Old Pension Scheme: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର; ଆଉ ଏକ ରାଜ୍ୟରେ ଲାଗୁ ହେଲା ପୁରୁଣା ପେନସନ ସ୍କିମ୍, ଅର୍ଥ ବିଭାଗ ଜାରି କଲା ନିର୍ଦ୍ଦେଶ
Advertisement

Old Pension Scheme: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର; ଆଉ ଏକ ରାଜ୍ୟରେ ଲାଗୁ ହେଲା ପୁରୁଣା ପେନସନ ସ୍କିମ୍, ଅର୍ଥ ବିଭାଗ ଜାରି କଲା ନିର୍ଦ୍ଦେଶ

Old Pension Scheme: ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଅର୍ଥ ବିଭାଗ ଛତିଶଗଡ ଓପିଏସ୍ ପାଇଁ ଆଦେଶ ଓ ନିର୍ଦ୍ଦେଶ ଜାରି କରିଛି । ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ ।

Old Pension Scheme: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର; ଆଉ ଏକ ରାଜ୍ୟରେ ଲାଗୁ ହେଲା ପୁରୁଣା ପେନସନ ସ୍କିମ୍, ଅର୍ଥ ବିଭାଗ ଜାରି କଲା ନିର୍ଦ୍ଦେଶ

Old Pension Scheme: ଛତିଶଗଡର ସରକାରୀ କର୍ମଚାରୀ (Chhattisgarh Government Employees) ଓ ପେନସନଭୋଗୀ (Pensioners) ଙ୍କ ପାଇଁ ବଡ଼ ଖୁସି ଖବର ଅଛି । ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କାର୍ଯ୍ୟକାରୀ କରିବାକୁ ରାସ୍ତା ସଫା ହୋଇଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Bhupesh Baghel) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଅର୍ଥ ବିଭାଗ ଛତିଶଗଡ ଓପିଏସ୍ (Chhattisgarh OPS) ପାଇଁ ଆଦେଶ ଓ ନିର୍ଦ୍ଦେଶ ଜାରି କରିଛି । ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ ।

ଏହା ଅଧୀନରେ ସରକାରୀ କର୍ମଚାରୀମାନେ (Government Employees) ଦୁଇଟି ବିକଳ୍ପ ପାଇବେ ଓ ସେଥି ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ । ଏଥିରେ କର୍ମଚାରୀମାନେ ପୁରୁଣା ପେନସନ ସ୍କିମ୍ (OPS) କିମ୍ବା ନୂତନ ପେନସନ ସ୍କିମ୍ (NPS) ରେ ରହିବାକୁ ଚାହୁଁଛନ୍ତି କି ନାହିଁ ତାହା ବାଛିବାକୁ ପଡିବ । କର୍ମଚାରୀମାନେ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏ ଚୟନ କରିବା ପରେ ଏକ ଆଫିଡେଭିଟ୍ ଦେବାକୁ ପଡିବ । OPS ଚୟନ କରୁଥିବା ସରକାରୀ କର୍ମଚାରୀମାନେ ଏପ୍ରିଲ୍ ୧, ୨୦୨୨ରୁ CGPF ର ସଦସ୍ୟ ହେବେ । 

