)
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାଫଳ ପ୍ରକାଶିତ ହୋଇଛି। ଏଥିରେ ମୋଟ ୨୪୦୫ ଜଣ ପ୍ରାର୍ଥୀ କୃତାର୍ଯ୍ୟ ହୋଇଛନ୍ତି। ଏଥିରେ ୭୮୧ ଜଣ ମହିଳା ପ୍ରାର୍ଥୀ ରହିଥିବା ଓପିଏସ୍ସି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।
ଓପିଏସ୍ସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପରୀକ୍ଷା ଅର୍ଥାତ୍ ପଅଅିଲିମ୍ ୧୨ ଅକ୍ଟୋବରରେ ଅନୁଷ୍ଠିତ ହୋଇଥିଲା। ୨୪ ଦିନ ଭିତରେ ଅର୍ଥାତ୍ ରେକର୍ଡ ସମୟରେ ଏହି ପରୀକ୍ଷାଫଳ ପ୍ରକାଶ କରାଯାଇଛି।
ଆସନ୍ତା ଜାନୁୟାରୀ ଶେଷ କିମ୍ବା ଫେବୃୟାରୀ ପ୍ରଥମ ସପ୍ତାହରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାର ମେନ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି।