଜଳାଶୟ ନିର୍ମାଣ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛନ୍ତି। ୫ ବର୍ଷରେ ୧୮୯୪୧କୁ ଖର୍ଚ ବୃଦ୍ଧି କରିଛନ୍ତି।
୧୦. ସ୍ୱଚ୍ଛ ଓ ପରିମଳ ଓଡ଼ିଶା ପାଇଁ ୧୬୦୦ କୋଟିର ଅନୁମୋଦନ କରିଛନ୍ତି ରାଜ୍ୟ ସରକାର।