ଏହାସହ ଜେନେରାଲ୍ ପ୍ରୋଭିଡେଣ୍ଟ୍ ଫଣ୍ଡ ନିୟମ ଦ୍ୱାରା ପରିଚାଳିତ ହେବ । ନଭେମ୍ବର ୧, ୨୦୦୪ରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ NPS ଆକାଉଣ୍ଟରେ ଜମା ହୋଇଥିବା କର୍ମଚାରୀଙ୍କ ଯୋଗଦାନ ଓ ଏଥିରେ ଅର୍ଜନ ହୋଇଥିବା ଡିଭିଡେଣ୍ଡ ସରକାରୀ କର୍ମଚାରୀଙ୍କୁ NPS ନିୟମ ଅନୁଯାୟୀ ପ୍ରଦାନ କରାଯିବ । ଥରେ କର୍ମଚାରୀ ବିକଳ୍ପ ପ୍ରଦାନ କଲେ, କର୍ମଚାରୀ ଏଥିରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ । ଦୁଇଟି ଯୋଜନା ମଧ୍ୟରୁ ଗୋଟିଏ ବାଛିବା ପରେ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ଅନ୍ୟପକ୍ଷରେ, ଏପ୍ରିଲ୍ ୧, ୨୦୨୨ ପରେ ସେବାରେ ଆସିଥିବା ସରକାରୀ କର୍ମଚାରୀମାନେ ବାଧ୍ୟତାମୂଳକ ଭାବରେ ପୁରୁଣା ପେନସନ ଯୋଜନାର ସଦସ୍ୟ ହେବେ । ଏପ୍ରିଲ୍ ୨୦୨୨ରେ ଓ ପରେ ନିଯୁକ୍ତ ସମସ୍ତ କର୍ମଚାରୀ ପୁରୁଣା ପେନସନ ଯୋଜନାର ଲାଭ ପାଇବେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସଂଶୋଧିତ ବିଜ୍ଞପ୍ତି ଜାରି କରିଛି । ଏହାପୂର୍ବରୁ ୧୧ ମଇ ୨୦୨୨ରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରି କହିଥିଲେ ଯେ, ନଭେମ୍ବର ୧, ୨୦୦୪ରେ କିମ୍ବା ପରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କ ପାଇଁ ନୂତନ ପେନସନ ଯୋଜନା ବଦଳରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ମେ ୨୦୨୨ ବିଜ୍ଞପ୍ତିରେ ସରକାର ଏକ ନୂତନ ସଂଶୋଧନ ଜାରି କରିଛନ୍ତି ।

ଅଧିକ ପଢ଼ନ୍ତୁ:-ହତ୍ୟା ପରେ ମୃତଦେହ ଖରାପ ନହେବା ପର୍ଯ୍ୟନ୍ତ ରଖୁଥିଲା ଶାରୀରିକ ସମ୍ପର୍କ, କଟା ମୁଣ୍ଡକୁ ଶୋ'କେସରେ ରଖିବାକୁ ପାଉଥିଲା ଭଲ; ଜାଣନ୍ତୁ ଏହି ଖତରନାକ୍ ସିରିଏଲ କିଲରର କାହାଣୀ

ଅଧିକ ପଢ଼ନ୍ତୁ:-୬ ଜଣ ଯୁବକ ମିଶି ଯୁବତୀଙ୍କ ସହ କଲେ ଗଣଦୁଷ୍କର୍ମ, ଜଙ୍ଗଲରେ ଗଛରେ ବାନ୍ଧି ଘଟାଇଲେ ଏହି ବର୍ବର କାଣ୍ଡ

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ପସନ୍ଦର ଏହି ଖେଳାଳି ପୂରା ସିରିଜରୁ ହେଲେ ବାହାର! BCCI ଅଧିକାରୀ ହଠାତ୍ ଦେଲେ ବଡ଼ ଝଟକା

 

୨୦୦୪ ପରେ ନିଯୁକ୍ତ ଅଧିକାରୀ, କର୍ମଚାରୀମାନେ NPS ଛାଡି OPS ନେବାକୁ ନୋଟାରୀକରଣ ଫର୍ମ ଦାଖଲ କରିବାକୁ ପଡିବ । ଏହି ଆଦେଶ ଜାରି ପରେ ନିଷ୍ପତ୍ତି ନିଆଯାଇଛି ଯେ, OPS ୧ ଏପ୍ରିଲ ୨୦୨୨ରୁ କାର୍ଯ୍ୟକାରୀ ହେବ । ନୂତନ ବ୍ୟବସ୍ଥା ଅନୁଯାୟୀ, ନଭେମ୍ବର ୧, ୨୦୦୪ରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ନିଯୁକ୍ତ ସରକାରୀ କର୍ମଚାରୀଙ୍କୁ NPS ଓ OPS ଯୋଜନା ମଧ୍ୟରୁ ଗୋଟିଏ ବାଛିବା ପାଇଁ ବିକଳ୍ପ ଦିଆଯିବ ।