Advertisement
Article Detail0/zeeodisha/odisha3036535
Zee OdishaOdisha Trendingଓଡ଼ିଶାରେ ହେବ ସାର କାରଖାନା!

ଓଡ଼ିଶାରେ ହେବ ସାର କାରଖାନା!

ରାଜ୍ୟରେ ଚାଷ ଉତ୍ପାଦନ ବଢ଼ାଇବା ତଥା କୃଷି ଉଦଞୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ସାରକାରଖାନା ପ୍ରତିଷ୍ଠା ହେବ। ଏଥିଲାଗି  ଇଣ୍ଟରନ୍ୟାସନାଲ ଫର୍ଟିଲାଇଜର ଡେଭଲପମେଣ୍ଟ ସେଣ୍ଟର ଓଡ଼ିଶାରେ ନିଜର ପ୍ଲାଣ୍ଟ ସ୍ଥାପନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏ ବାବଦରେ ରାଜ୍ୟ ସରକାରଙ୍କ ସହଯୋଗ କିପରି କରାଯାଇପାରିବ ସେ ନେଇ ଆଜି ଏକ ଆଲୋଚନା ହୋଇଛି।

ଓଡ଼ିଶାରେ ହେବ ସାର କାରଖାନା!

ରାଜ୍ୟରେ ଚାଷ ଉତ୍ପାଦନ ବଢ଼ାଇବା ତଥା କୃଷି ଉଦଞୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ସାରକାରଖାନା ପ୍ରତିଷ୍ଠା ହେବ। ଏଥିଲାଗି  ଇଣ୍ଟରନ୍ୟାସନାଲ ଫର୍ଟିଲାଇଜର ଡେଭଲପମେଣ୍ଟ ସେଣ୍ଟର ଓଡ଼ିଶାରେ ନିଜର ପ୍ଲାଣ୍ଟ ସ୍ଥାପନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏ ବାବଦରେ ରାଜ୍ୟ ସରକାରଙ୍କ ସହଯୋଗ କିପରି କରାଯାଇପାରିବ ସେ ନେଇ ଆଜି ଏକ ଆଲୋଚନା ହୋଇଛି। କୃଷି ମନ୍ତ୍ରୀ ଏ ନେଇ ସଚିବ, ନିର୍ଦ୍ଦେଶକ, ସଚିବ ଓ ଅନ୍ୟ ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି। 

ଓଡ଼ିଶାର କୃଷି କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହୋଇଥିବା ଏବଂ ଚାଷ ପ୍ରତି ଯୁବପିଢ଼ି ଅନୁଗାମୀ ହୋଇଥିବା କାରଣରୁ କୃଷି ଉଦ୍ୟୋଗୀ ମଧ୍ୟ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଓଡ଼ିଶା ସରକାରଙ୍କ ସହଜ ଓ ନିବେଶମୁଖୀ ନୀତି ଯୋଗୁଁ ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ଏହି ପରିପ୍ରେକ୍ଷୀରେ ଇଣ୍ଟରନ୍ୟାସନାଲ ଫର୍ଟିଲାଇଜର ଡେଭଲପମେଣ୍ଟ ସେଣ୍ଟର ମଧ୍ୟ ଓଡ଼ିଶାରେ ନିଜର ପ୍ଲାଣ୍ଟ ସ୍ଥାପନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଏଥିପାଇଁ ଓଡ଼ିଶା ସରକାରଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି । 

ଓଡ଼ିଶା ସରକାରଙ୍କ ତରଫରୁ ଚାଷୀଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବାରୁ ବହୁ ଲୋକ ଏବେ ଚାଷକୁ ଆପଣେଇଲେଣି । ଅଣ ଧାନ ଫସଲ ଗୁଡ଼ିକ ମଧ୍ୟ ଖରିଫରେ ଧାନ ଫସଲ କରୁଛନ୍ତି । ତଦନୁଯାୟୀ, ବିଶେଷ କରି ଖରିଫ ଫସଲ ସମୟରେ ସାରର ଆବଶ୍ୟକ ବିଶେଷ ଭାବେ ବୃଦ୍ଧି ପାଇଥାଏ । ଏହାର ସ୍ଥାୟୀ ସମାଧାନ ନିମନ୍ତେ ବିଭାଗ ପକ୍ଷରୁ ଅଧିକ ପ୍ଲାଣ୍ଟ ସ୍ଥାପନା ନେଇ ଆଲୋଚନା ଚାଲିଛି । ଯଦ୍ବାରା ରାଜ୍ୟରେ ଚାଷ ପାଇଁ ସାରର ଅଭାବ ପରିଲକ୍ଷିତ ହେବ ନାହିଁ ଏବଂ ବଣ୍ଟନ ମଧ୍ୟ ସୁଚାରୁରୂପେ ହୋଇପାରିବ। ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ବୈଠକରେ ମଧ୍ୟ ଉପସ୍ଥିତ ଥିଲେ ।

Add Zee News as a Preferred Source

 

About the Author