)
ଣିକି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି
ପ୍ରକ୍ରିୟା ସମ୍ବନ୍ଧୀୟ ନିୟମ ଓ ନିର୍ଦ୍ଦେଶାବଳୀ ଜାରିକଲେ
ଓଡିଶା ମାନବାଧିକାର କମିଶନ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର ସମସ୍ତ ଶୁଣାଣି ଏଣିକି ଭିଡିଓ କନ୍ଫରେନ୍ସିଂରେ କରାଯିବ। ପ୍ରକ୍ରିୟାରେ ଅଧିକ ଭାଗିଦାରୀ ବୃଦ୍ଧି ଏବଂ ସହଜ ଅଂଶଗ୍ରହଣ ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୨୧୭ ତାରିଖରୁ ରାଜ୍ୟରେ ଥିବା କମିଶନଙ୍କ ସମସ୍ତ ବେଞ୍ଚରେ ଏହି ବ୍ୟବସ୍ଥା ଲାଗୁ ହେବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାଇ ଦିଆଯାଇଛି।
କମିଶନଙ୍କ ସମସ୍ତ ବେଞ୍ଚ “ଗୁଗୁଲ ମିଟ” ପ୍ଲାଟଫର୍ମ ମାଧ୍ୟମରେ ଭିଡିଓ କନଫରେନ୍ସିଂ ମୋଡ୍ ସହିତ ଫିଜିକାଲ୍ ମୋଡ୍ରେ କାର୍ଯ୍ୟ ସଂପାଦନ କରିବେ। ଯେଉଁ ପକ୍ଷ/ ପରାମର୍ଶଦାତା ମାନେ ଦୂରଦୂରାନ୍ତରୁ ଭର୍ଚୁଆଲ୍ ମୋଡ୍ରେ ଉପସ୍ଥିତ ହେବାକୁ ଇଚ୍ଛୁକ, ସେମାନେ ଅଭିଯୋଗକାରୀଙ୍କ ନାମ, ମାମଲା ନମ୍ବର, ବେଞ୍ଚ ନାମ ଏବଂ ଭିସି ମାଧ୍ୟମରେ ହାଜର ହେବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ବିବରଣୀ ଫର୍ମ ଭରି ଶୁଣାଣି ପୂର୍ବ ତାରିଖ ଅପରାହ୍ନ 4ଟା ସୁଦ୍ଧା କମିଶନଙ୍କ ଇମେଲ୍ — shrcodishabbsr@gmail.com ରେ ପଠାଇବା ଆବଶ୍ୟକ।
ଶୁଣାଣି ଦିନ ପଠାଯାଇଥିବା କୌଣସି ଇ ମେଲ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ ବୋଲି କମିଶନ ସ୍ପଷ୍ଟ କରିଛନ୍ତି । ସମସ୍ତ ମାମଲା ସୂଚୀବଦ୍ଧ ଥିବା କ୍ରମିକ ସଂଖ୍ୟା ଅନୁଯାୟୀ ବିଚାର କରାଯିବ। ପକ୍ଷ ଓ ଓକିଲମାନେ ଶୁଣାଣି ଦିନ ସକାଳ ୧୧ଟାରୁ କମିଶନଙ୍କ ୱେବସାଇଟ୍ (https://ohrc.nic.in) ରେ ଭିଡିଓ ଲିଙ୍କ ଏବଂ ସମୟ ଦେଖିପାରିବେ। ନିର୍ଦ୍ଦିଷ୍ଟ ସମୟର ୫ ମିନିଟ୍ ପୂର୍ବରୁ ଭିଡିଓ କନଫରେନ୍ସିଂରେ ଯୋଗଦେବାକୁ ପଡିବ। ସମସ୍ତ ପକ୍ଷ ଓ ଅଂଶଗ୍ରହଣକାରୀମାନେ ଭିଡିଓ କନଫରେନ୍ସିଂ ସମୟରେ ଯଥୋଚିତ ସୌଜନ୍ୟ ଓ ମର୍ଯ୍ୟାଦା ଅନୁସରଣ କରିବେ।
କୌଣସି ବ୍ୟକ୍ତି କିମ୍ବା ସଂସ୍ଥାଙ୍କ ଦ୍ୱାରା ଅନଧିକୃତ ଅଡିଓ କିମ୍ବା ଭିଡିଓ ରେକର୍ଡିଂ କରାଯିବ ନାହିଁ। ଅଂଶଗ୍ରହଣକାରୀମାନେ ମର୍ଯ୍ୟାଦା ସହିତ ସଂଯମ ପୋଷାକ ପିନ୍ଧିବେ। ପୋଲିସ ଅଧିକାରୀମାନେ ନିର୍ଦ୍ଧାରିତ ଆଇନ ଓ ନିୟମ ଅନୁଯାୟୀ ସରକାରୀ ୟୁନିଫର୍ମରେ ଉପସ୍ଥିତ ହେବେ। ଭିଡିଓ କନଫରେନ୍ସିଂ ସମୟରେ ଯଦି କୌଣସି ଅନାବଶ୍ୟକ ବିଶୃଙ୍ଖଳା ସୃଷ୍ଟି ହୁଏ, ତେବେ ଅଧ୍ୟକ୍ଷ ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟଧାରାକୁ ହଠାତ ବନ୍ଦ କରା ଯାଇପାରେ। ସମସ୍ତ ଅଂଶଗ୍ରହଣକାରୀ କ୍ୟାମେରା ସମ୍ମୁଖରେ ସତର୍କ ଭାବେ ଉପସ୍ଥିତ ହେବେ ଏବଂ ଶୁଣାଣି ସମୟରେ ଅନ୍ୟ କୌଣସି କାର୍ଯ୍ୟକଳାପରେ ନିୟୋଜିତ ହେବେ ନାହିଁ।
ଭିଡିଓ କନଫରେନ୍ସିଂ ସମ୍ବନ୍ଧୀୟ ଯେକୌଣସି ପ୍ରାକୃତିକ ସମସ୍ୟା ପାଇଁ ଭିସି ସଂଯୋଜକ ମୋବାଇଲ ନମ୍ବର ୭୬୫୬୮୪୯୬୦୩ ରେ ସମ୍ପର୍କ କରିବାକୁ କମିଶନ ଜଣାଇଛନ୍ତି l ଓଡ଼ିଶା ମାନବାଧିକାର କମିଶନ ସମସ୍ତ ପକ୍ଷ ଓ ସାଧାରଣ ଜନସାଧାରଣଙ୍କୁ ଉପରୋକ୍ତ ନିୟମ ଅନୁସରଣ ପୂର୍ବକ ସହଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି ।